ଗଂଜାମ : ଘର ଭିତରେ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଂଜାମ ବୁଗୁଡ଼ା ବ୍ଲକ୍ ଭଗବାନପୁର ଗାଁର ପ୍ରଫୁଲ ସାହୁଙ୍କ ଘରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ। ସାପଟି ପ୍ରଫୁଲଙ୍କ ଘର ଆଟୁରେ ଚଢୁଥିବା ଦେଖି ଘର ଲୋକେ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ। ତେବେ ସାପଟିକୁ ଧରିବାକୁ ପ୍ରାୟ ଅଧଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ଅହିରାଜକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।
ଝାରସୁଗୁଡା : ଏମ୍ସିଏଲ୍ ତରଫରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଭେଜିକୁଦ-ପଦପାଲି ପର୍ଯ୍ୟନ୍ତ କରାଯାଉଥିବା କଂକ୍ରିଟ୍ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। କମ୍ପାନୀ ତରଫରୁ ଟେଣ୍ଡର କରାଯାଇ କଣ୍ଟ୍ରାକ୍ଟର ଜରିଆରେ ଭେଜିକୁଦ ଆର୍ଡି ରାସ୍ତାରୁ ପଦପାଲି ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗୋଟିଏ ପଟେ କାମ ଚାଲିଥିବାବେଳେ ଅନ୍ୟପଟେ ରାସ୍ତା ଫାଟି ଆଁ କଲାଣି। କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା କାମର ତଦାରଖ […]
ସୋରୋ (ଶଶିକାନ୍ତ ବେହେରା) : ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ। ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଖରାସାହାପୁର ଗାଁ ଲୋକେ ହାଇସ୍କୁଲ ସହ ପ୍ରାଥମିକ ସ୍କୁଲ ମିଶ୍ରଣକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଫଳରେ ସ୍କୁଲ ଆସି ବାହାରେ ବସି ଫେରୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ପିଲାଙ୍କ ପାଠପଢ଼ା ବି ବ୍ୟାଘାତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]
ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିଜେଡିର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍ କଟିଛି।
ନୟାଗଡ଼ : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି ଜାତୀୟ ଦଳକୁ ବହୁ ମତ ମିଳିବ ନାହିଁ। ସେ ଦୃଷ୍ଟିରୁ ଆଗାମୀ ଦିନରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ନବୀନ କହିଛନ୍ତି। ସେପଟେ ନବୀନ ପୁଣି […]
କଟକ( ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ ଭିଡ଼ ସହ କର୍ପୋରେଟ୍ ହାଉସ୍ ଗୁଡ଼ିକ ମଧ୍ୟ ଷ୍ଟଲ୍ ଲଗାଇଥାନ୍ତି। ଏଥର ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କର ପ୍ରାୟ ୪୫୦ରୁ ଅଧିକ ଷ୍ଟଲ ଏବଂ […]
ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ। ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ […]
ପାରଳାଖେମୁଣ୍ଡି ( ଆଦର୍ଶ ଦାସ) : ଖାଦ୍ୟ ବିଷାକ୍ତ ହେବାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ। ଏପରି କିଛି ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଗାରବନ୍ଧ ଥାନା ଏସ୍.ମାରିଙ୍ଗି ଗାଁ ଆବାସିକ ସ୍କୁଲରୁ। ବିଷାକ୍ତ ଖାଦ୍ୟ ଖାଇ ସ୍କୁଲର ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ସହ ୫ ଜଣ ଗୁରୁତର ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ, ଗତକାଲି ରାତିରେ ସ୍କୁଲରେ ଭାତ, ଡାଲି ଓ ଟମାଟୋ ଖଟା ଖାଇଥିଲେ ଛାତ୍ରୀ। ତେବେ ଅଚାନକ୍ ଆଜି ଅସୁସ୍ଥ […]
ନୟାଗଡ଼: ନୟାଗଡ଼ ଜିଲ୍ଲା କଣ୍ଟିଲୋରେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପବିତ୍ର ନାଏକଙ୍କୁ ଖଣ୍ଡପଡା ପୋଲିସ ଗିରଫ କରିବା ସହ ଡାକ୍ତରୀମାଇନା କରାଇଛି। ଭିଡିଓଟି କଣ୍ଟିଲୋ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ଭିଡିଓରେ ଥିବା ସମ୍ପୃକ୍ତ ଛାତଛାତ୍ରୀ ନୀଳମାଧବ କଲେଜର ଛାତ୍ର ଜଣକ ଯୁକ୍ତ ୩ରେ ଏବଂ ଛାତ୍ରୀ ଜଣକ ଯୁକ୍ତ ଦୁଇରେ ପଢୁଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ୧୬୪ ଧାରାରେ […]
ଭୁବନେଶ୍ୱର: ଚୋରି ଉଦ୍ୟମ ବେଳେ ଚୋରକୁ ନିର୍ଦ୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରୁ ଟ୍ରକ୍ ଚୋରି ଉଦ୍ୟମ ବେଳେ ଏପରି ଘଟଣା ଦେଖିବାକୁ ମିଳିଛି ରବିବାର। ଅଭିଯୋଗ ଅନୁସାରେ ଯୁବକ ଜଣଙ୍କ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକର ଡୋର ଖୋଲିବା ପାଇଁ ଚେଷ୍ଟା କରିଥିଲେ। ଏହା ବନ୍ଦ ଥିବାରୁ ଯୁବକ ଉପର ବାଟ ଦେଇ ଟ୍ରକ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏହି ସମୟରେ ଟ୍ରକ ମାଲିକ […]
ଚାନ୍ଦବାଲି( ବାସୁଦେବ ଦାସ) : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଲାଡିଆ ଗାଁର ଦିଗମ୍ବର ପଡିହାରୀ। ପରିବାର ପୋଷଣ ଓ ସ୍ୱାବଲମ୍ବୀ ହେବା ଆଶାରେ ୫ଟି ଗାଈ ପାଳିଥିଲେ। କୃଷି ଓ ପଶୁ ସଂପଦ କାର୍ଯ୍ୟାଳୟର ଅଧିକାରୀଙ୍କ ପରାମର୍ଶରେ ଗାଈ ପାଇଁ ନ୍ୟୁ ଇଣ୍ଡିଆ ଇନସ୍ୟୁରାନ୍ସ କଂପାନୀରେ ଇନସ୍ୟୁରାନ୍ସ କରିଥିଲେ। ଠିକ୍ ସମୟରେ ପ୍ରିମିୟମ୍ ଦେଇଥିଲେ। ଗାଈ ମରିବାର ୨ ବର୍ଷ ବିତିଗଲାଣି, ହେଲେ ଦିଗମ୍ବର ଏଯାଏ ବୀମା ଟଙ୍କା ପାଇଲେ ନାହିଁ। ସେହିଭଳି ମତୋ, ବାଂଶଡ଼ା ଅଞ୍ଚଳର […]
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ) : ସାଧାରଣ ର୍ନିବାଚନରେ ଭୋଟ ବର୍ଜନ କରିବାକୁ ଧମକ ଦେଇ ତେଲୁଗୁ ଭାଷାରେ ୩ ପୃଷ୍ଠା ବିଶିଷ୍ଟ ଚିଠି ଜାରି କରିଛନ୍ତି ମାଓ ସଂଗଠନ। ଆନ୍ଧ୍ର ଓଡ଼ିଶା ଜୋନାଲ କମିଟିର ମାଓ ନେତା ଗଣେଷ ଏହି ଚିଠି ଜାରି କରିଛନ୍ତି। ଏଥିରେ ଗୁରୁପ୍ରିୟା ଉଦ୍ଘାଟନ ସମୟରେ ଓଡ଼ିଶା ସରକାର ସ୍ୱାଭିମାନ ଅଞ୍ଚଳ ପାଇଁ ଯେଉଁ ଶହେ କୋଟିର ପ୍ୟାକେଜ ଘୋଷଣା କରିଥିଲେ ତାହା ଅଞ୍ଚଳର ବିକାଶ ପରିବର୍ତ୍ତେ ପୁଲିସ ବାହିନୀର ଉନ୍ନତି ପାଇଁ […]
କଟକ ( ଦେବାଶିଷ ମହାନ୍ତି) : ଅଭିଯୁକ୍ତ ନ ହୋଇ ବି ଜଣେ ବ୍ୟକ୍ତି ଗିରଫ ହେବା ଓ ପରେ ଜେଲ ଯିବା ଘଟଣାରେ ଭୁଲ ସ୍ୱୀକାର କଲେ ପୁଲିସ କମିଶନର। ଘଟଣାର ତଦନ୍ତ ପରେ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି କହିଛନ୍ତି ଏ ଘଟଣାରେ ଉଭୟ ଅଭିଯୁକ୍ତ ଓ ଗିରଫ ହୋଇଥିବା ବ୍ୟକ୍ତିଙ୍କ ଠିକଣା ଓ ବାପାଙ୍କ ନାଁ ସମାନ ଥିବାରୁ ତଦନ୍ତକାରୀ ଅଧିକାରୀ ତ୍ରୁଟି କରିଥିଲେ। ତେବେ ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି […]
କଳାହାଣ୍ଡି( ରାଜକୁମାର ସିଂଦେଓ) : କଳାହାଣ୍ଡିରେ ବିଜେପି ସାଂସଦ ପ୍ରାର୍ଥୀ ବସନ୍ତ ପଣ୍ଡାଙ୍କୁ ବିରୋଧ। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କୁ ଟିକେଟ ନଦେଇ ବସନ୍ତ ପଣ୍ଡାଙ୍କୁ ଟିକେଟ ଦିଆଯିବାରୁ ଏହାର ପ୍ରତିବାଦ କରିଛନ୍ତି ବିଜେପି କର୍ମୀ। ଭବାନୀପାଟଣା ସ୍ଥିତ ବିଜେପି କାର୍ଯ୍ୟାଳୟ ଆଗରେ ଶତାଧିକ ଦଳୀୟ କର୍ମୀ ଏକାଠି ହୋଇ ବସନ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇନଥିବାରୁ ନିର୍ବାଚନରେ ଅସହଯୋଗ କରିବାକୁ କର୍ମୀ ଚେତାବନୀ ଦେଇଛନ୍ତି। ସେପଟେ ବରଗଡ଼ ଲୋକସଭା ପ୍ରାର୍ଥୀ […]
ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଗୁଳିମାଡ଼। ଜୟପୁରର କିଆବନ୍ଧ ସାହିରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ ଆଜି ସନ୍ଧ୍ୟା ୫ଟାରୁ ସାଢେ ୫ଟା ଭିତରେ ଘରକୁ ଆସୁଥିବା ବେଳେ ହଠାତ୍ ପଡିଯାଇଥିଲେ। ତାଙ୍କ ଦେହସାରା ରକ୍ତ ଲାଗିଥିବା ଦେଖି ପରିବାର ଲୋକ ତୁରନ୍ତ ମେଡିକାଲକୁ ନେଇଥିଲେ। […]
ଭୁବନେଶ୍ୱର : କଂଗ୍ରେସ ଓ ବିଜେଡି ଭଳି ବିଜେପିକୁ ବି ଟିକେଟ ରୋଗ। ଏକାଧିକ ଆଶାୟୀଙ୍କୁ ନେଇ ତୁଟୁନି ୪ ଲୋକସଭା ପାଇଁ ଅଙ୍କ। ଏଣେ ବୁଝାସୁଝା ପରେ ପାର୍ଟି ଅଫିସ ପରିସରରୁ ଧାରଣାରୁ ଉଠିଲେ ଅମିୟଙ୍କ ସମର୍ଥକ। ବିଜେଡି, କଂଗ୍ରେସ ପରେ ବିଜେପିରେ ବି ଟିକେଟକୁ ନେଇ ଘମାସାନ। ୧୦ଲୋକସଭା ଓ ୯୯ବିଧାନସଭା ପାଇଁ ଟିକେଟ ଘୋଷଣା ହୋଇଥିଲେ ବି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୪ଲୋକସଭା ଓ ୨୫ବିଧାନସଭା ଆସନ ପାଇଁ ଅଙ୍କ […]
କୋରାପୁଟ : କୋରାପୁଟରେ କଂଗ୍ରେସ୍ ପ୍ରାର୍ଥୀଙ୍କ କାର୍ରୁ ଲକ୍ଷାଧିକ ଟଙ୍କା ଜବତ। ପ୍ରାର୍ଥୀ କୃଷ୍ଣ କୁଳଦୀପଙ୍କ କାର୍ରୁ ୧ ଲକ୍ଷ ୯ ହଜାର ୫ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ରାସ୍ତାରେ ତନଖି ବେଳେ କାର୍ ଭିତରୁ ପୁଲିସ୍ ଏହି ଟଙ୍କା ଜବତ କରିଛି। ସମସ୍ତ ଟଙ୍କା ସହ ଏକ ହୁଣ୍ଡାଇ କ୍ରେଟା କାର୍କୁ ମଧ୍ୟ ପୁଲିସ୍ ଜବତ କରିଛି। ତେବେ କୃଷ୍ଣ କଣ ପାଇଁ ଓ କୁଆଡ଼େ ଟଙ୍କା ନେଉଥିଲେ କିଛି ସ୍ପଷ୍ଟ ହୋଇନାହିଁ।
ଜୟପୁର (ଟି.ଗୌରୀ ଶଙ୍କର) : ଜୟପୁରରେ ହୋଲି ଖେଳରୁ ମହାଭାରତ। ୨ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଏକାଧିକ ଆହତ ହୋଇଥିବା କୁହାଯାଉଛି। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି, ପଥର ମାଡ଼ ଓ ଭଙ୍ଗାରୁଜା ହୋଇଥିବା ମଧ୍ୟ କୁହାଯାଉଛି। ଗଣ୍ଡଗୋଳ ଆୟତ୍ତ କରିବାକୁ ପୁଲିସ୍ ବ୍ଲାଙ୍କ୍ ଫାୟାରିଂ କରିଥିବା ସୂଚନା ମିଳିଛି। ବ୍ଲାଙ୍କ୍ ଫାୟାରିଂ ପରେ ପରିସ୍ଥିତି ଅଣାୟତ୍ତ ରହିଛି। ତେବେ କେଉଁ କାରଣରୁ ଗୋଷ୍ଠୀ ସଂଘର୍ଷ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନି। ପରିସ୍ଥିତିକୁ […]
ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ। ଗତକାଲି ଏକ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନିର୍ବାଚନ ସଂପର୍କିତ ଖବର ସଂଗ୍ରହ କରିବାକୁ ଅସ୍ତରଙ୍ଗ ଯାଇଥିଲେ। ତେବେ ସେଠାରେ କିଛି ବ୍ୟକ୍ତି ତାଙ୍କ ଉପରେ ଆକ୍ରମଣ କରିଥିଲେ। ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଖବର କାହିଁକି ସଂଗ୍ରହ କରୁଛ କହି ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ସାମ୍ବାଦିକ ଆହତ ହୋଇଛନ୍ତି। ଏହାକୁ ନେଇ ସେ ଅସ୍ତରଙ୍ଗ ଥାନାରେ ଏତଲା ଦେବା ପରେ […]
ଟିଟିଲାଗଡ଼( ମାନସ ମହାନ୍ତି) : ହୋଲି ଖେଳା ସାରି ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ତେଲ ନଦୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଗୁରଜିଭଟା ଗାଁର ଆଶୁତୋଷ ବିଶି। ବେଲଗାଁ ତେଲ ନଦୀରେ ଗାଧୋଇବା ବେଳେ ଗୋଡ଼ ଖସିଯିବାରୁ ବୁଡ଼ି ଯାଇଥିଲେ ଆଶୁତୋଷ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ମେଡିକାଲ ଆଣିଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣାପରେ ସ୍ଥାନୀୟ […]
ଭୁବନେଶ୍ୱର : ହୋଲି ଖେଳ ବେଳେ ଭୁବନେଶ୍ୱର ବରମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ। ଏଥିରେ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉତ୍ତ୍ୟକ୍ତ ଲୋକେ ଏକ ପିସିଆର ଭ୍ୟାନ୍ ଭାଙ୍ଗିବା ସହ ଅନ୍ୟ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏକ ହୋଟେଲକୁ ମଧ୍ୟ ଭାଙ୍ଗିଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି। ଏବେବି ସେଠାରେ ଚାପା ଉତ୍ତେଜନା ଲାଗି ରହିଛି।
ଭୁବନେଶ୍ୱର : ସହିଦ୍ ଦିବସରେ ରକ୍ତଦାନ ଶିବିର। ଆୟୋଜକ ଯୁବ ଭାରତ, ଖୋର୍ଦ୍ଧା ତରଫରୁ ଆସନ୍ତା ୨୩ ତାରିଖ ଶନିବାର ଦିନ ପଟିଆ ମେଗା ଷ୍ଟୋର, କିଟ୍ ଛକ ଠାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଭାରତ ସ୍ୱାଭିମାନ ନ୍ୟାସ, ପତଞ୍ଜଳି ଯୋଗ ସମିତି, ମହିଳା ପତଞ୍ଜଳି ଯୋଗ ସମିତି, କିଷାନ ସେବା ସମିତିର ମିଳିତ ସହଯୋଗରେ ଏହି ରକ୍ତଦାନ କାର୍ଯ୍ୟକ୍ରମଟି ପରିଚାଳିତ ହେବ। ସମୟ ସକାଳ୯ଟାରୁ ମଧ୍ୟାହ୍ନ ୨ଟା ଯାଏ ଉକ୍ତ ଶିବିରଟି ଚାଲିବ। […]
ସୋନପୁର( ରବିନ୍ଦ୍ର ହୋତା) : ଜଙ୍ଗଲରୁ ପୋଷ୍ଟମ୍ୟାନଙ୍କ ମୃତଦେହ ଉଦ୍ଧାର। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା କଳାପଥର ଗାଁରେ ଘଟିଛି ଏହି ଘଟଣା। ମୃତ ପୋଷ୍ଟମ୍ୟାନ ହେଉଛନ୍ତି କଳାପଥର ଗାଁର ଶତୃଘ୍ନ ଷଣ୍ଢ। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଜି ଭୋରରୁ ଶତୃଘ୍ନ କୌଣସି କାମରେ ସ୍ଥାନୀୟ ଜଙ୍ଗଲକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ତାଙ୍କୁ ଛୁରା ଭୁସି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କିଏ, କାହିଁକି ଶତୃଘ୍ନଙ୍କୁ ହତ୍ୟାକଲା ତାହା […]
ଭୁବନେଶ୍ୱର : ହାତ ଧରିଲେ ବରିଷ୍ଠ ନେତା ନବୀନ ନନ୍ଦ। ରାଜ୍ୟ କଂଗ୍ରେସ ଭବନରେ ଚାଲିଥିବା ମହା ମିଶ୍ରଣ କାର୍ଯ୍ୟକ୍ରମରେ ନବୀନ ନନ୍ଦ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତିଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ଢେଙ୍କାନାଳର ବରିଷ୍ଠ ନେତା ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଦଳ ପାଇଁ ଶୁଭ ସୂଚନା ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ଗଁଦିଆଁର ପୂର୍ବତନ ବିଧାୟକ ନବୀନ ନନ୍ଦ କେଉଁ ଦଳକୁ […]
ଭୁବନେଶ୍ୱର : ଗୁଇନ୍ଦା ଚିଠି ପ୍ରସଙ୍ଗରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କୁ ପୁଲିସ ନୋଟିସ୍ ଜାରି କରିଛି। ଆସନ୍ତାକାଲି ସକାଳ ୧୦ଟାରେ ଖାରବେଳ ନଗର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ରେ ଉଲ୍ଲେଖ ରହିଛି। ଗତ ୧୮ ତାରିଖରେ ବିଜେପି ପ୍ରେସ୍ମିଟ୍ ବେଳେ ଯେଉଁ ଗୁଇନ୍ଦା ଚିଠି ଦେଖାଇଥିଲା ତାହାର ଅସଲି କପି ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଦାଖଲ କରିବାକୁ ନୋଟିସ୍ରେ କୁହାଯାଇଛି। ପୁଲିସ୍ର ଏଭଳି ନୋଟିସ୍ ପରେ ବିଜେପି ରାଜ୍ୟ ଉପସଭାପତି ସମୀର […]