/odishatv-khabar/media/post_attachments/uploadimage/library/16_9/16_9_0/Gold_Price_1738735742.jpeg)
Gold Price
ବିବାହ ଋତୁରେ ସୁନା ମହରଗ। ହୁ ହୁ ହୋଇ ବଢୁଛି ଦର। କିଣିବା ପୂର୍ବରୁ ୧୦୦ ଥର ଚିନ୍ତା କରିବାକୁ ପଡୁଛି। ବଜେଟ୍ ଆସିବା ପରେ ଲଗାତର ସୁନା ଦର ବଢ଼ିବାରେ ଲାଗିଛି। ଆଜି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସୁନା ସହ ତାଳ ଦେଇ ରୁପା ମଧ୍ୟ ବଢ଼ି ଚାଲିଛି। ତେବେ ସୁନା କିଣିବା ପୂର୍ବରୁ ଜାଣି ରଖନ୍ତୁ କେଉଁଠି କେତେ ରହିଛି ସୁନା ଦର।
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ଦର ଉଚ୍ଚା ରହିଛି। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨ କ୍ୟାରେଟ୍ ସୁନା ଦର ୭୮,୧୦୦ ଟଙ୍କା ଥିବା ବେଳେ ଆଜି ଏହା ବୃଦ୍ଧି ପାଇ ୭୯,୦୫୦ଟଙ୍କାରେ ପହଞ୍ଚିଛି। ସେହିପରି ଭରିଏ ୨୪ କ୍ୟାରେଟ୍ ସୁନା ଦର ୮୫,୨୦୦ଟଙ୍କାରୁ ବଢି ୮୬,୨୪୦ଟଙ୍କାରେ ପହଞ୍ଚିଛି।
କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୯,୦୫୦ଟଙ୍କାରେ ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୬,୨୦୦ ଟଙ୍କାରେ ପହଞ୍ଚିଛି। । ଏହା ଛଡା ରୁପା ଦରରେ ସାମାନ୍ୟ ବୃଦ୍ଧି ପାଇଛି । ଶୁଦ୍ଧ ରୂପା ୧୦ ଗ୍ରାମ୍ ପିଛା ୧୦୭୦ ଟଙ୍କା ରହିଥିବା ବେଳେ ୧୦୦ ଗ୍ରାମ୍ ପିଛା ୧୦,୭୦୦ ଓ ୧ କେଜି ପିଛା ୧,୦୭,୦୦୦ ଟଙ୍କା ରହିଛି।
ଭାରତୀୟ ସୁନା ବଜାରରେ ସୁନା ମୂଲ୍ୟ ବୃଦ୍ଧି ପାଇଛି। ସଦ୍ୟତମ ଅପଡେଟ୍ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀ ବ୍ୟତୀତ, ନୋଏଡା, ଗାଜିଆବାଦ, ଲକ୍ଷ୍ନୌ ଏବଂ ଜୟପୁର ଭଳି ସହରରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୮୫,୩୦୦ ଟଙ୍କା ଅତିକ୍ରମ କରିଛି। ୨୨ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୮,୨୦୦ ଟଙ୍କାରୁ ଅଧିକ ରହିଛି। ଅଲ ଇଣ୍ଡିଆ ସରାଫା ଆସୋସିଏଶନ ଅନୁଯାୟୀ, ଅଳଙ୍କାର ବ୍ୟବସାୟୀ ଏବଂ ଷ୍ଟକିଷ୍ଟଙ୍କ କ୍ରମାଗତ ଚାହିଦା ଯୋଗୁ ମୂଲ୍ୟ ଏତେ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)