ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଙ୍ଗା ଥାନା ଅନ୍ତର୍ଗତ ଜରଙ୍ଗଲୋଇ ଗାଁ ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗତକାଲି ମଧ୍ୟରାତ୍ରରେ ଟ୍ରକ୍କୁ ଏକ କାର୍ ପଛପଟୁ ଧକ୍କା ଦେବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବୀରମିତ୍ରପୁରର ସଜ୍ଜନ ଅଗ୍ରଓ୍ୱାଲ, ଉର୍ମିଳା ଦେବୀ ଓ ନିର୍ମଳା ଦେବୀ। ମୃତକଙ୍କ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ଏଥିସହ ସଙ୍ଗୀତା ଅଗ୍ରଓ୍ୱାଲ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ […]
କୋଣାର୍କ: ଜୁଆର ମାଡ଼ରେ ଡଙ୍ଗା ଓଲଟି ଜଣେ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। କୋଣାର୍କ ଅସ୍ତରଙ୍ଗ ଦେବୀ ନଦୀ ମୁହାଣରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ନିଖୋଜ ଥିବା ମତ୍ସ୍ୟଜୀବୀ ଜଣଙ୍କର ନାମ ନିରଞ୍ଜନ ବେହେରା। ସେ ସମୁଦ୍ରରୁ ମାଛ ମାରି ଫେରୁଥିବା ବେଳେ ଢେଉ ମାଡ଼ରେ ଡଙ୍ଗା ଓଲଟି ପଡିଥିଲା। ଭୁବନେଶ୍ୱରରୁ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ନିରଞ୍ଜନଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜ ଖବର ମିଳିନାହିଁ।
ଭୁବନେଶ୍ୱର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଉତ୍ତରରୁ ଦକ୍ଷିଣ ଓଡ଼ିଶାର ବହୁ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କାଳବୈଶାଖୀ ବର୍ଷା ସହ ବିଭିନ୍ନ ସ୍ଥାନରେ ବଜ୍ରପାତ ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରେ ବର୍ଷା ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି। ତେଣୁ […]
ନୟାଗଡ଼(ସତ୍ୟନାରାୟଣ ସୁରଜଗଦେବ): ନୟାଗଡ଼ ଜିଲ୍ଲା ଦଶପଲ୍ଲା-ବାଣୀଗୋଚ୍ଛା ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଗଛ ପୋଡ଼ି ନଷ୍ଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଏନେଇ ଖବର ପାଇବା ପରେ ଦଶପଲ୍ଲା ଅଗ୍ନିଶମ ବିଭାଗ ସହ ବନ ବିଭାଗ କର୍ମଚାରୀ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ଆଖ ପାଖ ଅଞ୍ଚଳ ଧୂଆଁମୟ ହେବା ସହ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଏହାସହ ଯାତାୟତରେ ମଧ୍ୟ […]
କଟକ(ଦେବାଶିଷ ମହାନ୍ତି): କଟକ ମାଲଗୋଦାମରେ ଜଣେ ବ୍ୟବସାୟୀଙ୍କୁ ଛୁରାମାଡ଼ ହୋଇଛି। ବ୍ୟବସାୟୀଙ୍କ ବେକରେ ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତେବେ କିଏ ଓ କାହିଁକି ତାଙ୍କ ଉପରକୁ ଆକ୍ରମଣ କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣା ପରେ ପୁଲିସ୍ ମାମଲାର ଖୋଳତାଡ଼ କରୁଛି। ସେହିପରି କଟକ ପୀଠାପୁର ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ସୁନା ଚେନ୍ ଲୁଟ୍ କରିଛନ୍ତି। ଏଥିରେ ମହିଳା ଜଣକ ଆହତ […]
ବାଲିଗୁଡ଼ା( ଅଜିତ୍ ନାୟକ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ହେବା ପରେ ମାଓବାଦୀ କନ୍ଧମାଳ ଜିଲ୍ଲାରେ ନିଜର ସ୍ଥିତି ଜାହିର କରିଛନ୍ତି। ବାଲିଗୁଡ଼ା-ଦାରିଙ୍ଗିବାଡ଼ି ୫୯ ନମ୍ବର ଜାତୀୟ ରାଜପଥର କାନ୍ଦିବାନ୍ଦା ଗାଁ ନିକଟରେ ମାଓବାଦୀଙ୍କ ଓଡ଼ିଶା ଶାଖା ବାଘୁନା ଡିଭିଜିନାଲ କମିଟି ପକ୍ଷରୁ ଧମକପୂର୍ଣ୍ଣ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ବ୍ୟାନରରେ ଲୋକଙ୍କୁ ଭୋଟ ବର୍ଜନ କରିବା ସହ ବିପ୍ଳବୀ ଗଣ କମିଟି ପ୍ରତିଷ୍ଠା କରିବାକୁ ଉଲ୍କେଖ ରହିଛି। ଏହା ବ୍ୟତୀତ ନେତାଙ୍କୁ ପୋଷ୍ଟରରେ […]
ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବାଘ ଛାଲ ଜବତ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଏସଟିଏଫ୍ ଯୋଜନା ରଖିଛି। ଅଭିଯୁକ୍ତମାନେ ବାଘ ଛାଲ ବିକ୍ରି ଉଦ୍ଦେଶ୍ୟରେ ପାଖରେ ରଖିଥିବା ସ୍ୱୀକାର କରିଛନ୍ତି। ତେବେ ବାଘ ଛାଲ ରାକେଟ୍ ପଛରେ ଆଉ କାହାର ହାତ ରହିଛି, ଏହାର ଚେର କେତ ଦୂର ଲମ୍ବିଛି ତାର ଖୋଳତା଼ଡ଼ କରାଯାଉଛି। ବାଘକୁ ଗୁଳି କରି ହତ୍ୟା ପରେ ଶିକାରୀ ଛାଲ ବେପାର କରୁଥିବା ଜଣାପଡ଼ିଛି। ୪ଟି କଲରାପତରିଆ ବାଘକୁ […]
ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରିରେ କିନ୍ନରଙ୍କ ପ୍ରାଦୁର୍ଭାବକୁ ନେଇ ଉତ୍ତେଜନା। କିନ୍ନରଙ୍କ ଦୌରାତ୍ମ୍ୟ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ଅାଜି ସଂଧ୍ୟାରେ କିଛି କିନ୍ନର ଏକ ଗାଡ଼ିକୁ ଅଟକାଇ କିଛି ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ପରେ ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରେ ପୋଡ଼ାଜଳା ସହ ରାସ୍ତା ଅବରୋଧ କରିଛନ୍ତି।
ବାରିପଦା : ଗରିବଙ୍କୁ ଘର ଦେଇ ବାହାବା ନେବାର ପ୍ରତିଯୋଗିତାରେ ଟୁଇଷ୍ଟ ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘର ତିଅାରି କରିବାରେ ରାଜ୍ୟର ପାରିବାପଣିଅା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି କେନ୍ଦ୍ର ତିନି ବର୍ଷ ପାଇଁ ରାଜ୍ୟକୁ ଦିଅାଯାଇଥିବା ଟାର୍ଗେଟର ମାତ୍ର ଅଧାପୂରଣ ହୋଇଛି। ବାରିପଦା ସଦର ବ୍ଲକ ଶଙ୍ଖାଭଙ୍ଗାର ଲାଭାରା ହେମ୍ବ୍ରମ୍ବ । ୭ ଜଣିଆ ପରିବାରର ଅାଶ୍ରା ହେଉଛି ଏ ଛୋଟ ଟାଇଲ ଛପର ଭଙ୍ଗା ଦଦରା ଘର। ପ୍ରଧାନମନ୍ତ୍ରୀ ଅାବାସ ଯୋଜନାରେ ଘରଟିଏ ପାଇଁ […]
ନୂଆଦିଲ୍ଲୀ: ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଏଥିସହ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପ୍ରଭାରୀ ଅରୁଣ ସିଂ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୧୪ରେ ଇଞ୍ଜିନିୟର ଚାକିରି ଛାଡ଼ି ସେ ବିଜେଡିରେ ସାମିଲ ହୋଇଥିଲେ। ଆଉ ବିଜେଡି ଟିକେଟରେ ନବରଙ୍ଗପୁରରୁ […]
କେନ୍ଦ୍ରାପଡ଼ା: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅବସରରେ ଆଳି ନୂଆବଜାର ଠାରେ ଶତାଧିକ ଲୋକ ଏକାଠି ହୋଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ। କର୍ମୀମାନେ ବାଜପେୟୀଙ୍କ ଅମର ଆତ୍ମାର ସତ୍ଗତି ପାଇଁ ସମବେତ ଦୀପ ଦାନ କରି ପ୍ରାର୍ଥନା କରିଥିଲେ। ବାଜପେୟୀଙ୍କ ଭଳି ବାଗ୍ମୀ, ବିଚକ୍ଷଣ, ଯୋଗଜନ୍ମା ଓ ମହାନ୍ ଜନନାୟକଙ୍କୁ ହରାଇବା ଦେଶ ପାଇଁ ଅପୂରଣୀୟ କ୍ଷତି ବୋଲି […]
ଭୁବନେଶ୍ୱର: ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶଚନ୍ଦ୍ର ପଣ୍ଡା ଆଜି ବିଜେଡିରେ ମିଶିଛନ୍ତି। ନିଜ ସମର୍ଥକଙ୍କ ସହ ନବୀନ ନିବାସ ଆସି ସେ ବିଜେଡିରେ ସାମିଲ ହୋଇଛନ୍ତି। ହରିଶଚନ୍ଦ୍ର ପଣ୍ଡା କହିଛନ୍ତି,“ମୁଁ ନବୀନ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି। ତାଙ୍କର ଉନ୍ନୟନମୂଳକ କାର୍ଯ୍ୟ ମୋତେ ପ୍ରୋତ୍ସାହିତ କରିଛି। ବିଜେଡିରେ ମିଶି ମୁଁ ନୂଆପଡ଼ା ଅଞ୍ଚଳର ବିକାଶ କରିପାରିବି ବୋଲି ଆଶା ରଖିଛି।” ହରିଶଚନ୍ଦ୍ର ବିଜେଡିରେ ମିଶିବା ନେଇ […]
ଆଳି(କେନ୍ଦ୍ରାପଡ଼ା): କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଡିପିଆଇଏସ୍ ସ୍କୁଲ୍ ପକ୍ଷରୁ ବନ୍ଦେମାତରମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଛୋଟ ପିଲାଙ୍କ ଦ୍ୱାରା ନୃତ୍ୟ,ଗୀତ,ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଳି ତହସିଲଦାର ଅଶ୍ୱିନ୍ କୁମାର ଭୂୟାଁ ଯୋଗ ଦେଇଥିଲେ।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନର ଫୁଟପାଥ୍ରେ ଶୋଇଥିବା ୨ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଜଣଙ୍କୁ ପଥରରେ ଛେଚି ଓ ଆଉ ଜଣଙ୍କୁ ବହ୍ଲାରେ ପିଟି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ କ’ଣ ପାଇଁ ସେମାନଙ୍କ ଉପରେ ଆକ୍ରମଣ ହେଲା ତାହା ଜଣାପଡ଼ି ନାହିଁ।
ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଶଙ୍କରପୁର ସ୍ଥିତ ଗୁଡ ନିଉଜ୍ ଇଣ୍ଡିଆର ଏକ ଶାଖା ଡ୍ରିମ୍ ହୋମ୍ ଆଶ୍ରମ ଉପରେ ଚଢଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୁକ୍ରବାର ଅଚାନକ ଚଢଉ କରି ଆଶ୍ରମରେ ବେନିୟମରେ ରଖାଯାଇଥିବା ୪୨ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ପରେ ସମସ୍ତ ପିଲାଙ୍କୁ ଚୌଦ୍ୱାର ସ୍ଥିତ ଶିଶୁ ସଦନରେ ରଖାଯାଇଛି। ସୂଚନା ଅନୁଯାୟୀ ଢେଙ୍କାନାଳ ବେଲଟିକିରି ସେଲଟର ହୋମ୍ ସିଲ୍ ସହ […]
ନୂଅାପଡ଼ା : ରାତିରେ ଶୋଇଥିବା ବେଳେ ହଠାତ୍ ପଶି ଅାସିଲା ପାଣି। ଚାହୁଁ ଚାହୁଁ ପାଣି ଘେରରେ ପୁରା ଗାଁ । ଏପରି କିଛି ଘଟଣା ଘଟିଛି ନୂଅାପଡ଼ା ଜିଲ୍ଲାରେ । ନୂଅାପଡ଼ା ଜିଲ୍ଲାର ଝାଲକୁସୁମ ଗାଁରେ ଲୋୟର ଇନ୍ଦ୍ର ପ୍ରକଳ୍ପର ପାଣି ପସି ଅାସିଛି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଚାଷ ଜମି, ଗାଁ ଭିତରେ ଜମା ହୋଇଛି ଅାଣ୍ଠୁଏ ପାଣି । ଯାହାଦ୍ୱାରା ବ୍ୟାପକ ପରମାଣର ଫସଲ […]
ଭୁବନେଶ୍ୱର : ନୂଆସାହି , ନୟାପଲ୍ଲୀର ଆଖଣ୍ଡଳମଣୀ ପୂଜା କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୀପ ଦାନ ଓ ନିରବ ପ୍ରାର୍ଥନା କରାଯାଇଛି। ଗତକାଲି ସନ୍ଧ୍ୟା ୬ଟାରେ ନୂଆସାହିସ୍ଥିତ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଆଖଣ୍ଡଳମଣୀ ପୂଜା କମିଟିର ସମସ୍ତ ସଦସ୍ୟ ଓ କିଛି ସ୍ଥାନୀୟ ଲୋକ ଏକତ୍ର ହୋଇଥିଲେ। ଏହାପରେ ସ୍ୱର୍ଗତ ଅଟଳ ବିହାରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ୨ ମିନିଟ୍ର ନିରବ ପ୍ରାର୍ଥନା କରିଥିଲେ। […]
ବିନିକା(ଦିଲୀପ ସାହୁ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ମହୁଲପାଲି ଗାଁରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତରାତିରେ ଶୋଇଥିବା ବେଳେ ମହିଳାଙ୍କୁ ତାଙ୍କ ସ୍ୱାମୀ ଭୁଜାଲିରେ ଆକ୍ରମଣ କରି ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ମହିଳାଙ୍କ ନାଁ ମମତା ଥପା। ତାଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ମମତା ଦେଢ଼ ବର୍ଷ ତଳେ ବରଗଡ଼ ଜିଲ୍ଲା ଖଲାବାହାଲର ରସିକ ଥପାଙ୍କୁ ବିବାହ କରିଥିଲେ। ହେଲେ ଶାଶୂ ଘରେ ତାଙ୍କୁ ଯୌତୁକ ଜନିତ ନିର୍ଯାତନା ଦିଆଯାଉଥିବାରୁ […]
ଭୁବନେଶ୍ୱର : ଅାସନ୍ତା ୧୫ ଦିନ ମଧ୍ୟରେ ଓଡ଼ିଶାରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବ। ଓଡ଼ିଶାର କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ଏହି ସୂଚନା ଦେଇଛନ୍ତି। ଅାସନ୍ତାକାଲି ବସିବ ପ୍ରଦେଶ ନିର୍ବାଚନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ପରେ ଅାସନ୍ତା ୧୫ ଦିନ ମଧ୍ୟରେ ଅନ୍ତତଃ ପକ୍ଷେ ୫୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ନେଇ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।
ଉଦଳା(ମାନସ ପାଣି): ଘରୋଇ କଳିରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚତୁରିସାହି ଗାଁରେ। ଗତକାଲି ସ୍ୱାମୀ ହାଡ଼ିଆ ଖିଲାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗ଼ଡା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ହାଡ଼ିଆ ଏକ ବାଡ଼ିରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଘର ଭିତରେ ଥୋଇ ସେ ଫେରାର ହୋଇଯାଇଥିଲା। ପୁଲିସ୍ […]
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଜାରି ରହିଛି ହଟଚମଟ। ଆଜି କଂଗ୍ରେସ ଛାଡ଼ିଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା। ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି। କଟକ ଜିଲ୍ଲା ସଭାପତି ପଦରୁ ହଟାଯିବା ସହ ବାରମ୍ବାର ଦଳୀୟ ନେତୃତ୍ୱ ତାଙ୍କୁ ଅପମାନିତ କରିଥିବା ଇସ୍ତଫା ପତ୍ରରେ ସେ ଦର୍ଶାଇଛନ୍ତି। ଏନେଇ ସେ ପିସିସି ସଭାପତିଙ୍କୁ ଜଣାଇଥିଲେ ହେଁ କିଛି ଶୁଣାଯାଇ ନ ଥିବା ସେ ଉଲ୍ଲେଖ କରିଛନ୍ତି। କଂଗ୍ରେସ ଦଳ […]
ଭୁବନେଶ୍ୱର: ଆସନ୍ତା ମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ତେବେ ନିର୍ବାଚନ ସମୟରେ ଅନିୟମିତତା ରୋକିବାକୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି। ଏହି କଣ୍ଟ୍ରୋଲ୍ ରୁମ ନମ୍ବର ହେଉଛି ୦୬୭୪-୨୩୯୫୦୧୫। ନିର୍ବାଚନରେ କୌଣସି ଅନିୟମିତତା କିମ୍ବା ଆଦର୍ଶ ଆଚରଣବିଧି ଉଲ୍ଲଂଘନ ସମ୍ପର୍କୀତ ସୂଚନା ବା ଅଭିଯୋଗ ନେଇ ସାଧାରଣ ଲୋକେ ଏହି ନମ୍ବରରେ ଜଣାଇ ପାରିବେ। ଅଭିଯୋଗ ପାଇବା ପରେ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ଆସନ୍ତାମାସରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଟିକଟ୍ ବଣ୍ଟାକୁ ନେଇ ନବୀନ ନିବାସରେ କସରତ ଚାଲିଥିବା ବେଳେ ମାଲକାନଗିରିରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ବିଧାୟକ ମାନସ ମାଡକାମୀଙ୍କ ସମର୍ଥକଙ୍କ ସହ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମାଲକାନଗିରି କୁମୁଟିଗୁଡ଼ାରେ ଦଳୀୟ କାର୍ଯ୍ୟାଳୟ ଉଦଘାଟନ୍ ପାଇଁ ପୂର୍ବତନ ବିଧାୟକ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ଥିତ ଟଙ୍କାପାଣି ରୋଡରେ ଗୁଳିକାଣ୍ଡ ହୋଇଛି। ପାଣି ମାଗିବା ବାହାନା କରି ଏକ କଲ୍ୟାଣ ମଣ୍ଡପରେ ଡ୍ୟୁଟି କରୁଥିବା ସିକ୍ୟୁରିଟି ଗାର୍ଡ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ଗୁଳି ଚଳାଇଥିଲେ। ଆହତ ସିକ୍ୟୁରିଟି ଗାର୍ଡଙ୍କ ନାଁ ଜ୍ଞାନେନ୍ଦ୍ର ମଲ୍ଲିକ। ତାଙ୍କ ପିଠି ଉପରି ଭାଗରେ ଗୁଳି ବାଜିଛି। ଜ୍ଞାନେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଗୁଳିକାଣ୍ଡର […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବସ୍ଷ୍ଟାଣ୍ଡ୍ ନିକଟରେ ୪ଟି ଗୋରୁ ବୋଝେଇ ଟ୍ରକ୍କୁ ପୁଲିସ୍ ଜବତ କରିଛି। ଏହି ଟ୍ରକ୍ଗୁଡ଼ିକରେ ପ୍ରାୟ ୩୦୦ ଗୋରୁ ଚୋରା ଚାଲାଣ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଆଜି ସକାଳ ପ୍ରାୟ ସାଢ଼େ ୭ଟାରେ ୪ଟି ଟ୍ରକ୍କୁ ଲୋକେ ସନ୍ଦେହରେ ଅଟକାଇ ଥିଲେ। ତେବେ ଟ୍ରକ୍ରେ ଗୋରୁ ଥିବା ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇ ଯାଇଛନ୍ତି। ପୁଲିସ୍ ଟ୍ରକ୍ ଗୁଡ଼ିକୁ […]