• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dama-up
ବିଜେଡିରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ଡାଇରେକ୍ଟ ଅାଟାକ୍

ଭୁବନେଶ୍ୱର : ବିଜେଡିରୁ ବହିଷ୍କାର ପରେ ଅଧିକ ଶାଣିତ ହୋଇଛି ଦାମଙ୍କ ସ୍ୱର। ଏଥର ସିଧା ନିଶାନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସ୍ଥିତି ପାଇଁ ନୀତି ବଦଳାଇଛନ୍ତି ନବୀନ, ଯାହା ବିଜୁ ଅାଦର୍ଶର ପରିପନ୍ଥୀ। ନବୀନଙ୍କ ପ୍ରଶ୍ରୟରେ ବିଜୁଙ୍କ ନାଁକୁ ବିକି ଦଳେ ଲୋକ ଓଡ଼ିଶାକୁ ଲୁଟୁଛନ୍ତି। ବିଜୁଙ୍କ ଅାତ୍ମା କଷ୍ଟ ପାଉଥିବ। ଏପରିକି ନବୀନ ଯେତେଶୀଘ୍ର ଓଡ଼ିଶା ଛାଡ଼ିବେ ସେତେ ରାଜ୍ୟବାସୀଙ୍କ ମଙ୍ଗଳ ବୋଲି କହିବାକୁ ବି ଦାମ ପଛାଇନାହାନ୍ତି। ସେପଟେ ନବୀନ କହିଛନ୍ତି, ଦାମଙ୍କ ସବୁ […]

  • Tuesday, 20 July 2021
Untitled-1
ବାଇକ୍‌ ଧକ୍କାରେ ଫୁଟିଲା ବୋମା, ୩ ଆହତ

ଗଞ୍ଜାମ: ଭଞ୍ଜନଗର ବାଇପାସ୍ ନିକଟରେ ଅଘଟଣ। ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ପାଖରେ ଥିବା ବୋମା ଫାଟି ୩ଜଣ ଆହତ ହୋଇଛନ୍ତି। ବାଇକ୍ ଆରୋହୀଙ୍କଠାରୁ ୨ଟି ବନ୍ଧୁକ, ବୋମା ଓ ଗୁଳି ଜବତ ହୋଇଛି। ଆହତମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ତେବେ ସମ୍ପୃକ୍ତ ବାଇକ୍ ଆରୋହୀ ବୋମା ଓ ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ତାହା ଜଣାପଡ଼ିନି।

  • Tuesday, 20 July 2021
mokkil-up
ମହମ୍ମଦ ମୋକିମଙ୍କ ସମେତ ୧୭ ଜଣଙ୍କୁ ଜାମିନ୍

କଟକ  : କଟକ ପୁରୀଘାଟ ପୁଲିସ ଦ୍ୱାରା ରାତି ଅଧିଅା ଗିରଫ ହୋଇଥିବା କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କୁ ମିଳିଛି ଜାମିନ୍। କଟକ SDJMଙ୍କ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ସହ ସମସ୍ତ ୧୭ ଜଣଙ୍କୁ ମଧ୍ୟ ଜାମିନ୍ ମିଳିଛି। ପୁରୀଘାଟ ଥାନାରେ ପଶି ଭଙ୍ଗାରୁଜା ଅଭିଯୋଗ ଘଟଣାରେ ମୋକିମଙ୍କୁ ଗିରଫ କରିଥିଲା ପୁଲିସ। ତାଙ୍କ ସହ ସିଏମ୍‌ସିର ୩ କର୍ପୋରେଟର ଗିରିବାଳା ବେହେରା, ଅରୁଣ ସେଠୀ ଏବଂ ଶେଖ ସମ୍ମିମୁଲାଙ୍କ […]

  • Tuesday, 20 July 2021
AUL-Congress-black-flag
ମନ୍ତ୍ରୀଙ୍କୁ ଟମାଟୋମାଡ଼

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କୁ ବିରୋଧ ପ୍ରଦର୍ଶନ। ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଥିବା ସୂଚନା ମିଳିଛି। ଖାଦ୍ୟ ସୁରକ୍ଷା ଯୋଜନାର ଶୁଭାରମ୍ଭ ପାଇଁ ମନ୍ତ୍ରୀ ନୃସିଂହ ସାହୁ ଯାଉଥିବାବେଳେ କିଛି କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡ଼ି ଉପରକୁ ଟମାଟୋ ଫିଙ୍ଗିଥିଲେ। ଏହାପରେ ଘଟଣାସ୍ଥଳରୁ ୧୫ କଂଗ୍ରେସ କର୍ମୀଙ୍କୁ ପୁଲିସ୍‌ ଟେକି ନେଇଥିବା ସୂଚନା ମିଳିଛି।

  • Tuesday, 20 July 2021
CM-Naceen
ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ବିରୋଧୀଙ୍କ କଟାକ୍ଷ

ପୁରୀ: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସତ୍ୟବାଦୀ ବକୁଳ ବନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ପଞ୍ଚସଖାଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ବକୁଳବନକୁ ଯାଇ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି। ଓଡ଼ିଆ ଭାଷାର ପ୍ରଚାର ପ୍ରସାର, ଭାଷାର ବିବର୍ତ୍ତନ ଉପରେ ଗବେଷଣା ଲକ୍ଷ୍ୟରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସତ୍ୟବାଦୀରେ ୨୫ ଏକର ଜମି ମଧ୍ୟ ଯୋଗାଇ ଦିଆଯାଇଛି। ତେବେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନେଇ […]

  • Tuesday, 20 July 2021
snake-up up
ସାପ କାମୁଡ଼ାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର

ମାଲକାନଗିରି  : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କେଣ୍ଡାପାଲ୍ଲୀ ଗାଁରେ ସାପ କାମୁଡ଼ାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ମୃତକ ହେଲେ କେଣ୍ଡାପାଲ୍ଲୀ ଗାଁର ଯୋଡ଼ି ସୁକି। ଗତ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ିଥିଲା। ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଏମଭି-୭୯ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସ୍ତ୍ରୀକୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀକୁ କାଲିମେଳା ମେଡ଼ିକାଲକୁ ରେଫର କରିଛନ୍ତି।  

  • Tuesday, 20 July 2021
pahur-up
ରାତି ପାହିଲେ ନୂଆଁଖାଇ

ଭୁବନେଶ୍ୱର : ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପୀଠ, ମନ୍ଦିର, ଘର, ଦ୍ୱାର ସବୁଠି ସରିଛି ସଜବାଜ। ଜମିବ ଖିଅାପିଅା, ନାଚଗୀତରେ ଦୁଲୁକିବ ଗାଁରୁ ସହର। ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ହୋଇଥିବାବେଳେ ଅପେକ୍ଷା ନିର୍ଦ୍ଧାରଣ ହୋଇଥିବା ଅାସନ୍ତାକାଲିର ସେହି ଶୁଭ ମୂହୁର୍ତ୍ତକୁ। ଘରେ ଘରେ ପ୍ରସ୍ତୁତି ଚାଲିଥିବା ବେଳେ ଦୂରରେ ଥିବା ଲୋକେ ଘରେ ଅାସି ପହଂଚିବାରେ ଲାଗିଛନ୍ତି।  ସେପଟେ ଜୁହାର ଭେଟ୍ ଲାଗି ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି। ସେପଟେ ଭିନ୍ନ ଏକ […]

  • Tuesday, 20 July 2021
accident
ଯାତ୍ରାପାର୍ଟି ଟ୍ରକ୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଘଟିଛି ଏକ ଦୁର୍ଘଟଣା । ଗଣେଶ ପୂଜାରେ ଦୁଇ ସାଙ୍ଗ ପୂଜା ପରେ ବାଇକ୍‌ରେ ବୁଲିବାକୁ ଯାଉଥିଲେ। ହେଲେ ଅଧା ରାସ୍ତାରେ ଧକ୍କା ଦେଲା ଯାତ୍ରା ପାର୍ଟି ଟ୍ରକ୍‌। ଘଟଣାସ୍ଥଳରେ ହିଁ ଶେଷ ଯାତ୍ରାରେ ଚାଲିଗଲେ ଦୁଇ ସାଙ୍ଗ। ସୂଚନା ଅନୁସାରେ ,ଆଜି ଗଣେଶ ପୂଜା ଥିବାରୁ ଓମ ୟଶବର୍ଦ୍ଧନ ଜେନା କାନପୁରା ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ଓ ସୋମେଶ ମୁଦୁଲି କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇଥିଲେ। […]

  • Tuesday, 20 July 2021
ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଭରତପୁର ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଭରତପୁର ଜିଏ କଲୋନୀରେ ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚ ନାଁରେ ଥିବା ଏକ ପାରା ମେଡିକାଲ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଛାତ୍ରଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି। କୋଦଣ୍ଡ ବିଭିନ୍ନ ସମୟରେ ଛାତ୍ରୀମାନଙ୍କ ପ୍ରତି ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରୁଥିଲେ। ଛାତ୍ରୀମାନେ ଆଜି ଏକାଠି ହୋଇ ଏହାର ବିରୋଧ କରିବା ସହ […]

  • Tuesday, 20 July 2021
naveen
ଦିଲ୍ଲୀରୁ ଫେରିବା ପରେ ପ୍ରତିକ୍ରିୟା ରଖିଲେ ନବୀନ

ଭୁବନେଶ୍ୱର : ଦିଲ୍ଲୀରୁ ଫେରିବା ପରେ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଏବଂ ହାସ୍ୟାସ୍ପଦ ବୋଲି କହିଛନ୍ତି ନବୀନ। ଦାମ ନୂଅା ଦଳ ଗଢ଼ିଲେ ମଧ୍ୟ କୌଣସି ପ୍ରଭାବ ପଡ଼ିବନି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

  • Tuesday, 20 July 2021
KANFERSING
ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟର ଯୋଜନା ଲଢ଼େଇ

ଭୁବନେଶ୍ୱର: ୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆରମ୍ଭ ହୋଇଛି ଯୋଜନା ଲଢ଼େଇ। ଗତ କିଛି ଦିନ ତଳେ ବିଜେଡି ଉଜ୍ଜଳା ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଥିବାବେଳେ ଆଜି ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶହେଟି ସ୍ଥାନର ୧୮ ହଜାର ମହିଳା ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଚର୍ଚ୍ଚା ହେଉଛି ଯେ ନବୀନ ସରକାରର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମକୁ ଟକ୍କର ଦେବାକୁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଆଗକୁ ପ୍ରଧାନମନ୍ତ୍ରୀ ଏଲ୍‌ପିଜି ପଞ୍ଚାୟତ କାର୍ଯ୍ୟକ୍ରମକୁ […]

  • Tuesday, 20 July 2021
vlcsnap-error501
ଦଳରୁ ବହିଷ୍କାର ପରେ ନବୀନଙ୍କୁ ଦାମଙ୍କ ସିଧା ହମ୍‌ଲା

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ନବୀନଙ୍କୁ ସିଧା ହମ୍‌ଲା କରିଛନ୍ତି। ସେ ଆକ୍ରମଣକୁ ଶାଣିତ କରି କହିଛନ୍ତି ନବୀନ ଯେତେ ଶୀଘ୍ର ଓଡ଼ିଶାରୁ ଯିବେ ରାଜ୍ୟର ମଙ୍ଗଳ ହେବ। ନବୀନ ପଟ୍ଟନାୟକ ନିଜର ସ୍ଥିତି ରକ୍ଷା କରିବାପାଇଁ ଯେଭଳି ନୀତି ବଦଳାଉଛନ୍ତି ତାହା ବିଜୁ ବାବୁଙ୍କ ଆଦର୍ଶର ପରିପନ୍ଥୀ। ବିଜୁବାବୁଙ୍କ ଆଦର୍ଶକୁ ନେଇକି ଆମେମାନେ ଯେଉଁ ରାଜନୀତି କରୁଥିଲୁ ସେ ଜଣ ଜଣ କରି ପ୍ରାୟ ସମସ୍ତଙ୍କୁ ବିଦା କରିସାରିଲେଣି। ବର୍ତ୍ତମାନ ଯେଉଁମାନଙ୍କୁ […]

  • Tuesday, 20 July 2021
nilagiri
ଟ୍ୟାକ୍ସ ଫାଙ୍କିବା ଲାଗି ଗଳାବାଟ ସାଜିଛି ରାଜ୍ୟ ରାଜପଥ

ବାଲେଶ୍ୱର: ଅସାଧୁ ଗାଡ଼ି ଡ୍ରାଇଭର୍ ଏବଂ ମାଲିକଙ୍କ ଗଳା ବାଟ ସାଜିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ରାଜ୍ୟ ରାଜପଥ। ଶେରଗଡ଼ ଟୋଲ୍‌ଗେଟ୍‌ରେ ଟ୍ୟାକ୍ସ ଫାଙ୍କିବା ଲାଗି ଖୋଲାଖୋଲି ଆଇନ ଉଲଂଘନ କରି ଗାଡ଼ି ମାଲିକ ଓ ଡ଼୍ରାଇଭରମାନେ ଜାତୀୟ ରାଜପଥ ଛାଡ଼ି ପଞ୍ଚଲିଙ୍ଗେଶ୍ୱରରୁ ନୀଳଗିର ଦେଇ ଯାଇଥିବା ରାଜ୍ୟ ରାଜପଥରେ ଗାଡ଼ି ନେଉଛନ୍ତି। ଏପରି ବାରମ୍ବାର ଟ୍ରକ୍‌ ଯିବା ଆସିବା କରୁଥିବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ଗଳାବାଟ ଦେଇ ଆସିବା ଦ୍ୱାରା ରାଜ୍ୟ ରାଜକୋଷ […]

  • Tuesday, 20 July 2021
k
ମହୁମାଛି ଆକ୍ରମଣରେ ଛାତ୍ର ମୃତ

ରାୟଗଡ଼ା: ମହୁମାଛି ଆକ୍ରମଣରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଛାତ୍ର ଗୁରୁତର ଆହତ  ହୋଇଛନ୍ତି। ସୂଚନା ଅନୁସାରେ, ଛାତ୍ରମାନେ ଗଣେଶ ପୂଜା ପାଇଁ ଜଙ୍ଗଲକୁ ପତ୍ର ଆଣିବାକୁ ଯାଇଥିବା ବେଳେ ମହୁମାଛି ତାଙ୍କୁ ଆକ୍ରମଣ କରିଥିଲା। ସମସ୍ତେ ରାୟଗଡ଼ା କାରୁବାଇ ଆଶ୍ରମ ସ୍କୁଲର ଛାତ୍ର। ଗୁରୁତର ଛାତ୍ରମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  

  • Tuesday, 20 July 2021
Capture
ଆରମ୍ଭ ହେଲା ନିର୍ମାଣ କୁସୁମ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ନିର୍ମାଣ ଶ୍ରମିକଙ୍କ ଲାଗି ଶୁଭାରମ୍ଭ ହୋଇଛି ନିର୍ମାଣ କୁସୁମ ଯୋଜନା। ଆଜି ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ମାଣ ଶ୍ରମିକଙ୍କ ପିଲାମାନଙ୍କ ପାଠ ପଢ଼ିବାରେ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଆଇଟିଆଇ ଶିକ୍ଷା ପାଇଁ ୨୩ ହଜାର ୬ଶହ ଟଙ୍କା, ଡିପ୍ଲୋମା ଶିକ୍ଷା ପାଇଁ […]

  • Tuesday, 20 July 2021
medical
ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ମାଲକାନଗିରି: ରୋଗୀ ମୃତ୍ୟୁକୁ କେନ୍ଦ୍ରକରି ମାଲକାନଗିରି ଜିଲ୍ଲା ବାଲିମେଳା ଅର୍କେଲ୍ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ସୂଚନା ଅନୁସାରେ, ରାଜୁ ବାଘା ନାମକ ଜଣେ ରୋଗୀଙ୍କୁ ଜ୍ୱର ହୋଇଥିବାରୁ ଆଜି ଭୋର୍‌ ୪ଟାରେ ପରିବାର ଲୋକେ ତାଙ୍କୁ ଅର୍କେଲ ହସ୍ପିଟାଲ ନେଇ ଯାଇଥିଲେ। ରୋଗୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଡାକ୍ତର ନିଜ କ୍ୱାଟରରୁ ବାହାରି ନ ଥିବା ଅଭିଯୋଗ ହୋଇଛି। ଡାକ୍ତରଙ୍କ ଅବହେଳା ପାଇଁ ବାଘାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦାବି […]

  • Tuesday, 20 July 2021
Baijayant Panda meets Damodar Rout
ବୈଜୟନ୍ତ କହିଲେ, ‘ଦାମ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ ଭଳି ଲାଗୁଛି’

ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭେଟିଛନ୍ତି। ଦାମୋଦର ରାଉତ ବିଜେଡିରୁ ବହିଷ୍କାର ପରେ ବୈଜୟନ୍ତ ପଣ୍ଡାଙ୍କ ଏହା ହେଉଛି ପ୍ରଥମ ସାକ୍ଷାତ। ଦାମୋଦର ରାଉତଙ୍କୁ ଭେଟିବା ପରେ ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ଏହା ବହୁତ ଦୁଃଖର କଥା ଯେ, ବିଜୁ ବାବୁଙ୍କର ଯେଉଁମାନେ ଦୃଢ଼ ସମର୍ଥକ ବହୁ ଦଶନ୍ଧି ହେଲା ତାଙ୍କ ସାଙ୍ଗରେ ନିଜେ […]

  • Tuesday, 20 July 2021
Mohammed Moquim
କଂଗ୍ରେସ ନେତା ମହମ୍ମଦ ମୋକିମ୍‌ ଗିରଫ

କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ଏହି ଘଟଣାରେ ୩ଜଣଙ୍କ କର୍ପୋରେଟର୍‌ଙ୍କ ସମେତ ୧୩ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଛି। ମୋକିମ୍‌ ଗିରଫ ହେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି – ପୁଲିସ୍ କଂଗ୍ରେସ କର୍ମୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ମାମଲା ରୁଜୁ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ନେତାଙ୍କ ଘରେ ପୁଲିସ୍‌ ରାତି ଅଧରେ ଚଢ଼ଉ କରିଥିଲା। […]

  • Tuesday, 20 July 2021
vlcsnap-error334
ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରାମାଡ଼

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲୁବଜାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ସେକ୍‌ ସର୍‌ଫରାଜ୍‌। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସେକ୍‌ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଫୁସ୍‌ଫୁସ୍‌ରେ ଛୁରୀ ବାଜିଥିବାରୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ସହରରେ ଆଖଡ଼ା ଶୋଭାଯାତ୍ରା ବେଳେ ସେକ୍‌ ବାଲୁବଜାର ଆଖଡ଼ା ଦଳ ସହିତ […]

  • Tuesday, 20 July 2021
naxal
ଜୋର୍‌ଦାର୍‌ ହେବ ମାଓ ଦମନ ଅଭିଯାନ

ଭୁବନେଶ୍ୱର: ମାଓ ଦମନ ନେଇ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ପୁଲିସ୍ ଡିଜି ସ୍ତରୀୟ ବୈଠକ ସଫଳ ହୋଇଛି। ଆଗକୁ ନକ୍ସଲ ଦମନ ଅଭିଯାନକୁ ଜୋର୍‌ଦାର୍ କରିବାକୁ ଦୁଇ ରାଜ୍ୟ ସହମତି ପ୍ରକାଶ କରିଛନ୍ତି। ଆଗକୁ ନିର୍ବାଚନ ଆସୁ ଥିବାରୁ ନକ୍ସଲ ହିଂସାକୁ ଆଖିରେ ରଖି ଗୁଇନ୍ଦା ସୂଚନା ଆଦାନପ୍ରଦାନ ଜରୁରୀ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହାକୁ ଗୁରୁତ୍ୱର ସହ ନେବାକୁ ଉଭୟ ପୁଲିସ୍ ମୁଖ୍ୟ ରାଜି ହୋଇଛନ୍ତି। ନିକଟରେ ଆନ୍ଧ୍ରର ଦୁଇ ଜଣ […]

  • Tuesday, 20 July 2021
raid in congress workers
ରାତି ଅଧରେ କଂଗ୍ରେସ ନେତାଙ୍କ ଘରେ ଚଢ଼ଉ

କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଂଗ୍ରେସ ନେତାଙ୍କ ଘରେ ପୁଲିସ୍‌ର ରାତି ଅଧିଆ ଚଢ଼ଉ। ୩ କର୍ପୋରେଟରଙ୍କ ସମେତ ପ୍ରାୟ ୨୦ଜଣ କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଛି। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ଘରେ ବି ଚଢ଼ଉ କରାଯାଇଛି। ସୂଚନାଥାଉ କି, ଗତ ସୋମବାର ଦିନ ଭାରତବନ୍ଦ ବେଳେ CMC ଅଫିସ୍‌ ଭିତରକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିବା ବେଳେ ପୁଲିସ୍‌ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ […]

  • Tuesday, 20 July 2021
dama9
ବିଜେଡିକୁ ଅକଳରେ ପକାଇଥିଲା କି ଦାମଙ୍କ ବିସ୍ଫୋରକ ବୟାନ ?

ଭୁବନେଶ୍ୱର : ଗତ କିଛି ଦିନ ଧରି ବିସ୍ଫୋରକ ବୟାନ ଦେଇ ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଅାସୁଥିଲେ ଦାମ। ପ୍ରଥମେ ଡଙ୍କାରୀ ପାହାଡ଼ ଲୁଟ୍, ପରେ ଶହେ କୋଟିର ଚାରା ଘୋଟାଲା, ତାପରେ ଓମ୍‌ଫେଡ୍‌ର ୩୦ କୋଟିର ସ୍କାମ୍ ଅଭିଯୋଗ ଓ ଏହା ପରେ ସମବାୟ ଋଣରେ ୮ଶହ କୋଟିର ଘୋଟାଲା ଭଳି ଗୁରୁତର ଅଭିଯୋଗ ଅାଣିଥିଲେ ଦାମ। ଏମିତିକି ସେ ଅାଉ ପାଦେ ଅାଗକୁ ଯାଇ ଓଡ଼ିଶାରେ ତାମିଲ ଉପନିବେଶବାଦ ଚାଲିଥିବାର ଅଭିଯୋଗ ମଧ୍ୟ […]

  • Tuesday, 20 July 2021
3
ବିଜେଡିର ଡାର୍ଟି ପଲିଟିକ୍ସରେ ବାଦ୍ ପଡ଼ିଲାନି ପିଲାଙ୍କ ଭବିଷ୍ୟତ

ପୁରୀ: ବିଜେଡି ସରକାରର ଡାର୍ଟି ପଲିଟିକ୍ସରେ ବାଦ୍ ପଡ଼ିଲାନି କୋମଳମତି ପିଲାଙ୍କ ଭବିଷ୍ୟତ। ସରକାରୀ କାର୍ଯ୍ୟକ୍ରମ ନାଁରେ ବନ୍ଦ କରିଦେଲେ ସ୍କୁଲ ଓ ବାତିଲ୍ କରିଦେଲେ ପରୀକ୍ଷା। ପୁରୀ ଜିଲ୍ଲା ଡେଲାଙ୍ଗ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟରେ ଚାଲିଥିଲା ଆମ ଗାଁ ଆମ ବିକାଶର ସରକାରୀ କାର୍ଯ୍ୟକ୍ରମ। ଯଦିଓ ଏହା ସରକାରୀ କାର୍ଯ୍ୟକ୍ରମ, କିନ୍ତୁ ସ୍କୁଲ୍‌ ହତା ଭିତରେ ବିଜେଡି ପତାକା ଥିବା ଗାଡ଼ି, ତା ସହ ମାଳ ମାଳ ବ୍ୟାନର୍‌ ଝୁଲିଥିବା ଦେଖିବାକୁ ମିଳିଛି। ଭିଡ଼ିଓ […]

  • Tuesday, 20 July 2021
dama--4-up
ସ୍ଥିତି ରକ୍ଷା ପାଇଁ ନୀତି ବଦଳେଇବା ବ୍ୟକ୍ତି ମୁଁ ନୁହେଁ : ଦାମ

ଭୁବନେଶ୍ୱର :  ଏ ଭିତରେ ସବୁଠୁ ବଡ଼ ଖବର ପାଲଟିଛି ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର । ନିଜର ବହିଷ୍କାର ଖବର ଗଣମାଧ୍ୟମରୁ ଜାଣି ଦାମ ନିଜର ପ୍ରତିକ୍ରିୟା ଦେଇଛନ୍ତି। କହିଛନ୍ତି ସତ୍ୟକୁ ସାମ୍ନା କରିବାକୁ ଏତେ ଡ଼ର କାହିଁକି?  ଆଉ ମଧ୍ୟ କହିଛନ୍ତି ମୁଁ ଦଳରୁ ବିଦା ହେଲେ ବି ଆଉ କେଉଁ ଦଳକୁ ଯିବାର ନାହିଁ । ଯଦି ଲୋକ ଚାହିଁବେ ମୁଁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବି । ସ୍ଥିତି ରକ୍ଷା ପାଇଁ […]

  • Tuesday, 20 July 2021
1
୧୯ରେ ଓଡ଼ିଶାରେ ବିଜେପିର ହେବ କି ବମ୍ପର ଶୋ?

ଭୁବନେଶ୍ୱର: ୧୯ ଲୋକସଭା ନିର୍ବାଚନରେ ୧ରୁ ୧୩କୁ ଲମ୍ବା କୁଦା ମାରିବ ବିଜେପି। ଜାତୀୟ ନ୍ୟୁଜ୍‌ ଚାନେଲ୍ ରିପବ୍ଲିକ୍ ଟିଭି ଓ ଏବିପିର ସର୍ଭେରେ ଅାସିଛି ଏମିତି ରିପୋର୍ଟ। ଏପରିକି ମୋଦି ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ବି ଏଥିରେ ଚର୍ଚ୍ଚା ହୋଇଛି। ଏହି ଖବରକୁ ପାଦେ ଅାଗକୁ ନେଇ ଦଳର ରାଜ୍ୟ ସଭାପତି କହିଛନ୍ତି ମୋଦି ପୁରୀରୁ ପ୍ରାର୍ଥୀ ହେବା ନେଇ ପ୍ରସ୍ତାବ ଦିଅାଯାଇଛି। ଦଳର ପାର୍ଲାମେଣ୍ଟାରୀ ବୋର୍ଡ ଏ ନିଷ୍ପତ୍ତି ନେବ। ଏ ସର୍ଭେକୁ […]

  • Tuesday, 20 July 2021