• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naba nirmanm
ଉଦଳାରେ ଚାଷୀମାନଙ୍କୁ ଅଟକ ରଖିଲା ପୁଲିସ୍‌

ଉଦଳା : ନବନିର୍ମାଣ ସଂଗଠନ ଚାଷୀ ସମାବେଶକୁ ଯୋଗ ଦେବାକୁ ଯାଉଥିବା ଚାଷୀଙ୍କୁ ମୟୁରଭଞ୍ଜ ଉଦଳାରେ ଅଟକ ରଖାଯାଇଛି। ଏହାର ପ୍ରତିବାଦରେ  ଉଦଳା-ବାରିପଦା ରାସ୍ତାର କଲେଜ ଛକରେ ଅବରୋଧ କରିଛନ୍ତି ଶତାଧିକ ଚାଷୀ। ଏଥିଯୋଗୁଁ ଉଦଳା-ବାରିପଦା ମଧ୍ୟରେ ଯୋଗାଯୋଗ ପ୍ରଭାବିତ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ସେହିପରି ଯାଜପୁରରେ ମଧ୍ୟ ପୁଲିସ୍‌ କିଛି ଚାଷୀଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।

  • Friday, 16 July 2021
assembly
ବିଧାନସଭାରେ ଆଜି ପୁଣି ଚିଟ୍‌ଫଣ୍ଡ ତାତି

ଭୁବନେଶ୍ୱର : ବିଧାନସଭା ବଜେଟ୍ ଅଧିବେଶନର ଆଜି ତୃତୀୟ ଦିନରେ ବି ଚିଟ୍‌ଫଣ୍ଡ ତାତି। ଗୃହ କାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଧାୟକ। ବିରୋଧୀ ବିଜେପି ବିଧାୟକ ଗତକାଲି ଭଳି ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ବିରୋଧ ପ୍ରଦଶର୍ନ କରିଛନ୍ତି। ଗୃହ ମଧ୍ୟ ଭାଗକୁ ଆସି ବିଜେପି ବିଧାୟକ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ଚିଟଫଣ୍ଡ୍ ସଂପର୍କିତ ଲେଖାଥିବା ଗାଉନ୍ ପିନ୍ଧି ଦଳୀୟ ବିଧାୟକମାନେ ଗୃହ ମଧ୍ୟ ଭାଗରେ ଗର୍ଜନ କରିଛନ୍ତି। […]

  • Friday, 16 July 2021
subash
ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ

କଳାହାଣ୍ଡି : ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ। ଦଳ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ୍‌ ହେବେ। ସୁବାସଙ୍କ ବାସଭବନକୁ ଯାଇ ଆଜି ଏନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା। ସୁବାସ ୧୯୯୧ମସିହା ନିର୍ବାଚନରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗତ […]

  • Friday, 16 July 2021
jogesh
ଆଜି ବିଜେଡିରେ ମିଶି ପାରନ୍ତି ଯୋଗେଶ ସିଂ

ଭୁବନେଶ୍ୱର : ଆଜି ବିଜେଡିରେ ସାମିଲ ହୋଇପାରନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦାନ କରିବେ। ଏନେଇ ଦଳ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ ଯୋଗେଶ। ଗତ ୨ ତାରିଖରେ ଯୋଗେଶ ପ୍ରସଙ୍ଗରେ ବିଜେଡି କର୍ମୀଙ୍କୁ ମନାଇବା ଲାଗି ସୁନ୍ଦରଗଡ଼ ବିଜେଡି ନେତ୍ରୀ କୁସୁମ ଟେଟେଙ୍କ ଘରେ ଏକ ବୈଠକ ବସିଥିଲା।  ବିଜେଡି ନେତା ପ୍ରଣବ ପ୍ରକାଶ ଦାସ […]

  • Friday, 16 July 2021
farmer
ଆଜି ରାଜଧାନୀରେ ବିଶାଳ ଚାଷୀ ସମାବେଶ

ଭୁବନେଶ୍ୱର :  ଆଜି ରାଜଧାନୀରେ ପୁଣି ଗର୍ଜିବ ନବନିର୍ମାଣ କୃଷକ ସଂଗଠନ।  କୃଷକଙ୍କ ହକ୍ ନେଇ ନବ ନିର୍ମାଣ ସଂଗଠନ ପକ୍ଷରୁ ବିଶାଳ ସମାବେଶର ଡାକରା ଦିଆଯାଇଛି। ଏଥିପାଇଁ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି ଶତାଧିକ ଚାଷୀ।  ଏପଟେ ସମାବେଶ ଭଣ୍ଡୁର ପାଇଁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ସଂଗଠନର ନେତା ସଂଘର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ସମାବେଶ କରାଇ ନଦେବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ସମାବେଶକୁ ଆସୁଥିବା କୃଷକଙ୍କୁ ଅଟକାଉଛି। […]

  • Friday, 16 July 2021
medical
ଖଡ଼ିଆଳ ଥାନା ଜୁନାନି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନାନି ଗାଁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୁନାନି ଗାଁ ନିକଟ ଏନ୍ଏଚ୍ ୩୫୩ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଛ ମିନି ଟ୍ରକ୍। ଫଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।  ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉପରପିଟା ଗାଁରୁ କଣ୍ଟାବାଞ୍ଜିକୁ ଦାଦନ ଖଟି ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା।

  • Friday, 16 July 2021
nitin
ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ

ଭୁବନେଶ୍ୱର :  ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରୀ। ନାଗପୁରରୁ ସ୍ୱତନ୍ତ୍ର ବିମାନରେ ବାହାରି ଗଡ଼କରୀ ଦିନ ୧୦ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା ହେଲିକପ୍ଟରରେ କାମାକ୍ଷାନଗର ଯାଇ NH ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ପାରାଦୀପରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ପାରାଦୀପ ଓ କାମାକ୍ଷାନଗରରେ ସରକାରୀ କାର୍ଯ୍ୟକ୍ରମ ସାରି ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଭୁବନେଶ୍ୱରରେ ‘ଭାରତ […]

  • Friday, 16 July 2021
rahul
ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି

ଭୁବନେଶ୍ୱର :  ଓଡ଼ିଶା ଗସ୍ତରେ କେନ୍ଦ୍ରୀୟ ହେଭିୱେଟ୍ ନେତା। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ପଶ୍ଚିମ ଓଡ଼ିଶାର ୨ପ୍ରମୁଖ ସ୍ଥାନ ଭବାନୀପାଟଣା ଓ ରାଉରକେଲାରେ ଜୋରଦାର ପ୍ରସ୍ତୁତି। ୧୨ ଦିନ ଭିତରେ ତାଙ୍କର ଦୁଇ ଦୁଇ ଥର ଗସ୍ତକୁ ନେଇ ରାଜ୍ୟ କଂଗ୍ରେସ ପୁରା ଜୋସ୍‌ରେ। ଏଥର ରାହୁଲଙ୍କ ଫୋକ୍ସରେ ପଶ୍ଚିମ ଓଡ଼ିଶା ଓ ଆଦିବାସୀ ଭୋଟ୍ ବ୍ୟାଙ୍କ୍‌। ୨୦୧୦ ମସିହାରେ ନିୟମଗିରି ଆନ୍ଦୋଳନରେ ନିଜକୁ ଆଦିବାସୀଙ୍କ ସିପାହୀ କହି ସାମିଲ […]

  • Friday, 16 July 2021
ଆଓଊପ
ପରଲୋକରେ ଆସ୍କା ଲୋକସଭା ସାଂସଦ ଲଡୁକିଶୋର ସ୍ୱାଇଁ

ଭୁବନେଶ୍ୱର : ଆସ୍କା ସାଂସଦ ଲଡୁ କିଶୋର ସ୍ୱାଇଁଙ୍କ ପରଲୋକ। ଗତ ରାତିରେ ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲରେ ଲଡୁକିଶୋରଙ୍କ ପରଲୋକ ହୋଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ସେ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ। ସୋମବାର ରାତିରେ ଲଡୁକିଶୋରଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୧ଟା ୪୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତ ରାତିରେ ହିଁ ଲଡୁକିଶୋରଙ୍କ ମରଶରୀରକୁ ତାଙ୍କ ପୈତୃକ ଗାଁ […]

  • Friday, 16 July 2021
ଲମ
ଓଡ଼ିଶାର ଅଧିକାଂଶ ସେଲ୍‌ଟର ହୋମ୍‌ର ସ୍ଥିତି ସଙ୍ଗୀନ

ଭୁବନେଶ୍ୱର :  ଓଡ଼ିଶାରେ ଚାଲିଥିବା ଅଧିକାଂଶ ସେଲ୍‌ଟର ହୋମ୍‌ର ସ୍ଥିତି ସଙ୍ଗୀନ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଭଳି ରିପୋର୍ଟ ଦେଇଛି NCPCR ଟିମ୍‌। ସେଲ୍‌ଟର ହୋମ୍‌ରେ ଧର୍ମାନ୍ତରୀକରଣ ପ୍ରସଙ୍ଗର ଯାଞ୍ଚ ପୁଣି ଥରେ କରିବା ଆବଶ୍ୟକ ବୋଲି NCPCR ରିପୋର୍ଟରେ ଦର୍ଶାଇଛି। ଗତ ଡିସେମ୍ବରରେ ହୋଇଥିବା ରାଜ୍ୟର ସେଲ୍‌ଟର ହୋମ୍‌ ଯାଞ୍ଚ ବେଳେ ଗୁରୁତର ତ୍ରୁଟି ଦେଖିବାକୁ ପାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୧୩ଟି ହୋମ୍‌ ବିରୋଧରେ ଏଫ୍‌ଆଇଆର୍ କରିବା ଆବଶ୍ୟକତା ଥିବା ବେଳେ ୫ଟି […]

  • Friday, 16 July 2021
bdo
‘କାଳିଆ’ ସମାବେଶରେ ଡ୍ରାଇଭରଙ୍କୁ ମାଡ଼ ମାରିଲେ ବିଡ଼ିଓ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା କାଳିଆ ସମାବେଶରେ ଡ୍ରାଇଭରଙ୍କୁ ବିଡ଼ିଓଙ୍କ ମାଡ଼। ଏଭଳି ଏକ ଘଟଣାର ଦୃଶ୍ୟ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁସାରେ, ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଣ୍ଡାପଡ଼ା ଆସିଥିଲେ। ଏହି ସମାବେଶ ପାଇଁ ଲୋକଙ୍କୁ ଆଣିବାରେ ନିୟୋଜିତ ଗୋଟିଏ ଗାଡ଼ିର ଡ୍ରାଇଭରଙ୍କୁ ଯୋଡ଼ା ବିଡିଓ ମାଡ଼ ମାରିଥିଲେ। ସମାବେଶରେ ଡ୍ରାଇଭରଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇନଥିବାରୁ ସଂପୃକ୍ତ ଡ୍ରାଇଭର ଏନେଇ […]

  • Friday, 16 July 2021
road
ଚିନ୍ତା ବଢ଼ାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର :  ରାଜଧାନୀ ରାସ୍ତାରେ ବୁଲୁଛନ୍ତି ଯମ ଓ ଚିତ୍ରଗୁପ୍ତ। ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କୁ ଏଭଳି ଢଙ୍ଗରେ ସଚେତନ କରୁଛି ପୁଲିସ୍। ସରକାରୀ ପରିସଂଖ୍ୟାନ ଅନୁଯାୟୀ, ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରତିଦିନ ଝଡ଼ିପଡ଼ୁଛି ୧୨ରୁ ଅଧିକ ଜୀବନ। ଏଥିପାଇଁ ଯେ କେବଳ ଅସୁରକ୍ଷିତ ଗାଡ଼ିଚାଳନା ଦାୟୀ ତାହା ନୁହେଁ, ଭୁଲ୍ ରୋଡ୍ ଡିଜାଇନିଂ ବି କେତେକାଂଶରେ ଦାୟୀ। ଗତକାଲି ଠାରୁ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଏ ସମସ୍ତ ଦିଗ ଉପରେ ଫୋକସ କରି […]

  • Friday, 16 July 2021
jay panda
ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କଲେ ବୈଜୟନ୍ତ

ସାଲେପୁର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ କଟକ ଜିଲ୍ଲା ଗସ୍ତ। ଆଜି ମାହାଙ୍ଗା ବ୍ଲକ୍‌ ଲଳିତଗିରି ପଂଚାୟତ ସ୍ଥିତ ଓଳାଶୁଣୀ ଗୁମ୍ଫାରେ ମହାପୁରୁଷ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ଦର୍ଶନ କରିବା ସହ ମେଳା ବୁଲି ଦେଖିଥିଲେ। ଏଥିସହ ଲଳିତଗିରି ଠାରେ ଥିବା ବୁଲେଟ୍‌ପ୍ରୁଫ୍ ମ୍ୟୁଜିୟମ୍‌ରେ ବୁଦ୍ଧଙ୍କ ବିଭିନ୍ନ ପ୍ରତିମୂର୍ତ୍ତି ଦର୍ଶନ କରିବା ସହ ବୁଦ୍ଧଙ୍କ ପବିତ୍ର ଅସ୍ଥିଖଣ୍ଡର ମଧ୍ୟ ଦର୍ଶନ କରିଥିଲେ। ତେବେ ଆଗକୁ ରାଜନୈତିକ ପଦକ୍ଷେପ ସଂପର୍କରେ ଲୋକମାନଙ୍କର ମତ ସଂଗ୍ରହ କରୁଛନ୍ତି, […]

  • Friday, 16 July 2021
representational image
ଡୁଙ୍ଗୁରି ଜଙ୍ଗଲରୁ ହାତୀର ମୃତଦେହ ଉଦ୍ଧାର

କଳାହାଣ୍ଡି(ରାଜ୍‌ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତିନି ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଭିତରେ ହାତୀଟିର ମୃତଦେହ ପଚି ଯାଇଥିବା ଜଣାପଡ଼ିଛି। ହାତୀକୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଓ ପୋଷ୍ଟମର୍ଟମ ପରେ ତାହା ଜଣାପଡ଼ିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।

  • Friday, 16 July 2021
3
‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ‘ଫୋନି’ ଦ୍ୱାରା ବିଶେଷ ପ୍ରଭାବିତ ପୁରୀ ଜିଲ୍ଲାର ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଘରଭଙ୍ଗା, ଫସଲ ନଷ୍ଟ, ପଶୁ ସମ୍ପଦ କ୍ଷତିର ଆକଳନ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ଦେଖା ଦେଇଥିବା କଥା […]

  • Friday, 16 July 2021
2
‘ଫୋନି’ ଯୋଗୁ ଶ୍ରୀମନ୍ଦିରର ୫ କୋଟି ୧୦ ଲକ୍ଷ ଟଙ୍କା କ୍ଷତି

ପୁରୀ: ବାତ୍ୟା ‘ଫୋନି’ ଯୋଗୁ ପୁରୀ ଶ୍ରୀମନ୍ଦିରର ୫ କୋଟି ୧୦ ଲକ୍ଷ ଟଙ୍କା କ୍ଷତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। କ୍ଷୟକ୍ଷତିର ରିପୋର୍ଟ SRCଙ୍କୁ ଦିଆଯାଇଛି ଓ ଭାଙ୍ଗି ଯାଇଥିବା ମୂର୍ତ୍ତିର ମରାମତି କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ‘ଫୋନି’ ବାତ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ଦ୍ୱାରାପାଳ ଜୟଙ୍କ ମୂର୍ତ୍ତି ଭାଙ୍ଗିବା ସହ ମନ୍ଦିର ଉପରେ ଥିବା ସିଂହମୂର୍ତ୍ତି ମଧ୍ୟ ଭାଙ୍ଗିଛି। ତା’ସହ ଲୁହା ଭାରା ଖସି ସାକ୍ଷୀଗୋପାଳ […]

  • Friday, 16 July 2021
1
‘ଫୋନି’ କ୍ଷୟକ୍ଷତି ନେଇ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ‍‘ଫୋନି’ ଜନିତ କ୍ଷୟକ୍ଷତିର ପୁନରୁଦ୍ଧାର ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଲୋଚନା କରିଛନ୍ତି। ଆଲୋଚନା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମୁଖ୍ୟତଃ ମୋବାଇଲ ନେଟ୍‌ୱର୍କ ଓ ବିଦ୍ୟୁତ୍ ସଂଯୋଗ ଉପରେ ତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ସଂଯୋଗ ସୁଗମ ହେଉନଥିବାରୁ ରିଲିଫ୍ କାର୍ଯ୍ୟ ଆଗେଇ ପାରୁନି। ମୋବାଇଲ ଟାୱାରକୁ ଜେନେରେଟର ଦ୍ୱାରା କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ ଦିଆଯାଉଛି। […]

  • Friday, 16 July 2021
17
ଅକ୍ଷୟ ତୃତୀୟା ଉପଲକ୍ଷେ ଅଖିମୁଠୀ ଅନୁକୂଳ କଲେ ଚାଷୀ

ମୟୁରଭଞ୍ଜ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚାଷୀମାନେ ଅଖି ମୁଠି ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୂଜା ପାଉଥିବା ଜାଗାକୁ ଯାଇ ଚାଷୀ ନିଜ ଘରୁ ଆଣିଥିବା ନୂଆ କୋଦାଳରେ ମାଟିକୁ ଖୋଳି ସେଥିରେ ପୂଜାର୍ଚ୍ଚନା କରିବା ସହ ଭୋଗ, ବସ୍ତ୍ର ଆଦି ସର୍ମପଣ କରି ଘରୁ ଆଣିଥିବା ବିହନକୁ ଜମିରେ ବୁଣି ଚାଷ କାମ ଆରମ୍ଭ କରିଥାଏ। ତେବେ ଏଥର ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସିର ଜଣେ ଚାଷୀ ଅଖିମୁଠୀ ଅନୁକୂଳ କରିବା ସହ, […]

  • Friday, 16 July 2021
MINOR
ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଆସିକା: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡିରେ ଜଣେ ଦୁଇ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏକ ବାହାଘର ଭୋଜିରୁ ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିବା ପରେ ଏକ ନିଛାଟିଆ ରାସ୍ତାରେ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିଲେ। ପରେ ଗାଁ ଲୋକ ନାବାଳିକାକୁ ଉଦ୍ଧାର କରି ପୁଲିସ୍‌କୁ ଜଣାଇଥିଲେ। ପାଟପୁର ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି।

  • Friday, 16 July 2021
16
ଶଳା ବାହାଘରରେ ଚାଲିଗଲା ୨ ଭିଣୋଇଙ୍କ ଜୀବନ

ଭଦ୍ରକ: ଶଳା ବାହାଘରରେ ୨ ଭିଣୋଇଙ୍କ ଜୀବନ ଯାଇଛି। ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଅସ୍ତଳର ରମେଶ ଦାସ ଏବଂ ପାଳିଆର କଦମ୍ବବନ୍ଧୁ ମିଶ୍ର। ଭଦ୍ରକ ଜିଲ୍ଲା ତିହିଡ଼ି ଗୋଳା ପୋଖରୀ ଛକରେ ପ୍ରୋସେସନ ବାହାରିବା ସମୟରେ ଦୁର୍ଘଟଣା ହୋଇଥିଲା।

  • Friday, 16 July 2021
train
ବାତ୍ୟା ଯୋଗୁ ରେଳସେବା ବାଧାପ୍ରାପ୍ତ, ପୁଣି ୭ଟି ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ବାତ୍ୟା ଯୋଗୁ ପୁଣି ରେଳସେବା ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଲେୱ ଆଜି ପୁଣି ୭ଟି ଟ୍ରେନ୍‌ ବାତିଲ କରିଛି। ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍, ନୀଳାଚଳ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ପୂର୍ବରୁ ୬ରେ ବାହାରିବାକୁ ଥିବା ତିରୁପତି-ଭୁବନେଶ୍ୱର ଏକ୍ସପ୍ରେସ ବାତିଲ ହୋଇଛି। ଏହାବ୍ୟତୀତ  ଆସନ୍ତାକାଲି ଯିବାକୁ ଥିବା ସାଲିମାର-ପୁରୀ ଏକ୍ସପ୍ରେସ୍,   ଓ ଚେନ୍ନାଇ-ସନ୍ତ୍ରାଗାଚ୍ଛି ସୁବିଧା ଏକ୍ସପ୍ରେସ୍ ମଧ୍ୟ ବାତିଲ କରାଯାଇଛି। ଅନ୍ୟ କିଛି ଟ୍ରେନ୍ ରୁଟ୍‌ରେ ପୂର୍ବତଟ ରେଲେୱେ ଆଶିଂକ ପରବର୍ତ୍ତନ କରିଛି। ଭୁବନେଶ୍ୱର-ପୁଡୁଚେରୀ ଏକ୍ସପ୍ରେସ୍ […]

  • Friday, 16 July 2021
14
ଗାଁକୁ ଚାଲିଆସିଲେ ହାତୀ: ଲୋକେ ଆତଙ୍କିତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ ହାତୀ ଆତଙ୍କ ଦେଖାଦେଇଛି। ହାତୀପଲ କୋନାବିରା, ପେଣ୍ଡରାବନ, ବିଲେଇଅଞ୍ଚର, ଝାକ୍ରିପଡ଼ା ଗାଁକୁ ଚାଲି ଆସିଛନ୍ତି। ଗାଁକୁ ହାତୀପଲ ଚାଲିଆସିଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୨୮ଟି ହାତୀ ଗାଁ ନିକଟକୁ ଚାଲି ଆସିଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ କାଟ କରାଯାଇଛି।

  • Friday, 16 July 2021
c3
ରିଲିଫ୍‌ରେ ପୋକରା ଚାଉଳ ମିଳିଥିବା ଅଭିଯୋଗ

ପୁରୀ: ବାତ୍ୟା ‘ଫୋନି’ରେ ପୁରୀ ଜିଲ୍ଲା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବହୁ ଅଞ୍ଚଳରେ ଲୋକେ ବାସହରା ହୋଇଛନ୍ତି। ଏହି ଅବସ୍ଥାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ସ୍ଥିତି ସମୀକ୍ଷା ଲାଗି ପୁରୀ ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ପେଣ୍ଠକଟା  ନିକଟରେ ବାତ୍ୟା ବିପନ୍ନଙ୍କୁ ରିଲିଫ୍ ବାଣ୍ଟିଥିଲେ। ହେଲେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ବିପନ୍ନଙ୍କ ଅଭିଯୋଗ ହେଲା, ରିଲିଫ୍‌ରେ ମିଳିଥିବା ଚାଉଳ ପୋକରା ଏବଂ ଗନ୍ଧଯୁକ୍ତ। ଯାହାକୁ ପଶୁ ଖାଇବେ ନାହିଁ, ତାହାକୁ ମଣିଷ […]

  • Friday, 16 July 2021
12
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଅଗ୍ନିକାଣ୍ଡ ଲାଗି ବହୁ କ୍ଷୟକ୍ଷତି ହୋଇଛି। ଏହାର ପ୍ରାଶାସନିକ ବିଲ୍ଡିଂରେ ନିଆଁ ଲାଗିଛି। ତେବେ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ତାହାର ସ୍ପଷ୍ଟ ସୂଚନା ମିଳି ନାହିଁ। ଏହା ସହ କେଉଁ କାରଣରୁ ନିଆଁ ଲାଗିଛି, ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ଯୁକ୍ତ ଦୁଇ ଖାତା ଦେଖା ଚାଲିଥିବା ବେଳେ ଏହି ନିଆଁ ଲାଗିଛି। କୋଠା ଭିତରେ କିଛି ଅଧ୍ୟାପକ ଫସି ରହିଥିବା ମଧ୍ୟ ସୂଚନା ମିଳିଛି। […]

  • Friday, 16 July 2021
11
ପୁରୀର ଅଣ୍ଟା ଭାଙ୍ଗି ଦେଇଛି ବାତ୍ୟା ‘ଫୋନି’

ପୁରୀ: ବାତ୍ୟା ‘ଫୋନି’ ପୁରୀର ଅଣ୍ଟା ଭାଙ୍ଗି ଦେଇଛି। ମାତ୍ର କେଇ ଘଣ୍ଟା ତାଣ୍ଡବରେ ପୁରୀର ପର୍ଯ୍ୟଟନ ଶିଳ୍ପ ଦୋହଲି ଯାଇଛି। ଦୀର୍ଘ ବର୍ଷର ହୋଟେଲ, ଲଜ୍, ଯାତ୍ରୀଙ୍କ ରହଣୀ ସ୍ଥାନରେ ଏବେ ଖାଲି ବାତ୍ୟା ପରର କରାଳ ଚିହ୍ନ ପଡ଼ି ରହିଛି। ପୁରୀ ସହରର ସମୁଦ୍ର କୂଳରେ ଥିବା ସବୁ ହୋଟେଲ ବ୍ୟାପକ ଭାବେ କ୍ଷତିଗସ୍ତ ହୋଇଛି। ବିଭିନ୍ନ ହୋଟେଲରେ ବିରାଟକାୟ ଗଛ, ମୋବାଇଲ୍ ଟାଓ୍ୱାର ଭାଙ୍ଗି ପଡ଼ିଛି। ଲକ୍ଷାଧିକ ଟଙ୍କାର ସୌଖୀନ ଆସବାବ ପତ୍ର […]

  • Friday, 16 July 2021