ବରଗଡ଼: ଭୂତକୋଠି ପାଲଟିଛି ସ୍କୁଲଘର। କାନ୍ଥ ଫାଟି ଆଁ କରିଥିବାବେଳେ ମୁଣ୍ଡ ଉପରୁ ଉଡ଼ିଯାଇଛି ଆଜ୍ବେଷ୍ଟସ। ବରଗଡ଼ ଜିଲା ଭଟଲି ବ୍ଲକ୍ ଜାମବାହାଲି ସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଅବ୍ୟବସ୍ଥା। ୩ ବର୍ଷ ହେଲା ସ୍କୁଲଟି ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଥିବାରୁ ଜଙ୍ଗଲ ବିଭାଗର କେନ୍ଦୁପତ୍ର ଫଡ଼ିଘର ବାରଣ୍ଡାରେ ଚାଲୁଛି ଶିକ୍ଷାଦାନ ବ୍ୟବସ୍ଥା। ତେବେ ନୂଅା ସ୍କୁଲ ଘର ପାଇଁ ଗାଁଲୋକ ବାରମ୍ବାର ଜିଲା ପ୍ରଶାସନକୁ ଅବଗତ କରାଇଥିଲେ ବି କେବଳ ପ୍ରତିଶ୍ରୁତି ଛଡ଼ା ଅାଉ କିଛି ମିଳିନଥିବା […]
ଭଦ୍ରକ : ଭଦ୍ରକ ହଦଗଡ଼ ଡ୍ୟାମ୍ରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି। ଡ୍ୟାମ୍ର ୪ଟି ଗେଟ୍ ଖୋଲା ଥିବାରୁ ଏବେ ଜିଲ୍ଲାର ତଳିଅା ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭଦ୍ରକ ସଦର ବ୍ଲକ ଅନ୍ନପାଳ ପଞ୍ଚାୟତର ରାଜମୁକୁନ୍ଦପୁର, ସୁସୁଅା ଓ ରାଜୁଅାଳିବିନ୍ଧାା ଅଞ୍ଚଳରେ ଲୋକ ପାଣି ଘେରରେ ଅଛନ୍ତି। ଶହଶହ ହେକ୍ଟର ଚାଷ ଜମି ବନ୍ୟାପାଣିରେ ବୁଡ଼ି ରହିଛି। ବନ୍ୟାପାଣି ଯୋଗୁ ଏହି ସବୁ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଅଛି। ଗତ ୨୪ ତାରିଖରୁ ସାଳନ୍ଦୀ […]
ଭୁବନେଶ୍ୱର: ରାଜନୈତିକ ପଶାପାଲିରେ ସୁରତ୍ ସିଟି। କିଏ ଜିତିବ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ? ଅାଗାମୀ ବିଧାନସଭା ନିର୍ବାଚନରେ କିଏ ହାସଲ କରିବ ସୁରତ ଓଡ଼ିଆଙ୍କ ଭୋଟ ? ଏଥିପାଇଁ ବିଜେପି-ବିଜେଡ଼ି ମଧ୍ୟରେ ଆରମ୍ଭ ହୋଇଯାଇଛି ଜୋରଦାର କସରତ। ଅାସନ୍ତା ୨ ଓ ୩ ତାରିଖରେ ଓଡ଼ିଆ ସମାଜ ଗୁଜରାଟରେ ଅାୟୋଜନ କରିବ ଓଡ଼ିଶା ପର୍ବ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅାଉ ସୁରତ୍ ଓଡ଼ିଆଙ୍କ ଭିତରେ […]
ଭୁବନେଶ୍ୱର: ପ୍ରକାଶ ପାଇଲା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ। ୨୦୧୮ ବର୍ଷ ଲାଗି UPSC ଦ୍ୱାରା ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ମୋଟ ୭୫୯ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥର ଆଇଏସ୍ ଟପ୍ପର ହୋଇଛନ୍ତି କନିସ୍କ କାଟାରିଆ। କନିଷ୍କ ଏବେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ସେହିଭଳି ଅକ୍ଷତ ଜୈନ ଦ୍ୱିତୀୟ, ଜୁନୈଦ ଅହମ୍ମଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳାଙ୍କ କ୍ଷେତ୍ରରେ ଟପ୍ପର ହୋଇଛନ୍ତି ସୃଷ୍ଟି ଜୟନ୍ତ […]
ବ୍ରହ୍ମଗିରି: ଖାଲଖମା ଭରା ୩ କିଲେମିଟର କଚା ରାସ୍ତାରେ ଦୈନିକ ଯାଆ ଆସ କରୁଛନ୍ତି ୨୦ଟି ଗ୍ରାମର ଲୋକେ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ ଡେଲାଙ୍ଗ ଗୋଦାବରୀ ରୋଡ୍ର ଦେଖାଦେଇଛି ଏଭଳି ଦୁରବସ୍ଥା। ଏହାର କିଛି ଅଂଶ ମଣପଡ଼ା ପଞ୍ଚାୟତରେ ରହିଥିବା ବେଳେ ଅନ୍ୟ କିଛି ଅଂଶ ବ୍ରାହ୍ମଣିଆ ପଞ୍ଚାୟତକୁ ଲାଗିଛି। ଦୁଇ ପଞ୍ଚାୟତ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଥିବାରୁ ୨୦ ବର୍ଷ ହେବ ରାସ୍ତାରେ ମାଟି ମୁଠାଏ ବି ପଡ଼ିନି। ବର୍ଷା ଦିନରେ ଆଣ୍ଠୁଏ […]
ଭୁବନେଶ୍ୱର: ମୋଦିଙ୍କ ଆୟୁଷ୍ମାନ ବନାମ ନବୀନଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ରର ଅାୟୁଷ୍ମାନକୁ ନା କହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅାରମ୍ଭ ପରେ ବି ତୁଟୁନି ବିବାଦ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ. ପି ନଡ୍ଡାଙ୍କୁ ଜବାବ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଯୁକ୍ତି, ଅାୟୁଷ୍ମାନରେ କିଏ ହିତାଧିକାରୀ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ କିନ୍ତୁ ହିତାଧିକାରୀ ଚୟନ ହୋଇସାରିଛନ୍ତି। ତେଣୁ ରାଜ୍ୟର […]
ଭୁବନେଶ୍ୱର: ସାତକୋଶିଅା ଅଭୟାରଣ୍ୟକୁ ବାଘ ଅାସିବା ଦିନଠୁ ବଢିଯାଇଛି ଏହି ଅଞ୍ଚଳର ଲୋକଙ୍କ ଚିନ୍ତା। ବାଘ ଜନବସତି ଅାଡକୁ ଚାଲିଅାସିବା ଅାଶଙ୍କାରେ ଲୋକେ ଅାତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଲୋକଙ୍କ ଭୟ ଦୂର କରିବା ଲାଗି ବନବିଭାଗ ପାଞ୍ଚିଛି ନୂଅା ଉପାୟ। ବାଘଙ୍କୁ ଜଗିବା ଲାଗି କର୍ଣ୍ଣାଟକରୁ ଅାସିବେ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷିତ କୁମ୍କୀ ହାତୀ। ଏହି ହାତୀମାନେ କେବଳ ବାଘକୁ ଜଗିବେ ନାହିଁ, ସେମାନେ ଯେମିତି ଜନବସତି ଅାଡ଼କୁ ନଯିବେ ତାହା ମଧ୍ୟ ସୁନିଶ୍ଚିତ କରିବେ। […]
କୋରାପୁଟ: କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟି ଫାଉଣ୍ଡେସନ ଡେ’କୁ ବର୍ଜନ କଲେ ଛାତ୍ରଛାତ୍ରୀ। ବିଶ୍ୱବିଦ୍ୟାଳୟରେ ୧୦ମ ଫାଉଣ୍ଡେସନ ଡେ’ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀ କଳାବ୍ୟାଜ୍ ପିନ୍ଧି ଏହାକୁ ବର୍ଜନ କରିବା ସହ ହଷ୍ଟେଲ୍ଗୁଡ଼ିକର ଗେଟରେ କଳା ପତାକା ଲଗାଇଥିଲେ। ପୂର୍ବରୁ ଲାଗି ରହିଥିବା ବିବାଦ ତଥା ୬୦ ଦଫା ଦାବି ନେଇ କୌଣସି ପ୍ରତିଶ୍ରୁତି ପାଳନ ହୋଇନଥିବାରୁ ଫାଉଣ୍ଡେସନ ଡେ’ ବର୍ଜନ କରିଥିଲେ। ଛାତ୍ରଛାତ୍ରୀ ଏକ ରାଲିରେ ଆସି ଫାଉଣ୍ଡେସନ ଡେ’ ପାଳନ ହେଉଥିବା ସ୍ଥାନରେ ଧାରଣାରେ […]
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗତକାଲି ରାତିରେ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ଜଣ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଥିବାରୁ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇଛି। ଗତକାଲି ରାତିରେ ଛାତ୍ରାବାସରେ କିଛି ସିନିୟର ଛାତ୍ରଙ୍କ ସହ ମିଶି ଅଣଛାତ୍ର ଜୁନିୟର ଛାତ୍ରଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ବେଧଡ଼କ ଚାଲିଛି ବେଆଇନ ଗୋ ଚାଲାଣ। ଯାହା ପଛରେ କାମ କରୁଛି ସୁସଂଗଠିତ ରାକେଟ୍। ନିକଟରେ ଟିଟୋ ଗୋ ଚାଲାଣ ରାକେଟ୍ର ମୁଖ୍ୟ କାର୍ପଟଦାର ବଟୁ ପାଣି ଓ ତା ଭାଇ ଗିରଫ ହେବା ପରେ ଏହା ଉପରୁ ପର୍ଦ୍ଦା ଉଠିଛି। କେବଳ ଏହି ଗୋଟିଏ ରାକେଟ୍ ନୁହେଁ, ଆହୁରି ଅନେକ ରାକେଟ୍ ମାଧ୍ୟମରେ ରାଜ୍ୟ ବାହାରକୁ ପ୍ରତିଦିନ ବେଅାଇନ୍ ଭାବେ ପଠାଯାଉଛି ହଜାର ହଜାର ଗାଈଗୋରୁ। ମିଳିଥିବା ସୂଚନା ଅନୁଯାୟୀ ଏହି ବେଅାଇନ୍ […]
ଭୁବନେଶ୍ୱର: ନିର୍ବାଚନ ବେଳେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ମନମୁଖୀ କାର୍ଯ୍ୟ କରୁଥିବା କଳିଙ୍ଗ ସେନା ଅଭିଯୋଗ କରିଛି। ଏନେଇ କଳିଙ୍ଗ ସେନା ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ନାଁରେ ଫିଲ୍ମ ‘ବିଜୁ ବାବୁ’ ପ୍ରଦର୍ଶିତ ହେଉଛି। ଏହାଦ୍ୱାରା ଭୋଟର ପ୍ରଭାବିତ ହେବା ସହ ଆଚରଣ ବିଧି ଉଲ୍ଲଂଘନ କରୁଥିବା କଳିଙ୍ଗ ସେନା ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ କଳିଙ୍ଗ ସେନା ପକ୍ଷରୁ ନିର୍ବାଚନ ଅଧିକାରୀଙ୍କୁ […]
ଭୁବନେଶ୍ୱର: ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସ୍ ମାର୍କ ଦେବା ପାଇଁ ଦାବି ଜୋର ଧରିଛି। ଏନେଇ ଆଜି ଓଡ଼ିଶା ଅଭିଭାବକ ମହାସଂଘ ପକ୍ଷରୁ ସିବିଏସ୍ଇର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଚଳିତବର୍ଷ ସିବିଏସ୍ଇ ମାଟ୍ରିକ ପରୀକ୍ଷାର ହିନ୍ଦି, ବିଜ୍ଞାନ ଓ ଗଣିତ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଭାବକ ସଂଘ ଅଭିଯୋଗ କରିଛି। ଏଥିସହ ଘରୋଇ ସ୍କୁଲ ଗୁଡିକରେ ଏନ୍ସିଇଆରଟି ବହି ବ୍ୟବହାର କରାଯାଉ ନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି।
ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ପୁରୀ ଜିଲ୍ଲା ବ୍ରହ୍ମଗିରିର ସାହାଜନପୁରରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏସିଡ଼ ମାଡ଼ ହୋଇଛି। ଏସିଡ୍ ଫିଙ୍ଗିବା ସହିତ ଛୁରୀରେ ଆକ୍ରମଣ ଯୋଗୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ କିଛି ଲୋକ କାଜୁ ବଗିଚା ଜଗିଥିବା ବେଳେ ସେମାନଙ୍କ କୁଡ଼ିଆର ଚାରିପଟେ କେତେକ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ନିଆଁରୁ ବଞ୍ଚିବା ପାଇଁ ଦୌଡ଼ିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ଉପରକୁ ଏସିଡ୍ […]
ବରପାଲି: ବିଭିନ୍ନ ଦାବି ନେଇ ଆଜି ବରପାଲିରେ ୧୨ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ବରପାଲିକୁ ସବଡ଼ିଭିଜନ ମାନ୍ୟତା ଓ ବରଗଡ଼ରେ କ୍ୟାନସର ହସ୍ପିଟାଲ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହାଯୋଗୁ ବରପାଲିର ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।
ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ଥିବା ଶ୍ରୀରାମଚନ୍ଦ୍ର ମନ୍ଦିରରୁ ଚୋରି ହୋଇଛି। ଗତକାଲି ରାତିରେ ମନ୍ଦିରର ଗ୍ରୀଲ୍ କାଟି ଦାନ ବାକ୍ସର ତାଲା ଭାଙ୍ଗି ଟଙ୍କା ସବୁ ଦୁର୍ବୃତ୍ତ ନେଇ ଯାଇଛନ୍ତି। ଏହା ସହିତ ସୀତାଦେବୀଙ୍କ ଅଷ୍ଟଧାତୁ ମୂର୍ତ୍ତିକୁ ନେଇ ଯିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନାହିଁ। ତେବେ ଅନ୍ୟ ଦୁଇଟି ମୂର୍ତ୍ତି ନେଇ ଯାଇଥିବା ଜଣାପଡ଼ିଛି। ଗୋଟିଏ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ସତ୍ତ୍ୱେ ଶ୍ରୀମନ୍ଦିରକୁ […]
ଭୁବନେଶ୍ୱର: ପପୁ ପମ୍ ପମ୍ ପୁଣି ଅସୁସ୍ଥ। ତାଙ୍କୁ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଏମ୍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆଇସିୟୁରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗତ ୭ ଦିନ ହେଲା ସେ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି। କିନ୍ତୁ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ପାନ୍କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପପୁ ଗତ ଜୁଲାଇ ୧୦ ତାରିଖରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସୋସିଆଲ୍ […]
ଭୁବନେଶ୍ୱର: ହୀରାଦୁଦ ଡ୍ୟାମ୍ର ଗେଟ୍ ଖୋଲିବା ପରେ ମହାନଦୀ ଫୁଲୁଛି। ଯାହାଦ୍ୱାରା ଅନେକ ଅଞ୍ଚଳ ଜଳମଗ୍ନ ହେଲାଣି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୨୫ଟି ଗେଟ୍ ଦେଇ ୪ ଲକ୍ଷ କ୍ୟୁସେକ୍ ଜଳ ଛଡ଼ାଯାଉଛି। ସୋନପୁର ପାଖରେ ଉଭୟ ମହନଦୀ ଓ ତେଲ ନଦୀର ରୂପ ଦେଖି ଲୋକେ ଛାନିଆ ହେଲେଣି। ଜୋର ଉପରେ ୧୪ ଫୁଟ ଉଚ୍ଚ ପାଣି ପ୍ରବାହିତ ହେଉଥିବାରୁ ସୋନପୁରରୁ ରେଢାଖୋଲ, ଅାଠମଲ୍ଲିକ ଓ ବଉଦକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ନିର୍ବାଚନ ତାତି ବଢ଼ିବା ସହିତ ରାଜନୈତିକ ହିଂସା ଦେଖିବାକୁ ମିଳୁଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କନ୍ତଳବାଇ ଗାଁରେ ଗୁଳିକାଣ୍ଡ ହୋଇଛି। ଗତକାଲି ରାତିରେ ହୋଇଥିବା ଗୁଳିମାଡ଼ରେ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି କନ୍ତଳବାଇ ଗାଁରେ ପୁଲିସ୍ ମୁତୟନ କରାଯାଇଛି।
କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ମାଲିକଙ୍କୁ ହତ୍ୟା। ଅଭିଯୋଗ ଆସିଛି କଟକ ଜିଲ୍ଲା ଚୌଦ୍ୱାର କପାଳେଶ୍ୱର ନୂଆସାହିରୁ। ମୃତକ ଜଣକ ହେଲେ ଅମଳା ନାୟକ। ଘଟଣାରେ ଆଠଗଡ଼ ବଡମ୍ବା ଅଞ୍ଚଳର ବାବାଜୀ ମହାରଣାଙ୍କୁ ଗିରଫ କରିଛି ପୁଲିସ। ଅଭିଯୋଗ ଅନୁସାରେ, କପାଳେଶ୍ୱର ନୂଅାସାହିରେ ବାବାଜୀ ମହାରଣା ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ଅନ୍ୟଜଣେ ଭଡ଼ାଟିଆ ମହିଳାଙ୍କ ସହ ବାବାଜୀଙ୍କର ଅନୈତିକ ସମ୍ପର୍କର ରହିଥିଲା। ଏହାକୁ ଘର ମାଲିକ ଅମଳା ନାୟକ ବିରୋଧ କରିବାରୁ ତାଙ୍କୁ […]
କଟକ(ଗୌତମ ପଣ୍ଡା):ବଗିକୁ ଛାଡ଼ି ପଳାଇଲା ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍। ୨୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଦୁଇଟି ବଗି ଇଞ୍ଜିନ ଠାରୁ ଅଲଗା ହୋଇଯାଇଥିଲା। ଫଳରେ କାଠଯୋଡ଼ି ପୋଲ ଉପରେ ଟ୍ରେନଟି ଅଟକି ରହିଥିଲା। ଭୁବନେଶ୍ୱର ନୂଆଦିଲ୍ଲୀ ଏକ୍ସପ୍ରେସର ବି-୩, ବି-୪ ବଗି ଇଞ୍ଜିନ ଠାରୁ ଅଲଗା ରହିଯାଇଥିଲା। ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କରିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା। ଟ୍ରେନଟି ପ୍ରାୟ ଏକଘଣ୍ଟା ବିଳମ୍ବରେ ଦିଲ୍ଲୀ ଅଭିମୁଖେ ଯାତ୍ରା […]
ବରଗଡ଼: ବରଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ବାନ୍ଦୁଟିକରା ଅଞ୍ଚଳରେ ଜଣେ ଡାକ୍ତର ନିଜର ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ନାମ ସୁବୋଧ ସାହୁ ବୋଲି ଜଣାପଡ଼ିଛି। ଜଣେ ରୋଗୀଙ୍କ ମୃତ୍ୟୁ ପରେ ସେ ଏପରି ଅଭାବନୀୟ କାଣ୍ଡ କରିଛନ୍ତି। ଦାନ୍ତ ବିନ୍ଧୁଥିବାରୁ ବନବାସପାଲିର ଜଣେ ମହିଳା ସୁବୋଧଙ୍କ କ୍ଲିନିକ୍କୁ ଆସିଥିଲେ। ସୁବୋଧ ତାଙ୍କୁ ଏକ ଇଞ୍ଜେକ୍ସନ୍ ଦେଇଥିଲେ। ଏଥିରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ବରଗଡ଼ ମେଡିକାଲରେ ତାଙ୍କର […]
ବରଗଡ଼: ଖାକି ବର୍ଦିରେ ଲାଗିଛି କଳଙ୍କ। ବରଗଡ଼ର ଜଣେ ବ୍ୟବସାୟୀ ନନ୍ଦଲାଲ ପ୍ରସାଦ ପୁଲିସ ବିରୋଧରେ ଦବଙ୍ଗଗିରି ଅଭିଯୋଗ ଆଣିଛନ୍ତି। ପିସିଆର୍ ଭ୍ୟାନ୍ର ୪ କର୍ମଚାରୀ ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦଙ୍କଠୁ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ,ପାଇକମାଳରୁ ବସ୍ ଯୋଗେ ସମ୍ବଲପୁର ଯାଉଥିଲେ ନନ୍ଦଲାଲ୍ । ତେବେ ଏହି ସମୟରେ ଭଟଲି ଛକରେ ବସ୍ ଭିତରେ ପଶି ପିସିଆର୍ ଭ୍ୟାନ୍ର କିଛି କର୍ମଚାରୀ ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଏହାପରେ […]
ରାଉରକେଲା: ରାଉରକେଲା ଛେଣ୍ଡ୍ କଲୋନୀରେ ଏକ ଦୁଃଖଦ ଘଟଣା ଘଟିଛି। କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଅରବିନ୍ଦ ଗୌଡ଼ ନାମକ ଜଣେ ଯୁବକ ଛେଣ୍ଡ୍ କଲୋନୀର ଏକ ବସ୍ତି ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ, ଡାକ୍ତରୀ ସେବାରେ ଅବହେଳା ଯୋଗୁ ଅରବିନ୍ଦଙ୍କ ମୃତ୍ୟୁ ହୋଇଥିବା […]
ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାରେ ୩୦ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସମ୍ବଲପୁର ଚନ୍ଦନ ନଗର ଅଞ୍ଚଳର ଜଣେ ମହିଳାଙ୍କ ଜଣ୍ଡିସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଦୂଷିତ ପାଣି ଯୋଗୁ ଜଣ୍ଡିସ ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜନସ୍ୱାସ୍ଥ୍ୟ ବିଭାଗର ପାଣି ପିଇ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଅଭିଯୋଗ ପରେ ବୁର୍ଲାକୁ ପାଇପ ପାଣି ଯୋଗାଣ ବନ୍ଦ ରହିଛି। ଲୋକଙ୍କୁ ସଚେତନ […]
ଭୁବନେଶ୍ୱର: ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କୁ ଟଣା ଓଟରା କରିବା ଘଟଣାର ତଦନ୍ତ କରାଯିବ। ଗତକାଲିଠାରୁ କଂଗ୍ରେସ ଭବନ ଆଗରେ ଧାରଣାରେ ବସିଥିବା ସୁମିତ୍ରା ଜେନାଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଲୋଚନା କରିଛନ୍ତି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ସୁମିତ୍ରା କହିଛନ୍ତି,“ ପିସିସି ସଭାପତି ଏକ ତଦନ୍ତ କମିଟି ଗଠନ କରିବାକୁ କହିଛନ୍ତି। ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପିସିସି ସଭାପତି ପ୍ରତିଶ୍ରୁତି ଦେଇଛନ୍ତି। ଦଳର ନେତା ଅନନ୍ତ ସେଠୀ, ଚିରଞ୍ଜୀବ ବିଶ୍ୱାଳ, […]