ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ବସୁଛି ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ। ୧୧ଟି କାର୍ଯ୍ୟଦିବସ ବିଶିଷ୍ଟ ଏହି ଅଧିବେଶନ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ୮, ୯, ୧୩, ୧୪, ୧୫ ଏବଂ ୧୬ ତାରିଖରେ କୌଣସି କାର୍ଯ୍ୟଦିବସ ନାହିଁ। ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ୍। ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ୨୦୧୮-୧୯ ପାଇଁ ଏହି ଅତିରିକ୍ତ ବଜେଟ ଉପସ୍ଥାପନ କରିବେ। ସେହିପରି ସେପ୍ଟେମ୍ବର ୧୭ରେ ଆଗତ ହେବ ବ୍ୟୟମଞ୍ଜୁରୀ ବିଲ୍। ପଞ୍ଚଦଶ […]
କୋରାପୁଟ: ଡାକ୍ତର ବଦଳି ପ୍ରସଙ୍ଗକୁ ନେଇ ଜୋରଧରିଛି କୋରାପୁଟ ଜିଲ୍ଲା ରାଜନୀତି। କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆରମ୍ଭ ହେବା ପରେ ଜୟପୁର ଉପଖଣ୍ଡ ଚିକିତ୍ସାଳୟକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ମିଳିଥିଲା। କୋରାପୁଟରୁ ୧୪ ଜଣ ବିଶେଷଜ୍ଞଙ୍କ ସହ କିଛି ପାରାମେଡିକାଲ ଷ୍ଟାଫଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଯାଇଥିଲା। ଆଉ ଏହି ଘଟଣାକୁ କେନ୍ଦ୍ରକରି ଲାଗିରହିଛି ବିବାଦ। ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଡାକ୍ତର ନିଯୁକ୍ତି କରାଯାଉ, ନହେଲେ ଜୟପୁର ମେଡିକାଲକୁ ପଠାଯାଇଥିବା ଡାକ୍ତରଙ୍କ […]
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ନବବଧୂଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣାରେ ପୁଲିସ ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛି। ଗିରଫ ବାପ ପୁଅ ହେଲେ ହେଲେ ମୁକ୍ତିକାନ୍ତ ଦାସ ଓ ବାଞ୍ଛାନିଧି ଦାସ। ଘଟଣା ନେଇ ପୀଡ଼ିତାଙ୍କ ପରିବାର ତରଫରୁ ମାମଲା ରୁଜୁ ପରେ ଉଭୟେ ସ୍ଥଳପଥ ଦେଇ ବାଂଲାଦେଶ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ତେବେ କୌଣସି ସୁତ୍ରରୁ ଖବର ପାଇ ଶେରଗଡ଼ ଛକରୁ ପୋଲିସ ଉଭୟଙ୍କୁ ଗିରଫ କରିଥିଲା। ଅଭିଯୋଗ ଅନୁସାରେ, […]
କଳାହାଣ୍ଡି: ଲଗାଣ ବର୍ଷା ଯୋଗୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ, ଗୋଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଧର୍ମଗଡ-ସିନାପାଲି ରାସ୍ତାର ଘୋଟିଆ ନିକଟରେ ୨ଟି ସ୍ଥାନରେ ପ୍ରାୟ ୨ଫୁଟର ପାଣି ଚାଲିଛି। ସେହିପରି ଧର୍ମଗଡ-ଜୁନାଗଡ ରାସ୍ତାର ହାଲୁର ଯୋର ଉପରେ ମଧ୍ୟ ୨ ଫୁଟ ଉଚ୍ଚର ପାଣି ଚାଲିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସେହିପରି ଧର୍ମଗଡ଼ ଓ ଜୁନାଗଡ଼ ସହରର କିଛି ଅଞ୍ଚଳରେ ପାଣି ଜମି […]
ଭୁବନେଶ୍ୱର: ଆତଙ୍କୀ ଲିଙ୍କରେ ଗିରଫ କେନ୍ଦ୍ରାପଡ଼ାର ହବିବୁର ରେହମାନ୍ର ଓଡ଼ିଶା ଲିଙ୍କ୍ ନେଇ ତନାଘନା ଆରମ୍ଭ ହୋଇଛି। ଏ ସମ୍ପର୍କରେ ଅଧିକ ଖୋଳତାଡ଼ ଲାଗି ଦିଲ୍ଲୀ ଯିବ କ୍ରାଇମବ୍ରାଞ୍ଚ STF। କ୍ରାଇମବ୍ରାଞ୍ଚ DIG ହିମାଂଶୁ ଲାଲଙ୍କ ନେତୃତ୍ୱରେ ଏହି ଟିମ୍ ଦିଲ୍ଲୀ ଯିବ। NIA ଅନୁମତି ନେଇ ହବିବୁରକୁ ଜେରା କରିବ STF। ଆତଙ୍କବାଦୀ ସଂଗଠନ ଲସ୍କର ଇ ତାଇବାର ହ୍ୟାଣ୍ଡଲର ଭାବେ କାମ କରୁଥିବା ହବିବୁର ଓଡ଼ିଶା ସହ କିଭଳି ଲିଙ୍କ୍ ରଖିଥିଲା କ୍ରାଇମବ୍ରାଞ୍ଚ ସେ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗୁଣ୍ଡୁରାପଶି ଗାଁରେ କାନ୍ଥ ପଡ଼ି ଜଣେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତା’ ନାଁ ଇତିଶ୍ରୀ ଭୋଇ। ବୟସ ତିନି ବର୍ଷ। ଗତକାଲି ରାତିରେ ଇତିଶ୍ରୀ ମା’ ପାଖରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯାଇଥିଲା। ମା’ ଅଳ୍ପକେ ବଞ୍ଚି ଯାଇଥିବା ବେଳେ ଶିଶୁକନ୍ୟାର ମୃତ୍ୟୁ ହୋଇଥିଲା।
ଭୁବନେଶ୍ୱର: ରାଜଧାନୀରେ ଚାକିରି କରାଇ ଦେବାକୁ କହି ଠକୁଥିଲେ ଦିବ୍ୟା । ଖାଲି ଠକୁନଥିଲେ ଟଙ୍କା,ସାର୍ଟିଫିକେଟ୍ ମଧ୍ୟ ନେଇ ଯାଉଥିଲେ। ଆଉ ଯଦି କେହି ଫୋନ୍ କରୁଥିଲେ ସେ ତାଙ୍କ ଫୋନ୍ ଉଠାଉନଥିଲେ। ତାଙ୍କ ବିରୋଧରେ ଏମିତି ଏକ ଅଭିଯୋଗ ଆଣିଛନ୍ତି ୨ଜଣ ଯୁବତୀ। ଭୁବନେଶ୍ୱରରେ ଚାକିରି କରାଇ ଦେବାକୁ କହି ଦିବ୍ୟା ଭାରତୀ ଜେନା ନାମକ ଜଣେ ମହିଳା ୨ଜଣ ଝିଅଙ୍କ ଠାରୁ ଟଙ୍କା ଠକେଇ ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଉକ୍ତ ମହିଳାଙ୍କୁ ଗିରଫ କରିଛି। […]
ଖୋର୍ଦ୍ଧା: ପୁଲିସ୍ ଚେକିଂ ଦେଖି ଖସି ଯିବାକୁ ଉଦ୍ୟମ ବେଳେ ହଠାତ୍ ଗାଡ଼ିର ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ଏକ ଗଞ୍ଜେଇ ବୋଝଇ କାର୍ ଓଲଟି ପଡ଼ିଛି। ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ରହ୍ମପୁରରୁ ଭୁବନେଶ୍ୱର ଆଡ଼କୁ ଏକ କାର୍ ଯାଉଥିବା ସମୟରେ ତାପଙ୍ଗ ଛକର ୧୬ ନମ୍ବର ଜାତୀୟ ରାଜପଥରେ ପୁଲିସ୍ ଚେକିଂ ଦେଖି ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ଗାଡିଟି […]
ଝାରସୁଗୁଡ଼ା: ଆସନ୍ତା ୨୧ତାରିଖରେ ଉଦ୍ଘାଟନ ହୋଇପାରେ ବହୁପ୍ରତୀକ୍ଷିତ ଝାରସୁଗୁଡ଼ା ବିମାନବନ୍ଦର। ଅଗଷ୍ଟ ୨୧ରେ ଏହାର ଉଦ୍ଘାଟନ ହେବାର ସମ୍ଭାବନା ଥିବା ଏୟାରପୋର୍ଟ ନିର୍ଦ୍ଦେଶକ ଏସ୍.କେ ଚୌହାନ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କୌଣସି ବିଧିବଦ୍ଧ ଚିଠି ପାଇନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ୨୧ରେ ଉଦ୍ଘାଟନ ହେଲେ ମଧ୍ୟ କେବେ ଠାରୁ ସେଠାରୁ ବିମାନ ଉଡ଼ାଣ ଆରମ୍ଭ ହେବ ସେନେଇ ମଧ୍ୟ କୌଣସି ସ୍ପଷ୍ଟସୂଚନା ମିଳିନାହିଁ। ଝାରସୁଗୁଡା ବିମାନବନ୍ଦର 4-G କାଟାଗୋରୀ ଲାଇସେନ୍ସ ପାଇଥିବା ବେଳେ […]
ରାଉରକେଲା: ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରାରେ ବାହାରିଥିବା ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଝାରସୁଗୁଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ପାଇଁ ରାଉରକେଲାରୁ ଭୁବନେଶ୍ୱରକୁ ମୁକ୍ତିକାନ୍ତ ପାଦରେ ଚାଲିଚାଲି ଯାଉଛନ୍ତି। ତାଙ୍କର ୨ଜଣ ସହଯୋଗୀ ମଧ୍ୟ ପଦଯାତ୍ରା କରୁଛନ୍ତି। ସେମାନେ ଝାରସୁଗୁଡ଼ାରେ ପହଞ୍ଚିବା ପରେ ସେମାନଙ୍କୁ ବିଭିନ୍ନ ଛକ ଓ ସ୍ଥାନ ମାନଙ୍କରେ ବିଭିନ୍ନ ସଂଗଠନ […]
କଳାହାଣ୍ଡି: ପୁଅକୁ ସରକାରୀ କ୍ୱାରେଣ୍ଟିନ ସେଣ୍ଟରେ ରଖିଲେ ମହିଳା ସରପଞ୍ଚ। କରୋନା ଯୁଦ୍ଧରେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ହାର ମାନିଲା ମାତୃତ୍ୱ । ଘଟଣାଟି କଳାହାଣ୍ଡି କୋକସରା ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତରେ ଘଟିଛି। ମହିଳା ସରପଞ୍ଚଙ୍କ ନାଁ ନନ୍ଦିତା ସାହୁ। ନନ୍ଦିତାଙ୍କ ଇଂଜିନିୟର ପୁଅ ଲୋକେଶ ଦିଲ୍ଲୀରୁ ଫେରିଥଲେ। ପରେ ନିୟମ ଅନୁଯାୟୀ ଲୋକେଶ ଘରକୁ ନଯାଇ ଗାଁରେ ଥିବା କ୍ୱାରେଣ୍ଟିନ୍ ସେଣ୍ଟରକୁ ଯାଇଥିଲେ। ଲୋକେଶଙ୍କ ମା’ ହିଁ ତାଙ୍କୁ ନେଇ କ୍ୱାରେଣ୍ଟିନ୍ କେନ୍ଦ୍ରରେ […]
ବଲାଙ୍ଗିର: ଯୁବକଙ୍କ ଏକତରଫା ପ୍ରେମରେ ଅତିଷ୍ଠ ହୋଇ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ଯୁବତୀ ଜଣଙ୍କୁ ନିୟମିତ ଭାବେ ଯୁବକ ଜଣକ ହଇରାଣ କରୁଥିଲେ। ରାସ୍ତାଘାଟରେ କମେଣ୍ଟ ମାରିବା ସହ ପ୍ରେମ ନିବେଦନ କରୁଥିଲେ ଯୁବକ। ଫଳରେ ଅତିଷ୍ଠ ହୋଇ ଯୁବତୀ ଜଣକ ଗତକାଲି ବିଷ ପିଇ ଦେଇଥିଲେ। ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ […]
ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଜି ଏକ ଅଘଟଣ ଘଟିଯାଇଛି । ରୋଗୀ ୱାର୍ଡର ଛାତରୁ ସିମେଣ୍ଟ ଖଣ୍ଡ ଖସିପଡ଼ିଛି। ଏଥିରେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ମୁଣ୍ଡରେ ସିମେଣ୍ଟ ଖଣ୍ଡ ପଡ଼ିଥିବା ବେଳେ ଆଉ ଜଣେ ବୃଦ୍ଧଙ୍କ ଗୋଡ଼ରେ ତାହା ପଡ଼ିଛି । ମାନସିକ ରୋଗ ବିଭାଗର ଓପିଡି ନିକଟରେ ଛାତର ସିଲିଂ ଓ ସିମେଣ୍ଟ ଅତଡ଼ା ଖସି ପଡ଼ିଥିଲା । ଏହି ବିଲ୍ଡିଂଟି ପୁରୁଣା […]
ଭୁବନେଶ୍ୱର: ମୋ ବସ୍ରେ ଆରମ୍ଭ ହେଲା ଡିଜିଟାଲ୍ ପେମେଣ୍ଟ । ୨ଟି ରୁଟ୍ ପାଇଁ ଏହି ସେବା ଆରମ୍ଭ କରାଯାଇଛି । ପ୍ରଥମେ ୧୬ ନମ୍ବର ଓ ୨୦ ନମ୍ବର ରୁଟ୍ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। କରୋନା ସମୟରେ ଟଙ୍କା ଦେଣନେଣ ହେବା ଫଳରେ ଭାଇରସ୍ ବ୍ୟାପିବାର ଆଶଙ୍କା ରହିଛି। ସେଥିପାଇଁ ଯାତ୍ରୀ ଓ ବସ୍ କର୍ମଚାରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । QR CODE ମାଧ୍ୟମରେ […]
ପୁରୀ: ଲଗାଣ ବର୍ଷାରେ ପୁରୀର ଅବସ୍ଥା ବେହାଲ ହୋଇଛି। ଗତକାଲିଠୁ ପୁରୀରେ ୩୦୫ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ସୂଚନା ମିଳିଛି। ବର୍ଷା ପାଣିରେ ଭାସୁଛି ପୁରୀ ସହର। ସବୁଆଡ଼େ ଖାଲି ପାଣି ଆଉ ପାଣି। ବଡ଼ଦାଣ୍ଡରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। କେବଳ ବଡଦାଣ୍ଡ ନୁହେଁ ଗୁଣ୍ଡିଚା ମନ୍ଦିର, ସମୁଦ୍ର ବେଳାଭୂମି ଆଦି ସ୍ଥାନ ବର୍ଷାପାଣିରେ ବୁଡ଼ି ରହିଛି। ପୁରୀ ଜିଲ୍ଲା ପ୍ରଶାସନର ରେକର୍ଡ ରୁମ୍ରେ ମଧ୍ୟ ପାଣି ପଶିଯାଇଛି। ପାଣି ବାହାର କରିବା […]
ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିଛି, ହେଲେ ବନ୍ୟା ସ୍ଥିତି ନାହିଁ। ଲଗାଣ ବର୍ଷା ସ୍ଥିତି ନେଇ ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ସ୍ଥିତି ଖରାପ ନଥିଲେ ବି ପାଣି ଜମି ରହିଛି। ସେହିପରି ପୁରୀରେ ୩୦୫ ମିମି ବର୍ଷା ହୋଇ ସହର ଜଳମଗ୍ନ ହୋଇପଡିଛି। ସୁବର୍ଣ୍ଣରେଖାର ଜାମସଳା ନିକଟରେ ଜଳସ୍ତର କମୁଛି। ସେହିପରି ଜଳକା ବିପଦ ସଂକେତ ଉପରେ ଥିଲେ ବି କ୍ଷୟକ୍ଷତି ହେବନି ବୋଲି ଡେପୁଟି […]
ରାୟଗଡ଼ା: ଛତା ଧରି ସ୍କୁଲ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଡଙ୍ଗାସିଲ୍ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫାଟକ ଆଗରେ ଛାତ୍ରୀ ମାନେ ଛତା ଧରି ଠିଆ ହୋଇ ରହିଛନ୍ତି। ପ୍ରଧାନ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶ ବାତିଲ ଦାବିରେ ଏହି ଧାରଣା ଦିଆଯାଇଛି। ବଦଳି ହୋଇଥିବା ପ୍ରଧାନ ଶିକ୍ଷକ ସର୍ବେଶ୍ୱର ନାୟକ ଜଣେ ଆଦର୍ଶ ଶିକ୍ଷକ ଏବଂ ସ୍କୁଲରେ ତାଙ୍କର ଆବଶ୍ୟକତା ଥିବା ଦର୍ଶାଇ ତୁରନ୍ତ ତାଙ୍କ ବଦଳି ନିର୍ଦ୍ଦେଶ ବାତିଲ […]
ପଟ୍ଟାମୁଣ୍ଡାଇ: ସଙ୍ଗରୋଧ କେନ୍ଦ୍ରରୁ ଘରକୁ ବାହୁଡିବା ବେଳେ କାନ୍ଦିଲେ ଅନ୍ତେବାସୀ । କ୍ୱାରେଣ୍ଟିନ ଅବଧି ସାରି କେନ୍ଦ୍ର ଛାଡିବା ବେଳେ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ । କିଏ କାନ୍ଦୁଛି ତ ଆଉ କିଏ ସରପଞ୍ଚଙ୍କୁ କୁଣ୍ଡାଇ ପକାଉଛି । ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତ ମଣୋହି ପଞ୍ଚାୟତର ଅମୃତ ମଣୋହି ନୋଡାଲ ବିଦ୍ୟାଳୟର ସଙ୍ଗରୋଧ କେନ୍ଦ୍ରରେ। ୧୪ଦିନ ସଙ୍ଗରୋଧ କେନ୍ଦ୍ରରୁ ରହିବା ପରେ ଘରକୁ ଫେରିବା ସମୟରେ ନିଜ କୋହକୁ […]
ବାଲେଶ୍ୱର: ଏମିତି ବି ଆସେ ମୃତ୍ୟୁ। ପୁଅର ଜୀବନ ବଞ୍ଚାଇବାକୁ ଯାଇ ଗଲା ବାପାର ଜୀବନ। ଏଭଳି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଜମ୍ଭିରାଇ ଆରୁଆଦମ ଗାଁରେ ଘଟିଛି। ମୃତକ ଦୁହେଁ ହେଲେ ବାପା କାଶୀ ରାଉତ ଓ ପୁଅ ରାମକୃଷ୍ଣ ରାଉତ। ଖବର ଅନୁଯାୟୀ, ସକାଳେ ବାପା ଓ ପୁଅ ମିଶି ପାନ ବରଜକୁ କାମ କରିବାକୁ ଯାଇଥିଲେ। ଏହି ସମୟରେ ରାସ୍ତାରେ ପଡିଥିବା ତାରକୁ ପୁଅ ରାମକୃଷ୍ଣ ମାଡି ଦେଇଥିଲେ। ପୁଅ […]
ଗଜପତି: ନଷ୍ଟ ହେଉଛି ପ୍ରବାସୀଙ୍କ ପାଇଁ ଆସୁଥିବା ଶହ ଶହ ଖାଦ୍ୟ ପ୍ୟାକେଟ୍। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନାକାଗେଟ୍ ନିକଟରେ। ପ୍ରତିଦିନ ସେଠାରେ ଶହ ଶହ ଖାଦ୍ୟ ପୁଡିଆ ଅଳିଆ ଗଦାରେ ଫିଙ୍ଗା ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ଅନୁଯାୟୀ, ନାକାଗେଟ୍ ନିକଟରେ ଥିବା ପ୍ରବାସୀଙ୍କ ଅସ୍ଥାୟୀ କ୍ୟାମ୍ପରେ ଏସବୁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଏନେଇ ସେଠାକର ପଞ୍ଚାୟତର ପିଇଓ କହିଛନ୍ତି ଯେ ପ୍ରବାସୀଙ୍କ ସଂଖ୍ୟା କମିଯାଉଥିବାରୁ […]
ଭୁବନେଶ୍ୱର: ରାଜ୍ୟ ବାହାରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଯୋଗାଇ ଦିଆଯିବ କାମ । କର୍ମସଂସ୍ଥାନ ନେଇ ବଡ଼ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଶ୍ରମିକମାନଙ୍କ ଦକ୍ଷତା ଅନୁଯାୟୀ ତାଙ୍କୁ କାମ ଦିଆଯିବ, ଏ ନେଇ ସୂଚନା ଦେଇଛନ୍ତି ବିଜେଡି ସାଂସଦ ସୁବାସ ସିଂ ରାଜ୍ୟ ବାହାରୁ ଏ ଯାଏଁ ୩ ଲକ୍ଷ ପ୍ରବାସୀ ଶ୍ରମିକ ଆସିଛନ୍ତି । ଶ୍ରମିକମାନେ କେଉଁ କ୍ଷେତ୍ରରେ କି କାମ କରୁଥିଲେ ତାର ସବିଶେଷ ତଥ୍ୟ ନିଆଯାଉଛି । ସେହି ଅନୁଯାୟୀ ସେମାନଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ଯେ ରାଜ୍ୟ ସରକାର ଯାହା କରୁଛନ୍ତି ପାରଦର୍ଶିତା ସହ କରନ୍ତୁ। କିଛି ଜିନିଷ କିଣିବା ବେଳେ ବିଡିଂରେ ସବୁଠୁ ଲୋୟେଷ୍ଟ ବିଡରକୁ ଟେଣ୍ଡର ଦିଆଯାଉ। ତା ଛଡ଼ା କ୍ୱାଲିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉ। କୌଣସି ନିର୍ଦ୍ଦିଷ୍ଟ ରାଜ୍ୟକୁ ବିଡ଼ିଂ ଦିଆ ନ ଯାଉ ବୋଲି କହିଛନ୍ତି ଅପରାଜିତ। କେନ୍ଦ୍ର ସରକାର […]
ଟିଟିଲାଗଡ: ଟ୍ରେନ୍ରେ ଶିଶୁପୁତ୍ର ଜନ୍ମଦେଲେ ମହିଳା। ତେଲେଙ୍ଗାନାର ଲିଙ୍ଗମପାଲିରୁ ବଲାଙ୍ଗିର ଆସୁଥିବା ଏକ ସ୍ପେଶାଲ ଟ୍ରେନ୍ରେ ଜଣେ ମହିଳା ଏକ ଶିଶୁପିତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକର ଥୋଡ଼ିବାହଲ ଗାଁରୁ ଇନ୍ଦୁରା ଛୁରା ଓ ତାଙ୍କ ପତ୍ନୀ ମୀନା କୁମ୍ଭାର କାମ କରିବା ପାଇଁ ତେଲେଙ୍ଗାନାର ଲିଙ୍ଗମପାଲିକୁ ଯାଇଥିଲେ। ଲକ୍ଡାଉନ୍ ଯୋଗୁ କାମ ବନ୍ଦ ହେବାରୁ ଶ୍ରମିକ ସ୍ପେଶାଲ ଟ୍ରେନରେ ଘରକୁ ଫେରୁଥିଲେ […]
ଭୁବନେଶ୍ୱର: ଓଡ଼ିଶା ପ୍ରତି ପଙ୍ଗପାଳ ବିପଦ ଟଳିନି । ପଙ୍ଗପାଳ ଆତଙ୍କକୁ ନେଇ ଏହି ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ପଙ୍ଗପାଳ ଏବେ ମଧ୍ୟପ୍ରଦେଶ-ଛତିଶଗଡ଼ ସୀମାରେ ଅଛନ୍ତି । ଆମେ କେମିକାଲ ସ୍ପ୍ରେ ପାଇଁ ବ୍ୟବସ୍ଥା କରିଛୁ । ଅଗ୍ନିଶମ ବିଭାଗ ଠାରୁ ବଡ଼ ସ୍ପ୍ରେୟାର ପାଇଁ ବନ୍ଦୋବସ୍ତ କରାଯାଇଛି । ପ୍ରତି ଜିଲ୍ଲାରେ ଓ ଭୁବନେଶ୍ୱରରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ରାଜ୍ୟକୁ ୩ଟି ଜୋନରେ ବିଭକ୍ତ କରାଯାଇ ଦୃଷ୍ଟି ରଖାଯାଇଛି ବୋଲି […]
କେନ୍ଦୁଝର: ଏକାଠି ଦୁନିଆକୁ ଆସିଥିଲେ, ଏକାଠି ହୋଇ ଦୁନିଆରୁ ମଧ୍ୟ ଚାଲିଗଲେ ଯାଆଁଳା ଭାଇ। ଆଜି ମଧ୍ୟାହ୍ନରେ ଦୁଇ ଭାଇ ସାଙ୍ଗ ହୋଇ ଖେଳୁଥିବା ବେଳେ ପାଣିରେ ବୁଡିଯାଇଛନ୍ତି। ଏଭଳି ଦୁଃଖଦ ଘଟଣାଟି କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖମମ ବାଙ୍ଗସାହିରେ ଘଟିଛି। ଖବର ଅନୁଯାୟୀ, ନୂଆଖମଣ ଗାଁର ବାଙ୍କିସାହିର ଗାଁ ଦାଣ୍ଡରେ ଯାଆଁଳା ଭାଇ ଆକାଶ ନାୟକ(୬) ଓ ବାଦଲ ନାୟକ(୬) ସାଙ୍ଗ ହୋଇ ଖେଳଥିଲେ। ଖେଳଥିବା ସମୟରେ ଦୁହେଁ ଗଡିଆରେ ପଡିଯାଇଥିଲେ। ପରିବାର ଲୋକେ ଚାରିଆଡେ […]