• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପୁରୀ: ପୁଣି ଚର୍ଚ୍ଚାରେ ପୁରୀ ଏମାର ମଠ। ଗତକାଲି ଏମାର ମଠରୁ ବହୁ ପୁରାତନ ଓ ମୂଲ୍ୟବାନ କାରୁକାର୍ଯ୍ୟ ହୋଇଥିବା ରୂପା ତାରକସିର ସାମଗ୍ରୀ ମିଳିଥିବା ବେଳେ ଆଜି ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏମାର ମଠର ୪ନଂ କୋଠରୀରୁ ୮ ଖଣ୍ଡ ରୂପା ଇଟା ମିଳିଥିବା ନେଇ ଖବର ସାମ୍ନାକୁ ଆସିବାର କିଛି ସମୟ ପରେ ଆଉ ୩୭ ଖଣ୍ଡ ରୂପା ଇଟା ମିଳିଥିବା ସୂଚନା ମିଳିଛି। ଏହାସହ କିଛି ପିତ୍ତଳ ଗରା ମଧ୍ୟ ମିଳିଥିବା ସୂଚନା ମିଳିଛି। ଗତକାଲି ଏମାର ମଠରେ ଯାଞ୍ଚ ବେଳେ ବହୁ ମୂଲ୍ୟବାନ ବ୍ରୋଞ୍ଜ ପ୍ରତିମୂର୍ତ୍ତି, ପୁରାତନ ୧୬ଟି ଖଣ୍ଡା, ରୂପା ଅଳଙ୍କାର ମିଳିଥିଲା

ଦ୍ୱିତୀୟ ଦିନ ପାଇଁ ଆଜି ପୁରୀ ଏମାର ମଠରେ ଯାଞ୍ଚ ଆରମ୍ଭ ହୋଇଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ
ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ଦେବୋତ୍ତର ବିଭାଗ ଇନ୍ସପେକ୍ଟର ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ଆଜି ଦେବୋତ୍ତୋର ବିଭାଗ ନିରୀକ୍ଷକ, ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ମଠକୁ ଯାଇ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏମାର ମଠ ପରିଚାଳନା ଦାୟିତ୍ୱ ନୂଆ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି।

୨୦୧୧ ମସିହାରେ ଏମାର ମଠରୁ ୫୨୨ ଖଣ୍ତ ରୂପା ଇଟା ମିଳିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ତେଣୁ ସେବେ ଠାରୁ ମଠ ଭିତରେ ଅଧିକ ଧନରତ୍ନ ଗଚ୍ଛିତ ଥିବା ନେଇ କଳ୍ପନାଜଳ୍ପନା କରାଯାଉଛି। ଏମାର ମଠ ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ହାତକୁ ଯିବା ପରେ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରାଯାଉଛି ଓ ଏହି ସମୟରେ ପୁରାତନ ସାମଗ୍ରୀ ଓ ରୂପା ସାମଗ୍ରୀ ମିଳିଥିବା ଜଣାପଡ଼ିଛି।

୨୦୧୯ ମସିହାରେ ଶ୍ରୀମନ୍ଦିର ସମ୍ମୁଖରେ ଶହ ଶହ ବର୍ଷ ଧରି ଦଣ୍ଡାୟମାନ ହୋଇଥିବା ଏହି ମଠକୁ ଜିଲ୍ଲା ପ୍ରଶାସନ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ସେତେବେଳେ ସେଠାରେ କିଛି ଗୁପ୍ତ କୋଠରୀ ଥିବା ଦେଖାଯାଇଥିଲା। ଏଥିରେ ଆହୁରି ଅଧିକ ଧନରତ୍ନ ଥିବା ଆଶଙ୍କା କରାଯାଇଥିଲା।

Silver-bricks-recovered-from-puri-emar-mutt
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories