• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Mihir Pattnayak

ଭୁବନେଶ୍ୱର:  ସ୍ମାର୍ଟ ହେଉଛି ଯୁଗ, ତା ସହିତ ତାଳ ଦେଇ ସ୍ମାର୍ଟ ହେଉଛି ଶିକ୍ଷା ବ୍ୟବସ୍ଥା। ଏହି କ୍ରମରେ, ସ୍ମାର୍ଟ ଫୋନ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟ ବିଷୟବସ୍ତୁକୁ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ କରିଛି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ । ଏହି କ୍ରମରେ ଏଣିକି ନବମ ଓ ଦଶମ ଶ୍ରେଣୀର ବହିରେ ବିଭିନ୍ନ ସ୍ଥାନରେ କ୍ୟୁଆର୍ କୋଡ୍ ଛପାଯାଇଛି । ଯାହାକୁ ନିଜ ସ୍ମାର୍ଟ ଫୋନରେ ସ୍କାନ କଲେ ସେହି ବିଷୟବସ୍ତୁ ସମ୍ପର୍କରେ ବିସ୍ତୁତ ତଥ୍ୟ ସହ ଅଡିଓ ଭିଜୁଆଲ୍ କଣ୍ଟେଣ୍ଟ୍ ମଧ୍ୟ ଦେଖିପାରିବେ ଛାତ୍ରଛାତ୍ରୀ।

ନବମ ଓ ଦଶମ ଶ୍ରେଣୀର ଅଧିକାଂଶ ବହିର ସୂଚୀ ଓ ଅଧିକାଂଶ ବିଷୟର ପ୍ରାରମ୍ଭରେ ଛପାଯାଇଛି କୁଇକ୍ ରେସପନ୍ସ କୋଡ୍ ବା QR Code।  ଦୀକ୍ଷା ମୋବାଇଲ୍ ଆପେର ଏହାକୁ ସ୍କାନ କଲେ ବିଷୟ ବସ୍ତୁକୁ ବିସ୍ତୃତ ଭାବେ ଜାଣିବା ସହ ସେ ସମ୍ପର୍କିତ ଭିଡିଓ ମଧ୍ୟ ଦେଖିହେବ।  ପୂର୍ବରୁ CBSE ଓ ICSE ଏହି ପ୍ରକ୍ରିୟାରେ ଥିବା ବେଳେ,  ପ୍ରଥମ ଥର ପାଇଁ ଏଭଳି ଉପାୟ ଆପଣାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ  ଦିନକୁ ଦିନ ସ୍ମାର୍ଟ ଫୋନର ବର୍ଦ୍ଧିତ ବ୍ୟବହାରକୁ ଦୃଷ୍ଟିରେ ରଖି, ଏହି ସ୍ମାର୍ଟ ଉପାୟ ଛାତ୍ରଛାତ୍ରୀଙ୍କ ଜ୍ଞାନବୃଦ୍ଧି ତଥା ବିଷୟବସ୍ତୁ ପ୍ରତି ଆଗ୍ରହ ସୃଷ୍ଟିରେ ସହାୟକ ହେବ ବୋଲି ଆଶା ରଖିଛି ବୋର୍ଡ ।

ତେବେ କେମିତି ସ୍ମାର୍ଟ ଫୋନରେ ପାଇବେ ବିସ୍ତୃତ ପାଠ୍ୟ ବିଷୟବସ୍ତୁ? କେମିତି ସ୍କାନ୍ କରିବେ ପାଠ ବହିରେ ଛପାଯାଇଥିବା ଏହି  କ୍ୟୁଆର୍ କୋଡ୍? ଏ ସମ୍ପର୍କରେ ବହିର ପ୍ରଥମ ପୃଷ୍ଠାରେ ଚିତ୍ର ସହିତ ଦର୍ଶାଯାଇଛି।  ପ୍ରଥମେ ନିଜ ମୋବାଇଲେର ଦୀକ୍ଷା ଆପ୍ଲିକେସନ୍ ଡାଉନଲୋଡ୍ କରି ଛାତ୍ରଛତ୍ରୀମାନେ ଷ୍ଟୁଡେଣ୍ଟ୍ ବଟନ୍‌ରେ କ୍ଲିକ୍ କରିବେ । ଏହାପରେ କ୍ୟୁଆାର୍ କୋଡକୁ ସ୍କାନ କଲେ ସେହି ପାଠ୍ୟ ବିଷୟବସ୍ତୁ ନିଜ ମୋବାଇଲରେ ପାଇପାରିବେ । କେବଳ ମୋବାଇଲ୍ ନୁହେଁ, କମ୍ପ୍ୟୁଟରରେ ବି ଦୀକ୍ଷା ୱେବସାଇଟକୁ ଯାଇ ଡାଏଲ୍ କୋଡ୍ ଟାଇପ୍ କଲେ, ଏହି ଡିଜିଟାଲ୍ ବିଷୟବସ୍ତୁ ଉପଲବ୍ଧ ହେବ । ଏହି ଆପ୍ଲିକେସନରେ ପାଠ୍ୟ ପୁସ୍ତକ ମଧ୍ୟ ମିଳିପାରିବ ବୋଲି ସୂଚନା ମିଳିଛି ।

E-education-system-implemented-by-education-dept-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories