Advertisment

ଭୁବନେଶ୍ୱରରେ ପହଞ୍ଚିଲା ରାକେଶ: ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ କେବେ ?

ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଂଚିଲା  ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ। ଅଧିକ ଖୋଳତାଡ ଲାଗି ରାକେଶକୁ ଭୁବନେଶ୍ୱର ଅଣାଯାଇଥିବା ନେଇ ସୂଚନା ମିଳିଛି।

author-image
Sarbeswar
ଭୁବନେଶ୍ୱରରେ ପହଞ୍ଚିଲା ରାକେଶ: ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ କେବେ ?

jharaphula

ଭୁବନେଶ୍ୱର:(ଆଲୋକ ମହାନ୍ତି) ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଂଚିଲା  ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ। ଅଧିକ ଖୋଳତାଡ ଲାଗି ରାକେଶକୁ ଭୁବନେଶ୍ୱର ଅଣାଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଧର୍ମବିହାରରେ ଯେଉଁ ଗେଷ୍ଟହାଉସରେ ମୃତ୍ୟୁ ପୂର୍ବଦିନ ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ରାତ୍ରୀଯାପନ କରିଥିଲେ ସେଠାରେ ପହଂଚି ଅଧିକ ତନାଘନା କରୁଛି ଯାଜପୁର ପୋଲିସ।

Advertisment

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧିର ଗତକାଲି ଥିଲା ଦ୍ୱିତୀୟ ଦିନ। ପୋଲିସ୍‌  ରାକେଶଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା। ଝରାଫୁଲଙ୍କ ମୃତଦେହକୁ କିପରି ନେଇଥିଲେ ଓ କେମିତି ଫିଙ୍ଗିଥିଲେ ତା’ର ପୂରା ଡେମୋ କରି ଦେଖାଇଥିଲେ ରାକେଶ। ଏହାପରେ ତାଙ୍କୁ ପୁଣି କୁଆଖିଆ ଥାନାକୁ ଅଣାଯାଇଥିଲା।

Advertisment

ଭୁବନେଶ୍ୱର ଧର୍ମ ବିହାର ଗେଷ୍ଟ୍‌ ହାଉସ୍‌ ଓ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ସମୟର ସିସିଟିଭି ଫୁଟେଜକୁ ଆଧାର କରି ଅଧିକ ତଦନ୍ତ କରାଯିବ। ଭିସେରା ରିପୋର୍ଟ ଲାଗି ଝରାଫୁଲଙ୍କ ମୃତଦେହର ଅଂଶବିଶେଷ ପରୀକ୍ଷା ପାଇଁ ଭୁବନେଶ୍ୱର ଲାବ୍ରୋଟୋରିକୁ ପଠାଯାଇଥିବା ମଧ୍ୟ ଜଣାପଡ଼ିଛି।  ଅନ୍ୟପକ୍ଷେ,ରାକେଶଙ୍କ ଆଉ ଜଣେ ସହଯୋଗୀ ଫେରାର ଥିବାରୁ ତାଙ୍କୁ ଧରିବା ଲାଗି ପୋଲିସ୍‌ ତନାଘନା କରୁଛି।

Advertisment
Advertisment