ଭୁବନେଶ୍ୱର: ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି ବିଶ୍ୱକର୍ମା। ଭଗବାନ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ସାରା ରାଜ୍ୟ ଉତ୍ସବମୁଖର ହୋଇଉଠିଛି । ଭୁବନେଶ୍ୱର, ପାରାଦୀପ, ରାଉରକେଲା ଓ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସହରରେ ବିଶ୍ୱକର୍ମାଙ୍କ ପୂଜା ଆରମ୍ଭ ହୋଇଯାଇଛି। ପାରାଦୀପରେ ୭ଦିନ ଧରି ଚାଲିବ ବିଶ୍ୱକର୍ମା ପୂଜା। ଏଠାରେ ବିଭିନ୍ନ ଶ୍ରମିକ ସଙ୍ଗଠନ, ଶିଳ୍ପାନୁଷ୍ଠାନ ଓ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ବିଶ୍ୱକର୍ମା ପୂଜା କରାଯାଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ […]
ପିପିଲି: ଭୁବନେଶ୍ୱର ଉପକଣ୍ଠ ଉତ୍ତରାଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉତ୍ତରାଛକର ସିଫାଠାରେ ବାଇକ୍ ସହ ଏକ କାର୍ର ଧକ୍କା ହୋଇଥିଲା। ବାଇକ୍କୁ ଧକ୍କା ଦେବା ପରେ କାର୍ଟି ରାସ୍ତା କଡ଼ରେ ଥିବା ନାଳକୁ ଓଲଟି ପଡ଼ିଥିଲା। ଫଳରେ ବାଇକ୍ରେ ଥିବା ଦୁଇ ଆରୋହୀ ଏବଂ କାର୍ରେ ଥିବା ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ବାଇକ୍ ଆରୋହୀ ଦ୍ୱୟ ପତି-ପତ୍ନୀ […]
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱର ସ୍ଥିତ ବାସଭବନରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୮୦ରୁ ୧୯୯୦ ପର୍ଯ୍ୟନ୍ତ ସେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ୨ଥର ବିଧାୟକ ଥିଲେ। ଏଥିସହ ନଗର ଉନ୍ନୟନ ମନ୍ତ୍ରୀ ଭାବେ ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦୋଳଗୋବିନ୍ଦ […]
ଗଞ୍ଜାମ/ ରାୟଗଡ଼ା: ‘ତିତ୍ଲି’ ବାତ୍ୟାର ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଏବେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶାର ଚିତ୍ର। ଗଞ୍ଜାମ ଜିଲ୍ଲାକୁ ସିଂହ ଭାଗ ପରିବା ଯୋଗାଇଥାନ୍ତି ହିଞ୍ଜିଳିର ଏହି ଦୁଇ ପଞ୍ଚାୟତର ପ୍ରାୟ ୨ହଜାର ଚାଷୀ। କିନ୍ତୁ ବାତ୍ୟା ମାଡ଼ରେ […]
ଭୁବନେଶ୍ୱର : ଦେଶରେ ଜନବାଦୀ ଅାନ୍ଦୋଳନକୁ ଅର୍ବାନ ମାଓବାଦର ଅାଖ୍ୟା ଦେଉଛି ମୋଦି ସରକାର। ଏଭଳି ଅାନ୍ଦୋଳନକୁ ଚପାଇ ଦେବାକୁ ବିଭିନ୍ନ ସ୍ଥାନରେ ବୁଦ୍ଧିଜୀବୀଙ୍କୁ ଗିରଫ କରୁଛି ପୁଲିସ। ଏ ସ୍ଥିତି ଏବେ ଜରୁରୀକାଳୀନ ସ୍ଥିତିଠୁ ବି ଅାହୁରି ସଂଗୀନ ହୋଇଥିବା ଅଭିଯୋଗ ଅାଣିଛନ୍ତି ବାସଧାରା ଘୁମୁସର ନାଗାବଳୀ ଡିଭିଜନାଲ କମିଟିର ସମ୍ପାଦକ ଉମାକାନ୍ତ । ବିଜେପି ଏହାକୁ ଖଣ୍ଡନ କରିବା ସହ ଦେଶ ବିରୋଧୀ ଶକ୍ତିଙ୍କ ବିରୋଧରେ ଏହା ବଡ଼ କ୍ରାକ୍ଡାଉନ୍ ବୋଲି କହିଛି। ଦୁର୍ନୀତି […]
ଭୁବନେଶ୍ୱର: ରାଜ୍ୟରେ ଷ୍ଟାମ୍ପ ପେପର୍ ସଙ୍କଟ। ଷ୍ଟାମ୍ପ ପେପର୍ ଛାପୁଥିବା ମହାରାଷ୍ଟ୍ରର ନାସିକ ସ୍ଥିତ ପ୍ରେସକୁ ଟଙ୍କା ଦିଆଯାଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କୁହାଯାଉଛି। ସ୍ଥିତି ଏପରି ହୋଇଛି ଯେ ବ୍ଲାକ୍ରେ ଷ୍ଟାମ୍ପ ପେପର୍ ବିକ୍ରି ହେଉଛି। ରାଜ୍ୟରେ ଜୁଡିସିଆଲ୍ ଓ ନନ୍ ଜୁଡିସିଆଲ୍ ଷ୍ଟାମ୍ପ ପେପର୍ ଅଭାବ ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଛି। ରାଜଧାନୀ ବାସିନ୍ଦା ପ୍ରୀତମ ନେଗୀ ନାମକ ଜଣେ ବ୍ୟକ୍ତି ଘର ଭଡ଼ା ପାଇଁ ଏଗ୍ରିମେଣ୍ଟ୍ ପାଇଁ ୧୦ ଟଙ୍କାର […]
ଭୁବନେଶ୍ୱର: ଦୋ ଛକିରେ ପ୍ରସ୍ତାବିତ ଏନଟିପିସର ତାଳଚେର ଥର୍ମାଲ ପାଓ୍ୱାର ଷ୍ଟେଜ-୩ ପ୍ରକଳ୍ପ। କେନ୍ଦ୍ର ସରକାର ଚାହୁଁଛନ୍ତି ସେପ୍ଟମ୍ବର ୨୨ରେ ପ୍ରଧାନମନ୍ତ୍ରୀଙ୍କ ହାତରେ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ହେଉ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଅାର. କେ ସିଂ। କିନ୍ତୁ ଭିତ୍ତପ୍ରସ୍ତର ସ୍ଥାପନକୁ ନେଇ ରହିଛି କେଁ, କାରଣ ଏପର୍ଯ୍ୟନ୍ତ ୯ ହଜାର ୭୮୫ କୋଟିର ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେବଲ କମିଟି ଅନୁମତି ଦେଇନି। ତେଣୁ […]
ଭୁବନେଶ୍ୱର : ସାତ ଦିନ ଭିତରେ ସମଗ୍ର ରାଜ୍ୟରେ ବନ୍ଦ ହେବ ନିଷିଦ୍ଧ ଘୋଷଣା କରାଯାଇଥିବା ୩୨୮ ଫିକ୍ସଡ ଡୋଜ୍ କମ୍ବିନେସନ ଡ୍ରଗ୍ । ୭ ଦିନ ସମୟ ଭିତରେ ଯେମିତି ଏହି ସମସ୍ତ ଔଷଧର ବିକ୍ରି ସଂପୂର୍ଣ୍ଣ ବନ୍ଦ ହେବ ତାହା ସୁନିଶ୍ଚିତ କରିବାକୁ ଡ୍ରଗ୍ସ ଇନ୍ସପେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର । ନିର୍ଦ୍ଦେଶର କେତେ ଅନୁପାଳନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ଏଥିସହିତ ଏହି ସବୁ ନିଷିଦ୍ଧ ଔଷଧ […]
ଭୁବନେଶ୍ୱର: ‘ତିତ୍ଲି’ କ୍ଷୟକ୍ଷତି ବାବଦକୁ ଏକ ହଜାର କୋଟିର ଅନ୍ତରୀଣ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପରେ ତେଜିଛି କାଦୁଅଫିଙ୍ଗା ରାଜନୀତି। ରିଲିଫ୍ ଟଙ୍କାକୁ ମୋଦି ସରକାରଙ୍କ ପଇସା ବୋଲି କେନ୍ଦ୍ରମନ୍ତ୍ରୀ କହିବା ପରେ ବିଜେଡି ଏହାର ଜୋର୍ଦାର୍ ବିରୋଧ କରିଛି। ବିପର୍ଯ୍ୟୟ ମୁକାବିଲାରେ କେନ୍ଦ୍ରର ୯୦ଭାଗ ଟଙ୍କାକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଏହି ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେଡି ଅଭିଯୋଗ କରିଛି, ଧର୍ମେନ୍ଦ୍ର ସଂଘୀୟ ବ୍ୟବସ୍ଥା […]
ନବରଙ୍ଗପୁର : ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ। ସ୍କୁଲ ଖୋଲିବାର ୬ ମାସ ପୂରିବାକୁ ବସିଲାଣି ,ହେଲେ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ହାଇସ୍କୁଲ ପିଲାଙ୍କ ପାଖରେ ଏଯାଏଁ ପାଠ୍ୟପୁସ୍ତକ ପହଞ୍ଚିନି । ଅବହେଳା ଏତେ, ଯେ କାଲିଠୁ ଦଶମ ଶ୍ରେଣୀ ପ୍ରିଟେଷ୍ଟ ପରୀକ୍ଷା ଅାରମ୍ଭ ହେଉଥିବା ବେଳେ ପିଲାଏ ବହି ନପଢ଼ି କେମିତି ପରୀକ୍ଷା ଦେବେ। ସେଥିପ୍ରତି ଯେମିତି ଟିକେ ବି ନିଘାନାହିଁ ସରକାରଙ୍କର। ଏଯାଏଁ ନବରଙ୍ଗପୁର ଜିଲ୍ଲାରେ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚିନି। ନବମ […]
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗର୍ଭବତୀ କରି ଯୁବକ ଗିରଫ। ବାହାଘରର ପ୍ରଲୋଭନ ଦେଖାଇ ଯୁବକ ଜଣକ ଯୁବତୀଙ୍କୁ ନେଇ ୪ ମାସ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଖଇରା ଥାନା ପୁଲିସ ଯୁବକଙ୍କୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି।
ବାଲେଶ୍ୱର: ସୋର ଥାନା ଛକରେ ଚାଲିଥିବା ମା’ ଦୁର୍ଗାଙ୍କ ଦଶମୀ ପୂଜା ବେଶ୍ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କ ସିନ୍ଦୁର ଖେଳ ଖୁବ ଚିତାକର୍ଷକ ଥିଲା। ମା’ଙ୍କୁ ବିଦାୟ ଦେବା ପୂର୍ବରୁ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କ ପାଦରେ ଅଳତା ଓ ମସ୍ତକରେ ସିନ୍ଦୂର ପିନ୍ଧାଇଥିଲେ। ଏଥିସହ ମିହଳାମାନେ ପରସ୍ପରକୁ ସିନ୍ଦୁର ଲଗାଇଥିଲେ।
ଶାରଦୀୟ ଦୁର୍ଗା ପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଗାଁଠୁ ସହର। ମାଙ୍କ ଆରାଧନା ପାଇଁ ବିଭିନ୍ନ ପୂଜା ମଣ୍ଡପକୁ ଛୁଟି ଆସୁଛି ଭକ୍ତଙ୍କ ସୂଅ। କିବା ହିନ୍ତୁ ଅବା ମୁସଲ୍ମାନ ମାଙ୍କ ନିକଟରେ ସବୁ ମଣିଷ ସମାନ, ସମସ୍ତେ ମାଙ୍କ ସନ୍ତାନ। ଏମିତି ଏକ ମହତ୍ ବାର୍ତ୍ତା ପ୍ରଚାର କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ର ପଳସୁଦା ଗ୍ରାମବାସୀ। ଯେଉଁଠି ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମିଶି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରୁଛନ୍ତି। ଘଣ୍ଟ, […]
ଭୁବନେଶ୍ୱର : ତାଳଚେରରେ ପ୍ରସ୍ତାବିତ ଟିଟିପିଏସ-3 କୁ ରାଜ୍ୟ ସହଯୋଗ କରୁ। ଟିଟିପିଏସ୍ ଥ୍ରୀ ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ମନ୍ତବ୍ୟ ରଖିଛନ୍ତି । ଓଡ଼ିଶା ସରକାର ବାଧା ନ ଦେଇ ଟିଟିପିଏସ୍-୩କୁ ସହଯୋଗ କରିବା ଉଚିତ୍ । କାରଣ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଓ ଦେଶ ଲାଭବାନ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ବିହାରର ବାର୍ ଏନ୍ଟିପିସିର ବିଦ୍ୟୁତ ମହଙ୍ଗା ହୋଇଛି ବାହାନା କରି ତାଳଚେର ପ୍ଲାଣ୍ଟର ଶସ୍ତା ବିଦ୍ୟୁତକୁ […]
ଜଗତସିଂହପୁର: ଏରସମାରେ ରାବଣପୋଡ଼ିକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବିଧାୟକ ଦାମୋଦର ରାଉତ ଓ ପ୍ରଶାନ୍ତ ମୁଦୁଲି। ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ରାବଣପୋଡ଼ି ପାଇଁ ଏଥର ଦାମଙ୍କ ବଦଳରେ ପ୍ରଶାନ୍ତ ମୁଦୁଲିଙ୍କୁ ପ୍ରଶାସନ ଅନୁମତି ଦେବା ପରେ ରାଜନୀତି ଜୋର୍ ଧରିଛି। ଅନ୍ୟପଟେ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି ଦାମୋଦର ରାଉତ। ସେ କହିଛନ୍ତି, ୯ ବର୍ଷ ଧରି ପ୍ରଶାନ୍ତ ମୁଦୁଲି କରୁ ନଥିଲେ। ପ୍ରଶାନ୍ତ ପ୍ରଶାସନକୁ ଲେଖିବାରୁ ପୁଲିସ୍ ମଞ୍ଚ ଭାଙ୍ଗିଲେ। ପୁଲିସ୍ କହିଲା, […]
ଭଦ୍ରକ: ଚାନ୍ଦବାଲି ତିହିଡ଼ି ଥାନା ସାହାପୁର ନୂଆଗାଁରେ ଅଭାବନୀୟ ଘଟଣା ଘଟିଛି। ପାଣିରେ ବୁଡ଼ି ୨ ନାତୁଣୀ ଏବଂ ଆଈଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳେ ୨ ନାତୁଣୀ ଗାଁ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଆଉ ଶୌଚ ହେଉଥିବା ବେଳେ ଦୁଇଜଣ ପାଣିରେ ବୁଡ଼ି ଯାଇଥିଲେ। ଉଭୟ ୯ ବର୍ଷର ଅଞ୍ଜନା ଓ ୧୦ ବର୍ଷର ଶ୍ରାବଣୀ ଦୀର୍ଘ ସମୟ ଯାଏ ନ ଫେରିବାରୁ ଆଈ ଦୁଇ ନାତୁଣୀଙ୍କୁ ଖୋଜିବାକୁ ଯାଇଥିଲେ। ୨ […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ଯାଜପୁର,ପୁରୀ, କଟକ, ନୟାଗଡ,ଗଜପତି, ଭଦ୍ରକ, ମୟୁରଭଞ୍ଜ,ସମ୍ବଲପୁର, ସୁନ୍ଦରଗଡ, କୋରାପୁଟ, କେନ୍ଦୁଝର,କେନ୍ଦ୍ରାପଡା,ଖୋର୍ଦ୍ଧା,ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ନ ସାଢ଼େ ୪ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ଆସନ୍ତା ୧୮ ତାରିଖରେ ପଶ୍ଚିମ-କେନ୍ଦ୍ର ତଥା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। […]
ଭୁବନେଶ୍ୱର: ‘ତିତ୍ଲି’ରେ କ୍ଷୟକ୍ଷତି ପରିମାଣ ୨୭୬୫ କୋଟିକୁ ବୃଦ୍ଧି ହୋଇଛି। ‘ତିତ୍ଲି’ କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ SRC ଏହି ସୂଚନା ଦେଇଛନ୍ତି। ତେବେ ଏ ନେଇ ଆଜି ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏସ୍ଆର୍ସିଙ୍କ ସୂଚନା ଅନୁଯାୟୀ ୧୭ ଜିଲ୍ଲାର ୧୨୮ ବ୍ଲକର ୮୧୨୫ ଗାଁ ପ୍ରଭାବିତ ହୋଇଛି। ‘ତିତ୍ଲି’ରେ ମୋଟ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ‘ତିତ୍ଲି’ରେ ୨.୬୩ ଲକ୍ଷ ହେକ୍ଟର୍ ଚାଷ ଜମି କ୍ଷତିଗ୍ରସ୍ତ […]
ଭୁବନେଶ୍ୱର: ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ। ଭୁବନେଶ୍ୱର ଡୁମୁଡୁମାରେ ଜଣେ ଠିକାଦାରଙ୍କ ଘର ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଠିକାଦାରଙ୍କ ଗାଡ଼ି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପ୍ରାୟ ୨୦ରୁ ୨୫ ଯୁବକ ଗତକାଲି ବିଳମ୍ବିତ ରାତିରେ ଠିକାଦାରଙ୍କ ଘର ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୨ଟି କାର୍ ଓ ମାରଣାସ୍ତ୍ର ଜବତ ହେବାସହ ପୁଲିସ୍ ୨ ଜଣ ଯୁବକଙ୍କୁ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଯାଁଳା ୟୁକୋ ବ୍ୟାଙ୍କର ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ସଟର୍ ଭାଙ୍ଗି ଭିତରକୁ ପଶିଥିଲେ। ତା’ପରେ ସେମାନେ ଏଟିଏମ୍କୁ ଭାଙ୍ଗିଥିଲେ। ତେବେ ସେମାନେ ଟଙ୍କା ନେବାକୁ ସକ୍ଷମ ହୋଇ ନାହାନ୍ତି ବୋଲି ଜଣାପଡ଼ିଛି। ଯାଁଳା ଫାଣ୍ଡି ପୁଲିସ୍ ପ୍ରାଥମିକ ତଦନ୍ତ କରି ଏଟିଏମ୍କୁ ସିଲ୍ କରିଛି। ସିସିଟିଭି ଯାଞ୍ଚ କରିବା ପରେ ଅପରାଧୀଙ୍କ ସମ୍ପର୍କରେ ସୁରାକ୍ ମିଳିପାରିବ ବୋଲି ଜଣାପଡ଼ିଛି।
ନୂଆପଡ଼ା: ଜିଲ୍ଲା ପାୱାରତଲା ଗାଁରୁ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି। ଉଦ୍ଧାର ଅଜଗରର ଲମ୍ବ ପ୍ରାୟ ୮ ଫୁଟ୍ ହେବ। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ସୁନାବେଡ଼ା ଅଭୟାରଣ୍ୟରେ ଛଡ଼ାଯାଇଛି। ଏହି ବିରାଟକାୟ ଅଜଗରକୁ ଦେଖିବା ଲାଗି ଗାଁ ଲୋକେ ଏକାଠି ହୋଇଯାଇଥିଲେ।
ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା-ମୋଟେର ରାସ୍ତାର ଦୁଲକିବନ୍ଧ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ବୋଲେରୋ ଧକ୍କାରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବିଜମରା ଗାଁର ପଦ୍ମନାଭ ରଣା ଓ ବଡ଼କୁଟ୍ରୁ ଗାଁର ସାଇ ସୌରଭ ପଣ୍ଡା। ଗତକାଲି ରାତିରେ ଦୁଇ ସାଙ୍ଗ ପଦ୍ମନାଭ ଓ ସାଇ ସୌରଭ ଭୋଜି ଖାଇ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ବୋଲେରୋ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପଦ୍ମନାଭଙ୍କ ମୃତ୍ୟୁ ଘଟିଥିଲା। ସାଇ […]
କଟକ: ବଜ୍ରକବାଟୀ ରୋଡ଼ରେ ଥିବା ଏକ ଘରୋଇ ନର୍ସିଂହୋମ୍ରେ ଉତ୍ତେଜନା ଓ ଭଙ୍ଗାରୁଜା ହୋଇଛି। ରୋଗୀଙ୍କ ମୃତ୍ୟୁକୁ ନେଇ ସଂପର୍କୀୟମାନେ ନର୍ସିଂହୋମ୍ ଭିତରେ ଭଙ୍ଗାରୁଜା କରିବା ସହ ଗେଟ୍ରେ ତାଲା ପକାଇ ଦେଇଛନ୍ତି। ବିଷ ପିଇଥିବା ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବାରୁ ସଂପର୍କୀୟମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଚିକିତ୍ସାରେ ଅବହେଳା କରାଯିବାରୁ ରୋଗୀଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼ରେ ରାଜସ୍ୱ ବିଭାଗର ଚଢ଼ଉକୁ ନିନ୍ଦା କରିଛନ୍ତି ଖଣି ଲିଜ୍ଧାରୀ। ବିନା ନୋଟିସ୍ରେ ପ୍ରଶାସନର ଚଢ଼ଉକୁ ଓ ୧୪୪ ଧାରା ଜାରୀକୁ ଲିଜ୍ଧାରୀମାନେ ବିରୋଧ କରିଛନ୍ତି। ଲିଜ୍ ନେବା ପରେ ଆଇନ କାନୁନ ଆଧାରରେ ପଥର ଖାଦାନ ଚାଲିଥିବା ଲିଜ୍ଧାରୀମାନେ କହିଛନ୍ତି। ଏସବୁ ସତ୍ତ୍ୱେ ଖାଦାନ ଉପରେ ଚଢ଼ଉକୁ ବେଆଇନ ସେମାନେ କହିଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟ ବିରୋଧରେ କୋର୍ଟର ଆଶ୍ରୟ ନେବେ ବୋଲି ଲିଜ୍ଧାରୀମାନେ ଏକ ସାମ୍ବାଦିକ […]
ଭୁବନେଶ୍ୱର: ପୋଲ ଉପରୁ କାର୍ ଖସି ପଡ଼ିବାରୁ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ଜଟଣୀ ଥାନା ଅନ୍ତର୍ଗତ ଜଟଣୀ-ତଳଖେତା ରାସ୍ତା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ କାର୍ରେ ୩ଜଣ ବ୍ୟକ୍ତି ଜଟଣୀରେ ଗଣେଶ ପୂଜା ଦେଖିସାରି ଭୁବନେଶ୍ୱର ଫେରୁଥିଲେ। ତଳଖେତା ରାସ୍ତା ବାଟଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ନାଳ ଭିତରକୁ କାର୍ଟି ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ୍ ପାଣି ଭିତରେ କାର୍ଟି ବୁଡ଼ି ରହିଥିଲା। […]