• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rape
ଦୁଷ୍କର୍ମ ଅଭିଯୋଗରେ ଫସିଲେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ

ଯାଜପୁର  : ଯାଜପୁର ଜିଲ୍ଲା ଦଶରଥପୁର ଅଞ୍ଚଳର ନେତା ଦାମୋଦର ରାଉତଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ। ଦାମୋଦର ରାଉତ ହେଉଛନ୍ତି ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ। ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି ଯେ, ଗତ ୨୪ ତାରିଖରେ ତାଙ୍କୁ ଘରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ଦାମୋଦର ରାଉତ। ଏ ସଂପର୍କରେ ମଙ୍ଗଳପୁର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଅଭିଯୁକ୍ତ ଜଣକ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ପରେ ପୀଡ଼ିତା ଯାଜପୁର ଏସ୍‌ପିଙ୍କ […]

  • Friday, 16 July 2021
bjd
ଚାନ୍ଦବାଲି ବିଜେଡିରେ ଗୋଷ୍ଠୀ କନ୍ଦଳ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଗୋଷ୍ଠୀ କନ୍ଦଳ ଯୋଗୁ ଏବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପାଇଁ ଅଡୁଆ ବଢ଼ିଛି। ଜିଲ୍ଲା ବିଜେଡି ଉପସଭାପତି ଓ ବିଧାୟକଙ୍କର ବିଭିନ୍ନ ପଞ୍ଚାୟତରେ ଅଲଗା ଅଲଗା କାର୍ଯ୍ୟାଳୟ ଚାଲିଛି। ସମାନ୍ତରାଳ ଭାବେ ଦୁଇ ଗୋଷ୍ଠୀ ଏବେ ଚାନ୍ଦବାଲି ଅଞ୍ଚଳରେ ନିଜର ସଙ୍ଗଠନ ବଢ଼ାଇବାରେ ଲାଗିଛନ୍ତି। ଏହା ଏବେ ବିଜେଡି ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି। କଂଗ୍ରେସ ସହ ବିଧାୟକଙ୍କ ଅଘୋଷିତ ମେଣ୍ଟ ଚାଲିଥିବା […]

  • Friday, 16 July 2021
bse
ପୁଣି ଭାଇରାଲ୍ ହେଲା ମାଟ୍ରିକ୍ ପ୍ରଶ୍ନପତ୍ର, ଏଥର ଗଣିତ ପାଳି

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖାଦେଇଛି ବିଭ୍ରାଟ। ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାତୃଭାଷା, ଇଂରାଜୀ ପ୍ରଶ୍ନପତ୍ର  ଭାଇରାଲ୍ ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ଏଥର ଦୁଇ ଦୁଇଟି ଜିଲ୍ଲାରେ ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଛି। ମାଟ୍ରିକର ଗଣିତ ପ୍ରଶ୍ନପତ୍ରର ‘ଡି’ ସେଟ୍ ମୋବାଇଲ୍‌ରୁ ମୋବାଇଲ୍‌ ଘୁରିବୁଲୁଛି। ଭାଇରାଲ୍‌ ପ୍ରଶ୍ନପତ୍ର ସହ ଏକ ଆଡମିଟ୍ କାର୍ଡ ଫଟୋ ବି ବୁଲୁଛି। ମାଧ୍ୟମିକ ଶିକ୍ଷା […]

  • Friday, 16 July 2021
accident 1
ଅଟୋ ଧକ୍କାରେ ଗଲା ଛାତ୍ରଙ୍କ ଜୀବନ

ନୟାଗଡ଼: ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗୋପିନାଥପୁରରେ ଅଟୋ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଗତକାଲି ରାତିରେ ଟ୍ୟୁସନ୍ ସାରି ଘରକୁ ଫେରୁଥିବା ବେଳେ ଛାତ୍ରଜଣଙ୍କୁ ସମ୍ମୁଖ ପଟୁ ଆସୁଥିବା ଏକ ଅଟୋ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଅଟୋ ଡ୍ରାଇଭରଙ୍କୁ ଗିରଫ ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସାଧାରଣ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଗୋପିନାଥପୁରଠାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ […]

  • Friday, 16 July 2021
c1
କାନ୍ଥ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା କପ୍ତିପଦାରେ କାନ୍ଥ ପଡ଼ିଯିବାରୁ ଜଣେ ଶିଶୁର ମୃତ୍ୟୁ ହୋଇଛି। କପ୍ତିପଦାର ଡାଙ୍ଗରସାହିରେ କାନ୍ଥ ପଡ଼ି ସୋମନାଥ ସେଲେଙ୍ଗୀଙ୍କ ୪ ବର୍ଷର ପୁଅଙ୍କ ମୃତ୍ୟୁ ହୋଇଛି। ଏଭଳି ଖବର ପ୍ରଚାରିତ ହେବା ପରେ ସମଗ୍ର ଗାଁରେ ଶୋକ ଖେଳି ଯାଇଛି। ଗତକାଲି ରାତିରେ ରାତ୍ରି ଭୋଜନ ପରେ ସମସ୍ତେ ଶୋଇପଡ଼ିବା ପରେ ଏହି ଅଘଟଣ ଘଟିଥିଲା। କାନ୍ଥ ଭୁଷୁଡ଼ି ପଡ଼ିବା ଫଳରେ ଶିଶୁଟିକୁ ଗୁରୁତର ଅବସ୍ଥରରେ ଉଦଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ […]

  • Friday, 16 July 2021
punjilal
ଚର୍ଚ୍ଚାରେ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ

ଭୁବନେଶ୍ୱର: ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଂଜିଲାଲ ଜେଲରୁ ଫେରାର ଉଦ୍ୟମ ଅଭିଯୋଗରେ ରୁଜୁ ହୋଇଛି ନୂଆ ମାମଲା। ଧାରା ୩୪୨, ୨୯୪, ୩୨୩, ୩୫୩, ୩୭୯, ୫୦୬  ଓ IPC ୩୪ରେ ପାଟଣାଗଡ଼ ଥାନାରେ ମାମଲା ରୁଜୁ ହୋଇଛି। ଗତ ୨୪ ତାରିଖରେ ଅନ୍ୟ ଅନ୍ତେବାସୀଙ୍କ ସହ ଜେଲ୍‌ରୁ ଫେରାର ହେବାକୁ ପୁଞ୍ଜିଲାଲ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣା ଘଟିବା ପରେ, ପାଟଣାଗଡ଼ ଜେଲ୍‌ ଗସ୍ତରେ ଆସିଥିଲେ ଦାୟିତ୍ୱରେ ଥିବା ଜେଲ୍‌ ଡିଆଇଜି ଅମିୟ […]

  • Friday, 16 July 2021
elephant
ସୁନ୍ଦରଗଡ଼ ରାଇଗୁରି ଜଙ୍ଗଲରୁ ହାତୀର ମୃତ ଦେହ ଉଦ୍ଧାର

ସୁନ୍ଦରଗଡ଼  : ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ରାଇଗୁରି ଜଙ୍ଗଲରୁ ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ, ହାତୀର ବୟସ ପ୍ରାୟ ୪ବର୍ଷ ହେବ ବୋଲି କୁହାଯାଉଛି। ସୁଚନା ଅନୁସାରେ ହାତୀଟି ଜରଡା ରେଞ୍ଜ ରାଇଗୁରି ଜଙ୍ଗଲରେ ହାତୀ ପଲରୁ ଏକୁଟିଆ ହୋଇ ବୁଲୁଥିଲା। ଗତକିଛି ଦିନ ହେଲା ଅସୁସ୍ଥ ହେବା ଦେଖି ବନବିଭାଗ ତାର ଚିକିତ୍ସା କରୁଥିବାବେଳେ ଗତକାଲି ହାତୀଟି ପ୍ରାଣ ହରାଇଥିବା ଏସିଏଫ୍ କହିଛନ୍ତି।

  • Friday, 16 July 2021
f1
ଆଜି ଓଟିଭି ଫୋର୍‌ସାଇଟ୍

ଭୁବନେଶ୍ୱର: ଆଜି ଓଟିଭି ଫୋର୍‌ସାଇଟ୍ କାର୍ଯ୍ୟକ୍ରମ ଆୟୋଜିତ ହେବ । ଓଟିଭିର ଏହି ନବମ ବାର୍ଷିକ ଆଲୋଚନାଚକ୍ର ଓ ସମ୍ମିଳନୀରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଓ ଜଣାଶୁଣା ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ରହିବେ। ସେମାନେ ଗତ ବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଗୋଟିଏ ମଞ୍ଚରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ପର୍ଯ୍ୟାଲୋଚନା ଓ ନିଷ୍କର୍ସ ବାହାର କରିବାର ପ୍ରୟାସ କରିବେ ।

  • Friday, 16 July 2021
h
ହାତୀ ସହ ମୁହାଁମୁହିଁ; ଗଲାଣି ୩ ଜୀବନ

ତାଳଚେର/ଢେଙ୍କାନାଳ/ ସୁନ୍ଦରଗଡ଼:  ଢେଙ୍କାନାଳ, ତାଳଚେର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ସହର ମୁହାଁ ହୋଇଛନ୍ତି ହାତୀ। ଫଳରେ ହାତୀ ସହ ମୁହାଁମୁହିଁ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ବୃଦ୍ଧ ଓ ଜଣେ ପିଲା ଅଛନ୍ତି । ତାଳଚେରର ଦେଉଳବେଡ଼ା ଅଞ୍ଚଳରେ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଛି। ସହର ଭିତରକୁ ହାତୀ ପଶି ଆସିବା ସହ ଲୋକଙ୍କୁ ଆକ୍ରମଣ […]

  • Friday, 16 July 2021
kamala pujari
ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କମଳା ପୂଜାରୀ ଅସୁସ୍ଥ

କୋରାପୁଟ :  ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ।  ଗତ ୫ଦିନ ଧରି ଜ୍ୱରରେ ପୀଡ଼ିତ ଥିବା କମଳା ପୂଜାରୀଙ୍କ ରକ୍ତଚାପ ବଢିଯାଇଥିଲା। ଫଳରେ ପରିବାର ଲୋକେ ତାଙ୍କୁ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା ପରେ କମଳା ପୂଜାରୀଙ୍କୁ ବର୍ତ୍ତମାନ କୋରାପୁଟ ସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।    

  • Friday, 16 July 2021
wife
ସ୍ତ୍ରୀଙ୍କୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ତେଲିଗଡ଼ ମୁଣ୍ଡାସାହିରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ। ପାରିବାରିକ କଳହରୁ କଦମ ପୂର୍ତିଙ୍କୁ ସ୍ୱାମୀ- ଲକ୍ଷ୍ମଣ ପୂର୍ତି ପଥରରେ ଛେଚି ହତ୍ୟା କରିଛି। ଘଟଣାରେ ଲକ୍ଷ୍ମଣକୁ ପୁଲିସ ଗିରଫ କରିଛି। ଗତ ରାତିରେ କୌଣସି କାରଣରୁ ଲକ୍ଷ୍ମଣ ଓ କଦମଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପରେ ଲକ୍ଷ୍ମଣ ପଥର ଆଣି କଦମଙ୍କ ମୁଣ୍ଡକୁ ଛେଚି ଦେବାରୁ ଘଟଣାସ୍ଥଳରେ କଦମଙ୍କର ମୃତ୍ୟୁ ହୋଇଥିଲା।  

  • Friday, 16 July 2021
accused
୬ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୁଲିସ

ସୁନ୍ଦରଗଡ଼ : ଗୁଣି ଗାରେଡ଼ିକୁ ନେଇ ପ୍ରତିଶୋଧ ପରାୟଣ ହୋଇ ୫ଜଣଙ୍କ କରାଯାଇଥିଲା ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍। ଘଟଣାରେ ପୁଲିସ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେମାନେ ହେଲେ ରାଜୁ ମୁଣ୍ଡା, ଜଗମା ମୁଣ୍ଡା, ସାଲୁ ମୁଣ୍ଡା, ମାଟୁ ମୁଣ୍ଡା, ଦେବରା ମୁଣ୍ଡା ଓ ବୁଦ୍ଧରାମ ମୁଣ୍ଡା। ସେମାନଙ୍କ ଠାରୁ […]

  • Friday, 16 July 2021
child rescure
କୋରାପୁଟ ବୋରିଗୁମ୍ମାରେ ୨ମାସର ଶିଶୁକନ୍ୟା ଉଦ୍ଧାର

କୋରାପୁଟ  : କୋରାପୁଟ ବୋରିଗୁମ୍ମା କେବିଡ଼ିରେ ଜନ୍ମିତ ଶିଶୁ କନ୍ୟା ଉଦ୍ଧାର। ଗାଁ ପାଖ କଲଭର୍ଟ ତଳେ ପଡିଥିବାବେଳେ ଶିଶୁକନ୍ୟାକୁ ଗାଁ ଲୋକେ ଉଦ୍ଧାର କରିଛନ୍ତି। ଏହାପରେ ଶିଶୁକୁ ନିକଟସ୍ଥ ରାବଣାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ମୁତାବକ, ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି ଏବଂ ପରେ ଶିଶୁ ସୁରକ୍ଷା କମିଟି ସହାୟତାରେ ଶିଶୁକନ୍ୟାକୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାସହ କମିଟି ଗାଁରେ ପହଞ୍ଚି ଘଟଣାର ତଦନ୍ତ କରୁଛି।

  • Friday, 16 July 2021
cbse
ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀର ମୁଖ୍ୟ ପରୀକ୍ଷା। ଦେଶର ପ୍ରାୟ ୪ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ୧୨ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଲାଗି ରେଜିଷ୍ଟ୍ରେସନ୍ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସକାଳ ସାଢ଼େ ୧୦ଟାରୁ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଆଡମିଟ୍ କାର୍ଡ […]

  • Friday, 16 July 2021
ratha
ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ

ପୁରୀ : ଶାନ୍ତି ଶୃଙ୍ଖଳା ସହ ୨୦୧୮ମସିହା ରଥଯାତ୍ରା ସରିବା ନେଇ ଦଇତାପତି ନିଯୋଗକୁ ରାଜ୍ୟ ସରକାରଙ୍କ ପୁରସ୍କାର ରାଶି ପ୍ରଦାନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଚିଠିକୁ ନେଇ ରାଜ୍ୟ ସରକାରଙ୍କ ବିଧିବିଭାଗ ପକ୍ଷରୁ ଦଇତାପତି ନିଯୋଗକୁ ୪୨ଲକ୍ଷ ୭୫ ହଜାର ୯୯୮ ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଧିବିଭାଗ ତରଫରୁ ଏକ ଚିଠି ମାଧ୍ୟମରେ ଦର୍ଶାଯାଇଛି। ସେପଟେ ପୁରସ୍କାର ରାଶିକୁ ନେଇ ଦଇତାପତି ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି। […]

  • Friday, 16 July 2021
12
ନିଲମ୍ବିତ ହେଲେ ହାବିଲଦାର

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ। କମିଶନରେଟ ପୁଲିସ ତରଫରୁ ତାଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ନା ଭାଗ୍ୟଧର ନାୟକ। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ ଡ୍ୟୁଟିରେ ଥିଲେ। ତେବେ ଡ୍ୟୁଟି ସାରି ଫେରିବା ସମୟରେ ସଂପୃକ୍ତ ଯୁବତୀଙ୍କୁ ହାବିଲଦାର ଜଣଙ୍କ ବନ୍ଧୁକ ଧରାଇ ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ-୪୭କୁ […]

  • Friday, 16 July 2021
subodha
ଆରପାରିରେ ଲୋକପ୍ରିୟ ନ୍ୟୁଜ୍‌ ଆଙ୍କର ସୁବୋଧ ନାୟକ

କଟକ : ଦୂରଦର୍ଶନ ତଥା ଆକାଶବାଣୀର ସମ୍ବାଦ ପାଠକ ସୁବୋଧ ନାୟକଙ୍କ ପରଲୋକ। ଆଜି କଟକ ବଡ଼ ମେଡିକାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଆଜି ଭୋର ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ। ୧୯୮୯ ମସିହାରୁ ସେ ଦୂରଦର୍ଶନରେ କାର୍ଯ୍ୟକରିବା ସହ […]

  • Friday, 16 July 2021
a11
ଗାଡ଼ି ଧକ୍କାରେ ଗଲା ଜୀବନ

ସୋନପୁର(ରବୀନ୍ଦ୍ର ହୋତା): ସୋନପୁର-ସମ୍ବଲପୁର ରାସ୍ତାର ମେଟାକାନୀ ଛକରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ପୁଲେଶ୍ୱର ଗାଁର ଜିତେନ୍ଦ୍ର ଖୁରା। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଏହାସହ ଦୁର୍ଘଟଣାରେ ସଂପୃକ୍ତ ଥିବା ଗାଡ଼ିକୁ ଚିହ୍ନଟ କରିବା ପାଇଁ ଦାବି ହୋଇଛି।

  • Friday, 16 July 2021
ram-chandra-pratihary
ବିଶିଷ୍ଟ କଳାକାର ତଥା ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ

ପୁରୀ : ବର୍ଷିଆନ କଳାକାର ତଥା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମଚନ୍ଦ୍ର ପ୍ରତିହାରୀଙ୍କ ପରଲୋକ। ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି।  ଦୀର୍ଘ ଦିନ ଧରି ସେ ମୁଖ କର୍କଟରେ ପୀଡ଼ିତ ଥିଲେ। ଆଜି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଅନେକ ବିଶିଷ୍ଟ ବ୍ୟକ୍ତି ତଥା କଳାକାର ରାମଚନ୍ଦ୍ରଙ୍କ ଶେଷ ଦର୍ଶନ କରିଛନ୍ତି। ‘ନୀଳମାଧବ’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ପ୍ରଶଂସାର ପାତ୍ର ହୋଇଥିଲେ ରାମଚନ୍ଦ୍ର ପ୍ରତିହାରୀ। ପୁରୀ ଅନ୍ନପୂର୍ଣ୍ଣା ଥିଏଟର ସହିତ ମଧ୍ୟ ସେ […]

  • Friday, 16 July 2021
jounalist
ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣା : ୩ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ସିନେମା ହଲ୍‌ରେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦ ନଗର ଥାନା ପୁଲିସ୍‌।  ଅଭିଯୁକ୍ତମାନେ ୟୁନିଭର୍‌ସିଟି ଲ’ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ଶନିବାର ଦିନ ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିଲା। ମହିଳାଙ୍କୁ କେତେକ ଯୁବକ ଅଶ୍ଳୀଳ କମେଣ୍ଟ କରୁଥିବାର ଦେଖି ପ୍ରତିବାଦ କରିବାରୁ ସେହି ଯୁବକମାନେ ମାଡ଼ ମାରିଥିବା ଅଭିଯୋଗ କରିଥିଲେ କପିଳେନ୍ଦ୍ର। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି […]

  • Friday, 16 July 2021
srikanta
ଆପ୍‌ରେ ଯୋଗଦାନ ଚର୍ଚ୍ଚାକୁ ଶ୍ରୀକାନ୍ତଙ୍କ ଖଣ୍ଡନ

ଭୁବନେଶ୍ୱର : ଆମ୍ ଆଦ୍‌ମୀ ପାର୍ଟିରେ ଯୋଗ ଦେବେ ନାହିଁ କି ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ସେ କହିଛନ୍ତି, ସାମାଜିକ ନ୍ୟାୟ ଅଭିଯାନରେ ସାମିଲ ଥିବା ଲୋକ, ଯେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେବେ, ସେମାନଙ୍କ ପାଇଁ ପ୍ରଚାର କରିବେ। ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍‌ମୀ ପାର୍ଟି […]

  • Friday, 16 July 2021
d1
୬ ଲେନ୍‌ ଜାତୀୟ ରାଜପଥ ପାଇଁ ଭୂମିପୂଜନ

ଭୁବନେଶ୍ୱର: ୬ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୂମିପୂଜନ କରିଛନ୍ତି। ‘ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର, ଚଣ୍ଡିଖୋଲ-ଭୁବନେଶ୍ୱର ରାସ୍ତା ୬ ଲେନ୍ ବିଶିଷ୍ଟ ହେବ । ଭୁବନେଶ୍ୱର ଖଣ୍ଡଗିରିରେ ଆଜି ଏହି ସବୁ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ସେହିପରି ବାଲିକୁଦା, ଶିଖରପୁର, ବଡ଼ଚଣାରେ ଭୂତଳ ବ୍ରିଜ୍ ନିର୍ମାଣ ହେବ। ମୋଟ୍ ୧୧୯.୫ କିମି NH ପାଇଁ ୨୦୬୭.୫୦ କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

  • Friday, 16 July 2021
a1
ଧାନ କିଣା ଲାଗି ବିଳମ୍ବରେ ମିଳୁଛି ଟୋକନ୍‌

ମୟୂରଭଞ୍ଜ: ଧାନ କିଣା ବେଳେ ଟୋକନ୍‌ ପ୍ରଦାନରେ ଅନିୟମିତତା ଏବଂ ବିଳମ୍ବକୁ ନେଇ ତାତିଛନ୍ତି ଚାଷୀ।  ଉତ୍ତ୍ୟକ୍ତ ଚାଷୀ ମୟୂରଭଞ୍ଜ ଜିଲା ଉଦଳା  ବ୍ଲକ ଖଲାଡ଼ି ଲ୍ୟାମ୍ପସ୍‌ରେ ତାଲା ପକାଇଛନ୍ତି। ସେମାନେ ଲ୍ୟାମ୍ପସ୍‌ରେ ତାଲା ପକାଇବା ସହ ଏମ୍‌ଡି ଓ ଏଆରସିଏସ୍‌ଙ୍କୁ ଘେରିଥିଲେ । ଚାଷୀମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ହଜାରେ କୁଇଣ୍ଟାଲ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପସ୍‌ କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ହଜାରେ କୁଇଣ୍ଟାଲ ଧାନ ବଦଳରେ ୬ ଶହ କୁଇଣ୍ଟାଲ୍‌ର ଟୋକନ୍‌ ପ୍ରଦାନ […]

  • Friday, 16 July 2021
son
ବୀର ପୁଅକୁ ହରାଇ ଶୋକରେ ବୁଡ଼ିଛି ଖୋର୍ଦ୍ଧା ଅଠରାଙ୍ଗ ଗାଁ

ଖୋର୍ଦ୍ଧା : ନିଜେ ଯାହା କରି ନଥିଲେ ତାହା ପୁଅ କରି ଦେଖାଇ ଦେଲା। ସାଧାରଣତନ୍ତ୍ର ଦିବସରେ ଦେଶ ପାଇଁ ବଳିଦାନ ଦେଇଥିବା ପୁଅ ଉଦ୍ଦେଶ୍ୟରେ ଏଭଳି କହିଛନ୍ତି ଖୋର୍ଦ୍ଧା ଅଠରାଙ୍ଗର ସହିଦ ଯବାନ ହେମନ୍ତ ପଣ୍ଡାଙ୍କ ବାପା। ମାତ୍ର ୨୫ ବୟସର ଯୁବକ ପୁଅକୁ ହରାଇ ହେମନ୍ତ କୋହ ସମ୍ଭାଳି ପାରୁନଥିଲେ ବି ପୁଅର କାମ ପାଇଁ ସେ ଗର୍ବିତ ବୋଲି କହିଛନ୍ତି। ଏପଟେ ହେମନ୍ତଙ୍କୁ ହରାଇ ତାଙ୍କ ପରିବାର ତଥା ପୁରା ଅଠରାଙ୍ଗ ଗାଁରେ […]

  • Friday, 16 July 2021
lightning
ଝଡ଼ବର୍ଷା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଆଜି ରାଜ୍ୟର ୪ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରାହ୍ନ ୪ଟା ୧୫ ପର୍ଯ୍ୟନ୍ତ ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

  • Friday, 16 July 2021