କୋଣାର୍କ(ସଞ୍ଜୟ ପତି): ପିପିଲି-କୋଣାର୍କ ରାସ୍ତାର ବେଗୁନିଆ ଠାରେ କାର୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟେଳିଆ ଗାଁର ରବୀନ୍ଦ୍ର ଭୋଇ। ରବୀନ୍ଦ୍ର ପେଟଳିଆରୁ ବେଗୁନିଆ ଆସୁଥିବା ବେଳେ କୋଣାର୍କ ଯାଉଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏନେଇ ଖବର ପାଇ ଅଗ୍ନିଶମ ବିଭାଗ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ଟିକରପଙ୍ଗା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଗୋଲକ ମହାନ୍ତି। ତାଙ୍କ ଘର ଟିକରପଙ୍ଗାରେ। ଗୁରୁତର ଆହତଙ୍କୁ ପାରାଦୀପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଏକ ଟାଟା ମ୍ୟାଜିକ୍ ଗାଡ଼ି ଜାତୀୟ ରାଜପଥ ୫ (କ)ରେ ପାରାଦୀପ ଅଭିମୁଖେ ଯାଉଥିବା ବେଳେ ଟିକରପଙ୍ଗା ନିକଟରେ ଏକ ୧୦ ଚକିଆ […]
ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏଭଳି ପାଗ ଲାଗି ରହିବ। ତେବେ ଗତକାଲି ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଆଗକୁ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ଡିଗ୍ରୀ ଉପରେ ପାରଦ ରହିପାରେ […]
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି। ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ପାଇଁ ସେ ପ୍ରଚାର କରିବେ। ଦିନ ସାଢ଼େ ଗୋଟାଏରେ ବିଜୁ ପଟ୍ଟନାୟକ ଷ୍ଟାଡିଅମରେ ସେ ସାଧାରଣ ସଭାକୁ ଉଦବୋଧନ ଦେବେ। ଏହି ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୁଲିସ୍ ଫୋର୍ସ ଓ ୧୦୦ ଜଣ ପୁଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ଭୁବନେଶ୍ୱର: ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ରହି ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଉପରାଷ୍ଟ୍ରପତି ଭୁବନେଶ୍ୱର ସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ରେଲ ଭବନ ଅଡିଟୋରିୟମ୍ରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ପୁରୀ(ମଧୁସୂଦନ ମିଶ୍ର): ପୁରୀ ଡାକ୍ତରଖାନା ପରିସରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଖାନାର ବେଡ୍ରୁ ନାବାଳିକାକୁ ତଳକୁ ଆଣି ଗୁଣିଆ ଦ୍ୱାରା ଝଡ଼ାଫୁଙ୍ଖା କରାଯାଇଛି। ଗୁଣିଆ ବେଲପତ୍ର, ମନ୍ଦାରଫୁଲ ଦ୍ୱାରା ଝଡ଼ାଫୁଙ୍ଖା କରିବା ପରେ କାଟପାଣି ଦେଇ ଭଲ କରିବାକୁ ଚେଷ୍ଟା କରିଛି। ଏପରିକି ଡାକ୍ତରଖାନା କର୍ମଚାରୀଙ୍କ ଉପସ୍ଥିତିରେ ଏହା ହୋଇଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ଚେଷ୍ଟା କରି ନଥିଲେ। ସତ୍ୟବାଦୀର କୈଳାଶ ବେହେରାଙ୍କ ନାବାଳିକା ଝିଅ କିଛି ଦିନ ଧରି ଅଜଣା […]
ବରଗଡ଼ : ଅାଜି ହେଉଛି ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ। ଏହି ଅବସରରେ ବରଗଡ଼ ଜିଲ୍ଲାର ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଏକା ସମୟରେ କବିଙ୍କ କାଳଜୟୀ ଗୀତ ଗାଇଛନ୍ତି। ବରଗଡ଼ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଥିଲା। ଏଥିରେ ସବୁ ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗଙ୍ଗାଧର ମେହେର ଓ ତାଙ୍କ କାବ୍ୟ କବିତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିବା ଲକ୍ଷ୍ୟରେ, ଏହି କାର୍ଯ୍ୟକ୍ରମ ଅାୟୋଜିତ ହୋଇଛି।
ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନସେବା ଆରମ୍ଭ ହେବ। ଘରୋଇ ସଂସ୍ଥା ସ୍ପାଇସ ଜେଟ୍ ଏହି ସେବା ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ୧୮୯ ସିଟ୍ ବିଶିଷ୍ଟ ବିମାନ ଏଠାରୁ ଦିଲ୍ଲୀକୁ ଉଡ଼ାଣ ଭରିବ। ସେହିପରି କୋଲକତା ଓ ହାଇଦ୍ରାବାଦକୁ ଯିବା ପାଇଁ କ୍ୟୁ-୪୦୦ ମଡେଲ ୭୮ ସିଟ୍ ବିଶିଷ୍ଟ ବିମାନ ଉଡ଼ିବ। ଏଥିପାଇଁ ଅନଲାଇନରେ ଟିକେଟ୍ ବିକ୍ରି ହୋଇଥିବା ଜଣାପଡ଼ିଛି। ପ୍ରଥମେ […]
କଟକ: ବାର୍ଡ ଫ୍ଲୁ ଆଶଙ୍କାରେ ପ୍ରଶାସନ କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ୪ ଶହରୁ ଅଧିକ ବତକ ଓ କୁକୁଡା ମାରିଛି। ଏହାସହ ୬ ହଜାରରୁ ଅଧିକ ଅଣ୍ଡା ନଷ୍ଟ କରାଯାଇଛି। ବତକ ଓ କୁକୁଡାଙ୍କୁ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହରେ ଭୋପାଳକୁ ନମୁନା ପଠାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ସେହି ରାତିରେ ଶହ ଶହ କୁକୁଡ଼ା ଓ ବତକ ମରାଯାଇଥିଲା। କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜରୁରୀକାଳୀନ ବୈଠକ ବସିଥିଲା। ପରେ […]
ଅନୁଗୁଳ : ମେଡିକାଲ ଭିତରେ ପାଣି । ପ୍ରବଳ ବର୍ଷା ଯୋଗୁ ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଡାକ୍ତରଖାନାରେ ଅାଣ୍ଠୁଏ ପାଣି ଜମି ରହିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓ୍ୱାର୍ଡ, କ୍ୟାବିନ ଓ କ୍ୟାମ୍ପସରେ ଲହଡ଼ ଭାଙ୍ଗୁଛି ପାଣି । ବର୍ଷା ଓ ଡ୍ରେନ୍ ପାଣି ହସ୍ପିଟାଲରେ ପଶିଯିବାରୁ ପଚା ଗନ୍ଧ ଯୋଗୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ରୋଗୀଙ୍କୁ ଘାରିଛି ସଂକ୍ରମଣ ଭୟ। ପାଲଲହଡ଼ାରେ ଡ୍ରେନ୍ ସୁବିଧା ଭଲ ନଥିବାରୁ ପ୍ରତି ବର୍ଷ […]
ଭୁବନେଶ୍ୱର : ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ କୁନି କୁନି ପିଲାମାନେ ଅାଜି ରାଖୀ ବାନ୍ଧିଛନ୍ତି। ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ରାଜ୍ୟପାଳ ଗଣେଶୀ ଲାଲ୍ଙ୍କୁ ମଧ୍ୟ କୁନିକୁନି ପିଲାମାନେ ରାଖୀ ବାନ୍ଧିଥିଲେ।
ତେଲକୋଇ(ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଦୋଳଯାତ୍ରା ଦେଖି ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନାଅନୁସାରେ, ଯାତ୍ରା ଦେଖି ଯାଇଥିବା ୩ ଜଣ ଯୁବତୀ ପରିସ୍ରା କରିବାକୁ ବାହାରକୁ ଆସିବା ବେଳେ ତାଙ୍କୁ ୫ ଜଣ ଯୁବକ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ୨ ଜଣ ଯୁବତୀ ସେମାନଙ୍କ କବଳରୁ ଖସି ପଳାଇ ଆସିଥିଲେ। ଜଣେ ଯୁବତୀଙ୍କୁ ପାଖରେ ଥିବା ଏକ ସ୍କୁଲ ପଛ ପାଖକୁ […]
ଜଗତସିଂହପୁର : ଜଗତସିଂହପୁର ଏରସମା ବ୍ଲକ କନାଗୁଳି ଗାଁରେ ଡେଙ୍ଗୁ ସ୍ଥିତି ଅତି ସଙ୍ଗିନ୍। କନାଗୁଳି ଗ୍ରାମରେ ୫୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲା ବେଳେ ସାରା ଜିଲ୍ଲାରେ ଅାକ୍ରାନ୍ତଙ୍କ ସଂଖ୍ୟା ୬୦ ଟପିଲାଣି। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୬ଟି କ୍ୟାମ୍ପ କରାଯିବା ସହ ରକ୍ତନମୁନା ସଂଗ୍ରହ ସାଙ୍ଗକୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେପଟେ ଗ୍ରାମବାସୀ ଡେଙ୍ଗୁର ଦୌରାତ୍ମ୍ୟରୁ ବର୍ତ୍ତିବା ଲାଗି ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେପଟେ ଏଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ […]
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): କଟକ-ପାରାଦୀପ ରାସ୍ତା ଶିଉଳି ନିକଟରେ ଦୁର୍ଘଟଣା ହୋଇଛି। ଏକ ବାଇକକୁ ଟ୍ରକ୍ ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କିଶନନଗର ଥାନା ଅନ୍ତର୍ଗତ ରାଧାନଗର ଗ୍ରାମର ପ୍ରଶାନ୍ତ ସ୍ୱାଇଁ ଓ ବର୍ତି ଗାଁର ନାରାୟଣ ଖୁଣ୍ଟିଆ। ମାର୍ବଲ କାମ କରିବାକୁ ବାଇକରେ କମରପଦା ଯାଉଥିଲେ। ତେବେ ଶିଉଳି ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ […]
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ବିଧାତା ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି। ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ୩ ଜଣ ବନ୍ଧୁକ ଧରି ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ପେଟ୍ରୋଲ ପମ୍ପ୍ ମ୍ୟାନେଜର ଆହତ ହୋଇଛନ୍ତି। ଲୁଟେରାମାନେ ସ୍ଥାନୀୟ […]
କେନ୍ଦ୍ରାପଡା : ମହାକାଳପଡ଼ା ଥାନା IIC ନିଲମ୍ବିତ। ମହାକାଳପଡ଼ା ଥାନା IIC ଶ୍ୟାମଘନ ବେହେରାଙ୍କୁ ନିଲମ୍ବନ କରିଛନ୍ତି ଡିଜିପି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏହି ସସ୍ପେଣ୍ଡ କରିଛନ୍ତି ଡିଜିପି। ମହାକାଳପଡା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଅବିନାଶ ପାଇଟଳଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ମୋବାଇଲ ଚୋରି ଅଭିଯୋଗରେ ଗତକାଲି ଅବିନାଶକୁ ଗିରଫ କରାଯାଇଥିଲା। ପୁଲିସର ସୂଚନା ଅନୁସାରେ ରାତିରେ ଶୌଚ ହେବା ବାହାନାରେ ସେ ଥାନାରୁ ଦୌଡ଼ି ପଳାଇ ଥିଲା। ବହୁ ଖୋଜାଖୋଜି ପରେ ବି କୌଣସି […]
କଟକ(ଗୌତମ ପଣ୍ଡା): ଆଜି ରାଜ୍ୟର ସମସ୍ତ ବାର ଆସୋସିଏସନ୍ରେ ଏକାସଙ୍ଗେ ନିର୍ବାଚନ ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ୱାନ୍ ବାର ୱାନ୍ ଭୋଟ୍ ନୀତି ଲାଗୁ କରିବାରେ ଓଡ଼ିଶା ହେବ ଦେଶର ପ୍ରଥମ ରାଜ୍ୟ। ଏହି ନିୟମ ଅନୁସାରେ ଜଣେ ଆଇନଜୀବୀ ଏକାଧିକ ବାରରେ ସଦସ୍ୟ ଥିଲେ ବି ଗୋଟିଏ ବାରରେ ଭୋଟ୍ ଦେଇପାରିବ। ଏହା ସମସ୍ତ ଆଇନଜୀବୀଙ୍କ ପାଇଁ ଗୌରବର ବିଷୟ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି।
ଉମରକୋଟ : ଉମରକୋଟରେ ପୁଣି ଖଟିଅାରେ ବୁହା ହେଲେ ପ୍ରସୂତୀ। ଗାଁକୁ ରାସ୍ତା ନ ଥିବାରୁ ୧୦୨ ଅାମ୍ବୁଲାନ୍ସ ଯାଇ ପାରିଲା ନାହିଁ । ଫଳରେ ୨ କି.ମି ଖଟିଅାରେ ଅାଣିବା ବେଳେ ବାଟରେ ପ୍ରସବ କଲେ ପ୍ରସୂତି। ଗତକାଲି ସନ୍ଧ୍ୟାରେ ଝରିଗାଁ ବ୍ଲକ୍ ଫୁପୁଗାଁ ପଞ୍ଚାୟତ ତରାଯୋଡ଼ି ଗାଁର ମନସାଏ ସାନ୍ତାଙ୍କ ସ୍ତ୍ରୀ କୌଶଲ୍ୟାଙ୍କ ପ୍ରସବ ବେଦନା ହୋଇଥିଲା । ବର୍ଷା ସାଙ୍ଗକୁ କାଦୁଅ ରାସ୍ତା ଲାଗି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପାରିନଥିଲେ । ଖରାପ […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇସ୍ପାତ ନଗରୀ ରାଉରକେଲାରେ ପାଗଳା କୁକୁର ଆତଙ୍କ। ଷ୍ଟିଲ ପ୍ଲାଣ୍ଟ ପରିସରରେ କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟିଲ୍ ପ୍ଲାଣ୍ଟ ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ୍ ବିଭାଗ ପାଖରେ ୨ଟି ପାଗଳା କୁକୁର କିଛିଦିନ ହେଲା ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ପ୍ଲାଣ୍ଟ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି।
ବ୍ରହ୍ମପୁର:(ଜଗନ୍ନାଥ ସାହୁ): ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ମା’ଙ୍କୁ ଅସ୍ଥାୟୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଲମ୍ବା ଧାଡ଼ିରେ ଆସି ଲୋକେ ମା’ଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି। ପରମ୍ପରା ଅନୁଯାୟୀ ଗତକାଲି ବାପା ଅର୍ଥାତ ଦେଶୀ ବେହେରା ମା’ଙ୍କ ମନ୍ଦିରକୁ ଯାଇ ଡାକରା ଦେଇଥିଲେ। ଏହାପରେ ରାତିରେ ବାଜା ବାଜଣା, ଢ଼ୋଲ, ତୁରୀ ପଟୁଆର ସହ ଖତ୍ରୀ, ପୀଠା, ପଣା ସହ ଭକ୍ତଗଣ ମା’ଙ୍କୁ ପୂଜା କରିଥିଲେ। ତେବେ […]
ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ପାଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ଶଗଡ଼ିଆଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଗ୍ରୀବ ସାହୁ (୫୩)। ଆଜି ଭୋର ସାଢ଼େ ୫ଟାବେଳେ ସୁଗ୍ରୀବ ଶଗଡ଼ ନେଇ ନିଜ ଚାଷ ଜମିକୁ ଯାଉଥିଲେ। ଏହି ସମୟରେ ଜାତୀୟ ରାଜପଥରେ ଯାଉଥିବା ଅଜଣା ଗାଡ଼ି ତାଙ୍କ ଶଗଡ଼କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ଗୋଟିଏ ବଳଦର ମୃତ୍ୟୁ ହୋଇଥିବାବେଳେ ଅନ୍ୟଟି ଆହତ […]
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ପଞ୍ଚମହଲା ନିକଟରେ ଏକ ଟ୍ରକ୍ ଜଳି ଯାଇଛି। ସମ୍ବଲପୁରରୁ ଅନୁଗୋଳ ଆସୁଥିବା ବେଳେ ଆଜି ଭୋର୍ ପ୍ରାୟ ୫ଟା ବେଳେ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ଏଥିରେ ଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅନ୍ୟ ଏକ ଟ୍ରକ ସହ ଧକ୍କା ହେବା ଫଳରେ ଟ୍ରକ୍ରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି। ତେବେ ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। […]
ନୂଆପଡ଼ା(ମାୟାଧର ସରାଫ୍):ନୂଆପଡ଼ା ଜିଲ୍ଲା କୋମନା ତହସିଲଦାର ସୁରେଶ କୁମାର ନନ୍ଦଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ନିର୍ବାଚନ କାମରେ ଭୁବନେଶ୍ୱର ଆସୁଥିବା ବେଳେ ନୟାଗଡ଼ ଜିଲ୍ଲା ନୂଆଗାଁ ଓ ସୋରଡ଼ା ମଝିରେ ତାଙ୍କ କାର୍ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତହସିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏଥିରେ କାର୍ ଡ୍ରାଇଭର ଆହତ ହୋଇଛନ୍ତି। ମୃତ ତହସିଲଦାର ସୁରେଶ କୁମାର ନନ୍ଦଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ବୋଲି ଜଣାପଡ଼ିଛି।
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ କିଶୋରନଗର ଥାନା କଳାବେଡା ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି। ସେ ଏବେବି ଦୁଇ ଗାଡି ମଝିରେ ଫଶି ରହିଛନ୍ତି। ସକାଳେ ସମ୍ବଲପୁରରୁ ଅନୁଗୋଳ ଅଭିମୁଖେ ଆସୁଥିବା ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ପରେ କୋଇଲା ବୋଝେଇ ଟ୍ରକର ଚାଳକ ଓ ସହଯୋଗୀ […]
ଅନୁଗୋଳ(ବିରଜା ପ୍ରସାଦ ଦାସ): ଅନୁଗୋଳ ଥାନା ଅନ୍ତର୍ଗତ ଜରାସିଂହା ନିକଟରେ ଗତକାଲି ବିଳମ୍ୱିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଜୟନ୍ତ କୁମାର ସାହୁ(୩୧)। ଦୁର୍ଘଟଣା ପରେ ଗାଁ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା