• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dacoit
ଡକାୟତି ଉଦ୍ୟମ ବେଳେ ଧରା ପଡିଲେ ୩ ଅଭିଯୁକ୍ତ

ଖୋର୍ଦ୍ଧା (ବଳରାମ ଲେଙ୍କା) : ଡକାୟତି ଉଦ୍ୟମ ବେଳେ ପୁଲିସ ହାତରେ ଧରା ପଡିଲେ ୩ ଅଭିଯୁକ୍ତ। ଖୋର୍ଦ୍ଧା ସଦର ଥାନା ପୁଲିସର ପାଟ୍ରୋଲିଂ ବେଳେ ତାପଙ୍ଗ ଛକ ନିକଟ ଜାତୀୟ ରାଜପଥରେ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି କରୁଥିବା ଏକ ଡକାୟତ ଦଳ ଉପରେ ପୁଲିସ୍‌ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଦୁଇଜଣ ଅଭିଯୁକ୍ତ ଖସି ପଳାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଜିଲ୍ଲା […]

  • Friday, 16 July 2021
strike
ବିନା ନୋଟିସରେ ବିଦ୍ୟୁତ୍‌ ସଂଯୋଗ କଟାଯିବାକୁ ନେଇ ରାସ୍ତାରୋକ୍‌

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଖୁଂଟା ବ୍ଲକ୍‌ ଅଧିନ ବାସିପିଠା ପଂଚାୟତର ୩ଟି ଗ୍ରାମରେ ୨୫୦ ବିପିଏଲ୍‌ ପରିବାରଙ୍କୁ ବିନା ନୋଟିସ୍‌ରେ ବିଦ୍ୟୁତ୍‌ ସଂଯୋଗ କଟାଯିବାକୁ ନେଇ ରାସ୍ତାରୋକ୍‌। ଗ୍ରାମରେ ବିଦ୍ୟୁତ୍‌ ସରବରାହ କରିବା ଦାବି ନେଇ ଉତ୍ୟକ୍ତ ଗ୍ରାମବାସୀ ଉଦଳା-ବାରିପଦା ରାସ୍ତା ଅବରୋଧ କରିଛନ୍ତି। ୨ ବର୍ଷ ପୂର୍ବେ ସରକାରଙ୍କ ନିୟମ ଅନୁସାରେ ଗାଁର ୨୫୦ ବିପିଏଲ ପରିବାରଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଏମିତିକି ପରେ ଚାଷଜମିକୁ ଜଳ ଯୋଗାଇବା ନିମନ୍ତେ ଏଲ୍.ଆଇ ପଏଣ୍ଟ ମଧ୍ୟ […]

  • Friday, 16 July 2021
death
ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କାଟେଣି ଗାଁରେ ଝୁଲନ୍ତା ଅବସ୍ଥାରେ ବୋହୂର ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କାଟେଣି ଗାଁର ବାପି ସାହୁଙ୍କ ସ୍ତ୍ରୀ ରୀନା ସାହୁ। ୧୧ ମାସ ତଳେ ବାପି ଏବଂ ରୀନାଙ୍କ ବିବାହ ହୋଇଥିଲା। ତେବେ ଯୌତୁକ ଲାଗି ରୀନାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମୃତକଙ୍କ ସ୍ୱାମୀ, ଶାଶୁ, ଶ୍ୱଶୂର ଫେରାର ଅଛନ୍ତି। ସେପଟେ ଏ […]

  • Friday, 16 July 2021
dgp
ଡିଜିପିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ସୁରକ୍ଷା ବୈଠକ

ସମ୍ବଲପୁର(ସଞ୍ଜୟ ଜେନା) : ସମ୍ବଲପୁରରେ ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ। ପୁଲିସ୍‌ ଡିଜିପି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାର ଏସ୍‌ପି ଉପସ୍ଥିତ ଅଛନ୍ତି। ଏଥିସହ CRPF ଆଇଜି, ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି।

  • Friday, 16 July 2021
dama
ଦାମଙ୍କ ବିସ୍ଫୋରକ ବୟାନ : ଘସିପୁରା ମର୍ଡର ପାଇଁ ବଦ୍ରି ଦାୟୀ

ଭୁବନେଶ୍ୱର : ଦାମଙ୍କ ବିସ୍ଫୋରକ ବୟାନ। ରାମଚନ୍ଦ୍ର ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ତାତିଲେ ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଏହି ଘଟଣାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କୁ ସେ କଡ଼ା ଆକ୍ଷେପ କରିଛନ୍ତି। ଟିକେଟ୍‌କୁ ନେଇ ବଦ୍ରିନାରାୟଣ ପାତ୍ରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ଭିତିରି ଡିଲ୍ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଶାସକ ଦଳ ପୁଲିସ୍‌କୁ ହାତବାରିସୀ କରି ଆତଙ୍କରାଜ ସୃଷ୍ଟି କରୁଛି ଏବଂ ଭୋଟ ହାତେଇବାକୁ ଚେଷ୍ଟା କରୁଛନ୍ତି। ଏହି  ଷଡ଼ଯନ୍ତ୍ର […]

  • Friday, 16 July 2021
chandan
ଜେଲରୁ ମୁକୁଳିଲେ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା

କଟକ (ଦେବାଶିଷ ମହାନ୍ତି) : ଭୁଲରେ ଗିରଫ ହୋଇଥିବା କଟକ ଚାନ୍ଦିନିଚୌକ ଅଂଚଳର ଚନ୍ଦନ ମହାରଣା ଜେଲରୁ ମୁକ୍ତ ହୋଇଛନ୍ତି। ଏକ ରାହାଜାନୀ ମାମଲାରେ ପୁରୁଣା ୱାରେଣ୍ଟିକୁ ଧରିବାକୁ ଯାଇ ଲାଲବାଗ ପୁଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଜଣେ ପୁରୁଣା ୱାରେଣ୍ଟିକୁ ଗିରଫ କରିବାକୁ ଯାଇ କମିଶନରେଟ୍ ପୁଲିସ୍ ଚନ୍ଦନଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଇ ଦିଆଯାଇଥିଲା। ଦୀର୍ଘ ୧୭ ଦିନ ପରେ ସେ ନିର୍ଦ୍ଦୋଶରେ ମୁକୁଳିଛନ୍ତି। ବିନା ଦୋଷରେ ଜେଲ୍‌ ଯାଇଥିବାରୁ ମାନସିକ ସ୍ତରରେ […]

  • Friday, 16 July 2021
elehant
ମାଈ ହାତୀର ମୃତ୍ୟୁ

ବଣାଇଗଡ଼ (ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ବନଖଣ୍ଡ ଜର୍ଡା ରେଞ୍ଜ୍ ଅନ୍ତର୍ଗତ ରାଇଗିରି ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ବୟସାଧିକ କାରଣରୁ ହାତୀଟି ଅସୁସ୍ଥ ହୋଇପଡ଼ିଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜର୍ଡା ରେଞ୍ଜର ରାଇପୁର ଜଙ୍ଗଲରେ ୧୫ଟି ହାତୀ ବିଚରଣ କରନ୍ତି। ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ହାତୀଟି ଜଙ୍ଗଲରେ ଅସୁସ୍ଥ ହୋଇ ପଡ଼ିଥିବା ଖବର ପାଇ ଗତକାଲି ବନବିଭାଗ […]

  • Friday, 16 July 2021
theatre day
ଆଜି ବିଶ୍ୱ ନାଟ୍ୟ ଦିବସ : ରାଉରକେଲାରେ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି) :  ଆଜି ବିଶ୍ୱ ନାଟ୍ୟ ଦିବସ। ଏହି ଅବସରରେ ରାଉରକେଲା ଇସ୍ପାତ ସହରରେ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରୋଡ଼ ଶୋ’ର ଆୟୋଜନ କରାଯାଇଛି। ନାଟକରୁ ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପୁଣି ଡ୍ରାମା, ଥିଏଟର ପ୍ରତି ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ସମ୍ପର୍କ’ ପକ୍ଷରୁ ୪ଦିନ ଧରି ସିଭିକ୍‌ ସେଣ୍ଟରରେ ଆୟୋଜିତ ନାଟକ ପ୍ରତିଯୋଗିତାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ନାଟ୍ୟ ସଂସ୍ଥା […]

  • Friday, 16 July 2021
burnt
ରୋଷେଇ କରୁଥିବା ବେଳେ ପୋଡ଼ିଗଲେ ନାବାଳିକା

ଜଳେଶ୍ୱର ( ଅଜିତ୍‌ ଦାସ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳ ସମାନନ୍ଦିପୁର ଗାଁରେ ପୋଡ଼ି ହୋଇ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରମିଳା। ସେ ସଂଧ୍ୟା ସମୟରେ ବିଦ୍ୟୁତ୍‌ କାଟ ବେଳେ ରୋଷେଇ କରୁଥିଲେ। ଏତିକି ବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିବା ସଂଦେହ କରାଯାଉଛି। ଚିତ୍କାର ଶୁଣି ପଡ଼ୋଶୀ ପ୍ରମିଳାଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]

  • Friday, 16 July 2021
dcp
ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱର ଡିସିପି ଅଫିସ୍‌ରେ ସବୁ ରାଜନୈତିକ ଦଳଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ସାଧାରଣ ନିର୍ବାଚନ ବେଳେ ଆଇନ ଶୃଙ୍ଖଳା ବଜାୟ ରଖିବା ନେଇ ଏଥିରେ ଆଲୋଚନା ହୋଇଥିଲା। ଏଥିରେ ନିର୍ବାଚନ ବେଳେ କଣ କରିବେ କଣ ନ କରିବେ ସେ ନେଇ ସବୁ ଦଳଙ୍କୁ ଅବଗତ କରାଯାଇଥିଲା। ଏହାସହ ନିର୍ବାଚନୀ ଶୃଙ୍ଖଳା ସମ୍ପର୍କିତ ଆଡଭାଇଜରୀ ଜାରି କରିଛନ୍ତି ଡିସିପି। ସମସ୍ତ ଦଳକୁ ସାଧାରଣ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ କରିବାକୁ ପରାମର୍ଶ […]

  • Friday, 16 July 2021
tiger skin
ବାଘ ଚମଡ଼ା ଜବତ କଲା ପୁଲିସ

କଳାହାଣ୍ଡି(ରାଜକୁମାର ସିଂହଦେଓ) : କଳାହାଣ୍ଡି  ଜିଲ୍ଲାରେ ପୁଣି ଜବତ ହେଲା ବାଘ ଚମଡ଼ା। ଲାଞ୍ଜିଗଡ଼ ବିଶ୍ୱନାଥପୁର ପୁଲିସ ଜବତ କରିଛି ଏହି ବାଘ ଚମଡା। ଅମ୍ବାଦଳା ଧଅଁରାଭଟା ରାସ୍ତାରେ ପୁଲିସ ପାଟ୍ରୋଲିଂ ବେଳେ ଏହି ବାଘ ଚମଡ଼ା ଜବତ ହୋଇଛି। ପାଟ୍ରୋଲିଂ ବେଳେ ବାଇକ୍‌କୁ ଅଟକାଇବାକୁ ପୁଲିସ ଚେଷ୍ଟା କରିବାବେଳେ, ଏକ ବସ୍ତା ଓ ବାଇକ୍‌ ଛାଡି ଫେରାର ହୋଇଯାଇଥିଲେ ୨ ଦୁର୍ବୃତ୍ତ। ବସ୍ତାକୁ ଖୋଲି ଦେଖିବା ପରେ ସେଥିରେ ବାଘଛାଲ ଥିବା ଜଣାପଡିଥିଲା। ପୁଲିସ୍‌ ବାଇକ୍‌ […]

  • Friday, 16 July 2021
bee attack
ମହୁମାଛି ଆକ୍ରମଣରେ ଜଣେ ମୃତ

କେନ୍ଦୁଝର( ପ୍ରଣୟ ପାଣି) : ମହୁମାଛି ହେଲା କାଳ। କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା କେତାଙ୍କ ଗାଁରେ ମହୁମାଛି ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ଅଞ୍ଚଳର ନରହରି ନାଏକ ତେନ୍ତୁଳି ତୋଳିବାକୁ ଗଛକୁ ଚଢ଼ିଥିଲେ। ତେବେ ଏହି ସମୟରେ ସେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ମୃତଦେହ […]

  • Friday, 16 July 2021
murder
କେନ୍ଦୁଝର ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା ଘଟଣାରେ ୩ଗିରଫ

ଆନନ୍ଦପୁର(ମୁନା ସିଂହ) : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ମାମଲାରେ ପୁଲିସ ବର୍ତ୍ତମାନ ଯାଏ ମାତ୍ର ୩ଜଣଙ୍କୁ ଗିରଫ କରିଛି।  ଘଟଣାରେ ୪ଟି ଟିମ୍ ଗଠନ କରାଯାଇ ଛାନଭିନ୍ ଜାରି ରଖିଛି ପୁଲିସ। ତେବେ ଅନ୍ୟ ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନଥିବାରୁ ଏବେ ବି ଚାପା ଉତ୍ତେଜନା ଲାଗିରହିଛି। ମୃତକ ରାମଚନ୍ଦ୍ର ବେହେରାଙ୍କ ଘରେ ଏବଂ ଧକୋଠା ବଜାରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେପଟେ ବ୍ରାହ୍ମଣୀଦେବୀ ନିକଟ ପୋଖରୀରୁ […]

  • Friday, 16 July 2021
naveen
ନିର୍ବାଚନ ବେଳେ ନବୀନଙ୍କୁ କୋଲବ୍ଲକ୍ ଆବଣ୍ଟନ ଦୁର୍ନୀତି ଅଡୁଆ

ଭୁବନେଶ୍ୱର : ଦୁଇ ବର୍ଷ ତଳେ ନବୀନଙ୍କୁ ଜେରା କରିଥିଲା କି ସିବିଆଇ ? କୋଲବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ନେଇ ପୂର୍ବତନ କେନ୍ଦ୍ର ଖଣିମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୭ ନଭେମ୍ବର ୨୫ରେ ସିବିଆଇ ଜେରା କରିଥିବା ସୁପ୍ରିମ୍‌କୋର୍ଟରେ ଦାଏର୍ ପିଟିସନ୍‌ରେ ଦର୍ଶାଇଛନ୍ତି ଆବେଦନକାରୀ। ବୈଭବ ବର୍ମା ନାମକ ଏହି ଆବେଦନକାରୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିବା ସହ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ୧୯୯୮ମସିହାରେ ନାଗପୁରର ସେଣ୍ଟ୍ରାଲ କୋଲିଏରିଜ୍ […]

  • Friday, 16 July 2021
child
ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ ପ୍ରବେଶକୁ ନେଇ ଅସନ୍ତୋଷ

ପୁରୀ( ମଧୁସୂଦନ ମିଶ୍ର) : ଶ୍ରୀମନ୍ଦିର ଭିତରେ ବିଦେଶୀ ଶିଶୁ। ଜଣେ ବାବାଜୀ ମନ୍ଦିରର ପଶ୍ଚିମଦ୍ୱାର ଦେଇ ଶିଶୁକୁ ନେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସକାଳ ୧୦ଟାରେ ବାବାଜୀ ପ୍ରଶାନ୍ତ ହଜାରୀ ବିଦେଶୀ ଶିଶୁକୁ ମନ୍ଦିରକୁ ନେଇଥିଲେ। ପରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରାଇଥିଲେ। ଏନେଇ ପଚରାଯିବାରୁ ବାବାଜୀ ଜଣଙ୍କ ଶିଶୁଟିକୁ ନିଜ ପୁଅ ବୋଲି କହିବା ସହ ହିନ୍ଦୀରେ କଥା ହୋଇଥିଲେ। ପରେ ସ୍ଥାନୀୟଲୋକେ ଘେରିବାରୁ ଜଣେ […]

  • Friday, 16 July 2021
arrest
କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୭ ଗିରଫ

ଭୁବନେଶ୍ୱର : ମହଙ୍ଗା ପଡିଲା ଭଙ୍ଗାରୁଜା। କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୭ଜଣ ଯୁବକ ଗିରଫ ହୋଇଛନ୍ତି। ଭୁବନେଶ୍ୱର ଏବଂ ଆଖପାଖ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏହି ଗିରଫ ଯୁବକଙ୍କ ବିରୁଦ୍ଧରେ କଂଗ୍ରେସ ଭବନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା କରିବା, ଧମକ ଦେବା ଭଳି ମାମଲା ରହିଛି। ସିସିଟିଭି ଫୁଟେଜକୁ ଆଧାର କରି ଏମାନଙ୍କୁ ଗିରଫ କରାଯାଇଛି। ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଗକୁ ଆଉ କିଛି ଏହି […]

  • Friday, 16 July 2021
people
ମୌଳିକ ସୁବିଧା ନଥିବାରୁ ଭୋଟ ବର୍ଜନ ଚେତାବନୀ

ସାଲେପୁର ( ମନୋଜ ଆଚାର୍ଯ୍ୟ) : ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି କଟକ ଜିଲ୍ଲା ସାଲେପୁରର ଶୁଖୁଆ ସାହି ବାସିନ୍ଦା। ମୌଳିକ ସୁବିଧା ମିଳୁନଥିବାରୁ ନିର୍ବାଚନରେ ଏହାର ଜବାବ ଦେବାକୁ ଲୋକେ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନ ହେଲା ରାସ୍ତାଘାଟ, ପାନୀୟ ଜଳ, ଭତ୍ତା ଆଦି ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଶୁଖୁଆ ସାହି ବାସିନ୍ଦା। ରାସନ କାର୍ଡରେ କେବଳ ଚାଉଳ, କିରୋସିନକୁ ବାଦ୍ ଦେଲେ ଅନ୍ୟ କୌଣସି ସରକାରୀ ସୁବିଧା ମିଳୁନି। ବହୁବାର ଗୁହାରୀ […]

  • Friday, 16 July 2021
girl
ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଫେରାର୍‌ !

ମୋହନା (ମିହିରି ଯତି) : ଗଜପତି ଜିଲ୍ଲା ଅଡବା ଅଞ୍ଚଳରେ ଯୁବତୀଙ୍କୁ ପ୍ରତାରଣ ଅଭିଯୋଗ। ବିବାହର ପ୍ରଲୋଭନ ଦେଖାଇ ଅନୈତିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହେବା ଜାଣି ଯୁବକ ଜଣକ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ଅଡବା ଥାନା ମିଞ୍ଜପଙ୍କା ଗାଁର ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲା। ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ ସଂପର୍କ ରଖିଥିଲା। ଯୁବତୀ ଜଣକ ଗର୍ଭବତୀ ହେବା ଜାଣିବା […]

  • Friday, 16 July 2021
snake
ଘର ଭିତରୁ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର

ଗଂଜାମ : ଘର ଭିତରେ ୧୩ ଫୁଟ ଲମ୍ବର ଅହିରାଜ ଉଦ୍ଧାର। ଗଂଜାମ ବୁଗୁଡ଼ା ବ୍ଲକ୍‌ ଭଗବାନପୁର ଗାଁର ପ୍ରଫୁଲ ସାହୁଙ୍କ ଘରୁ ଉଦ୍ଧାର ହୋଇଛି ଏକ ବିରାଟକାୟ ଅହିରାଜ। ସାପଟି ପ୍ରଫୁଲଙ୍କ ଘର ଆଟୁରେ ଚଢୁଥିବା ଦେଖି ଘର ଲୋକେ ସ୍ନେକ୍ ହେଲ୍‌ପଲାଇନ୍‌କୁ ଖବର ଦେଇଥିଲେ। ତେବେ ସାପଟିକୁ ଧରିବାକୁ ପ୍ରାୟ ଅଧଘଣ୍ଟାର ପରିଶ୍ରମ କରିବାକୁ ପଡ଼ିଥିଲା। ଉଦ୍ଧାର ପରେ ଅହିରାଜକୁ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି।

  • Friday, 16 July 2021
low quality
ନିମ୍ନ ମାନର ରାସ୍ତା କାମକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ

ଝାରସୁଗୁଡା : ଏମ୍‌ସିଏଲ୍ ତରଫରୁ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଭେଜିକୁଦ-ପଦପାଲି ପର୍ଯ୍ୟନ୍ତ କରାଯାଉଥିବା କଂକ୍ରିଟ୍ ରାସ୍ତା ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି। କମ୍ପାନୀ ତରଫରୁ ଟେଣ୍ଡର କରାଯାଇ କଣ୍ଟ୍ରାକ୍ଟର ଜରିଆରେ ଭେଜିକୁଦ ଆର୍‌ଡି ରାସ୍ତାରୁ ପଦପାଲି ପର୍ଯ୍ୟନ୍ତ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ ହେଉଛି। କିନ୍ତୁ ନିମ୍ନମାନର କାମ ଯୋଗୁଁ ଗୋଟିଏ ପଟେ କାମ ଚାଲିଥିବାବେଳେ ଅନ୍ୟପଟେ ରାସ୍ତା ଫାଟି ଆଁ କଲାଣି। କମ୍ପାନୀ କର୍ତ୍ତୃପକ୍ଷ ରାସ୍ତା କାମର ତଦାରଖ […]

  • Friday, 16 July 2021
school-stike
ସ୍କୁଲରେ ତାଲା ପକାଇ ଗ୍ରାମବାସୀଙ୍କ ଧାରଣା

ସୋରୋ (ଶଶିକାନ୍ତ ବେହେରା) : ହାଇସ୍କୁଲ ସହ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ। ପ୍ରତିବାଦରେ ସ୍କୁଲରେ ତାଲା ପକାଇ ଧାରଣା ଦେଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ ଖରାସାହାପୁର ଗାଁ ଲୋକେ ହାଇସ୍କୁଲ ସହ ପ୍ରାଥମିକ ସ୍କୁଲ ମିଶ୍ରଣକୁ ବିରୋଧ କରି ସ୍କୁଲରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି। ଫଳରେ ସ୍କୁଲ ଆସି ବାହାରେ ବସି ଫେରୁଛନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ। ପିଲାଙ୍କ ପାଠପଢ଼ା ବି ବ୍ୟାଘାତ ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା […]

  • Friday, 16 July 2021
23
ବିଜେଡିର ୪ ବିଧାୟକଙ୍କ ଟିକେଟ୍‌ କଟିଲା

ଭୁବନେଶ୍ୱର : ବିଧାନସଭା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ବିଜେଡିର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାରେ ୪ ବିଧାୟକଙ୍କ ଟିକେଟ୍‌ କଟିଛି। ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ, ଲାଞ୍ଜିଗଡ଼ ବିଧାୟକ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଓ ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ଟିକେଟ୍‌ କଟିଛି।

  • Friday, 16 July 2021
naveen 2
ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ

ନୟାଗଡ଼  : ପୁରୀ ଲୋକସଭା ଓ ନୟାଗଡ଼ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇନି ଏଣେ ୧୯ ମହାସମର ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ନବୀନ। ନୟାଗଡ଼ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ନବୀନ ଆଜି ଯୋଗ ଦେଇଥିଲେ। କେନ୍ଦ୍ରରେ ସରକାର ଗଠନ ଲାଗି କୌଣସି ଜାତୀୟ ଦଳକୁ ବହୁ ମତ ମିଳିବ ନାହିଁ। ସେ ଦୃଷ୍ଟିରୁ ଆଗାମୀ ଦିନରେ ଓଡ଼ିଶାର ବଡ଼ ଭୂମିକା ରହିବ ବୋଲି ନବୀନ କହିଛନ୍ତି। ସେପଟେ ନବୀନ ପୁଣି […]

  • Friday, 16 July 2021
baisakhi melka
୨୯ ତାରିଖରୁ କଟକରେ ଆରମ୍ଭ ହେବ ବୈଶାଖୀ ବାଣିଜ୍ୟ ମେଳା

କଟକ( ବିଶ୍ୱଜିତ୍‌ ଆଚାର୍ଯ୍ୟ) : ଆସନ୍ତା ୨୯ ତାରିଖରୁ କଟକର ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହେବାକୁ ଯାଉଛି ୧୫ତମ ବୈଶାଖୀ ବାଣିଜ୍ୟ ମେଳା। ଏହି ମେଳା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ବର୍ଷ ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଭିନ୍ନ ବ୍ୟବସାୟୀଙ୍କ ଭିଡ଼ ସହ କର୍ପୋରେଟ୍‌ ହାଉସ୍‌ ଗୁଡ଼ିକ ମଧ୍ୟ ଷ୍ଟଲ୍ ଲଗାଇଥାନ୍ତି। ଏଥର ମଧ୍ୟ ରାଜ୍ୟ ତଥା ରାଜ୍ୟ ବାହାରର ବ୍ୟବସାୟୀଙ୍କର ପ୍ରାୟ ୪୫୦ରୁ ଅଧିକ ଷ୍ଟଲ ଏବଂ […]

  • Friday, 16 July 2021
arrest 3
କୁଚିଣ୍ଡାରୁ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ସମ୍ବଲପୁର : ସମ୍ବଲପୁର କୁଚିଣ୍ଡାରୁ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଜଣ ଗିରଫ। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡ଼ା ଲଇକେରାର ନରେନ୍ଦ୍ର ପିଙ୍ଗ, ଦେବଗଡ଼ ରିଆମାଳର ମନଫୁଲ ପ୍ରଧାନ ଓ ଜମାଖେରାର ଅକ୍ଷୟ ଭୋଇ। ଅଭିଯୁକ୍ତ ମାନଙ୍କୁ କୁଚିଣ୍ଡା ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଏହି ଗିରଫ ଅଭିଯୁକ୍ତମାନେ ବାଘ ଚମଡ଼ାକୁ ବେଆଇନ୍ ଭାବେ ଚାଲାଣ କରିଥାନ୍ତି। ଏମାନଙ୍କୁ ମିଶାଇ ବର୍ତ୍ତମାନ […]

  • Friday, 16 July 2021