ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ ଆଜି ବିଜେଡିରେ ମିଶିଛନ୍ତି। ନବୀନ ନିବାସରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଏହି ଅବସରରେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ନବ ଦାସ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେଡିରେ ଯୋଗ ଦେବା ପରେ ସୁନୀତା କହିଛନ୍ତି ଯେ କଂଗ୍ରେସ ସହିତ ତାଙ୍କର କୌଣସି ସମସ୍ୟା ନଥିଲା। ତେବେ […]
ଭୁବନେଶ୍ୱର: ବହୁ କୋଟି ଟଙ୍କା ଚିଟଫଣ୍ଡ କେଳେଙ୍କାରୀରେ ସମ୍ପୃକ୍ତ ଥିବା କମ୍ପାନୀମାନଙ୍କୁ ତଦନ୍ତ କମିଶନ ପବ୍ଲିକ ନୋଟିସ୍ କରିଛନ୍ତି। ତଦନ୍ତ କମିଶନଙ୍କ ନିକଟରେ ହାଜର ହେଉ ନଥିବା କମ୍ପାନୀମାନଙ୍କୁ ଏହି ନୋଟିସ ଜାରି କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଏହି ନୋଟିସ୍ ଜାରି ହୋଇଛି। ଯେଉଁ ଚିଟଫଣ୍ଡ ସଂସ୍ଥାର ଠିକଣା ଏବଂ ଏହାର ମାଲିକଙ୍କ ସମ୍ପର୍କରେ ସୂଚନା ଥାଇ ମଧ୍ୟ ହାଜର ହୋଇ ନାହାନ୍ତି, ସେମାନଙ୍କୁ ହାଜର ହେବା ଲାଗି ଗୋଟିଏ ନୋଟିସ୍ ଜାରି ହୋଇଛି। ସେହିପରି ଅନ୍ୟ […]
ଭୁବନେଶ୍ୱର: ସହିଦ ନଗର ଥାନା ଅଧିକାରୀ ଓ ଏଏସ୍ଆଇଙ୍କୁ ମାଡ଼ ମାରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ସେ ବିଜୁ ଯୁବ ଜନତା ଦଳର ଉପସଭାପତି ଅଛନ୍ତି। ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍କୁ ନିର୍ଧୂମ ପିଟିଥିଲେ। ଭିଏସ୍ଏସ୍ନଗରରେ ଏକ କାର୍ ସହ ବାଇକ୍ର ଧକ୍କା ହେବା ପରେ ଦୁଇ ଗୋଷ୍ଠୀ ଥାନାରେ ପହଞ୍ଚିଥିଲେ। ଦୁର୍ଘଟଣାଗ୍ରସ୍ତ କାର୍ଟି ବିଜୁ […]
ଭଦ୍ରକ (ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ରାହାଞ୍ଜରେ ଦୁର୍ଘଟଣାଗ୍ରସ୍ତ ଗ୍ୟାସ୍ ଟ୍ୟାଙ୍କରକୁ ନେଇ ଲାଗି ରହିଥିବା ବିପଦ ଆଶଙ୍କାର ଅବସାନ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ଆଇଓସିଏଲ୍ର ଇଞ୍ଜିନିୟରଙ୍କ ପ୍ରାୟ ୧୪ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଗ୍ୟାସ୍ ଲିକ୍ ବନ୍ଦ ହୋଇଛି। ଉକ୍ତ ଟ୍ୟାଙ୍କରରୁ ଅନ୍ୟ ଦୁଇଟି ଟ୍ୟାଙ୍କରକୁ ଗ୍ୟାସ୍ ସ୍ଥାନାନ୍ତର କରାଯାଇଛି। ଫଳରେ ଆଉ କିଛି ବିପଦ ନାହିଁ ବୋଲି ଜଣାପଡ଼ିଛି। ଗ୍ୟାସ୍ ସ୍ଥାନାନ୍ତର ପରେ କ୍ରେନ୍ ସାହାଯ୍ୟରେ ଟ୍ୟାଙ୍କର ଓ ଟ୍ରକ୍କୁ ମଧ୍ୟ ରାସ୍ତାରୁ […]
କଟକ (ଦେବାଶିଷ ମହାନ୍ତି): ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ଓ ଓଏମ୍ଆର୍ ଶୀଟ୍ ଗାଏବ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଗତକାଲି ସରିଛି। ଏବେ ଖାତା ମୂଲ୍ୟାୟନ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାରର ବନ୍ଦୋବସ୍ତ ଆରମ୍ଭ କରିଛି। ଆସନ୍ତା ୨୫ ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ। ଏପ୍ରିଲ୍ ୫ ତାରିଖରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ମୋଟ୍ […]
ସମ୍ବଲପୁର (ସଞ୍ଜୟ ଜେନା): ବରଗଡ଼-ସମ୍ବଲପୁର ରାସ୍ତାର ଚକୁଳିଠାରେ ଏକ ଟ୍ରକ୍କୁ ଏକ ବସ୍ ଧକ୍କା ଦେବା ଫଳରେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ବରଗଡ଼ ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରୁଥିବା ଏହି ଘରୋଇ ବସ୍ଟି ଗତକାଲି ରାତି ପ୍ରାୟ ୮ଟା ସମୟରେ ବରଗଡ଼ରୁ ଫେରୁଥିବା ବେଳେ ଏକ ଟ୍ରକ୍କୁ […]
ରାୟଗଡ଼ା : ଲଗାଣ ବର୍ଷାରେ ଧସିଲା ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି। ଘାଟି ଧସିବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ୫ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି […]
ଭୁବନେଶ୍ୱର : ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଶିକ୍ଷକ। ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ, ପୂର୍ଣ୍ଣଅନୁଦାନ ସହ ଚାକିରି ସର୍ତ୍ତାବଳୀ ଦାବିରେ ଅାନ୍ଦୋଳନକୁ ଓହ୍ଲାଇଛନ୍ତି ସ୍କୁଲ କଲେଜ ଶିକ୍ଷକ,କର୍ମଚାରୀ ମିଳିତ ମଞ୍ଚ। ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳିନଥିବାରୁ ଏହାର ପ୍ରତିବାଦରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ଅାନ୍ଦୋଳନ କରୁଛନ୍ତି ମିଳିତ ମଞ୍ଚ। ଏଥିସହ ଅାଜିଠାରୁ ଶିକ୍ଷକମାନେ ଅହୋରାତ୍ର ଧାରଣା ମଧ୍ୟ ଦେବେ। ଏଥିରେ ପ୍ରାୟ ୧ଲକ୍ଷ ଶିକ୍ଷକ ଓ ଅଧ୍ୟାପକ ସାମିଲ ହେବେ। ପୂର୍ବରୁ ହୋଇଥିବା ଅାନ୍ଦୋଳନ ପରେ ସରକାର ଜୁଲାଇ […]
ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କୁ କୌଣସି ମତେ ସହଯୋଗ କରିବ ନାହିଁ ନବନିର୍ମାଣ କୃଷକ ସଂଗଠନ। ଏନେଇ ଆଜି ସଂଗଠନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି,“ ସାଧାରଣ ନିର୍ବାଚନ ସମୟରେ କୃଷକ ଓ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ ନିର୍ବାଚନକୁ ବିରୋଧ କରିବେ। ସମ୍ପୂର୍ଣ୍ଣ ଅହିଂସାତ୍ମକ ଢଙ୍ଗରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବ। କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନ, ଚାଷୀଙ୍କୁ ସୁରକ୍ଷା […]
ଭୁବନେଶ୍ୱର: ବିଜେଡିରେ ମିଶିଲେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ। ଆଜି ସେ ବିଧିବଦ୍ଧ ଭାବେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। କିଛି ଦିନ ତଳେ ସେ ଚାକିରି ଛାଡ଼ିଥିଲେ। ତାଙ୍କ ସହ ପୂର୍ବତନ ଏସ୍ସିଏସ୍ଟି ନିର୍ଦ୍ଦେଶକ ରମେଶ ଚନ୍ଦ୍ର ସାଏ ମଧ୍ୟ ବିଜେଡିରେ ଯୋଗ ଦେଇଛନ୍ତି।
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଖୁଜେନପାଲି ଗାଁରେ ଥିବା ଦୁଇଟି ମନ୍ଦିରରୁ ଚୋରି ହୋଇଛି। ଗାଁରେ ଥିବା ଧବଳେଶ୍ୱର ମନ୍ଦିର ଓ ପାଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି। ଧବଳେଶ୍ୱର ମନ୍ଦିରର କବାଟ ଭାଙ୍ଗି ଦୁର୍ବୃତ୍ତ ମାଆ ପାର୍ବତୀଙ୍କ ସୁନା ଚେନ୍ ଓ ରୁପା ମୁକୁଟ ଚୋରି କରିବା ସହ ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି। ସେହିପରି ଦୁର୍ଗା ମନ୍ଦିରରୁ ରୁପା ମୁକୁଟ ଚୋରି କରିନେଇଥିବା ବେଳେ ଦାନବାକ୍ସ ଭାଙ୍ଗି ଲୁଟ୍ […]
ଭୁବନେଶ୍ୱର: ଆଜି ସାରା ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଛି। ଏନେଇ ଭୁବନେଶ୍ୱରରେ ପରିଚୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମହିଳାଙ୍କୁ ଆର୍ୟା ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ସନ୍ତୋଷିନୀଙ୍କୁ ସମ୍ମାନିତ କରାଯାଇଥିଲା। ସନ୍ତୋଷିନୀ ବହୁ କଷ୍ଟ ସହି ସମାଜର ବାଧାବିଘ୍ନକୁ ପାର କରି ଚାରି କାନ୍ଥ ଡେଇଁ ଅଟୋ ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ପୁରସ୍କାର ପ୍ରଦାନ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଆଜି ମାଟ୍ରିକ ପରୀକ୍ଷାର ଶେଷ ଦିନ। ଆରମ୍ଭ ପରି ଶେଷ ଦିନରେ ମଧ୍ୟ ସମାନ ବିଭ୍ରାଟ୍। ଗୋଟିଏ ପଟେ ପରୀକ୍ଷା ଚାଲିଛି ଆଉ ଅନ୍ୟ ପକ୍ଷେ ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଘୁରି ବୁଲୁଛି। ଆଜି ସାମାଜିକ ବିଜ୍ଞାନ ପରୀକ୍ଷା ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଅଞ୍ଚଳରେ ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ନେଇ ବୋର୍ଡ ସଭାପତି ଜାହାନ୍ ଆରା ବେଗମ୍ ପ୍ରତିକ୍ରିୟା ରଖିଛନ୍ତି। ସେ […]
ଭୁବନେଶ୍ୱର: ପ୍ରମୋଦ ଧଳ ଏବଂ ଗ୍ଲୋରିଆ ଧଳଙ୍କ ପୁସ୍ତକ ‘ବାର୍ଡସ୍ ଅଫ୍ ଓଡିଶା, ଏ ପଲିଟିକାଲ ଏନସାଇକ୍ଲୋପେଡିଆ’ ଲୋକାର୍ପିତ ହୋଇଛି। ଏହି ପୁସ୍ତକକୁ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ନେତା ବୈଜୟନ୍ତ ପଣ୍ଡା ଲୋକାର୍ପିତ କରିଛନ୍ତି। ଓଡ଼ିଶାରେ ଦେଖାଯାଉଥିବା ୩୧୬ ପ୍ରଜାତିର ପକ୍ଷୀଙ୍କ ଫଟୋ ଓ ସବିଶେଷ ତଥ୍ୟକୁ ନେଇ ଏହି ପୁସ୍ତକରେ ରଚନା ହୋଇଛି। ପକ୍ଷୀମାନଙ୍କର ବୈଜ୍ଞାନିକ ନାମ, ସେମାନଙ୍କର ବାସସ୍ଥାନ, ଅଭ୍ୟାସ ଓ ଖାଦ୍ୟପେୟ ବ୍ୟବହାର ନେଇ ବହିରେ ଉଲ୍ଲେଖ ରହିଛି। ୩୨୦ […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରରେ ଏକ ସିରିଜ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦାଣ୍ଡକାଳୀ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି। ମୃତକମାନଙ୍କ ପରିଚୟ ମିଳିନାହିଁ। ଗତକାଲି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ଏ ଘରୋଇ ବସ୍ଟି ଦାଣ୍ଡକାଳୀ ମନ୍ଦିର ନିକଟ ବାଳିକା ବିଦ୍ୟାଳୟ ପାଖରେ ଥିବା ଚା’ ଦୋକାନ ସମ୍ମୁଖରେ […]
ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଫଳରେ କଣ୍ଟାମାଳ-ଘଣ୍ଟାପଡ଼ା ୪୧ ନମ୍ବର ରାଜପଥର ଅଡ଼ାଗୁଡ଼ି ପୋଲ ଉପରେ ୪ ଫୁଟ ଉଚ୍ଚତାର ପାଣି ପ୍ରବାହିତ ହେଉଛି। ସେହିପରି ମଲିକୁଦ ବାଞ୍ଜିନାଳ, ଚିଚେନ୍ଦ ପୋଲ ଉପରେ ପ୍ରାୟ ସାଢ଼େ ୩ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ବରଗାଁ, ନାରାୟଣପ୍ରସାଦ, ଉମା, ଖୁଣ୍ଟିଗୋରା, ଖମନମୁଣ୍ଡା, କୁଲତାଯୋର,ଆମ୍ବଗାଁ ଏବଂ ଘଣ୍ଟାପଡ଼ା ପଞ୍ଚାୟତର ୪୦ରୁ ଉର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଗୋଟିଏ ପଟେ ଲଗାଣ […]
କଟକ: ଆଜି ସରୁଛି ମାଟ୍ରିକ ପରୀକ୍ଷା। ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏହା ପୂର୍ବରୁ ହୋଇଥିବା ବିଜ୍ଞାନ ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଥିଲା। ତେବେ ବିଜ୍ଞାନ ଓ ସଂସ୍କୃତକୁ ଛାଡ଼ି ଦେଲେ ବାକି ପରୀକ୍ଷାରେ ବ୍ୟାପକ ବିଭ୍ରାଟ ଦେଖିବାକୁ ମିଳିଛି। ପରୀକ୍ଷା ଆରମ୍ଭ ଦିନଠାରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ମାଲକାନଗିରି ଜିଲ୍ଲା ପଡ଼ିଆର ଏସ୍ଏସ୍ଡି ହାଇସ୍କୁଲରେ ଗଣିତ ପରୀକ୍ଷା ପରେ ଏହି କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ୧୦୮ଟି ଓଏମ୍ଆର୍ ଶିଟ୍ ଗାଏବ ହୋଇଯାଇଛି। ବର୍ତ୍ତମାନ […]
ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ମାର୍ଚ୍ଚ ୮ ତାରିଖକୁ ମହିଳାଙ୍କ ଉଦ୍ଦେଶ୍ୟରେ ପାଳନ କରି ଆସୁଛି। ମହିଳାଙ୍କ ଅଧିକାର, ସମ୍ମାନ ଓ ନ୍ୟାୟ ପ୍ରଦାନ ଲାଗି ଏହି ଦିନକୁ ସମର୍ପଣ କରାଯାଇଛି। ମହିଳାଙ୍କ ଉତ୍ଥାନ ସହ ସେମାନଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ଅନ୍ତର୍ଜାତିକ ମହିଳା ଦିବସ ଭାବେ ପାଳନ କରାଯାଉଛି। ୧୯୦୯ ମସିହାରେ ଆମେରିକାରେ ପ୍ରଥମ କରି ମାର୍ଚ୍ଚ ୮ ତାରିଖରେ ମହିଳାଙ୍କୁ ଅଧିକାର ପ୍ରଦାନ ଲାଗି ସ୍ୱର ଉତ୍ତୋଳନ […]
ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ଆସି ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ। ବାଙ୍ଗମାଝି ପଡ଼ିଆରେ ସେ ଏକ ନିର୍ବାଚନୀ ସଭାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ସେହିପରି ଆଜି ମହିଳା ଦିବସ ହୋଇଥିବାରୁ ଗାନ୍ଧିଛକଠାରେ ଆୟୋଜିତ ମହିଳା ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିସହ ସେ ଚାଷୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାହୁଲଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ମଧ୍ୟ ଓଡ଼ିଶା ଆସୁଛନ୍ତି। ରାହୁଲଙ୍କ […]
ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ବିଜେଡି ‘ଘରେ ଘରେ ଶଙ୍ଖ’ ଅଭିଯାନ ଆରମ୍ଭ କରିଛି। ଜଟଣୀରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ମାଧ୍ୟମରେ ନିର୍ବାଚନ ଇସ୍ତାହାର ପାଇଁ ବିଜେଡି ମତାମତ ସଂଗ୍ରହ କରିବ। ପ୍ରାୟ ୮୬ ଲକ୍ଷ ପରିବାରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକର୍ତ୍ତା ପହଞ୍ଚି ଇସ୍ତାହାର ସଂପର୍କରେ ମତାମତ ନେବେ। ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖକୁ ପହଞ୍ଚିବା ଓ ରାଜ୍ୟ ସରକାରଙ୍କ ସଫଳତାକୁ […]
ଭୁବନେଶ୍ୱର: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେପି ଟାର୍ଗେଟ୍ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରରେ ହୋର୍ଡିଂ ମାରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇ ଅନୁକମ୍ପା ନେବାକୁ ସାଂସଦ ଏପରି କରୁଛନ୍ତି। ସେ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବା ସହ ସିବିଆଇ ଜେରାର ସାମ୍ନା କରିଥିବା ସାଂସଦ ଏବେ ନିଜର ଭାବମୂର୍ତ୍ତି ତିଆରି ପାଇଁ ମିଛ ପ୍ରଚାର […]
ଭୁବନେଶ୍ୱର: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କୁ ଆମିକସ୍ କ୍ୟୁରି ରଞ୍ଜିତ କୁମାର ନିଜ ରିପୋର୍ଟ ପ୍ରଦାନ କରିଛନ୍ତି। ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଉପରେ ନିଜ ମତ ରଖିବା ଲାଗି କୋର୍ଟ ସବୁ ପକ୍ଷଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ତେବେ ଏପ୍ରିଲ ୨ ସୁଦ୍ଧା ନିଜ ନିଜ ପକ୍ଷ ରଖିବାକୁ କୁହାଯାଇଛି। ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଛି। ଜଷ୍ଟିସ୍ ଏ. କେ. ସିକ୍ରି, ଜଷ୍ଟିସ୍ […]
ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ ୫୦ରୁ ଅଧିକ ଅଣ୍ଡା ସହ ନାଗ ସାପକୁ ଉଦ୍ଧାର କରିଥିଲା। ସେହିପରି ତେଲେଙ୍ଗା ସାହିର ଜଣକ ଘର କବାଟ ପାଖରୁ ଆଉ ଗୋଟିଏ ଚମ୍ପା ନାଗ ସାପ […]
ଭୁବନେଶ୍ୱର : ପ୍ରବଳ ବର୍ଷା ପରେ ତେଲ ନଦୀରେ ହଠାତ୍ ବନ୍ୟା ଅାସିବାରୁ ନଦୀ ମଝିରେ ଥିବା ଏକ ଟାପୁରେ ଫସି ଯାଇଥିବା ୧୭ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସେମାନଙ୍କ ମଧ୍ୟରେ ବିଦ୍ୟୁତ୍ ବିଭାଗର ୧୩ ଓ ଜଳ ଯୋଗାଣ ବିଭାଗର ୪ ଜଣ କର୍ମଚାରୀ ଅଛନ୍ତି। ବାଞ୍ଜିପଦର ଟାପୁରେ ଥିବା ଏକ ଜଳ ଯୋଗାଣ ପ୍ରକଳ୍ପ କାମ ପାଇଁ ସେମାନେ ଯାଇଥିବାବେଳେ ତେଲ ନଦୀରେ ହଠାତ ବନ୍ୟା ଅାସିବାରୁ ଅାଉ ଫେରିପାରି ନଥିଲେ। […]
ଭୁବନେଶ୍ୱର: ଆଜି ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଓ ଗଜପତି। କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ଓ ବଜ୍ରପାତ ସହ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାଂଲାଦେଶ ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ କାଳବୈଶାଖୀ […]