• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

n1
୧୬ ଫୁଟ୍‌ ଲମ୍ବର ଅହିରାଜ ସାପ ଉଦ୍ଧାର

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱରରୁ ୧୬ ଫୁଟ୍‌ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ନୀଳଗିରି କୁଲଢ଼ିଆ ଅଭୟାରଣ୍ୟ ସୀମାନ୍ତ କାଳିଝାଟି ଗାଁ ନିକଟରୁ ଏହି ଅହିରାଜ ସାପକୁ ଉଦ୍ଧାର କରାଯାଇଛି। ସାପଟି ଆହତ ହୋଇ ଛଟପଟ ହେଉଥିବା ଗ୍ରାମବସୀ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ସାପଟିକୁ ଉଦ୍ଧାର କରି ନୀଳଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ଅହିରାଜର ଚିକିତ୍ସା ପରେ ବନ ବିଭାଗ କୁଲଢ଼ିଆ ଅଭୟାରଣ୍ୟରେ ଛାଡ଼ି ଦେଇଛି।

  • Friday, 16 July 2021
q5
ହସ୍ପିଟାଲ୍‌ କ୍ୟାମ୍ପସ୍‌ରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର(ରଞ୍ଜିତ ପାକଳ): ବାଲେଶ୍ୱର ସୁନହଟ ହସ୍ପିଟାଲ୍‌ ପରିସରରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ହସ୍ପିଟାଲ୍‌ରେ ଉତ୍ତେଜନା ଦେଖାଦେଇଛି। ପୁଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ସେମାନେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ସୁନହଟରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଚାନ୍ଦିପୁର ଡିଆରଡିଓ ରାସ୍ତାରେ ଗମନାଗମନ ଠପ୍ ହୋଇ ଯାଇଛି।

  • Friday, 16 July 2021
new born baby --
ଅନୁଗୁଳରେ ୭ ଦିନର ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ : ଅନୁଗୁଳରେ ୭ ଦିନର ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ତାକୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସହରର ଜଣେ ବ୍ୟକ୍ତି ତାଙ୍କର ଶିଶୁ ପୁତ୍ରକୁ ଜଣେ ବ୍ୟବସାୟୀକୁ ଦେଇଥିବା ସୂଚନା ପାଇ ଜଣେ ସ୍ୱେଚ୍ଛାସେବୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀକୁ ଜଣାଇଥିଲେ। ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପୁଲିସ୍‌ ସହାୟତାରେ ଉଭୟ ପକ୍ଷକୁ ଠାବ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ ଏକାଧିକ ସନ୍ତାନ ଥିବାରୁ ଭରଣପୋଷଣ […]

  • Friday, 16 July 2021
z2
ବରଯାତ୍ରୀ ବସ୍ ଜଳି ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର(ପ୍ରଣୟ ପାଣି): ବରଯାତ୍ରୀ ବସ୍ ଜଳି ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ସାନ୍ତରାପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ବସ୍‌ଟି ବରଯାତ୍ରୀଙ୍କୁ ଧରି କନ୍ୟା ଘରୁ ଫେରିଥିଲା। ତେବେ ଫେରିବା ପରେ ବରଘର ନିକଟରେ ବସ୍‌ଟି ଛିଡ଼ା ହୋଇଥିଲା। ତେବେ ବସ୍‌ରୁ ସମସ୍ତ ବରଯାତ୍ରୀ ଓହ୍ଲାଇଥିବା ବେଳେ ଜଣେ ଯୁବକ ଶୋଇ ପଡ଼ିଥିଲେ। ତେବେ କୌଣସି କାରଣରୁ ରାତି ଅଢ଼େଇଟା ପାଖାପାଖି ସମୟରେ ନିଆଁ […]

  • Friday, 16 July 2021
w2
ହାତିବାରୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ

କୋରାପୁଟ: କୋରାପୁଟ ନନ୍ଦପୁର ଥାନା ହାତିବାରୀ ଜଙ୍ଗଲରେ ଗୁଳିବିନିମୟ ହୋଇଛି। ବିଳମ୍ବିତ ରାତି ଯାଏ ଡିଭିଏଫ୍, ଏସ୍ଓଜି ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା। ଯବାନଙ୍କ ପାଲଟା ଜବାବ୍‌ରେ ବହୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ତେବେ ଏଥିରେ ମାଓବାଦୀ କିମ୍ବା ଯବାନଙ୍କ ପକ୍ଷରୁ କେହି ମୃତାହତ ହୋଇଥିବାର ସୂଚନା ନାହିଁ।

  • Friday, 16 July 2021
child
ଖୋର୍ଦ୍ଧାରେ ୨ ନବଜାତଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧାରେ ୨ ନବଜାତଙ୍କ ମୃତଦେହ ଉଦ୍ଧାର। ୧୬ନଂ NH ପିତାପଲ୍ଲୀ ପାଖ ଏକ ହୋଟେଲ ପଛପଟୁ ୨ ନବଜାତ ଶିଶୁପୁତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋର୍ଦ୍ଧା ପୁଲିସ୍‌ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ତେବେ କିଭଳି ସ୍ଥିତିରେ ନବଜାତଙ୍କ ମୃତ୍ୟୁ ହେଲା ତାର କାରଣ ଏଯାଏ ଜଣାପଡି ନାହିଁ।   ଦେଖନ୍ତୁ ଭିଡ଼ିଓ –

  • Friday, 16 July 2021
b1
ଡିଜେ ଗାଡ଼ି ଓଲଟି ଜଣେ ମୃତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧରେ ଓଲଟିଲା ଡିଜେ ଗାଡ଼ି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଚାରିଛକ-କୁଶଙ୍ଗ ରାସ୍ତାରେ ବିଳମ୍ବିତ ରାତିରେ ଡିଜେ ଗାଡ଼ି ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଉପରକଟା ଗ୍ରାମର ସୁନୀଲ ମଲ୍ଲିକ। ଗୁରୁତର ମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଘଣାସ୍ଥଳରେ ପୁରୁଣାକଟକ ପୁଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

  • Friday, 16 July 2021
naveen
ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

ବାରିପଦା : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିନିକିଆ ମୟୂରଭଂଜ ଜିଲ୍ଲା ଗସ୍ତ।  ବାରିପଦା ଛଉପଡ଼ିଆରେ ଆୟୋଜିତ ହେବାକୁ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନବୀନ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ୪୦ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନେଇ ହେବାକୁ ଥିବା ସଭାରେ ଉଦ୍‌ବୋଧନ ଦେବେ ନବୀନ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।   […]

  • Friday, 16 July 2021
bus accident
ରାୟଗଡ଼ା ପିପଲଗୁଡ଼ା ଘାଟିରେ ବସ୍ ଓଲଟି ୧ ମୃତ, ୧୮ ଆହତ

ରାୟଗଡ଼ା  : ରାୟଗଡ଼ା ପିପଲଗୁଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ସମସ୍ତ ଆହତଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିପଲଗୁଡାର କିଛି ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେଇ ରାମନାଗୁଡ଼ାରୁ ଫେରିବା ବେଳେ ଏ ଦୁର୍ଘଟଣା ଘଟିଛି। ଦେଖନ୍ତୁ […]

  • Friday, 16 July 2021
puri meeting
ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ

ପୁରୀ : ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିର ସତର୍କବାଣୀ। ଏଣିକି ଶ୍ରୀଜିଉଙ୍କ ନୀତିରେ ବିଳମ୍ବ ହେଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁସାରେ କୈାଣସି ସେବାୟତ ମହାପ୍ରଭୁଙ୍କ ସେବାରେ ୧୫ ମିନିଟ୍ ବିଳମ୍ବ କଲେ ୨୫ ପ୍ରତିଶତ, ୩୦ ମିନିଟ୍ ବିଳମ୍ବ କଲେ ୫୦ ପ୍ରତିଶତ ଓ ୧ ଘଣ୍ଟା ବିଳମ୍ବ ହେଲେ ସେମାନଙ୍କର ସମ୍ପୂର୍ଣ୍ଣ ପାଉଣା କଟାଯିବ। ଏହାସହ ନୀତିରେ କ୍ରମାଗତ ତିନି […]

  • Friday, 16 July 2021
golka
ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା : ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଛତ୍ରପୁରରେ କାଉନସିଲ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ଘଟଣାରେ ଦୁଇ ବିଜେପି ନେତାଙ୍କୁ ନୋଟିସ୍। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଓ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କୁ ଆଜି ନୋଟିସ୍‌ ଜାରି କରିଛି। ଛତ୍ରପୁର ଥାନା ପୁଲିସ ଭୃଗୁଙ୍କୁ ଫେବ୍ରୁଆରୀ ୭ ଓ ଗୋଲକଙ୍କୁ ଫେବ୍ରୁଆରୀ ୯ ତାରିଖରେ ଥାନାରେ ହାଜର ପାଇଁ ନୋଟିସ୍‌ ଦିଆଯାଇଥିବା ଛତ୍ରପୁର ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଗତ ୨୦୧୭ମସିହାରେ ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। […]

  • Friday, 16 July 2021
g1
ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଗଣ୍ଡଗୋଳ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ବରଯାତ୍ରୀ ଶୋଭାଯାତ୍ରାରେ ନାଚିବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଦେବଗଡ଼ ପୌରାଞ୍ଚଳର ପତ୍ରାପାଲି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ସମ୍ବଲପୁର ଜିଲ୍ଲା ତାଳପାଲି ଅଞ୍ଚଳରୁ ଆସିଥିବା ବରଯାତ୍ରୀଙ୍କ ସହ ସ୍ଥାନୀୟ ପତ୍ରାପାଲି ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୪ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ପୁଲିସ୍‌ ବରଯାତ୍ରୀଙ୍କୁ ରାତିରେ ଉଦ୍ଧାର କରି ଥାନାକୁ ଆଣିଥିଲା। ବରଯାତ୍ରୀମାନେ […]

  • Friday, 16 July 2021
katju
ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟି ନୋଟିସ୍ ପ୍ରସଙ୍ଗରେ କାଟ୍‌ଜୁଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର :  ଗଣତନ୍ତ୍ରରେ ବାକ୍ ସ୍ୱାଧୀନତା ଓ ସହନଶୀଳତା ରହିବା ଆବଶ୍ୟକ। ରାଜନେତାମାନେ ଛୋଟମୋଟ କଥାରେ ପ୍ରତିକ୍ରିୟାଶୀଳ ହେବା ଉଚିତ୍ ନୁହେଁ। ଓଟିଭି ନିର୍ଦ୍ଦେଶିକାଙ୍କୁ ବିଧାନସଭା ସ୍ୱାଧିକାର କମିଟିର ନୋଟିସ୍ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ପ୍ରେସ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷ ମାର୍କେଣ୍ଡୟ କାଟ୍‌ଜୁ। ଏକ ଛୋଟ ଘଟଣାକୁ ଅଯଥାରେ ବଡ଼ କରାଯାଇଛି ବୋଲି ସେ କହିବା ସହ ଏହା ଅହଙ୍କାରିତାର ପରିଚାୟକ ବୋଲି କାଟ୍‌ଜୁ କହିଛନ୍ତି। ବିଧାନସଭା ସ୍ୱାଧିକାର କମିଟିର […]

  • Friday, 16 July 2021
kidnap
ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା  : ରାସ୍ତାରୁ କଲେଜ ଛାତ୍ରୀଙ୍କୁ ଟେକିନେଲେ ଦୁର୍ବୃତ୍ତ। ଖୋର୍ଦ୍ଧା ବୋଲଗଡ଼ ଥାନା ମାଳିସାହି ରାସ୍ତାରେ କଲେଜରୁ ଫେରୁଥିବା ଜଣେ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି। ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି। ତେବେ କଲେଜରୁ ଘରକୁ ଫେରିବା ବାଟରେ ଅପରାହ୍ଣ ଗୋଟାଏ ରୁ ୨ଟା ମଧ୍ୟରେ ମାଳିସାହି ରାସ୍ତାର ଜନ୍ତାରିବନ୍ଧ ନିକଟରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ଛାତ୍ରୀଙ୍କ ସ୍କୁଟି ଓ ଚପଲ […]

  • Friday, 16 July 2021
petrol pump
ବଟିକୁ ନେଇ ପେଟ୍ରୋଲ ପମ୍ପରେ ଯୁବକଙ୍କ ଦାଦାଗିରି

ଭୁବନେଶ୍ୱର :  ବଟିକୁ କେନ୍ଦ୍ର କରି ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଦୁର୍ବୃତ୍ତଙ୍କ ଦାଦାଗିରି। ଯୁବକର ଦାଦାଗିରିକୁ ବାରଣ କରିବାରୁ ପେଟ୍ରୋଲ ଟାଙ୍କି କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ଅସାମାଜିକ ଯୁବକଙ୍କ ଆକ୍ରମଣର ଭିଜୁଆଲ ସିସିଟିଭିରେ କଏଦ୍ ହୋଇଛି। ୩ ଜଣ ଯୁବକ ପେଟ୍ରୋଲ ପମ୍ପ ଆସିଥିଲେ। କିନ୍ତୁ ଜଣେ ଯୁବକ ପ୍ରାୟ ୧ ଘଣ୍ଟା ଧରି କର୍ମଚାରୀଙ୍କୁ ମାଡ଼ ମାରିଥିଲା। ପ୍ରାୟ ଘଣ୍ଟାଏ ଧରି ଦାଦାଗିରି ଚାଲିଥିଲା। ମିଳିଥିବା ସୂଚନା ମୁତାବକ ,ଯୁବକ ଜଣଙ୍କ ସୋମବାର […]

  • Friday, 16 July 2021
atanu
ଅତନୁ ,ଅରୁଣଙ୍କୁ CBI ନୋଟିସ୍‌ !

ଭୁବନେଶ୍ୱର : ପୁଣି ସକ୍ରିୟ ହେଲା ସିବିଆଇ। ଚିଟ୍‌ଫଣ୍ଡ ଠକେଇ ମାମଲାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଅରୁଣ ସାହୁ ଓ ଅତନୁ ସବ୍ୟସାଚୀ ନାୟକଙ୍କୁ ନୋଟିସ୍ କରିଛି ସିବିଆଇ।  ନ୍ୟୁଜ୍ ଏଜେନ୍ସି ANI ସୂତ୍ରରୁ ଏହି ସୂଚନା ମିଳିଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ ନେଇ ଏହି ଦୁହିଁଙ୍କୁ ନୋଟିସ୍‌ କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଏଟି ଚିଟ୍‌ଫଣ୍ଡ ଲିଙ୍କ୍‌ରେ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଏବଂ ସିସୋର୍ ଲିଙ୍କ୍‌ରେ ବିଧାୟକ ପ୍ରଭାତ ବିଶ୍ୱାଳ […]

  • Friday, 16 July 2021
odisha cabinet
ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର : ଏସିଆନ୍‌ ସ୍କୁଲ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟ ଅନୁଷ୍ଠାନକୁ ମିଳିବ ବିଶ୍ୱବିଦ୍ୟାଳୟର ମାନ୍ୟତା। ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେହିଭଳି ଅନ୍ୟ କିଛି ପ୍ରସଙ୍ଗରେ ବି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି କ୍ୟାବିନେଟ୍। ଏହା ମଧ୍ୟରେ ରହିଛି ସଚିବାଳୟ ଡାଟା ଏଣ୍ଟ୍ରି ଅପରେଟର କ୍ୟାଡର ରୁଲ୍‌ରେ ସଂଶୋଧନ। ଡାଟା ଏଣ୍ଟ୍ରି ଅପରେଟରଙ୍କ ପଦୋନ୍ନତି ପାଇଁ ୨ଟି ସ୍ତର ବୃଦ୍ଧି ଲାଗି ନିଷ୍ପତ୍ତି ହୋଇଛି। ସେହିଭଳି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ନେଇ ୫ଟି […]

  • Friday, 16 July 2021
salepur
ସାଲେପୁର କଂଗ୍ରେସ ବିଧାୟକଙ୍କ ବିକାଶ ପଦଯାତ୍ରା

ସାଲେପୁର  : ସାଲେପୁର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିକାଶ ପଦଯାତ୍ରା କରିଛନ୍ତି। ‘ଆସନ୍ତୁ ଚାଲିବା’ ନାମରେ ଏହି ପଦଯାତ୍ରା କଟକ ପୀରବଜାରରୁ ସାଲେପୁର ପର୍ଯ୍ୟନ୍ତ ଚାଲିଥିଲା। ନିଜେ ବିଧାୟକ ଚାଲି ଚାଲି ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ପଦଯାତ୍ରାରେ କିନ୍ତୁ କଂଗ୍ରେସ କିମ୍ବା ଅନ୍ୟ ଦଳର କୌଣସି ନେତା ଯୋଗ ଦେଇ ନଥିଲେ। ଏପରିକି କଂଗ୍ରେସର ବ୍ୟାନର କିମ୍ବା ଚିହ୍ନ ପ୍ରୟୋଗ ନକରି ଏହି ପଦଯାତ୍ରା କରିଥିଲେ।

  • Friday, 16 July 2021
parking
ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ

ଜଗତସିଂହପୁର  : ମକର ମେଳାରେ ପାର୍କିଂ ଷ୍ଟାଣ୍ଡକୁ କେନ୍ଦ୍ର କରି ବିବାଦ। ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ। ଜଗତସିଂହପୁର ଜିଲ୍ଲା ରାହାମା ମକର ମେଳାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ପ୍ରତିବର୍ଷ ମକର ମେଳାରେ ଗୋଟିଏ ପାର୍କିଂ ଷ୍ଟାଣ୍ଡ ହେଉଥିବାବେଳେ କିଛି ଯୁବକ ଚଳିତବର୍ଷ ନୂଆ କରି ଆଉ ଏକ ପାର୍କିଂ ଷ୍ଟାଣ୍ଡ କରିଛନ୍ତି। ଗତ ବିଳମ୍ବିତ ରାତିରେ ନୂଆ ଷ୍ଟାଣ୍ଡରେ ଥିବା ବାଇକ୍, ଅଟୋ, କାର୍ ଗୁଡିକୁ କେହି ଭଙ୍ଗାରୁଜା କରିଛନ୍ତି। ଏହାର […]

  • Friday, 16 July 2021
strike
ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ପାରାଦୀପ : ବିଭିନ୍ନ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ସ୍କୁଲ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ପାରାଦୀପଗଡ଼ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ଏବେବି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଅଭିଯୋଗ ଅନୁସାରେ ବିଭିନ୍ନ କାରଣ ଯୋଗୁଁ ଗତ କିଛି ମାସ ଧରି ବିଦ୍ୟାଳୟରେ ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ବିଶେଷକରି ପ୍ରଧାନଶିକ୍ଷକଙ୍କୁ ବଦଳି, କିରଣ ଦିଦିଙ୍କୁ […]

  • Friday, 16 July 2021
ffarmers strike
ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା

ମାଲକାନଗିରି : ମଣ୍ଡିରେ ଧାନ ଉଠୁନଥିବା ସହ ଅବ୍ୟବସ୍ଥା ଏବଂ କୋରକୋଣ୍ଡା ଲାମ୍ପସର ଏମଡିଙ୍କୁ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରିଲେ ଚାଷୀ। କିଛି ଦିନ ପୂର୍ବେ କୋରକୋଣ୍ଡା ଲାମ୍ପ୍ସ କାର୍ଯ୍ୟାଳୟରେ ଏମ୍‌ଡି ଜଣେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ପୁଲିସ କାହା ଚାପରେ ଏମ୍‌ଡିଙ୍କୁ ଗିରଫ କରୁନି ବୋଲି ପ୍ରଶ୍ନ କରି ଚାଷୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ଜିଲ୍ଲାରେ ଧାନ କିଣା ସଠିକ୍‌ ଭାବେ ନ […]

  • Friday, 16 July 2021
j1
‘ସମସ୍ତ ନାଗରିକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି’

ଭୁବନେଶ୍ୱର: ସାମାଜିକ ନ୍ୟାୟ କେବଳ ଏକକରେ ସୀମିତ ନୁହେଁ। ଏହା ରାଜନୈତିକ ଏବଂ ଅର୍ଥନୈତିକ ଭାବେ ପରସ୍ପର ସହ ଜଡ଼ିତ। ଓଟିଭି ଫୋର୍‌ସାଇଟ୍‌ରେ ଯୋଗ ଦେଇ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ମତପ୍ରକାଶ କରିଛନ୍ତି। ସାମାଜିକ ନ୍ୟାୟର ବିଭିନ୍ନ ଦିଗ ଉପରେ ଜଷ୍ଟିସ ଦୀପକ ମିଶ୍ର ଆଲୋକପାତ କରିଥିଲେ। ସାମାଜିକ ନ୍ୟାୟ ସହ ରାଜନୈତିକ ଏବଂ ଅର୍ଥନୈତିକ ନ୍ୟାୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମତସାବ୍ୟସ୍ତ କରି ନିଜର ପ୍ରତିନିଧି ନିଜେ ବାଛିବା ଉପରେ  […]

  • Friday, 16 July 2021
ngt team
କ୍ଷୟକ୍ଷତିର ଅନୁଧ୍ୟାନ କଲେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍‌

ଝାରସୁଗୁଡ଼ା : ଝାରସୁଗୁଡ଼ା କାତିକେଲାରେ ବେଦାନ୍ତ ଆଲୁମିନାର ପାଉଁଶ ପୋଖରୀ ଭୁଶୁଡ଼ିବା ଘଟଣାର ତଦନ୍ତ କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲର ଟିମ୍। ପିସି ମିଶ୍ରଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ପ୍ରଭାବିତ ଅଞ୍ଚଳରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି। ଗତକାଲି ଠାରୁ ତଦନ୍ତକାରୀ ଟିମ୍ ଗାଁରେ ପହଞ୍ଚିଥିବାବେଳେ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହାପରେ ଭେଡେନ ନଦୀକୁ ଯାଇ ପାଣିର ସ୍ଥିତି ପରଖିଛନ୍ତି। ହେଲେ ଆଲୋଚନା ପାଇଁ ଗାଁ ଲୋକେ ଅପେକ୍ଷା କରିଥିବାବେଳେ, ତଦନ୍ତକାରୀ ଟିମ୍ ଘଟଣାସ୍ଥଳରୁ ଗାଁ […]

  • Friday, 16 July 2021
Jagannath-Temple
ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ବୈଠକରେ ନିର୍ଦ୍ଧାରଣ ହୋଇଛି ମହାପ୍ରସାଦ ଦର। ଆନନ୍ଦ ବଜାର ସଂସ୍କାର ନେଇ ବସିଥିବା ବୈଠକରେ ମହାପ୍ରସାଦ ଓ ଅବଢ଼ା ଦର ନିର୍ଦ୍ଧାରଣ ନେଇ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ନିଯୋଗର ବୈଠକରେ ଆଲୋଚନା ପରେ ଦର ନିର୍ଦ୍ଧାରଣ ହୋଇଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ଦର ଲାଗୁ କରାଯିବ। ସୁଆର ମହାସୁଆର ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ଆର୍ଥିକ […]

  • Friday, 16 July 2021
bus accident
ଜଗତପୁର ନିକଟରେ ବସ୍ ଦୁର୍ଘଟଣା,୧୫ ଆହତ, ୫ ଗୁରୁତର

କଟକ : କଟକ ଜଗତପୁର ନିକଟରେ ବସ୍ ଦୁର୍ଘଟଣା ମଙ୍ଗୁଳି ଛକ ଓ ଜଗତପୁର ମଝି ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗଣେଶ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିବାବେଳେ, ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା।    

  • Friday, 16 July 2021