• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rape -
‘ଜଟଣୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ’

ଭୁବନେଶ୍ୱର : ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏପରି ଜଘନ୍ୟ ମାମଲାକୁ ରେଡ୍‌ ଫ୍ଲାଗ୍‌ ମାମଲାରେ ଅନ୍ତର୍ଭୁକ୍ତ କରାଯାଇଛି। ଅଭିଯୁକ୍ତକୁ କ୍ୟାପିଟାଲ୍‌ ପନିଶମେଣ୍ଟ ଦେବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯିବ। ଖୁବ ଶୀଘ୍ର ଏହି ଘଟଣାର ଚାର୍ଜସିଟ୍‌ ଦାଖଲ ସହ ଶୁଣାଣି କରାଯିବ। ଏହି ଘଟଣାର ପ୍ରମାଣକୁ ଆହୁରି ବଳିଷ୍ଠ କରିବା […]

  • Friday, 16 July 2021
heat
ଆଜି ରାଜ୍ୟର ୯ଟି ସହର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର : ରାଜ୍ୟରେ ବଢ଼ିଗଲାଣି ତାତି। ଆଜି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସବୁଠୁ ଅଧିକ ତାତି ଅନୁଭୂତ ହୋଇଥିଲା ତାଳଚେର ଓ ଟିଟିଲାଗଡ଼ରେ। ଏହି ଦୁଇ ସହରର ତାପମାତ୍ରା ୪୩ ଡିଗ୍ରୀ ରହିଥିଲା। ସେହିପରି ଅନୁଗୋଳରେ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୪୨.୫, ବଲାଙ୍ଗିରରେ ୪୨, ଝାରସୁଗୁଡ଼ାରେ ୪୦.୯, ସୋନପୁରରେ ୪୦.୮ ଓ ସମ୍ବଲପୁରରେ ୪୦.୧ ଡିଗ୍ରୀ ରହିଥିଲା। ସୁନ୍ଦରଗଡ଼ରେ ପାରଦ ୪୦ ଡିଗ୍ରୀ ଛୁଇଁଥିବା ବେଳେ […]

  • Friday, 16 July 2021
ratha--rkuna
ବଢେଇବାଙ୍କ ପୂର୍ବରୁ ଅଟକିଲା ରୁକୁଣା ରଥ

ଭୁବନେଶ୍ୱର  : ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଛି। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତୀ ଓ ଅବକାଶ ପରେ ସକାଳ ଧୂପ ହୋଇଥିଲା। ତେବେ ନୀତି ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହେବାରୁ ଦିନ ସାଢେ ୨ଟାରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ୩ ଟାରେ ମହାପ୍ରଭୁ ରଥାରୁଢ ହୋଇଥିଲେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା। ସନ୍ଧ୍ୟା ପାଖାପାଖି ୫ଟା ୪୦ରେ ମହାପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ […]

  • Friday, 16 July 2021
girl
ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ା ( ମନୋଜ ପାତ୍ର) : ରାୟଗଡ଼ା ମଝିଘରିଆଣୀ ମନ୍ଦିର ନିକଟ ଝଞ୍ଜାବତି ନଦୀ କୂଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ମୃତ ଯୁବତୀ ବାକିଠି ସାହିର କେ. ସରୋଜୀନି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ,ଗତ ୧୧ ତାରିଖରୁ ଯୁବତୀ ଜଣଙ୍କ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିଛି ଲୋକ ନଦୀକୂଳରେ ଯୁବତୀଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା […]

  • Friday, 16 July 2021
deadbody
କନ୍‌ଷ୍ଟେବଲଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରି ଝାଟିମାଟି କଲୋନୀରେ କନ୍‌ଷ୍ଟେବଲଙ୍କ ମୃତଦେହ ଉଦ୍ଧାର। ଘର ଭିତରୁ ପୁଲିସ କନଷ୍ଟେବଲ ସୁନୀଲ ମହାନନ୍ଦିଆଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଘରେ କେହି ନଥିବା ବେଳେ ସେ ସର୍ଭିସ ରିଭଲଭରରୁ ନିଜ ମୁଣ୍ଡକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ପଡ଼ୋଶୀ ଗୁଳି ଶବ୍ଦ ଶୁଣି ତାଙ୍କ ଘରକୁ ଆସିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ […]

  • Friday, 16 July 2021
poll y
ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ

ମାଲକାନଗିରି : EVM ଟ୍ୟାମ୍ପରିଂ ଅଭିଯୋଗରେ ପୋଲିଂ ପାର୍ଟିଙ୍କୁ ତାଲା ପକାଇଲେ ଗ୍ରାମବାସୀ। ଏହି ଘଟଣା ଘଟିଛି ମାଲକାନଗିରି MPV-୬୫ ଗାଁରେ। ଗାଁର ଏକ ବୁଥ୍‌ରେ ଆଜି ମତଦାନ ଶେଷ ହେବା ପରେ ପୋଲିଂ କର୍ମଚାରୀମାନେ EVM ଟ୍ୟାମ୍ପରିଂ କରିଥିବା ଲୋକେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ପ୍ରାୟ ୨୦୦ରୁ ଅଧିକ  ଲୋକ ଏକାଠି ହୋଇ ବୁଥ୍‌ ଭିତରେ ପୋଲିଂ କର୍ମଚାରୀଙ୍କୁ ବାହାରୁ ତାଲା ପକାଇଦେଇଥିଲେ। ପୁଲିସ ସେଠାରେ ପହଞ୍ଚି […]

  • Friday, 16 July 2021
booth
ସ୍ୱାଭିମାନ ଅଞ୍ଚଳର ୯ଟି ବୁଥ୍‌ରେ ଭୋଟଦାନ ଶୂନ

ମାଲକାନଗିରି(ଜିତେନ୍ଦ୍ର ବେଉରା) : ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଚିତ୍ରକୋଣ୍ଡା ପାଇଁ ଗୁରୁପ୍ରିୟା ସେତୁ ନିର୍ମାଣ ହେଲା। ଆଉ ଏହି ସେତୁର ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ, ଆଜିଠୁ ବିଚ୍ଛିନ୍ନାଞ୍ଚଳର ନାଁ ହେଲା ସ୍ୱାଭିମାନ ଅଞ୍ଚଳ। ନକ୍ସଲଙ୍କ ପ୍ରାଦୁର୍ଭାବ ହ୍ରାସ କରିବାରେ ଏହି ସେତୁ ପ୍ରମୁଖ ଭୂମିକା ନେବ। ଏହାଛଡ଼ା ଏହି ଅଞ୍ଚଳର ଲୋକ ବିକାଶ ସ୍ରୋତରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବିଶ୍ୱାସ କରାଯାଉଥିଲା ଯେ […]

  • Friday, 16 July 2021
baragada-ps-case-photo---(1
୩ ଗ୍ୟାଙ୍ଗର ୧୨ ଅପରାଧୀଙ୍କୁ ଧରିଲା କମିଶନରେଟ ପୁଲିସ

ଭୁବନେଶ୍ୱର : କମିଶନରେଟ ପୁଲିସକୁ ବଡ଼ ସଫଳତା ମିଳିଛି। ଚୋରି ଓ ଛିନତାଇ ଅଭିଯୋଗରେ ୩ଟି ଗ୍ୟାଙ୍ଗର ୧୨ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ପୁଲିସ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା, ରୁପା, ପିସ୍ତଲ ଓ ମାରଣାସ୍ତ୍ର ଜବତ କରିଛି। ଅପରାଧ ରୋକିବା ପାଇଁ ସହିଦନଗର, ବଡଗଡ ଓ କ୍ୟାପିଟାଲ ଥାନା ପକ୍ଷରୁ ସ୍ପେଶାଲ ଡ୍ରାଇଭ କରାଯାଇଥିଲା। କିଛିଦିନ ତଳେ ଦୁର୍ବୃତ୍ତମାନେ ସହିଦନଗର ଥାନା ଅନ୍ତର୍ଗତ ବାସୁଆ ଘାଇ ଅଞ୍ଚଳରେ ଜଣଙ୍କ ଘରେ ପଶି ଚୋରି […]

  • Friday, 16 July 2021
naveen-
ଧରାପଡିଲା କାଳିଆକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମିଛ

ଭୁବନେଶ୍ୱର : ୪୦ ଲକ୍ଷ ଚାଷୀଙ୍କୁ ଟଙ୍କା ଦିଆଗଲାଣି ବୋଲି ବୁଲି ବୁଲି ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ କୃଷି ବିଭାଗର ଏ ଚିଠି ମୁଖ୍ୟମନ୍ତ୍ରୀଙ୍କ ମିଛର ଗୁମର ଖୋଲିଛି। ଗତ ୬ ତାରିଖରେ ୮ ବିଭାଗର ସଚିବଙ୍କ ସହ ଉନ୍ନୟନ କମିଶନର ଓ କୃଷି ବିଭାଗର ନିର୍ଦ୍ଦେଶକଙ୍କ ପାଖକୁ ଯାଇଥିବା ଚିଠିକୁ ଦେଖିଲେ ଜଣାପଡେ ଯେ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା କାଳିଆ ଯୋଜନା ରାଜ୍ୟସ୍ତରୀୟ କମିଟି ବୈଠକର ବିବରଣୀ କହୁଛି ଚିହ୍ନଟ ହୋଇଥିବା […]

  • Friday, 16 July 2021
ranjita-up
ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ

କଟକ (ବିବର୍ତ୍ତନ ପଣ୍ଡା) : କଟକ ମ୍ୟୁନିସିପାଲ କର୍ପୋରେସନ(CMC)ର ପୂର୍ବତନ BJD କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ। ବେଆଇନ ବନ୍ଧୁକ ରଖିଥିବା ଏବଂ ଆଗାମୀ ନିର୍ବାଚନରେ ବିଶୃଙ୍ଖଳା କରିବାକୁ ଯୋଜନା କରୁଥିବା ଅଭିଯୋଗରେ ରଞ୍ଜିତାଙ୍କୁ ଗିରଫ କରିଛି ପୁଲିସ। ଚାଉଳିଆଗଞ୍ଜ ଥାନା ଏବଂ ସ୍ପେଶାଲ ସ୍କ୍ୱାଡ଼ ଗତକାଲି ବିଳମ୍ବିତ ରାତିରେ ରଞ୍ଜିତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତିା ରଞ୍ଜିତାଙ୍କ ନିକଟରୁ ଦୁଇଟି ବନ୍ଧୁକ ଏବଂ ୪ ଟି ଗୁଳି ଜବତ କରିଛି ପୁଲିସ। ରଞ୍ଜିତାଙ୍କ […]

  • Friday, 16 July 2021
Puri-Jagannath
ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ

ପୁରୀ ( ମଧୁସୂଦନ ମିଶ୍ର) : ଆସନ୍ତା ଜୁଲାଇ ୪ରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଶୃଙ୍ଖଳିତ ରଥଯାତ୍ରା ପରିଚାଳନା ପାଇଁ ଆଜି ବସିଛି ପ୍ରଥମ ସମନ୍ୱୟ କମିଟି ବୈଠକ। କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଏହି ବୈଠକ ହେଉଛି। ବୈଠକରେ ରଥ କାଠ ଯୋଗାଣ, ରଥ ନିର୍ମାଣ ଏବଂ ନୀତିକାନ୍ତି ପାଇଁ ବିଭିନ୍ନ ଦ୍ରବ୍ୟ ଯୋଗାଣ ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏଥିସହିତ ସହରର ରାସ୍ତାଘାଟ,ସ୍ୱାସ୍ଥ୍ୟ, ପରିମଳ, ଡ୍ରେନେଜ ଓ ସ୍ୱରେଜ, […]

  • Friday, 16 July 2021
audi
୨୭ ଲକ୍ଷ ଫୋପାଡ଼ି ଖସିଗଲା ଅଡି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି) :ସୁନ୍ଦରଗଡ଼ର ବିଶ୍ରା ମହିପାଣିରେ ୨୭ ଲକ୍ଷ ୪୯ ହଜାର ଟଙ୍କା ଜବତ କରାଯାଇଛି। ଏକ ନମ୍ବର ବିହୀନ ଅଡ଼ି କାରରୁ ଯାଞ୍ଚ ବେଳେ ଏହି ଟଙ୍କା ଧରାପଡ଼ିଛି। ସ୍ପେଶାଲ ସ୍କ୍ୱାର୍ଡ଼ ଯାଞ୍ଚ ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ଫୋପାଡ଼ି ଛୁ ମାରିଥିଲା ଅଡ଼ି। ଏହି ଘଟଣାରେ ଫେରାର ଚାଳକଙ୍କ ସହ ଅନ୍ୟ ଜଣଙ୍କୁ ଧରିବାକୁ ପିଛା କରିଛି ସ୍ପେଶାଲ ସ୍କ୍ୱାର୍ଡ଼। ତେବେ ଏହି ଟଙ୍କା ନିର୍ବାଚନ ବଣ୍ଟନ ଉଦ୍ଦେଶ୍ୟରେ ଯାଉଥିଲା ବୋଲି ସନ୍ଦେହ […]

  • Friday, 16 July 2021
gajapati
ସର୍ଚ୍ଚ ଅପରେସନ ବେଳେ ଉଦ୍ଧାର ହେଲା ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍

ମୋହନା  : ନିର୍ବାଚନ ପୂର୍ବରୁ ସର୍ଚ୍ଚ ଅପରେସନ ବେଳେ ୫୦ କେଜି ଓଜନର ୨ଟି ଶକ୍ତିଶାଳୀ ଲ୍ୟାଣ୍ଡମାଇନ୍ ଉଦ୍ଧାର। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ଧାରି ଘାଟି ରାସ୍ତାର ଏକ କଲଭର୍ଟ ତଳୁ ଏହି ଲ୍ୟାଣ୍ଡମାଇନ୍ସକୁ ଉଦ୍ଧାର କରିଛି ସିଆରପିଏଫ୍ ଟିମ୍। ଗଜପତିରୁ ଏକ ବୋମା ନିଷ୍କ୍ରିୟ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହାକୁ ନିଷ୍କ୍ରିୟ କରିଛି। ନିର୍ବାଚନ ବେଳେ କୌଣସି ପ୍ରକାର ଅଘଟଣ ସହ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ଲକ୍ଷ୍ୟରେ ଲାଲ୍‌ବାହିନୀ ଲ୍ୟାଣ୍ଡମାଇନ୍ସ ଖଞ୍ଜିଥିବା କହିଛନ୍ତି ଗଜପତି […]

  • Friday, 16 July 2021
bjp--9
ଭୋଗରାଇ ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି

ଭୁବନେଶ୍ୱର  : ବିଜେପି ଆଜି ବାଲେଶ୍ୱର ଜିଲ୍ଲା ଭୋଗରାଇ ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ବଦଳାଇଛି। ଏଠାରୁ ପୂର୍ବରୁ ମାନସ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା ଦଳ। ଏବେ ତାଙ୍କ ସ୍ଥାନରେ ଅଂଶୁମାନ ମହାନ୍ତିଙ୍କୁ ନୂଆ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଭୋଗରାଇ ବିଧାନସଭା ଲାଗି ମାନସଙ୍କ ବଦଳରେ ଅଂଶୁମାନଙ୍କୁ ଦଳ ନୂଆ ପ୍ରାର୍ଥୀ କରିଥିବା ନେଇ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

  • Friday, 16 July 2021
baijayanta
ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି

ଭୁବନେଶ୍ୱର : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ପାଇଁ ଦାବି। ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ। ବୈଜୟନ୍ତ ଇମ୍ଫା କଂପାନୀରୁ ଦରମା ଆକାରରେ ୧୨ କୋଟି ନେଇଛନ୍ତି ଏବଂ ତାହା ସେ ନିଜ ସତ୍ୟପାଠରେ ଦର୍ଶାଇ ନାହାନ୍ତି ବୋଲି ଧ୍ରୁବ ଅଭିଯୋଗ କରିଛନ୍ତି। ୨୦୧୪ ନିର୍ବାଚନ ବେଳେ ବୈଜୟନ୍ତ ମିଥ୍ୟା ସତ୍ୟପାଠ ଦାଖଲ […]

  • Friday, 16 July 2021
bb
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ

କଟକ : ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। କଟକର SCBରେ ରବିବାର ରାତି ୯ଟା ୧୫ ରେ ତାଙ୍କର ପରଲୋକ ହୋଇଛି। ବାସୁଦେବଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ତାଙ୍କ ଝିଅ ବିଦିଶା। ସୂଚନା ମୁତାବକ, ବାସୁଦେବ ରଥ ଅନେକ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କର ଏକ ମାତ୍ର କନ୍ୟା ଶଯ୍ୟା ନିକଟରେ […]

  • Friday, 16 July 2021
dharmagara murder
ମଦ୍ୟପର ଉନ୍ମତ୍ତ କାଣ୍ଡ

ଧର୍ମଗଡ଼(ଇଙ୍ଗିତ୍‌ ପଣ୍ଡା) : କଳାହାଣ୍ଡି ଜୟପାଟଣାରେ ମାତାଲର ଉନ୍ମତ୍ତ କାଣ୍ଡ। ନିଶାସକ୍ତ ଅବସ୍ଥାରେ ଥିବା ଜଣେ ବ୍ୟକ୍ତି ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶନିବାର ରାତିରେ ଜୟପାଟଣାର ପଲ୍‌ସ-ପିପଲଗୁଡା ରାସ୍ତାରୁ ଗୋଟିଏ ଗାଁର ୪ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଗୋଟିଏ ବାଇକ୍ ଓ ୨ଟି ସାଇକେଲ ପଡିଥିବା ଦେଖିବାକୁ ମିଳଥିଲା। ୪ ମୃତକ ହେଲେ ସୁଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଏବଂ ଉପି ଶବର। ଏମାନେ ସମସ୍ତେ […]

  • Friday, 16 July 2021
medical
ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ

ରାଇରଙ୍ଗପୁର ( ରାଜେଶ ଶର୍ମା) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ନବଜାତ ଶିଶୁପୁତ୍ରକୁ ଛାଡି ପଳାଇଲେ ବାପା ଓ ମାଆ। ଶନିବାର ଏହି ଘଟଣା ଘଟିଥିବା ବେଳେ ନବଜାତ ଶିଶୁପୁତ୍ରକୁ ହସ୍ପିଟାଲ କର୍ତ୍ତୃପକ୍ଷ ବାରିପଦା ପିଆରଏମ୍‌ ଡାକ୍ତରଖାନାକୁ ହସ୍ତାନ୍ତର କରିଛନ୍ତି। ଗତ ଶନିବାର ଶିଶୁପୁତ୍ର ଜନ୍ମ ନେବା ପରେ  ବାପା ଓ ମାଆ ଡାକ୍ତରଙ୍କୁ ନ ଜଣାଇ କେଉଁ ଆଡ଼େ ପଳାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏ ନେଇ ବାଦାମ ପାହାଡ଼ ପୁଲିସକୁ […]

  • Friday, 16 July 2021
car
କଣ୍ଟାମାଳରେ ଚରମସୀମାରେ ବିଜେଡି ଅସନ୍ତୋଷ

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ବୌଦ୍ଧ ଜିଲ୍ଲା କଣ୍ଟାମାଳରେ ଚରମସୀମାରେ ପହଞ୍ଚିଛି ବିଜେଡି ଅସନ୍ତୋଷ। ଦଳର ବିଧାୟକ ପ୍ରାର୍ଥୀ ମହୀଧର ରଣାଙ୍କ ଗାଡ଼ି ଭଙ୍ଗାରୁଜା। ଘିକୁଣ୍ଡି ପଂଚାୟତର ରତାଖଣ୍ଡିରେ ସେ ପ୍ରଚାର କରୁଥିବା ବେଳେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀ ମହୀଧରଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।  ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଏହି ଘଟଣାରେ ମହୀଧରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

  • Friday, 16 July 2021
dead
ରାସ୍ତାରୁ ୪ ମୃତଦେହ ଉଦ୍ଧାର

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ପଲସ-ପିପଲଗୁଡା ରାସ୍ତାରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ଖବର ପାଇ ଜୟପାଟଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକମାନେ ହେଲେ ସୁନ୍ଦର ନାଏକ, ଲିଙ୍ଗ ନାଏକ, ନକୁଳ ନାଏକ ଓ ଉପି ଶବର। ଏମାନଙ୍କ ଘର ପଲସ ଗାଁ। ପୁଲିସ ଘଟଣାସ୍ଥଳରେ ଗୋଟିଏ ବାଇକ ଓ ୨ ସାଇକେଲ ଜବତ କରିଛି। ସେମାନଙ୍କ ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାରୁ […]

  • Friday, 16 July 2021
police
କମିଶନରେଟ୍ ପୁଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ

କଟକ(ବିଶ୍ୱଜିତ୍‌ ଆଚାର୍ଯ୍ୟ/ ଦେବାଶିଷ ମହାନ୍ତି) : କମିଶନରେଟ୍ ପୁଲିସ୍‌ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ। ପୁରଣା ଓ୍ୱାରେଣ୍ଟିକୁ ଗିରଫ କରି ପୁଣି ଅଡୁଆରେ ପୁରୀଘାଟ ପୁଲିସ୍‌। ପୁଲିସ ବିରୋଧରେ ହାଜତ ମୃତ୍ୟୁ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ତେବେ କଟକ ଡିସିପି ଓ ଚୌଦ୍ୱାର ଜେଲରଙ୍କ ବୟାନ ଭିତରେ କୌଣସି ତାଳମେଳ ରହୁନଥିବା ଘଟଣାକୁ ଭିନ୍ନ ମୋଡ଼ ଦେଉଛି। କଟକ ତଳ ତେଲେଙ୍ଗା ବଜାର ଅଞ୍ଚଳର ଭରତ ମଣ୍ଡଳର ପୁଲିସ୍‌ ମାଡରେ ମୃତ୍ୟୁ ଅଭିଯୋଗ ହୋଇଛି। […]

  • Friday, 16 July 2021
danagadi
ସନ୍ତାନ ପ୍ରସବ ପରେ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଯାଜପୁର ( ଅଭୟ ପତି) : ଯାଜପୁର ଜିଲ୍ଲା ଦାନଗଦିରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ହସ୍ପିଟାଲ ଆଗରେ ପରିବାର ଲୋକଙ୍କ ଧାରଣା। ଡାକ୍ତରଙ୍କ ଅବହେଳା ଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ସମବେଦନା ଜଣାଇବାକୁ ହସ୍ପିଟାଲରେ ପହଞ୍ଚିଥିବା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ ଏବଂ ତାଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିରୋଧ କରିଛନ୍ତି ଲୋକେ। ସକାଳେ ମହିଳା ଜଣକ ପ୍ରସବ କରିଥିଲେ। ଏହା ପରେ ପରେ […]

  • Friday, 16 July 2021
train
ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ

ଅନୁଗୁଳ  (ବିରଜା ଦାଶ) : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗୋତମରା ହାଟସାହି ନିକଟ ନାଲକୋ ଟ୍ରେନ୍‌ ଲାଇନରେ ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ହେଲ ଗୋତମରା ହାଟସାହିର ରାଜେଶ ବିଶ୍ୱାଳ। ରାଜେଶ ଗତକାଲି ରାତିରେ କୌଣସି କାମରେ ଘର ନିକଟସ୍ଥ ଟ୍ରେନ୍‌ ଲାଇନ୍‌  ପାର ହେଉଥିବା ବେଳେ ନାଲକୋ ପ୍ଲାଣ୍ଟରୁ ଆସୁଥିବା ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ନେଇ ଆଜି ମୃତ ରାଜେଶଙ୍କ […]

  • Friday, 16 July 2021
bolero
ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ଦମ୍ପତି ମୃତ, ଡ୍ରାଇଭର ଗୁରୁତର

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍‌ ପଛରେ ବୋଲେରୋ ପିଟି ହୋଇଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ବାଲାଗୁଡ଼ା ଗାଁର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାଦେବୀ। ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

  • Friday, 16 July 2021
heat
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ; ଦିନକୁ ଦିନ ବଢୁଛି ତାତି

ଭୁବନେଶ୍ୱର : ଦିନକୁଦିନ ବଢୁଛି ତାତି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ।  ଟିଟିଲାଗଡ଼ ଓ ମାଲକାନଗିରିରେ ତାପମାତ୍ରା ପୁଣି ଥରେ ୪୧ ଡିଗ୍ରୀରେ ପହଞ୍ଚିଛି।  ଏହା ସହିତ ୫ଟି ସହରର ତାପମାତ୍ରା ଗତକାଲି ୪୦ ଡ଼ିଗ୍ରୀ ଟପିଥିଲା। ୬ ତାରିଖ ଯାଏ ଏପରି ସ୍ଥିତି ଲାଗି ରହିବ ବୋଲି ସୂଚନା ମିଳିଛି। ଏପ୍ରିଲ ୭  ଓ ୮ ତାରିଖରେ ପାଗରେ କିଛିଟା ପରିବର୍ତ୍ତନ ହୋଇପାରେ। ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ […]

  • Friday, 16 July 2021