• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naveen
ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦିନିଆ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର : ଆସନ୍ତାକାଲି ନୂଆଦିଲ୍ଲୀର ଓଡ଼ିଶା ଭବନରେ ରାଜ୍ୟର ସ୍ୱାର୍ଥ ସଂପର୍କିତ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ସବୁ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ସେ ଆଲୋଚନା କରିବେ। ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଭିନ୍ନ ପ୍ରକଳ୍ପରେ ବାକି ରହିଥିବା କେନ୍ଦ୍ରୀୟ ଅନୁଦାନର ବକେୟା ରାଶି ଓ ଆଗାମୀ ପ୍ରକଳ୍ପ ନେଇ ଆଲୋଚନା ହେବ। ଏହା ପରେ ଆସନ୍ତାକାଲି ହିଁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରି […]

  • Friday, 16 July 2021
fake
୬୫ ହଜାର ଟଙ୍କାର ଜାଲ ନୋଟ ଜବତ ; ୩ ଅଭିଯୁକ୍ତ ଅଟକ, ଘଟଣାର ତଦନ୍ତ ଜାରି

ଝାରସୁଗୁଡ଼ା : ଜିଲ୍ଲା ଚିଖିଲାପାଲି ଗାଁରୁ ୬୫ ହଜାର ଟଙ୍କାର ଜାଲ ନୋଟ ଜବତ କଲା ରେଙ୍ଗାଲି ପୁଲିସ। ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।  ସେମାନଙ୍କ ଠାରୁ ପୁଲିସ ୧୧୦ ଖଣ୍ଡ ୫ ଶହ ଟଙ୍କିଆ ଓ ୫ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍ ଜବତ କରିଛି। ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଜାଲ୍‌ ନୋଟ୍‌ କାରବାର ହେଉଥିବା ପୁଲିସ ସୂଚନା ପାଇ ଚିଖିଲାପାଲି ଗାଁରେ ଚଢାଉ କରିଥିଲେ। ଜାଲ୍‌ […]

  • Friday, 16 July 2021
students
ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ୧୩ କି.ମି. ଚାଲିଲେ ଛାତ୍ର

ବାରିପଦା(ମାଣିକଲାଲ୍‌ ପାଣି): ସ୍କୁଲ୍‌ ହଷ୍ଟେଲ୍‌ର ଅବ୍ୟବସ୍ଥା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଚାଲି ଚାଲି ଗଲେ ଛାତ୍ର। ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକ୍‌ ଅନ୍ତର୍ଗତ କେନ୍ଦୁଆ ନୋଡାଲ ହାଇସ୍କୁଲରେ ଥିବା ଆଦିବାସୀ ହଷ୍ଟେଲ୍‌ର ୧୭ଜଣ ଛାତ୍ର ପାଖାପାଖି ୧୩ କିଲୋମିଟର ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ହଷ୍ଟେଲ୍‌ରେ ପିଲାଙ୍କୁ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନାହିଁ। ଏପରିକି ପିଲାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଅଭିଯୋଗ କଲେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଙ୍କୁ ମାଡ଼ […]

  • Friday, 16 July 2021
police station
କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ

କନ୍ଧମାଳ : କନ୍ଧମାଳରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତ ଜଣକ କବିରାଜ ନାୟକ ବୋଲି ସୂଚନା ଦେଇଛନ୍ତି,  ବାଲିଗୁଡ଼ା ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ। ଅଭିଯୋଗ ମୁତାବକ, ଗତକାଲି ଜିଲ୍ଲାର ତୁମୁଡିବନ୍ଧ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ବେଲଘର ପୁଲିସ୍  ଘଟଣାର ତଦନ୍ତ କରୁଥିଲା। ତେବେ ଅଭିଯୁକ୍ତ ଜଣଙ୍କ ଗିରଫ ହେବା ପରେ, ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ […]

  • Friday, 16 July 2021
OUAT-SN-Pasupalak
ସଙ୍ଗୀନ ଅଭିଯୋଗ ଆଣିଲେ ଓୟୁଏଟି କୁଳପତି

ଭୁବନେଶ୍ୱର(ଜଗଦୀଶ ଦାସ): ଅବସରର ମାସକ ପୂର୍ବରୁ ଛୁଟିରେ ପଠାଯିବା ପ୍ରସଙ୍ଗ ନେଇ ଓୟୁଏଟି କୁଳପତି ସୁରେନ୍ଦ୍ରନାଥ ପଶୁପାଳକ ସଙ୍ଗୀନ ଅଭିଯୋଗ କରିଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଦୋଷ ଦେବା ସହ ଅଭିସନ୍ଧି ରଖି ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ କୁଳାଧିପତିଙ୍କୁ ଅବଗତ କରିଥିଲେ ବି କିଛି ସୁଫଳ ମିଳିନଥିଲା ବୋଲି ସେ କହିଛନ୍ତି। ଯାହାବି ଅଭିଯୋଗ ଆସିଥିଲା ପ୍ରାଥମିକ ସ୍ତରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଭଲ ହୋଇଥା’ନ୍ତା। କୌଣସି ପ୍ରକାର ଆର୍ଥିକ ଅନିୟମିତତା […]

  • Friday, 16 July 2021
web
ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱରରେ ରାଜ୍ୟ ବିଜେପି ଇସ୍ତାହାର କମିଟିର ୨ୟ ବୈଠକ ଅନୁଷ୍ଠିତ ହୋଇଛି। ଲୋକଙ୍କ ମତାମତ ସଂଗ୍ରହ ପାଇଁ ଏକ ଇସ୍ତାହାର ୱେବ୍‌ସାଇଟ୍ ଉନ୍ମୋଚିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ।  ଇସ୍ତାହାରରେ କୃଷି ଓ କୃଷକ, ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମବାୟ ଓ ଜଳସେଚନ କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଛୋଟ ଛୋଟ ଡ୍ୟାମ୍‌ ଗଢି ଜଳସେଚନ ଓ ବିଦ୍ୟୁତ୍ ଉତ୍ପାଦନ କରାଯିବ ବୋଲି […]

  • Friday, 16 July 2021
naveen
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଂଜାମ ଗସ୍ତ

ବ୍ରହ୍ମପୁର  :  ବିଜେଡି ଫୋକସରେ ଗଂଜାମ। ଆଜି ବ୍ରହ୍ମପୁର ସ୍ଥିତ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡିଆରେ ଅନୁଷ୍ଠିତ ଚାଷୀ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗଂଜାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୧୦୧୧ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହାସହ କାଳିଆ ଯୋଜନାରେ ସହାୟତା ରାଶି ମଧ୍ୟ ପ୍ରଦାନ କରିଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା […]

  • Friday, 16 July 2021
deadbody-in-shoulder
ମିଳିଲାନି ଆମ୍ବୁଲାନ୍ସ ; କାନ୍ଧରେ ବୁହାହେଲା ଯୁବକଙ୍କ ମୃତଦେହ

ମାଲକାନଗିରି  : ଆମ୍ବୁଲାନ୍ସ ନମିଳିବାରୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ କାନ୍ଧରେ ବୁହା ହୋଇଛି ମୃତଦେହ। ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ଶବ ନେଇଛନ୍ତି ପରିବାର ଲୋକେ। ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିତ୍ରକୋଣ୍ଡା ସିଏଚ୍‌ସିରେ ଭର୍ତ୍ତି ହୋଇଥିଲେ ଯୁବକ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଶବକୁ ନେବା ପାଇଁ ଆମ୍ବୁଲାନ୍ସ ମିଳିନଥିଲା।  ଯାହାଫଳରେ ୧୦ କିଲୋମିଟର ଚିତ୍ରକୋଣ୍ଡା ସିଏଚ୍‌ସିରୁ ମାଝିଗୁଡ଼ା ଗାଁକୁ କାନ୍ଧରେ ବୋହି ନେଇଥିଲେ ସଂପର୍କୀୟ।  

  • Friday, 16 July 2021
award
ମୋଟ ୫୭ ଜଣଙ୍କୁ ମେଡାଲ ପ୍ରଦାନ କଲେ ରାଜ୍ୟପାଳ ଗଣେଶୀ ଲାଲ୍

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଦାନ କରାଯାଇଛି ପୁଲିସ ମେଡାଲ। ମୋଟ ୫୭ ଜଣଙ୍କୁ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ମେଡାଲ ପ୍ରଦାନ କରିଛନ୍ତି। କୋରାପୁଟ ଓ କଳାହାଣ୍ଡିରେ ନକ୍ସଲ ଦମନ କ୍ଷେତ୍ରରେ ଭଲ କାମ ପାଇଁ ୧୧ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ଓ ଉଲ୍ଲେଖନୀୟ ସେବା ନିମନ୍ତେ ୧୮ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୧୪ ଜଣଙ୍କୁ ରାଜ୍ୟପାଳ ପୁଲିସ ପଦକ ପ୍ରଦାନ […]

  • Friday, 16 July 2021
sahid
ସାଧାରଣତନ୍ତ୍ର ଦିବସରେ ଓଡ଼ିଆ ଯବାନ ସହିଦ

ଖୋର୍ଦ୍ଧା : ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଜମ୍ମୁ ଓ କାଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ଗୁଳିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଠରାଙ୍ଗ ଗାଁର ହେମନ୍ତ ପଣ୍ଡା ସହିଦ ହୋଇଥିବା ପରିବାର ଲୋକେ କହିଛନ୍ତି। ବାରମୂଳାରେ ଆତଙ୍କବାଦୀଙ୍କ ଗୁଳିରେ ହେମନ୍ତ ସହିଦ ହୋଇଥିବା ନେଇ ପରିବାର ଲୋକେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • Friday, 16 July 2021
minister
ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ମନ୍ତ୍ରୀ

ନବରଙ୍ଗପୁର : ନବରଙ୍ଗପୁରରେ ସାଧାରଣତନ୍ତ୍ର ଉତ୍ସବ ସମାରୋହରେ ଭାଷଣ ଦେବାବେଳେ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ପରିବହନ ମନ୍ତ୍ରୀ ନୃସିଂହ ସାହୁ। ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ନାଁ ନେଇ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ବକ୍ତବ୍ୟ ରଖିଥିଲେ ମନ୍ତ୍ରୀ। ଏହି ଘଟଣାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀଙ୍କ ସହ ଖୋଦ୍ ମହମ୍ମଦ ବାଜିଙ୍କ ପରିବାର ଲୋକେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ମନ୍ତ୍ରୀ […]

  • Friday, 16 July 2021
k1
ଦଳିତ ଛାତ୍ରଙ୍କ ହତ୍ୟାକାରୀକୁ ଗିରଫ କରାନଗଲେ ୨ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର(ବଳରାମ ମହାନ୍ତି): ନୟାଗଡ଼ ଜିଲ୍ଲା  ମୁଥଗାଡ଼ିଆ ଗାଁର ଦଳିତ ଛାତ୍ର ସୋମନାଥ ନାୟକଙ୍କ ହତ୍ୟାକାରୀକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ହୋଇଛି। ଯଦି ଅଭିଯୁକ୍ତକୁ ଶୀଘ୍ର ଗିରଫ କରାନଯାଏ ତେବେ ଆସନ୍ତା ୨ ତାରିଖରେ ନୟାଗଡ଼ ଏସ୍‌ପିଙ୍କ ଅଫିସ୍‌ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ରାଷ୍ଟ୍ରୀୟ ଦଳିତ ମହାସଭାର ଓଡ଼ିଶା ଶାଖା ଚେତାବନୀ ଦେଇଛି। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ଜାନୁଆରୀ ୧୨ […]

  • Friday, 16 July 2021
b1
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି

କଟକ(ଗୌତମ ପଣ୍ଡା): ଆଇନଜୀବୀଙ୍କର ଏକାଧିକ ଦାବି ପୂରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ଅଧ୍ୟକ୍ଷକଙ୍କ ଚିଠି। ରାଜ୍ୟ ସରକାର ଡାକ୍ତର, ଯନ୍ତ୍ରୀ, ଅଧ୍ୟାପକ, ଶିକ୍ଷକ ଓ ସାମ୍ବାଦିକଙ୍କ ଭଳି ବିଭିନ୍ନ ବର୍ଗର ବୃତ୍ତିଧାରୀଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ଆଇନଜୀବୀଙ୍କ ଗୋଟିଏ ହେଲେ ବି ଦାବି ପୂରଣ ହୋଇନଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ଆଡଭୋକେଟ୍‌ସ୍ ୱେଲ୍‌ଫେୟାର ଫଣ୍ଡ୍‌ ଆକ୍ଟ ୧୯୮୭ର ଆବଶ୍ୟକୀୟ ସଂଶୋଧନ କରି ଅବସରପ୍ରାପ୍ତ ବା […]

  • Friday, 16 July 2021
p1
ଚାକିରି ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଲୁଟ୍‌

ଭୁବନେଶ୍ୱର (ଅତୁଲ୍ୟ ବାଉତ): ରାଜଧାନୀରେ ଚାକିରି କରାଇଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଚାକିରିର ପ୍ରଲୋଭନ ଦେଖାଇ ଜଣେ ଯୁବକ କୋଟି କୋଟି ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ ଠକେଇ କରୁଥିବା ସଂସ୍ଥାର ଏମ୍‌ଡି ସୁବାସ ନାୟକ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ସୁବାସ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଚାକିରୀ କରାଇଦେବା କହି ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲା ବୋଲି ଅଭିଯୋଗ ହୋଇଛି। ଲୋକଙ୍କୁ […]

  • Friday, 16 July 2021
daitari
ଦୈତାରୀ ନାୟକଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ

କେନ୍ଦୁଝର : କେନ୍ଦୁଝରର ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ପରେ ଚାରିଆଡୁ ତାଙ୍କୁ ପ୍ରଶଂସାର ସୁଅ। ନିଜସ୍ୱ ଉଦ୍ୟମରେ ଟାଙ୍ଗରା ଭୂଇଁକୁ ଶସ୍ୟ ଶ୍ୟାମଳା କରିପାରିଥିବା ଦୃଢମନା ଦୈତାରୀ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୧୯୯୭ ମସିହାରୁ ଚାରି ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରି ସେ ନାଳପାଣିକୁ ଜମିରେ ପହଞ୍ଚାଇଥିଲେ। ଏହି କାମ ପାଇଁ ତାଙ୍କୁ ଏମିତି ଏକ ବଡ଼ ପୁରସ୍କାର ମିଳିବ , କେବେ […]

  • Friday, 16 July 2021
murder in bhadrak
ଭଉଣୀର ପ୍ରେମିକକୁ ଶାବଳରେ ପିଟି ହତ୍ୟା କଲେ ଦୁଇ ଭାଇ

ଭଦ୍ରକ : ଏକ ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଶ୍ୟାମପୁର ମହାନ୍ତି ସାହିରେ ଭଉଣୀର ପ୍ରେମିକକୁ ପିଟି ପିଟି ହତ୍ୟା କଲେ ଦୁଇ ଭାଇ। ମୃତକ ହେଲେ ଆଚାର୍ଯ୍ୟନଗରର ପ୍ରଦୀପ ନାୟକ। ମିଳିଥିବା ସୂଚନା ମୁତାବକ, ବିବାହିତ ହୋଇ ମଧ୍ୟ ପ୍ରଦୀପ ଶ୍ୟାମପୁର ମହାନ୍ତି ସାହିର ଜୈନିକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ କରୁଥିଲେ। ଏହାକୁ  ବିରୋଧ କରୁଥିଲେ ଯୁବତୀଙ୍କ ଦୁଇ ଭାଇ। ଆଜି ପ୍ରଦୀପ ନିଜ ପ୍ରେମିକାକୁ ଦେଖା କରିବାକୁ […]

  • Friday, 16 July 2021
accident
ପରେଡ ଦେଖି ଫେରୁଥିବା ବେଳେ ଦୁର୍ଘଟଣା : ୨ ଛାତ୍ର ମୃତ

ରାଉରକେଲା  : ପରେଡ ଦେଖି ଫେରୁଥିବା ବେଳେ ଗଲା ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଉରକେଲା ସାରନଗରୀରେ। ମୃତ ଦୁଇ ଜଣ ହେଲେ ରାଉରକେଲା ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ହରିଶ ଚନ୍ଦ୍ର ମୁର୍ମୁ ଏବଂ ସୌମ୍ୟ ରଞ୍ଜନ ପାତ୍ର। ଆଜି ଦୁହେଁ ପରେଡ ଦେଖି ଫେରୁଥିବା ବେଳେ ସାରନଗରୀରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ। ଦୁର୍ଘଟଣା ପରେ […]

  • Friday, 16 July 2021
c1
କମିଶନ୍‌ରେଟ୍‌ ପୁଲିସ୍‌ର ମହାଶିବରାତ୍ରୀ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ୪ ତାରିଖ ସୋମବାର ଦିନ ମହାଶିବରାତ୍ରୀ। ଏଥିପାଇଁ ଏକାମ୍ର କ୍ଷେତ୍ର ବେଶ୍‌ ଚଳଚଞ୍ଚଳ ହୋଇଉଠିଛି। ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନ୍‌ରେଟ୍‌ ପୁଲିସ୍‌ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀକୁ ସୁରୁଖୁରୁରେ ସମାପ୍ତ କରିବା ପାଇଁ କମିଶନ୍‌ରେଟ୍‌ ପୁଲିସ୍‌ ସମସ୍ତ ବ୍ୟବସ୍ଥା କରିଛି। ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ପୁଲିସ୍‌ କମିଶନର ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। […]

  • Friday, 16 July 2021
a1
ବାଲୁକା କଳାରେ ପୁଲୱାମା ବଦ୍‌ଲାର ପ୍ରଶଂସା

ପୁରୀ: ବାଲାକୋଟ୍‌ରେ ପୁଲୱାମା ଆକ୍ରମଣର ବଦ୍‌ଲା ଏବଂ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ବାଲୁକା କଳା ମାଧ୍ୟମରେ ପ୍ରଶଂସା କରାଯାଇଛି। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀରେ ବାଲୁକା କଳା କରି ଭରତୀୟ ବାୟୁ ସେନାକୁ ସଲାମ୍‌ ଜଣାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ଭାରତ ଯୁଦ୍ଧ ଆରମ୍ଭ କରିଥିବାରୁ ସେ ସେନାକୁ ସାଲ୍ୟୁଟ୍‌ କରିଛନ୍ତି। ଭାରତ ମାନଚିତ୍ର ଉପରେ ଯୁଦ୍ଧ ବିମାନ ପ୍ରଦର୍ଶନ କରି ସୁଦର୍ଶନ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି।

  • Friday, 16 July 2021
murder
ଘର ପାଖ କୂଅରୁ ଉଦ୍ଧାର ହେଲା ୨ ମୃତଦେହ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଇନ୍ଦୁପୁର ଗାଁରେ ମହିଳାଙ୍କ ସମେତ ୫ ଜଣଙ୍କ ନିଖୋଜ ଘଟଣା। ୫ ଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘର ନିକଟରେ ଥିବା ଏକ କୂଅରୁ ଠାବ ହୋଇଛି ୨ଟି ମୃତଦେହ। ତେବେ ଅନ୍ୟ ମୃତଦେହ ଖୋଜା ଚାଲିଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ,ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ କର୍ମଚାରୀ। ଅଭିଯୋଗ ମୁତାବକ, ଇନ୍ଦୁପୁର ଗାଁର ମାଙ୍ଗିରି ମୁଣ୍ଡା ଏବଂ ତାଙ୍କ ୪ ଶିଶୁଙ୍କୁ […]

  • Friday, 16 July 2021
m2
ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ

ଗୁଣପୁର : ଗୁଣପୁରରେ ଟ୍ରିପଲ ମର୍ଡର। ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଗୁଣପୁର ଉକମ୍ବାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗୋପାଳ ସବର, ଲକ୍ଷ୍ମୀ ସବର ଓ ଜାଙ୍କିନି ସବର ଗତ ୨୩ ତାରିଖରୁ ନିଖୋଜ ଅଛନ୍ତି। ତେବେ ତିନି ଜଣଙ୍କୁ ଗୁଣି ସନ୍ଦେହରେ କାଠ ଫାଳିଆରେ ପିଟି ପିଟି ହତ୍ୟା କରାଯାଇଥିବା ଗୋପାଳ ସବରଙ୍କ ଝିଅ ସବିତା ସବର ଅଭିଯୋଗ କରିଛନ୍ତି। ଏନେଇ ଗୁଣପୁର ଥାନାରେ ଅଭିଯୋଗ ପରେ ପୁଲିସ୍‌ର ଖୋଳତାଡ଼ ଆରମ୍ଭ […]

  • Friday, 16 July 2021
bai
ପଦ୍ମଶ୍ରୀ ଲାଗି ମନୋନୀତ ଗୀତାଙ୍କୁ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ଚଳିତ ବର୍ଷ ବିଶିଷ୍ଠ ଲେଖିକା ପ୍ରବାସୀ ଭାରତୀୟ ଗୀତା ମେହେଟ୍ଟାଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ। ବିଦେଶରେ ରହୁଥିବା ଗୀତା ‘କର୍ମା କୋଲା’ଏବଂ ‘ଏ ରିଭର ସୂତ୍ର’ଭଳି ଉପନ୍ୟାସ ପାଇଁ ପ୍ରସିଦ୍ଧି ହାସଲ କରିଛନ୍ତିା ପଦ୍ମଶ୍ରୀ ଲାଗି ମନୋନୀତ ଗୀତା ମେହେଟ୍ଟାଙ୍କୁ […]

  • Friday, 16 July 2021
kalia meeting puri
ବଲାଙ୍ଗିର ବିଜୁ ଯୁବ ବାହିନୀ ସମାବେଶରେ ଅବ୍ୟବସ୍ଥା

ବଲାଙ୍ଗିର : ଗତକାଲି ବଲାଙ୍ଗିରରେ ଆୟୋଜିତ ହୋଇଥିଲା ବିଜୁ ବାହିନୀର ଆଞ୍ଚଳିକ ସମାବେଶ। ବଲାଙ୍ଗିର ସମେତ ସୋନପୁର,କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଯୁବ ବାହିନୀର କର୍ମକର୍ତ୍ତା ଯୋଗ ଦେଇଥିଲେ। ସମାବେଶ ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ କାଳିଆ ଯୋଜନା ସମାବେଶରେ ସାମିଲ ହେବା ପାଇଁ ରାତା ରାତି ଚାଷୀ କରି ପୁରୀ ନିଆଯାଇଥିଲା। କିନ୍ତୁ ଗତକାଲିର ସମାବେଶରେ ଦେଖା ଦେଇଥିବା ଅବ୍ୟବସ୍ଥା, ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଖାଇବା ପିଇବା ସବୁ ବ୍ୟବସ୍ଥା ଥିବା କହି ଶହଶହ […]

  • Friday, 16 July 2021
b1
ମାଟ୍ରିକ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍‌ ଅଭିଯୋଗକୁ ବୋର୍ଡ ସଭାପତିଙ୍କ ଖଣ୍ଡନ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଆଜି ମଧ୍ୟ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋଶାଲ୍‌ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ତାର ପୁନରାବୃତ୍ତି ଯେପରି ନ ହେବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି ବୋର୍ଡ କହିଥିଲା। ତେବେ ଇଂରାଜୀ ପ୍ରଶ୍ନପତ୍ର […]

  • Friday, 16 July 2021
pregnant
ଭାରରେ ବୁହାହେଲେ ଗର୍ଭବତୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ନମୁନା। ଭାରରେ ବୁହାହେଲେ ଗର୍ଭବତୀ। ମାଥିଲି ଥାନା ବନ୍ଧଗୁଡ଼ା ଗାଁର ଜଣେ ଗର୍ଭବତୀ ମହିଳା ଭାରାରେ ବୁହା ହୋଇଛନ୍ତି। ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ଫଳରେ କୈଣସି ବିକଳ୍ପ ନ ପାଇ ୩ କିଲୋମିଟର ଭାରରେ ଯାଇଥିଲେ। ପରେ ସେଠାରୁ ଆମ୍ବୁଲାନ୍ସରେ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି।  

  • Friday, 16 July 2021