• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

netaji-bus-terminal
ବସ ଟର୍ମିନାଲକୁ ନେଇ ବଢିବାରେ ଲାଗିଛି ବିବାଦ

କଟକ ଖାନନଗର ପ୍ରସ୍ତାବିତ ନୂଆ ବସ ଟର୍ମିନାଲକୁ ନେଇ ବିଜେଡିରେ ବିବାଦ ତେଜୁଥିବା ବେଳେ ପଦାକୁ ଆସିଛି ନୂଆ ତଥ୍ୟ। ପୂର୍ବରୁ ମୈତ୍ରୀ ସଂସଦ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାରେ ଗୋପାଳପୁରରେ ବସ ଟର୍ମିନାଲ ହେବ ବୋଲି ସରକାର ହାଇକୋର୍ଟରେ ସତ୍ୟପାଠ କରିଥିଲେ।

  • Wednesday, 14 July 2021
dharmendra
ଓଡ଼ିଶାକୁ କେନ୍ଦ୍ର ମଞ୍ଜୁର କଲା ୩୨୦ କୋଟି ୯୪ ଲକ୍ଷ ଟଙ୍କା

କେନ୍ଦ୍ର ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧିନରେ ଓଡ଼ିଶାକୁ ଅତିରିକ୍ତ ୩୨୦ କୋଟି ୯୪ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କଲେ କେନ୍ଦ୍ର ସରକାର।

  • Wednesday, 14 July 2021
office
ଏଣିକି ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍

ଏଣିକି ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ। ପ୍ରାୟ ୧୧ମାସ ପରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ୧୦୦ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ କରିବ। କିନ୍ତୁ ପୂର୍ବଭଳି ସମସ୍ତ ଶନିବାର ସରକାରୀ ଛୁଟି ରହିବ।

  • Wednesday, 14 July 2021
12-phulajhra
RD ଛାତ୍ରୀ ମୃତ୍ୟୁ ମାମଲା: ଘଟଣା ଦିନ ଗେଷ୍ଟ୍ ହାଉସରେ ଥିଲେ ଝରାଫୁଲ?

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ଆସିଲା ଚାଂଚଲ୍ୟ କର ତଥ୍ୟ। ମିଳିଥିବା ସୂଚନା ଅନୁସାରେ, ଘଟଣା ଘଟିବା ଦିନ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ  ଝରାଫୁଲ ଥିଲେ ବୋଲି ଜଣାଯାଇଛି ଧର୍ମବିହାର ଲେନ୍-୬ରେ ଥିବା ଏକ ଗେଷ୍ଟ ହାଉସରେ ହିଁ ରହିଥିଲେ ଝରାଫୁଲ।

ofc-time
ସାଢ଼େ ୫ ବାଜିଲେ ମହିଳା କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଜାରି ହେଲା ନିର୍ଦ୍ଦେଶନାମା

ଘଣ୍ଟାରେ ସାଢ଼େ ୫ଟା ବାଜିଲା ତ ଅଫିସ୍ ଛାଡ଼ିବାକୁ ପଡ଼ିବ। ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ।

  • Wednesday, 14 July 2021
maharathi-pipili
ପିପିଲିରେ ମହାରଥୀଙ୍କ ଉତ୍ତରାଧିକାରୀ ଭାବେ କାହାକୁ ବାଛିବ ବିଜେଡି: ପୁଅ ରୁଦ୍ର ନା ପତ୍ନୀ ପ୍ରତିଭା

ମହାରଥୀ ଲେଗେସିକୁ କିଏ ବଢାଇବ? ଆଗକୁ ପିପିଲିରେ ଉପ ନିର୍ବାଚନ ଆସନ୍ନ ମହାରଥୀଙ୍କ ପରିବାରରୁ ଟିକେଟ ପାଇଁ ପୁଅ ଏବଂ ପତ୍ନି ଉଭୟ ଲବି କରୁଥିବା ଚର୍ଚ୍ଚା ହେଉଛି।

  • Wednesday, 14 July 2021
child-rape
ଥମୁନି କୁନିଝିଅଙ୍କ ପ୍ରତି ପାଶବିକ ଅତ୍ୟାଚାର, ନୃଂଶସତା

ରାଜ୍ୟରେ ଥମୁନି ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର। ବ୍ରହ୍ମପୁର ନିକଟ ସୋରଳରେ ଜଣେ ୮ ବର୍ଷର କୁନି ଝିଅ ପ୍ରତି ହୋଇଥିବା ନୃଶଂସତା ସବୁ ସୀମା ଟପିଯାଇଛି। କୁନି ଝିଅର ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ।

  • Wednesday, 14 July 2021
rape
ଦୁଷ୍କର୍ମ ଉଦ୍ୟମରେ ସଫଳ ନହେବାରୁ ଶିଶୁକନ୍ୟାର ଗଳା କାଟିଲା ଦୁର୍ବୃତ୍ତ?

ଦୁଷ୍କର୍ମକୁ ପ୍ରତିହତ କରିବାରୁ ଶିଶୁକନ୍ୟାର ଗଳାକାଟି ଦେଲା ଅଭିଯୁକ୍ତ। ଗୋଳନ୍ଥରା ଥାନା ସୋରଳ ଗାଁରେ ଶିଶୁକନ୍ୟା ଗଳାକାଟିବା ଘଟଣାରେ ଆସିଲା ଚାଂଚଲ୍ୟକର ତଥ୍ୟ

  • Wednesday, 14 July 2021
Child
ରିଷ୍ଟ ଖଣ୍ଡନ ଲାଗି ନିଜ ସନ୍ତାନକୁ କୁକୁର ସହ ବିବାହ କରାଇଲେ ପରିବାର ଲୋକ

ମୟୁରଭଞ୍ଜ – ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ନିଜ ସନ୍ତାନଙ୍କ ବାହାଘର କଲେ ପରିବା ଲୋକେ। ଆଉ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲାରେ। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର (ହୋ) ସଂପ୍ରଦାୟର ଲୋକେ କୁକୁର ସହ ନିଜ ସନ୍ତାନଙ୍କ ବିବାହ କରିଥାନ୍ତି। ଏହି ପରମ୍ପରା ୧୦୦ ବର୍ଷ ପୁରୁଣା ବୋଲି କୁହାଯାଏ।  ହୋ ସଂପ୍ରଦାୟରେ ଶିଶୁ ଜନ୍ମ […]

  • Wednesday, 14 July 2021
Tree man
ଗଛ ବଞ୍ଚିଲେ ଆମେ ବଞ୍ଚିବା: ଜୀବନ କାଳରେ ଲଗାଇଲେଣି ୨୫ ହଜାର ଗଛ

ଗଛ ଯାହାଙ୍କ ପାଇଁ ଜୀବନ, ଗଛର ଯତ୍ନ ନେବା ତାଙ୍କର ଏକ ମାତ୍ର କର୍ତ୍ତବ୍ୟ ବୋଲି ନିଜେ ଭାବିନେଇଛନ୍ତି। ମୟୁରଭଞ୍ଜ କପ୍ତିପଦା ବ୍ଲକ ଜଡ଼ିଦାଗାଁର ଶ୍ରୀନାଥ ପାତ୍ର।

  • Wednesday, 14 July 2021
mandi
ଟାର୍ଗେଟ ଆସିନାହିଁ, ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ପିଛା ଛାଡୁନାହିଁ ଚାଷୀଙ୍କ ମଣ୍ଡି ଟେନସନ। ଡିସେମ୍ବର ମାସ ଯାଇ ଜାନୁଆରୀ ସରିବାକୁ ବସିଲାଣି, ଏପଟେ ମୁଣ୍ଡ ଉପରେ ଘୋଟି ରହିଛି ମେଘ। କିନ୍ତୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ଗଦା ହୋଇ ରହିଛି।

  • Wednesday, 14 July 2021
puri
ସେବକଙ୍କ ମଧ୍ୟରେ ବିବାଦ ଲାଗି ୫ ଘଣ୍ଟା ଡ଼େରିରେ ହେଲା ସୁନାବେଶ

୫ ଘଣ୍ଟା ବିଳମ୍ବରେ ସୁନାବେଶ ଶ୍ରୀକ୍ଷେତ୍ରରେ ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ବେଶରେ ବିଳମ୍ବ ଆପୋସ ଆଲୋଚନା ପରେ ବିଳମ୍ବରେ ଆରମ୍ଭ ହେଲା ସୁନାବେଶ ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ ଭକ୍ତଙ୍କୁ ମହାପ୍ରସାଦ ମିଳିନଥିବା ସୂଚନା ପୁରୀ (ମଧୁସୂଦନ ମିଶ୍ରୀ/ପ୍ରଦୀପ ମହାନ୍ତି): ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ହେତୁ, ବେଶରେ […]

  • Wednesday, 14 July 2021
tiger
ବାର୍ହା ଫାସରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଭଞ୍ଜନଗର: (ରାଜେଶ କୁମାର ପଣ୍ଡା) ବାର୍ହା ଫାଶରେ ଫସିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି। ଭଞ୍ଜନଗର ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାରହା ଫାଶରେ ପଡିଯାଇଥିଲା ଏକ କଲରାପତରିଆ ବାଘ। ତେବେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ହେଲେ ଲୋକଙ୍କୁ ଦେଖି ବାଘ ଭୟରେ ଛାଟିପିଟି ହୋଇ ଫାଶରୁ ଖସି ଜଙ୍ଗଲ ମଧ୍ୟକୁ ପଳାଇଥିଲା ବାଘ ଦେହରେ ଜାଲର କିଛି ଅଂଶ ଲାଗି ରହିଥିଲା ପରେ ବନବିଭାଗ କର୍ମଚାରୀ […]

  • Wednesday, 14 July 2021
hacked to death
ଗାଁ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବ୍ରହ୍ମପୁର :(ଅଶୋକ ବ୍ରହ୍ମା) ଗାଁ ଗଣ୍ଡଗୋଳରୁ ଜଣକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହୀରାପଲୀ ଗାଁରେ ଏହି ଘଟଣା ଘଚିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହୀରାପଲୀ ଗାଁର ପ୍ରଭାକର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ ତାଙ୍କ ଜମିରେ ଗ୍ରାମବାସୀ ଜୋର ଜବରଦସ୍ତ ଆସି ଘର କାମ ପାଇଁ ପଥର ପକାଇଥିଲେ । ତେବେ ଏହାକୁ ନେଇ ପ୍ରଭାକର ପ୍ରତିବାଦ କରିବାରୁ ତାଙ୍କୁ […]

  • Wednesday, 14 July 2021
murder
ଗଳାକାଟି ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ

୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ରହିଛି।  ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ MKCGରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା।

  • Wednesday, 14 July 2021
jee
ବିନା ଏଣ୍ଟ୍ରାନ୍ସରେ ଏ ବର୍ଷ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍

ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍। କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • Wednesday, 14 July 2021
rason
ରାଜ୍ୟରେ ପିଡିଏସ୍ ସାମଗ୍ରୀର ଚାଲିଛି ବେଧଡକ୍ ହରିଲୁଟ୍

ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ପିଡିଏସ୍ ସାମଗ୍ରୀର ହରିଲୁଟ୍। ୨ ଲକ୍ଷରୁ ଅଧିକ ଜାଲ୍ ରାସନ କାର୍ଡରେ ନିୟମିତ ଉଠୁଛି ଚାଉଳ ଓ ଗହମ ବୋଲି ଜଣାପଡ଼ିଛି। ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ରାସନକାର୍ଡ ହିତାଧିକାରୀଙ୍କ ପିଛା ଘୋଷଣା କରିଥିବା ହଜାରେ ଟଙ୍କା ଲେଖାଏଁ ସହାୟତା ବଣ୍ଟନରୁ ପଦାକୁ ଆସିଛି ଏହି ସତ

  • Wednesday, 14 July 2021
corona
୭ ମାସ ପରେ ୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

  • Wednesday, 14 July 2021
police
ପୋଲିସ ପଦକ ଘୋଷଣା : ଜାଣନ୍ତୁ କିଏ କିଏ ପାଇବେ ମେଡ଼ାଲ

ଉଲ୍ଲେଖନୀୟ ସେବା ପାଇଁ ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାରଙ୍କୁ ମିଳିବ ପୋଲିସ ପଦକ। ସେହିପରି ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ମିଳିବ ବୋଲି ସୂଚନା ମିଳିଛି।

  • Wednesday, 14 July 2021
corona
୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

  • Wednesday, 14 July 2021
Anugul
ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

ପୋଲିସ ଓ ପ୍ରଶାସନଠୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବିଧବା ମହିଳା। ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି।

  • Wednesday, 14 July 2021
OTV-khabar-corona
୨୪ ଘଣ୍ଟାରେ ୧୫୦ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

  • Wednesday, 14 July 2021
blind-marriage
ଏମାନେ କେହି କାହାକୁ ଦେଖିପାରନ୍ତି ନାହିଁ, କିନ୍ତୁ ପରସ୍ପର ମିଶି ଦେଖିଛନ୍ତି ଆଗାମୀ ଦିନର ସ୍ୱପ୍ନ

ସେମାନେ ଦୃଷ୍ଟିବାଧିତ। ତଥାପି ବାଛି ପାରିଛନ୍ତି ଜୀବନ ସାଥୀ। ହୃଦୟରେ ପରସ୍ପରକୁ ଅନୁଭବ କରି ସାତ ଜନ୍ମର ସାଥୀ ପାଲଟି ଯାଇଛନ୍ତି ରିନୁ ଓ ମୁନା। କଟକ ଚୌଦ୍ୱାର ଶିମିଳାହାଣ୍ଡି ଗାଁର ଏହି ଯୁବକ ଯୁବତୀଙ୍କ ନିଆରା ଢଙ୍ଗରେ ହୋଇଛି ବାହାଘର। ଭୋଜିଭାତର ଆୟୋଜନ ସହ ଆଖପାଖ ଅଂଚଳର ଲୋକଙ୍କୁ ଡାକି ଆପ୍ୟାୟିତ କରାଯାଇଛି।

  • Wednesday, 14 July 2021
karanjia
ହାତୀ ପାଇଁ ତାତିଥିଲେ ଲୋକେ ଆଉ ଫସିଗଲେ ବିଧାୟିକା?

ହାତୀ ଉପଦ୍ରବ ପାଇଁ ହୀନସ୍ତା ହେଉଥିବା ଜନତା ଦେଲେ ନେତାଙ୍କୁ ଶିକ୍ଷା। ଲୋକଙ୍କ ଆକ୍ରୋଶର ପରିଣାମ ଭୋଗିବାକୁ ପଡ଼ିଲା ମୟୁରଭଞ୍ଜ କରଞ୍ଜିଆର ବିଜେଡି ବିଧାୟିକାଙ୍କୁ । ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ବିଧାୟିକାଙ୍କୁ ୭ କିଲୋମିଟର ଚଲାଇ ନେଇ ଉଜୁଡ଼ା ଫସଲର ଚିତ୍ର ଦେଖାଇଲେ, କ୍ଷତିପୂରଣ ଦାବି କରି ହକ୍ ମାଗିଲେ

  • Wednesday, 14 July 2021
vaccine
ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ

ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ। ଆସନ୍ତା ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ।

  • Wednesday, 14 July 2021