ଅନୁଗୁଳ: ଅନୁଗୁଳ ଜିଲ୍ଲା ସମଲ ଥାନା ସିଲିଂ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମା’ ଓ ଦୁଇ ଝିଅ ମିଶି କାଠ ଫାଳିଆରେ ପିଟି ପିଟି ବାପାକୁ ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ମା’ ଓ ଝିଅକୁ ଅଟକ ରଖି ପଚରାଉଚରା କରୁଛି। ଖବର ଅନୁଯାୟୀ, ସିଲିଂ ଗାଁର ସୁନନ୍ଦ ପ୍ରଧାନଙ୍କର ଆଜି ଭୋରରୁ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାରିବାରିକ ସମସ୍ୟାକୁ ନେଇ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ସମୟରେ […]
ମାଲକାନଗିରି: କଣ୍ଟେନ୍ମେଣ୍ଟ ଜୋନ୍କୁ ନେଇ ବିବାଦ। ଫଳରେ ମାଜିଷ୍ଟ୍ରେଟଙ୍କୁ କୋର୍ଟ ଭିତରକୁ ଛାଡ଼ିଲାନି ପୋଲିସ। ବ୍ୟାରିକେଡ୍ ନଖୋଲିବାରୁ ୨ ଘଣ୍ଟାରୁ ଅଧିକ ସମୟ ବାହାରେ ଅଟକିଲେ ଜଜ୍ ଏବଂ ଓକିଲ। ଏଭଳି ଅଭାବନୀୟ ଘଟଣା ମାଲକାନଗିରିରେ ଘଟିଛି। ଖବର ଅନୁଯାୟୀ, ମାଲକାନଗିରି କୋର୍ଟ ନିକଟରେ କରୋନା ରୋଗୀ ଚିହ୍ନଟ ପରେ କୋର୍ଟ ପରିସରକୁ ୧୫ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ଗତକାଲି ଏହି କଟକଣା ଅବଧି ଶେଷ ହୋଇଥିଲା। ତେବେ ଆଜି ୧୦ଟାରେ ଜଜ୍ […]
ଢେଙ୍କାନାଳ: ମାଛ ପାଇଁ ମାନିଲେନି କୋଭିଡ୍ କଟକଣା । ଖାଲି ସେତିକି ନୁହେଁ ୧୪୪ ଧାରା କଟକଣାକୁ ବି ମାନିଲେନି ଲୋକେ । ଆଉ ଶେଷରେ ପୋଲିସ ଲାଠି ଖାଇ ସାବାଡ ହେଲେ। ଲକ୍ଡାଉନ୍ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ସହରରେ। ଖବର ଅନୁଯାୟୀ, ଦିନ ୨ଟା ପର୍ଯ୍ୟନ୍ତ ସହର ଖୋଲା ରହିବାକୁ ନିୟମ ରହିଛି ।୨ଟା ପରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାତ୍ର ଏହି ସମୟରେ ସହରର […]
କଟକ: ଗୋଟିଏ ସ୍ଥାନରୁ ୧୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। କଟକ ମାହାଙ୍ଗା ଉଷୁମା ଗାଁର ପ୍ରମୋଦ ପଣ୍ଡାଙ୍କ ଘରୁ ଉଦ୍ଧାର ହୋଇଛି ନାଗ ଛୁଆ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଞ୍ଚି ସାପ ଉଦ୍ଧାର କରିଛନ୍ତି। ଖବର ଅନୁଯାୟୀ, ପ୍ରଥମେ ଦୁଇ ତିନଟି ନାଗ ଛୁଆ ଘରୁ ବାହାରିବାର ଦେଖିଥିଲେ ପରିବାର ଲୋକେ । ପରେ ସେହି ସ୍ଥାନକୁ ସଫା କରାଯିବା ପରେ ଏକ ଗାତରୁ ୧୯ଟି ନାଗ ଛୁଆ ମିଳିଛି। ଉଦ୍ଧାର ପରେ […]
ଉତ୍କଟ ଦାରିଦ୍ର୍ୟ ଭିତରେ ବଳି ପଡୁଛି ସୁନ୍ଦର ଶୈଶବ । ପାଠ ପଢ଼ି ଆଗକୁ ବଢ଼ିବାର ସ୍ୱପ୍ନ ଓ ଅଭିଳାସ ଭିତରେ ପଛକୁ ଗୋଡ଼ ଟାଣୁଛି ଆର୍ଥିକ ଅନଟନ ।
ବିଏମ୍ସିରୁ ଗାଏବ୍ ମୋ ସାଇକେଲ୍ । ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୩୦୦ ମୋ ସାଇକେଲ୍ର ମିଳୁନି ପତ୍ତା । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ ବିଏମ୍ସି କମିଶନର ସଞ୍ଜୟ ସିଂ ।
ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା ।
ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ । ଦୀର୍ଘ ଦିନ ହେବ ଗରମ ଯୋଗୁଁ ତ୍ରାହି ତ୍ରାହି ଡାକୁଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା ।
ସେଦିନ ଥିଲା ୧୮୫୭ ମସିହା ମାର୍ଚ୍ଚ ୨୧ ତାରିଖ । ୩୪ ତମ ପ୍ଲାଟୁନ୍ର ପ୍ୟାରେଡ୍ ବାରାକପୋରରେ ଚାଲିଥିଲା। କ୍ରୋଧରେ ଭରା ଜଣେ ସୈନିକ ତାଙ୍କ ବନ୍ଧୁକ ସହିତ ଧାଡ଼ିର ଆଗକୁ ଚାଲି ଆସିଲେ। ସେ ପ୍ରାୟ ଦେଢ ମାସ କ୍ରୋଧରେ ପରିପୂର୍ଣ୍ଣ ଥିଲେ। ସେହି ବ୍ରାହ୍ମଣ ସୈନିକ ଥିଲେ ମଙ୍ଗଳ ପାଣ୍ଡେ।
ନୟାଗଡ଼: ନୟାଗଡ଼ରେ କଙ୍ଗାରୁ କୋର୍ଟ । ପୋଖରୀ ଲିଜ୍ ନେବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି। କଥା କଙ୍ଗାରୁ କୋର୍ଟରେ ପହଞ୍ଚିଥିବା ବେଳେ ଗ୍ରାମବାସୀ ସମ୍ପୂର୍ଣ୍ଣ ପରିବାରକୁ ନିଆଁ ପାଣି ବାସନ୍ଦ କରିଦେଇଛନ୍ତି। ଏମିତିକି ଘର ଦୁଆର ମୁହଁରେ କଣ୍ଟା ପକାଇ ଗେଟ୍କୁ ବନ୍ଦ କରାଯାଇଛି। ଯଦି କେହି ଗେଟ୍ ଖୋଲିବେ, ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦିଆଯାଉଛି। ଏପରି ଅମାନବୀୟ ଘଟଣା ଘଟିଛି ନୟାଗଡ଼ […]
ବାଙ୍କି: କଟକ ଜିଲ୍ଲା ବାଙ୍କି ମୁଖ୍ୟ ଚିକିତ୍ସାଳୟର ଓପିଡ଼ିକୁ ୨ ଦିନ ପାଇଁ ବନ୍ଦ କରିଛନ୍ତି ଉପଜିଲ୍ଲାପାଳ। ବାଙ୍କୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପୁଅର ସ୍ୱାବ୍ ଟେଷ୍ଟ ପଜିଟିଭ୍ ଚିହ୍ନଟ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଖବର ଅନୁଯାୟୀ, ଡାକ୍ତରଙ୍କ ପୁଅ ବାହାର ରାଜ୍ୟରୁ ଆସି ହୋମ୍ ଆଇସୋଲେସନ୍ରେ ରହିଥିଲେ। ହେଲେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ସୁରକ୍ଷା ଦୃଷ୍ଟି କୋଣରୁ ଡାକ୍ତରଖାନାର ଓପିଡ଼ିକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି। ଏହା […]
ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ବିରୋଳି ଶାସନରେ ଗର୍ଭବତୀଙ୍କୁ ଆକ୍ରମଣ । ଆବାସ ଯୋଜନାରେ ମିଳିଥିବା ଘରକୁ ନେଇ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ମହିଳାଙ୍କୁ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି । ଏନେଇ ମହିଳା ଜଣକ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଛନ୍ତି। ମାଡ଼ ଯୋଗୁ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଯାଜପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ […]
ବାଲିଗୁଡ଼ା: କଣ୍ଟେନ୍ମେଣ୍ଟ ଯୋଗୁ ରାସ୍ତା ବନ୍ଦ ଥିବାରୁ ଗାଁ ଭିତରକୁ ଆସିପାରିଲା ନାହିଁ ଆମ୍ଭୁଲାନ୍ସ। ଏନେଇ ୭ବର୍ଷର ପୁଅ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ଏମିତିକି ପିଲାଟିର ଶବ ଆଣିବା ପାଇଁ ଆମ୍ୱୁଲାନ୍ସ କି ମହାପ୍ରୟାଣ ଗାଡ଼ି ମଧ୍ୟ ମିଳିଲାନାହିଁ। ତେବେ ପରିବାର ଲୋକେ ପିଲାଟିର ଶବକୁ ବାଇକ୍ ଯୋଗେ ଘରକୁ ନେଇଥିଲେ। ଏଭଳି ଅଭାବନୀୟ ଘଟଣାଟି ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ। ଖବର ଅନୁଯାୟୀ, ଗତକାଲି ସୁଗଡ଼ବାଡ଼ି ଗାଁର ୭ବର୍ଷର ବାଳକ ବାଲୁଙ୍କେଶ୍ୱର ଅସୁସ୍ଥ […]
କଟକ: କଟକ ମହାନଗର ନିଗମ ଅଞ୍ଚଳ ୨୭ ନମ୍ବର ଓ୍ୱାର୍ଡର ପୁରୁଣା ରାଉସାପାଟଣାର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍ସି ଏହି ପଦକ୍ଷେପ ନେଇଛି। ରାଉସାପାଟଣା ଅଞ୍ଚଳଟି ଜନବହୁଳ ହୋଇଥିବାରୁ କଣ୍ଟାକ୍ଟ ଟ୍ରେସିଂ ପାଇଁ ସିଏମ୍ସି କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସହ ସାନିଟାଇଜ ମଧ୍ୟ ଆରମ୍ଭ କରିଛି । ଦକ୍ଷିଣ ପଟରେ ବିଦେଶୀ ମଦ ଦୋକାନ ସାମନାରେ ଥିବା […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡବିଲ୍ ରେଞ୍ଜ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଦୁଇ ଦିନ ପୂର୍ବେ ଏକ ୪ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ଏହି ଘଟଣାରେ ଦାୟିତ୍ୱରେ ଅବହେଳା ଦେଖାଇ ଗୁଆଲିର ଜଣେ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡକୁ ନିଲମ୍ୱନ କରିଛନ୍ତି କେନ୍ଦୁଝର DFO। ଖବର ଅନୁଯାୟୀ, ହାତୀପଲ ନଦୀକୁ ପାଣି ପିଇବାକୁ ଆସି ଫେରିବା ସମୟରେ ହାତୀଛୁଆର ମୃତ୍ୟୁ ଘଟିଥିବା ବନ ବିଭାଗ ଅନୁମାନ କରୁଛି। ମୃତ ହାତୀଛୁଆର ନିକଟବର୍ତ୍ତୀ […]
ଖୋର୍ଦ୍ଧା: ହସ୍ପିଟାଲରେ ଯୁବକଙ୍କ ଦାଦାଗିରି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ରାତିରେ ଏପରି ଘଟଣା ଘଟିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ୍ କରିଛି। ଖବର ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଶଲ୍ୟ ବିଭାଗ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର, ଡାକ୍ତର ଶୁଭ୍ରାଶୁଂ କୁମାର ସାହୁ ଓ ଡାକ୍ତର ଶୁକ୍ଲା ଡ୍ୟୁଟିରେ ଥିଲେ। ଏହି ସମୟରେ ନିଶାସକ୍ତ ଥିବା ଜଣେ ଯୁବକ ଏକ ପାଇପ୍ ଧରି ସେମାନଙ୍କୁ ଆକ୍ରମଣ କରିବା ସହିତ ଗାଲିଗୁଲଜ କରିଥିଲେ। ନିଶାଶକ୍ତ ବ୍ୟକ୍ତିଙ୍କ […]
ଭୁବନେଶ୍ୱର: ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ନିଶାନା। ୨୦ ବର୍ଷ ଶାସନକାଳରେ ୩୫ ଲକ୍ଷ ବେକାର ନାଁ ପଞ୍ଜିକରଣ କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଇଛନ୍ତି ମାତ୍ର ୩୫ ହଜାର ଅର୍ଥାତ ୧.୧ ପ୍ରତିଶତ ବେକାରଙ୍କୁ ମିଳିଛି ନୂଆ ନିଯୁକ୍ତି। ଏବେ ନୂଆ ନିଯୁକ୍ତି ନାହିଁ ବୋଲି ସରକାରଙ୍କ ଯେଉଁ ବିଜ୍ଞପ୍ତି, ତାହା କରୋନା ନାଁରେ ଧର୍ମକୁ ଆଖିଠାର ବୋଲି ବିଜେପି ଅଭିଯୋଗ ଉଠାଇଛି । ଯୁବକମାନେ ବେକାର ବୁଲୁ ଥିବାବେଳେ ଅବସର ପରେ […]
କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ। ପରିବା ବିକିଲେ ଆଇନଜୀବୀ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ହାଇକୋର୍ଟ ପରିସରରେ । କରୋନା ଯୋଗୁଁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି ଆଇନଜୀବୀ । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ । କରୋନା ଯୋଗୁଁ ଅଦାଲତ କାର୍ଯ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଆଇନଜୀବୀମାନେ ରୋଜଗାର ହରାଇବା ସହ ନାନାଦି ଆର୍ଥିକ ଅନଟନର ସମ୍ମୁଖୀନ […]
ସାଲେପୁର: ସାଲେପୁର ମେଡିକାଲ୍ରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ଅଭିଯୋଗ । ରୋଗୀଙ୍କ ସମ୍ପର୍କୀୟ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ। କିନ୍ତୁ ରୋଗୀଙ୍କୁ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ ପରିସରରେ ସମସ୍ତଙ୍କୁ ଖୋଜିଥିଲେ ମଧ୍ୟ କାହାକୁ ପାଇନଥିଲେ। ତେବେ ଦୁଇ ଜଣ ମେଡିକାଲ କର୍ମଚାରୀ ମୋବାଇଲ୍ରେ ଲୁଡୋ ଖେଳୁଥିବାର ଦେଖି ନରୋତ୍ତମ ନିଜ ଫୋନ୍ରେ ଭିଡିଓ ଉତ୍ତୋଳନ […]
ବଲାଙ୍ଗିର: ମୋବାଇଲ୍ ଚୋରିକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ବାଦିମୁଣ୍ଡା ଗାଁରେ। ମୃତ ଯୁବକ ଜଣଙ୍କ ହେଲେ ୨୫ ବର୍ଷୀୟ ଶାନ୍ତୁନ ନାଏକ। ଖବର ଅନୁଯାୟୀ, ଶାନ୍ତୁନଙ୍କର ଏକ ଦାମି ମୋବାଇଲ୍ କିଛି ଦିନ ପୂର୍ବେ ଚୋରି ହୋଇଯାଇଥିଲା। ଗାଁର ଶ୍ରବଣ ଦାସ ଓ ଗୋଦାମ ଭୋଇ ମୋବାଇଲ ନେଇଯାଇଥିବା ତାଙ୍କର ସନ୍ଦେହ ହୋଇଥିଲା। ଏ ସଂକ୍ରାନ୍ତରେ ଗତକାଲି ରାତିରେ ଶାନ୍ତୁନ ସେମାନଙ୍କୁ ପଚାରିଥିଲେ। ଏକଥାକୁ ନେଇ […]
ପୁରୀ: ପୁରୀ ବ୍ୟତୀତ ଅନ୍ୟ ଜିଲ୍ଲାର ଲୋକଙ୍କୁ ଆଜିଠୁ ସ୍ୱର୍ଗଦ୍ୱାର ମନା। କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାରୁ ଲୋକଙ୍କ ଶବଦାହ ଉପରେ କଟକଣା ଲାଗିଛି। ସମୁଦ୍ର କୂଳରେ ଅସ୍ଥି ବିସର୍ଜନ ନେଇ ମଧ୍ୟ କଟକଣା ଲାଗିଛି। ଏନେଇ ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ରାଜ୍ୟରେ କରୋନା ସ୍ଥିତି ଏବେ ଭୟଙ୍କର। ନୂଆ ଆକ୍ରାନ୍ତଙ୍କୁ […]
ଭୁବନେଶ୍ୱର: ମାସ୍କ, ପିପିଇ ପରେ ମୋବାଇଲ କିଣାରେ ଦୁର୍ନୀତି ଅଭିଯୋଗ । କେନ୍ଦ୍ର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ସରକାର ମୋବାଇଲ କିଣିଥିବା କଂଗ୍ରେସ ଅଭିଯୋଗ କରିଛି । ଆଶା କର୍ମୀଙ୍କ ପାଇଁ ୫ ଦଶମିକ ୫ ଇଞ୍ଚ ସ୍କ୍ରିନ, ୧୬ ଜିବି ମେମୋରୀ ଓ ୬.୦ ଆଣ୍ଡ୍ରୋଏଡ ମୋବାଇଲ କିଣିବାକୁ କେନ୍ଦ୍ର ସ୍ପେସିଫିକେନ ଧାର୍ଯ୍ୟ କରିଥିଲା । ତେବେ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ସ୍ପେସିଫିକେସନର ମୋବାଇଲ କିଣି ନଥିବା କଂଗ୍ରେସ ଅଭିଯୋଗ କରିଛି । […]
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଆଜି ୨୦ କରୋନା ପଜିଟିଭ ଚିହ୍ନଟ। ସେମାନଙ୍କ ମଧ୍ୟରେ ଅଛନ୍ତି ୨ଜଣ ମହିଳା କନଷ୍ଟେବଳ। ସେମାନେ ସୁନ୍ଦରଗଡ଼ ଶଙ୍କରା ଅଂଚଳରେ ରହୁଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ସୁନ୍ଦରଗଡ଼ ଏସପି ମଧ୍ୟ ଆସିଥିବା ସୂଚନା ରହିଛି । ଯାହାକୁ ନେଇ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି । ଏହି ୨ଜଣ ମହିଳା ପୋଲିସ କର୍ମଚାରୀ ବିରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ତଦନ୍ତ ନେଇ ଜୁନ୍ ୨୫ରୁ ୩୦ ତାରିଖ ଯାଏ […]
କଟକ: କୋଭିଡ୍ ହସ୍ପିଟାଲ୍ରେ ନର୍ସଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଦରମା ଠିକ୍ରେ ମିଳୁନଥିବା ଅଭିଯୋଗରେ ଧାରଣାକୁ ଓହ୍ଲାଇଛନ୍ତି ଅଶ୍ୱିନୀ କୋଭିଡ୍ ହସ୍ପିଟାଲର ନର୍ସ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟୋଜିତ ୪୦ରୁ ଊର୍ଦ୍ଧ୍ୱ ନର୍ସ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରୁଛନ୍ତି । ପ୍ରତିଶ୍ରୁତି ମୁତାବକ ଦରମା ମିଳୁନଥିବା ଅଭିଯୋଗ କରିଛନ୍ତି ନର୍ସ ଓ ମେଡିକାଲ୍ ଷ୍ଟାପ୍ । ଏହାସହ ରୋଟେସନ୍ ଡ୍ୟୁଟି କରିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ପ୍ରତିଦିନ କାଯ୍ୟ କରିବାକୁ କୁହାଯାଉଥିବା […]