• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rape
ଖାକିରେ ଲାଗିଲା କଳଙ୍କ ; ଥାନା ଏଏସ୍ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ଖାକିରେ ଲାଗିଲା କଳଙ୍କ। ରକ୍ଷକ ସାଜିଲା ଭକ୍ଷକ। ପଦାକୁ ଆସିଛି ଏମିତି ଏକ କଦର୍ଯ୍ୟ ମାନସିକତାର ଚିତ୍ର। ଜଣେ ଥାନା ଏଏସ୍ଆଇ ଓ ଆଉ ଜଣେ ଯୁବକଙ୍କ ନାଁରେ ଅଭିଯୋଗ ହୋଇଛି। ଉଭୟ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ,ନାବାଳିକା ଜଣକ ଟ୍ୟୁସନ୍‌ ସାରି ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ପରେ ଉଭୟ ଏଏସ୍ଆଇ ଓ ଯୁବକ ସମ୍ପୃକ୍ତ ଝିଅକୁ ଦୁଷ୍କର୍ମ କରିଥିବା ସୋହେଲା ଥାନାରେ ପୀଡ଼ିତାଙ୍କ […]

  • Friday, 16 July 2021
jogesh-kusum
ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ କନ୍ଦଳ

ସୁନ୍ଦରଗଡ଼ : ପୂର୍ବତନ ବିଧାୟକ ଯୋଗେଶ ସିଂ ଏବଂ ବିଜେଡି ନେତ୍ରୀ କୁସୁମ୍ ଟେଟେଙ୍କୁ ନେଇ ସୁନ୍ଦରଗଡ଼ ବିଜେଡିରେ ବଢ଼ୁଛି ଗୋଷ୍ଠୀ ବିବାଦ। ଉଭୟେ ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଗତ ୬ ତାରିଖରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ସିଂ ବିଜେଡିରେ ସାମିଲ ହେବା ପରେ ୮ତାରିଖରେ ସୁନ୍ଦରଗଡ଼ରେ ବାଇକ୍ ରାଲି ସହ ବାଣ ଫୁଟାଇ ରାଲି କରିଥିଲେ। ହେଲେ ଗତ ନିର୍ବାଚନରେ ପରାଜିତ ପ୍ରାର୍ଥୀ ତଥା ସ୍ୱତନ୍ତ୍ର ଉନ୍ନୟନ […]

  • Friday, 16 July 2021
pension
ଅସହାୟଙ୍କ ଭତ୍ତା ଟଙ୍କା ଚଳୁ କରିଦେଲେ ସରକାରୀ ବାବୁ !

ଭୁବନେଶ୍ୱର :  ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍‌ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍‌ର ରିପୋର୍ଟ ଉପରେ ନଜର ପକାଇଲେ ଜଣାପଡ଼େ ବ୍ଲକ୍‌ ସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଛି।  ବ୍ଲକସ୍ତରରେ ଭତ୍ତା ଟଙ୍କା ହଡ଼ପ ହୋଇଥିବାର ଏ ତଥ୍ୟରୁ ଜଣାପଡ଼େ।୨୦୧୬-୧୭ ମସିହାରେ ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା […]

  • Friday, 16 July 2021
police
କମିଶନରେଟ୍‌ ପୁଲିସ୍‌ର ଆପୋଷ ଯୋଜନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ସହ ପୁଲିସ୍‌ର ସଂପର୍କ ଯୋଡିବାକୁ ପ୍ରୟାସ। କମିଶନରେଟ୍‌ ପୁଲିସ୍‌ ଦ୍ୱାରା ଆରମ୍ଭ ହେବାକୁ ଯାଉଛି ଆପୋଷ ଯୋଜନା କାର୍ଯ୍ୟକ୍ରମ। ଏଥିରେ ସାମିଲ ହେବେ ବସ୍ତି ଅଂଚଳରେ ରହୁଥିବା ଯୁବକ ଓ କିଶୋର। ବସ୍ତି ଅଂଚଳରେ ଅପରାଧ ରୋକିବା, ଅପରାଧୀଙ୍କ ସଂପର୍କରେ ସୂଚନା ଦେବା, ବସ୍ତିବାସିନ୍ଦାଙ୍କ ସହ ସଂପର୍କ ଯୋଡିବା ଉଦ୍ଦେଶ୍ୟରେ ଏହି ଯୋଜନା କାମ କରିବ। ଏଥିରେ ବସ୍ତିରେ ଥିବା ବିଭିନ୍ନ କ୍ଲବ୍ ମାନଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦେବା ସହ […]

  • Friday, 16 July 2021
chain----2
ମାନସିକ ବିକାରଗ୍ରସ୍ତ ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ : ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ ପରିବାର ଲୋକେ ଚିକିତ୍ସା କରିଥିଲେ। କିନ୍ତୁ ପୁଅର ସ୍ୱାସ୍ଥ୍ୟାବସ୍ଥା ଭଲ ହୋଇନଥିଲା। ଅକ୍ଷୟଙ୍କ ଆର୍ଥିକ ଅବସ୍ଥା ଭଲ ନଥିବାରୁ ପୁଅର ଅଧିକ ଚିକିତ୍ସା କରି ପାରିନଥିଲେ। ଫଳରେ […]

  • Friday, 16 July 2021
ratha lkatha
ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି

ପୁରୀ : ବସନ୍ତ ପଞ୍ଚମୀ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ। ପୁରୋହିତମାନେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିବେ। ପବିତ୍ର ଅକ୍ଷୟ ତୃତୀୟା ଭିତରେ ଆବଶ୍ୟକ କାଠ ପହଞ୍ଚିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।  

  • Friday, 16 July 2021
bjd
ବିଜେପିର ପ୍ରତିଶ୍ରୁତି ନୁହେଁ, ପ୍ରତାରଣା ସମାବେଶ : ବିଜେଡି

ଭୁବନେଶ୍ୱର : ବିଜେପି ଗତକାଲି କରିଥିବା ପ୍ରତିଶ୍ରୁତି ସମାବେଶକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା। ସେ ଅଭିଯୋଗ କରିଛନ୍ତି, ବିଜେପିର ପ୍ରତିଶ୍ରୁତି ନୁହେଁ, ଏହା ପୁଣି ଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ। ଏହି ଅବସରରେ ବିଜେଡି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛି।  ୨୦୧୪ମସିହାରେ ବିଜେପି ଏହି ପ୍ରତିଶ୍ରୁତି ଦେଇଥିଲେ ବି ୫ ବର୍ଷ ପରେ ବି ତାହା […]

  • Friday, 16 July 2021
loot3
ନିଜକୁ CBI କହି ସୁରକ୍ଷା ଦେବା ଆଳରେ ୭ ଭରି ଅଳଙ୍କାର ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭିନବ ଉପାୟରେ ଲୁଟ୍। ନିଜକୁ ସିବିଆଇ ଅଧିକାରୀ କହି ଦମ୍ପତିଙ୍କଠାରୁ ଲୁଟିଲେ ସୁନା ଅଳଙ୍କାର। ମିଳିଥିବା ସୂଚନା ମୁତାବକ, ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ କେ. ରାଜକୁମାରୀ ପାତ୍ର ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ବୈଦ୍ୟନାଥପୁର ଥାନା ଜୟପ୍ରକାଶ ନଗର ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ୩ ଜଣ ଯୁବକ ପ୍ରଥମେ ଅଟକାଇଥିଲେ। ରାସ୍ତାରେ କାହିଁକି ଏତେ ପରିମାଣର ଅଳଙ୍କାର ପିନ୍ଧି ଯାଉଛ ବୋଲି କହି ବୃଦ୍ଧାଙ୍କ ବେକରୁ […]

  • Friday, 16 July 2021
mahanadi
ମହାନଦୀ ଜଳ ବିବାଦ : ଆପୋଷ ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ / ଭୁବନେଶ୍ୱର :  ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା ନ ହୁଏ, ତେବେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯିବ। ମହାନଦୀ ଟ୍ରିବ୍ୟୁନାଲରେ ଓଡ଼ିଶା ମଧ୍ୟବର୍ତ୍ତୀକାଳୀନ ଆବେଦନ କରି ଦାବି କରିଥିଲା ଯେ, ଅଣ ମୌସୁମୀ ସମୟରେ ରାଜ୍ୟକୁ […]

  • Friday, 16 July 2021
odishaAssembly
IAS ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର : ୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଭୁବନେଶ୍ୱର ମହାନଗର ନିଗମ କମିଶନର। ବିଏମ୍‌ସି କମିଶନର ଥିବା ଶୁଭମ୍ ସାକ୍‌ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାପାଳ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଭାବେ ବଦଳି କରାଯାଇଥିବାବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକ ହେଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ। ଜଗତସିଂପୁର ଜିଲ୍ଲାପାଳ ଯାମିନୀ ଷଡଙ୍ଗୀଙ୍କୁ ସ୍ୱାସ୍ଥ୍ୟ […]

  • Friday, 16 July 2021
bus stand baramunda
ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍

ଭୁବନେଶ୍ୱର :  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍। ବସ୍ ଭିତରୁ ଜଣେ ଯାତ୍ରୀଙ୍କ ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ବସ୍ ଭିତରେ ପଶି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି ବାଇକ୍‌ରେ ଆସିଥିବା ଏକ ଲୁଟେରା ଗ୍ୟାଙ୍ଗ୍। କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଜଣାପଡିଛି। କୃଷ୍ଣଚନ୍ଦ୍ର ଖୋର୍ଦ୍ଧା ବେଗୁନିଆରୁ କଟକ ଯିବାବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଲୁଟ୍‌ର ଶିକାର ହୋଇଥିଲେ। ଲୁଟ୍ ହୋଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ […]

  • Friday, 16 July 2021
dum
କେନ୍ଦ୍ରୀୟ ନେତାଙ୍କ ଗସ୍ତରେ ସରଗରମ ରାଜ୍ୟ ନିର୍ବାଚନୀ ପାଣିପାଗ

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ଏବେଠୁ ଜୋରଦାର ହେଲାଣି ରାଜନୈତିକ ଦଳଙ୍କ ଅଙ୍କ କଷା। ଓଡ଼ିଶା ଜୟ ଲାଗି ପଣ କରିଥିବା ବିଜେପି ଓ କଂଗ୍ରେସ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରଚାର। ଦୁଇ ଦଳର କେନ୍ଦ୍ରୀୟ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ରାଜ୍ୟ ରାଜନୈତିକ ପାଣିପାଗକୁ  ଉଷ୍ଣ କରିଛି। ପୁରୀ ଓ ସାଲେପୁରରେ ଅମିତ୍‌ ଶାହ, କାମାକ୍ଷାନଗର ଓ ପାରାଦୀପରେ ନୀତୀନ ଗଡ଼କରୀ, ଆଉ ଆଜି କେନ୍ଦୁଝରରେ ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଗଲା […]

  • Friday, 16 July 2021
state assembly
ସରିଲା ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର :  ସରିଲା ବିଧାନସଭାର ବଜେଟ୍ ଅଧିବେଶନ। ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳି ସରକାରର ଏହା ଥିଲା ଶେଷ ଅଧିବେଶନ। ଗତ ୪ ତାରିଖରେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ସହ ଆରମ୍ଭ ହୋଇଥିବା ଏହି ଅଧିବେଶନ ୨ଟି କାର୍ଯ୍ୟ ଦିବସ ପୂର୍ବରୁ ଶେଷ ହୋଇଛି। ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ କରିଛନ୍ତି ବାଚସ୍ପତି। ବଡ଼ କଥା ହେଲା ଏ ଅଧିବେଶନର କୌଣସି ଗୋଟିଏ ବି ଦିନ ସୁରୁଖୁରରେ ଚାଲିପାରି ନାହିଁ।  ଶେଷ ଅଧିବେଶନରେ ଚାଷୀ, ଚିଟ୍‌ଫଣ୍ଡ ଓ […]

  • Friday, 16 July 2021
12
ବିଧାନସଭା ବଜେଟ୍ ଅଧିବେଶନରେ ଚାଷୀ ଓ ନିଯୁକ୍ତି ତାତି

ଭୁବନେଶ୍ୱର :  ବିଧାନସଭା ବଜେଟ୍ ଅଧିବେଶନରେ ଲଗାତାର ୪ଦିନ ଧରି ପ୍ରଶ୍ନକାଳରେ ସମାନ ଚିତ୍ର। ବିରୋଧୀଙ୍କ ହଙ୍ଗାମା, ଗୃହ ମୁଲତବୀ। ହେଲେ ଆଜି କିନ୍ତୁ ବିରୋଧୀଙ୍କୁ ଟକ୍କର ଦେବାକୁ ଶାସକ ବିଧାୟକ ଅସ୍ତ୍ର କରିଥିଲେ ବେରୋଜଗାରୀକୁ। ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ଦେଇଥିଲେ ସ୍ଲୋଗାନ। ଆଉ ବିରୋଧୀ ବି ନିଯୁକ୍ତି ଓ ବିଜେପି ବିକ୍ଷୋଭ ବେଳେ ପୁଲିସ୍ ଜୁଲମ୍ ତଥା ଚାଷୀ ପ୍ରସଙ୍ଗକୁ ନେଇ ତମ୍ବିତୋଫାନ କରିଥିଲେ। ମାତ୍ର ୧ ମିନିଟ୍ ପରେ ଗୃହକୁ […]

  • Friday, 16 July 2021
youth arrest
ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଜଣେ ଯୁବକ ଗିରଫ

ସମ୍ବଲପୁର  : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ନେଇ ସୋଶାଲ୍ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେବାରୁ ଜଣେ ଯୁବକ ଗିରଫ। ଅଭିଯୁକ୍ତ ହେଲେ ବୁର୍ଲାର ପ୍ରଭାସ ପୃଷେଠ। ୟୁଥ୍ ଏଗେନ୍‌ଷ୍ଟେ କରପ୍ସନ ଅଭିଯାନ ନାଁରେ ସେ ଫେସ୍‌ବୁକ୍‌ରେ ସମାଲୋଚନା କରିଥିଲେ। ଏହାକୁ ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ପ୍ରଭାସଙ୍କ ନାଁ ରେ ବୁର୍ଲା ଥାନାରେ ଅଭିଯୋଗ କରିଥିଲେ। ତେଣୁ ତାଙ୍କୁ ଗିରଫ କରିଛି ପୁଲିସ୍‌। ଗିରଫଦାରିକୁ ବିରୋଧ କରି ଅଭିଯୁକ୍ତ ପ୍ରଭାସ ଅନଶନ କରିଛନ୍ତି। […]

  • Friday, 16 July 2021
baijayanta
ଆୟକର ଫାଙ୍କି ଓ ବିଦେଶୀ ପୁଞ୍ଜି ନେଇ ଗଣମାଧ୍ୟମରେ ଖବରକୁ ଦୃଢ଼ ଖଣ୍ଡନ କଲେ ବୈଜୟନ୍ତ

ଭୁବନେଶ୍ୱର : ଆୟକର ଫାଙ୍କି ଓ ବିଦେଶରୁ ବେଆଇନ ଉପାୟରେ ପୁଞ୍ଜି ଆଣିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ତାଙ୍କ ପାରିବାରିକ କଂପାନୀର ୬୦ ବର୍ଷର ରେକର୍ଡ ରହିଛି। ଏ କଂପାନୀଗୁଡ଼ିକ ଅନେକ ବିଦେଶୀ ସଂସ୍ଥା ସହ କାରବାର କରିଛନ୍ତି, ଯେଉଁଥିରେ ନିବେଶ ଗ୍ରହଣ ଓ ଋଣ ଦେବା ଭଳି  କାରବାର ବି ରହିଛି। ଏଗୁଡିକ ମଧ୍ୟରୁ କେତେକରେ ଲାଭ […]

  • Friday, 16 July 2021
aahar
ଆହାର କେନ୍ଦ୍ରରେ ଯୁବକଙ୍କୁ ମିଳିଲା ପାହାର !

ଭୁବନେଶ୍ୱର : ଆହାର କେନ୍ଦ୍ରରେ ଆହାର ବଦଳରେ ମିଳିଲା ପାହାର। ଆହାର କେନ୍ଦ୍ରର ସଟର୍ ଦେଇ ତା ଭିତରେ ଯୁବକଙ୍କୁ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ। ଏହି ଅଭିଯୋଗ କରିଛନ୍ତି ଢେଙ୍କାନାଳର ଜଣେ ଯୁବକ। ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଭୁବନେଶ୍ୱର ଷ୍ଟେସନ ବଜାର ନିକଟରେ ଘଟିଛି । ସେଠାରେ ଥିବା ଆହାର କେନ୍ଦ୍ରରେ  ଯୁବକ ଜଣକ ଅଭିଯୋଗ କରିଛନ୍ତି, ଦିନ ସାଢ଼େ ଗୋଟାଏରେ ସେ ଆହାର କେନ୍ଦ୍ରକୁ ଯାଇଥିଲେ। ଖାଦ୍ୟ ଥାଇ ମଧ୍ୟ ମନା କରିଥିଲେ […]

  • Friday, 16 July 2021
cyber fraud---1
ବ୍ରହ୍ମପୁରରେ ସାଇବର ଠକେଇର ପର୍ଦ୍ଦାଫାସ ; ୪ ଯୁବତୀଙ୍କ ସହ ଜଣେ ଯୁବକକୁ ଧରିଲା ପୁଲିସ୍‌

ବ୍ରହ୍ମପୁର : ରେଶମ ନଗର ବ୍ରହ୍ମପୁରରେ ସାଇବର ଠକେଇର ପର୍ଦ୍ଦାଫାଶ। ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ୍‌ ହାତରେ ଧରା ପଡିଛନ୍ତି ୫ ଜଣିଆ ଠକ ଗ୍ୟାଙ୍ଗ। ଏହି ରାକେଟ୍‌ରେ ୪ ଯୁବତୀଙ୍କ ସହ ଅଛନ୍ତି ଜଣେ ଯୁବକ। ଫୋନ୍‌ରେ ସୁମଧୁର କଥା କହି ଯୁବକଙ୍କୁ ଫସାଇବା ପରେ ହୋଇଯାଏ ପକେଟ୍ ଖାଲି। ପ୍ରଥମେ ଫୋନ କଲ୍। ଆଉ ତା ପରେ ଋଣ କରାଇ ଦେବା ନାଁରେ କହି ଯୁବକଙ୍କୁ ବିଭିନ୍ନ ସ୍ଥାନକୁ ପଠାଇଥାନ୍ତି। ଯୁବକଙ୍କ ମଧ୍ୟରେ […]

  • Friday, 16 July 2021
jhinka
ବ୍ରହ୍ମଗିରି ଅଁଳାକୁଦା ଗାଁରୁ ଝିଙ୍କ ଉଦ୍ଧାର

ବ୍ରହ୍ମଗିରି : ଝିଙ୍କ ଉଦ୍ଧାର। ପୁରୀ ଜିଲ୍ଲା ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ୍‌ ଅଁଳାକୁଦା ଗାଁରୁ ଏକ ଝିଙ୍କ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଆଜି ସକାଳୁ ଅଂଳାକୁଦ ଗ୍ରାମବାସୀ ଜମିକୁ କାମ ପାଇଁ ଯାଇଥିବାବେଳେ ଝିଙ୍କଟିକୁ ଦେଖିଥିଲେ। ତେବେ କୁକୁର ଏହାକୁ ଆକ୍ରମଣ କରୁଥିବା ଦେଖି ଲୋକେ କୁକୁର କବଳରୁ ଝିଙ୍କଟିକୁ ବଂଚାଇ ଗାଁକୁ ନେଇଆସିଥିଲେ। ତେବେ ଆଣିବା ପରେ ଝିଙ୍କଟି ଜଣଙ୍କ ଘରେ ପଶି ଯିବାରୁ ଗାଁ ଲୋକେ ତାକୁ […]

  • Friday, 16 July 2021
teachers-strike
୮ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଧାରଣା

ଭୁବନେଶ୍ୱର : ୮ ଦଫା ଦାବି ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଧାରଣା। ରାଜ୍ୟ ଗଣଶିକ୍ଷକ ଓ ସହକାରୀ ମହାସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଚାକିରି ନିୟମିତ ସହ ଅନ୍ୟାନ୍ୟ ଦାବି ପାଇଁ ସଂଘ ଦାବି କରିଛି। ଏହି ଗଣଶିକ୍ଷକମାନେ ୨୦୦୮ରେ ନିଯୁକ୍ତି ପାଇଥିବାରୁ ଏମାନଙ୍କ ଲାଗି OTET ବ୍ୟବସ୍ଥା ଲାଗୁ ନ କରିବା ଲାଗି ସଂଘ ନିବେଦନ କରିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]

  • Friday, 16 July 2021
assembly
ସର୍ବଦଳୀୟ ବୈଠକ ପରେ ବିଧାନସଭା ସ୍ୱାଭାବିକ

ଭୁବନେଶ୍ୱର : ସର୍ବଦଳୀୟ ବୈଠକ ପରେ ସ୍ୱାଭାବିକ ହୋଇଛି ବିଧାନସଭା। ବ୍ୟୟମଞ୍ଜୁରୀ ବିଲ୍ ଉପରେ ଆଲୋଚନା ଚାଲିଛି। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଓ ବିରୋଧୀ ଗୃହ ଭିତରେ ହୋହଲ୍ଲା କରିଥିଲେ। ଚାଷୀ ଓ ବେକାରୀ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ବିରୋଧୀ। ସେହିପରି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ ପାଟିତୁଣ୍ଡ କରିଥିଲେ ଶାସକ ବିଜେଡିର ସଦସ୍ୟମାନେ।   ଫଳରେ ଗୃହକୁ ବାରମ୍ବାର ମୁଲତବୀ କରିଥିଲେ ବାଚସ୍ପତି। ଏହାପରେ ଗୃହ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ […]

  • Friday, 16 July 2021
dinadia
୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ

କୋଣାର୍କ : ୩ ଜଣଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଅସ୍ତରଙ୍ଗ ଥାନା ଦିନାଡିଆରେ ପରିବାରର ୪ ଜଣଙ୍କୁ ନିର୍ମମ ହତ୍ୟା ଘଟଣା। ୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ ରହିମ୍‌ ଖାଁ , ରହିମଙ୍କ ପତ୍ନୀ ଆୟେଶା ବେଗମ୍ ଓ ମୃତ ଦୀନବନ୍ଧୁଙ୍କ ସଢୁ ଫକୀର ମଲ୍ଲିକଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ୨୦୧୫ ମସିହା ସେପ୍ଟେମ୍ବର ୨୧ ତାରିଖରେ ଦିନାଡିଆର ଅବସରପ୍ରାପ୍ତ ଡିଆଇ ଦିନବନ୍ଧୁ ମଲ୍ଲିକ, […]

  • Friday, 16 July 2021
rahul--0
ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ : ରାହୁଲ ଗାନ୍ଧି

ଭବାନୀପାଟଣା : ନବୀନଙ୍କ ରିମୋର୍ଟ ମୋଦିଙ୍କ ହାତରେ। ଏଭଳି ଅଭିଯୋଗ ଆଣି ଉଭୟ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ୍ ସଭାପତି ରାହୁଲ ଗାନ୍ଧି। ଆଜି ଭବାନୀପାଟଣା ସମାବେଶରେ ଯୋଗ ଦେଇ ରାହୁଲ୍ କହିଛନ୍ତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ଥିବା ନବୀନ ସରକାର ମୋଦିଙ୍କ ଇସାରାରେ କାମ କରୁଛି। ମୋଦି ଯେତେବେଳେ ରିମୋର୍ଟ ଦବାନ୍ତି ତା ଅନୁସାରେ ନବୀନ କାମ କରନ୍ତି। ଭୁବନେଶ୍ୱର ସମାବେଶ ଭଳି ଆଜିର ସଭାରେ ବି କୃଷି ଋଣ […]

  • Friday, 16 July 2021
jogesh--4
ବିଜେଡିରେ ମିଶିଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂହ

ଭୁବନେଶ୍ୱର : ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ଯୋଗେଶ ସିଂହ। ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ର ପୂବର୍ତନ ବିଧାୟକ ଯୋଗେଶ ସିଂହ। ବିଜେଡି ରାଜ୍ୟ ମୁଖ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗେଶ ବିଜେଡିରେ ସାମିଲ୍‌ ହୋଇଛନ୍ତି। ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି ଯୋଗେଶ। ସୁନ୍ଦରଗଡ଼ର ବିକାଶକୁ ଆଧାର କରି ସେ ବିଜେଡିରେ ମିଶିଥିବା କହିଛନ୍ତି। ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଅଛନ୍ତି। ଏହି ଅବସରରେ ଯୋଗେଶଙ୍କୁ ଦଳରେ ମିଶାଇ କଂଗ୍ରେସକୁ ଚେକ୍ […]

  • Friday, 16 July 2021
Baijayant-Panda1
କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ମିଳିଲାନି ଅନୁମତି

କେନ୍ଦ୍ରାପଡ଼ା : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟରକୁ ଅବତରଣ ପାଇଁ ମିଳିଲାନି ଅନୁମତି। ତାଙ୍କ ହେଲିକପ୍ଟରକୁ କେନ୍ଦ୍ରାପଡ଼ାରେ ଓହ୍ଲାଇବା ପାଇଁ ଅନୁମତି ଦେଲାନି ପୁଲିସ୍‌। ମିଳିଥିବା ସୂଚନା ଅନୁସାରେ, ଆଜି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ବତୀଘର ଯିବାର ଥିଲା। ଏଥିପାଇଁ ତାଙ୍କ ହେଲିକପ୍ଟରକୁ ଅବତରଣ କରିବା ଲାଗି ଜମି ମାଲିକ ଆବଶ୍ୟକ ଅନୁମତି ଦେଇଥିଲେ। ଏହାସତ୍ତ୍ୱେ ହେଲିକପ୍ଟରକୁ ଓହ୍ଲାଇବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ବୈଜୟନ୍ତ ଟୁଇଟ୍ କରିଛନ୍ତି। ସେ ଅନୁମତି ପତ୍ର ସହ କେନ୍ଦ୍ରାପଡ଼ା […]

  • Friday, 16 July 2021