ଭୁବନେଶ୍ୱର : ତୁଟିଲାନି ଶିକ୍ଷକଙ୍କ ସମସ୍ୟା। ଶିକ୍ଷକଙ୍କ ଦାବି ପୂରଣ ନେଇ ଅାଜି ବସିଥିବା ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବିଫଳ ହୋଇଛି। ଫଳରେ ପୂର୍ବପରି ଅାନ୍ଦୋଳନ ଚାଲୁ ରହିବ ବୋଲି କହିଛି ମିଳିତ ଶିକ୍ଷକ, କର୍ମଚାରୀ ସଂଘ । ଦାବି ପୂରଣ ପାଇଁ ସରକାର ୩ ମାସ ସମୟ ମାଗିଥିଲେ । କିନ୍ତୁ ଅାମେ ୭ ଦିନ ସମୟ ଦେବାକୁ ରାଜି ଥିଲୁ କହିଲା ମିଳିତ ମଞ୍ଚ। ସେଥିରେ ସରକାର ରାଜି ନହେବାରୁ ଅାନ୍ଦୋଳନ ଅାଗକୁ […]
ଭୁବନେଶ୍ୱର: ଗାଡ଼ି ମଟରଠୁ ଗ୍ୟାସ୍ ସିଲିଣ୍ଡର, ରାସ୍ତାରୁ ରୋଷେଇ ଶାଳ, ସବୁଠି ମହଙ୍ଗା ମାଡ଼ର ଶିକାର ହେଉଛନ୍ତି ଖାଉଟି। ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ଥମିବାର ନାଁ ନେଉ ନଥିବା ବେଳେ ରନ୍ଧନ ଗ୍ୟାସ୍ ମହଙ୍ଗା ହୋଇଛି। ଅଣସବ୍ସିଡି ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୫୯ ଟଙ୍କା ଓ ସବ୍ସିଡି ସିଲିଣ୍ଡର୍ ୨ଟଙ୍କା ୮୯ ପଇସା ବୃଦ୍ଧି ପାଇଛି। ଏଣେ ହାଣ୍ଡିଶାଳରେ ମାଡ଼ ପରେ ଚିନ୍ତାରେ ଗୃହିଣୀ। ଅନ୍ୟପଟେ ହୁ ହୁ ହୋଇ ବଢ଼ୁଥିବା ତେଲଦରକୁ ନେଇ […]
ପୁରୀ : ଶ୍ରୀମନ୍ଦିରରେ ଭକ୍ତମାନଙ୍କୁ ଉଚିତ୍ ମୂଲ୍ୟରେ କିପରି ଅବଢ଼ା ମିଳିପାରିବ ସେ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଜଣେ ଭକ୍ତ ଚାହିଁଲେ ଥାଳି ଦରରେ ଅବଢ଼ା କିଣି ପାରିବେ। ତିନି ପ୍ରକାର ଦରରେ ଏସବୁ ଥାଳି ଉପଲବ୍ଧ ହେବ। ଥାଳି ଦର ୭୦ ଟଙ୍କାରୁ ଅାରମ୍ଭ ହେବ। ସେହିପରି ୮୦ ଟଙ୍କା ଓ ୧୨୦ ଟଙ୍କିଅା ଥାଳି ବି ରହିବ। ୭୦ ଟଙ୍କିଅା ଥାଳିରେ ସାଧା ଅନ୍ନ, ଡାଲି, ତରକାରୀ ଅାଦି ବ୍ୟଞ୍ଜନ […]
ଜଗତସିଂହପୁର: ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇ ଦୁଇ ଜଣ ବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ସରୋଜ ବିଶ୍ୱାଳଙ୍କ ପୁଅ ଓମ୍ ବିଶ୍ୱାଳ ଓ ପ୍ରତାପ ରାଉତଙ୍କ ପୁଅ ଆର୍ଯ୍ୟ ସୁମନ ରାଉତ। ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ସିଙ୍ଗିରି ଗାଁରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ଓମ୍ ସଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ। ଆର୍ଯ୍ୟ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ। ଦୁଇ ଜଣ ଯାକ ଆଜି ସକାଳ ପ୍ରାୟ ୯ଟା […]
ବାଲେଶ୍ୱର: ଦିବ୍ୟାଙ୍ଗଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି, ହେଲେ ଯୋଜନାରୁ ସୁଫଳ ପାଇପାରୁ ନାହାନ୍ତି କିଛି ଲୋକେ। ବାଲେଶ୍ୱର ଜିଲ୍ଲା ସୋର ଅଡ଼ଙ୍ଗବଜାର ଅଞ୍ଚଳ ଗୌତମ ରଣାଙ୍କ ଅବସ୍ଥା ଏହିପରି। ଦୁଇଟି ଝିଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଗୌତମଙ୍କ ପରିବାର। ନା ସରକାରୀ ଯୋଜନାରୁ ଲାଭ ପାଇଛନ୍ତି, ନା ଝିଅର ଚିକିତ୍ସା କରାଇ ପାରୁଛନ୍ତି। ଏମିତିକି ପିଲାଙ୍କ ନାଁରେ ଆଧାର କାର୍ଡ ମଧ୍ୟ ହୋଇପାରୁନି। ଫଳରେ ସରକାରୀ […]
କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଏନେଇ ବିଭିନ୍ନ ପୂଜା ମଣ୍ଡପରେ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି। ତୋରଣ ଠୁ ଆରମ୍ଭ କରି ଲାଇଟ୍ ଗେଟ୍ ପର୍ଯ୍ୟନ୍ତ ଏସବୁକୁ ନେଇ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସେପଟେ ମା’ଙ୍କ ମୂର୍ତ୍ତି ଗଢ଼ା କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ତୋରଣ ଓ ସାଜସଜ୍ଜା କାମରେ ବ୍ୟସ୍ତ ଅଛନ୍ତି କାରିଗର। ଚଳିତବର୍ଷ ପୂଜାକୁ ଅତି ଆଡ଼ମ୍ବରରେ ପାଳନ କରିବା ପାଇଁ କମିଟି କର୍ମକର୍ତ୍ତାମାନେ ଜୋରସୋର୍ରେ […]
ମାଲକାନଗିରି: ଡଙ୍ଗାବୁଡ଼ିର ୪୮ ଘଣ୍ଟା ପରେ ମିଳିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଡର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଥିବା ୪ ଜଣଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଗତ ସୋମବାରଠୁ ଏମାନେ ନିଖୋଜ ଥିଲେ। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା, ଜଣେ ପୁରୁଷ ଓ ଜଣେ ଶିଶୁ ଅଛନ୍ତି। ସୋମବାର ଦିନ ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡର୍ଲାବନ୍ଧ ନାଳରେ ଡଙ୍ଗା ବୁଡ଼ି ଯିବାରୁ ଏମାନେ ନିଖୋଜ […]
ନୀଳଗିରି: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଘର ଜଳିଯିବା ଫଳରେ ଜଣେ ଶିଶୁ କନ୍ୟା ଗୁରୁତର ଆହତ ହୋଇଛନ୍ତି। ନୀଳଗିରି ଏନ୍ଏସି ଅଧିନରେ ଥିବା ଗୁଡ଼ିଖାଣିଆ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁଡ଼ିଖାଣିଆରେ ରହୁଥିବା ରବି ବିନ୍ଧାଣୀଙ୍କ ସ୍ତ୍ରୀ ଆଜି ସକାଳେ ରୋଷେଇ କରିବାକୁ ଗ୍ୟାସ୍ ଲଗାଉଥିବା ବେଳେ ପୂର୍ବରୁ ଗ୍ୟାସ୍ ଲିକ୍ ହୋଇଥିବାରୁ ଘରେ ନିଆଁ ଲାଗିଯାଇଥିଲା। ଫଳରେ ଘରର ଅନ୍ୟ ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ୬ ମାସର ଶିଶୁ […]
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କଲେଜ୍ କ୍ୟାମ୍ପସ୍ଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛି। ଆଶାୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନାଇବା ପାଇଁ ବର୍ତ୍ତମାନଠୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ କଲେଜ୍ ଛାତ୍ର ସଂସଦ ନିର୍ବାଚନ ନେଇ ଗାଇଡ୍ଲାଇନ୍ ମଧ୍ୟ ଜାରି ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ କଲେଜ୍ ନିର୍ବାଚନ ସମ୍ପର୍କିତ ଗାଇଡ୍ଲାଇନ୍କୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କୁ ପଠାଇ ଦେଇଛନ୍ତି। ଗାଇଡ୍ଲାଇନ୍ ନେଇ କୌଣସି ପରିସ୍ଥିତିରେ କ୍ୟାମ୍ପସ୍ରେ ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ହିଂସାକାଣ୍ଡ […]
ଭୁବନେଶ୍ୱର: ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ସିବିଆଇ ଆଉ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ, ନିର୍ମଳ ଇନ୍ଫ୍ରା ଚିଟ୍ଫଣ୍ଡ ସଂସ୍ଥାର ନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସକ୍ସେନା। ମଧ୍ୟପ୍ରଦେଶର ଭୋପାଲ ଅଞ୍ଚଳରୁ ସିବିଆଇ ତାଙ୍କୁ ଗିରଫ କରାଯାଇଛି। ଅଧିକ ପଚରାଉଚରା କରିବା ପାଇଁ ସିବିଆଇ ତାଙ୍କୁ ଟ୍ରାନ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି। ଭୁବନେଶ୍ୱରରେ ଆଜି ତାଙ୍କୁ ସ୍ପେଶାଲ୍ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ନିରଞ୍ଜନ ସକ୍ସେନାଙ୍କୁ ଝାରପଡ଼ା ଜେଲ୍କୁ ପଠାଇ ଦିଆଯାଇଛି। […]
ଭୁବନେଶ୍ୱର: ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର ଓ ଶିଳ୍ପାଞ୍ଚଳ। ଧାମରାରେ ବନ୍ଦର ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବନ୍ଦର ନିର୍ମାଣ ପାଇଁ ଜମି ନିର୍ଦ୍ଧାରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ସହ ବନ୍ଦର ବିକାଶ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶିଳ୍ପାଞ୍ଚଳ ପ୍ରତିଷ୍ଠା […]
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର କନିଷ୍ଠ ପୁତ୍ର ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୪ ବର୍ଷ ବୟସ ହୋଇଥିଲା। ଗତକାଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ଚାରିଆଡ଼େ ଶୋକର ଛାୟା ଖେଳି ଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗକୁ ନେଇ […]
କଟକ: କଟକରେ ଓକିଲଙ୍କୁ ପୁଲିସ୍ ଆକ୍ରମଣ ଅଭିଯୋଗ ମାମଲାରେ ହାଇକୋର୍ଟ ଓକିଲ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବା ସହ କାଲିଠାରୁ କଟକର ସବୁ ସରକାରୀ ଅଫିସ୍ ଆଗରେ ଧାରଣା ଦେଇ କାର୍ଯ୍ୟାଳୟଗୁଡ଼ିକ ବନ୍ଦ କରିବାକୁ ସଂଘ ନିଷ୍ପତ୍ତି ନେଇଛି। ଏହାଛଡ଼ା ଗୁରୁବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓକିଲ ପ୍ରତିନିଧି ନବୀନ ନିବାସ ଘେରାଉ କରିବା ସହ ସ୍ମାରକପତ୍ର ଦେବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ବୁଧବାର ପୁଣି ଥରେ ସଂଘର ବୈଠକ […]
କଲ୍ୟାଣସିଂହପୁର : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ। ଦାମନଯୋଡ଼ି ନାଲକୋ ପ୍ଲାଣ୍ଟରୁ ଆଲୁମିନା ନେଇ ଆସୁଥିବାବେଳେ ଭାଲୁମଷ୍କା ଷ୍ଟେସନଠାରୁ କିଛି ଦୂରରେ ଏକ ମାଲବାହୀ ଗାଡ଼ି ଲାଇନଚ୍ୟୁତ ହୋଇଛି। ଏଥିଯୋଗୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ହୀରାଖଣ୍ଡ ଏକ୍ସପ୍ରେସ୍ ଲକ୍ଷ୍ମୀପୁର ନିକଟରେ ଅଟକିଥିବାବେଳେ, କୋରାପୁଟ-ରାଉରକେଲା ଇଣ୍ଟରସିଟି ଟିକିରି ନିକଟରେ ଅଟକି ରହିଛି। ଏହାସହ ମଧ୍ୟ ପଢନ୍ତୁ : ମାଲ୍ବାହୀ ଟ୍ରେନ୍ର ୧୫ଟି ବଗି ଲାଇନ୍ଚ୍ୟୁତ
ଭୁବନେଶ୍ୱର :୨୨ରେ ଝାରସୁଗୁଡ଼ା ଅାସିବେ ପ୍ରଧାନମନ୍ତ୍ରୀ ମୋଦି, ଅାଉ ୨୪ରେ ପୁରୀ ଅାସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ୨ ଦିନ ଗ୍ୟାପ୍ରେ ଓଡ଼ିଶାକୁ ଦୁଇ ଦୁଇ ଜଣ ହେଭିୱେଟ୍ଙ୍କ ଗସ୍ତକୁ ନେଇ ବେଶ୍ ଚଳଚଞ୍ଚଳ ରାଜ୍ୟ ବିଜେପି କ୍ୟାମ୍ପ। ନିକଟରେ ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ସଂଗଠନ ନେଇ ଅାଲୋଚନା ପରେ ଫୋକସ୍ରେ ଯେ ଓଡ଼ିଶା ରହିଛି, ତାହା ସ୍ପଷ୍ଟ ହୋଇଥିଲା। ଅଧିକାଂଶ ରାଜ୍ୟରେ ସଫଳତା ପରେ ଓଡ଼ିଶାରେ ମିଶନ ୧୨୦ ପ୍ଲସ୍କୁ […]
ଭୁବନେଶ୍ୱର: କିଛି ଦିନର ନିରବତା ପରେ ପୁଣି ଲେଉଟିଲା ସରକାରଙ୍କୁ ଘାଇଲା କରିଥିବା ଦାମ ଝଡ଼। ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଛନ୍ତି ଡାକ୍ତର ଦାମୋଦର ରାଉତ। କହିଛନ୍ତି ସାରା ଓଡ଼ିଶାରେ ବିଜେଡିକୁ ଦେବେ ଚେକ୍ମେଟ୍। ତାଙ୍କ ଜିଲ୍ଲା ଜଗତସିଂହପୁରରେ ବିଜେଡିକୁ ଜିତାଇ ଦେବେ ନାହିଁ ବୋଲି ଦୃଢ଼ୋକ୍ତି କରିଛନ୍ତି ଦାମ। ପାଦେ ଅାଗକୁ ଯାଇ ଦାମ ଏକଥା ବି କହିଛନ୍ତି ଯେ, ଓଡ଼ିଶାକୁ ସୁଶାସନ ଦେବା କିମ୍ବା ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ […]
ଭୁବନେଶ୍ୱର: ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲର ଦର। ଅାଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୩ ଟଙ୍କା ୫୪ ଥିବା ବେଳେ ଡିଜେଲ ଦର ରହିଛି ୮୨ଟଙ୍କା ୫ ପଇସା। ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୯ଟଙ୍କା ୭୬ ପଇସା ଓ ଡିଜେଲ ୭୮ଟଙ୍କା ୩୪ ପଇସା ରହିଛି। ଏଣେ ତେଲ ବଜାରରେ ଲାଗିଥିବା ନିଅାଁର ପ୍ରଭାବ ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ପ୍ରଭାବିତ କରିବା ଅାଶଙ୍କା ବଢିଯାଇଛି। ଖାସ୍ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ଓ ହ୍ୟାଙ୍ଗର୍ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ର ସାତମାଇଲ ଛକଠାରେ ହିନ୍ଦୋଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ କରିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ମତ […]
ଭୁବନେଶ୍ୱର: ଚଳିତ ବର୍ଷ ଖରିଫ ଋତୁରେ ୫୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରୁ ୩୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ ହେବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସାଧାରଣ ବଣ୍ଟନ ପାଇଁ ରହିବ। ବଳକା ଚାଉଳ ଏଫ୍ସିଆଇକୁ ଦିଆଯିବ। ଧାନ ଦେବାର ୩ ଦିନ ମଧ୍ୟରେ ଚାଷୀ ପଇସା ପାଇବେ। ୨୪ରୁ ୭୨ ଘଣ୍ଟା ମଧ୍ୟରେ […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଆର୍କୁ ନିର୍ବାଚନମଣ୍ଡଳୀର ଟିଡିପି ବିଧାୟକ କେ.ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିବେରୀ ସୁମା ହତ୍ୟାକାଣ୍ଡକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଗତକାଲି ହତ୍ୟାକାଣ୍ଡର ପ୍ରତିବାଦରେ ସମର୍ଥକମାନେ ଡୁମୁରିଗୁଡ଼ା ଥାନା ଏବଂ ତହସିଲ ଅଫିସରେ ନିଆଁ ଲଗାଇବା ପରେ ଆଜି ବି ଚାପା ଉତ୍ତେଜନା ଲାଗିରହିଛି। ପୁଲିସ୍ ପ୍ରଶାସନର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରି ବିଧାୟକଙ୍କ ସମର୍ଥକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବାରୁ ଡୁମୁରିଗୁଡ଼ା […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବର୍ଲାବନ୍ଧ ନାଳରେ ଡଙ୍ଗାବୁଡ଼ି ୪ ନିଖୋଜ। ଗତକାଲିଠୁ ଏମାନେ ନିଖୋଜ ଅଛନ୍ତି। ନାକାମାମୁଡ଼ି ପଞ୍ଚାୟତରେ ଏହି ଅଘଟଣ ଘଟିଛି। ଚାଷ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଡଙ୍ଗାଟି ବୁଡ଼ି ଯାଇଥିଲା। ଡଙ୍ଗାରେ ୭ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ପହଁରି ପହଁରି କୂଳକୁ ଅାସିଥିଲେ। ହେଲେ ବାକି ୪ ଜଣଙ୍କ ପତ୍ତା ନାହିଁ। ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି ।
କନ୍ଧମାଳ: କନ୍ଧମାଳରେ ପୁଣି ଲଜ୍ଜା। ନାବାଳିକା ଦୁଷ୍କର୍ମ ଘଟଣାକୁ ଦୁଇ ଦିନ ନ ପୁରୁଣୁ ପୁଣିଥରେ କୋଟଗଡ଼ ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପରିବାରଲୋକ ଏନେଇ ଅଭିଯୋଗ କରିବା ପରେ କୋଟଗଡ଼ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ଫୁଲବାଣୀକୁ ନିଆଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି।
ଭୁବନେଶ୍ୱର: ବହୁଚର୍ଚ୍ଚିତ ORHDC ଦୁର୍ନୀତି ଅଭିଯୋଗ ମାମଲାରେ ଆଇଏଏସ୍ ବିନୋଦ କୁମାରଙ୍କୁ ପୁଣି ଜେଲ୍ ଦଣ୍ଡାଦେଶ ହୋଇଛି। ୧ କୋଟି ଟଙ୍କାର ଫ୍ଲାଟ୍ ଋଣ ନାଁରେ ହୋଇଥିବା ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ବିନୋଦ କୁମାରଙ୍କ ସହ ଅନ୍ୟ ୬ ଜଣଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ତେବେ ତତ୍କାଳୀନ ଆକାଉଣ୍ଟସ୍ ଅଫିସର୍ ଚିତ୍ତ ମଲ୍ଲିକଙ୍କୁ ନିର୍ଦ୍ଦୋଷରେ ଖଲାସ […]
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଅାରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଯୁବତୀ ଜଣଙ୍କ ବଡବିଲ୍ ଥାନା ଅଂଚଳରେ ରହୁଥିବା ନିଜ ଭଉଣୀ ଘରକୁ ବୁଲି ଯାଇଥିଲେ। ଗତକାଲି ଘରେ କେହି ନଥିବାର ସୁଯୋଗ ନେଇ ଦୁଇ ଜଣ ଯୁବକ ତାଙ୍କୁ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ବଡବିଲ ପୁଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଭୁବନେଶ୍ୱର: ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ ମୋଦିଙ୍କ ସିଧା ନିଶାନା, ରାଜ୍ୟ ରାଜନୀତିରେ ହଲଚଲ୍ ସୃଷ୍ଟି କରିଛି। ନବୀନଙ୍କ ବିରୋଧରେ ରାଜ୍ୟ ବିଜେପି ବ୍ୟବହାର କରୁଥିବା ଶଦ୍ଦକୁ ନେଇ ଯେଭଳି ଢଙ୍ଗରେ ମୋଦି ଆଟାକ୍ କଲେ ତାହା ବିଜେପି କ୍ୟାମ୍ପକୁ ବେଶ୍ ଉତ୍ସାହିତ କରିଛି। ପିସି କାରବାରରୁ ଆରମ୍ଭ କରି ଚାରା ଘୋଟାଲା, ସମବାୟ ଓ ଓମଫେଡ୍ ଦୁର୍ନୀତିର କଥା କହି ମୋଦି ଯେଭଳି ନବୀନଙ୍କୁ ନିଶାନା କଲେ ତାହା ଦୁଇ ଦଳର ସଂପର୍କରେ ବି ଟୁଇଷ୍ଟ ଆଣିଛି। […]