• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

tiger skin
ବାଘ ଚମଡ଼ା ଜବତ କଲା ପୁଲିସ

କଳାହାଣ୍ଡି(ରାଜକୁମାର ସିଂହଦେଓ) : କଳାହାଣ୍ଡି  ଜିଲ୍ଲାରେ ପୁଣି ଜବତ ହେଲା ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି। ପାଟ୍ରୋଲିଂ ବେଳେ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିବାବେଳେ, ଏକ ବସ୍ତା ଓ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ ୨ ଦୁର୍ବୃତ୍ତ। ବସ୍ତାକୁ ଖୋଲି ଦେଖିବା ପରେ ସେଥିରେ ବାଘଛାଲ ଥିବା ଜଣାପଡିଥିଲା। ପୁଲିସ୍‌ ବାଇକ୍‌ […]

  • Friday, 16 July 2021
bee attack
ମହୁମାଛି ଆକ୍ରମଣରେ ଜଣେ ମୃତ

କେନ୍ଦୁଝର( ପ୍ରଣୟ ପାଣି) : ମହୁମାଛି ହେଲା କାଳ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେତାଙ୍କ ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ନରହରି ନାଏକ ତେନ୍ତୁଳି ତୋଳିବାକୁ ଗଛକୁ ଚଢ଼ିଥିଲେ। ତେବେ ଏହି ସମୟରେ ସେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ମୃତଦେହ […]

  • Friday, 16 July 2021
murder
କେନ୍ଦୁଝର ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ଘଟଣାରେ ୩ଗିରଫ

ଆନନ୍ଦପୁର(ମୁନା ସିଂହ) : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏ ମାତ୍ର ୩ଜଣଙ୍କୁ ଗିରଫ କରିଛି।  ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୁଲିସ। ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି। ମୃତକ ରାମଚନ୍ଦ୍ର ବେହେରାଙ୍କ ଘରେ ଏବଂ ଧକୋଠା ବଜାରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେପଟେ ବ୍ରାହ୍ମଣୀଦେବୀ ନିକଟ ପୋଖରୀରୁ […]

  • Friday, 16 July 2021
naveen
ନିର୍ବାଚନ ବେଳେ ନବୀନଙ୍କୁ କୋଲବ୍ଲକ୍ ଆବଣ୍ଟନ ଦୁର୍ନୀତି ଅଡୁଆ

ଭୁବନେଶ୍ୱର : ଦୁଇ ବର୍ଷ ତଳେ ନବୀନଙ୍କୁ ଜେରା କରିଥିଲା କି ସିବିଆଇ ? କୋଲବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ନେଇ ପୂର୍ବତନ କେନ୍ଦ୍ର ଖଣିମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୭ ନଭେମ୍ବର ୨୫ରେ ସିବିଆଇ ଜେରା କରିଥିବା ସୁପ୍ରିମ୍‌କୋର୍ଟରେ ଦାଏର୍ ପିଟିସନ୍‌ରେ ଦର୍ଶାଇଛନ୍ତି ଆବେଦନକାରୀ। ବୈଭବ ବର୍ମା ନାମକ ଏହି ଆବେଦନକାରୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିବା ସହ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ୧୯୯୮ମସିହାରେ ନାଗପୁରର ସେଣ୍ଟ୍ରାଲ କୋଲିଏରିଜ୍ […]

  • Friday, 16 July 2021
child
ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ ପ୍ରବେଶକୁ ନେଇ ଅସନ୍ତୋଷ

ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ। ଜଣେ ବାବାଜୀ ମନ୍ଦିରର ପଶ୍ଚିମଦ୍ୱାର ଦେଇ ଶିଶୁକୁ ନେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସକାଳ ୧୦ଟାରେ ବାବାଜୀ ପ୍ରଶାନ୍ତ ହଜାରୀ ବିଦେଶୀ ଶିଶୁକୁ ମନ୍ଦିରକୁ ନେଇଥିଲେ। ପରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇଥିଲେ। ଏନେଇ ପଚରାଯିବାରୁ ବାବାଜୀ ଜଣଙ୍କ ଶିଶୁଟିକୁ ନିଜ ପୁଅ ବୋଲି କହିବା ସହ ହିନ୍ଦୀରେ କଥା ହୋଇଥିଲେ। ପରେ ସ୍ଥାନୀୟଲୋକେ ଘେରିବାରୁ ଜଣେ […]

  • Friday, 16 July 2021
arrest
କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୭ ଗିରଫ

ଭୁବନେଶ୍ୱର : ମହଙ୍ଗା ପଡିଲା ଭଙ୍ଗାରୁଜା। କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୭ଜଣ ଯୁବକ ଗିରଫ ହୋଇଛନ୍ତି। ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏହି ଗିରଫ ଯୁବକଙ୍କ ବିରୁଦ୍ଧରେ କଂଗ୍ରେସ ଭବନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା, ଧମକ ଦେବା ଭଳି ମାମଲା ରହିଛି। ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରାଯାଇଛି। ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଗକୁ ଆଉ କିଛି ଏହି […]

  • Friday, 16 July 2021
people
ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ ଚେତାବନୀ

ସାଲେପୁର ( ମନୋଜ ଆଚାର୍ଯ୍ୟ) : ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା। ମୌଳିକ ସୁବିଧା ମିଳୁନଥିବାରୁ ନିର୍ବାଚନରେ ଏହାର ଜବାବ ଦେବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଶୁଖୁଆ ସାହି ବାସିନ୍ଦା। ରାସନ କାର୍ଡରେ କେବଳ ଚାଉଳ, କିରୋସିନକୁ ବାଦ୍ ଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନି। ବହୁବାର ଗୁହାରୀ […]

  • Friday, 16 July 2021
girl
ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର୍‌ !

ମୋହନା (ମିହିରି ଯତି) : ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଯୁବତୀଙ୍କୁ ପ୍ରତାରଣ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହେବା ଜାଣି ଯୁବକ ଜଣକ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଅଡବା ଥାନା ମିଞ୍ଜପଙ୍କା ଗାଁର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା […]

  • Friday, 16 July 2021
snake
ଘର ଭିତରୁ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଗଂଜାମ : ଘର ଭିତରେ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଂଜାମ ବୁଗୁଡ଼ା ବ୍ଲକ୍‌ ଭଗବାନପୁର ଗାଁର ପ୍ରଫୁଲ ସାହୁଙ୍କ ଘରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ। ସାପଟି ପ୍ରଫୁଲଙ୍କ ଘର ଆଟୁରେ ଚଢୁଥିବା ଦେଖି ଘର ଲୋକେ ସ୍ନେକ୍ ହେଲ୍‌ପଲାଇନ୍‌କୁ ଖବର ଦେଇଥିଲେ। ତେବେ ସାପଟିକୁ ଧରିବାକୁ ପ୍ରାୟ ଅଧଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ଅହିରାଜକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

  • Friday, 16 July 2021
low quality
ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଝାରସୁଗୁଡା : ଏମ୍‌ସିଏଲ୍ ତରଫରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭେଜିକୁଦ-ପଦପାଲି ପର୍ଯ୍ୟନ୍ତ କରାଯାଉଥିବା କଂକ୍ରିଟ୍ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। କମ୍ପାନୀ ତରଫରୁ ଟେଣ୍ଡର କରାଯାଇ କଣ୍ଟ୍ରାକ୍ଟର ଜରିଆରେ ଭେଜିକୁଦ ଆର୍‌ଡି ରାସ୍ତାରୁ ପଦପାଲି ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗୋଟିଏ ପଟେ କାମ ଚାଲିଥିବାବେଳେ ଅନ୍ୟପଟେ ରାସ୍ତା ଫାଟି ଆଁ କଲାଣି। କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା କାମର ତଦାରଖ […]

  • Friday, 16 July 2021
school-stike
ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ସୋରୋ (ଶଶିକାନ୍ତ ବେହେରା) : ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ। ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ଗାଁ ଲୋକେ ହାଇସ୍କୁଲ ସହ ପ୍ରାଥମିକ ସ୍କୁଲ ମିଶ୍ରଣକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଫଳରେ ସ୍କୁଲ ଆସି ବାହାରେ ବସି ଫେରୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ପିଲାଙ୍କ ପାଠପଢ଼ା ବି ବ୍ୟାଘାତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]

  • Friday, 16 July 2021
23
ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିଜେଡିର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍‌ କଟିଛି।

  • Friday, 16 July 2021
naveen 2
ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

ନୟାଗଡ଼  : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି ଜାତୀୟ ଦଳକୁ ବହୁ ମତ ମିଳିବ ନାହିଁ। ସେ ଦୃଷ୍ଟିରୁ ଆଗାମୀ ଦିନରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ନବୀନ କହିଛନ୍ତି। ସେପଟେ ନବୀନ ପୁଣି […]

  • Friday, 16 July 2021
baisakhi melka
୨୯ ତାରିଖରୁ କଟକରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା

କଟକ( ବିଶ୍ୱଜିତ୍‌ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ ଭିଡ଼ ସହ କର୍ପୋରେଟ୍‌ ହାଉସ୍‌ ଗୁଡ଼ିକ ମଧ୍ୟ ଷ୍ଟଲ୍ ଲଗାଇଥାନ୍ତି। ଏଥର ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କର ପ୍ରାୟ ୪୫୦ରୁ ଅଧିକ ଷ୍ଟଲ ଏବଂ […]

  • Friday, 16 July 2021
arrest 3
କୁଚିଣ୍ଡାରୁ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ। ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ […]

  • Friday, 16 July 2021
std death
ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ପାରଳାଖେମୁଣ୍ଡି ( ଆଦର୍ଶ ଦାସ) :  ଖାଦ୍ୟ ବିଷାକ୍ତ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏପରି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏସ୍.ମାରିଙ୍ଗି ଗାଁ ଆବାସିକ ସ୍କୁଲରୁ। ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ୫ ଜଣ ଗୁରୁତର ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍କୁଲରେ ଭାତ, ଡାଲି ଓ ଟମାଟୋ ଖଟା ଖାଇଥିଲେ ଛାତ୍ରୀ। ତେବେ ଅଚାନକ୍ ଆଜି ଅସୁସ୍ଥ […]

  • Friday, 16 July 2021
vlcsnap-2018-03-11-18h27m23s25-750x430
କଣ୍ଟିଲୋରୁ ଧରାପଡିଲେ ଅଶ୍ଳିଳ ଭିଡିଓ ଭାଇରାଲ କରିଥିବା ଯୁବକ

ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇଛନ୍ତି।  ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ  ଡାକ୍ତରୀମାଇନା କରାଇଛି। ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତଛାତ୍ରୀ ନୀଳମାଧବ କଲେଜର  ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ।  ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ।  ଏହି ମାମଲାରେ ୧୬୪ ଧାରାରେ […]

  • Friday, 16 July 2021
Truck-stealing
ଆଇଁଗିଣିଆ ଛକରେ ଟ୍ରକ୍‌ ଚୋରି ଉଦ୍ୟମ ବେଳେ ମାଡ଼ ଖାଇଲେ ଯୁବକ

ଭୁବନେଶ୍ୱର: ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ରବିବାର।  ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଏହା ବନ୍ଦ ଥିବାରୁ ଯୁବକ ଉପର ବାଟ ଦେଇ ଟ୍ରକ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।  ଏହି ସମୟରେ ଟ୍ରକ ମାଲିକ […]

  • Friday, 16 July 2021
cow
ମିଳୁନି ବୀମା ରାଶି ; ଚାନ୍ଦବାଲି ଅଞ୍ଚଳର ଗୋପାଳକ ହତାଶ

ଚାନ୍ଦବାଲି( ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଲାଡିଆ ଗାଁର ଦିଗମ୍ବର ପଡିହାରୀ। ପରିବାର ପୋଷଣ ଓ ସ୍ୱାବଲମ୍ବୀ ହେବା ଆଶାରେ ୫ଟି ଗାଈ ପାଳିଥିଲେ। କୃଷି ଓ ପଶୁ ସଂପଦ କାର୍ଯ୍ୟାଳୟର ଅଧିକାରୀଙ୍କ ପରାମର୍ଶରେ ଗାଈ ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀରେ ଇନସ୍ୟୁରାନ୍ସ କରିଥିଲେ। ଠିକ୍ ସମୟରେ ପ୍ରିମିୟମ୍‌ ଦେଇଥିଲେ। ଗାଈ ମରିବାର ୨ ବର୍ଷ ବିତିଗଲାଣି, ହେଲେ ଦିଗମ୍ବର ଏଯାଏ ବୀମା ଟଙ୍କା ପାଇଲେ ନାହିଁ। ସେହିଭଳି ମତୋ, ବାଂଶଡ଼ା ଅଞ୍ଚଳର […]

  • Friday, 16 July 2021
maobadi
ଭୋଟ ବର୍ଜନ କରିବାକୁ ମାଓବାଦୀଙ୍କ ଧମକ

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ସାଧାରଣ ର୍ନିବାଚନରେ ଭୋଟ ବର୍ଜନ କରିବାକୁ ଧମକ ଦେଇ ତେଲୁଗୁ ଭାଷାରେ ୩ ପୃଷ୍ଠା ବିଶିଷ୍ଟ ଚିଠି ଜାରି କରିଛନ୍ତି ମାଓ ସଂଗଠନ। ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓ ନେତା ଗଣେଷ ଏହି ଚିଠି ଜାରି କରିଛନ୍ତି। ଏଥିରେ ଗୁରୁପ୍ରିୟା ଉଦ୍‌ଘାଟନ ସମୟରେ ଓଡ଼ିଶା ସରକାର ସ୍ୱାଭିମାନ ଅଞ୍ଚଳ ପାଇଁ ଯେଉଁ ଶହେ କୋଟିର ପ୍ୟାକେଜ ଘୋଷଣା କରିଥିଲେ ତାହା ଅଞ୍ଚଳର ବିକାଶ ପରିବର୍ତ୍ତେ ପୁଲିସ ବାହିନୀର ଉନ୍ନତି ପାଇଁ […]

  • Friday, 16 July 2021
police
ପୁଲିସ ଭୁଲ୍ କରିଥିବା ସ୍ୱୀକାର କଲେ ପୁଲିସ କମିଶନର

କଟକ ( ଦେବାଶିଷ ମହାନ୍ତି) : ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କଲେ ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ୍‌ ମହାନ୍ତି କହିଛନ୍ତି ଏ ଘଟଣାରେ ଉଭୟ ଅଭିଯୁକ୍ତ ଓ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠିକଣା ଓ ବାପାଙ୍କ ନାଁ ସମାନ ଥିବାରୁ ତଦନ୍ତକାରୀ ଅଧିକାରୀ ତ୍ରୁଟି କରିଥିଲେ। ତେବେ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି […]

  • Friday, 16 July 2021
kalahandi
କଳାହାଣ୍ଡିରେ ବସନ୍ତ ପଣ୍ଡାଙ୍କ ପ୍ରାର୍ଥିତ୍ୱକୁ ଦଳୀୟ କର୍ମୀଙ୍କ ବିରୋଧ

କଳାହାଣ୍ଡି( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକେଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକେଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ।  ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ […]

  • Friday, 16 July 2021
f
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼

ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି।  ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି ସନ୍ଧ୍ୟା ୫ଟାରୁ ସାଢେ ୫ଟା ଭିତରେ ଘରକୁ ଆସୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଥିବା ଦେଖି ପରିବାର ଲୋକ ତୁରନ୍ତ ମେଡିକାଲକୁ ନେଇଥିଲେ। […]

  • Friday, 16 July 2021
gg
କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକଟ ରୋଗ

ଭୁବନେଶ୍ୱର : କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ ଅଙ୍କ […]

  • Friday, 16 July 2021
o
କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ

କୋରାପୁଟ : କୋରାପୁଟରେ କଂଗ୍ରେସ୍‌ ପ୍ରାର୍ଥୀଙ୍କ କାର୍‌ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍‌ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍‌ ଭିତରୁ ପୁଲିସ୍‌ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍‌କୁ ମଧ୍ୟ ପୁଲିସ୍‌ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।

  • Friday, 16 July 2021