ଚାନ୍ଦବାଲି( ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଲାଡିଆ ଗାଁର ଦିଗମ୍ବର ପଡିହାରୀ। ପରିବାର ପୋଷଣ ଓ ସ୍ୱାବଲମ୍ବୀ ହେବା ଆଶାରେ ୫ଟି ଗାଈ ପାଳିଥିଲେ। କୃଷି ଓ ପଶୁ ସଂପଦ କାର୍ଯ୍ୟାଳୟର ଅଧିକାରୀଙ୍କ ପରାମର୍ଶରେ ଗାଈ ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀରେ ଇନସ୍ୟୁରାନ୍ସ କରିଥିଲେ। ଠିକ୍ ସମୟରେ ପ୍ରିମିୟମ୍ ଦେଇଥିଲେ। ଗାଈ ମରିବାର ୨ ବର୍ଷ ବିତିଗଲାଣି, ହେଲେ ଦିଗମ୍ବର ଏଯାଏ ବୀମା ଟଙ୍କା ପାଇଲେ ନାହିଁ। ସେହିଭଳି ମତୋ, ବାଂଶଡ଼ା ଅଞ୍ଚଳର […]
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ସାଧାରଣ ର୍ନିବାଚନରେ ଭୋଟ ବର୍ଜନ କରିବାକୁ ଧମକ ଦେଇ ତେଲୁଗୁ ଭାଷାରେ ୩ ପୃଷ୍ଠା ବିଶିଷ୍ଟ ଚିଠି ଜାରି କରିଛନ୍ତି ମାଓ ସଂଗଠନ। ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓ ନେତା ଗଣେଷ ଏହି ଚିଠି ଜାରି କରିଛନ୍ତି। ଏଥିରେ ଗୁରୁପ୍ରିୟା ଉଦ୍ଘାଟନ ସମୟରେ ଓଡ଼ିଶା ସରକାର ସ୍ୱାଭିମାନ ଅଞ୍ଚଳ ପାଇଁ ଯେଉଁ ଶହେ କୋଟିର ପ୍ୟାକେଜ ଘୋଷଣା କରିଥିଲେ ତାହା ଅଞ୍ଚଳର ବିକାଶ ପରିବର୍ତ୍ତେ ପୁଲିସ ବାହିନୀର ଉନ୍ନତି ପାଇଁ […]
କଟକ ( ଦେବାଶିଷ ମହାନ୍ତି) : ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କଲେ ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ଏ ଘଟଣାରେ ଉଭୟ ଅଭିଯୁକ୍ତ ଓ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠିକଣା ଓ ବାପାଙ୍କ ନାଁ ସମାନ ଥିବାରୁ ତଦନ୍ତକାରୀ ଅଧିକାରୀ ତ୍ରୁଟି କରିଥିଲେ। ତେବେ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି […]
କଳାହାଣ୍ଡି( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକେଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକେଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ […]
ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି ସନ୍ଧ୍ୟା ୫ଟାରୁ ସାଢେ ୫ଟା ଭିତରେ ଘରକୁ ଆସୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଥିବା ଦେଖି ପରିବାର ଲୋକ ତୁରନ୍ତ ମେଡିକାଲକୁ ନେଇଥିଲେ। […]
ଭୁବନେଶ୍ୱର : କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ ଅଙ୍କ […]
କୋରାପୁଟ : କୋରାପୁଟରେ କଂଗ୍ରେସ୍ ପ୍ରାର୍ଥୀଙ୍କ କାର୍ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍ ଭିତରୁ ପୁଲିସ୍ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।
ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ହୋଲି ଖେଳରୁ ମହାଭାରତ। ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏକାଧିକ ଆହତ ହୋଇଥିବା କୁହାଯାଉଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିବା ମଧ୍ୟ କୁହାଯାଉଛି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍ ବ୍ଲାଙ୍କ୍ ଫାୟାରିଂ କରିଥିବା ସୂଚନା ମିଳିଛି। ବ୍ଲାଙ୍କ୍ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ରହିଛି। ତେବେ କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। ପରିସ୍ଥିତିକୁ […]
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା ପରେ […]
ଟିଟିଲାଗଡ଼( ମାନସ ମହାନ୍ତି) : ହୋଲି ଖେଳା ସାରି ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି। ବେଲଗାଁ ତେଲ ନଦୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ ଆଶୁତୋଷ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣାପରେ ସ୍ଥାନୀୟ […]
ଭୁବନେଶ୍ୱର : ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ଏକ ପିସିଆର ଭ୍ୟାନ୍ ଭାଙ୍ଗିବା ସହ ଅନ୍ୟ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏକ ହୋଟେଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଏବେବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।
ଭୁବନେଶ୍ୱର : ସହିଦ୍ ଦିବସରେ ରକ୍ତଦାନ ଶିବିର। ଆୟୋଜକ ଯୁବ ଭାରତ, ଖୋର୍ଦ୍ଧା ତରଫରୁ ଆସନ୍ତା ୨୩ ତାରିଖ ଶନିବାର ଦିନ ପଟିଆ ମେଗା ଷ୍ଟୋର, କିଟ୍ ଛକ ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଭାରତ ସ୍ୱାଭିମାନ ନ୍ୟାସ, ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, କିଷାନ ସେବା ସମିତିର ମିଳିତ ସହଯୋଗରେ ଏହି ରକ୍ତଦାନ କାର୍ଯ୍ୟକ୍ରମଟି ପରିଚାଳିତ ହେବ। ସମୟ ସକାଳ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଉକ୍ତ ଶିବିରଟି ଚାଲିବ। […]
ସୋନପୁର( ରବିନ୍ଦ୍ର ହୋତା) : ଜଙ୍ଗଲରୁ ପୋଷ୍ଟମ୍ୟାନଙ୍କ ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କଳାପଥର ଗାଁରେ ଘଟିଛି ଏହି ଘଟଣା। ମୃତ ପୋଷ୍ଟମ୍ୟାନ ହେଉଛନ୍ତି କଳାପଥର ଗାଁର ଶତୃଘ୍ନ ଷଣ୍ଢ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଜି ଭୋରରୁ ଶତୃଘ୍ନ କୌଣସି କାମରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରା ଭୁସି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଏ, କାହିଁକି ଶତୃଘ୍ନଙ୍କୁ ହତ୍ୟାକଲା ତାହା […]
ଭୁବନେଶ୍ୱର : ହାତ ଧରିଲେ ବରିଷ୍ଠ ନେତା ନବୀନ ନନ୍ଦ। ରାଜ୍ୟ କଂଗ୍ରେସ ଭବନରେ ଚାଲିଥିବା ମହା ମିଶ୍ରଣ କାର୍ଯ୍ୟକ୍ରମରେ ନବୀନ ନନ୍ଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ଗଁଦିଆଁର ପୂର୍ବତନ ବିଧାୟକ ନବୀନ ନନ୍ଦ କେଉଁ ଦଳକୁ […]
ଭୁବନେଶ୍ୱର : ଗୁଇନ୍ଦା ଚିଠି ପ୍ରସଙ୍ଗରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ପୁଲିସ ନୋଟିସ୍ ଜାରି କରିଛି। ଆସନ୍ତାକାଲି ସକାଳ ୧୦ଟାରେ ଖାରବେଳ ନଗର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ଗତ ୧୮ ତାରିଖରେ ବିଜେପି ପ୍ରେସ୍ମିଟ୍ ବେଳେ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲା ତାହାର ଅସଲି କପି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନୋଟିସ୍ରେ କୁହାଯାଇଛି। ପୁଲିସ୍ର ଏଭଳି ନୋଟିସ୍ ପରେ ବିଜେପି ରାଜ୍ୟ ଉପସଭାପତି ସମୀର […]
ଜଳେଶ୍ୱର ( ଅଜିତ୍ ଦାସ୍) : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର NH-60 ଏକତାଳି ଛକ ଠାରେ ସଡ଼କ ଦୁର୍ଘଟଣା। ଏଥିରେ ଜଣେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଗୋଟିଏ ମିନିଟ୍ରକ୍ ପଛ ପଟୁ ଅନ୍ୟ ଟ୍ରକ୍କୁ ଧକ୍କା ଦେବାରୁ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତ ଡ୍ରାଇଭରଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହଁ। ଘଟଣାସ୍ଥଳରେ ଜଳେଶ୍ୱର ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଛି।
କଟକ (ବିବର୍ତ୍ତନ ପଣ୍ଡା) : ମାଟ୍ରିକ୍ ପରୀକ୍ଷା ବେଳେ ବିଭ୍ରାଟ ଅଭିଯୋଗ ଆସିଥିବା ବିଷୟର ସାନି ପରୀକ୍ଷା ହେବ କି ନାହିଁ ସେ ନେଇ ଆଜି ପୁଣି ଥରେ ବସିପାରେ ବୋର୍ଡର ସ୍ୱତନ୍ତ୍ର କମିଟିର ବୈଠକ। କପି, ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ପାଇଁ ଏଥର ୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ୍ ସହ ମାଲକାନଗିରି ପଡ଼ିଆ ହାଇସ୍କୁଲରୁ ଗଣିତ ଓଏମ୍ଆର ସିଟ୍ ଚୋରି ପ୍ରସଙ୍ଗରେ ଗତ ୧୨ ତାରିଖରେ ବୋର୍ଡ ପରୀକ୍ଷା କମିଟିର ବୈଠକ ବସିଥିଲା। ତେବେ […]
ଭୁବନେଶ୍ୱର : ପୁଣି ବଢିବ ତାତି। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ତାପାମାତ୍ରା ପୁଣି ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ସୂଚନା ଅନୁସାରେ, ରାଜ୍ୟରେ ଆଉ ୨ ଦିନ ପର୍ଯ୍ୟନ୍ତ ପାଗ କୋହଲା ରହିବ। ୨୦ ଓ ୨୧ ତାରିଖରେ ଓଡିଶା ଉପରେ କାଳବୈଶାଖୀ ପ୍ରଭାବ ରହିବାକୁ ଥିବାରୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଭଳି କିଛି ଜିଲ୍ଲାରେ ଝଡବର୍ଷା ହୋଇପାରେ। ତେବେ ୨୨ ତାରିଖ ପରେ ରାଜ୍ୟର ତାତି ବଢ଼ିବା […]
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପୁଣି ସୁନା ଜବତ। ଅମରଜିତ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୬୧୦ ଗ୍ରାମ ସୁନା ଜବତ କରିଛି CISF। ମିଳିଥିବା ସୂଚନା ଅନୁସାରେ, ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ଅମରଜିତ ପଗଡ଼ି ଭିତରେ ବ୍ଲାକ୍ ଟେପ୍ରେ ଏହି ସୁନା ବିସ୍କୁଟ୍ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରାପଡ଼ିଥିଲେ। ସେ ବ୍ୟାଙ୍କକରୁ ଭୁବନେଶ୍ୱର ଦେଇ ନୂଆଦିଲ୍ଲୀ ଯିବାକୁ ଉଦ୍ୟମ କରୁଥିବା […]
ଭଞ୍ଜନଗର ( ପ୍ରଦୀପ୍ ସ୍ୱାଇଁ) : ଗଂଜାମ ଜିଲ୍ଲା ସୋରଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସେମାନେ ସଫଳ ହୋଇଛନ୍ତି। ଗାଜଲବାଡ଼ି ଅଞ୍ଚଳରେ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ଡକାୟତମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେମାନଙ୍କୁ ଗୋଡ଼ାଇ ୫ ଜଣ ଡକାୟତଙ୍କୁ କାବୁ କରିବାରେ ପୁଲିସ ସଫଳ ହୋଇଛି। ଯାତ୍ରୀଙ୍କ ଠାରୁ ଲୁଟପାଟ୍ କରିବାକୁ ଡକାୟତମାନେ ଦାରିଂବାଡ଼ି ଘାଟିରେ ଛକି ବସିଥିଲେ। […]
ରାୟଗଡ଼ା ( ମନୋଜ ପାତ୍ର) : ନିର୍ବାଚନ ଖର୍ଚ୍ଚର ତଦାରଖ କରିବାକୁ ରାୟଗଡ଼ାରେ ପହଞ୍ଚିଲେ ଅବଜରଭର। ସେ ରାୟଗଡ଼ା ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚର ତଦାରଖ କରିବେ। ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ନେଇ ହୋଇଥିବା ବୈଠକରେ ଖର୍ଚ୍ଚ ସୀମା ଉପରେ ଆଲୋଚନା କରାଯାଇଥିଲା। ପ୍ରତି ଦିନ ପ୍ରାର୍ଥୀମାନେ କେତେ ଟଙ୍କା ଖର୍ଚ୍ଚ କରିବେ, ସେ ସଂପର୍କରେ ଅବଜରଭରଙ୍କୁ ଅବଗତ କରିବାକୁ କୁହାଯାଇଥିଲା। ଏକ ସ୍ୱଚ୍ଛ ନିର୍ବାଚନ […]
ବାଲୁଗୁଡ଼ା ( ଅଜିତ୍ ନାୟକ) : ଲଭ୍ ସେକ୍ସ ଧୋକା, ତାପରେ ଜଘନ୍ୟ ହତ୍ୟା। ଏପରି ଏକ ଲୋମହର୍ଷକ ଘଟଣାର ପର୍ଦ୍ଦାଫାସ କରିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୁଲିସ୍। ଗତ ୧୬ ତାରିଖରେ ମଣ୍ଡାକିଆ ପଞ୍ଚାୟତ କତେଡିକିଆ ଗାଁର ପାଣିଟାଙ୍କିରେ ଜଣେ ନାବାଳିକାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ପୁଲିସ ସୁମନ୍ତ ଦିଗାଳ ନାମକ ଜଣେ ଯୁବକକୁ ଗିରଫ କରିଛି। ପୁଲିସ କହିଛି, ସେହି ନାବାଳିକା ଓ ସୁମନ୍ତ ମଧ୍ୟରେ ପ୍ରେମ ସଂପର୍କ ଥିଲା। […]
ଭୁବନେଶ୍ୱର : ଲୋକାୟୁକ୍ତ ସଦସ୍ୟ ଚୟନ ନେଇ ବୈଠକ ଶେଷ। ରାଜ୍ୟ ଅତିଥି ଭବନରେ ବସିଥିବା ଏହି ବୈଠକରେ ଲୋକାୟୁକ୍ତ ସଦସ୍ୟଙ୍କ ନିଯୁକ୍ତି ନେଇ ଦୁଇ ଜଣଙ୍କ ନାଁ ସୁପାରିସ କରାଯାଇଛି। ଜଣେ ସଦସ୍ୟ ନ୍ୟାୟପାଳିକା କ୍ଷେତ୍ରରୁ ହୋଇଥିବାବେଳେ ଅନ୍ୟ ଜଣେ ସଦସ୍ୟ ଅଣନ୍ୟାୟପାଳିକା କ୍ଷେତ୍ରରୁ ରହିଛନ୍ତି। ଏହି ଦୁଇ ସଦସ୍ୟଙ୍କ ନାଁ ଅନୁମୋଦନ ନେଇ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ସଦସ୍ୟ ଚୟନ ନେଇ ବୈଠକ ଶେଷ ହେବା ପରେ ଏହି ସୂଚନା ଦେଇଛନ୍ତି ଚୟନ […]
ଭୁବନେଶ୍ୱର : ରାଜଧାନୀରେ ପୁଣିଥରେ ଘରେ ପଶି ଲୁଟିଲେ ଲୁଟେରା। ଦୁର୍ବୃତ୍ତ ମାନେ ତାଲାଭାଙ୍ଗି ଘରେ ପଶି ୪ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ଆସବାବପତ୍ର ଲୁଟ୍ କରିଥିବାର ଅଭିଯୋଗ ହୋଇଛି। ସୋମବାର ଦିନ ସହିଦନଗର ଥାନା ଅନ୍ତର୍ଗତ ବାସୁଆଘାଇ ନିକଟରେ ଏକ ଘରେ ଲୁଟ୍ ଚାଲିଥିବାବେଳେ ଅଚାନକ ପରିବାର ଲୋକେ ଘରପାଖରେ ପହଁଞ୍ଚି ଯାଇଥିଲେ। ଫଳରେ ଲୁଟେରାଙ୍କ ସହ ସେମାନଙ୍କ ମୁହାମୁହିଁ ପରିସ୍ଥିତି ହୋଇଥିଲା। ମହିଳା ଓ ଦୁଇ ପୁଅ ଖସିବାକୁ ଉଦ୍ୟମ କରୁଥିବା ଜଣେ […]
ପୁରୀ (ମଧୁସୂଦନ ମିଶ୍ର) : ପୁଣି ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। ଗତବର୍ଷ ମାର୍ଚ୍ଚ ମାସରେ ଭଣ୍ଡାର ମେକାପ ନାରାୟଣ ମେକାପ ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ସ୍ପଷ୍ଟ କରିଥିଲେ। ଏହାସହ ବର୍ଷା ସମୟରେ ପାଣି ଗଳୁଥିବା ନେଇ ମଧ୍ୟ କହିଥିଲେ। ଏହାରି ଭିତରେ ଯାଂଚକୁ ପ୍ରାୟ ବର୍ଷେ ବିତି ସାରିଛି। ହେଲେ ନା ଖୋଲିଛି ରତ୍ନ ଭଣ୍ଡାର, ନା ହୋଇଛି ମରାମତି। ଏପରିକି ରତ୍ନଭଣ୍ଡାରରେ କେତେ ପରିମାଣର ଦୁର୍ଲ୍ଲଭ ହୀରା, ନୀଳା, ମୋତି, ମାଣିକ୍ୟ, […]