• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Untitled
ବୈଜୟନ୍ତଙ୍କ ହେଲିକପ୍ଟର୍‌ ସିଜ୍‌ ଘଟଣାରେ ବଢ଼ୁଛି ଜନ ଅସନ୍ତୋଷ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍‌ ଓ ହ୍ୟାଙ୍ଗର୍‌ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ର ସାତମାଇଲ ଛକଠାରେ ହିନ୍ଦୋଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ମତ […]

  • Tuesday, 20 July 2021
kdfl
କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।  ଏଥିରୁ ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୩ ଲକ୍ଷ ମେଟ୍ରିକ୍‌ ଟନ୍ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବ। ବଳକା ଚାଉଳ ଏଫ୍‌ସିଆଇକୁ ଦିଆଯିବ।  ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ପଇସା ପାଇବେ। ୨୪ରୁ ୭୨ ଘଣ୍ଟା ମଧ୍ୟରେ […]

  • Tuesday, 20 July 2021
pdp
ଆନ୍ଧ୍ରରେ ବିଧାୟକଙ୍କୁ ହତ୍ୟା ପରେ କଡ଼ାକଡ଼ି ପାଳନ ହେବ ଏସ୍ଓପି

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆର୍କୁ ନିର୍ବାଚନମଣ୍ଡଳୀର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୁମା ହତ୍ୟାକାଣ୍ଡକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ହତ୍ୟାକାଣ୍ଡର ପ୍ରତିବାଦରେ ସମର୍ଥକମାନେ ଡୁମୁରିଗୁଡ଼ା ଥାନା ଏବଂ ତହସିଲ ଅଫିସରେ ନିଆଁ ଲଗାଇବା ପରେ ଆଜି ବି ଚାପା ଉତ୍ତେଜନା ଲାଗିରହିଛି। ପୁଲିସ୍‌ ପ୍ରଶାସନର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରି ବିଧାୟକଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବାରୁ ଡୁମୁରିଗୁଡ଼ା […]

  • Tuesday, 20 July 2021
boat up--
ଡଙ୍ଗାବୁଡ଼ି ୪ ନିଖୋଜ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ୪ ନିଖୋଜ। ଗତକାଲିଠୁ ଏମାନେ ନିଖୋଜ ଅଛନ୍ତି। ନାକାମାମୁଡ଼ି ପଞ୍ଚାୟତରେ ଏହି ଅଘଟଣ ଘଟିଛି। ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଅାସିଥିଲେ। ହେଲେ ବାକି ୪ ଜଣଙ୍କ ପତ୍ତା ନାହିଁ। ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।

  • Tuesday, 20 July 2021
child-rape
କନ୍ଧମାଳରେ ପୁଣି ଲଜ୍ଜା

କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ନାବାଳିକା ଦୁଷ୍କର୍ମ ଘଟଣାକୁ ଦୁଇ ଦିନ ନ ପୁରୁଣୁ ପୁଣିଥରେ କୋଟଗଡ଼ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରଲୋକ ଏନେଇ ଅଭିଯୋଗ କରିବା ପରେ କୋଟଗଡ଼ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ଫୁଲବାଣୀକୁ ନିଆଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।    

  • Tuesday, 20 July 2021
kumar
ORHDC ଦୁର୍ନୀତି ମାମଲାରେ ବିନୋଦ କୁମାରଙ୍କୁ ଜେଲ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ORHDC ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ ହୋଇଛି। ୧ କୋଟି ଟଙ୍କାର ଫ୍ଲାଟ୍‌ ଋଣ ନାଁରେ ହୋଇଥିବା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବିନୋଦ କୁମାରଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତେବେ ତତ୍କାଳୀନ ଆକାଉଣ୍ଟସ୍‌ ଅଫିସର୍‌ ଚିତ୍ତ ମଲ୍ଲିକଙ୍କୁ ନିର୍ଦ୍ଦୋଷରେ ଖଲାସ […]

  • Tuesday, 20 July 2021
representational image
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଅାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଯୁବତୀ ଜଣଙ୍କ ବଡବିଲ୍ ଥାନା ଅଂଚଳରେ ରହୁଥିବା ନିଜ ଭଉଣୀ ଘରକୁ ବୁଲି ଯାଇଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଯୁବକ ତାଙ୍କୁ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ବଡବିଲ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

  • Tuesday, 20 July 2021
2
ଦୁର୍ନୀତି ପ୍ରସଙ୍ଗରେ ମୋଦିଙ୍କ ଆଟାକ୍, ନବୀନଙ୍କ କାଉଣ୍ଟର୍‌ ଆଟାକ୍ ନେଇ ହଲଚଲ୍

ଭୁବନେଶ୍ୱର: ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା, ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି। ପିସି କାରବାରରୁ ଆରମ୍ଭ କରି ଚାରା ଘୋଟାଲା, ସମବାୟ ଓ ଓମଫେଡ୍ ଦୁର୍ନୀତିର କଥା କହି ମୋଦି ଯେଭଳି ନବୀନଙ୍କୁ ନିଶାନା କଲେ ତାହା ଦୁଇ ଦଳର ସଂପର୍କରେ ବି ଟୁଇଷ୍ଟ ଆଣିଛି। […]

  • Tuesday, 20 July 2021
asembly
ପୁଂଜି ନିବେଶକୁ ନେଇ ଶାସକ ବିରୋଧୀ ବାକ୍‌ଯୁଦ୍ଧ

ଭୁବନେଶ୍ୱର : ବିରୋଧୀଙ୍କ ହୋହାଲ୍ଲାରେ ଚାଲିପାରିଲାନି ଗୃହ। କଂଗ୍ରେସ ଓ ବିଜେପି ବିଧାୟକ ପୁଣି ଗୃହରେ ହୋହଲ୍ଲା କରିଥିଲେ। ହଟ୍ଟଗୋଳ ଲାଗି ରହିଥିବାରୁ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହରେ ସ୍ୱାଭାବିକ ସ୍ଥିତି ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି। ବର୍ତ୍ତମାନ ସର୍ବଦଳୀୟ ବୈଠକ ଚାଲିଛି। ଅାଜି ଗୃହ ଅାରମ୍ଭରୁ ପୁଂଜି ନିବେଶକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବାକ୍ ଯୁଦ୍ଧ ଦେଖା ଦେଇଥିଲା। ଏହି  ପ୍ରସଙ୍ଗରେ  ଗୃହରେ ହଙ୍ଗାମା କରିଥିଲେ […]

  • Tuesday, 20 July 2021
1
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସୁଛନ୍ତି। ସେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି। ନବୀନ ସରକାରକୁ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ଆକ୍ରମଣ ପରେ ଅମିତ୍ ମଧ୍ୟ ରାଜ୍ୟ ସରକାର ଉପରେ ଜୋରଦାର ବର୍ଷିବେ ବୋଲି ଚର୍ଚ୍ଚା ହେଉଛି। ଶାହା ଆସିବା ନେଇ ପୁରୀରେ ଜୋରଦାର ପ୍ରସ୍ତୁତି ଚାଲିଛି। ଭୁବନେଶ୍ୱରରୁ ପୁରୀ ଯାଏ ପୋଷ୍ଟର୍‌ ଓ ବ୍ୟାନର୍ ଛାଇ ଗଲାଣି। […]

  • Tuesday, 20 July 2021
dengu
ବଢ଼ୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ରିପୋର୍ଟମୁତାବକ ଜିଲ୍ଲାରେ ୧୨୮ ଜଣ ବ୍ୟକ୍ତି ଡେଙ୍ଗୁରୋଗରେ ଆକ୍ରାନ୍ତ ଅଛନ୍ତି। ଏଥି ମଧ୍ୟରେ ଭାପୁର ବ୍ଲକ୍‌ ମାଣିତ୍ରୀ ଗାଁରୁ ସର୍ବାଧିକ ୪୫ ଜଣ ରୋଗୀ ଓ ନୟାଗଡ଼ ବ୍ଲକ୍‌ ବିରୁଡ଼ା ଗାଁରୁ ୧୦ ଜଣ ରୋଗୀ ଚିହ୍ନଟ କରାଯାଇଛି। ଜିଲ୍ଲା ପ୍ରାଶସନ ପକ୍ଷରୁ ଡେଙ୍ଗୁ ଜ୍ୱର ବ୍ୟାପିଥିବା ଅଞ୍ଚଳକୁ ଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଖୋଦ ଜିଲ୍ଲାପାଳ ଗାଁକୁ ପରିଦର୍ଶନ କରିବା […]

  • Tuesday, 20 July 2021
ctc
ପୂଜା ପୂର୍ବରୁ କଟକରେ ଫୁଟିଲା ଗୁଳି

କଟକ: ପୂଜା ପୂର୍ବରୁ ପୁଣି କଟକରେ ଗୁଳି ଫୁଟିଛି। ପିଠାପୁର କୋଠସାହିରେ ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲ୍ଲୀପ ସାହୁ। ସେ କଟକ ମାଲ୍‌ଗୋଦାମରେ ବ୍ୟବସାୟ କରୁଥିବା ନେଇ ସୂଚନା ମିଳିଛି। ଟଙ୍କା ଧାରଉଧାରକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  

  • Tuesday, 20 July 2021
rairangpur
ଡାହାଣୀ ସନ୍ଦେହରେ ଡବଲ୍ ମର୍ଡ଼ର୍‌

ମୟୁରଭଞ୍ଜ: ଡାହାଣୀ ସନ୍ଦେହରେ ଡବଲ ମର୍ଡ଼ର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଧୁପୁର ଗାଁରେ ଘଟିଛି ଏଭଳି ଅଘଟଣ। ଡାହାଣୀ ସନ୍ଦେହରେ ୨ ଜଣ ମହିଳାଙ୍କୁ କୁରାଢିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟ ଜଣେ ମହିଳାଙ୍କୁ ମଧ୍ୟ ଅଭିଯୁକ୍ତ ତୀରମାଡ଼ କରିଥିଲା। ତୀରମାଡ଼ରେ ଗୁରୁତର ଆହତ ମହିଳା ଜାମ୍‌ଦା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ୟାମ ବାସ୍କେର, ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

  • Tuesday, 20 July 2021
araya-up
ଜାମିନ୍‌ ପାଇଲେ ଆୟାର୍‌

ଭୁବନେଶ୍ୱର: ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ୍‌ ଆୟାର୍ ମିତ୍ରଙ୍କୁ ଜାମିନ୍‌ ମିଳିଛି। ଆୟାର୍ ପୁଲିସ୍‌ ତଦନ୍ତରେ ସହଯୋଗ କରୁଥିବାରୁ ଦିଲ୍ଲୀର ସାକେତ୍‌ କୋର୍ଟ ତାଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ଆୟର୍‌ ତାଙ୍କ ଟୁଇଟର୍‌ ହ୍ୟାଣ୍ଡେଲ୍‌ରେ ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ, ଦେଇଥିଲେ। ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ଥିବା ଏକ ଭିଡିଓ ସୁଟ୍‌ କରିଥିଲେ। […]

  • Tuesday, 20 July 2021
vlcsnap-error289
ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍; ଜଣେ ଗିରଫ

ଜୟପୁର: ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍‌। କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ଼ ବାଇପାସ୍ ନିକଟରେ ଆଜି ଭୋର୍‌ରେ ଏକ ଡକାୟତି ଯୋଜନାକୁ ପୁଲିସ୍‌ ପଣ୍ଡ କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ଦୁଇ କାଟ୍ରିଜ୍ ଓ ମାରଣାସ୍ତ୍ର ଜବତ କରିଛି। ପୁଲିସ୍‌ ଜିତୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଆଜି ଭୋର ସମୟରେ ଜିତୁ ଓ ତା’ର ସହଯୋଗୀମାନେ ପୁରୁଣାଗଡ଼ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା […]

  • Tuesday, 20 July 2021
biju1
ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ

ଭୁବନେଶ୍ୱର: ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ ବାରି ବିଧାନସଭାରେ ବିଜେପି ହଙ୍ଗାମା କରିଛି। ଅଡିଟ୍ ପାଇଁ ସିଏଜି ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଇ ନ ଥିବାରୁ ବିଜେପି ଶାସକ ଦଳକୁ ଟାର୍ଗେଟ୍‌ କରିଛି। ହକି ଓ୍ୱାର୍ଲଡ୍ କପ୍ ପ୍ରସ୍ତୁତି ଆଳରେ ଏବେ ତଥ୍ୟ ଦେଇ ହେବନାହିଁ ବୋଲି କ୍ରୀଡ଼ା ବିଭାଗ କହିଥିବା ବେଳେ ବିଭ୍ରାନ୍ତ କରିବା ବିଜେପି ଗୃହରେ ଏହି ପ୍ରସଙ୍ଗ ଉଠାଇଛି ବୋଲି ବିଜେଡି ପାଲଟା ଅଭିଯୋଗ କରିଛି। ପ୍ରଶ୍ନକାଳ ଆରମ୍ଭରୁ ବିଜୁ […]

  • Tuesday, 20 July 2021
GOTALA
ଖୋଲୁଛି ଚାରା ଦୁର୍ନୀତିର ମହାଗୁମର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ିରୁ ଏବେ ଚାରା ଘୋଟାଲା ସବୁଠୁ ଚର୍ଚ୍ଚାରେ ରହିଛି। କାରଣ ଗଛ ଲଗାଇବାର ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହରିଲୁଟ୍ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଶୀର୍ଷରେ ରହିଛି। ଏଠାରେ ଚାଷୀଙ୍କୁ ମୋହରା ବନେଇ ସରକାରୀ ବାବୁମାନେ ପାଖାପାଖି ୧୮ କୋଟି ଟଙ୍କା ଚଳୁ କରିଦେଇଛନ୍ତି। କିଏ ନିଜକୁ ଭେଣ୍ଡର୍‌ ସଜାଇ ତ ଆଉ କିଏ ଜାଲ୍ ମଷ୍ଟର୍‌ ରୋଲ୍ ତିଆରି କରି କୋଟି କୋଟି […]

  • Tuesday, 20 July 2021
copyy
ମିଶନ୍‌ ଚପର୍‌ ଫୁସ୍କିବା ପରେ ବୈଜୟନ୍ତକୁ ଫସାଇବା ପାଇଁ ଆଉ ଏକ ପ୍ଲାନ୍‌

ଭୁବନେଶ୍ୱର: ମିଶନ ଚପର୍ ଫୁସ୍କିବା ପରେ ଆୟାରଙ୍କୁ ଆୟୁଧ କରି ବୈଜୟନ୍ତଙ୍କୁ ଫସାଇବା ପାଇଁ ବିଜେଡି ପ୍ଲାନ୍ କରିଥିବା ନେଇ ଚର୍ଚ୍ଚା ହେଉଛି। ଦଳର ପ୍ଲାନ୍‌ ‘ଏ’ ସଫଳ ନ ହେବାରୁ ପ୍ଲାନ୍‌ ‘ବି’ କରି ଦଳ ବୈଜୟନ୍ତଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲା ବୋଲି କୁହାଯାଉଛି। ଦଳର ଲକ୍ଷ୍ୟ ଥିଲା, ପ୍ଲାନ୍‌ ‘ଏ’ ଚପର୍‌ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଫସାଇବେ ଓ ବିଧାନସଭାରେ ତୁମ୍ବିତୋଫାନ କରିବେ। କିନ୍ତୁ ଏହି ପ୍ଲାନ୍‌ ସଫଳ ହେଲାନି। କାରଣ ଅଭିଯୋଗର […]

  • Tuesday, 20 July 2021
Untitled-1
ପାରାଦୀପ ଆସନ ଉପରେ ବିଷ୍ଣୁଙ୍କ ଆଖି

ଭୁବନେଶ୍ୱର: ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର ପରେ ପାରାଦୀପ ବିଧାନସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସ କହିଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଷ୍ଣୁ କହିଛନ୍ତି। ଏହା ସହିତ ସେ କହିଛନ୍ତି, ଦାମ ଏକୁଟିଆ ଥିବା ବେଳେ ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ, ଏବେ ସେହି କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ଆସି […]

  • Tuesday, 20 July 2021
vlcsnap-error406
କଟକ SCBରେ ଡେଙ୍ଗୁ ରୋଗୀ ମୃତ

କଟକ: କଟକ SCBରେ ଡେଙ୍ଗୁ ରୋଗୀ ମୃତ। କଟକ ବଡ଼ ମେଡିକାଲରେ ଜଣେ ବିଚାରାଧୀନ ବନ୍ଦୀଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦଗିରି ଗାଁର ରବୀନ୍ଦ୍ର ନାୟକ। ସେ ରାୟଗଡା ଜେଲରୁ ଅାସିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ଅାଜି ତାଙ୍କର ମୃତ୍ୟୁ ହୋଇଛି। ଗତ ଜୁନ ୨୬ ତାରିଖରେ ଏକ ହତ୍ୟା ଅଭିଯୋଗରେ ରାୟଗଡ଼ା ସବ୍‌ଜେଲରେ ଥିଲେ। ହେଲେ ଗତ ୩ ତାରିଖରେ ତାଙ୍କୁ ଜ୍ୱର ହେବାରୁ ପ୍ରଥମେ […]

  • Tuesday, 20 July 2021
dama
ଦାମ କହିଲେ ‘ମୁଁ ଏବେ ବି ବିଜେଡିରେ ଅଛି’

ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ବୁଧବାର ସେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା ବହିଷ୍କାର ନେଇ ମତେ ଦଳ ଲିଖିତ ଭାବେ କିଛି ଜଣାଇ ନାହିଁ। ଏଥିସହିତ ଜଣେ ସଂପାଦକ ବହିଷ୍କାର ସଂପର୍କିତ ଚିଠି ଲେଖିଥିବା ନେଇ ମଧ୍ୟ […]

  • Tuesday, 20 July 2021
SARUNI
ଦୁର୍ଦ୍ଦଶାରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁରର ବନ୍ୟାବିପନ୍ନ

ଭୁବନେଶ୍ୱର: ବନ୍ୟା ଛାଡ଼ିବା ପରେ ବଢିଛି ଦୁର୍ଦ୍ଦଶା। ଚାରିଅାଡ଼େ କାଦୁଅ ପଚପଚ ହୋଇଥିବାବେଳେ ବନ୍ୟାପାଣିରେ ବତୁରି ଯାଇଛି ଝାଟିମାଟି ଘର। କେତେବେଳେ ବି ଭୁଶୁଡ଼ି ଯାଇପାରେ ପାଣିଖିଆ କାନ୍ଥ।  ବନ୍ୟା ଛାଡ଼ିବା ପରେ ଘରକୁ ମାଟି ଲେସି ସଜାଡ଼ୁଛନ୍ତି ବନ୍ୟା ପୀଡ଼ିତ। ଅଣ୍ଟା ସଳଖି ପୁଣି ଥରେ ଛିଡ଼ାହେବାକୁ କରୁଛନ୍ତି ଉଦ୍ୟମ। ଭଦ୍ରକ ଓ ଯାଜପୁର ଜିଲ୍ଲାର ଚିତ୍ର ଯେମିତି ବଦଳି ଯାଇଛି ବନ୍ୟାରେ। ବୈତରଣୀ ରୋଷର ଚିହ୍ନ ଏବେ ବି ଗାଁ ଗଣ୍ଡାରେ ସ୍ପଷ୍ଟ ବାରି […]

  • Tuesday, 20 July 2021
AISWRIYA
ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା

ଭୁବନେଶ୍ୱର: ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା। ଦୀର୍ଘ ଦିନର ପ୍ରେମ, ପ୍ରଣୟ ବିବାହର ରୂପ ନେଉଥିବାରୁ ସେଇ ସ୍ୱପ୍ନରେ ଏବେ ବିଭୋର ଐଶ୍ୱର୍ଯ୍ୟା। ଦିନେ ତାଙ୍କ ଅନ୍ତରାତ୍ମା ଯାହା ଚାହୁଁଥିଲା ତାହା ଏବେ ପୂରା ହେବାକୁ ଯାଉଛି। ବାହା ହେବେ, ପୋଷ୍ୟ କନ୍ୟାଟିଏ ଗ୍ରହଣ କରି ଘର ସଂସାର କରିବେ। ସମଲିଙ୍ଗୀ ସଂପର୍କ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ତାଙ୍କୁ ଜୀଇଁବାର ନୂଅା ରାହା ଦେଇଥିବାରୁ ସେଇ ଖୁସିରେ ଗୋଡ଼ ତଳେ ଲାଗୁନି […]

  • Tuesday, 20 July 2021
OFFICE MUHA DAMA
ପୁଣି ଗଡ୍‌ଫାଦରଙ୍କୁ ନିଶାନା କଲେ ଦାମ

ଭୁବନେଶ୍ୱର: ଦାମଙ୍କ ଭାଷାରେ ଓଡ଼ିଶାରେ ଚାଲିଛି ତାମିଲ୍‌ ଉପନିବେଶବାଦ । ଓଡ଼ିଆ ଆଇଏଏସ୍‌ଙ୍କ ସ୍ୱାଭିମାନ କଥା ଉଠାଇ ଦାମ ଅାଜି ପୁଣି ତଥାକଥିତ ଗଡ୍‌ଫାଦର୍‌ଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଅାଉ କେତେଜଣ ଭଣ୍ଡୁର କରୁଛନ୍ତି ବୋଲି କହିଛନ୍ତି ଦାମ। ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଅାଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ ଅନୁସାରେ, ପ୍ରଶାସନର ଅଗୋଚରରେ ଯାଜପୁରରେ […]

  • Tuesday, 20 July 2021
vlcsnap-error468
ଓଡ଼ିଶାରେ ପହଞ୍ଚିଲା ସହିଦ ଚମ୍ପେଶ୍ୱରଙ୍କ ମରଶରୀର

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର। ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ। ଗତ ୭ ତାରିଖ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍‌ଏ ଓ ଏମ୍‌ଏନ୍‌ପିଏଫ୍‌ ଉଗ୍ରବାଦୀଙ୍କ ଅାକ୍ରମଣରେ ସେ ସହିଦ ହୋଇଥିଲେ। ସମ୍ବଲପୁର ରେଢାଖୋାଲ ଢାଉର ଖମାଣ ଗାଁର ଚମ୍ପେଶ୍ୱରଙ୍କ ମରଶରୀରକୁ ଏୟାରପୋର୍ଟରେ ଗାର୍ଡ ଅଫ୍‌ ଅନର୍‌ ଦିଅାଯାଇଛି। ଏହା ସହିତ ସିଅାରପିଏଫ୍‌ ଓ ୧୨୦ ବାଟାଲିୟନ୍‌ର ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର […]

  • Tuesday, 20 July 2021