କେନ୍ଦ୍ରାପଡ଼ା : ରାସ୍ତା କଡ଼ରେ ଫିଙ୍ଗାଯାଇଛି ଲକ୍ଷାଧିକ ଟଙ୍କାର ମେଡିସିନ୍। କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଳକ୍ ରଙ୍କାଳ ପ୍ରାଣୀ ଚିକିତ୍ସା କେନ୍ଦ୍ରର ୨୦୦ ମିଟର ଦୂରରେ ରାସ୍ତା କଡ଼ରେ ଏତେ ସଂଖ୍ୟକ ମେଡିସିନ୍ ଓ ଇଞ୍ଜେକ୍ସନ ଫୋପଡ଼ା ଯାଇଥିବା ଦେଖିବାକୁ ମିଳିଛି। ଯାହାର ଅାନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । କିଏ କାହିଁକି ଏତେ ମେଡିସିନ୍ ଫିଙ୍ଗିଲା, ତାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପୁରୀ(ମଧୁସୂଦନ ମିଶ୍ର): ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏହା ମହାପ୍ରଭୁଙ୍କ ଗୁପ୍ତ ନୀତି ହୋଇଥିବାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଜୟବିଜୟ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହିବ। ବେହରଣ ଦ୍ୱାର ଦେଇ ଦଇତାପତି ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଗୁପ୍ତସେବା କରିବେ। ଏଥିପାଇଁ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ଶ୍ରୀଜୀଉଙ୍କ ଶ୍ରୀଅଙ୍କ ସୁରକ୍ଷା ପାଇଁ ହୋଇଥାଏ।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖୀ ବର୍ଷା ଜାରି ରହିଛି। ଗତକାଲି ବାଲେଶ୍ୱର ସହରରେ ରାତିରୁ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆଜି ସକାଳେ ଝିପିଝିପି ବର୍ଷା ଲାଗି ରହିଥିବା ବେଳେ ଆକାଶ ମେଘାଚ୍ଛନ୍ନ ରହିଛି। ବର୍ଷାପରେ କିଛିଦିନ ଧରି ଲାଗି ରହିଥିବା ତାତିରୁ ଆଶ୍ୱସ୍ତି ମିଳିଛି। ଭଦ୍ରକ ଜିଲ୍ଲାର ଧାମନଗର, ଚାନ୍ଦବାଲି ଓ ତିହିଡ଼ି, ଯାଜପୁର ଜିଲ୍ଲାର ଯାଜପୁର ଓ ବିଞ୍ଝାରପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜନଗର ଓ ରାଜକନିକାରେ ଘଡ଼ଘଡ଼ି ସହ […]
ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ମତଦାନ ହାର ବୃଦ୍ଧି ସହ ଭୋଟରଙ୍କୁ ସଚେତନ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଉଦ୍ୟମ କରିଛନ୍ତି। ସେ ବାଲୁକା କଳା ମାଧ୍ୟମରେ YOUR VOTE YOUR VOICE ସହିତ VOTE FOR BETTER INDIA ଭଳି ସଂଦେଶ ଦେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ବାଲୁକା କଳା ବୁଲି ଦେଖିବା ସହ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି।
ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଛପୁଲିଆ ପାଣ୍ଟାଲୁନ୍ ଶୋ’ରୁମ୍ ସାମ୍ନାରେ ଜଣେ ଆଇନଜୀବୀଙ୍କୁ ଛୁରାମାଡ଼ ହୋଇଛି। ତାଙ୍କ ନାଁ ବିବେକାନନ୍ଦ ମହାନ୍ତି। ବିବେକାନନ୍ଦ ବାଇକ ଯୋଗେ ଯାଉଥିବା ବେଳେ ସୁବାସ ମହାପାତ୍ର ଏବଂ ଯତୀନ ନାୟକ ନାମକ ୨ ଜଣ ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ତେବେ ଯୋଜନା ମୁତାବକ ପୁରୁଣା ଶତ୍ରୁତାକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବିବେକାନନ୍ଦଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଭଦ୍ରକ ଟାଉନ୍ ଥାନାରେ […]
ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖାର ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେଉଛି। ଏହା ୧୮ ତାରିଖ ଯାଏ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ୨୩ରୁ ଆରମ୍ଭ ହୋଇ ମେ’ ୨ତାରିଖ ଯାଏ ଚାଲିବ। ଅନଲାଇନ୍ ମୂଲ୍ୟାୟନ କେନ୍ଦ୍ରରେ ପାଖାପାଖି ୯ ହଜାର ଅଧ୍ୟାପକ ଓ ଅଧ୍ୟାପିକା ଖାତା ଦେଖିବେ। ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ଏଥର ୫୮ଟି ମାନୁଆଲ ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହେବ। ମେ’ […]
ଭୁବନେଶ୍ୱର: ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମାଙ୍କୁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଡିଜିପି ଆର.ପି ଶର୍ମା ଛୁଟିରେ ଯାଇଥିବାରୁ ବି.କେ. ଶର୍ମାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ପତ୍ନୀଙ୍କ ବିୟୋଗ ଯୋଗୁ ଆର.ପି ଶର୍ମା ଛୁଟିରେ ଅଛନ୍ତି। ତେଣୁ ଡିଜିପି ଇନ୍ଚାର୍ଜ ପାଇଁ ଡିଜି ପାହ୍ୟାର ୩ ଜଣଙ୍କ ନାଁ ନୂଆଦିଲ୍ଲୀକୁ ପଠାଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତାଲିକା ମଧ୍ୟରୁ ବି.କେ. ଶର୍ମା ଡିଜିପି ଇନ୍ଚାର୍ଜ ଦାୟିତ୍ୱ ପାଇଁ ଭାରତୀୟ ନିର୍ବାଚନ […]
ଜଳେଶ୍ୱର(ଅଜିତ୍ କୁମାର ଦାସ): ବାଲେଶ୍ୱର ଜିଲ୍ଲା ରୂପସାରେ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ ରାତିରେ ମଦ ଦୋକାନ ବିବାଦକୁ ନେଇ ରୂପସାରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡାରେ ଆକ୍ରମଣ କରାଯିବାରୁ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ରକ୍ତାକ୍ତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୁବନେଶ୍ୱର: ଗଞ୍ଜାମକୁ ନିର୍ବାଚନ ପ୍ରଚାରରେ ଆସି ନବୀନ ଆଣିଥିବା ଆରୋପର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ କହିଛନ୍ତି, ତିତ୍ଲି ମୁକାବିଲାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓଡ଼ିଶାରେ ପ୍ରାକୃତିକ ବିପତ୍ତି ବେଳେ ଜାତୀୟ ଦଳର କୌଣସି ନେତା ଆସୁନଥିବା ଅଭିଯୋଗ ମିଛ। ଏଭଳି ମନ୍ତବ୍ୟ କେବଳ ନିର୍ବାଚନବେଳେ ମାଇଲେଜ୍ ନେବାକୁ କୁହାଯାଉଛି। ବୈଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ସରକାରରେ ଥାଆନ୍ତୁ କି ବିରୋଧୀଦଳ, ବିଜେପି କେନ୍ଦ୍ରୀୟ ନେତାମାନେ ସବୁବେଳେ ପ୍ରାକୃତିକ […]
ପିପିଲି(ଦୂତୀ କୃଷ୍ଣ ପଟ୍ଟନାୟକ): ପୁରୀ ଜିଲ୍ଲା ଡେଲାଙ୍ଗ ରାଢୁଅ ବଜାର ନିକଟରୁ ୮ଲକ୍ଷ ୯୬ ହଜାର ଟଙ୍କା ଜବତ। ଏକ ସ୍କର୍ପିଓ ଗାଡ଼ିରୁ ଟଙ୍କା ଜବତ କରିଛି ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍। କଣାସ ଜଙ୍ଘା ଅଞ୍ଚଳର ଠିକାଦାର ବିଭୂତି ସ୍ୱାଇଁଙ୍କ ଠାରୁ ଏହି ଟଙ୍କା ଜବତ ହୋଇଛି। ତେବେ ଠିକାଦାର ଜଣଙ୍କ କେଉଁଠୁ ଏତେ ଟଙ୍କା ଆଣିଲେ, ତାର କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ପୁଲିସ ସନ୍ଦେହରେ ଠିକାଦାରଙ୍କୁ ଅଟକ ରଖିଛି।
ଭୁବନେଶ୍ୱର: ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଉଷା ପାଢ଼ୀ ପବନ ହଂସ ଲିମିଟେଡର ଚେୟାରମ୍ୟାନ ଓ ମ୍ୟାନେଜିଂ ଡାଇରେକ୍ଟର ଭାବେ ନିଯୁକ୍ତି ପାଇଛନ୍ତି। କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗରେ ଯୁଗ୍ମ ସଚିବ ଥିବା ଉଷା ପାଢୀଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି। ପ୍ରଥମ ମହିଳା ଭାବେ ଉଷା ପାଢ଼ୀଙ୍କୁ ପବନ ହଂସ ଲିମିଟେଡର ସିଏମଡି ଦାୟିତ୍ୱ ଦିଆଯାଇଛି। ପବନ ହଂସ ହେଉଛି ଭାରତର ସବୁଠାରୁ ବଡ଼ ହେଲିକପ୍ଟର ସେବା ଯୋଗାଉଥିବା କମ୍ପାନୀ। ଉଚ୍ଚକୋଟିର […]
ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଆସିବାବେଳେ ଖାରି ପାଖରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁହିଁଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ଓ ତାଙ୍କ ସହଯୋଗୀମାନେ ଏକ ସ୍କର୍ପିଓରେ ଭୁବନେଶ୍ୱର ଆସୁଥିଲେ। ତେବେ […]
ଭୁବନେଶ୍ୱର: ଓଡ଼ିଶା ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମାଙ୍କ ପରଲୋକ ହୋଇଛି। ଦିଲ୍ଲୀର ଏକ ହସପିଟାଲରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ନିମୋନିଆରେ ପୀଡ଼ିତ ଥିଲେ। ଗତ ଦୁଇ ତାରିଖରେ ଭୁବନେଶ୍ୱରର ଏକ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଏଆର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥିତ ଗଙ୍ଗାରାମ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ଦିନକୁ ଦିନ ବିଗଡ଼ିବାରେ ଲାଗିଥିଲା।
ଭୁବନେଶ୍ୱର : ପୁଲିସ ପାଶବିକତାର ନଗ୍ନ ରୂପ। ମହାକାଳପଡ଼ା ମୋବାଇଲ ଚୋରୀ ଅଭିଯୁକ୍ତର ମଳଦ୍ୱାରରେ ରୁଲବାଡି ପୁରାଇ ଦେବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଅବିନାଶଙ୍କ ବାପା-ମାଅା ପୁଲିସ ନାଁରେ ଏହି ସଂଗୀନ ଅଭିଯୋଗ ଅାଣିଛନ୍ତି। ଯାହା ପୁଲିସର କ୍ରୁରତାକୁ ବୟାନ କରୁଛି। ମୋବାଇଲ ଚୋରି ଅଭିଯୋଗକୁ ନେଇ ମହାକାଳପଡ଼ା ପୁଲିସ ଗତ ୨୫ ତାରିଖରେ ମାର୍ଶାଘାଇ ବାଲଣା ଗାଁର ଅବିନାଶ ପାଇଟାଳଙ୍କୁ ଉଠାଇ ଅାଣିଥିଲା। ତେବେ ତା ପରଦିନ ଅବିନାଶଙ୍କ ମୃତଦେହ […]
ବାଲେଶ୍ୱର : ବାଲେଶ୍ୱର ଓକିଲ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଅାନ୍ଦୋଳନ। କଟକରେ ଓକିଲଙ୍କୁ ପୁଲିସର ମାଡ଼ ଅଭିଯୋଗ ପରେ ଏହାକୁ ବିରୋଧ କରିଛି ସଂଘ। ଓକିଲଙ୍କ ଉପରେ ପୁଲିସର ଅତ୍ୟାଚାର ଅଭିଯୋଗ କରି କାର୍ଯ୍ୟ ବନ୍ଦ କରାଯାଇଛି। ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅାଇନଜୀବୀ। ଓକିଲଙ୍କ କାର୍ଯ୍ୟ ବନ୍ଦ ଯୋଗୁଁ କୋର୍ଟ କାର୍ଯ୍ୟରେ ବାଧା ଉପୁଜିଛି। ଏପଟେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ […]
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଢ଼ୋଲପୁର ଗାଁରେ ହାତୀ ଆତଙ୍କ। ଗତକାଲି ରାତିରେ ହାତୀପଲ ଗାଁରେ ପଶି ଫସଲ ନଷ୍ଟ କରିବା ସହ ଘର ଖୁଣ୍ଟ ଭାଙ୍ଗି ଦେଇଛନ୍ତି। ତେବେ ଗାଁ ଲୋକେ ଏକାଠି ହୋଇ ହାତୀପଲ ଘଉଡ଼ାଇ ଦେଇଛନ୍ତି। ବାରମ୍ବାର ହାତୀ ପଲ ଗାଁରେ ପଶି ଫସଲ ନଷ୍ଟ କରୁଥିଲେ ମଧ୍ୟ ଜଙ୍ଗଲ ବିଭାଗ ଠୋସ୍ ପଦକ୍ଷେପ ନେଉ ନଥିବା ଲୋକେ କହିଛନ୍ତି। ଗତ ଦୁଇ ସପ୍ତାହରେ ୨ ଥର ହାତୀପଲ ଗାଁରେ […]
ବାଲେଶ୍ୱର(ରଶ୍ମିରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତାର କୁଣ୍ଡପୁର ପାଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ଜଳେଶ୍ୱର ପାଇକସିଧା ଗାଁର ତୋଫାନି ରଣା ଓ ତାଙ୍କ ସ୍ତ୍ରୀ କଳ୍ପନା ରଣା, ଚୁରମରା ଗାଁର ସୁବିରଞ୍ଜନ ପରିଡ଼ା ଓ ଖଡ଼ଗପାଳ ଗାଁର ଡ୍ରାଇଭର ରବି ରଣା। ବସ୍ତା ବ୍ଲକ୍ ଚୁରମରାର ୭ ଜଣ ପୁରୀରୁ ମହାପ୍ରଭୁ […]
ଉମରକୋଟ(କାର୍ତ୍ତିକ ମଲ୍ଲିକ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ଅଭିଯାନରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ କରିଛନ୍ତି। ନବୀନ ପ୍ରଥମରେ ରାଇଘରରେ ପହଞ୍ଚି ସାଧାରଣ ସଭା କରିଛନ୍ତି। ରାଇଘର ସଭାରେ ସେ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି,“ ପ୍ରାକୃତିକ ବିପର୍ଯ୍ୟୟ ବେଳେ କେନ୍ଦ୍ରୀୟ ନେତାଙ୍କ ଦେଖା ମିଳେନି। ନିର୍ବାଚନ ସମୟ ଆସିଲେ, ସେମାନେ ଭୋଟ ମାଗିବାକୁ ଆସିଥାନ୍ତି।” କାଳିଆ ଯୋଜନାର ଲାଭ ସମସ୍ତେ ପାଇବେ ବୋଲି ନବୀନ କହିଛନ୍ତି। ନବୀନ ନବରଙ୍ଗପୁରରେ ପ୍ରଚାର […]
ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ପ୍ରାର୍ଥିତ୍ୱକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଅନନ୍ତଙ୍କ ନାଁରେ ହତ୍ୟା ଓ ଯୌନ କେଳେଙ୍କାରୀ ଭଳି ସଙ୍ଗୀନ ଅଭିଯୋଗ ଥିଲେ ମଧ୍ୟ ବିଜେଡି ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବା ନିନ୍ଦନୀୟ ବୋଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି। ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ନାମାଙ୍କନ ଦାଖଲ ବେଳେ ସଠିକ୍ ତଥ୍ୟ ଦେଇ ନଥିବା ଅଭିଯୋଗ କରି ତାଙ୍କ […]
ଭୁବନେଶ୍ୱର : ଉପାନ୍ତରୁ ଉପକୂଳ। ବାଲେଶ୍ୱରରୁ–ନବରଙ୍ଗପୁର। ଜନନୀ ଯନ୍ତ୍ରଣାର ଦୟନୀୟ ଚିତ୍ର ଏବେ ସବୁଠି ସବୁଦିନିଅା ହୋଇଗଲାଣି। ବାଲେଶ୍ୱର ସହରରୁ ଅଳ୍ପ ଦୂର ପୋଖରୀସାହି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ଦିନ ତଳେ ଏହି ପାଣି କାଦୁଅ ଭରା ଅଣଓସରିଅା ରାସ୍ତାରେ ଖଟିଅାରେ ଭାର କରି ଜଣେ ପ୍ରସୂତିଙ୍କୁ ହସ୍ପିଟାଲ ନେଲାବେଳେ ବାଟରେ ଜନ୍ମ ନେଇଥିଲା ଶିଶୁକନ୍ୟା। ସେହିପରି ନବରଙ୍ଗପୁର ଝରିଗାଁ ବ୍ଲକର ମଇନାପଦର ଗାଁକୁ ଯାଇଥିବା ରାସ୍ତା ଖାଲ- ଢିପ ଅଙ୍କା ବଙ୍କା ରାସ୍ତାରେ […]
ମୋହନା(ମିହିର ଜତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରାପଲ୍ଲୀରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସହଦେବ ଦଳାଇ। ଗତ ରାତିରେ ସହଦେବ ମଧୁରାମ୍ବ ଗାଁରୁ କାମ ସାରି ନିଜ ଗାଁକୁ ଫେରୁଥିବା ବେଳେ ତିନି ଘରିଆ ଛକ ନିକଟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ସୁନ୍ଦରଗଡ଼(ବିଜୟ ବରୁଆ):ସୁନ୍ଦରଗଡ଼ ଜିଲ୍ଲା ଗୋପାଳପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଝୁପରୁଙ୍ଗା ପତ୍ରାପାଲ୍ଲିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମୁରଲି ସା। ମୁରଲି ମହୁଲ ଗୋଟାଇବାକୁ ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।
କଟକ(ଦେବାଶିଷ ମହାନ୍ତି): କଟକ ସିଡିଏ ସେକ୍ଟର ୧୦ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବ୍ୟାଙ୍କ ଭିତରେ ଥିବା କମ୍ପ୍ୟୁଟର ଓ ଆସବାବପତ୍ର ଜଳିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍ ରାଜ୍ୟ ଓଡ଼ିଶା ସମିତିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଚାଷୀ ସମସ୍ୟା, ବେକାରୀ ସମସ୍ୟା ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ଇସ୍ତାହାରରେ ସାମିଲ କରାଯାଇଛି। ସିପିଆଇଏମ୍ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।
ବ୍ରହ୍ମଗିରି : ରଣକ୍ଷେତ୍ର ପାଲଟିଲା ବ୍ରହ୍ମଗିରି ବ୍ଲକ ଅଫିସ୍। ବ୍ରହ୍ମଗିରି ବ୍ଲକ୍ ଅଫିସରେ ଖଣ୍ଡଯୁଦ୍ଧ ହୋଇ ୨ଜଣ ଅାହତ। ତେବେ ଅାହତଙ୍କ ମଧ୍ୟରୁ ଜଣେ ସମିତି ସଭ୍ୟ, ଅନ୍ୟ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ । ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି। ସୂଚନା ମୁତାବକ, ବିଜେପି ଏବଂ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ହାତାହାତି ହୋଇଛନ୍ତି। ବିଭିନ୍ନ ଦାବିରେ ଧାରଣା ଦେଉଥିଲେ ବିଜେପି ସମର୍ଥିତ ଲୋକ ପ୍ରତିନିଧି। ଅାଜି ଅାନ୍ଦୋଳନକାରୀଙ୍କୁ ଡାକି ଅାଲୋଚନା କରୁଥିଲେ […]