ହାତୀ ଉପଦ୍ରବ ପାଇଁ ହୀନସ୍ତା ହେଉଥିବା ଜନତା ଦେଲେ ନେତାଙ୍କୁ ଶିକ୍ଷା। ଲୋକଙ୍କ ଆକ୍ରୋଶର ପରିଣାମ ଭୋଗିବାକୁ ପଡ଼ିଲା ମୟୁରଭଞ୍ଜ କରଞ୍ଜିଆର ବିଜେଡି ବିଧାୟିକାଙ୍କୁ । ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ବିଧାୟିକାଙ୍କୁ ୭ କିଲୋମିଟର ଚଲାଇ ନେଇ ଉଜୁଡ଼ା ଫସଲର ଚିତ୍ର ଦେଖାଇଲେ, କ୍ଷତିପୂରଣ ଦାବି କରି ହକ୍ ମାଗିଲେ
ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ। ଆସନ୍ତା ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବ।
ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ
ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ରାହା ଦେଖାଇବ ପରୀକ୍ଷା ଦର୍ପଣ। ସମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ରାଜ୍ୟର ସମସ୍ତ ପରୀକ୍ଷାର୍ଥୀଙ୍କୁ ୭ ଶହ ପୃଷ୍ଠା ସମ୍ବଳିତ ଅଭ୍ୟାସ ପୁସ୍ତିକା। ପରୀକ୍ଷା ଦର୍ପଣକୁ ମାଗଣାରେ ଯୋଗାଇବେ ରାଜ୍ୟ ସରକାର।
ରାଜ୍ୟରେ ୨୪ ଘଣ୍ଟାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୮୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଖାଦ୍ୟ ନାଁରେ ବିଷ ବେପାର। ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ
ତତ୍ପପାଣି ଘାଟିକୁ ନେଇ ଥମିବାରେ ନା ନେଉନାହିଁ ଚର୍ଚ୍ଚା। ସମସ୍ତଙ୍କ ମନେଥିବ ଗତବର୍ଷ ଠିକ୍ ଏହି ଜାନୁୟାରୀ ମାସ ୨୯ ତାରିଖର ଭୟଙ୍କର ସଡ଼କ ଦୁର୍ଘଟଣାର କଥା।
ଚାଉଳ ପ୍ରସଙ୍ଗରେ ସରଗରମ ରାଜ୍ୟ ରାଜନୀତି। ହେଲେ ଏଥର ଆଉ ଟଙ୍କିକିଆ ଚାଉଳ ନୁହେଁ ବିଜେଡି ହାଣ୍ଡିରେ ଉଷୁନା, ଆଉ ବିଜେପି ହାଣ୍ଡିରେ ଫୁଟୁଛି ଅରୁଆ। ଚାଉଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳ
ଆଜିଠୁ ଆରମ୍ଭ ହୋଇଛି ସଡ଼କ ସୁରକ୍ଷା ମାସ। ପୂର୍ବରୁ ସପ୍ତାହେ ବ୍ୟାପୀ ଚାଲୁଥିବା ଏହି କାର୍ଯ୍ୟକ୍ରମ ଏଥର ମାସେ ଯାଏଁ ଚାଲିବ। ଉଦ୍ଦେଶ୍ୟ ହେଉଛି, ସୁରକ୍ଷିତ ଗାଡି ଚାଳନା ନେଇ ଲୋକଙ୍କୁ ସଚେତନ କରିବା ଏବଂ ଦୁର୍ଘଟଣା କମାଇବା। ପ୍ରତିବର୍ଷ ଏଭଳି ଗଣ୍ଡା ଗଣ୍ଡା କାର୍ଯ୍ୟକ୍ରମ କରାଯାଉଛି
ବିଜୁ ସେତୁ ଭୁଶୁଡିବା ଘଟଣାରେ ଗିରଫ ହୋଇଛନ୍ତି ସହକାରୀ ଯନ୍ତ୍ରୀ ଅସିତ ପାତ୍ର। ମିଳିଥିବା ସୂଚନା ଅନୁସାରେ,AE ଅସିତ ପାତ୍ରଙ୍କୁ ଟିକିରିରୁ ଗିରଫ କରିଛି ଉମରକୋଟ ପୋଲିସ। ତେବେ ଗିରଫ ସମ୍ପର୍କରେ ସୂଚନା ଦେଇଛନ୍ତି SDPO ହେମନ୍ତ କୁମାର ପାଢ଼ୀ
ବେଆଇନ ଗୋ ଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଜବତ କରାଯାଇଛି। ତେବେ ଏହି ଗାଡ଼ିରୁ ଶହେରୁ ଅଧିକ ଗୋରୁ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି। ବାଲେଶ୍ୱର ସିମୁଳିଆ ଥାନା ଅଂଚଳରେ ଗୋଚାଲାଣ ଅଭିଯୋଗରେ ୬ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି ସିମୁଳିଆ ପୋଲିସ।
୨୪ ଘଣ୍ଟାରେ ରାଜ୍ୟରେ ୧୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ, କ୍ୱାରେଣ୍ଟିନରୁ ୧୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେପଟେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ ଥିବା କହିଛନ୍ତି କୋର୍ଟ, ଆଉ ୨ ମାସ ସମୟ ଦେଇଛନ୍ତି। ସୂଚନା ଅଧିକାର ତଥ୍ୟ ପରେ ଚିଠି ମିଳିଥାଇପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ନିଶିକାନ୍ତ ମିଶ୍ର।
ଏହି ପ୍ରକଳ୍ପ ଦ୍ୱାରା ଜୟପାଟଣା, କୋକସରା ଏବଂ ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତର ୨୫ ହଜାର ୨୭୫ ହେର ଜମି ଜଳସେଚିତ ହେବ ଫଳରେ ୩ ଲକ୍ଷରୁ ଅଧିକ ଚାଷୀ ସିଧାସଳକ ଉପକୃତ ହେବେ।
ମକର ବୁଡ଼ ପକାଇବାକୁ ଯାଇଥିବା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘଟଣାଟି ମୟୂରଭଞ୍ଜ ବାରିପଦାରେ ଘଟିଛି। ତେବେ ଘଟଣା ସମ୍ପର୍କରେ ଟାଉନ ଥାନାରେ ଏତଲା ପରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ନେଇ ମଧ୍ୟ ସୂଚନା ରହିଛି। ତେବେ ଆଜି ମକର ବୁଡ ପକାଇବାକୁ ଭୋର ସମୟରୁ ଘରୁ ବାହାରିଥିଲେ ଗଣଦୁଷ୍କର୍ମର ଶିକାର ହୋଇଥିବା ସମ୍ପୃକ୍ତ ଯୁବତୀ।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ, କ୍ୱାରେଣ୍ଚଟିନରୁ ୧୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ପୂର୍ବଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ ହେଲେ ଏବେବି ପିଛା ଛାଡିନାହିଁ ଭୟ।
ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କର ୬୨ବର୍ଷରେ ହୃଦଘାତରେ ଦେହାନ୍ତ ହୋଇଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତେବେ ପ୍ରଥମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା। ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମସକୁ ସ୍ଥାନାନ୍ତରିତ କରାଯାଇଥିଲା।
ଜୀବନ ସହ ଖେଳ। କିଡନି ଯୋଗାଇ ଦେବାକୁ କହି ସାଢେ ୫ ଲକ୍ଷ ଟଙ୍କା ଲୁଟିଥିବା ଯୁବକ ଗିରଫ ହୋଇଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ, ଗିରଫ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନୂଆପଡ଼ା ଅଞ୍ଚଳର ହିମାଂଶୁ ଭୂଷଣ ନନ୍ଦ। ୨୦୧୯ ମସିହା ଏପ୍ରିଲ ମାସ ୧୯ ତାରିଖରେ ବାଲେଶ୍ୱର ଜିଲ୍ଲା ରୁପ୍ସା ରାଉତପଡ଼ାର ପ୍ରତାପ ଚନ୍ଦ୍ର ମିଶ୍ରଙ୍କର କିଡନି ଆବଶ୍ୟକ ଥିଲା।
ପୁରୀବାସୀଙ୍କ ପାଇଁ ଖୁସି ଖବର। ଚଳିତ ବର୍ଷଠାରୁ ହିଁ ପୁରୀ ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ। ମିଳିଥିବା ସୂଚନା ଅନୁସାରେ, ମାତ୍ର ଶହେଟି ସିଟରେ ଆଡମିଶନ ପାଇଁ ଅନୁମତି ମିଳିଛି। ଏଣୁ ଚଳିତ ବର୍ଷରୁ ପାଠପଢ଼ା ଆରମ୍ଭ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି କହିଛନ୍ତି।
ଭୁବନେଶ୍ୱର: ମୟୂରଭଞ୍ଜରେ ବିଜୁ ବାବୁଙ୍କୁ ଅସମ୍ମାନ ଅଭିଯୋଗ ଘଟଣାରେ ଦୁଇ ଦଳ ମଧ୍ୟରେ ଚାଲିଲା ଟ୍ୱିଟର ୱାର। ଘଟଣାକୁ ନେଇ ବିଜେଡି ବିଧାୟକ(ଯାଜପୁର) ପ୍ରଣବ ପ୍ରକାଶ ଦାସଙ୍କୁ ଟ୍ୱିଟରରେ ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ ଟ୍ୱିଟରରେ ଉଲ୍ଲେଖ କରି କହିଛନ୍ତି ଯେ, ଦୁର୍ନୀତି ମୁଖା ଖୋଲିବା ପରେ ହିଂସ୍ର ହୋଇ ଉଠୁଛି ବିଜୁ ଜନତା ଦଳ। ବିଜୁ ବାବୁଙ୍କୁ ସମ୍ମାନ ନାଁରେ ବିଜେଡି ଭଡ଼ାଟିଆ ଗୁଣ୍ଡା ଲଗେଇ ପ୍ରତିଷ୍ଠିତ ଆଦିବାସୀ ମହିଳାଙ୍କୁ ଦୁର୍ବ୍ୟବହାର […]
ଚିତ୍ରକୋଣ୍ଡା: (ରିପୋର୍ଟ- ରତ୍ନାକର ପ୍ରଧାନ)ପୋଲିସ ଲୋଗୋ ଲଗାଇ ଗଂଜେଇ ଚୋରା ଚାଲାଣ। ପୋଲିସ ଡ୍ରେସ୍ ପିନ୍ଧି ଗାଡ଼ିରେ ପୋଲିସ ଲୋଗୋ ଲଗାଇ ଏଭଳି ଅଭିନବ ଉପାୟରେ ଗଂଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ଅଭିଯୁକ୍ତ। ମାଲକାନଗିରି ଓରକେଲ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧ କ୍ୱିଣ୍ଟାଲ ଗଂଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତମାନେ ହେଲେ ରାଜୁ ଖରିଫା, ରାଜୀବ କୁମାର ଓ ଆକାଶ କୁମାର। ଦୁଇ […]
"ଭାରତୀୟ ଜନତା ପାର୍ଟି ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ହୁକୁୁମ ଚଳାଇବା ପାଇଁ ନୁହେଁ, ବରଂ ଲୋକଙ୍କ ସେବା କରିବା ପାଇଁ ବିଜେପି କ୍ଷମତାକୁ ଆସିବାକୁ ଚାହୁଁଛି"। ତେବେ ନିଜର ବ୍ରହ୍ମପୁରର ଗସ୍ତରେ ଆବସରରେ ଦଳୀୟ କର୍ମୀଙ୍କୁ କିଛି ଏପରି ସମ୍ବୋଧନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡ଼ି. ପୁରନ୍ଦେଶ୍ୱରୀ।
କଟକ: ଆଠଗଡରେ ପୋଲିସ ଉପରକୁ ବୋମାମାଡରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ଏକ ସିମେଣ୍ଟ କାରଖାନାକୁ ବିଦ୍ୟୁତ ସଂଯୋଗ ବେଳେ ଏପରି ଉତ୍ତେଜନା ପ୍ରକାଶ ପାଇଥିବା ନେଇ ସୂଚନା ରହିଛି। ତେବେ ଖୁଣ୍ଟୁଣି ଥାନା ଡ଼ାଳଭାବ ଗାଁରେ ପୋଲିସ ଉପରକୁ ବୋମାମାଡ ହୋଇଛି। ପ୍ରକାଶଯୋଗ୍ୟ, ଯେଉଁମାନଙ୍କ ଜମି ଉପରେ ଟାୱାର ଲାଇନ ଟଣା ହେଉଥିଲା ସେମାନେ କ୍ଷତିପୂରଣ ମାଗିଥିଲେ। ବିନା କ୍ଷତିପୂରଣରେ କେମିତି ତାର ଟଣାଯିବ ସେନେଇ ପ୍ରଶ୍ନ କରିଥିଲେ ଚାଷୀ? #ଆଠଗଡ଼: ପୋଲିସ […]
ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ ହିଂସାକାଣ୍ଡ ବଢି ଚାଲିଛି। ଯେଉଁ ସଂଖ୍ୟାରେ ହିଂସା ବଢୁଛି, ତାହା ତୁଳନାରେ ଦଣ୍ଡ କମ୍ ହେଉଛି- ଏମିତି ଗୁରୁତର ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ରାଜ୍ୟରେ ଆଇନଶୃଙ୍ଖଳାର ବିପର୍ଯ୍ୟୟ ସ୍ଥିତିକୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହ ବିଜେପି କର୍ମୀ ବେଶୀ ଆକ୍ରମଣର ଶିକାର ହେଉଥିବା ସେ ଅଭିଯୋଗ ଆଣିଛନ୍ତି। ଏ ନେଇ ଡିଜିପିଙ୍କୁ ତଥ୍ୟ ସମ୍ବଳିତ ଚିଠି ଲେଖିଛନ୍ତି ସାଂସଦ । ଚିଠିରେ ସେ ଉଲ୍ଲେଖ କରିଛନ୍ତି […]
କଟକ : ରାସ୍ତା ଉପରେ ଭିଏଲଡବ୍ଲୁଙ୍କୁ ଘୋଷାରି ଘୋଷାରି ପିଟିଲେ ମହିଳା। କିଛି ଏମିତି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବଜାରରେ। ମିଳିଥିବା ସୂଚନା ଅନୁସାରେ, ନିଆଳି ପଞ୍ଚାୟତର ୧୦ ନମ୍ବର ଓ୍ୱାର୍ଡର ପୂର୍ବତନ ଓ୍ୱାର୍ଡ ସଭ୍ୟା ହାଜୋ ବିବି ପୂର୍ବତନ ଭିଏଲଡବ୍ଲୁ ତ୍ରିଲୋଚନ ସାହୁଙ୍କୁ ଘୋଷାରି ଘୋଷାରି ବିଚ୍ ରାସ୍ତାରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ପୂର୍ବତନ ଭିଏଲଡବ୍ଲୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆବାସ ଯୋଜନା ନ ଦେବା ଯୋଗୁଁ […]