Gurgaon Building Collapsed
ନୂଆଦିଲ୍ଲୀ: ଗୁରୁଗ୍ରାମରେ କୋଠା ଭୁଶୁଡି ୩ ଜଣଙ୍କ ମୃତ୍ୟୁ । ଗୁରୁଗ୍ରାମର ଖୱାସପୁର ଗାଁରେ ଘଟିଛି ଅଘଟଣ । ଗତକାଲି ରାତିରେ କୋଠାଟି ହଠାତ୍ ଭୁଶୁଡି ପଡିଥିଲା । କାର୍ଗୋ ଡିଲକ୍ସ କମ୍ପାନୀ ନିକଟରେ ଏହି କୋଠା ଠିଆ ହୋଇଥିଲା । ଏଥିରେ ସେହି କମ୍ପାନୀର କର୍ମଚାରୀମାନେ ଥିଲେ ବୋଲି କୁହାଯାଉଛି । ଘଟଣାସ୍ଥଳରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Advertisment
Also Read
ତେବେ ଗତକାଲି ରାତିରେ ରେସ୍କ୍ୟୁ ଟିମ୍ ଆସି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଜଣଙ୍କୁ ଜୀବିତ ଅବସ୍ଥାରେ ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ରହିଛି । ସେହି ଭଗ୍ନାଂଶରୁ ବାହାର ମୃତକଙ୍କୁ ଉଦ୍ଧାର କରାଯିବା ବଳେ ହିଁ ଜଣେ ଜୀବୀତ ଥିଲେ ବୋଲି ଉଦ୍ଧାରକରୀ ଦଳ ପକ୍ଷରୁ କୁହାଯାଇଛି ।
Advertisment
ସେଠାରେ ଆହୁରି ମଧ୍ୟ କିଛି ଲୋକେ କୋଠାର ଭଗ୍ନାଂଶ ତଳେ ଚାପି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ସହ NDRF ଟିମ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)