ଭୁବନେଶ୍ୱର/କେନ୍ଦ୍ରାପଡ଼ା/ପୁରୀ : ଚାରିଆଡ଼େ ସନ୍ତସସନ୍ତିଆ ପରିବେଶ। ନା ଯିବାକୁ ଅଛି ରାସ୍ତା, ନା ରହିଛି ଉତ୍ତମ ପରିବେଶ। ଗୁହାଳଘର ଭଳି ବାହାରକୁ ଦେଖାଯାଉଛି ଝାଟିମାଟି ଚାଳଘର। ଏ ହେଉଛି କେନ୍ଦ୍ରାପଡ଼ା ଜିଲା ଚାନ୍ଦୋଳ ତୋଟାସାହି ର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ। କେବଳ ବାହାର ନୁହେଁ, ଭିତରର ଅବସ୍ଥା ଆହୁରି ଦୟନୀୟ। ଅନ୍ଧାର କୋଠରୀ ପାଲଟିଛି ଜ୍ଞାନ ଅାହରଣର କେନ୍ଦ୍ର। ପିଲାଙ୍କ ବସିବା ଜାଗାରେ ଗଦା ହୋଇଛି ଅବ୍ୟବହୃତ ସାମଗ୍ରୀ ଏବଂ ଜାଳ। ତେବେ ବର୍ଷାଦିନେ ଅବସ୍ଥା ଅାହୁରି […]
ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ତାରରେ ନଦୀ ପାର ହେଉଥିବା ବେଳେ ଦୁର୍ଘଟଣାରେ ୬ଜଣ ଅାହତ ହୋଇଛନ୍ତି। ବିଦ୍ୟୁତ୍ ତାର ବାନ୍ଧି ଲୋକେ ନଦୀ ପାର ହେଉଥିବା ବେଳେ ତାର ଛିଣ୍ଡିଯିବାରୁ ୬ଜଣ ମହିଳା ନଦୀ ଭିତରକୁ ଖସି ପଡ଼ିଥିଲେ। ଏତିକି ବେଳେ ସ୍ଥାନୀୟ ଲୋକେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି। ନଦୀ ପାର ହୋଇ ବୁରାଙ୍ଗିଆ ଅଞ୍ଚଳର ମହିଳାମାନେ ଦାରିଙ୍ଗବାଡ଼ି ଅାସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। […]
ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ। ରାଜୁଙ୍କ ଘର ବିହାରର ବନାହି ଗାଁରେ। ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ। […]
ଭୁବନେଶ୍ୱର : କେରଳ ବନ୍ୟା ପୀଡ଼ିତଙ୍କ ସହାୟତା ଲାଗି ଅାଜି କେରଳ ସୋସାଇଟି ପକ୍ଷରୁ ଭୁବନେଶ୍ୱର ବାଣୀବିହାର ଛକରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି। ଯେଉଁଠି କେରଳ ପୀଡ଼ିତଙ୍କୁ ସହାୟତା ପାଇଁ ଲୋକେ ଅାର୍ଥିକ ସହାୟତା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହି କେନ୍ଦ୍ର ସହାୟତାରେ ଲୋକେ ଅନ୍ଲାଇନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥ ଦେଇପାରିବେ ବୋଲି ସୋସାଇଟି ପକ୍ଷରୁ କୁହାଯାଇଛି। ଏହାସହ ଏକ ସଚେତନତା ଭ୍ୟାନ୍କୁ ଉଦ୍ଘାଟନ କରାଯାଇଛି। ଏହା ରାଜଧାନୀରେ ବୁଲି ଲୋକଙ୍କୁ ସଚେତନ କରିବ। […]
ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)। ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]
ପୁରୀ (ମଧୁସୂଦନ ମିଶ୍ର): ପୁରୀ ରେଳଷ୍ଟେସନର ୪ନଂ ପ୍ଳାଟଫର୍ମରେ ଭୟାନକ ଅଗ୍ନିକାଣ୍ଡ ଅଗ୍ନିକାଣ୍ଡରେ ପୁରୀ ତପସ୍ୱିନୀ ହାତିଆ ଏକ୍ସପ୍ରେସ୍ର ୩ଟି ସ୍ଳିପର ବଗି ପୋଡ଼ି ଧ୍ୱଂସ ହୋଇଯାଇଛି। ଦିନ ପ୍ରାୟ ୧୨ଟା ୫୦ରେ ଟ୍ରେନ୍ ବଗିରୁ ଧୂଆଁ ବାହାରୁଥିବା କର୍ମଚାରୀମାନେ ଦେଖିଥିଲେ। ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ସହ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରଥମେ ଏସ୍-୪ ବଗିରେ ନିଆଁ ଲାଗିଥିଲା। ପରେ ଏସ୍-୩ ଏବଂ ଏସ୍-୫ ବଗିକୁ ନିଆଁ ଡେଇଁ ପୁରା […]
କଟକ (ପ୍ରଭାତ ବିଷୋୟୀ): ହୋଲି ଖେଳ ବେଳେ କଟକ ଜିଲ୍ଲାରେ ଏକ ଅଘଟଣ ଘଟି ଯାଇଛି। ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଗୋପାଳପୁର କାଠଯୋଡ଼ି ଘାଟକୁ ଗାଧୋଇବାକୁ ଯାଇ ଜଣେ ୧୫ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତୀଶ ସାହୁ। ଚଳିତବର୍ଷ ସତୀଶ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁରୀ: ବିଶେଷଜ୍ଞ ଟିମ୍ ଆଜି ତୃତୀୟ ଦିନରେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପର ଯାଞ୍ଚ କରିବେ। ଗତକାଲି ଆଇ.ଆଇ.ଟି ଚେନ୍ନାଇର ଆସୋସିଏଟ ପ୍ରଫେସର ଡ. ଅରୁଣ ମେନନ, ଅମ୍ଳାନ ସେନଗୁପ୍ତ, ଆଇ.ଆଇ.ଟି ଖଡଗପୁର ଡର ଏସ୍.କେ ଭଟାଚାର୍ଯ୍ୟଙ୍କ ସହ ଏ.ଏସ୍.ଆଇର ବହୁ ବିଶେଷଜ୍ଞ ନାଟମଣ୍ଡପ, ଜୟବିଜୟ ଦ୍ୱାର, ଗରୁଡ଼ ସ୍ତମ୍ବ ଆଦିକୁ ଟିକିନିଖି ଯାଞ୍ଚ କରିଥିଲେ। ପରେ ପାନ୍ଥ ନିବାସ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ମୋଟ ୧୬ଟି କଲମ ରହିଥିବା ବେଳେ ୪ଟି ସେଣ୍ଟ୍ରାଲ କଲମ […]
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଷ୍ଟେସନ୍ରୁ ରେଳବାଇ ପୁଲିସ୍ ୨ କୋଟି ୨୩ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଞ୍ଜୟ ଗୁପ୍ତା, ସୁନୀଲ କୁମାର ଏବଂ ରାଜନ୍ ଶ୍ରୀବାସ୍ତବ। କାହିଁକି ଏହି ତିନି ବ୍ୟକ୍ତି ୨ଟି ବ୍ୟାଗ୍ରେ ଏତେ ଟଙ୍କା ଧରି ଟ୍ରେନ୍ରେ ଯାଉଥିଲେ, ତା’ର ତଦନ୍ତ କରୁଛି ରାଉରକେଲା ରେଳବାଇ ପୁଲିସ୍। ତେବେ ପ୍ରାଥମିକ ସୂଚନା ମୁତାବକ, କୋଲକାତାର ଜଣେ ବ୍ୟବସାୟୀ ଗୌରବ କୁମାର […]
ଭୁବନେଶ୍ୱର: ଆଜି ସାରାଦେଶରେ ଧୁମ୍ଧାମ୍ରେ ପାଳନ ହେଉଛି ହୋଲି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ସମସ୍ତେ ହୋଲି ରଙ୍ଗରେ ରଙ୍ଗୀନ ହୋଇଥିଲେ। ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ବିଜେଡି ନେତା ତଥା ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମଧ୍ୟ ହୋଲି ଉତ୍ସବ ପାଳନ କରିଛନ୍ତି। ଜୟପୁର ସହର ତାରାପ୍ରସାଦ ବାହିନୀପତି ମଧ୍ୟ ସମର୍ଥକଙ୍କ ସହ ହୋଲି ପାଳିଛନ୍ତି।
ସମ୍ୱଲପୁର (ସଞ୍ଜୟ ଜେନା): ସମ୍ୱଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ପୁଲିସ୍ ଠାବ କରିଛି। ପୁଲିସ୍ ଉକ୍ତ କାରଖାନା ଉପରେ ଚଢ଼ଉ କରି ୩ଟି ଦେଶୀ ବନ୍ଧୁକ ଓ ଗୋଟିଏ ଅର୍ଦ୍ଧ ନିର୍ମିତ ବନ୍ଧୁକ ଓ ବାରୁଦ ଜବତ କରିଛି। ଏହି ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ରେଙ୍ଗାଲିର ଚାଉଳଢ଼ିପରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ରେଙ୍ଗାଲି ପୁଲିସ୍କୁ ସୂଚନା ମିଳିଥିଲା। ଏହାକୁ ଆଧାର କରି […]
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳ ସଂପର୍କିତ ଗୁଇନ୍ଦା ରିପୋର୍ଟ ପ୍ରସଙ୍ଗରେ ଖାରବେଳ ନଗର ଥାନାରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଓକିଲ ହାଜର ହୋଇଛନ୍ତି। ତାଙ୍କ ସହ ସମୀରଙ୍କ କିଛି ସମର୍ଥକ ମଧ୍ୟ ଥାନାକୁ ଯାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଖାରବେଳନଗର ପୁଲିସ୍ ପକ୍ଷରୁ ସମୀର ମହାନ୍ତିଙ୍କ ସହ ଗୋଲକ ମହାପାତ୍ର ଓ ଟଙ୍କଧର ତ୍ରିପାଠୀଙ୍କୁ ନୋଟିସ ଜାରି କରାଯାଇଥିଲା। ସମସ୍ତଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ସମୀରଙ୍କୁ ଆଜି, ୨୩ରେ […]
କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡ଼ା ରେଙ୍ଘାଳରେ ଫଗୁ ଖେଳ ପାଲଟିଛି ଭାଇଚାରାର ପ୍ରତୀକ। ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଧୁମଧାମରେ ମନାଉଛନ୍ତି ହୋଲି। ରେଙ୍ଘାଳରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟ ଲୋକେ ବେଶ୍ ଧୂମଧାମରେ ରଙ୍ଗ ଖେଳିବା ସହ ପରସ୍ପରକୁ ଶୁଭକାମନା ଦେଉଛନ୍ତି। ପରମ୍ପରା ଅନୁଯାୟୀ ଫଗୁ ଦଶମୀଠାରୁ ୫ଦିନ ବ୍ୟାପୀ ବଡ଼ ମାଛପୁର ଗାଁର ଗୋପୀନାଥଦେବ ଓ ରେଙ୍ଘାଳ ଗାଁର ମହାପ୍ରଭୁ ଚନ୍ଦ୍ରଶେଖର ଦେବ ଗାଁ ଗାଁ ପରିକ୍ରମା […]
ଭୁବନେଶ୍ୱର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳ ଡିଆଁ ସେତେ ପରିମାଣରେ ବଢ଼ିବାରେ ଲାଗିଛି। ଏହି ଧାରାରେ ସବୁଠାରୁ ଆଗରେ ରହିଛି ବିଜେଡି। ଟିକେଟ୍ ନପାଇ ସିଟିଂ ଏମ୍ପି, ବିଧାୟକ ଓ ନେତା ଜଣକ ପରେ ଜଣେ ଦଳ ଛାଡୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ନେତା ବିଜେଡି ମୁହାଁ ହେଉଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ପୂର୍ବତନ ବିଜୁ କୃଷକ ଜନତା ଦଳର ସଂପାଦକ ବିକାଶ ଚନ୍ଦ୍ର ଗିରି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଅଗଣତାନ୍ତ୍ରିକ […]
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଚାନ୍ଦପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ରବୀନ୍ଦ୍ର ପ୍ରଧାନ ଓ ସୁରେନ୍ଦ୍ର ପ୍ରଧାନଙ୍କ ୮ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ରଘୁନାଥପୁର ଅଗ୍ନିଶମ ବିଭାଗର କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି ହେଉଛି।
ଭୁବନେଶ୍ୱର: ଏ ବର୍ଷ କମିପାରେ ମୌସୁମୀ ବର୍ଷା। ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି। ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ବର୍ଷା ହେଉ ନାହିଁ। ଏଥର ବି ସେମିତି ପରିସ୍ଥିତି ସୃଷ୍ଟି ହୋଇପାରେ। ଜୁନ୍-ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଏହାର ମୁଖ୍ୟ କାରଣ ଏଲ୍ନିନୋ ବୋଲି କୁହାଯାଉଛି। […]
ଭୁବନେଶ୍ୱର :ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଅସ୍ଥିକଳସ ଅାଜି ଭୁବନେଶ୍ୱରରେ ପହଞ୍ଚିବ। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏହାକୁ ବିମାନରେ ଧରି ଅାସିବେ। ଅସ୍ଥିକଳସକୁ ପ୍ରଥମେ ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ। ଏହା ପରେ ଅାସନ୍ତାକାଲି ସକାଳେ ପୁରୀ ମହୋଦଧିରେ ବିସର୍ଜନ ଲାଗି ଶୋଭାଯାତ୍ରାରେ ନିଅାଯିବ। ରାଜ୍ୟ ବିଜେପି କର୍ମକର୍ତ୍ତାମାନେ ସ୍ୱତନ୍ତ୍ର ବିଧି ବ୍ୟବସ୍ଥାରେ ଏହାକୁ ବିସର୍ଜନ କରିବେ। ୨୪ ତାରିଖ ଅପରାହ୍ନରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବାଜପେୟୀଙ୍କ ସ୍ମୃତି […]
ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ଅନ୍ତର୍ଗତ ଖଣ୍ଡାସାହି ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୮ ଜଣ ଆହତ ହୋଇଛି। ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ଠେଙ୍ଗାମାଡ଼ରେ ଉଭୟ ପକ୍ଷରୁ ଆକ୍ରମଣ ହୋଇଥିଲା। ଦୁଇ ପକ୍ଷ ମଧ୍ୟରୁ ସୋର ଥାନାରେ ଏତଲା ଦିଆଯାଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ସୁରେନ୍ଦ୍ରଙ୍କ ଚାଷ ଜମି ଉପରେ ଚାଲିଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ। ଚାଷି ଜମିରେ ଥିବା ସୁରେନ୍ଦ୍ରଙ୍କ ଘରକୁ ଭାଙ୍ଗି ଦେଇଛି ପ୍ରଶାସନ, ହେଲେ ଜମି ବାବଦକୁ ମିଳିଛି ଅଳ୍ପ କ୍ଷତିପୂରଣ। ଘରଭଙ୍ଗା ସହ ଅନ୍ୟାନ୍ୟ କ୍ଷତିପୂରଣ ବି ମିଳିନାହିଁ। ଚାଷ ଜମି ଚାଲିଯିବା ପରେ ବଲାଙ୍ଗିର ଶାନ୍ତିପଡାଠାରେ ଏକ ଅଟୋମୋବାଇଲ ଦୋକାନ ଦେଇ ପରିବାର ଚଳାଉଛନ୍ତି। ଲୋୟର ସୁକତେଲ୍ ପ୍ରକଳ୍ପରେ ଅନେକ ବିସ୍ଥାପିତଙ୍କ ଅବସ୍ଥା ସୁରେନ୍ଦ୍ରଙ୍କ ଭଳି। କେବଳ ବଲାଙ୍ଗିର […]
ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲାକାନଗିରିର କଂଗ୍ରେସ ବିଧାୟକ ପ୍ରାର୍ଥୀ ମାଲା ମାଢ଼ୀଙ୍କ ବିରୋଧରେ ଅଭିଯୋଗ ଆସିଛି। ସେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତାଙ୍କୁ ରିଟର୍ଣ୍ଣି ଅଫିସର ନୋଟିସ୍ ଜାରି କରିଛନ୍ତି। ବିନା ଅନୁମତିରେ ଶୋଭାଯାତ୍ରା କରିଥିବାରୁ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏନେଇ ମାଲା ମାଢ଼ୀ କହିଛନ୍ତି,“ ମୋତେ ଯେଉଁ ନୋଟିସ୍ ଜାରି ହୋଇଥିଲା, ତାର ଉତ୍ତର ମୁଁ ରଖିଛି।”
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାର ଶ୍ରେୟ ନେବା ପାଇଁ କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ଲାଗି ରହିଛି। କେନ୍ଦ୍ର ମୋଟ ୩ କୋଟି ୨୬ଲକ୍ଷ ୪୧ ହଜାର ୮ଶହ ଲୋକଙ୍କୁ ସାମିଲ ପାଇଁ ପରାମର୍ଶ ଦେଇଥିଲା। ହେଲେ ଏଯାଏଁ ୩ କୋଟି ୨୩ ଲକ୍ଷ ୧୨ହଜାର ୯୪୧ ଜଣ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇପାରିଛି। ଅବଶିଷ୍ଟ ୩ ଲକ୍ଷ ୨୮ହଜାର ୮୫୯ ଜଣ ହିତାଧିକାରୀଙ୍କ ତାଲିକା ଦେବା ଲାଗି ରାଜ୍ୟ ଫୁଡ୍ କମିଶନ ଅଧ୍ୟକ୍ଷ ଚିଠି ଲେଖିଥିଲେ ମଧ୍ୟ […]
ପୁରୀ: ଧରାପଡ଼ିଲା ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଲ କଲେଜରେ ନାଁ ଲେଖାଇବାର କାରସାଦି। ଏଭିଳି ସାଙ୍ଘାତିକ ଅଭିଯୋଗ ଅାସିଛି ପୁରୀ SCS କଲେଜ୍ରୁ। ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଦିବ୍ୟାଙ୍ଗର ମାତ୍ରା ସୂଚାଇବା ଲାଗି ଉଦ୍ଦିଷ୍ଟ ସ୍ଥାନରେ ଲେଖାଯାଇଛି କେବଳ ଇଅର ବା କାନ। ଏଥିରୁ ସ୍ପଷ୍ଟ, କୌଣସି ଡାକ୍ତର ପ୍ରମାଣପତ୍ର ଦେଇନାହାନ୍ତି। ତେବେ ପ୍ରଶ୍ନ ଉଠୁଛି, ପ୍ରମାଣପତ୍ରକୁ ଦେଖୁ ଦେଖୁ ଏହା ନକଲି ବୋଲି ଯେ କେହି ଜାଣିପାରିବେ। ହେଲେ ଅାଶ୍ଚର୍ଯ୍ୟର କଥା, ଅାଡ୍ମିଶନ ଦାୟିତ୍ୱରେ ଥିବା ଏସ୍ସିଏସ […]
ସମ୍ବଲପୁର: କଲେଜରେ ଜୁନିୟର ଛାତ୍ରଙ୍କୁ ସିନିୟରଙ୍କ ରାଗିଂ ଅଭିଯୋଗ ପରେ ୨୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏଭଳି ପଦକ୍ଷେପ ନିଆଯାଇଛି ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ। ଅଭିଯୋଗ ଅନୁସାରରେ କଲେଜର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଗତ ୧୫ଦିନ ଧରି ଚତୁର୍ଥ ବର୍ଷର ଛାତ୍ର ରାଗିଂ କରିଆସୁଥିଲେ। କ୍ୟାମ୍ପସରେ ହେଉ କି ବାହାରେ ସିନିୟରଙ୍କ ଆଗରେ ମୁଣ୍ଡ ନୁଆଁଇ ଚାଲିବାକୁ ସମ୍ପୃକ୍ତ ଛାତ୍ରଙ୍କୁ ଧମକ ଦିଆଯାଉଥିଲା। ଏହାସହ ସିନିୟର ଛାତ୍ରମାନେ ରାତିରେ ଜୁନିୟର ଛାତ୍ରଙ୍କୁ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କଣିଆ ଠାରେ ସାମାନ୍ୟ ବଚସାରୁ ଗୁଳିକାଣ୍ଡ ହୋଇଛି। ଏଥିରେ କାହାର କିଛି କ୍ଷତି ହୋଇନାହିଁ। ସୂଚନାଅନୁସାରେ, ଅଲାଭର ଗାଁର ସାଗର ମଲ୍ଲିକ ଓ ରାକେଶ ଦାସ ତାଙ୍କର ଅନ୍ୟ ୨ ସାଙ୍ଗଙ୍କ ସହିତ କଣିଆରେ ଥିଲେ। ତେବେ କୌଣସି କାରଣରୁ କୁଳିଆଗାଁ ଗ୍ରାମର କୁଳମଣି ଦାସଙ୍କ ସହିତ ସେମାନଙ୍କର ବଚସା ହୋଇଥିଲା। ପରେ ସାଗର ବନ୍ଧୁକ ବାହାର କରି କୁଳମଣିଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ସେ ନଇଁ […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ଏଯାଏ ହୋଇନି। ହେଲେ ଏହାପୂର୍ବରୁ ଉଷ୍ମ ହେଲାଣି କ୍ୟାମ୍ପସ୍। ସୋମବାର ବିଜେବି କଲେଜ୍ର ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ରକ୍ତପାତ ପରେ କ୍ୟାମ୍ପସ ରାଜନୀତି ଜୋରଧରିଛି। ବିଜୁ ଛାତ୍ର ଜନତା ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍କୁ ନିନ୍ଦା କରିଛି ଛାତ୍ର କଂଗ୍ରେସ। ବିଜୁ ଛାତ୍ର ଜନତା ଦଳରେ ଫାଟ ଥିବା ଚର୍ଚ୍ଚା ଆରମ୍ଭ ହେଲାଣି। ଖାଲି ବିଜେବି କାହିଁକି, ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ […]