ରାଇରଙ୍ଗପୁର : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କାଙ୍କି ଗାଁରେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ଭାନେ ମାର୍ଡି ବହଳଦା ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ୍ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ ଭାନେ ଓ ବୁନି ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଭାନେ ଠେଙ୍ଗାରେ ସ୍ତ୍ରୀ ବୁନିକୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ବୁନିଙ୍କ ମୃତ୍ୟୁ ହୋଇଥିଲା। […]
ଖୋର୍ଦ୍ଧା : ବିଜେପି ଓଡ଼ିଶାରେ ୨୦ ମିଶନ ପୁରା କରି ସୁଶାସନ ଦେବ। ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଦୃଢୋକ୍ତି କରିଛନ୍ତି। ଏହାସହ ପାଇକ ବିଦ୍ରୋହର ୨ ଶହ ବର୍ଷ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପ୍ରସ୍ତୁତ ଥିବାବେଳେ ଓଡ଼ିଶା ସରକାର ଏଥିପାଇଁ ଜମି ଦେଉନାହାନ୍ତି। ମହାପୁରୁଷଙ୍କ ସମ୍ମାନ ପ୍ରତି ନବୀନ ସରକାରର ନିଘା ନାହିଁ ବୋଲି ଟାର୍ଗେଟ କରି କହିଛନ୍ତି ଯୋଗୀ ଆଦିତ୍ୟନାଥ। ରାଜ୍ୟ ସରକାରଙ୍କ ମୁଖା […]
ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମଗିରି ବ୍ଲକ୍ କୃଷ୍ଣପ୍ରସାଦରେ ପହଞ୍ଚି କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବା ସହ ପଣସପଦା ବିଦ୍ୟୁତ୍ ସବ୍ଷ୍ଟେସନର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ୫ଟି ଗ୍ରାମ୍ୟ ପାଇପ୍ ଜଳଯୋଗାଣ ପ୍ରକଳ୍ପ ସହ କୃଷ୍ଣପ୍ରସାଦ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମଧ୍ୟ ଭିତ୍ତି ପ୍ରସ୍ତର […]
କନ୍ଧମାଳ : କନ୍ଧମାଳରେ ଅଘଟଣ। ଜି.ଉଦୟଗିରି ଥାନା ମଗରଗୁଡ଼ାରେ ମାଆ ସହ ଜଳିଗଲେ ଦୁଇ ଜଣ ଶିଶୁ କନ୍ୟା। ନିଆଁ ଲାଗି ମଗରଗୁଡ଼ା ଗାଁର ବିମଳ ପ୍ରଧାନଙ୍କ ସ୍ତ୍ରୀ ଓ ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଝୁଲିମା ପ୍ରଧାନ, ୯ ମାସର ଝିଅ ରୂପାଲି ଓ ଦେଢ଼ ବର୍ଷର ଝିଅ ସୋନାଲି। ଘରେ ନିଆଁ ଲାଗି ପୋଡ଼ି ଯାଇଥିଲେ ତିନି ଜଣ। ପୁଲିସ୍ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଛଡ଼ା ଗାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୁକ୍ତ ତମ୍ପଡ଼ା ଗୋଚ୍ଛାୟତକୁ ଧରି ପୁଲିସ୍ର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ମିଳିଥିବା ସୂଚନା ମୁତାବକ ,ବାଲିକୋଟି ଗାଁର ତମ୍ପଡ଼ା ଯୁବତୀଙ୍କ ଘରକୁ ଅଟୋ ନେବା ଲାଗି ଆସିଥିଲା। ଏତିକିବେଳେ ଘରେ କେହି ନଥିବାରୁ ଯୁବତୀଙ୍କୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଚିତ୍କାର କରିବାରୁ ଗାଁ ଲୋକେ ପହଞ୍ଚି ତମ୍ପଡ଼ାକୁ ଧରି ନିସ୍ତୁକ ମାଡ଼ […]
ଭୁବନେଶ୍ୱର : ଆରମ୍ଭ ହେଲା ଅପରେସନ୍ ବାଘ। ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ କାବୁ ପାଇଁ ଆରମ୍ଭ ହୋଇଛି ଅପରେସନ୍। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ବନ ବିଭାଗ, CISF ପକ୍ଷରୁ ମିଳିତ ଭାବେ ଚାଲିଛି ଅପରେସନ୍। ସିଟି ଡିଏଫ୍ଓଙ୍କ ଅଧିନରେ ୪ଟି ରେଞ୍ଜ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି। ବାଘକୁ ଡ୍ରାଙ୍କୁଲାଇଜ୍ କରିବା ପାଇଁ ନନ୍ଦନକାନନର ଏକ ଟିମ୍ ବି ଅପରେସନ୍ରେ ସାମିଲ ହୋଇଛନ୍ତି। ସେପଟେ ଅଞ୍ଚଳରେ ବାଘ ଘୁରି ବୁଲିବା ଖବର ପରେ […]
ଭୁବନେଶ୍ୱର : ମହାତ୍ମା ଗାନ୍ଧିଙ୍କ ଉପରେ ଲିଖିତ ପୁସ୍ତକ “ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର” ନାମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଇଆଇଏମ୍ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ ଏବଂ କୋଲକାତା ପ୍ରେସ୍ କ୍ଲବ୍ ସଭାପତି ସ୍ନେହାଶିଷ ସୁରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକକୁ ଭୁବନେଶ୍ୱର ପ୍ରେସ୍ କ୍ଲବ୍ ଅଫ୍ ଓଡ଼ିଶାରେ ଉନ୍ମୋଚନ କରାଯାଇଛି। ଏଥିରେ ଗାନ୍ଧିଜୀଙ୍କ ଜୀବନୀ ସଂପର୍କରେ ବର୍ଣ୍ଣନା କରାଯାଇଛି। ଗାନ୍ଧିଜୀଙ୍କ ନାତି ତୁଷାର ଗାନ୍ଧି ସମେତ ବହୁ ବରିଷ୍ଠ ଲେଖକଙ୍କ ଲେଖା […]
ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯୋରନ୍ଦା ମେଳାର ଆଜି ଦ୍ୱିତୀୟ ଦିନ। ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ପାଳିତ ହେବ ଏହି ମେଳା। ବିଶ୍ୱ କଲ୍ୟାଣ ଉଦ୍ଦେଶ୍ୟରେ ଚଳିତବର୍ଷ ୩ ଦିନ ଧରି ଝାଡ଼ ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ। ହଜାର ହଜାର ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ପାଇଁ […]
ରାୟଗଡ଼ା : ରାୟଗଡ଼ା ମାଟିକଣାରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଜଣ ଶିଶୁ। ମୃତକ ଦୁଇ ଶିଶୁ ହେଲେ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ମାଟିକଣା ଗାଁର ଏହି ଦୁଇ ଜଣ ଶିଶୁ ଗତକାଲି ସ୍କୁଲରୁ ଘରକୁ ଫେରି ବ୍ୟାଗ୍ ରଖି ପରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ବି ପିଲାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଆଜି ଉଭୟଙ୍କ ମୃତଦେହ […]
ଅନୁଗୁଳ : ଅନୁଗୁଳ ସହରର ମଦନମୋହନପଡ଼ାରେ ଚୋରି କରୁଥିବାବେଳେ ଧରାପଡ଼ିଲା ଚୋର। ଚୋରକୁ ଧରିବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିବା ସହ ପୁଲିସ୍ ଜିମା ଦେଇଛନ୍ତି ଲୋକେ। ଉଲ୍ଲେଖନୀୟ ଯେ, ଗତ କିଛିଦିନ ହେଲା ଏଠାରେ ଘର ଆଉ ଦୋକାନରୁ ଚୋରି ହେଉଥିଲା। ଏନେଇ କଲୋନି ଲୋକେ ପୁଲିସ୍କୁ ଜଣାଇଥିଲେ। ପୁଲିସ୍ର ଅବହେଳା ପରେ ସ୍ଥାନୀୟ ଲୋକେ ରାତିରେ ଜଗିବା ଆରମ୍ଭ କରିଥିଲେ। ଗତ ରାତିରେ କିଛି ଚୋର ଗୋଟିଏ ଦୋକାନରେ ପଶି ଚୋରି କରୁଥିଲେ। […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବୋଲାଣିପସି-କଣ୍ଟିଆପୋଡ଼ା ରାସ୍ତାରେ ଏଲ୍ଆଇସି ଏଜେଣ୍ଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଭୀମସେନ ମହାନ୍ତ। ଗତକାଲି ଦିନ ୩ଟା ବେଳେ ଭୀମସେନ ସାହାରାପୋଡ଼ାର ଦିଗପସିରୁ କେନ୍ଦୁଝର ଯିବାବେଳେ ୨ ଜଣ ଦୁର୍ବୃତ୍ତ ପଲସର ବାଇକ୍ରେ ଆସି ତାଙ୍କୁ ଠେଲି ଦେଇଥିଲେ। ଏହାସହ ବ୍ଲେଡ୍ ମଧ୍ୟ ମାରି ଦେଇଥିଲେ। ତେବେ ଭୀମସେନ ହେଲ୍ମେଟ୍ ମାଧ୍ୟମରେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ୨ ଦୁର୍ବୃତ୍ତ ତାଙ୍କ ପର୍ସ ଓ ଟଙ୍କା ବ୍ୟାଗ୍ ନେଇଯାଇଥିଲେ। ପର୍ସରେ ୫ ହଜାର ଓ ବ୍ୟାଗରେ ଥିବା […]
ରାଇରଙ୍ଗପୁର(ରାଜେଶ ଶର୍ମା): ପୁଅର ଠେଙ୍ଗା ମାଡ଼ରେ ମା‘ର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଧଳପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କୁନ୍ତୀ ଆଲଡା। ଅଭିଯୁକ୍ତ ନାଁ ଜେରେଇ ଅଲଡା। ତାକୁ ପୁଲିସ୍ ଗିରଫ କରିଛି। ମାଆକୁ ହତ୍ୟା କରିଥିବା ଘଟଣାକୁ ସେ ସ୍ୱୀକାର କରିଛି। ଗତ ସୋମବାର ଦିନ ଏହି ଘଟଣା ଘଟିଥିବାବେଳେ ଗତକାଲି ଜାମଦା ପୁଲିସ୍ ମୃତଦେହକୁ ଜବତ କରିଥିଲା। ହତ୍ୟାକାଣ୍ଡ ନେଇ ଥାନାରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ପୁଲିସ୍ ମୃତଦେହକୁ ଜବତ […]
କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଲ୍ ବାହିନୀ ଜାହିର କରିଛି ନିଜ ସ୍ଥିତି। ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ନିକଟ ବୁଡ଼ାଗୁଡ଼ାରେ ଲାଗିଛି ମାଓବାଦୀଙ୍କ ଏକାଧିକ ପୋଷ୍ଟର୍। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛ। ପୁଲଓ୍ୱାମା ଆକ୍ରମଣ ପାଇଁ ମୋଦି ସରକାରଙ୍କୁ ଦାୟୀ କରି ଏହା ଫାଶିବାଦ ନୀତିର ପରିଣାମ ବୋଲି ପୋଷ୍ଟରରେ ଲେଖା ଯାଇଛି। ସେପଟେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ୨୧ ତାରିଖକୁ ବନ୍ଦ ଘୋଷଣା କରାଯାଇଛି। […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୨୦୧୩ ମସିହାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ଜଣେ ଅଟୋ ଚାଳକଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡ ହୋଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଅତିରିକ୍ତ ଜିଲ୍ଲା ଜଜ୍ ଶିଖାରାଣୀ ରଥ ୪ ଜଣଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏ ଜରିମାନା ଆଦେଶ ଦେଇଛନ୍ତି। ୨୦୧୩ ମସିହାରେ ପୁରୁଷୋତ୍ତମପୁରର ଜଣେ ବିଧବା ମହିଳାଙ୍କୁ ତାରାତାରିଣୀ ମନ୍ଦିର ନେବା ବାହାନାରେ ଅଟୋ ଚାଳକ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମହାକାଳପଡ଼ା ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଥମେ ଗଗୁଆ ଓ ବାବରରେ ହେଉଥିବା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସୁନିତି ପଞ୍ଚାୟତର ମିଲନ ମୋର୍ ଠାରେ ଅର୍ଧ ନିର୍ମିତ ପୋଲ ବୁଲି ଦେଖିଥିଲେ। କଳତୁଙ୍ଗା ଠାରେ ଅଗ୍ନି ବିପନ୍ନଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ ହଜାର ହଜାର ସମର୍ଥକ ଯୋଗଦେଇଥିଲେ।
ଭୁବନେଶ୍ୱର: ବିଦ୍ୟୁତ୍ ଟ୍ରାନ୍ସଫରମର୍ ଫାଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ସାଇବର ସିଟି ନିକଟରେ ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ଆହତ ହେଲେ ଶୁଭାଶିଷ ସାହୁ ଏବଂ ଅଜୟ ନାୟକ। ଗତକାଲି ସାଇବର ସିଟି ନିକଟରେ ଏକ ଟ୍ରାନ୍ସଫରମର୍ ଚାର୍ଜ ଦିଆଯାଇଥିଲା। ଏହି ସମୟରେ ଶୁଭାଶିଷ ଓ ଅଜୟ ବାଇକ୍ରେ ସେହି ବାଟ ଦେଇ ଯାଉଥିଲେ। ତେବେ ହଠାତ୍ ଟ୍ରାନ୍ସଫରମର୍ଟି ଫାଟି ଯାଇଥିଲା। ଘଟଣାସ୍ଥଳରେ ପିସିଆର ଭ୍ୟାନ୍ପ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ବିସ୍ଫୋରଣର ମାତ୍ରା ଏତେ […]
କଟକ : ସହିଦ୍ଙ୍କ ପରିବାର ସଦସ୍ୟଙ୍କୁ ଅଶାଳୀନ ବ୍ୟବହାରର ପ୍ରତିବାଦ। ପୁଲୱାମାରେ ସହିଦ୍ ହୋଇଥିବା ମନୋଜ ବେହେରାଙ୍କ ପରିବାର ସଦସ୍ୟଙ୍କୁ କଟକ ବାରବାଟୀ ବିଧାୟକ ଅଶାଳୀନ ବ୍ୟବହାର କରିବା ଘଟଣା ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ବିଧାୟକଙ୍କ ଏଭଳି ବ୍ୟବହାରର ପ୍ରତିବାଦ କରିଛି ବିଜେପି। ଯବାନଙ୍କ ଶେଷକୃତ୍ୟ ଦିନ ସହିଦ୍ଙ୍କ ଦାଦା କଫିନ୍ ନିକଟରେ ଯାଉଥିବା ବେଳେ ବିଧାୟକ ବିରକ୍ତ ହେବା ସହ ତାଙ୍କୁ ଧକ୍କା ମାରିଥିଲେ। ବିଧାୟକଙ୍କ ଧକ୍କା ମାଡ଼ରେ ସହିଦ୍ଙ୍କ ଦାଦା କଫିନ୍ ପାଖରେ […]
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫୋନି’ ଦ୍ୱାରା ଭୁବନେଶ୍ୱରରେ ୧ଲକ୍ଷ ୫ ହଜାର ପରିବାରର ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୦ ହଜାର ଲୋକଙ୍କୁ ୨୫୦୦ ଟଙ୍କା ଓ ୫୦ କିଲୋ ଲେଖାଏ ଚାଉଳ ଯୋଗାଇ ଦିଆଯାଇଛି। ବାକି ଲୋକଙ୍କୁ ୨ ଦିନ ମଧ୍ୟରେ ସହାୟତା ଯୋଗାଇ ଦିଆଯିବ ବୋଲି ବିଏମ୍ସି ଅତିରିକ୍ତ କମିଶନର ସୁରେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏହାସହ ସହରରେ ପଡ଼ି ରହିଥିବା ଆବର୍ଜନା ସଫା କରିବା ଲାଗି ୫୧୬ଟି […]
ଭୁବନେଶ୍ୱର: ଓଡ଼ିଶାରେ ବାତ୍ୟା ପ୍ରଭାବିତଙ୍କ ପାଖରେ ରିଲିଫ୍ ପହଞ୍ଚିନଥିବାରୁ ରାଜ୍ୟ ସରକାରଙ୍କୁ ଜାତୀୟ ମାନବାଧିକାର କମିଶନ ନୋଟିସ୍ କରିଛନ୍ତି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ‘ଫୋନି’ ପ୍ରଭାବିତଙ୍କ ପାଖରେ ଠିକ୍ରେ ରିଲିଫ୍ ପହଞ୍ଚୁନଥିବା ଏବଂ ଏଥିପାଇଁ ଲୋକମାନେ ରାସ୍ତାକୁ ଆସି ବିକ୍ଷୋଭ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ କମିଶନ ନିଜ ଆଡ଼ୁ ଏହି ନୋଟିସ୍ ଜାରି କରିଛନ୍ତି। ବାତ୍ୟାର ୪ ଦିନ ପରେ ବି ହଜାର ହଜାର ବିପନ୍ନଙ୍କ ପାଖରେ ରିଲିଫ ଖାଦ୍ୟ […]
ଯାଜପୁର : ଯାଜପୁର ଜିଲ୍ଲା ଡଙ୍କାରୀ ପାହାଡ଼ ପରିଦର୍ଶନ କରିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ବେଆଇନ ଭାବେ ଏହି ପାହାଡ଼ରୁ ଖଣିଜ ଦ୍ରବ୍ୟ ଲୁଟ୍ ନେଇ ଅଭିଯୋଗ ଆସୁଥିଲା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଜାଣତରେ ଏହି ଲୁଟ୍ ଚାଲିଛି ବୋଲି ପାହାଡ଼ ପରିଦର୍ଶନ ପରେ କହିଛନ୍ତି ଦାମୋଦର। ଏହା ଏକ ବଡ଼ ଦୁର୍ନୀତି ହୋଇଥିବାରୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଛନ୍ତି। ଏହାପରେ ସେ ଡଙ୍କାରୀ ଗାଁକୁ […]
ସମ୍ବଲପୁର : ଦୀର୍ଘ ୫ ମାସର ଅଚଳାବସ୍ଥା ପରେ ଆଜିଠାରୁ ଖୋଲିବ ସମ୍ବଲପୁରର ସମସ୍ତ ସରକାରୀ ଅଫିସ୍। ଓକିଲ ସଂଘ ବୈଠକରେ କେବଳ କୋର୍ଟ କଚେରୀ ବନ୍ଦ ରଖି ଅନ୍ୟ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗତ ସେପଟେମ୍ବର ୫ରୁ ଆନ୍ଦୋଳନ ଆରମ୍ଭ ହେବା ସହ ପର୍ଯ୍ୟାୟକ୍ରମେ ଓକିଲ ମାନେ ସରକାରୀ ଅଫିସ୍ ଗୁଡିକୁ ବନ୍ଦ ରଖିଥିଲେ। ଫଳରେ ୫ ମାସ ଧରି ସମସ୍ତ ସରକାରୀ କାର୍ଯ୍ୟ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ପୁଲିସ୍ ଏନ୍କାଉଣ୍ଟର। ହାଲପୁର ଛକରେ ସ୍ପେଶାଲ ସ୍କ୍ୱାର୍ଡ ଏନ୍କାଉଣ୍ଟରରେ ଅପରାଧୀ ଗଣେଶ ମଲ୍ଲିକ ଗୁରୁତର ଆହତ ହୋଇଛି। ଗଣେଶର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧାରେ ହତ୍ୟା, ଲୁଟ୍ ଭଳି ଏକାଧିକ ମାମଲା ରହିଛି। ସେ ୫ ବର୍ଷ ହେଲା ଫେରାର ଥିଲା। ଗତ ରାତିରେ ଗଣେଶ ନିଜ ଗାଁ ହାଲ୍ପୁରକୁ ସରସ୍ୱତୀ ମେଳଣରେ ଯୋଗ ଦେବାକୁ ଆସିଥିଲା। ଏନେଇ ପୁଲିସ୍କୁ […]
ପୁରୀ: ବାତ୍ୟା ‘ଫୋନି’ ଅନେକ ଦୁଃଖ ଦେଇ ଯାଇଛି। ‘ଫୋନି’ ପ୍ରଭାବରେ ଅନେକଙ୍କ ଘର ଭାଙ୍ଗିଯାଇଥିବା ବେଳେ ନା ମିଳୁଛି ପିଇବା ପାଇଁ ପାଣି, ନା ମିଳୁଛି ଖାଇବା ପାଇଁ ଓଳିଏ ଖାଦ୍ୟ। ଅସହାୟଙ୍କ ମୁହଁରେ ମୁଠାଏ ଖାଦ୍ୟ ଦେବା ପାଇଁ ପୁରୀରେ ଓଡ଼ିଶା ପୁଲିସ୍ ଫ୍ରି କିଚେନ୍ ଆରମ୍ଭ କରିଛି। ତେବେ ଏହି ଫ୍ରି କିଚେନ୍ ବ୍ୟବସ୍ଥା ବହୁ ଲୋକଙ୍କ ପେଟରେ ମୁଠାଏ ଆହାର ଦେଇଛି। ବାତ୍ୟା ପରଠାରୁ ଜଳଖିଆ ଖାଇ ରହିଥିବା ଲୋକେ ଭାତ […]
କଟକ : କଟକ ଜିଲ୍ଲା ଟାଙ୍ଗୀ ରଜକଣା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତର ଅଛି। ସୂଚନା ମୁତାବକ, ଯାଜପୁରରୁ କଟକ ଯାଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡର ଡେଇଁ ଆରପାଖରେ ଯାଉଥିବା ଏକ ବସ୍କୁ ଧକ୍କା ଦେଇଥିଲା। ଫଳରେ କାର୍ରେ ଥିବା ଜଣେ ମହିଳା ଏବଂ ପୁରୁଷଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେପଟେ ବସ୍ ଯାତ୍ରୀଙ୍କ ମଧ୍ୟରୁ ୪ଜଣ […]
ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନିକ ସ୍ତରରେ ବଡ଼ ନିଷ୍ପତ୍ତି ହୋଇଛି। ପରୀକ୍ଷା ଦିନ ସକାଳ ୬ଟାରୁ ସାଢ଼େ ୮ଟା ମଧ୍ୟରେ କେନ୍ଦ୍ର ଗୁଡ଼ିକରେ ପ୍ରଶ୍ନପତ୍ର ପହଞ୍ଚିବ। ପୁଲିସ ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ତ୍ରିସ୍ତରୀୟ ‘କଭର’ରେ କେନ୍ଦ୍ରକୁ ଆସିବ। ପରୀକ୍ଷା ସୁପରିଚାଳନା ପାଇଁ ୧୭ଟି ପଏଣ୍ଟକୁ ନେଇ ‘ଷ୍ଟାଣ୍ଡାର୍ଡ ପ୍ରୋଟୋକଲ୍’ ପ୍ରସ୍ତୁତ ହୋଇଛି। ସେହି ନିୟମକୁ ପାଳନ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶ୍ନପତ୍ର ଲିକ୍ ଓ ଗୁଜବ […]