କଟକ ବଡ଼ ମେଡିକାଲ ରାଜ୍ୟର ସବୁଠୁ ବଡ଼ ଡାକ୍ତରଖାନା ଭାବେ ଆମେ ସମସ୍ତେ ଜାଣିଛନ୍ତି। ପୂର୍ବ ଭାରତର ନିର୍ଭରଯୋଗ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କହିଲେ ଅତ୍ୟୁକ୍ତି ହେବ ନାହିଁ।
ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା ବିଭାଗ ଚେତାବନୀ ଦେଇଛି
ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ପ୍ରକଳ୍ପ ଲୁନାର ରୋଭର ପାଇଁ ନାସା ଦ୍ୱାରା ଆୟୋଜିତ ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି କୁନି ବୈଜ୍ଞାନିକଙ୍କ ଟିମ୍।
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର। ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଏବଂ ପ୍ରତିବର୍ଷ ବଜ୍ରପାତ ଘଟି ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏଭଳି ଗବେଷଣା କେନ୍ଦ୍ର ଉପଯୋଗୀ ହେବ ବୋଲି କୁହାଯାଉଛି
ମୋଚିରାମ ଓ ବୁଲା କୁକୁରଙ୍କ ଏପରି ଏକ ନିଆରା କାହାଣୀ । ବସିଲେ କି ଉଠିଲେ କିମ୍ବା ଯୁଆଡେ ଗଲେ ଆପଣାର ଲୋକ ପଛରେ ଦଳ ଦଳ ହୋଇ ଦୌଡ଼ନ୍ତି କୁକୁର । ପ୍ରତିଦିନ କୁକୁର ଦଳ ତାଙ୍କ ବାଟ ଚାହିଁ ବସିଥାଆନ୍ତି ।
ଗଞ୍ଜାମ ଖଲିକୋଟ ବ୍ଲକ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବଡ଼ ଘୋଟାଲାର ଅଭିଯୋଗ ହୋଇଛି। ଅନେକ ହିତାଧିକାରୀ ଆଦୌ କାମ କରିନାହାନ୍ତି, ତେବେ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ହରିଲୁଟ୍ ହୋଇଛି।
ଚିଟଫଣ୍ଡ ଷ୍ଟାଇଲରେ ସାଇବର ଠକଙ୍କ ନୂଆ ଫଣ୍ଡା ଏବେ ସାମ୍ନାକୁ ଆସିଛି। ଅଭିନବ ଉପାୟରେ ଉପଭୋକ୍ତାଙ୍କୁ ଚୁନା ଲଗାଇବାର ନୂଆ ତରିକା ଦେଖିବାକୁ ମିଳୁଛି। କଳାଧନ୍ଧାରେ ପକେଟ୍ ଗରମ କରିବା ପାଇଁ ନା କୌଣସି ପାସୱାର୍ଡ଼ ଦରକାର ନା କୌଣସି ଓଟିପିର ଝାମେଲା
ନିଜେ କୋଟିଆ ଯିବି, ଲୋକଙ୍କ କଥା ବୁଝିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟର ବିବାଦୀୟ କୋଟିଆରେ ଭର୍ଚୁଆଲରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମେ ୩ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି।
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଅଟକ ରଖାଯାଇଛି। ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ତେବେ ସୁରେଶ ପଳାସପଲ୍ଲୀ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଥିବା ଜଣାପଡ଼ିଛି।
ପ୍ରଶାସନରେ ରହିବ ସ୍ୱଚ୍ଛତା, ବ୍ୟବହାର ହେବ ଅତ୍ୟାଧୁନିକ। ଜ୍ଞାନକୌଶଳ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ପଞ୍ଚମ ପାଳି ଆରମ୍ଭ କରିଥିଲା ବିଜେଡି ସରକାର। ଶାସନରେ ସ୍ୱଚ୍ଛତା ରଖିବା ଲାଗି ସରକାରଙ୍କ ନିଷ୍ପତ୍ତି ସଂପର୍କିତ ସବୁ ଚିଠି ଇ-ଡେସପ୍ୟାଚରେ ଅପଲୋଡ୍ କରିବାକୁ ସ୍ଥିର ହୋଇଥିଲା।
କେବେ ଫିଟିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁର ଗୁମର? ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା
ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୬, ୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ, ଯାହାକି ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ। ପୂର୍ବତଟ ରେଲେଓ୍ୱ ପକ୍ଷରୁ ଆଜି ଏ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି।
ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ କଳ୍ପନା କରିନଥିବେ। କିଏ କିଛି ନିଆରା ଉପହାର ଦେବାକୁ ଚିନ୍ତା କରୁଥିବ ତ ଆଉ କିଏ ନୂଆ ସ୍ଥାନକୁ ବୁଲିବାକୁ ପ୍ଲାନ କରୁଥିବେ। ଏଠାରେ ଆମେ କହିରଖୁଛି ଯେ, ଆପଣମାନେ ସମସ୍ତେ ପ୍ରତିଦିନ ଗଣମାଧ୍ୟମରେ ଅନେକ ସ୍କାମ ବାବଦରେ ଖବର ଦେଖୁଥିବେ। ସୂଚନା ଅନୁସାରେ, TAJ ସମେତ ବିଳାସପୂର୍ଣ୍ଣ […]
ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଂଚିଲା ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ। ଅଧିକ ଖୋଳତାଡ ଲାଗି ରାକେଶକୁ ଭୁବନେଶ୍ୱର ଅଣାଯାଇଥିବା ନେଇ ସୂଚନା ମିଳିଛି।
ସିବିଆଇ ଜାଲରେ ପଡ଼ିଲେ ପୂର୍ବତଟ ରେଲ୍ୱେର ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ରଥଙ୍କ ଘରେ ସିବିଆଇ ରେଡ଼୍ ହୋଇଥିବା ନେଇ ସୂଚନା ମିଳିଛି।
ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। କରୋନା ସଂକ୍ରମଣ କମିଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ ବୋଲି ଜଣାପଡ଼ିଛି। ଚଳିତ ଥର ପ୍ରଶ୍ନକାଳ ମଧ୍ୟ ରହିବ ବୋଲି ଜଣାଯାଇଛି
ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ। ରାକେଶକୁ ଯାଜପୁର କୁଆଖିଆ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ।
କିଛି ଦିନ ଧରି ସାମାନ୍ୟ କମିବା ପରେ ରାଜ୍ୟକୁ ପୁଣିଥରେ ଫେରିଛି ଜାଡ଼। ଗତ ୨ ଦିନ ଧରି ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି।
ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ।
ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ଗସ୍ତକୁ ବିଜେପି ବିରୋଧ କରିଛି। ମାହାଙ୍ଗା ଥାନା ସମ୍ମୁଖରେ ମୁହଁରେ କଳାପଟି ଦେଇ ଧାରଣାରେ ବସିଛି ବିଜେପି। ମାହାଙ୍ଗା ବିଜେପିର ଶତାଧିକ କର୍ମୀ କଟକ ଜିଲ୍ଲା ବିଜେପି ସଭାନେତ୍ରୀ ଯାଜ୍ଞସେନି ଜେନାଙ୍କ ନେତୃତ୍ୱରେ ମାହାଙ୍ଗା ଥାନାରେ ବସିଥିବା ଜଣାପଡ଼ିଛି
କଟକ ଖାନନଗର ପ୍ରସ୍ତାବିତ ନୂଆ ବସ ଟର୍ମିନାଲକୁ ନେଇ ବିଜେଡିରେ ବିବାଦ ତେଜୁଥିବା ବେଳେ ପଦାକୁ ଆସିଛି ନୂଆ ତଥ୍ୟ। ପୂର୍ବରୁ ମୈତ୍ରୀ ସଂସଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଗୋପାଳପୁରରେ ବସ ଟର୍ମିନାଲ ହେବ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ କରିଥିଲେ।
କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧିନରେ ଓଡ଼ିଶାକୁ ଅତିରିକ୍ତ ୩୨୦ କୋଟି ୯୪ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କଲେ କେନ୍ଦ୍ର ସରକାର।
ଏଣିକି ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ। ପ୍ରାୟ ୧୧ମାସ ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ। କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ।