ପାରାଦୀପ: ପାରାଦୀପ ଷଣ୍ଢକୁଦରେ କରୋନା ଯୋଦ୍ଧାକୁ ପ୍ରବାସୀ ଆନ୍ଧ୍ର ଫେରନ୍ତାଙ୍କ ଆକ୍ରମଣ ଘଟଣାରେ ପ୍ରଶାସନର ତତ୍ପରତା ଦେଖାଇଛି । ଏହାପରେ ଆନ୍ଧ୍ରରୁ ପାରାଦୀପ ଆସିଥିବା ୫୧ ପ୍ରବାସୀଙ୍କୁ ଷଣ୍ଢକୁଦ ବସ୍ତିରୁ ଠାବ କରାଯାଇ ଟିଏମ୍ସିକୁ ପଠାଯାଇଛି। ପାରାଦୀପ ପୌର ପ୍ରଶାସନ ଏବଂ ଜଟାଧାରା ମୁହାଁଣ ସାମୁଦ୍ରିକ ଥାନା ପୋଲିସ ସହାୟତାରେ ପ୍ରବାସ ଫେରନ୍ତାଙ୍କୁ କ୍ୱାରେଣ୍ଟିନ୍ ପଠାଯାଇଛି। ପ୍ରବାସୀ ଆନ୍ଧ୍ର ଫେରନ୍ତା ସ୍ଥାନୀୟ ଆଶାକର୍ମୀ ସାବିତ୍ରୀ ସ୍ୱାଇଁଙ୍କୁ ଗାଳିଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ମୃତ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଓଡ଼ିଶାରେ ପହଞ୍ଚିବ। ସକାଳେ କୁର୍ଣ୍ଣୁଲ୍ରୁ ଆମ୍ବୁଲାନ୍ସ ଯୋଗେ ମୃତଦେହ ବାହାରି ସାରିଛି। ସନ୍ଧ୍ୟା ସୁଦ୍ଧା ରମ୍ଭା ଅଞ୍ଚଳରେ ୩ ଶ୍ରମିକଙ୍କ ମୃତଦେହ ପହଞ୍ଚିବ। ଗତ ଶନିବାର କୁର୍ଣ୍ଣୁଲ୍ ପଥର ଖାଦାନରେ ବିସ୍ଫୋରଣ ଘଟି ୧୫ଜଣଙ୍କ ମୃତ୍ୟୁ ହୋଇଥିଲା। ଏଥିରୁ ୩ ଜଣ ଓଡ଼ିଆ ଶ୍ରମିକ ଥିଲେ। ସେମାନେ ହେଲେ ଭୀମ ନାହାକ, ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକ। ମୃତକ ତିନ […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ପେରୁପାଙ୍ଗୁ ଗାଁର ମିତା ଶବର ନାମକ ଜଣେ ଯୁବତୀଙ୍କ ଡାହାଣ ହାତ ଅସ୍ୱାଭାବିକ ଭାବେ ବଢ଼ିବାରେ ଲାଗିଛି। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଛି। ଗତକାଲି ଜିଲ୍ଲା ପ୍ରଶାସନ ପକ୍ଷରୁ ମିତାଙ୍କୁ ରାୟଗଡ଼ା ଆଣି ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଏହାପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ତାଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ବହନ କରାଯିବ […]
ଭୁବନେଶ୍ୱର: ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ଗତ କାଲି ରାତିରେ ରାଜଧାନୀର ସହିଦ ନଗର ଅଞ୍ଚଳରେ ଘଟିଛି। ଗିରଫ କନଷ୍ଟେବଳ ଜଣଙ୍କ ଓଡିଶା ଆର୍ମଡ ପୋଲିସରେ କାର୍ଯ୍ୟରତ ଅଛନ୍ତି। ଖବର ଅନୁଯାୟୀ, ମହିଳା ଜଣଙ୍କ ଗତ କାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଏକୁଟିଆ ଚାଲିଚାଲି ସହିଦ ନଗର ଥାନାକୁ ଏତଲା ଦେବା ପାଇଁ ଯାଉଥିଲେ। […]
ପୁରୀ: ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା କିପରି ସମାଜିକ ଦୂରତାକୁ ରକ୍ଷା କରି କରାଯିବ , ସେନେଇ ନୀଳାଦ୍ରି ଭକ୍ତ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସେଥିରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଉପସ୍ଥିତିରେ ପରିଚାଳନା କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଓ ଛତିଶା ନିଯୋଗ କତ୍ତୃପକ୍ଷ ଉପସ୍ଥିତିରେ ହୋଇଥିବା ବୈଠକରେ ସ୍ନାନଯାତ୍ରା ଉପରେ ଆଲୋଚନା ହୋଇଥିଲା। ତା’ ସହିତ ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ନେଇ ସ୍ଥିତି ପରଖିଥିଲେ, […]
ଭୁବନେଶ୍ୱର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ରାଜ୍ୟର ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ପାଇଁ ମନ୍ଦିରରେ ସାଜସଜ୍ଜା ସହ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ପୁରୀ […]
ସୁନ୍ଦରଗଡ଼ : ବନ କର୍ମଚାରୀଙ୍କ ଅାଗରେ ହାତୀ ଅାକ୍ରମଣରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ୨ କୁନି ପୁଅର ଏ କ୍ଷୋଭ ଅମୂଳକ ନୁହେଁ। ସୋଶାଲ୍ ମିଡିଅାରେ ଭାଇରାଲ୍ ହୋଇଥିବା ଭିଡିଓ ବଖାଣୁଛି ଅାତ୍ମୀୟଙ୍କୁ ହରାଇଥିବା ପରିବାରର ଦୁର୍ଦ୍ଦଶାର କାହାଣୀ। କେତେବେଳେ ହାତୀ ପଛରେ ମଣିଷ ତ କେତେବେଳେ ମଣିଷ ପଛରେ ହାତୀ ଦିନକୁ ଦିନ ତୀବ୍ର ହେଉଛି। ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରିକେଲା ରେଞ୍ଜର ଉଧପଡ଼ା ଗାଁରେ ଉତ୍ପାତ କରୁଛି ହାତୀ। ଗାଁ ଲୋକେ ବି ହାତୀ […]
ସୁନ୍ଦରଗଡ଼ : ଫେଲ୍ ମାରିଲା ମହାପ୍ରୟାଣ ଯୋଜନା। ଟ୍ରଲିରେ ବୁହାହେଲା ମୃତଦେହ। ସୁନ୍ଦରଗଡ଼ ସହରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ। ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୁହୁରାଢିପାରର ଟିକେଶ୍ୱର ରୋହିଦାସଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ମହାପ୍ରୟାଣ ଗାଡି ହସ୍ପିଟାଲରେ ଥିଲେ ମଧ୍ୟ ଡ୍ରାଇଭର ନେବାକୁ ରାଜି ହୋଇନଥିଲା। ଫଳରେ ଶବ ଟ୍ରଲିରେ ବୁହା ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ସିଡିଏମ୍ଓ କହିଛନ୍ତି, କିପରି ଏହି ଅଭାବନୀୟ ଘଟଣା ଘଟିଲା, ତାର […]
କେନ୍ଦ୍ରାପଡ଼ା : ପ୍ରେମକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ କଦଳୀବଣ ଗାଁର ଅଙ୍ଗନଓ୍ୱାଡ଼ି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସଂଯୁକ୍ତା ବେହେରା। ବାଉଁଶ ବୁଦାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମ ସଂପର୍କକୁ ନେଇ ସଂଯୁକ୍ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ଭଉଣୀ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି। ଶବ ଜବତ କରି ବ୍ୟବଚ୍ଛେଦ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଅାନନ୍ଦପୁର ଅଞ୍ଚଳରେ ଅଭାବନୀୟ ଘଟଣା। ନିଆଁରେ ପୋଡ଼ିହୋଇ ଜଣେ ନାବାଳିକା ଗୁରୁତର ଅାହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘସିପୁରା ଥାନା ଅନ୍ତର୍ଗତ ଗୋହିରା ଗାଁରେ ରୋଷେଇ କରୁଥିବା ବେଳେ ନାବାଳିକା ଜଣକ ଚୁଲି ନିଆଁରେ ପୋଡ଼ି ହୋଇ ଗୁରୁତର ଅାହତ ହୋଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ଅାନନ୍ଦପୁର ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଝିଅକୁ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଢେଙ୍କାନାଳ: ପୋକରା ପିଡିଏସ୍ ଚାଉଳକୁ ନେଇ ଦେଖାଦେଇଛି ଉତ୍ତେଜନା। ଢେଙ୍କାନାଳ ମ୍ୟୁନ୍ସିପାଲଟିର ୧ ନମ୍ବର ଓ୍ୱାର୍ଡରେ ପୋକରା ପିଡିଏସ୍ ଚାଉଳ ଦିଆଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଯେଉଁ ଚାଉଳ ଦିଆଯାଇଛି, ସେଥିରୁ ପୋକ ବାହାରୁଛି। ଏଥିସହ ରୋଷେଇ କରିବା ବେଳେ ପ୍ରବଳ ଗନ୍ଧ ହେଉଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପର୍ବତିଆ, ଜୁଆଙ୍ଗ, ନୂଆସାହିର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଚାଉଳ ଫେରାଇ ନେବାକୁ ସେମାନେ ମଧ୍ୟ ଦାବି କରିଛନ୍ତି। ଏହା ଉପରେ […]
ସୋର: ଅସହାୟ ବୃଦ୍ଧଙ୍କର ତିନି ପୁଅ ଓ ତିନି ଝିଅ ଅଛନ୍ତି। ହେଲେ ସେ କିନ୍ତୁ ନିଶ୍ୱ। ବୃଦ୍ଧ ଜଣଙ୍କ ପୁଅ ବୋହୂ ଓ ନାତି ନାତୁଣୀଙ୍କ ଗହଣରେ ରହିବା ବଦଳରେ ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଛନ୍ତି। ଏହି ବୃଦ୍ଧଙ୍କ ନାଁ ହେଉଛି ବାଞ୍ଛାନିଧି ବେହେରା। ବାଲେଶ୍ୱର ବାହାନଗା ବ୍ଲକ୍ କୁରୁଡ଼ା ଗାଁରେ ତାଙ୍କ ଘର। ଏ ଜରାଜୀର୍ଣ୍ଣ ଅବସ୍ଥାରେ ତାଙ୍କ ସେବା ସୁଶ୍ରୁଷା ତ ଦୂରର କଥା ତାଙ୍କୁ ରହିବାକୁ ଆଶ୍ରୟସ୍ଥଳ ଟିଏ ବି […]
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରୁ ୧୫ ମଧ୍ୟରେ ଭୁବନେଶ୍ୱରରେ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍। ଏଥିରେ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗସ୍ତ କରିବେ। ସେହି ଦିନ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇରେ ଏକ ରୋଡ୍ ସୋ’ର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରେ ପୁଞ୍ଜିନିବେଶକାରୀଙ୍କ ସହିତ ଆଲୋଚନା ହେବାନେଇ ସ୍ଥିର କରାଯାଇଛି। ଏ ନେଇ ସମସ୍ତ ବିଭାଗ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସମୀକ୍ଷା ବୈଠକ କରିଛନ୍ତି। ଓଡ଼ିଶାରେ […]
ଭଦ୍ରକ: ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ। ଉଦ୍ଧାର କଲା ଅଗ୍ନିଶମ ବିଭାଗ। ଭଦ୍ରକ ଜିଲ୍ଲା ନାୟକାଣିଡିହି କାଳୀଦାସପୁର ଗାଁରେ ଥିବା ଏକ ପାଣି ଟାଙ୍କି ଶିଡ଼ି ଦେଇ ଜଣେ ବ୍ୟକ୍ତି ଉପରକୁ ଉଠିଯାଇଥିଲେ। ଗାଁଲୋକେ ଦେଖି ଅଗ୍ନିଶମ ବିଭାଗ, ପୋଲିସକୁ ଖବର ଦେବାପରେ ସେମାନେ ଘଟଣାସ୍ଥଳରେ ପହଂଚି ବ୍ୟକ୍ତି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ୪୫ ବର୍ଷୀୟ ଏହି ବ୍ୟକ୍ତିଙ୍କ ଘର ସୋର ଥାନା ଅଂଚଳରେ। ତାଙ୍କ ନାଁ ଶିବ […]
ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ଚାଲିଥିବା ଜାଇକା ପ୍ରକଳ୍ପ କାମ ୨୦୧୯ ସୁଦ୍ଧା ସରିବ ବୋଲି ସୂଚନା ଦେଇଛନ୍ତି ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ ବସନ୍ତ ପରିଡ଼ା। କଟକରେ ସ୍ୱେରେଜ୍ ପାଇପ୍ଲାଇନ ବିଛାଇବା କାମ ୭୫ ପ୍ରତିଶତ ଓ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ୯୫ ପ୍ରତିଶତ ଶେଷ ହୋଇଛି। ସେହିପରି ଭୁବନେଶ୍ୱରରେ ସ୍ୱେରେଜ୍ ଲାଇନ କାମ ୭୦ ପ୍ରତିଶତ ଓ ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ୫୮ ପ୍ରତିଶତ ଶେଷ ହୋଇଛି। କଟକ ସିଡିଏରେ ନିର୍ମାଣାଧୀନ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଅକ୍ଟୋବର ଏବଂ ମତଗଜପୁର […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ପଥର ଖାଦାନ ବିସ୍ଫୋରଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩ରେ ପହଞ୍ଚିଛି। ଆଗରୁ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ବନ୍ଧତଳ ନୂଆଗାଁର ଦୁର୍ଯ୍ୟୋଧନ ନାହାକ ଓ ମନୋରଞ୍ଜନ ନାହାକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଭୀମ ନାହାକଙ୍କ ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର ହୋଇଛି। ୫୬ ବର୍ଷୀୟ ଭୀମ ନାହାକଙ୍କ ଘର ଗଞ୍ଜାମ ଜିଲ୍ଲାର ଜେ. ରାଧାଗୋବିନ୍ଦପୁରରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ବିସ୍ଫୋରଣରେ ଗୁରୁତର ହୋଇ […]
ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା। ଟ୍ରକ୍ଟି ଓଲଟି ପଡିବା ପରେ ଟ୍ରକ୍ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ […]
ଭୁବନେଶ୍ୱର : ଅଗଷ୍ଟ ୧୫ରୁ ରାଜ୍ୟରେ ଅାରମ୍ଭ ହେବ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ୩ କୋଟି ୫୦ ଲକ୍ଷ ଲୋକ ଅର୍ଥାତ ୭୦ ଲକ୍ଷ ପରିବାର ପାଇଁ ସରକାର ଦେବେ ସ୍ୱାସ୍ଥ୍ୟ ସହାୟତା। ଖର୍ଚ୍ଚ ହେବ ପାଖାପାଖି ୫୦୦ କୋଟି। କିନ୍ତୁ ବଜେଟରେ ଏଥିପାଇଁ ବ୍ୟବସ୍ଥା ହୋଇନି। କେଉଁଠୁ ଟଙ୍କା ଅାସିବ ତାହା ବି କହିନାହାଁନ୍ତି ସରକାର। ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଅକ୍ଟୋବର ୨ରୁ ହେବ ଲାଗୁ। ୨୫ ଲକ୍ଷ ଲୋକଙ୍କୁ ଟଙ୍କାକରେ […]
ଭୁବନେଶ୍ୱର: ଓଡ଼ିଶାକୁ ମୁହାଁଇଛନ୍ତି ଆସାମ ଶରଣାର୍ଥୀ। ସେ ଦୃଷ୍ଟିରୁ ଆମ ସାମୁଦ୍ରିକ ଥାନା ଗୁଡ଼ିକ ସତର୍କ ରହିବା କଥା। ହେଲେ ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସାମୁଦ୍ରିକ ଥାନାର ଦୃଶ୍ୟ ଥିଲା ଅଲଗା। ଥାନା ପରିସର ଖାଁ ଖାଁ ଲାଗୁଥିଲା। ଆଉ ଉପକୂଳ ସୁରକ୍ଷାର ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଛାଡ଼ନ୍ତୁ ଖଣ୍ଡେ ଖଣ୍ଡେ ଲାଠିରେ ଚାଲିଛି ଏଠିକାର ତଟସୁରକ୍ଷା। ସବୁଠାରୁ ଉଦ୍ବେଗର କଥା ହେଉଛି ଏଠି ୭୭ ଜଣଙ୍କ ସ୍ଥାନରେ ଥାନାରେ ଅଛନ୍ତି ମାତ୍ର ୯ ଜଣ କର୍ମଚାରୀ। […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା। ଅନ୍ୟଜଣେ ଗୁରୁତର ଅାହତ ହୋଇଛନ୍ତି। ଅାକ୍ରମଣରେ ଗୁରୁତର ଅାହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇରେ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ହୋଇ ୭ ଜଣ ଏହି ଅାକ୍ରମଣ କରିଥିବା ସୂଚନା ମିଳିଛି।
ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାଡ ମାରିବା ପରେ ଅଜିତ୍ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ […]
ବାଲୁଗାଁ: ପୁଣିଥରେ ଚେନ୍ ପୁଲିଂ କରି ଧରାପଡିଲେ ଅମାନିଆ। ପ୍ରବାସ ଫେରନ୍ତା ଓଡିଆ ଚେନ୍ନାଇରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଶ୍ରମିକ ସ୍ପେସାଲ ଟ୍ରେନରେ ଚେନ ଟାଣି ଓହ୍ଲାଇପଡିଥିଲେ। ପ୍ରବାସୀ ଓଡିଆ ବାଲୁଗାଁ ନିକଟ ଧୁଆଁଳ ଗେଟ ନିକଟରେ ୪୪ ଜଣ ଚେନ ଟାଣି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକ ରଖି ଗାଡି ଯୋଗେ ପଠାଇବାର ବ୍ୟବସ୍ଥା କରିଥଲା। ସେମାନଙ୍କ ମଧ୍ୟରୁ ୩୧ ଜଣ ଗଞ୍ଜାମ ଜିଲ୍ଲାର ଥିବାବେଳେ ବାଣପୁରର ୧୦ ଜଣ, ବାଲୁଗାଁର […]
ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ଅାଲୋଚନା ହୋଇଛି। କୋର୍ଟ ୧୨ଟି ପ୍ରସ୍ତାବ ଦେଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ତୁରନ୍ତ ଲାଗୁ କରାଯାଇ ପାରିବ ସେନେଇ ଅାଲୋଚନା କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଅାଯାଇଛି। ସୁପ୍ରିମ୍କୋର୍ଟଙ୍କ ୪ଟି ନିର୍ଦ୍ଦେଶାବଳୀ ଉପରେ ଅାଲୋଚନା କରିଛି ପ୍ରଶାସନ। ତେବେ ବଂଶଗତ ସେବା ଉଚ୍ଛେଦ ପ୍ରସ୍ତାବ ପ୍ରସଙ୍ଗରେ ଏହି ବୈଠକରେ ଅାଲୋଚନା ହୋଇନାହିଁ। […]
କଟକ : କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହି ମ୍ୟୁଜିୟମ ଖୋଲିଛି। ଏହା ଅାଇଟିଅାଇ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଦାୟକ ହେବ ଓ ଦକ୍ଷତା ପ୍ରଦର୍ଶନ ପାଇଁ ସୁଯୋଗ ସୃଷ୍ଟି କରିବ। ଏହା ଦେଶର ସର୍ବପ୍ରଥମ ସ୍କିଲ୍ ମ୍ୟୁଜିୟମ କୁହାଯାଉଛି। ମୁଖ୍ୟମନ୍ତ୍ରୀ ଅାଜି ଅାଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ନୂତନ ମାମୋଗ୍ରାଫି ମେସିନ ଉଦ୍ଘାଟନ କରିଛନ୍ତି। ଏହି ମେସିନ ଦ୍ୱାରା ସ୍ତନ କର୍କଟ ରୋଗ […]
ବଲାଙ୍ଗିର : ବଲାଙ୍ଗିର ଅମିନ-ଆର୍ଆଇ ଦୁର୍ନୀତି ମାମଲାରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ। କୋର୍ଟରେ ମାମଲାର ଚୂଡାନ୍ତ ଚାର୍ଜସିଟ୍ ଦାଖଲ ହୋଇଛି। ପୂର୍ବ ଜିଲ୍ଲାପାଳ ଦେବରାଜ ମିଶ୍ରଙ୍କ ସହ ୪୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ୩ ଓଏଏସ୍ ଅଧିକାରୀ ଏବଂ ପୂର୍ବତନ DWOଙ୍କ ନାଁ ମଧ୍ୟ ଏହି ଚାର୍ଜସିଟ୍ରେ ରହିଛି। ୪୫ ଜଣଙ୍କ ମଧ୍ୟରୁ ୪୧ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି। ବଲାଙ୍ଗିର ପୂର୍ବତନ ଜିଲ୍ଲାପାଳ ଦେବରାଜଙ୍କ ସହ ଅନ୍ୟ […]