ଭୁବନେଶ୍ୱର: ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଅଭିଜିତ୍ ଆୟାର୍ ମିତ୍ରଙ୍କୁ ଜାମିନ୍ ମିଳିଛି। ଆୟାର୍ ପୁଲିସ୍ ତଦନ୍ତରେ ସହଯୋଗ କରୁଥିବାରୁ ଦିଲ୍ଲୀର ସାକେତ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ଆୟର୍ ତାଙ୍କ ଟୁଇଟର୍ ହ୍ୟାଣ୍ଡେଲ୍ରେ ଓଡ଼ିଶା ଓ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ, ଦେଇଥିଲେ। ପରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ଥିବା ଏକ ଭିଡିଓ ସୁଟ୍ କରିଥିଲେ। […]
ଜୟପୁର: ଡକାୟତି ଯୋଜନାକୁ ପଣ୍ଡ କଲା ପୁଲିସ୍। କୋରାପୁଟ ଜିଲ୍ଲା ଜୟପୁରର ପୁରୁଣାଗଡ଼ ବାଇପାସ୍ ନିକଟରେ ଆଜି ଭୋର୍ରେ ଏକ ଡକାୟତି ଯୋଜନାକୁ ପୁଲିସ୍ ପଣ୍ଡ କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ଦୁଇ କାଟ୍ରିଜ୍ ଓ ମାରଣାସ୍ତ୍ର ଜବତ କରିଛି। ପୁଲିସ୍ ଜିତୁ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ଆଜି ଭୋର ସମୟରେ ଜିତୁ ଓ ତା’ର ସହଯୋଗୀମାନେ ପୁରୁଣାଗଡ଼ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା […]
ଭୁବନେଶ୍ୱର: ବିଜୁ ଯୁବ ବାହିନୀରେ ଦୁର୍ନୀତିର ଗନ୍ଧ ବାରି ବିଧାନସଭାରେ ବିଜେପି ହଙ୍ଗାମା କରିଛି। ଅଡିଟ୍ ପାଇଁ ସିଏଜି ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଇ ନ ଥିବାରୁ ବିଜେପି ଶାସକ ଦଳକୁ ଟାର୍ଗେଟ୍ କରିଛି। ହକି ଓ୍ୱାର୍ଲଡ୍ କପ୍ ପ୍ରସ୍ତୁତି ଆଳରେ ଏବେ ତଥ୍ୟ ଦେଇ ହେବନାହିଁ ବୋଲି କ୍ରୀଡ଼ା ବିଭାଗ କହିଥିବା ବେଳେ ବିଭ୍ରାନ୍ତ କରିବା ବିଜେପି ଗୃହରେ ଏହି ପ୍ରସଙ୍ଗ ଉଠାଇଛି ବୋଲି ବିଜେଡି ପାଲଟା ଅଭିଯୋଗ କରିଛି। ପ୍ରଶ୍ନକାଳ ଆରମ୍ଭରୁ ବିଜୁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦୁର୍ନୀତି ପେଡ଼ିରୁ ଏବେ ଚାରା ଘୋଟାଲା ସବୁଠୁ ଚର୍ଚ୍ଚାରେ ରହିଛି। କାରଣ ଗଛ ଲଗାଇବାର ଆଳ କରି ରାଜ୍ୟର ଅନେକ ଜିଲ୍ଲାରେ ହରିଲୁଟ୍ ହୋଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ସବୁଠୁ ଶୀର୍ଷରେ ରହିଛି। ଏଠାରେ ଚାଷୀଙ୍କୁ ମୋହରା ବନେଇ ସରକାରୀ ବାବୁମାନେ ପାଖାପାଖି ୧୮ କୋଟି ଟଙ୍କା ଚଳୁ କରିଦେଇଛନ୍ତି। କିଏ ନିଜକୁ ଭେଣ୍ଡର୍ ସଜାଇ ତ ଆଉ କିଏ ଜାଲ୍ ମଷ୍ଟର୍ ରୋଲ୍ ତିଆରି କରି କୋଟି କୋଟି […]
ଭୁବନେଶ୍ୱର: ମିଶନ ଚପର୍ ଫୁସ୍କିବା ପରେ ଆୟାରଙ୍କୁ ଆୟୁଧ କରି ବୈଜୟନ୍ତଙ୍କୁ ଫସାଇବା ପାଇଁ ବିଜେଡି ପ୍ଲାନ୍ କରିଥିବା ନେଇ ଚର୍ଚ୍ଚା ହେଉଛି। ଦଳର ପ୍ଲାନ୍ ‘ଏ’ ସଫଳ ନ ହେବାରୁ ପ୍ଲାନ୍ ‘ବି’ କରି ଦଳ ବୈଜୟନ୍ତଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲା ବୋଲି କୁହାଯାଉଛି। ଦଳର ଲକ୍ଷ୍ୟ ଥିଲା, ପ୍ଲାନ୍ ‘ଏ’ ଚପର୍ ପ୍ରସଙ୍ଗ ଉଠାଇ ବୈଜୟନ୍ତଙ୍କୁ ଫସାଇବେ ଓ ବିଧାନସଭାରେ ତୁମ୍ବିତୋଫାନ କରିବେ। କିନ୍ତୁ ଏହି ପ୍ଲାନ୍ ସଫଳ ହେଲାନି। କାରଣ ଅଭିଯୋଗର […]
ଭୁବନେଶ୍ୱର: ଦାମ ରାଉତଙ୍କୁ ବିଜେଡିରୁ ବହିଷ୍କାର ପରେ ପାରାଦୀପ ବିଧାନସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସ କହିଛନ୍ତି। ଦଳ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବିଷ୍ଣୁ କହିଛନ୍ତି। ଏହା ସହିତ ସେ କହିଛନ୍ତି, ଦାମ ଏକୁଟିଆ ଥିବା ବେଳେ ଆମ ପାଖରେ ଦଳ ଓ ସଂଗଠନ ଅଛି। ଜିଲ୍ଲାର ଅନେକ କର୍ମୀଙ୍କୁ ଦାମ ଡରାଇ ରଖିଥିଲେ, ଏବେ ସେହି କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ଆସି […]
କଟକ: କଟକ SCBରେ ଡେଙ୍ଗୁ ରୋଗୀ ମୃତ। କଟକ ବଡ଼ ମେଡିକାଲରେ ଜଣେ ବିଚାରାଧୀନ ବନ୍ଦୀଙ୍କର ଡେଙ୍ଗୁ ରୋଗରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚାନ୍ଦଗିରି ଗାଁର ରବୀନ୍ଦ୍ର ନାୟକ। ସେ ରାୟଗଡା ଜେଲରୁ ଅାସିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମେଡ଼ିକାଲରେ ଅାଜି ତାଙ୍କର ମୃତ୍ୟୁ ହୋଇଛି। ଗତ ଜୁନ ୨୬ ତାରିଖରେ ଏକ ହତ୍ୟା ଅଭିଯୋଗରେ ରାୟଗଡ଼ା ସବ୍ଜେଲରେ ଥିଲେ। ହେଲେ ଗତ ୩ ତାରିଖରେ ତାଙ୍କୁ ଜ୍ୱର ହେବାରୁ ପ୍ରଥମେ […]
ଭୁବନେଶ୍ୱର: ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ସ୍ୱର ଦବି ଯାଇ ନାହିଁ। ବୁଧବାର ସେ ପୁଣି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି, ମୁଁ ଏବେ ବି ବିଜେଡିରେ ଅଛି। ଦଳରୁ ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ କିମ୍ବା ବହିଷ୍କାର ନେଇ ମତେ ଦଳ ଲିଖିତ ଭାବେ କିଛି ଜଣାଇ ନାହିଁ। ଏଥିସହିତ ଜଣେ ସଂପାଦକ ବହିଷ୍କାର ସଂପର୍କିତ ଚିଠି ଲେଖିଥିବା ନେଇ ମଧ୍ୟ […]
ଭୁବନେଶ୍ୱର: ବନ୍ୟା ଛାଡ଼ିବା ପରେ ବଢିଛି ଦୁର୍ଦ୍ଦଶା। ଚାରିଅାଡ଼େ କାଦୁଅ ପଚପଚ ହୋଇଥିବାବେଳେ ବନ୍ୟାପାଣିରେ ବତୁରି ଯାଇଛି ଝାଟିମାଟି ଘର। କେତେବେଳେ ବି ଭୁଶୁଡ଼ି ଯାଇପାରେ ପାଣିଖିଆ କାନ୍ଥ। ବନ୍ୟା ଛାଡ଼ିବା ପରେ ଘରକୁ ମାଟି ଲେସି ସଜାଡ଼ୁଛନ୍ତି ବନ୍ୟା ପୀଡ଼ିତ। ଅଣ୍ଟା ସଳଖି ପୁଣି ଥରେ ଛିଡ଼ାହେବାକୁ କରୁଛନ୍ତି ଉଦ୍ୟମ। ଭଦ୍ରକ ଓ ଯାଜପୁର ଜିଲ୍ଲାର ଚିତ୍ର ଯେମିତି ବଦଳି ଯାଇଛି ବନ୍ୟାରେ। ବୈତରଣୀ ରୋଷର ଚିହ୍ନ ଏବେ ବି ଗାଁ ଗଣ୍ଡାରେ ସ୍ପଷ୍ଟ ବାରି […]
ଭୁବନେଶ୍ୱର: ବାହା ହେବେ ଓଡ଼ିଶାର ପ୍ରଥମ କିନ୍ନର ଓଏଫ୍ଏସ୍ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା। ଦୀର୍ଘ ଦିନର ପ୍ରେମ, ପ୍ରଣୟ ବିବାହର ରୂପ ନେଉଥିବାରୁ ସେଇ ସ୍ୱପ୍ନରେ ଏବେ ବିଭୋର ଐଶ୍ୱର୍ଯ୍ୟା। ଦିନେ ତାଙ୍କ ଅନ୍ତରାତ୍ମା ଯାହା ଚାହୁଁଥିଲା ତାହା ଏବେ ପୂରା ହେବାକୁ ଯାଉଛି। ବାହା ହେବେ, ପୋଷ୍ୟ କନ୍ୟାଟିଏ ଗ୍ରହଣ କରି ଘର ସଂସାର କରିବେ। ସମଲିଙ୍ଗୀ ସଂପର୍କ ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ତାଙ୍କୁ ଜୀଇଁବାର ନୂଅା ରାହା ଦେଇଥିବାରୁ ସେଇ ଖୁସିରେ ଗୋଡ଼ ତଳେ ଲାଗୁନି […]
ଭୁବନେଶ୍ୱର: ଦାମଙ୍କ ଭାଷାରେ ଓଡ଼ିଶାରେ ଚାଲିଛି ତାମିଲ୍ ଉପନିବେଶବାଦ । ଓଡ଼ିଆ ଆଇଏଏସ୍ଙ୍କ ସ୍ୱାଭିମାନ କଥା ଉଠାଇ ଦାମ ଅାଜି ପୁଣି ତଥାକଥିତ ଗଡ୍ଫାଦର୍ଙ୍କୁ ନିଶାନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାହା କରୁଛନ୍ତି ତାକୁ ଅମଲା ଓ ଅାଉ କେତେଜଣ ଭଣ୍ଡୁର କରୁଛନ୍ତି ବୋଲି କହିଛନ୍ତି ଦାମ। ଯାଜପୁରରେ ରାମକୋ ସିମେଣ୍ଟ କାରଖାନା କଥା ଉଠାଇ ଅାଜି ସରକାରଙ୍କ ଉପରେ ପୁଣି ଏକ ବୋମା ପକାଇଛନ୍ତି ଏହି ବରିଷ୍ଠ ବିଜେଡି ନେତା। ଅଭିଯୋଗ ଅନୁସାରେ, ପ୍ରଶାସନର ଅଗୋଚରରେ ଯାଜପୁରରେ […]
ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଛି ସହିଦ ଚମ୍ପେଶ୍ୱର ମହାକୁଡ଼ଙ୍କ ମରଶରୀର। ଚମ୍ପେଶ୍ୱର ୨୯ ଅାସାମ ରାଇଫଲ୍ସର ସଦସ୍ୟ ଥିଲେ। ଗତ ୭ ତାରିଖ ମଣିପୁରରେ କାର୍ଯ୍ୟରତ ଅବସ୍ଥାରେ ପିଏଲ୍ଏ ଓ ଏମ୍ଏନ୍ପିଏଫ୍ ଉଗ୍ରବାଦୀଙ୍କ ଅାକ୍ରମଣରେ ସେ ସହିଦ ହୋଇଥିଲେ। ସମ୍ବଲପୁର ରେଢାଖୋାଲ ଢାଉର ଖମାଣ ଗାଁର ଚମ୍ପେଶ୍ୱରଙ୍କ ମରଶରୀରକୁ ଏୟାରପୋର୍ଟରେ ଗାର୍ଡ ଅଫ୍ ଅନର୍ ଦିଅାଯାଇଛି। ଏହା ସହିତ ସିଅାରପିଏଫ୍ ଓ ୧୨୦ ବାଟାଲିୟନ୍ର ବରିଷ୍ଠ ଅଧିକାରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶେଷ କୃତ୍ୟ ପାଇଁ ଚମ୍ପେଶ୍ୱରଙ୍କ ମରଶରୀର […]
ଭୁବନେଶ୍ୱର : ପୁଲିସ ଗାଡ଼ିରେ କଂଗ୍ରେସ ପତାକା। ଅାଜି ବନ୍ଦ ପାଳନ ବେଳେ ଭୁବନେଶ୍ୱର ସତ୍ସଙ୍ଗ ବିହାରରେ ପୁଲିସ ଗାଡ଼ିରେ କଂଗ୍ରେସ ପତାକା ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ବଚସା। ଏପରିକି ଠେଲାପେଲା ମଧ୍ୟ ହୋଇଥିଲା। ଶେଷରେ ପୁଲିସ ଭ୍ୟାନ୍ରୁ ପତାକା ହଟାଯାଇଥିଲା।
ପୁରୀ : ପୁରୀ ଜିଲ୍ଲା କାକଟପୁରରେ କଂଗ୍ରେସ କର୍ମୀଙ୍କ ଉନ୍ମତ୍ତ କାଣ୍ଡ। କଂଗ୍ରେସ କର୍ମୀ ତହସିଲ ଅଫିସ୍ରେ ତାଲା ଭାଙ୍ଗି ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଜଣେ କର୍ମଚାରୀଙ୍କୁ ମାଡ଼ ମାରୁଥିବା ବେଳେ ଅନ୍ୟ କର୍ମଚାରୀ ଦୌଡି ପଳାଇଥିବା ଦେଖିବାକୁ ମିଳିଛି। ଅଫିସ୍ ଗେଟ୍ ବନ୍ଦ କରି ତହସିଲଦାର ରୋଜିନା ଦାଶଙ୍କ ସମେତ ଅନ୍ୟ କିଛି କର୍ମଚାରୀ ଉପସ୍ଥିତ ଥିଲେ। ଏତିକି ବେଳେ ଅାନ୍ଦୋଳନକାରୀ କଂଗ୍ରେସ କର୍ମୀ ଅଫିସ୍ ଭିତରକୁ ଧସେଇ ପଶିଥିଲେ। […]
ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ବିଅାରପିଏଲ୍ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରଲର ଧକ୍କାରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ କେନ୍ଦ୍ରାପଡା ଅଞ୍ଚଳର ତପନ ସେଠୀ, ବଳରାମ ଜେନା ଓ ରାଜେନ୍ଦ୍ର। ଗୁରୁତର ଚନ୍ଦନ ନାୟକଙ୍କୁ ଦାନଗଦୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଯାଜପୁର ଜୋସ୍କୋ କମ୍ପାନୀର ଶ୍ରମିକ। ୪ ଜଣ ବିଅାରପିଏଲ ଛକରେ ଛିଡା ହୋଇଥିବା ବେଳେ ଏକ ଟ୍ରଲର ଏମାନଙ୍କୁ ଧକ୍କା ଦେଇ ଫେରାର […]
ଭୁବନେଶ୍ୱର : ଉଦ୍ଯାପିତ ହୋଇଛି ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପ ପରିସରରେ ଦୀର୍ଘ ୫ ଦିନ ଧରି ଚାଲିଥିବା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ। ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଅାୟୋଜିତ ଏହି ଉତ୍ସବରେ ବିଶିଷ୍ଟ ମଞ୍ଚ ତଥା ଚଳଚିତ୍ର ଅଭିନେତା ଓ ନିର୍ଦେଶକ ସଚ୍ଚି ଦାସ ଓ ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଏହା ସହିତ ଓଡିଶୀ ନୃତ୍ୟ ଶିଳ୍ପୀ ସୋନାଲି ମହାପାତ୍ର,ସୁବିକାଶ ମୁଖାର୍ଜି,କଥକ […]
କୋରାପୁଟ : ଡକାୟତି ଉଦ୍ୟମ କରୁଥିବାବେଳେ କୋରାପୁଟଜିଲ୍ଲା ଅନକାଡେଲିସ୍ଥିତ ବିଏସ୍ଏଫ୍ ହାତରେ ଜଣେ ମାଓବାଦୀଙ୍କ ସହ ୪ ସହଯୋଗୀ ଗିରଫ। ଗିରଫ ହୋଇଥିବା ମାଓବାଦୀ ଜଣକ ମାଛକୁଣ୍ଡ ଥାନା ଅନ୍ତର୍ଗତ ବିଚେଲପଦର ଗାଁର ବୋଲି ସୂଚନା ମିଳିଛି। ତାର ଅନ୍ୟ ୪ ସହଯୋଗୀ ହେଲେ ଭୀମ ଖରା, ଲିଉ ପାଙ୍ଗି, ଲଇଚନ ପାଙ୍ଗି ଓ ମଲକି ଖରା। ଗତ ଶନିବାର ଦିନ ହନୁମାଲ ଗାଁରେ ଥିବା ଶ୍ୟାମ ବଡନାୟକଙ୍କ ଘରେ ଡକାୟତି ଉଦ୍ୟମବେଳେ ଖବର ପାଇଁ ଘଟଣାସ୍ଥଳରେ […]
ନୂଅାପଡ଼ା : ଭାଲୁ ଅାକ୍ରମଣରେ ୧୦ଗୁରୁତର। ନୂଅାପଡ଼ା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ କରଙ୍ଗାମାଲ ଗାଁରେ ଘଟିଛି ଏ ଅଭାନୀୟ ଘଟଣା। ଗତକାଲି ଜଙ୍ଗଲ ଭିତରୁ ଭାଲୁଟି ଗାଁ ଭିତରକୁ ମାଡି ଅାସିଥିଲା। ଭାଲୁ ହାବୁଡରେ ପଡି ଜଣକ ପରେ ଜଣେ ୧୦ ଜଣ ଅାହତ ହୋଇଥିଲେ। ସକାଳ ସମୟରେ ୮ ଜଣଙ୍କୁ ଅାକ୍ରମଣ କରିଥିବାବେଳେ ସଂଧ୍ୟାରେ ପୁଣିଥରେ ଅନ୍ୟ ଦୁଇ ଜଣଙ୍କୁ ଲହୁଲୁହାଣ କରିଥିଲା। ଅବସ୍ଥା ଗୁରୁତର ହେବାରୁ ସମସ୍ତ ୧୦ ଅାହତଙ୍କୁ ଖଡିଆଳ ହସ୍ପିଟାଲରେ […]
କୋରାପୁଟ : କୋରାପୁଟ ଜିଲ୍ଲା ଦାମନଯୋଡି ନିକଟରେ ମାଲ୍ବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରେନର ୧୫ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍ଟି ଅାଲୁମିନା ଗୁଣ୍ଡ ନେଇ ଯାଉଥିବା ବେଳେ ଲାଇନ୍ଚ୍ୟୁତ ହୋଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ରିଲିଫ୍ ଟ୍ରେନ୍ ପଠାଯାଇଛି। ଘଟଣା ପରେ ଏହି ରୁଟ୍ରେ ଟ୍ରେନ ଚଳାଚଳରେ ବାଧା ଉପୁଜିଛି। ଅାଜି ପାଇଁ ହୀରାଖଣ୍ଡ ଏକ୍ସପ୍ରେସର ଗତିପଥ ପରିବର୍ତ୍ତନ କରାଯାଇଛି। ସୋମବାର ସକାଳ ସୁଦ୍ଧା ପୁନଃରୁଦ୍ଧାର କାମ ଶେଷ ହେବ ବୋଲି ରେଲ୍ୱେ ପକ୍ଷରୁ ସୂଚନା […]
ସମ୍ବଲପୁର : ଜମି ଝାମେଲାରେ ଫସିଛି ସମ୍ବଲପୁର ଅାଇଅାଇଏମ୍। ସରକାର ପ୍ରତିଶ୍ରୁତି ମୁତାବକ ଜମି ଯୋଗାଇ ଦେଇନଥିବାରୁ ଏଯାଏଁ ଅାରମ୍ଭ ହୋଇନି ସ୍ଥାୟୀ କ୍ୟାମ୍ପସ। ନିର୍ମାଣ କାମ ୨୦୨୧ରୁ ସ୍ଥାୟୀ କ୍ୟାମ୍ପସରେ ପାଠପଢା କରିବାକୁ କେନ୍ଦ୍ର ମାନବସମ୍ବଳ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି। ତେବେ ରାଜ୍ୟ ସରକାର ଲିଜ୍ ସୂତ୍ରରେ ଜମି ଦେଇଥିବାରୁ ଗାଇଡ୍ ଲାଇନ ଅନୁସାରେ ଏଠାରେ ନିର୍ମାଣ କାମ ଅାରମ୍ଭ ହୋଇପାରୁନାହିଁ। ସରକାର ଯେଉଁ ପର୍ଯ୍ୟନ୍ତ ଅାଇଅାଇଏମ୍ ନାଁରେ ଜମି କରିନାହାନ୍ତି ସେ ଯାଏଁ ନିର୍ମାଣ […]
ନୂଅାପଡ଼ା : ମଦଭାଟି ଜାଳିଲେ ମହିଳା। ନୂଅାପଡ଼ା ଜିଲ୍ଲା ବେଲଟୁକୁରି ବିଶୋରା ଗଁାର ଏକ ଦେଶୀ ମଦଭାଟିକୁ ଜାଳି ଦେଇଛନ୍ତି ଶତାଧିକ ମହିଳା। ସେମାନେ ଭାଟି ଭାଙ୍ଗିବା ସହ ନିଆଁ ଲଗାଇ ଏହାକୁ ପୋଡ଼ି ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଅଭିଯୋଗ ଅନୁସାରେ ଗାଁରେ ମଦ ବିକ୍ରି ବନ୍ଦ ନେଇ ବାରମ୍ବାର ଜଣାଇବା ପରେ ବି କିଛି ସୁଫଳ ମିଳିନଥିଲା। ଫଳରେ ଅାଜି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଭାଟିକୁ ଭାଙ୍ଗିବା […]
ଭୁବନେଶ୍ୱର : ସମବାୟ ଦୁର୍ନୀତିକୁ ନେଇ ବିଜେଡିର ବରିଷ୍ଠ ବିଧାୟକ ଦାମୋଦର ରାଉତ ଯେଉଁ ଗୁରୁତର ଅଭିଯୋଗ ଅାଣିଛନ୍ତି, ତାକୁ ସମର୍ଥନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ। ସେ ଅଭିଯୋଗ କରିଛନ୍ତି, ସମବାୟ ବ୍ୟାଙ୍କରେ ଚାଷୀ ଋଣ ଛାଡ଼ ପଇସା ଅାତ୍ମସାତ୍ ହୋଇଛି। ସବୁ ସୋସାଇଟିରେ ହେର୍ଫେର୍ ହୋଇଛି। ଏପରିକି ଘସିପୁରା, କେଶଦୁରାପାଳ ବ୍ଲକ୍ରେ ଯାଞ୍ଚ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ନିରଂଜନ। ଏହା ସହିତ ସେ ଅାହୁରି କରିଛନ୍ତି ଯେ, ଦାମ ବାବୁ ମନ୍ତ୍ରୀ ଥିଲେ, […]
ଢ଼େଙ୍କାନାଳ: ହଟିଲା ରାସ୍ତା ରୋକ୍। ବିଭିନ୍ନ ଦାବିନେଇ ଢ଼େଙ୍କାନାଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ହୋଇଥିବା ରାସ୍ତାରୋକ ହଟିଛି। ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସଂଯୋଗ, ପ୍ରତି ସାହିକୁ ପକ୍କା ରାସ୍ତା ଓ କଣ୍ଟାନାଳି ବାଇପାସ ଛକ ନିକଟରେ ଓଭର ବ୍ରିଜ ନିର୍ମାଣ ଆଦି ଦାବିରେ ଆଜି ସକାଳୁ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲା ବନମାଳୀ ଛକ ନିକଟରେ ‘ବନମାଳୀ ପ୍ରସାଦ ବିକାଶ କ୍ରିୟାନୁଷ୍ଠାନ କମିଟି’ ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଫଳରେ ରାସ୍ତାର ଉଭୟ […]
ଭୁବନେଶ୍ୱର: ପୂଜା ଋତୁରେ ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଠୋର ହେଲା ପୋଲିସ। ଚାନ୍ଦା ଅାଦାୟକାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଯାନବାହନରୁ ଚାନ୍ଦା ଅାଦାୟକୁ ରୋକିବା ପାଇଁ ପାଟ୍ରୋଲିଂ କରିବାକୁ ରାଜ୍ୟର ସମସ୍ତ ଥାନାର IIC ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। କମ୍ୟୁନିଟି ପୋଲିସିଂ ଦ୍ୱାରା ତଥ୍ୟ ସଂଗ୍ରହ ପାଇଁ ଥାନାଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ଲୋକଙ୍କ ଠାରୁ ଚାନ୍ଦା ମଗାଯାଉଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। […]
ମୋହନା: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା। ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ ମିଖାଏଲ। ଅଭିଯୋଗ ଅନୁଯାୟୀ, କିଛି ମାସ ପୂର୍ବରୁ ଏହି ଗାଁର ମାଶିଆଲ ପରିଛାଙ୍କ ପୁଅକୁ କୁକୁର କାମୁଡ଼ି ଦେଇଥିଲା। ପରେ ପିଲାଟିର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ […]