ଭୁବନେଶ୍ୱର : ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଆସନ୍ତାକାଲି ଠାରୁ ଦେଶରେ ଦୁଇଦିନ ଧରି ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଆନ୍ଦୋଳନରେ ୨୦କୋଟି କର୍ମଚାରୀ ସାମିଲ ହେବେ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ କର୍ମଚାରୀ ବିରୋଧୀ ନୀତିକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। ଏହି ଆନ୍ଦୋଳନରେ ୧୦ଟି ସର୍ବଭାରତୀୟ ଟ୍ରେଡ୍ ୟୁନିୟନ ସାମିଲ ହେଉଛନ୍ତି। ଏହି ଆନ୍ଦୋଳନରେ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ, […]
ଢେଙ୍କାନାଳ: ଆଜିଠୁ ଢେଙ୍କାନାଳରେ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ଏହି ମେଳା ପାଳିତ ହେବ। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ଶ୍ରଦ୍ଧାଳୁଙ୍କ ପାଇଁ ରାସ୍ତାଘାଟ, […]
କେନ୍ଦୁଝର: ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଅନ୍ତର୍ଗତ ବିଜଗୋଠ ବୈତରଣୀ ନଦୀ ପୋଲ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ ଡାଙ୍ଗୁଆ। ମନୋଜଙ୍କ ଘର ବିଜାଗୋଠ ବୋଲି ଜଣାପଡ଼ିଛି। ସେ ବାଂଶପାଳରୁ ବାଇକ୍ରେ ଘରକୁ ଫେରୁଥିବା ବେଳେ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜାଳିଦେବା ସହ […]
ଜଗତ୍ସିଂହପୁର : ‘କାଳିଆ’ ଯୋଜନା ପାଇଁ ଫର୍ମ ବଣ୍ଟନ ବେଳେ ଛୁରାମାଡ଼। ଜଗତ୍ସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଗୋଡ଼ା ପଞ୍ଚାୟତରେ ଆଜି ଘଟିଛି ଏଭଳି ଅଘଟଣ। ଫର୍ମ ନେବାକୁ ଧାଡ଼ିରେ ଠିଆ ହୋଇଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଛୁରାମାଡ଼ରେ ବିଶ୍ୱନାଥପୁର ଗାଁର ଦିଗମ୍ବର ସ୍ୱାଇଁ ନାମକ ବ୍ୟକ୍ତି ଆହତ ହୋଇଛନ୍ତି, ପରେ ସେ ଏରସମା ଥାନାରେ ଏତଲା ଦେଇଛନ୍ତି। ସେପଟେ ବାଲେଶ୍ୱରରେ ମଧ୍ୟ ଆଜି […]
ଭୁବନେଶ୍ୱର: ଆସନ୍ତା ୧୯ ତାରିଖରେ ଚିଟ୍ଫଣ୍ଡ ଜମାକାରୀ ମହା ସତ୍ୟାଗ୍ରହ କରିବେ। ଏନେଇ ଜମାକାରୀ ମିଳିତ ମଞ୍ଚର ସଭାପତି ଜୟନ୍ତ ଦାସ ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜମାକାରୀ ଭୁବନେଶ୍ୱରରେ ପହଞ୍ଚୁଥିବା ସେ ସୂଚନା ଦେଇଛନ୍ତି। ତେବେ ଏଥର ସତ୍ୟାଗ୍ରହରେ ମହିଳା ଜମାକାରୀଙ୍କ ସଂଖ୍ୟା ଅଧିକ ରହିବ ବୋଲି ଜମାକାରୀ ମିଳିତ ମଞ୍ଚର ସଭାପତି କହିଛନ୍ତି।
ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଥିବାରୁ ବୁଧବାର ସ୍କୁଲ ବନ୍ଦ ରହିବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ ବୋଲି […]
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବବିହାର ସ୍ଥିତ ଟିଟିଡି କଲ୍ୟାଣ ମଣ୍ଡପ ଠାରେ ପତଞ୍ଜଳି ଯୋଗପୀଠ , ହରିଦ୍ୱାର ଦ୍ୱାରା ସଂଚାଳିତ ସହ-ଯୋଗଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଯୁବ ଭାରତ ସଂଗଠନ ଦ୍ୱାରା ରାଜ୍ୟ ଯୁବ ପ୍ରଭାରୀ ପିତାମ୍ବର ସାହୁଙ୍କ ତତ୍ତ୍ୱାବଧାନରେ ଏହି ୨୦ ଦିନିଆ ସହ-ଯୋଗ ଶିକ୍ଷକ ପ୍ରଶିକ୍ଷଣ ଶିବିରଟି ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱର ତଥା ଏହାର ଆଖପାଖ ଅଞ୍ଚଳର ଅନେକ ବ୍ୟକ୍ତି ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେଇଥିଲେ। ସ୍କୁଲ୍ କଲେଜର ଛାତ୍ରଛାତ୍ରୀଙ୍କ ସହ ବୟସ୍କ […]
ଭୁବନେଶ୍ୱର: ପୁଣି ଥରେ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍ ଚଢ଼ାଉ କରିଛି। ଭୁବନେଶ୍ୱର ଉପକଣ୍ଠ ଝିଣ୍ଟିଶାସନରେ ଥିବା ସୁର ବାବାଙ୍କ ତ୍ରାହି ଅଚ୍ୟୁତ ଆଶ୍ରମରେ ପୁଲିସ୍ ଚଢ଼ାଉ କରିଛି। ଯୁବତୀଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ସୁର ବାବାଙ୍କୁ ପୁଲିସ୍ ପଚରାଉଚରା କରିଥିବା ଜଣାପଡ଼ିଛି। ପୂଜାର୍ଚ୍ଚନା ନାଁରେ ଅସଦାଚରଣ ଓ ହତ୍ୟା ଧମକ ଦେଇଥିବା ନେଇ ଗତ ୩ ତାରିଖରେ ଯୁବତୀ ଜଣକ ସୁର ବାବାଙ୍କ ନାଁରେ ବାଲିପାଟଣା ଥାନାରେ ଏତଲା ଦେଇଥିଲେ। ଏଥିସହ ଯୁବତୀ […]
କଟକ : ଏ.ଏସ୍.ଓ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ନେଇ ତାତିଲେ ପରୀକ୍ଷାର୍ଥୀ। ଏକା ଦିନରେ ତିନୋଟି ପରୀକ୍ଷା ରହୁଥିବାବେଳେ ସେଣ୍ଟର ବିଭିନ୍ନ ଯାଗାରେ ପଡିଥିବାରୁ ଏହାକୁ ବିରୋଧ କରିଛନ୍ତି ପରୀକ୍ଷାର୍ଥୀ। ଏନେଇ OPSC କାର୍ଯ୍ୟାଳୟ ଘେରାଉ କରିବାକୁ ଆସୁଥିବାବେଳେ ବାଟରେ ସେମାନଙ୍କୁ ଅଟକାଇଥିଲା ପୁଲିସ୍। ଏଥିରେ ବିଜେପିର ନେତା ସମୀର ଦେଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ। ଅନ୍ୟପଟେ ଓପିଏସସି କର୍ତ୍ତୃପକ୍ଷଙ୍କର ପ୍ରତିକ୍ରିୟା ମିଳିପାରିନି।
ଢେଙ୍କାନାଳ : ଢେଙ୍କାନାଳର ଜଣେ ନାବାଳିକାକୁ ରାଜ୍ୟ ବାହାରେ ବିକ୍ରି ମାମଲାର ତନଘନା ଆରମ୍ଭ କରିଛି ପୁଲିସ। ଏନେଇ ଶିଶୁ ମଙ୍ଗଳ କମିଟିର ଏତଲା ଆଧାରରେ ପୁଲିସ ଗନ୍ଦିଆ ଥାନାରେ ମାମଲା ରୁଜ୍ଜୁ କରିଛି। ଘଟଣାର ତଦନ୍ତ କରାଯିବା ସହ ନାବାଳିକାକୁ ଉଦ୍ଧାର କରିବାକୁ ପୁଲିସର ଏକ ଟିମ୍ ଗୋଆ ଯିବ ବୋଲି ଢେଙ୍କାନାଳ ଏସଡିପିଓ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କ ନିର୍ଦ୍ଦେଶରେ ଏକ ଟିମ୍ ନାବାଳିକାଙ୍କ ଘର ଦାମଦରନାଳୀ […]
କଟକ: କଟକରେ ଜଣେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ। ଜଣେ ଯୁବକ ବ୍ଲେଡ୍ ଓ କାଚରେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବତୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ଉକ୍ତ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଦାମବାଡି ଥାନା ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଯୁବକ ବଜ୍ରକବାଟି ରୋଡ୍ରେ ଥିବା ଏକ କସ୍ମେଟିକ୍ ଦୋକାନ ଭିତରେ ପଶି ସମ୍ପୃକ୍ତ […]
ବ୍ରହ୍ମଗିରି : ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ବ୍ଲକ୍ ମହିଳା ଫେଡେରେସନ ଶକ୍ତିରୂପା ମହିଳା ମହାସଂଘର ସଦସ୍ୟାଙ୍କୁ ଦୁର୍ବ୍ୟବହାର। ଏହାର ପ୍ରତିବାଦରେ ସିଡିପିଓ ଓ ବିଡ଼ିଓଙ୍କ ଅଫିସ ଘେରିଲେ ମହିଳା। କେବେଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ, ପ୍ରତି ବ୍ଲକ୍ ମହିଳା ଫେଡେରେସନକୁ ଘୋଷଣା କରିଥିବା ୨୫ ଲକ୍ଷ ଟଙ୍କାର ଅନୁଦାନ ଶକ୍ତିରୂପା ମହିଳା ମହାସଂଘକୁ ପ୍ରଦାନ କରାଯାଇନଥିବାରୁ ମହିଳା ଏହାର ପ୍ରତିବାଦ କରିଛନ୍ତି। ବ୍ରହ୍ମଗିରିର ଶକ୍ତିରୂପା ମହିଳା ମହାସଂଘକୁ ଅନୁଦାନରୁ ବଞ୍ଚିତ କରିବା ନେଇ ସ୍ଥାନୀୟ […]
କଟକ : କଟକ ନରାଜ ଫାୟାରିଂ ରେଞ୍ଜରେ ଟ୍ରେନିଂ ବେଳେ ଅଘଟଣ। ଆର୍ପିଏଫ୍ର ଟ୍ରେନିଂ କ୍ୟାମ୍ପରେ ଫାୟାରିଂ ଚାଲିଥିବା ବେଳେ ଜଣେ ରେଲ୍ୱେ ଲାଇନ୍ମ୍ୟାନଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି। ଆହତ ଲାଇନ୍ମ୍ୟାନଙ୍କୁ ଭୁବନେଶ୍ୱର ରେଲ୍ୱେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ନୂଆପଡ଼ା : ଆନ୍ଧ୍ର ପ୍ରଦେଶ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ ଅଭିଯୋଗ। ନିଖୋଜ ବ୍ୟକ୍ତି ହେଲେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକ୍ କମକେଡ଼ା ଗାଁର ଯମାର ବିଶ୍ୱାଳ। କିଛି ଦିନ ତଳେ ସେ ଆନ୍ଧ୍ର ପ୍ରଦେଶର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। କିଛି ଦିନ କାମ କରିବା ପରେ ଇଟାଭାଟି ମାଲିକ ତାଙ୍କୁ ନିର୍ଯାତନା ଦେବା ସହ ମାଡ଼ ମାରୁଥିବା ଫୋନ୍ରେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ବର୍ତ୍ତମାନ କିଛି ଦିନ ହେଲା ତାଙ୍କ […]
ଝାରସୁଗୁଡ଼ା: ମା’କୁ ପିଟି ପିଟି ମାରିଦେଲା ପୁଅ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗାଁରେ ଏଭଳି ଅମାନୁଷିକ କାଣ୍ଡ ଘଟିଛି। ସୂଚନା ଅନୁସାରେ, ଗାଁର ଲୁକେଶ୍ୱର କୁସୁମ ତାଙ୍କ ମା’ ଆସମତୀ କୁସୁମଙ୍କୁ କ୍ରିକେଟ୍ ବ୍ୟାଟ୍ରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯାହାକୁ ସମାଧାନ କରିବା ପାଇଁ ବାପା ମା’ ଚେଷ୍ଟା କରିଥିଲେ। ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ଲୁକେଶ୍ୱର […]
ଆସ୍କା : ଆସ୍କାରେ ପୁଲିସ ଏନକାଉଣ୍ଟର। ଆସ୍କା ଥାନା ପଲ୍ଲୀମାଳ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ କୃଷ୍ଣ ଜେନା ଓ ସୁନୀଲ ଜେନା। ଉଭୟଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇଜଣଙ୍କୁ ଆସିକା ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ଦୁଇ ଭାଇ ବୋଲି କହିଛି ପୁଲିସ। ଏମାନଙ୍କ ବିରୋଧରେ ଏକ ହତ୍ୟା ଅଭିଯୋଗ ରହିଛି। ଡିସେମ୍ବର ୩୧ତାରିଖରେ ଖାରିଆ ସରପଞ୍ଚଙ୍କ ଭାଇ […]
ବାଲେଶ୍ୱର : ‘କାଳିଆ’ ଯୋଜନା ହିତାଧିକାରୀ ଫର୍ମ ପାଇଁ ବିଭିନ୍ନ ଯାଗାରେ ଝାମେଲା। ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହୋଇଥିବା ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଳକ୍ କଲ୍ୟାଣପୁର ପଞ୍ଚାୟତରେ ଚାଷୀଙ୍କୁ ଆବଶ୍ୟକ ଠାରୁ କମ୍ ଫର୍ମ ମିଳୁଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ କୃଷି ଅଧିକାରୀ ଯେତିକି ଫର୍ମ ଆଣିଛନ୍ତି, ତା’ଠାରୁ ଅଧିକ ଚାଷୀ ଅଛନ୍ତି। ଏହାସହ ଫର୍ମ ଗୁଡିକୁ ଦଳୀୟ ଭିତ୍ତିରେ ବଣ୍ଟାଯାଉଥିବା କିଛି ଚାଷୀ ଅଭିଯୋଗ […]
ଢେଙ୍କାନାଳ ( ରାଜଶ୍ରୀ ଶତପଥୀ) : ଢେଙ୍କାନାଳର ଜଣେ ନାବାଳିକାଙ୍କୁ ବିକ୍ରି କରାଯାଇଛି। ପ୍ରାୟ ବର୍ଷେ ତଳେ ୫୦ ହଜାର ଟଙ୍କାରେ ଗୋଆରେ ବିକ୍ରି କରାଯାଇଥିବା ସୂଚନା ମିଳିଛି। ନାବାଳିକାଙ୍କ ଘର ସଦର ଥାନା ଦାମଦରନାଳୀ ଗାଁରେ। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ, ନାବାଳିକାଙ୍କ ବାପା ତାଙ୍କ ସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ଜେଲରେ ଅଛନ୍ତି। ଏନେଇ ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଅବଗତ କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରିବାକୁ […]
ଭୁବନେଶ୍ୱର : ମନ୍ତ୍ରିମଣ୍ଡଳରୁ ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ରମେଶ ମାଝୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଏବଂ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅତିରିକ୍ତି ଦାୟିତ୍ୱ ମିଳିଥିବା ବେଳେ ଏସସିଏସଟି ବିକାଶ ମନ୍ତ୍ରୀ ରମେଶ ମାଝୀଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।
ପୁରୀ : ମହିଳା ସଶକ୍ତିକରଣ ନାଁରେ ବିଜେଡି ସଶକ୍ତିକରଣ ଉଦ୍ୟମ। ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରୋତ୍ସାହନ ବାହାନାରେ ଭୋଟ୍ ବ୍ୟାଙ୍କ୍ ରାଜନୀତି। ଗତକାଲି ପୁରୀରେ ମିଶନ ଶକ୍ତିର ଅସଲ ମୁଖା ଖୋଲିଛନ୍ତି ବ୍ରହ୍ମଗିରି ବ୍ଲକର କିଛି ମହିଳା। ମହାସଂଘ ସଦସ୍ୟା ସେମାନେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି ଯେ ,ବ୍ରହ୍ମଗିରି ବ୍ଲକରେ ବିଧାୟକଙ୍କ ଇସାରା ଓ ନିର୍ଦ୍ଦେଶରେ ଚାଲିଛି ମିଶନ ଶକ୍ତି କାର୍ଯ୍ୟକ୍ରମ। ସେହିଭଳି ଏବେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଜୀବିକା ମିଶନ ବା ଓଏଲଏମ୍ କାର୍ଯ୍ୟକ୍ରମରେ ବି […]
କଟକ : କମିଶନରେଟ୍ ପୁଲିସର ୧୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗଣଦୌଡ଼ ଆୟୋଜିତ ହୋଇଛି। କଟକ ପୁଲିସ ରିଜର୍ଭ ପଡ଼ିଆରେ ଏହି ଗଡ଼ଦୌଡ଼ ହୋଇଥିଲା। ଚଳିତ ବର୍ଷ ଦୌଡ଼କୁ ହଁ ଏବଂ ନିଶାକୁ ନାଁ ଥିମ୍ରେ ଏହି ଦୌଡ଼ ଆୟୋଜିତ ହୋଇଛି। ଏହି ଅବସରରେ ପୁଲିସ କମିଶନର୍ ସତ୍ୟଜିତ୍ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଓ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ପିପିଲି : ମହାରଥୀଙ୍କ ଇସ୍ତଫା ପରେ ପିପିଲି ଯାଇ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ପୀଡ଼ିତାଙ୍କ ବାପା କହିଛନ୍ତି ,ମନ୍ତ୍ରୀ ଇସ୍ତଫା ଦେଇଦେଲେ ମୋ ଝିଅକୁ ନ୍ୟାୟ ମିଳିବ ନାହିଁ। କ୍ରାଇମ୍ବ୍ରାଞ୍ଚ ତଦନ୍ତ ଠିକ୍ରେ ହୋଇନି, ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ସେ ଦାବି କରିଛନ୍ତି। ପୀଡିତା ଯଦି ମହାରଥୀଙ୍କ ଝିଅ ହୋଇଥାନ୍ତା, ସେ କଣ ଏପରି କହିଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତାଙ୍କ ବାପା। […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତରେ ମାଓବାଦୀଙ୍କ କ୍ୟାମ୍ପ୍ ଠାବ ହୋଇଛି। ଖପ୍ରାଖୋଲ ନିକଟରେ ମାଓବାଦୀ କ୍ୟାମ୍ପ୍ ଠାବ ହୋଇଥିବା ସୂଚନା ମିଳିଛି। CRPF ଯବାନ କମ୍ବିଂ ଅପରେସନ୍ କରୁଥିବା ବେଳେ ସେଠାରେ ଲାଲ୍ବାହିନୀର କ୍ୟାମ୍ପ୍ ଚାଲିଥିବା ଜାଣିବାକୁ ପାଇଥିଲେ। କ୍ୟାମ୍ପ୍ରୁ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି। ମାଓବାଦୀ କ୍ୟାମ୍ପ୍ ଠାବ ହେବାପରେ ସୁରକ୍ଷାକର୍ମୀ ଅଧିକ ସତର୍କ ହେବା ସହିତ ସର୍ଚ୍ଚ ଅପରେସନ୍କୁ ଆହୁରି ଜୋରଦାର କରିଛନ୍ତି।
ଭୁବନେଶ୍ୱର: ବାରଙ୍ଗରେ ହେବ ଓଡ଼ିଶା କ୍ୟାନ୍ସର୍ ହସ୍ପିଟାଲ୍ ଏଣ୍ଡ୍ ରିସର୍ଚ୍ଚ ସେଣ୍ଟର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟାଟା ଟ୍ରଷ୍ଟ ସହାୟତାରେ ଏହି କ୍ୟାନସର ହସ୍ପିଟାଲ୍ ନିର୍ମାଣ ହେବ। ଏଥିପାଇଁ ରାଜ୍ୟ ସରକାର ବାରଙ୍ଗ ତସହିଲ ରତାଗଡ଼ ଲେଙ୍କା ସାହି ଠାରେ ମାଗଣାରେ ଜମି ଯୋଗାଇ ଦେଇଛନ୍ତି। ମୁମ୍ବାଇର ଟାଟା ମେମୋରିଅଲ୍ ହସ୍ପିଟାଲ୍ ଢାଞ୍ଚାରେ ଏହା ନିର୍ମାଣ ହେବ। ଉଦ୍ଘାଟନୀ ଉତ୍ସବରେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ରତନ୍ ଟାଟା ଉପସ୍ଥିତ ଥିଲେ। […]
ଢେଙ୍କାନାଳ: ବିଲକୁ ଯାଉଥିବା ବେଳେ ଆକ୍ରମଣ କଲା ବାର୍ହା। ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାଘବସା ଗାଁରେ ବାର୍ହା ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି। ଆହତଙ୍କୁ କାମାକ୍ଷାନଗର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ନବ ପଧାନ, ଶ୍ରୀବତ୍ସ ପଧାନ ଓ ବିମଳ ପଧାନ। ଆଜି ସକାଳୁ ବିଲକୁ କାମ କରିବାକୁ ଯାଉଥିବା ବେଳେ ହଠାତ୍ ବାର୍ହା ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି […]