ନୂଆପଡ଼ା(ମାୟାଧର ସରଫ): ଅମଳ ଧାନକୁ ବିକ୍ରି କରିନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋମାଚନ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟୋକନ ଅବଧି ସରିଯିବାରୁ ଧାନ ବିକି ନପାରି ହତୋତ୍ସାହିତ ହେବା […]
ଜଳ ହିଁ ଜୀବନ ! ଜଳର ସୁରକ୍ଷା ପାଇଁ ସବୁଠି ଚାଲିଛି ସଚେତନତ। ଏମିତି କି ୱାଟର ଟ୍ୟାଙ୍କରେ ମଧ୍ୟ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ବି ଲେଖାଯାଉଛି ସେଭ ୱାଟର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହୁଛି। ଲେଖାଯାଉଛି ଗୋଟିଏ କଥା, ଆଉ କାର୍ଯ୍ୟ ହେଉଛି ଅନ୍ୟ କଥା।
ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ, ଫଳରେ ଗୋଟିଏ ମିନିଟ୍ ବି ପ୍ରଶ୍ନକାଳ ଚାଲି ପାରିନଥିଲା।
କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍। ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନର ଆରମ୍ଭରେ ଆଜି ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, କରୋନା ତାଲା ବନ୍ଦ ବେଳେ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା
ଏବେ ମଣ୍ଡି ଓ ମିଲର୍ସକୁ ନେଇ ଖୁବ ଚର୍ଚ୍ଚା। କାରଣ ମଣ୍ଡିରେ ମିଲର୍ସଙ୍କ ମନମାନୀ ଯୋଗୁଁ, ହଇରାଣ ହରକତ ହେଉଛନ୍ତି ବିଚରା ଚାଷୀ । ଚାଷୀର ଧାନ ବିକ୍ରୀ ହେଉନାହିଁ । କିନ୍ତୁ ମିଲର୍ସଙ୍କ ଟାର୍ଗେଟ ପୂରି ଯାଉଛି । କେମିତି ହେଉଛି ଟାର୍ଗେଟ ?
ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।
ଆଜିଠୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ଚଳିତଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ବିଧାନସଭାରେ ରାଜ୍ୟପାଳ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି।
ଦିନିକିଆ ରାଉରକେଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲାରେ ପହଞ୍ଚିଛନ୍ତି ନବୀନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ ଦସ୍ତାବିଜ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିା
କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆଉ ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ। ଏହାସହ ସହରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍
ସାମ୍ନାକୁ ଆସିଲା IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସର ପୂରା କାହାଣୀ। ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭ ସୁଶୀଳ ଅଗ୍ରୱାଲଙ୍କ ବିରୋଧରେ ଆସିଛି ସାଂଘାତିକ ଜାଲିଆତି ଅଭିଯୋଗ। ଅନୁଗୁଳର ବ୍ୟବସାୟ ସୁଶୀଳ ଏବେ ଫସିଥିବା ନେଇ ଜଣାପଡିଛି।
ସଂସଦର ଅଧିବେଶନ ସାରି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରେସମିଟ୍ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। କହିଲେ, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ତେଣୁ ଲୋକସଭା ସାଂସଦ ଭାବେ ସଂସଦରେ ଉପସ୍ଥିତ ଥିଲି
ଯାଜପୁର ବିଂଝାରପୁର ବ୍ଲକ ମଧୁସୂଦନପୁର ଗାଁର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ନେଇ ପୋଷ୍ଟର ମରାଯାଇଛି। ସହରର ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୋଷ୍ଟର ମାରିଛି ସ୍ଥାନୀୟ ପୋଲିସ୍। ପୀହୁ ସଂପର୍କରେ ଯେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି।
ଭବାନୀପାଟଣା: ଆଜି ପୁଣି ଥରେ କର୍ଲାପାଟରେ ପ୍ରାଣ ହରାଇଛି ଆଉ ଏକ ହାତୀ। କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ଥମିବାର ନାଁ ଧରୁନି। ଆଜି ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ସେପ୍ଟିସେମିଆରେ ରୋଗରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଗତ ୧୪ ଦିନ ମଧ୍ୟରେ ଅଭୟାରଣ୍ୟରେ ମଲେଣି ୬ଟି ହାତୀ। ତେବେ ଏହି ହାତୀ ମୃତ୍ୟୁ ନେଇ କଳାହାଣ୍ଡି RCCF ସୁଦୀପ୍ତ ଦାସଙ୍କ ସୂଚନା ଦେଇଛନ୍ତି। କର୍ଲାପାଟ ଅଭୟାରଣ୍ୟରେ […]
ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣକୁ ଆଜି ଦୁଇ ବର୍ଷ ପୁରୁଛି। ସେଦିନ ପୁଲଓ୍ୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଶାସନ ଯେପରି ଭୁଲିଯାଇଛି, ତାହା ଦେଖିବାକୁ ମିଳିଛି। ୨୦୧୯ ଆତଙ୍କବାଦୀ ଆକ୍ରମଣରେ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ
କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ବଢିବାରେ ଲାଗିଛି। ପାଖାପାଖି ୧୩ ଦିନ ଭିତରେ ଗଲାଣି ପାଞ୍ଚ ପାଞ୍ଚଟି ହାତୀଙ୍କ ଜୀବନ। କେବଳ ଘୁଷୁରିଗୁଡି ଝରଣା ନିକଟରେ ଚାରିଟି ହାତୀଙ୍କ ମୃତଦେହ ମିଳିଛି। ଭୂତାଣୁ ଜନିତ ରୋଗ ହାମରେଜ୍ ସେପ୍ଟିସେମିଆ ହାତୀଙ୍କ ମୃତ୍ୟୁ ହୋଇଥିବା କହିଛି ବନ ବିଭାଗ।
ଭୁବନେଶ୍ୱର: ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢିବାରେ ଲାଗିଛି ବିବାଦ, ଆଉ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଗତକାଲି ଲିଙ୍ଗରାଜ ମନ୍ଦିରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟୁଇଟ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଥିଲେ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଉପରେ ଅଧିନିୟମର କର୍ଯ୍ୟକାରିତା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଠିକରେ ବୁଝାଯାଇନି। ରାଜ୍ୟ ସରକାରୀ ପ୍ରତିନିଧୀ ଠିକରେ ଅଧିନିୟମ […]
ରାଜ୍ୟବାସୀଙ୍କୁ ସରକାର ଅନ୍ଧାର ଭିତରେ ରଖିଛନ୍ତି ବୋଲି କହିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏହାସହ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି ଢଙ୍ଗରେ ବର୍ଷିଛନ୍ତି।
ସାହାଯ୍ୟ ମାଗୁଛନ୍ତି ନଟବର ସହାୟତା ନମିଳିଲେ ଭାସିଯିବ ପରିବାର ସୋର: ଦିନେ ଖାକି ପୋଷାକ ପିନ୍ଧି ଲୋକଙ୍କୁ ସୁରକ୍ଷା ଦେଉଥିଲେ, ଆଇନଶୃଙ୍ଖଳାକୁ ବି ସଜାଡୁ ଥିଲେ। ପୋଲିସ ଚାକିରୀ କରି ବେଶ ଖୁସିରେ ମଧ୍ୟ ଥିଲେ। ଚାକିରୀ କରି ଯେତିକି ଦରମା ମିଳୁଥିଲା ସେତିକି ଟଙ୍କାରେ ଦୁଃଖେ କଷ୍ଟେ ପରିବାର ଚଳୁଥିଲା। ଦରମା ଟଙ୍କାରେ ସ୍ୱାମୀ-ସ୍ତ୍ରୀଙ୍କ ସହ ପୁଅ ଆଉ ଝିଅ ଖାଇବା ପିଇବା ସହ ପାଠ ପଢାର ଖର୍ଚ୍ଚ ମଧ୍ୟ ଉଠୁଥିଲା। ସୁଃଖର ସଂସାରରେ ଘୋଟି […]
ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଇତିହାସ ପୃଷ୍ଠାକୁ ଲେଉଟାଇ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଯୁଦ୍ଧ ପିପାସୁ ସମ୍ରାଟ ଅଶୋକ ଏଇଠି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। କିନ୍ତୁ ସାମ୍ପ୍ରତିକ ଓଡ଼ିଶା ରଜନୀତି ମଣିଷ ରକ୍ତରେ ଏବେ ହୋଲି ଖେଳୁଛି। ରାଜନୀତିରେ ବଢିବାରେ ଲାଗିଛି ଅପରାଧ ପ୍ରବଣତା। ଆଉ ଏହାର ପ୍ରୟୋଗଶାଳା କରାଯାଇଛି କଟକର ମାହାଙ୍ଗାକୁ। ତେଣୁ ମାହାଙ୍ଗା ରାଜନୀତି କାହା ପାଇଁ ମହଙ୍ଗା ପଡିବ? ଏନେଇ ଜାଣନ୍ତୁ କଣ କହୁଛନ୍ତି କଟକ ବିଜେପି ଜିଲ୍ଲା ସଭାପତି […]
କ୍ରମାଗତ ଭାବରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ
ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁ ୯ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଲୋକେ। ନିଜ ବାପା ଜେଜେ ଅମଳର ସ୍ଥିତିବାନ ସମ୍ପତ୍ତିର ମାଲିକାନା ହରାଇ ବସିଛନ୍ତି ଖୋର୍ଦ୍ଧା ସହ ପୁରୀ ଜିଲ୍ଲାର ୩୬ଟି ମୌଜାର ଲୋକେ। ୨୦୧୨ରେ ଶହ ଶହ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ ନାମକୁ ଚାଲିଯାଇଛି।