ଭୁବନେଶ୍ୱର: ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଠାକୁରଙ୍କ ଦୈନନ୍ଦିନ ନୀତିକାନ୍ତି ସହ ମଙ୍ଗଳ ଆଳତି ଓ ଅବକାଶ ପରେ ସକାଳ ଧୂପ ଅନୁଷ୍ଠିତ ହୋଇଛିା ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ପହଣ୍ଡି କରାଯାଇ ଠାକୁରଙ୍କୁ ରଥାରୂଢ଼ କରାଯିବ। ଅନ୍ୟାନ୍ୟ ନୀତିକାନ୍ତି ପରେ ଅପରାହ୍ନ ୪ଟା ବେଳେ ରଥ ଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଓ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅର୍ନ୍ତଗତ ଅର୍ଜୁନପୁର ଛକରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍କୁ ଏନ୍କାଉଣ୍ଟର କରାଯାଇଛି। ପାଟକୁରା ଥାନା ଓ ସ୍ପେଶାଲ୍ ସ୍କ୍ୱାଡ୍ ମିଳିତ ଭାବେ ଏହି ଏନ୍କାଉଣ୍ଟର୍ କରିଛନ୍ତି। ଏଥିରେ ନଦୀମ୍ର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନଦୀମ୍ଠାରୁ ଗୋଟିଏ ଗୁଳି ଭର୍ତ୍ତି ପିସ୍ତଲ ଓ ସ୍କୁଟି ପୁଲିସ୍ ଜବତ କରିଛି। ନଦୀମ୍ ନାଁରେ କେନ୍ଦ୍ରାପଡ଼ା, କଟକ, ଓ […]
ମୟୂରଭଞ୍ଜ: ସ୍କୁଲ୍ ପିଲାଙ୍କୁ ଧରି ଆସୁଥିବା ଅଟୋ ରିକ୍ସା ସହ ଏକ ବାଇକ୍ ମୁଁହାମୁଁହି ଧକ୍କା ହେବାରୁ ୫ଜଣ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପଶିଣା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ପୂର୍ବାହ୍ଣ ସାଢ଼େ ୧୧ଟା ସମୟରେ ଗୋରୁମହିଷାଣୀ ଆଦର୍ଶ ବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ଧରି ଅଟୋଟି ଫେରୁଥିବା ବେଳେ ସାମନା ପଟୁ ଏକ ବାଇକ ସହ ଧକ୍କା ହୋଇଥିଲା। ଆହତଙ୍କୁ ସ୍ଥାନୀୟ ରାଇରଙ୍ଗପୁର ହସ୍ପିଟାଲରେ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା ଜଲେଶପେଟ୍ଟାରେ ପାଳିତ ହୋଇଯାଇଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦଶମ ଶ୍ରାଦ୍ଧ ବାର୍ଷିକୀ । ଏହି ଅବସରରେ ଅାଜି ସକାଳୁ ଅାଶ୍ରମର ଅନ୍ତେବାସୀମାନେ ରାହୁଲ୍ ନଦୀରୁ ଯଜ୍ଞମଣ୍ଡପ ପର୍ଯ୍ୟନ୍ତ ଏକ କଳସ ଶୋଭାଯାତ୍ରା କରିଥିଲେ । ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ସାରା ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସେପଟେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡର ୧୦ ବର୍ଷ ପରେ ବି ଥମୁନି ଅାରୋପ ପ୍ରତ୍ୟାରୋପ ରାଜନୀତି। ଅାଜି ପୁଣି ପୁରୁଣା ଗୋହି […]
ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୪ ମାଓବାଦୀ ନିହତ। ଛତିଶଗଡ଼ ଗୁମିଅାବେଡ଼ା ଜଙ୍ଗଲରେ ୪ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ବର୍ତ୍ତମାନ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡ଼ିଛି। ଗତ ୬ ତାରିଖରେ ମଧ୍ୟ ମାଓ ବିରୋଧୀ ଅପରେସନରେ ଛତିଶଗଡ଼ ପୁଲିସକୁ ମିଳିଥିଲା ବଡ଼ଧରଣର ସଫଳତା। ଏନ୍କାଉଣ୍ଟରରେ ୧୫ ମାଓବାଦୀ ନିହତ ହୋଇଥିଲେ ।
ଅନୁଗୁଳ(ବିରଜା ପ୍ରସାଦ ଦାସ): ଅନୁଗୁଳ ଥାନା ଅନ୍ତର୍ଗତ ପିଟିସି ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଟ୍ରକ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁରଙ୍ଗ ଗାଁର ଦୀପକ ନାଏକ, କାଳିଆ ନାଏକ ଓ ଦିଲୀପ ନାଏକ। ଗତକାଲି ରାତି ପ୍ରାୟ ୧.୩୦ରେ ସେମାନେ ଏକ ସ୍କୁଟିରେ ଦଣ୍ଡ ନାଚ ଦେଖି ତୁରଙ୍ଗକୁ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଦୀପକ ଓ କାଳିଆଙ୍କ ମୃତ୍ୟୁ ଘଟିଥିଲା। […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନକ୍ସଲମାନେ ଅଟକ ରଖିଥିବା ୪ଟି ଲଞ୍ଚକୁ ଛାଡ଼ି ଦେଇଛନ୍ତି। ସିନ୍ଧୁପୁଟ ଓ ଯନ୍ତ୍ରୀରେ ଦୁଇ ଦିନ ଧରି ଅଟକ ଥିବା ଲଞ୍ଚ ଆଜି ଘାଟକୁ ଫେରିଛି। ଲଞ୍ଚ ସହ ସମସ୍ତ ଡ୍ରାଇଭର, ହେଲପର ଓ ଖଲାସି ଫେରିଥିବା ଜଣାଯାଇଛି। ଲଞ୍ଚଗୁଡ଼ିକରେ ଭୋଟ୍ ବର୍ଜନ ପୋଷ୍ଟର ଲାଗିଛି। ଗତକାଲି ଚିତ୍ରକୋଣ୍ଡାରେ ଭୋଟ୍ ଗ୍ରହଣ ହୋଇଥିଲା। ତେବେ ୩୧ ଦଫା ଦାବିରେ ନିର୍ବାଚନ ବର୍ଜନ କରିବାକୁ ଆହ୍ୱାନ ଦେଇଥିଲେ ନକ୍ସଲ। ଭୋଟ୍ ଗ୍ରହଣ ପୂର୍ବରୁ […]
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭଣଜାଙ୍କୁ ଆକ୍ରମଣ ହୋଇଛି। ତାଙ୍କ ନାଁ ଅଜିତ ପ୍ରଧାନ। ଗତକାଲି କୁଲାଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତୁରୁମ ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଅଜିତଙ୍କୁ ଭଞ୍ଜନଗର […]
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତରେ ନକ୍ସଲ ଆକ୍ରମଣ ହୋଇଛି। ଝାଡ଼ଖଣ୍ଡର ଗୋୟଲକେରାରେ ବନ ବିଭାଗର ନିର୍ମାଣାଧିନ ଏକ କୋଠାକୁ ବିସ୍ଫୋରଣ କରି ନକ୍ସଲ ଉଡ଼ାଇ ଦେଇଛନ୍ତି। ଏହି ଲଙ୍କାକାଣ୍ଡରେ ୨୫ରୁ ୩୦ ଜଣ ନକ୍ସଲ ସାମିଲ ଥିବା କୁହାଯାଉଛି। ଏହାସହ ନିର୍ବାଚନରେ ସାମିଲ ନହେବାକୁ ସ୍ଥାନୀୟ ଅଞ୍ଚଳରେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି।
ରାୟଗଡ଼ା : ରାୟଗଡ଼ା ଜେ.କେ ପେପର ମିଲରେ ୧୪ ଦଫା ଦାବି ପୂରଣ ନେଇ ଠିକା ଶ୍ରମିକ ଓ କର୍ମଚାରୀ ସଂଘର ଅାନ୍ଦୋଳନ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ କମ୍ପାନୀ ଗେଟଅାଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଶ୍ରମିକ। ଶନିବାର ଦୁଇ ସଂଘ ବିଶାଳ ରାଲି କରି କମ୍ପାନୀ ଅାଗରେ ସଭା କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଅାଲୋଚନା କରିଥିଲା। ଏହାପରେ ଦୁଇ ସଂଘ ଅାନ୍ଦୋଳନକୁ ସାମୟିକ ସ୍ଥଗିତ ରଖିଥିବା କହିଛନ୍ତି । ସୋମବାର […]
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ଶୈବପୀଠରେ ଧୁମଧାମ୍ରେ ଚଡ଼କ ମେଳା ଚାଲିଛି। ଆଜି ଠାକୁରଙ୍କ ନିକଟରେ ନୀଳ ପର୍ବ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି। ଆସନ୍ତାକାଲି ଅର୍ଥାତ୍ ଅନ୍ତିମ ଦିନ ପାଟ ପର୍ବ ପରମ୍ପରା କରାଯିବ। ଏଥିପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସରକାରୀ ହିସାବରେ ୭୦ ହଜାର ଉବୀତଧାରୀ ଭକ୍ତ ମେଳାରେ ଯୋଗ ଦେଇଥିବା ବେଳେ ବେସରକାରୀ ଭାବେ ଏହା ଲକ୍ଷେରୁ ଅଧିକ ବୋଲି ଆକଳନ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ୧୭ […]
ନୀଳଗିରି(ବିଶ୍ୱମ୍ୱର ଦାସ): ବାଲେଶ୍ୱର ଜିଲ୍ଲା କୁଲଢ଼ିଆ ଅଭୟାରଣ୍ୟର ଭାଲିଆପୋଷି ଗାଁରୁ ଏକ ହରିଣ ଛାଲ, ଶିଙ୍ଗ ଓ ୩ଟି ବନ୍ଧୁକ ବନ ବିଭାଗ ଜବତ କରିଛି। ଏଥିସହ ୨ ଜଣ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ୨ ଶିକାରୀ କିଛି ଦିନ ହେବ ମୟୂରଭଞ୍ଜରୁ ଆସି ଅଭୟାରଣ୍ୟ ପାଖରେ ଏକ ଅସ୍ଥାୟୀ ଘର କରି ରହୁଥିଲେ। ତେବେ ଏମାନେ ଶିକାର କରୁଥିବା ଅଭିଯୋଗ ପାଇବା ଆଜି ସକାଳେ ବନ ବିଭାଗ ଚଢ଼ଉ କରିଥିଲା।
ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁରରେ ପୂର୍ବ ଶତ୍ରୁତାକୁ ନେଇ ସଂପର୍କୀୟ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ଗତ ରାତିରେ ସୂର୍ଯ୍ୟକାନ୍ତ ସାହୁ ଓ ତାଙ୍କ ସାଙ୍ଗ ବସନ୍ତ ପାତ୍ର ଗାଁ ମନ୍ଦିର ପାଖରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ସୂର୍ଯ୍ୟଙ୍କ ସଂପର୍କୀୟ ଭାଇ ଅଜିତ ସାହୁ ଆସି ପହଞ୍ଚିଥିଲେ। ଏହାପରେ ଅଜିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ବଚସା ହୋଇଥିଲା। […]
ଭୁବନେଶ୍ୱର: ଗତକାଲି ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି। ଦିନରେ ପ୍ରବଳ ତାତି ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ନରେ କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି ମାରିଥିଲା। ଫଳରେ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଥିଲା। ନବରଙ୍ଗପୁର ଜିଲ୍ଲା ଉମରକୋଟର ରାଇଘର ବ୍ଲକରେ ପ୍ରବଳ ପବନ ଯୋଗୁ ଗଛ ଉପୁଡ଼ି ପଡ଼ିଥିଲା। ଏଥିଯୋଗୁଁ ରାସ୍ତା ଅବରୋଧ ହେବାରୁ ପୋଲିଂ ପାର୍ଟି ଅଟକି ରହିଥିଲେ। ପରେ ପ୍ରଶାସନ ପକ୍ଷରୁ ପୋଲିଂ ପାର୍ଟିକୁ […]
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଉପରବାହାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗତ ୯ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଦିଆଯାଉ ନଥିବାରୁ ଅଭିଭାବକମାନେ ହୋହାଲ୍ଲା କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ। ଜାଳେଣି କାଠ ଅଭାବରୁ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିବା ପ୍ରଧାନଶିକ୍ଷକ କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦଣ୍ଡ ଓ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମଧ୍ୟାହ୍ନ ଭୋଜନ ଦେବାକୁ ଅଭିଭାବକମାନେ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଗୋପବନ୍ଧୁନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ୬ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ବାହାରକୁ ଡାକି ପଡ଼ୋଶୀ ଜଣକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ସନ୍ଦେହ କରି ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସର ଜିମା ଦେଇଛନ୍ତି। ଅଭିଯୁକ୍ତ ଗୁରୁତର ଆହତ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ବ୍ରାହ୍ମଣପୋଖରୀ ନିକଟରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ଖଇରା ପୁଲିସ୍। ୨ଲୁଟେରା ହେଲେ ରାଜଗାଙ୍ଗପୁରର ବଳରାମ ପଟ୍ଟନାୟକ ଓ ସୋର ଅଞ୍ଚଳର ଦୀନବନ୍ଧୁ ସାହୁ। ସେମାନଙ୍କ ନିକଟରୁ ବନ୍ଧୁକ, ମାରାଣାସ୍ତ୍ର ସମେତ ସୁନା ଚେନ୍ ଓ ବାଉକ ଜବତ କରିଛି ପୁଲିସ୍। ଶୁକ୍ରବାର ରାତିରେ ଖଇରା ଥାନା ଗୁଅାପାଳ ଗ୍ରାମ ନିକଟରେ ସରୋଜିନୀ ଓ ତାଙ୍କ ସଂପର୍କୀୟ ଭଣଜା ବାଇକରେ […]
କନ୍ଧମାଳ : ଅାସନ୍ତାକାଲି ଜନ୍ମାଷ୍ଟମୀ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୦ମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଫୁଲବାଣୀରେ ସ୍ମୃତିସଭା ଓ ଶ୍ରାଦ୍ଧବାର୍ଷିକୀ ଉତ୍ସବର ଅାୟୋଜନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ଚକାପାଦ ଓ ଜଲେଶପଟା ଅାଶ୍ରମରେ ସୁରକ୍ଷାକର୍ମୀ ମୁତୟନ ସହ କନ୍ଧମାଳ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାନବାହନ ଯାଞ୍ଚ ସହ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ […]
ଚୌଦ୍ୱାର(ପ୍ରକାଶ ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ବାଣିପଦା ଗାଁରେ ଯାତ୍ରା ଶେଷ ହେବା ପରେ ୨ ସାହି ମଧ୍ୟରେ ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ବଚସା ପରେ ଢେଲା ପଥର ମରାମରି ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଯାଇଥିବା ଚୌଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ଗଣ୍ଡଗୋଳକାରୀଙ୍କ ଢ଼େଲାମାଡ଼ରେ ଆହତ ହୋଇଛନ୍ତି। ଆହତ ୧୦ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ […]
କଟକ(ପ୍ରଭାତ ବିଷୋୟୀ):ଗତକାଲି ରାତିରେ କଟକ ଏସ୍ସିବି ମେଡିକାଲ କଲେଜର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପାର୍କିଂ ପାଇଁ ନୂଆ ନିୟମ ଜାରି ହୋଇଛି। ଆଜିଠାରୁ ଏହି ପାର୍କିଂ ନିୟମ ଲାଗୁ ହୋଇଛି। ବିମାନ ବନ୍ଦରରେ ଯାତ୍ରୀଙ୍କୁ ଛାଡ଼ିବାକୁ ଯାଉଥିବା ଘରୋଇ ଗାଡ଼ି ଲାଗି କୌଣସି ଫି’ ନାହଁ। ସେହିପରି ଯାତ୍ରୀଙ୍କୁ ଛାଡ଼ିବାକୁ ଯାଇଥିବା ବ୍ୟବସାୟିକ ଗାଡ଼ି ଲାଗି ମଧ୍ୟ କୌଣସି ପାର୍କିଂ ଫି’ ନାହିଁ। କଣ୍ଟ୍ରାକଟ୍ କ୍ୟାରେଜ୍ ଲାଇସେନ୍ସ ଥିବା ସମସ୍ତ ବ୍ୟବସାୟିକ ବାହନ ଠାରୁ ଫି ଆଦାୟ କରିବାକୁ ନିୟମ ହୋଇଛି। ବିମାନ ବନ୍ଦର ପାର୍କିଂ […]
ଉମରକୋଟ(କାର୍ତ୍ତିକ ମଲ୍ଲିକ):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଛାତ୍ରଛାତ୍ରୀ ଓ ଅଭିଭାବକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୨ ଜଣ ଅଭିଭାବକ ଅଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଝରିଗାଁ ଶିଉନାଗୁଡ଼ାର ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଏଣ୍ଟ୍ରାନ୍ସ ପରୀକ୍ଷା ଦେବା ଲାଗି ଚନ୍ଦାହାଣ୍ଡି ବ୍ଲକ ଧଡ଼ିପାଣି ସ୍କୁଲକୁ ଯାଉଥିଲେ। ତେବେ ଘାଟି ରାସ୍ତାରେ ଯାଉଥିବାବେଳେ ଡ୍ରାଇଭର ଅଟୋ ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଅଟୋଟି ଓଲଟି ପଡ଼ିଥିଲା। ଦୁର୍ଘଟଣା […]
ଭୁବନେଶ୍ୱର: ଭାରପ୍ରାପ୍ତ ପୁଲିସ୍ ଡିଜି ଭାବେ ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା ବିଧିବଦ୍ଧ ଦାୟିତ୍ୱ ନେଇଛନ୍ତି। କଟକ ସ୍ଥିତ ପୁଲିସ୍ ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବିକେ ଶର୍ମା ପ୍ରତିକ୍ରିୟା ରଖି କହିଛନ୍ତି, ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ପରିଚାଳନା ଏଥର ଚ୍ୟାଲେଞ୍ଜ ହେବ। ଅବାଧ ଓ ମୁକ୍ତ ନିର୍ବାଚନ କରିବାକୁ ପୁଲିସ୍ କାର୍ଯ୍ୟ କରିବ। ପତ୍ନୀଙ୍କ ବିୟୋଗ ଯୋଗୁ ଡିଜିପି ଆରପି ଶର୍ମା ଛୁଟିରେ ଅଛନ୍ତି। ରାଜ୍ୟ […]
ଫୁଲବାଣୀ(ତ୍ରିନାଥ ସାହୁ): ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ। ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍ପି ପ୍ରାର୍ଥୀ ଅମୀୟ ନାୟକ। ମିଳିଥିବା ଖବର ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ପ୍ରସୂତି ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ଡାକ୍ତର ଫୁଲବାଣୀ ମେଡିକାଲକୁ ରେଫର୍ କରିଥିଲେ। ଏଥିପାଇଁ […]
ବଲାଙ୍ଗିର : ତମ ଯୋଜନାକୁ ମନା ନାହିଁ, ହେଲେ ଅାମ ଯୋଜନା ବି ଲାଗୁ କର। ଯଦି ପାରୁଛ ଅାୟୁଷ୍ମାନ ଭାରତକୁ କାର୍ଯ୍ୟକାରୀ କରି ତୁମ ବିଧାୟକ ଓ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ବି କରାଅ। ବଲାଙ୍ଗିର ମେଡିକାଲ କଲେଜ ଲୋକାର୍ପଣ ଉତ୍ସବ ଅବସରରରେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ଭାଷଣ ଛଳରେ ଅାଜି ଏମିତି ଢଙ୍ଗରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । କହିଥିଲେ, ଗରିବ ଲୋକଙ୍କୁ ସର୍ବାଧିକ ସ୍ୱାସ୍ଥ୍ୟସେବା ଉପଲବ୍ଧ […]