ଭୁବନେଶ୍ୱର: ଆଜି ରାଜ୍ୟର କିଛି ସ୍ଥାନରେ ଝଡ଼ତୋଫାନ ସହ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୧୦ଟା ୧୫ ପର୍ଯ୍ୟନ୍ତ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର,ସୋନପୁର, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି।
ପୁରୀ: ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା ସେ ନିଜେ ଜାଣିନାହାନ୍ତି। ଏପରିକି ଦିନେ ହେଲେ ରାସନ ସାମଗ୍ରୀ ନେଇନାହାନ୍ତି। ହେଲେ ସରକାରୀ ତାଲିକାରେ କିନ୍ତୁ ସେ ହିତାଧିକାରୀ। ଜାଲିଆତିର ଏହି ଗହନ କଥା ପଦାକୁ […]
ଭୁବନେଶ୍ୱର: ପୋଲଭରମ୍ ପ୍ରକଳ୍ପ ନିର୍ମାଣକୁ ପୁଣି ଅନୁମତି ମିଳିଛି। ୨ ବର୍ଷ ପାଇଁ ନିର୍ମାଣ କରିବାକୁ ଅନୁମତି ଦେଇଛି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ। ଫଳରେ ପୋଲାଭରମ୍ ଲଢ଼େଇରେ ଆଉ ଏକ ଝଟକା ଖାଇଛି ଓଡ଼ିଶା। ଖାଲି ଏତିକି ନୁହେଁ, ପୋଲଭରମ୍ ପ୍ରକଳ୍ପ ହେଲେ ଆନ୍ଧ୍ରପ୍ରଦେଶ କେତେ ଲାଭ ପାଇବ? ତା’ର ହିସାବ ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର। ପୋଲାଭରମ୍ ପ୍ରକଳ୍ପ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଆନ୍ଧ୍ରରେ ୩ ଲକ୍ଷ […]
ଭୁବନେଶ୍ୱର: କାର୍ ଭିତରୁ ୫ବର୍ଷର ଶିଶୁ ଉଦ୍ଧାର। ଅଳ୍ପକେ ବର୍ତ୍ତିଲା ଜୀବନ । ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ଦୀଘା ବିଚ୍ରେ। ସୂଚନା ଅନୁସାରେ ପଶ୍ଚିମବଙ୍ଗ କାମାରଗାଛି ଅଞ୍ଚଳର ସ୍ୱାମୀ ସ୍ତ୍ରୀ ନିଜ ୫ବର୍ଷର ଶିଶୁକୁ ନେଇ ଦୀଘା ବୁଲିବା ପାଇଁ ଆସିଥିଲେ। ତେବେ ବିଚ୍ରେ ଗାଡିକୁ ପାର୍କିଂ କରିବା ସହ ଶିଶୁଟିକୁ ଗାଡ଼ି ଭିତରେ ଲକ୍ କରି ଉଭୟେ ସମୁଦ୍ରକୁ ଗାଧୋଇବା ପାଇଁ ଚାଲିଯାଇଥିଲେ । କିଛି ସମୟ ପରେ ଶିଶୁଟି ଗାଡି ଭିତରେ […]
ଭୁବନେଶ୍ୱର: ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଜେଡି ପୂର୍ବତନ ଏଜି ଅମର ପଟ୍ଟନାୟକ ଓ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିଛି। ଆଉ ଏହି ତିନି ଜଣ କୋଟିପତି ବୋଲି ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଜଣାପଡ଼ିଛି। ସତ୍ୟପାଠରେ ସେମାନଙ୍କ ବ୍ୟକ୍ତିଗତ ଆୟ ସହିତ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅଳଙ୍କାର ଓ ଗାଡ଼ି ମୋଟର ଆଦି ସବୁଥିର ମୂଲ୍ୟ ଉଲ୍ଲେଖ ରହିଛି। ବିଜେପି ପ୍ରାର୍ଥୀ ଅଶ୍ୱିନୀ […]
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍। ମନ୍ତ୍ରୀ ପରିଷଦର ମିଳିଥିବା ଅନୁମୋଦନ ଅନୁଯାୟୀ ବଜେଟ୍ ପରିମାଣ ୧ ଲକ୍ଷ ୩୯ ହଜାର କୋଟି ଛୁଇଁପାରେ । ବଜେଟ୍ରେ ମୁଖ୍ୟତଃ ଫନି ପରବର୍ତ୍ତି ପୁନଉଦ୍ଧାର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ତାହା ସହିତ ନିର୍ବାଚନରେ ନବୀନ ସରକାର ପାଇଁ ଗେମ୍ଚେଞ୍ଜର ହୋଇଥିବା କାଳିଆ, ମଶନ ଶକ୍ତି ପାଇଁ ମଧ୍ୟ ଅଧିକ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି । ତେବେ ରାଜ୍ୟର […]
ଭୁବନେଶ୍ୱର: ରାଜଧାନୀରୁ କାର୍ ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି। ଲୁଟେରାଙ୍କ ସହ ଚୋରା କାର କିଣିବା ଅଭିଯୋଗରେ ୪ ଗିରଫ ହୋଇଛନ୍ତି । ଏମାନଙ୍କଠାରୁ ତିନୋଟି କାର, ସୁନା ହାର, ବାଇକ, ନକଲି ଟଏ ଗନ୍ ଜବତ କରିଛି ଖଣ୍ଡଗିରି ପୋଲିସ । ତାସହ ଲୁଟ କାରରେ ନିଶା କାରବାର ହେଉଥିବା ନେଇ ସୂଚନା ମିଳିଛି । ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କାର ଲୁଟ ଘଟଣାର ଖୋଳତାଡ ବେଳେ ଲୁଟେରାଙ୍କଠାରୁ ଖୋର୍ଦ୍ଧା ଅଞ୍ଚଳରୁ ଅନ୍ୟ ଦୁଇଟି […]
ମାଲକାନ୍ଗିରି: ଡ୍ୟୁଟି ବେଳେ ଟିକ୍ଟକ୍ କରି ଭାଇରାଲ ହୋଇଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୪ ଜଣ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମେଡିକାଲ କତ୍ତୃପକ୍ଷ ସଂପୃକ୍ତ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇ ଦେଇଛନ୍ତି । ସୋସିଆଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ନର୍ସମାନେ ଡ୍ୟୁଟିରେ ଥିଲା ବେଳେ ଟିକ୍ଟକ୍ ଭିଡିଓ କରିଥିଲେ । ଏହି ଚିତ୍ର ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା […]
ଭୁବନେଶ୍ୱର: ସ୍ମାର୍ଟ ହେଉଛି ଯୁଗ, ତା ସହିତ ତାଳ ଦେଇ ସ୍ମାର୍ଟ ହେଉଛି ଶିକ୍ଷା ବ୍ୟବସ୍ଥା। ଏହି କ୍ରମରେ, ସ୍ମାର୍ଟ ଫୋନ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ବିଷୟବସ୍ତୁକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ ଏଣିକି ନବମ ଓ ଦଶମ ଶ୍ରେଣୀର ବହିରେ ବିଭିନ୍ନ ସ୍ଥାନରେ କ୍ୟୁଆର୍ କୋଡ୍ ଛପାଯାଇଛି । ଯାହାକୁ ନିଜ ସ୍ମାର୍ଟ ଫୋନରେ ସ୍କାନ କଲେ ସେହି ବିଷୟବସ୍ତୁ ସମ୍ପର୍କରେ ବିସ୍ତୁତ […]
ବ୍ରହ୍ମପୁର: ବ୍ରହ୍ମପୁରରେ ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଆଜି ରାୟ ଶୁଣାଇଛନ୍ତି ଖଲ୍ଲିକୋଟ ଏଡିଜେ। ଏହି ଘଟଣାର ୫ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡବିଧାନ ହୋଇଛି। ସମସ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଯାଇଛି। ୨୦୧୪ ମେ ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। ଖଲିକୋଟ୍ ନିକଟରେ ସାମ୍ବାଦିକ ତରୁଣଙ୍କୁ ହତ୍ୟା କରାଯାଇଥିଲା । ଖଲ୍ଲିକୋଟ ଏଡିଜେ କୋର୍ଟ ୪୭ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଭିତ୍ତି କରି ଦୀର୍ଘ ୫ ବର୍ଷ ପରେ […]
ଯାଜପୁର: ମହିଳାଙ୍କ ହାତରୁ ମାଡ଼ ଖାଇଛନ୍ତି ରସିକିଆ ରୋଡ ରୋମିଓ। ସକାଳୁ ସକାଳୁ ମର୍ଣିଂ ଓ୍ୱାକ୍ କରୁଥିବା ମହିଳାଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ତାଙ୍କୁ ମହଙ୍ଗା ପଡିଛି। ଉତ୍ୟକ୍ତ ମହିଳା ତାଙ୍କୁ ଚପଲରେ ମାଡ଼ ମାରିଛନ୍ତି। ଅଭିଯୁକ୍ତ ଜଣଙ୍କୁ ପୁଲିସ୍ ବାନ୍ଧି ନେଇଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ନୂଆ ମାର୍କେଟରେ ଯୁବକ ଜଣଙ୍କ ଭଡ଼ାରେ ରହୁଥିଲେ। ପ୍ରାୟ ୭-୮ ମାସ ଧରି ଯୁବକ ଜଣକ ରାସ୍ତାର ଯାଉଥିବା ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ […]
ଭୁବନେଶ୍ୱର: କେମତି ଅଛି ନଗଡ଼ା? ତିନି ବର୍ଷ ପରେ ଅପପୁଷ୍ଟି ଓ ଅପହଞ୍ଚ ଇଲାକା ଭାବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନଗଡ଼ାର ବିକାଶର ଛିଟା କିଭଳି ଲାଗିଛି? ଦିନେ ଶିଶୁଙ୍କୁ ଖାଦ୍ୟଭାବ ଓ ଅଞ୍ଚଳକୁ ସରକାରୀ ଯୋଜନା ଅପହଞ୍ଚ ଥିବା କାରଣକୁ ନେଇ ଶାସନ କଳ ପାଇଁ ଦୁର୍ନାମ ଆଣିଥିଲା ନଗଡ଼ା। ଆବଡ଼ା ଖାବଡ଼ା ରାସ୍ତା, ଭଙ୍ଗା ନଳକୂଅ ଆଉ ଅଧା ପନ୍ତରିଆ ବିଜୁଳି ଭିତ୍ତିଭୂମି ପାଇଁ ଦିନେ ଅପହଞ୍ଚ ଇଲାକା ଭାବେ ଆବିଷ୍କୃତ […]
ଭୁବନେଶ୍ୱର: ଫୋନି ମାଡ଼ରେ ଘାଇଲା ପୁରୀ । ଜିଲ୍ଲାରେ ବଢୁଛି ଡାଇରିଆ ଭୟ । ଭଲ ପିଇବା ପାଣି ଅଭାବରୁ ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ ଛାଡାବାନ୍ତିରେ ପଡିଛନ୍ତି । ବିଜୁଳି ସଂଯୋଗ ହୋଇ ନ ଥିବାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇନାହିଁ। ଫଳରେ ଲୋକେ କୁଅ ଓ ନଳକୂଅ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରୋଗୀଙ୍କ ଚିକିତ୍ସା ଲାଗି ସରକାରୀ ହସପିଟାଲରେ ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ ବଢୁଛି […]
ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନ୍ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପଛର ରହସ୍ୟକୁ ନେଇ ଚାଲିଛି ଘଣ୍ଟାଚକଟା । ଏନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ରାଜ୍ୟର ବିକାଶ ନେଇ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ, ଗୁପ୍ତ ନୁହେଁ ଖୋଲା ବୁଝାମଣା ହୋଇଛି। ତେଣେ ଏ ପ୍ରସଙ୍ଗରେ କିନ୍ତୁ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ। ଜଣେ ଅଣଓଡ଼ଆଙ୍କୁ ରାଜ୍ୟସଭା ପଠାଯିବା ଦୁର୍ଭାଗ୍ୟଜନକ ବୋଲି ଦଳ କହିଥିବାବେଳେ ଜବାବ ରଖିଛି ବିଜେଡି। […]
ଭୁବେନଶ୍ୱର: ଲୋଭନୀୟ ଓ ବିଭ୍ରାନ୍ତିକର ବିଜ୍ଞାପନ ଦେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଠକୁଥିବା କୋଚିଂ ସେଣ୍ଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆକର୍ଷଣୀୟ ନାଁ ଓ ମିଥ୍ୟା ସଫଳତାର ପ୍ରଚାର କରି କିଛି କୋଚିଂ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ଚୁନା ଲଗାଉଥିବା ଅଭିଯୋଗ ଆସିବା ପରେ ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ଖାସ୍ କରି ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ପାଇଥିବା ପିଲାଙ୍କୁ ଏକାଧିକ କୋଚିଂ ସେଣ୍ଟର ନିଜ ଅନୁଷ୍ଠାନର ଦାବି କରିବା […]
ଭୁବନେଶ୍ୱର: ଗୁଣି ଗାରେଡ଼ି ବିରୋଧରେ ଯେତେ ସଚେତନ କରାଯାଉ କିମ୍ବା ତାନ୍ତ୍ରିକ ବିରୋଧରେ ଦଣ୍ଡବିଧାନ ହେଉ, ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଖେଳ ଆଜି ବି ଦେଖିବାକୁ ମିଳୁଛି । ଝଡ଼ାଫୁଙ୍କା ବାହାନାରେ ମୃତ୍ୟୁକୁ ଜିତିବାର ଅପଚେଷ୍ଟା କରାଯାଉଛି । ମଲା ମଣିଷକୁ ବଂଚାଇବାକୁ ଗୁଣିଆ କରୁଛି ବୃଥା ପ୍ରୟାସ । ବରଗଡ଼ ଜିଲ୍ଲା ପଦ୍ମପୁର ମେଡିକାଲ୍ ପରିସରରେ ପୁଣି ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ମେଡ଼ିକାଲର ଶବ ବ୍ୟବଛେଦ ଘର ସାମ୍ନାରେ ମୃତଦେହ। ଘେରିରହିଛନ୍ତି ଶୋକସନ୍ତପ୍ତ ଆତ୍ମୀୟ […]
ଭୁବନେଶ୍ୱର : ଶ୍ରାବଣ ସୋମବାର ପାଇଁ ଚଳଚଞ୍ଚଳ ନଦୀପଠା। ପ୍ରମୁଖ ଶୈବପୀଠରେ ବି ଲାଗିଲାଣି କାଉଡ଼ିଆଙ୍କ ଗହଳିଚହଳି। କାଲି ବଡ଼ି ଭୋର୍ରୁ ଦେବଦେବ ମହାଦେବଙ୍କୁ ଜଳଲାଗି କରି ନିଜ ମନସ୍କାମନା ପୂରଣ ପାଇଁ ଅାଶୀର୍ବାଦ ମାଗିବେ । ଅନ୍ୟପକ୍ଷରେ ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରର ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା ଚୂଡ଼ାନ୍ତ କରିସାରିଲେଣି ମନ୍ଦିର ପ୍ରଶାସନ। କଟକ ମହାନଦୀ ପଠାରେ ଅାଧ୍ୟାତ୍ମିକ ପରିବେଶ। ବୋଲ୍ ବମ୍ ହରହର ବମ୍ ଧ୍ୱନିରେ ପ୍ରକମ୍ପିତ ଗଡ଼ଗଡ଼ିଆ ଘାଟ। […]
ଭୁବନେଶ୍ୱର: ଝୁଲି ରହିଲା ବିରୋଧୀ ଦଳ ନେତା ଚୟନ ନିଷ୍ପତ୍ତି। ବିରୋଧୀ ଦଳ ନେତା କିଏ ହେବେ, ସେ ନିଷ୍ପତ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡ଼ି ଦେଇଛନ୍ତି ବିଧାୟକ। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ନେତା ଚୟନ ପାଇଁ ବୈଠକ ବସିଥିଲେ ବି ଏଥିରେ ଜଣଙ୍କ ନାଁକୁ ନେଇ ସହମତି ହୋଇପାରି ନାହିଁ। ଜୟନାରୟଣ ମିଶ୍ର, ପ୍ରଦୀପ୍ତ ନାଏକ ଓ ମୋହନ ମାଝୀଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ହୋଇଥିଲେ ବି […]
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ତାପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବିଜେଡି ବିଧାୟକ ଦଳ ବୈଠକ। ବିଧାନସଭାରେ ଦଳୀୟ ରଣନୀତି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ଯେ, ଗୃହରେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ । କେନ୍ଦ୍ର ସରକାରଙ୍କଠାରୁ ସମସ୍ତ ପ୍ରକାରର ସହଯୋଗ ଆଶା କରୁଛୁ । ତାସହ ନିର୍ବାଚନ ବେଳେ ଦିଆଯାଇଥିବା […]
ଭୁବନେଶ୍ୱର: ଭୁବନେଶ୍ୱରରେ ଉଦ୍ଘାଟିତ ହୋଇଛି ଖଣିଜ ପଦାର୍ଥ ସଂଗ୍ରହାଳୟ । SGAT ପକ୍ଷରୁ ସ୍ଥାପନ କରାଯାଇଥିବା ଏହି ସଂଗ୍ରହାଳୟକୁ ଉଦ୍ଘାଟନ କରିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ। ଖଣିଜ ପଦାର୍ଥକୁ ନେଇ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କୁ ଏହି ସଂଗ୍ରହାଳୟ ବେଶ ସହାୟକ ହେବ। ରାଜ୍ୟ ଏବଂ ବାହାରେ ମିଳୁଥିବା ବିଭିନ୍ନ ଖଣିଜ ପଦାର୍ଥ ଏହି ସଂଗ୍ରହାଳୟରେ ରଖାଯାଇଛି।
ଭଦ୍ରକ: ଗତବର୍ଷ ଭଦ୍ରକ ରାହାଞ୍ଜରେ ସ୍କୁଲ ପିଲାଙ୍କ ଉପରେ ଟ୍ରକ୍ ମାଡ଼ିଯିବା ଘଟଣାରେ ଆହତ ଛାତ୍ରୀ ଶୀତଲ ସାହୁଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥରେ ଘଟିଥିବା ଏହି ଦୁର୍ଘଟଣାରେ ୫ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶୀତଲଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଥିଲେ । ବହୁ ଚିକିତ୍ସା ସତ୍ତ୍ୱେ ସୁସ୍ଥ ହେବା ପରିବର୍ତ୍ତେ ଶୀତଲଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ସରକାରୀ ପ୍ରତିଶ୍ରୁତି ସତ୍ତ୍ୱେ ଏହି ବ୍ୟୟବହୁଳ ଚିକିତ୍ସା ପାଇଁ […]
ଭୁବନେଶ୍ୱର: ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ ଓ ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ମୋଦି ଓ ଶାହାଙ୍କ ସହ ନବୀନଙ୍କୁ ସେ ସାକ୍ଷାତ କରାଉଥିଲେ। ତାଛଡ଼ା ବିଜେଡି ସହ ତାଙ୍କର ସମ୍ପର୍କ ଏବେ ବି ଥିବା ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖି ଦାମ କହିଛନ୍ତି, ଯେଉଁ ଦଳ ତାଙ୍କୁ […]
ଗଂଜାମ : ଗଂଜାମ ଜିଲ୍ଲା ଅାସିକା ଢଉଗାଁ ଛକରେ ଦୁର୍ଘଟଣା। ଏକ ଟାଟା ଏସି ଗାଡ଼ି ଓଲଟି ପଡିବା ଫଳରେ ୧୫ରୁ ଅଧିକ କାଉଡିଅା ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଅାହତଙ୍କୁ ଅାସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୫ ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି କାଉଡିଅା ମାନେ ପାଣି ଉଠାଇବା ପାଇଁ ଧରାକୋଟରୁ ଅାସିକା ଋଷିକୂଲ୍ୟା ନଦୀକୁ ଯାଉଥିଲେ। ତେବେ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ […]
କଟକ: ସରିଛି ନିର୍ବାଚନ। ଏଥିରେ ଖର୍ଚ୍ଚ ହୋଇଛି ବିପୁଳ ପରିମାଣର ଟଙ୍କା। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ଜବତ ହୋଇଛି ହଜାର ହଜାର କୋଟି ଟଙ୍କା। ତେବେ ଏତେ ଗୁଡ଼ାଏ ଟଙ୍କା କିପରି ଓ କେଉଁଠୁ ଆସିଲା, ସେ ସବୁକୁ ଏବେ ତଦନ୍ତ ପରିସରକୁ ଆଣିଛି ଏସ୍ଆଇଟି। କଳାଧନ ସମ୍ପର୍କରେ ମଙ୍ଗଳବାର କଟକରେ ବସିଥିବା ଏସ୍ଆଇଟି ବୈଠକରେ ଏଭଳି ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ଏହାର ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ। ଏସ୍ଆଇଟି ବୈଠକରେ ଉପସ୍ଥାପିତ ହୋଇଥିବା […]
ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ତାସହ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା। ତେବେ ୩ଟି ରାଜ୍ୟସଭା ପଦ ପାଇଁ ପୃଥକ୍ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଖ୍ୟା ଦୃଷ୍ଟିରୁ ୩ଟି ଯାକ ସିଟ୍ ବିଜେଡି ଖାତାକୁ ଯିବ। ତେବେ ନବୀନ କାହାକୁ ରାଜ୍ୟସଭାକୁ ପଠାଇବେ ସେ କାର୍ଡ ଏଯାଏଁ ଖୋଲି ନାହାନ୍ତି। ହେଲେ ନିର୍ବାଚନରେ ଦଳକୁ ସଫଳତା ଆଣିବାରେ ଯେଉଁମାନଙ୍କର ପ୍ରମୁଖ ଅବଦାନ ଅଛି ସେମାନଙ୍କୁ ମିଳିପାରେ ରାଜ୍ୟସଭା […]