ଭବାନୀପାଟଣା/ଢେଙ୍କାନାଳ: ରାଜ୍ୟର ଦୁଇଟି ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରତନପୁର ଛକରେ ଟ୍ରକ୍କୁ କାର୍ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଢେଙ୍କାନାଳ ଜିଲ୍ଲାରେ ବାଇକ୍କୁ ହାଇୱା ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ୭ଜଣ ବ୍ୟକ୍ତି ବିବାହ ଭୋଜିରେ ଯୋଗଦେବାକୁ ଭବାନୀପାଟଣାରୁ କାର୍ ଯୋଗେ ଭଞ୍ଜନଗର ଯାଉଥିଲେ। ସେହି ସମୟରେ ରତନପୁର ଛକ ନିକଟରେ ଛିଡ଼ା ହୋଇଥିବା ଏକ […]
ଭୁବନେଶ୍ୱର / ନୂଆଦିଲ୍ଲୀ : କୋଷ୍ଟାଲ ହାଇୱେ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ। ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାର ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର। ଗୋଟିଏ ପଟେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ପାଇଁ ଦାବି କରୁଥିବାବେଳେ ଅନ୍ୟପଟେ ରାଜ୍ୟରେ ୯ ହଜାର କୋଟିର ଉପକୂଳ ରାଜପଥ ପ୍ରକଳ୍ପକୁ କରାଇ ନଦେବାକୁ ଷଡଯନ୍ତ୍ର ହେଉଥିବା ସେ କହିଛନ୍ତି। ସେପଟେ ଏହି ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରିଛି ବିଜେଡି। ମନ୍ତ୍ରୀ ପ୍ରତାପ […]
ଭୁବନେଶ୍ୱର : ସୁନ୍ଦରଗଡ଼ ବିଧାୟକ ପଦରୁ ଇସ୍ତଫା ଦେଲେ ଯୋଗେଶ ସିଂ। ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ଆଜି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଯୋଗେଶ। ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଯୋଗେଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଥିଲା। ଏହା ପରେ ବିଧାୟକ ପଦ ଛାଡ଼ିବାକୁ ବି ଘୋଷଣା କରିଥିଲେ ଯୋଗେଶ। ଯୋଗେଶଙ୍କ ପୂର୍ବରୁ ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇଥିଲେ।
ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଓପେପା ଅଧିକାରୀ ଓ ତହସିଲଦାରଙ୍କ ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଓପେପା ଅଧିକାରୀ ନଳିନୀ ପୃଷ୍ଟି ଓ ତହସିଲଦାର ବିଜୟ କେତନ ସାହୁଙ୍କ ନାଁରେ ୭କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରହିଛି। ଉଭୟ ଅଭିଯୁକ୍ତ ଅଧିକାରୀ ସ୍ୱାମୀ-ସ୍ତ୍ରୀ। ମନି ଲଣ୍ଡରିଂ ଆକ୍ଟ ବଳରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ମିଳିଛି। […]
ଭୁବନେଶ୍ୱର : ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଅପକୌଶଳ ଅବଲମ୍ବନ କରୁଥିବା ଅଭିଯୋଗ। ସରକାରଙ୍କ ବିରୋଧରେ ଏହିଭଳି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାହୁଲଙ୍କ ଓଡ଼ିଶା ଗସ୍ତ ଦିନ ପୁରୀରେ ସରକାରୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ବସ୍ଗୁଡ଼ିକୁ ପୁରୀ ଅଭିମୁଖେ ପଠାଇବା ପାଇଁ ଆର୍ଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି। କେବଳ ସେତିକି ନୁହେଁ, ଯେଉଁ ଚାରି ଚକିଆ […]
ଭୁବନେଶ୍ୱର: ଓଡ଼ିଶା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ଗୁମ୍ଲା ଜଙ୍ଗଲରେ ଏନ୍କାଉଣ୍ଟର୍। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ଠାରୁ ଦୁଇଟି ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ମାଓବାଦୀମାନେ ସକ୍ରିୟ ଥିବା ଖବର ପାଇ ଝାଡ଼ଖଣ୍ଡ ପୁଲିସ୍ ଓ ୨୦୯ କୋବ୍ରା ବାଟାଲିଅନ୍ ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୂର୍ବରୁ ଜାନୁଆରୀ ମାସରେ ଏନ୍କାଉଣ୍ଟରରେ ୫ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କଠାରୁ ୫ଟି ପିସ୍ତଲ ସହ ଗୋଟିଏ ଏକେ-୪୭ ଜବତ […]
ସମ୍ବଲପୁର : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଭାଇ ସହ ତୁରେଇ ଗାଁରୁ ମକର ମେଳା ଦେଖି ଫେରୁଥିବାବେଳେ ଉଠାଇ ନେଇ ୪ ଯୁବକ ଗଣଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ମହୁଲପାଲି ଥାନାରେ ଏ ସମ୍ପର୍କରେ ଅଭିଯୋଗ ହେବା ପରେ ଜଣକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ତେବେ ପୀଡ଼ିତା ଜଣକ ଦୁଷ୍କର୍ମକାରୀଙ୍କୁ ଚିହ୍ନିନଥିବା କହିଛନ୍ତି।
ଭୁବନେଶ୍ୱର : କାୟା ବିସ୍ତାର କରୁଛି ସାଇବର କ୍ରାଇମ୍। ବଡ଼ ବଡ଼ ଆର୍ଥିକ ସଂସ୍ଥା ଓ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ତଥ୍ୟ ହ୍ୟାକ୍ କରୁଥିବା ସାଇବର ଟେରରିଷ୍ଟଙ୍କୁ ମୁକାବିଲା କରିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜିର ଉପଯୋଗ ଉପରେ ଆଇପିଏସ୍ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଆର୍ଥିକ ପ୍ରତିଷ୍ଠାନ ସହ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ପରିବହନ ବିଭାଗର ତଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ଆଇପିଏସ୍ ସମ୍ମିଳନୀରେ ଗୋଆ ଡିଜିପି ଦେଇଛନ୍ତି ପରାମର୍ଶ। ୨୦୧୬ ମସିହାରେ ଜାତୀୟ ସ୍ତରରେ ୧୨ […]
ପୁରୀ : ଗତ ନଭେମ୍ବର ୧୪ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗରେ ଜଣେ ସେବକ ଦୋଷ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ୯ଜଣଙ୍କ ଉତ୍ତର ସନ୍ତୋଷଜନକ ନଥିବାରୁ ସେମାନଙ୍କୁ ପୁଣି ଥରେ ନୋଟିସ୍ କରିଛି ଶ୍ରୀମନ୍ଦିର ପ୍ରଶାସନ। ୧୫ ଦିନ ଭିତରେ ପକ୍ଷ ରଖିବାକୁ କୁହାଯାଇଛି। ତେବେ ଗତ ଡିସେମ୍ବର ୨୮ତାରିଖ ନୀତି ବିଭ୍ରାଟ, ମହାପ୍ରଭୁଙ୍କ ଦ୍ୱାରାଫିଟା ବିଳମ୍ବ ସହ ନୀତିକାନ୍ତି ବିଳମ୍ବ ଓ ମହାପ୍ରଭୁ ୧୪ଘଣ୍ଟା ଅଖିଆ ଅପିଆ ରହିବା […]
ଗଞ୍ଜାମ : ମିନି ବସ୍ ଓଲଟି ୧୫ରୁ ଅଧିକ ଆହତ। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଛକରେ ଘଟିଛି ଏହି ଘଟଣା। କବିସୂର୍ଯ୍ୟନଗରରୁ କୋଦଳାକୁ ଯାଉଥିବା ବାଲୁଙ୍କେଶ୍ୱର ବସ୍ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ବସ୍ଟିକୁ ଡିଭାଇଡର୍ ଉପରେ ଚଢ଼ାଇ ଦେଇଥିଲେ। ଫଳରେ ବସ୍ଟି ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀ ଗାଡ଼ି ଭିତରୁ ଆହତ ଯାତ୍ରୀଙ୍କୁ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାସ୍ତା ମଝିରେ […]
ସୁବର୍ଣ୍ଣପୁର : ପୂର୍ବ ଶତ୍ରୁତାରୁ ତଣ୍ଟି କାଟି ହତ୍ୟା ଉଦ୍ୟମ। ଗତକାଲି ବିଳମ୍ବିତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ାରେ ଘଟିଛି ଏହି ଘଟଣା। ଆହତ ଜଣକ ହେଲେ ରାଜକୁମାର ନାଗ। ଘର ପାଖ ରମେଶ ଭୋଇ ଓ ତାଙ୍କ ପୁଅ ଆକାଶ, ରାଜକୁମାରଙ୍କ ଘରକୁ ଆସି ତାଙ୍କ ତଣ୍ଟି କାଟି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ରାଜ କୁମାରଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଝିଅ ନିନା ନାଗ ମଧ୍ୟ ଆହତ ହୋଇଛନ୍ତି। ତେବେ […]
ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ମାତୃତ୍ୱ ଲାଭ କରିଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ ନବଜାତ ଶିଶୁ କନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଗତ କିଛି ମାସ ତଳେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲା। ତେବେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ବର୍ତ୍ତମାନ ନାବାଳିକା ଜଣକ ମାଆ ହେବାପରେ ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ଜୋରଦାର ପ୍ରୟାସ ଚଳାଇଛି। ଏହା ସହ […]
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କର କିଭଳି ନୀତିକାନ୍ତି ରହିବ, ସେନେଇ ଭୁବନେଶ୍ୱର ସର୍କିଟ୍ ହାଉସ୍ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ରାତି ୧୦ ଟାରେ ମହାଦୀପ ଉଠିବାନେଇ ସମୟ ଧାର୍ଯ୍ୟ ହୋଇଛି। ଏହାସହ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ତେବେ ବୈଠକରେ ତିନି ପ୍ରମୁଖ ନିଯୋଗର […]
ଭୁବନେଶ୍ୱର : କୁଏତରେ ନିଖୋଜ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ। ଏଥିପାଇଁ କୁଏତରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। କଟକ ନିଆଳି କପାସି ପଂଚାୟତର ପୋଦନା ଗାଁର ପପିନା ଲେଙ୍କା ନାମକ ଜଣେ ଯୁବକ ଗତ ଡିସେମ୍ବର ୧୧ରେ କାମ କରିବାକୁ କୁଏତ ଯାଇଥିଲେ।ଏକ ଘରୋଇ କମ୍ପାନୀରେ ସେ ପାଇପ୍ ଫିଟର ଭାବେ କାମ କରୁଥିଲେ। ତାଙ୍କ ପରିବାରକୁ ନିୟମିତ ଭାବେ ଫୋନ୍ […]
ଖୋର୍ଦ୍ଧା : ଗ୍ରାମୀଣ ଆବାସରୁ ବଞ୍ଚିତ ଖୋର୍ଦ୍ଧା ନିରାକାରପୁର ଅଞ୍ଚଳର ଲକ୍ଷ୍ମୀଧର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମୃତ୍ୟୁ ପଛର ଅସଲ କାରଣକୁ ଏଡାଇ ଯାଇ ସ୍ଥାନୀୟ ବିଧାୟକ ଦାୟିତ୍ୱହୀନ ମନ୍ତବ୍ୟ ଦେବା ସାମ୍ନାକୁ ଆସିଛି। ଲକ୍ଷ୍ମୀଧରଙ୍କୁ ମଦ ପିଆଇବା ସହ ଭିଡ଼ିଓ ରେକର୍ଡିଂ କରି ଭାଇରାଲ୍ କରାଯାଇଛି। ସରକାରଙ୍କୁ ବଦ୍ନାମ କରିବାକୁ ଏହା ଏକ ନାଟକବାଜି ବୋଲି କହିଛନ୍ତି ଖୋର୍ଦ୍ଧା ବିଜେଡି ବିଧାୟକ ରାଜେନ୍ଦ୍ର ସାହୁ। ତିତ୍ଲି ବାତ୍ୟାରେ ଘରଭଙ୍ଗା ସହାୟତା […]
ଢେଙ୍କାନାଳ : ପୁଣି ଆବାସିକ ସ୍କୁଲରୁ ଆସିଲା କୁମାରୀ ମାତୃତ୍ୱର ଅଭିଯୋଗ। ଢେଙ୍କାନାଳ ଜିଲ୍ଲାର ଏକ ଆଶ୍ରମ ସ୍କୁଲରେ ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ସେବାଶ୍ରମର ପ୍ରଧାନଶିକ୍ଷକ ଢେଙ୍କାନାଳ ସଦର ଥାନାରେ ଏତଲା ଦେଇଛନ୍ତି । ଏହି ଘଟଣା ପରେ ଆରମ୍ଭ ହୋଇଛି ତନାଘନା। ଆଜି ଶିଶୁ ସୁରକ୍ଷା ଟିମ୍ ଏବଂ ସଦର ଥାନା ପୁଲିସ ଏହି ଆବାସିକ ସ୍କୁଲରେ ଖୋଳତାଡ଼ କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏହି ଅଷ୍ଟମ ଶ୍ରେଣୀର […]
ଭୁବନେଶ୍ୱର: ଦେବାଶିଷଙ୍କୁ ବିଜେଡିରୁ ବହିଷ୍କାର କରାଯାଉ। ମୁଖ୍ୟମନ୍ତ୍ରୀ ଭାରତବାସୀଙ୍କୁ କ୍ଷମା ମାଗନ୍ତୁ। ପୁଲ୍ୱାମା ଆକ୍ରମଣରେ ସହିଦ ଯବାନଙ୍କ ସମ୍ପର୍କୀୟଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାରର ଭାଇରାଲ ଭିଡିଓକୁ ନେଇ, ଆଜି ଏକ ସାମ୍ବାଦିକ ସମ୍ମଳିନୀରେ କଂଗ୍ରେସ ଏଭଳି ଦାବି କରିଛି। ସହିଦଙ୍କ ପ୍ରତି ଅସମ୍ମାନ, ଜାତୀୟ ପତାକାକୁ ଅସମ୍ମାନ। ଏ ସଂକ୍ରାନ୍ତରେ ଦଫା ଲଗାଯାଇ ଦେବାଶିଷଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଦେବାଶିଷଙ୍କ ପ୍ରତି ଦୁର୍ବଳତାକୁ ପ୍ରମାଣିତ କରୁଛି ବୋଲି କଂଗ୍ରେସ ଦାବି କରିଛି। […]
ଭୁବନେଶ୍ୱର : ଭୁବନେଶ୍ୱରରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ IPS ସମ୍ମିଳନୀର ଆଜି ଦ୍ୱିତୀୟ ଦିନ। ଆଜିର ଫୋକସରେ ରହିଛି ସାଇବର ଅପରାଧ। ସାଇବର କ୍ରାଇମ୍ ତଦନ୍ତର ବିଭିନ୍ନ ଦିଗ ଉପରେ ଆଲୋଚନା ରହିଛି। ଗୋଆ ପୁଲିସ ଡିଜି ମୁକେଶ ଚନ୍ଦର ଏଥିରେ ତାଲିମ ଦେଇଛନ୍ତି। ପେପରଲେସ୍ ପୁଲିସ ଷ୍ଟେସନ ନେଇ ମଧ୍ୟ ବରିଷ୍ଠ ଅଧିକାରୀ ଆଲୋଚନା ହୋଇଛି। ପରେ ଦୁର୍ଘଟଣା ଜନିତ ମୃତ୍ୟୁ ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହେବ। ଏଥିସହ ଅଗ୍ନିଶମ […]
ଭୁବନେଶ୍ୱର : OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଏଯାଏ ଏତଲା ଦେଇ ନାହିଁ ବୋର୍ଡ। ଏତଲା ଦିଆଯାଇ ନଥିବାରୁ କେମିତି ଏହାର ତଦନ୍ତ ହେବ, ତାକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନପତ୍ର ଲିକ୍ ହେବା ପରେ ବୋର୍ଡ ପକ୍ଷରୁ କୁହାଯାଇଥିଲା ଯେ, ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। କିନ୍ତୁ କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ବୋର୍ଡ କେବଳ ଚିଠି ପଠାଇଛି। ସେହି ଚିଠି ଆମେ ପାଇଛୁ। ବିଧିବଦ୍ଧ ଏତଲା ପାଇଁ ବୋର୍ଡକୁ ପରାମର୍ଶ ଦିଆଯାଇଛି। ଏତଲା […]
ଭୁବନେଶ୍ୱର : କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମିଳିନପାରେ କଂଗ୍ରେସ ଟିକେଟ। ଆଜି ଏ ନେଇ ଇଙ୍ଗିତ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଟିକେଟ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ସଗରିଆଙ୍କ ବିଷୟରେ ଶୃଙ୍ଖଳା କମିଟିରେ ଆଲୋଚନା କରାଯାଇଛି। ସଗରିଆ ଆଚରଣ ପରିବର୍ତ୍ତନ କଲେ ଟିକେଟର ସମ୍ଭାବନା ଅଛି। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବା ପ୍ରତିବାଦରେ କଂଗ୍ରେସ ନେତା ସଗରିଆ ଗତ ନଭେମ୍ବର ୬ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏପରିକି ବିଭିନ୍ନ […]
ଭୁବନେଶ୍ୱର : ଓଡ଼ିଶାର ୪ଜଣ ବାଳକ ଏବଂ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର-୨୦୧୮ । ସେମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ସିତୁ ମଲ୍ଲିକ, ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ଝିଲି ବାଗ, କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ଅଞ୍ଚଳର ରଂଜିତା ମାଝୀ ଏବଂ ଜଗତସିଂପୁର ଜିଲ୍ଲା ବାଲିକୁଦା ଇଛାପୁରର ବିଶ୍ୱଜିତ ପୁହାଣ। ନିଜ ଦାଦାଙ୍କୁ କୁମ୍ଭୀର କବଳରୁ ରକ୍ଷା କରିଥିଲେ ସିତୁ ମଲ୍ଲିକ। ସେ ପାଇବେ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାର। ସେହିପରି ସୁବର୍ଣ୍ଣପୁର […]
ବାରିପଦା : ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ବେଞ୍ଚ ପ୍ରତିଷ୍ଠା ନ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଅସହଯୋଗ। ଏଭଳି ଚେତାବନୀ ଦେଇଛି ମୟୁରଭଞ୍ଜ ବାର୍ ଆସୋସିଏସନ୍। ବାରିପଦାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବାର୍ ଆସୋସିଏସନ୍ ପକ୍ଷରୁ ୩ ଦିନିଆ କୋର୍ଟ ବର୍ଜନ ଆରମ୍ଭ କରାଯାଇଛି। ବାର ଆସୋସିଏସନ କର୍ମକର୍ତ୍ତାମାନେ କୋର୍ଟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିଯୋଗୁଁ ବିଭିନ୍ନ କୋର୍ଟର ବିଚାରପତିମାନେ ଫେରିଯାଇଥିଲେ। ଆନ୍ଦୋଳନ ଯୋଗୁଁ କୋର୍ଟ କାମ ଠପ୍ ହୋଇଯାଇଛି।
ସୋର: ବାଲେଶ୍ୱର ଜିଲ୍ଲା ସୋର ପୁଲିସ୍ ଦୁଇ ଜଣ ହାଇୱେ ଲୁଟେରାକୁ ଗିରଫ କରିଛି। ସେମାନେ ହେଲେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ି ଗାଁର ନିରଞ୍ଜନ ଦାସ ଓ ସୋର ଥାନା ଅନ୍ତର୍ଗତ ମୁଳିସିଂ ଗାଁର ନବୀନ ଦାସ। ଗତକାଲି ବିଳମ୍ୱିତ ରାତିରେ ପୁଲିସ୍ ଏହି ୨ ହାଇୱେ ଲୁଟେରାକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ଏକ କାର୍କୁ ପୁଲିସ୍ ଜବତ କରିଛି। ସୂଚନା ଅନୁସାରେ, ଏହି ଦୁଇ ଲୁଟେରା ଭଦ୍ରକରୁ ବାଲେଶ୍ୱର […]
ଖୋର୍ଦ୍ଧା : ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୃତ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ। ଲକ୍ଷ୍ମୀଧରଙ୍କ ଆତ୍ମହତ୍ୟା ଘଟଣାରେ କଡ଼ା ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି ଏହା ସରକାରୀ ପ୍ରାୟୋଜିତ ହତ୍ୟା। ପ୍ରଧାନମନ୍ତ୍ରୀ ଆବାସ ପାଇଁ ଲକ୍ଷ୍ମୀଧରଙ୍କ ସହ ଘଟିଥିବା ଘଟଣା ସଭ୍ୟ ସମାଜ ପାଇଁ ଲଜ୍ଜା। ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀକୁ ସଂପୂର୍ଣ୍ଣ ସତ୍ୟ ବୋଲି ମାନିବାକୁ ପଡ଼ିବ କହିଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ରଙ୍କ ସହ ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀ […]
ରାଉରକେଲା : ରାଉରକେଲା ମହାନଗର ନିଗମ ପକ୍ଷରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟକୁ ନେଇ ଅସନ୍ତୋଷ। ଏହାର ସମାଧାନ ଲାଗି ମ୍ୟୁନିସିପାଲ ଲାଇବ୍ରେରୀ ହଲ୍ରେ ଟ୍ୟାକ୍ସ ଦାତାଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରାଯାଇଥିଲା। ହେଲେ ହୋହଲ୍ଲା ଲାଗି କିଛି ସମୟ ଚାଲିବା ପରେ ଶୁଣାଣି ବନ୍ଦ ହୋଇଯାଇଥିଲା। ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ଆଦାୟ ବନ୍ଦ ପରେ ଆଲୋଚନା କରାଯିବା ନେଇ ଦାବି କରିଥିଲେ। ଏବେ ନିର୍ବାଚିତ କାଉନସିଲ ନଥିବାରୁ କମିଶନର ହୋଲଡିଂ ଟ୍ୟାକ୍ସ ବଢ଼ାଇଥିବାରୁ ଏହ ବେଆଇନ […]