• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tiger case
ବନ୍ୟଜନ୍ତୁଙ୍କୁ ମାରୁଥିଲେ ଶିକ୍ଷକ ?

କପିଳାସ ବନାଂଚଳରେ ଢେଙ୍କାନାଳ ବନବିଭାଗର ଚଢାଉ। ବିଭିନ୍ନ ଜଙ୍ଗଲ ବନ୍ୟ ଜନ୍ତୁଙ୍କର ଦେହା ବଶେଷ ଜବତ କରାଯାଇଛି । ଏଥିସହ ବନବିଭାଗ ୩ ଜଣଙ୍କୁ ଗିରଫ କରିଛି । ଗିରଫ ମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଶିକ୍ଷକ

  • Wednesday, 14 July 2021
astami
ଅଷ୍ଟମୀ ପାଇଁ ନିଆଳିରୁ ଶ୍ରୀମନ୍ଦିର ଗଲା ପଢୁଆଁ ଭାର

ଆସନ୍ତାକାଲି ପ୍ରଥମାଷ୍ଟମୀ । ପଢୁଆଁ ହେବେ କାଳିଆ ଠାକୁର । ତେବେ ପ୍ରଥମାଷ୍ଟମୀ ପାଇଁ ନିଆଳି ମାଧବରୁ ଶ୍ରୀମନ୍ଦିରକୁ ଗଲା ଅଷ୍ଚମୀ ଭାର । ମହାପ୍ରଭୁଙ୍କ ମାମୁଁଘର ନିଆଳି ମାଧବାନନ୍ଦ ଜିୟୁଙ୍କ ମନ୍ଦିରରୁ ପରମ୍ପରା ଅନୁଯାୟୀ ଭାର ନିଆଯାଇଛି ।

  • Wednesday, 14 July 2021
hemanta
ଲେ।କାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା

ପିପିଇ କିଟ୍ ଓ ମାସ୍କ କିଣା ଦୁର୍ନୀତି ମାମଲାରେ ପୁଣି ଲେ।କାୟୁକ୍ତରେ ହାଜର ହେଲେ IAS ହେମନ୍ତ ଶର୍ମା  । ତେବେ କେବଳ ହେମନ୍ତ ନୁହେଁ ବରଂ ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ ମଧ୍ୟ ହାଜର ହୋଇଛନ୍ତି

  • Wednesday, 14 July 2021
bjpbengal-1605168594
ପରୀ ଘଟଣାକୁ ନେଇ ଜେ।ରଦାର ଆନ୍ଦେ।ଳନ କରୁଛି ବିଜେପି

ପରୀ ହତ୍ୟା ଘଟଣାକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି । ୫ ବର୍ଷ ଝିଅ ପରୀ ହତ୍ୟା ଘଟଣାରେ ବିଜେପି ତାର ଆନ୍ଦେ।ଳନକୁ ତୀବ୍ର କରିଛି

  • Wednesday, 14 July 2021
CHELA KUMAR
ପରୀ ହତ୍ୟା ଘଟଣାକୁ ନେଇ ପୁଣି ମୁହଁ।ମୁହିଁ ହେଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର : ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ପ୍ରଭାରୀ ଚେଲ୍ଲାକୁମାରା । ସେ କହିଛନ୍ତି ଯେ, ସରକାରଙ୍କ ଉପରେ କଂଗ୍ରେସ ହିଁ ଚାପ ସୃଷ୍ଟି କରିଥିଲା ।  SIT ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା । ହେଲେ ଅଭିଯୁକ୍ତଙ୍କୁ କାହିଁକି ଘଣ୍ଟ ଘୋଡ଼ା ଯାଉଛି ବୋଲି ଚେଲ୍ଲାକୁମାର ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସନ୍ଦେହ ସୃଷ୍ଟି କରିଛି । ବିଜେପି ଜାଣିଶୁଣି କଂଗ୍ରେସ ଉପରେ ଅଭିଯୋଗ କରି […]

  • Wednesday, 14 July 2021
elephant
ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ ଦେଲେ ଡିଆରଏମ

ରେଢ଼ାଖୋଲ ହାତୀ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସମ୍ବଲପୁର ଡିଆରଏମ । ତେବେ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ପରେ ଖୋଳତାଡ଼ ଆରମ୍ଭ କରିଛନ୍ତି ବିଭାଗୀୟ ଅଧିକାରୀ । କାହିଁକି ଓ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ସେନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • Wednesday, 14 July 2021
winter
ଶୀତରେ ଥରୁଛି ସାରା ରାଜ୍ୟ

ସାରା ରାଜ୍ୟରେ ଜାରି ରହିଛଇ ଶୀତ ଲହରୀ । ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲେ।କେ । ଶୀତ ବଢୁଥିବାରୁ ସହର ମଧ୍ୟରେ ଯାତାଆତ ବି ଅନେକ ସ୍ଥାନରେ ବାଧାପ୍ରାପ୍ତ ହେ।ଇଛି । କହିବାକୁ ଗଲେ ବିଶେଷ କରି କନ୍ଧମାଳ ଜିଲ୍ଲାରେ ଶୀତର ପ୍ରକେ।ପ ଅଧିକ ରହିଛି

  • Wednesday, 14 July 2021
looty
ସୁନା ଚେନ ଲୁଟ କରି ଫେରାର ହେଉଥିବା ବେଳେ ଧରାପଡିଲା ଅପରାଧୀ

ରାଜପଥରେ ବଢିଚାଲିଛି ରାହାଜାନୀ । ଜାତୀୟ ରାଜପଥରୁ ମହିଳାଙ୍କଠାରୁ ଚେନ୍ ଲୁଟି ଫେରାର ବେଳେ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲେ।କେ । ତେବେ ଫାଙ୍କା ଗୁଳିଚାଳନା କରି ଅନ୍ୟ ଜଣେ ଫେରାର ହେ।ଇଥିବା ସୂଚନା ରହିଛି

  • Wednesday, 14 July 2021
pari
ପରୀ ହତ୍ୟାକାରୀ ଧରାପଡିବ କେବେ ?

ଥମିବାରେ ନା ନେଉନାହିଁ ପରୀ ମୃତ୍ୟୁ ପ୍ରସଙ୍ଗ । ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ ଜେ।ରଦାର କରିଛି SIT  । ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା କରିଛି ଯାଞ୍ଚ ଏଜେନ୍ସି

  • Wednesday, 14 July 2021
bijoy
ରଥ ନିର୍ମାଣକୁ ନେଇ ତେଜିଲା ରାଜନୀତି, କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ଘୋଷଯାତ୍ରା ଏବେ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଇଛି। ଇତି ମଧ୍ୟରେ ରଥ ନିର୍ମାଣ ପ୍ରସଙ୍ଗକୁ ନେଇ କାଦୁଅଫିଙ୍ଗା ଚାଲିଲାଣି। କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଲା ରାଜ୍ୟ। ଲକ୍ ଡାଉନ୍ ଥିବାରୁ ରଥ କାମ ହେବ କି ନାହିଁ ଅନୁମତି ଲୋଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ଅନୁମତି ଲୋଡ଼ିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। ପୂର୍ବରୁ ରଥ ନିର୍ମାଣ ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମତି ଲୋଡ଼ିଥିଲା। ରାଜ୍ୟ ସରକାରଙ୍କ ଅନୁମତି […]

  • Wednesday, 14 July 2021
wine
ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? କଣ କହୁଛି OTV ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବା ଉଚିତ୍ କି? ଓଟିଭି ସୋସିଆଲ ମିଡିଆରେ କରାଯାଇଥିବା ସର୍ଭେରେ ବହୁସଂଖ୍ୟାରେ ଫଲୋଅର ଭାଗ ନେବା ସହ ନିଜର ମତାମତ ରଖିଛନ୍ତି। ତେବେ ଆମ ସୋସିଆଲ ମିଡିଆର ଅଧିକାଂଶ ଫଲୋଅର ମଦ ଦୋକାନ ଖୋଲାଯିବାକୁ ବିରୋଧ କରିଛନ୍ତି। ଓଟିଭି ଫେସବୁକ୍‌ରେ କରାଯାଇଥିବା ସର୍ଭେରେ ଏବେ ସୁଦ୍ଧା ୨୭ ହଜାରରୁ ଅଧିକ ଫଲୋଅର ନିଜ ନିଜ ମତ ରଖିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୭୯ ପ୍ରତିଶତ କହିଛନ୍ତି ଯେ, ଏବେ […]

  • Wednesday, 14 July 2021
kan
ପୋଲିସ ଆଗରେ ଗ୍ରାମବାସୀଙ୍କ କଙ୍ଗାରୁ କୋର୍ଟ, ମହିଳାଙ୍କୁ ଆଣ୍ଠେଇ ଭୁଲ ମଗାଇଲେ

କେନ୍ଦ୍ରାପଡା: ପୋଲିସ ସାମ୍ନାରେ ମହିଳାଙ୍କୁ ନିର୍ଯାତନା। ଠକେଇ ଅଭିଯୋଗରେ ଜଣେ ମହିଳାଙ୍କୁ ଆଣ୍ଠେଇ ଭୁଲ ମାଗାଇଲେ ସ୍ଥାନୀୟ ବାସିନ୍ଦା। ପୋଲିସ ଉପସ୍ଥିତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ରଙ୍କାଳ ଗାଁରେ। ଅଭିଯୋଗ ଅନୁସାରେ, ପିଲାଙ୍କୁ ଖାଦ୍ୟ ଯୋଗାଇବା ନାଁରେ ରଙ୍କାଳ ଗାଁରେ ଲୋକଙ୍କ ଠାରୁ ୨ଶହ ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ଏହି ମହିଳା କୌଣସି ଏକ ଏନଜିଓ ସଂସ୍ଥା ପକ୍ଷରୁ ଏଭଳି ଏକ ସର୍ଭେ କରାଯାଉଥିବା ମହିଳା ଜଣକ କହିଥିଲେ ବୋଲି […]

  • Wednesday, 14 July 2021
attack
ସହାୟତା କଣ ବେଆଇନ୍‌? ମନ୍ତ୍ରୀଙ୍କ ଅଭିଯୋଗର ଜବାବ ଦେଲେ ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓ୍ୱାର୍ଡ ପ୍ରତିନିଧିମାନେ ବେଆଇନ ଭାବେ ଫର୍ମ ବାଣ୍ଟୁଥିବା ଅଭିଯୋଗ। ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଏହି ଅଭିଯୋଗ ଆଣିଛନ୍ତି। ମହାନଗର ନିଗମ ଅଧୀନରେ ଥିବା ଉଠା ଦୋକାନୀମାନଙ୍କୁ ସହାୟତା ନିମନ୍ତେ ପ୍ରତିନିଧିମାନେ ଫର୍ମ ଦେବା ସହ ସେମାନଙ୍କଠାରୁ ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସଂଗ୍ରହ କରୁଥିବା ମନ୍ତ୍ରୀ ସୋସିଆଲ ମିଡିଆ ଜରିଆରେ ଜାଣିବାକୁ ପାଇଛନ୍ତି। ଏହା ବେଆଇନ, ରାଜ୍ୟ ସରକାର […]

  • Wednesday, 14 July 2021
sparsh
ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗରେ ସ୍ପଷ୍ଟୀକରଣ ରଖିଲେ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱରରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ହସ୍ପିଟାଲ ନାଁରେ ଅଭିଯୋଗ ହୋଇଥିଲା। ରୋଗୀଙ୍କୁ ଚିକିତ୍ସା କରିବା ବଦଳରେ ଅଣଦେଖା କରିବା ନେଇ ଅଭିଯୋଗ ଆଣିଥିଲେ ମୃତକଙ୍କ ପରିବାର। ତେବେ ଏହି ସସ୍‌ପେନ୍ସ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ପର୍ଶ ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ଜଣଙ୍କ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ, ଲକ୍ଷଣ ଜଣାପଡିବା ପରେ ତାଙ୍କୁ ଉପଯୁକ୍ତ ପରୀକ୍ଷା କରାଯାଇଥିଲା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଗତ ଏପ୍ରିଲ ୨୭ରେ ଭୁବନେଶ୍ୱର […]

  • Wednesday, 14 July 2021
same
ଘୋଷଯାତ୍ରା ନେଇ ବଢ଼ିଲା ଆଶା, ରଥ ନିର୍ମାଣ ନେଇ ସୁପାରିଶ

ପୁରୀ: ରଥ ନିର୍ମାଣ ପାଇଁ ସୁପାରିଶ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଛି। କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ସୂଚନା ଦେଇଛନ୍ତି। ବଢ଼ିଲା ଶ୍ରୀଜୀଉଙ୍କ ଘୋଷଯାତ୍ରା ଆଶା ଆଗାମୀ ରଥଯାତ୍ରା ଲାଗି ବଡ଼ଦାଣ୍ଡରେ ତିନି ରଥର ନିର୍ମାଣ ଲାଗି ଆଜି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିବା ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ […]

  • Wednesday, 14 July 2021
well
ପୁଅକୁ ରକ୍ଷା କରିବାକୁ ଯାଇ କୂଅକୁ ଡେଇଁ ପଡିଲେ ମା

ଢେଙ୍କାନାଳ: ନିଜ ସନ୍ତାନର ଜୀବନ ରକ୍ଷା ପାଇଁ ତାର ମା ମୃତ୍ୟୁ ଆଗକୁ ଡେଇଁପଡେ। କିନ୍ତୁ ଶେଷରେ ଉଭୟ ମା ଓ ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ପର୍ଜଙ୍ଗ ଥାନା ତୋରଡ଼ାନାଳି ଗାଁରେ। ଏକ ୩ ବର୍ଷର ପୁଅ ପିଲା ଖେଳୁଥିବା ବେଳେ କୌଣସି କାରଣରୁ କୂଅ ଭିତରେ ଖସି ପଡ଼ିଥିଲା। ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କ ମା ମଧ୍ୟ ତତକ୍ଷଣାତ କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ କୂଅରୁ ଉଭୟଙ୍କ […]

  • Wednesday, 14 July 2021
rainfall
୨୪ ଘଣ୍ଟାରେ ଅବପାତ, ୭ ଯାଏ ଏସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ମେ ୭ ବେଳକୁ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୱେଲମାର୍କଡ ରୂପ ନେବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ଏହାର ପ୍ରଭାବରେ ଆଜି ଠାରୁ ୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ହେବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ମେ ୩ରୁ ୭ […]

  • Wednesday, 14 July 2021
reporter
ରିପୋର୍ଟିଂ ବେଳେ ସାମ୍ୱାଦିକଙ୍କୁ ବନକର୍ମଚାରୀଙ୍କ ଆକ୍ରମଣ

ଭୁବନେଶ୍ୱର: ଆଜି ବିଶ୍ୱ ପ୍ରେସ୍ ଫ୍ରିଡ୍‌ମ ଡେ’ରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ। ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ ବେଳେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏପରିକି ବନବିଭାଗର କର୍ମଚାରୀ କ୍ୟାମେରା ଭାଙ୍ଗିଦେଇଥିବା ନେଇ ଅଭିଯୋଗ ହୋଇଛି। ଆଜି ବାତ୍ୟା ଫନୀକୁ ବର୍ଷେ ପୁରିଛି। ସେହି ସମୟରେ ଫନୀର ତାଣ୍ଡବରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଥିଲା ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ବାଲୁଖଣ୍ଡ ଅଭୟାରଣ୍ୟର ହଜାର ହଜାର ଗଛ। ଏନେଇ ଖବର ସଂଗ୍ରହ […]

  • Wednesday, 14 July 2021
dig
‘ମୃତ୍ୟୁର ଘାଟି’କୁ ବୁଲି ଦେଖିଲେ ବରିଷ୍ଠ ପୋଲିସ୍‌ ଅଧିକାରୀ

ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା […]

  • Wednesday, 14 July 2021
fm
୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କର, ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସରେ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। କିନ୍ତୁ କରୋନା ମୁକାବିଲାରେ ସରକାର ଏବେ ବ୍ୟସ୍ତ ରହିଥିବାରୁ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସରେ ୪ଟି ବିଶ୍ୱବିଦ୍ୟାଳୟ ଓ ଅଗଷ୍ଟରେ ଆଉ […]

  • Wednesday, 14 July 2021
stone
ପଥର ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ। ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ ଏହି ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି। ମୃତକମାନେ ହେଲେ ଟାଙ୍ଗନାପାଲ୍ଲି ଗାଁର ପଙ୍କଜ ଦାସ ଓ ମିନତୀ ନାୟକ ଏବଂ ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁର ଭକତ ପରିଡ଼ା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତନାଘନା […]

  • Wednesday, 14 July 2021
dog
ନିଷ୍ଠୁର ସାଜିଲା ମଣିଷ, ଭୋକିଲା ପେଟରେ ମାଡ଼ ସହିପାରିଲାନି ଗର୍ଭବତୀ କୁକୁର

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ପଶୁ ଜନ୍ତୁମାନେ ଡ଼ହଳବିକଳରେ ଆଉଟୁପାଉଟୁ ହେଉଛନ୍ତି। ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ସାଜିଲା ଘାତକ।  କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ। ଗର୍ଭବତୀ କୁକୁରକୁ ଆକ୍ରମଣ ପରେ କୁକୁରର […]

  • Wednesday, 14 July 2021
rain
ଦାନା ବାନ୍ଧୁଛି ଲଘୁଚାପ! ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ ୩ ମଧ୍ୟରେ ମିଆଁମାର ମୁହାଁ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ […]

  • Wednesday, 14 July 2021
mada-final
ଲୋକଙ୍କୁ ମାଡ଼ ମାରିବା ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା

ଗଞ୍ଜାମ: ଲକ୍‌ଡାଉନ୍‌ ସମୟରେ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ପୋଲିସ୍‌ର କାର୍ଯ୍ୟାନୁଷ୍ଠାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଓଡ଼ିଶାରେ ମଧ୍ୟ ଅନେକ ସ୍ଥାନରେ ଆମେ ଦେଖିବାକୁ ପାଇଥିଲେ। କିନ୍ତୁ ପୋଲିସ୍‌ଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଭାରି ପଡ଼ିଛି। ଲକଡାଉନ୍ ବେଳେ ବାଇକ୍ ଚାଳକଙ୍କୁ ମାଡ଼ ମାରି ପୋଲିସ ଅଧିକାରୀ ସସପେଣ୍ଡ ହୋଇଛନ୍ତି। ଗଂଜାମ ଜିଲ୍ଲା ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ସୀମାଂଚଳ ଜେନାଙ୍କୁ ସସପେଣ୍ଡ କରିଛନ୍ତି ଗଂଜାମ ଏସପି ବ୍ରିଜେଶ ରାୟ। ଲକ୍‌ଡାଉନ୍‌ […]

  • Wednesday, 14 July 2021
shantiraj-khosla
ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା ମେ’ ୨୨ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ କଟକ: ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ ହୋଇଛି। ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ଦେହାନ୍ତ ନେଇ ଶାନ୍ତିରାଜଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମେ’ ୨୨ରେ ସେ […]

  • Wednesday, 14 July 2021