କଟକ: ଦୁଇ ଭାଗରେ ବିଭକ୍ତ ହେବା ପରେ ଥମିନି ଓକିଲଙ୍କ ଅସନ୍ତୋଷ। ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଓକିଲ ସଙ୍ଘ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବାକୁ ନେଇ ଅସନ୍ତୋଷ ତେଜିଛି। ବିଜେଡି ଲିଗାଲ୍ ଫ୍ରଣ୍ଟର୍ ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଘଟଣାକୁ ନେଇ କ୍ଷୁବ୍ଧ ଥିବା ଆସୋସିଏସନ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି। କେବଳ […]
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]
ମୟୂରଭଞ୍ଜ: ବେତନଟୀ ଥାନା ଅଞ୍ଚଳରେ ସାଂଘାତିକ ଘଟଣା ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୯ ତାରିଖରେ ଅଟୋ ରିକ୍ସା ଯୋଗେ ପାଖ ଗାଁକୁ ରାବଣପୋଡ଼ି ଦେଖିବାକୁ ଯାଉଥିଲେ। ଏହି ସମୟରେ ଅଟୋ ଡ୍ରାଇଭର୍ ଓ ତାର ଜଣେ ସହଯୋଗୀ ତାଙ୍କୁ ଗାଁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପରେ ଏସିଡ୍ ଢାଳି ତାଙ୍କୁ ପୋଡ଼ି ମାରିଦେବାକୁ […]
ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]
କନ୍ଧମାଳ : ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । କନ୍ଧମାଳ ବାଲିଗୁଡ଼ା ପରମପାଙ୍ଗା ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟଲୋକେ । ପରମପାଙ୍ଗା ଓ ଦଡ଼କଙ୍ଗିଅା ପଞ୍ଚାୟତବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପରମପାଙ୍ଗା ସ୍କୁଲ୍ରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଏମାନଙ୍କ ପାଇଁ କେବଳ ୩ […]
ଯାଜପୁର : ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ । ଏଭଳି ଘଟଣା ଘଟିଛି ଯାଜପୁର ଜିିଲ୍ଲା କୁଅାଖିଅା ଥାନା ଅଞ୍ଚଳରେ। ଗତ ମାସ ୨୨ ତରିଖରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ ଥାନା ରାଉତପୁର ଗାଁ ନଦୀ ପଠାରୁ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ଅପହୃତାଙ୍କ ବୟାନ ରେକର୍ଡ ପରେ ଘଟଣାରେ ସମ୍ପୃକ୍ତ ଥିବା ପିଉସାକୁ ପୁଲିସ ଗିରଫ କରିଛି। […]
ଅନୁଗୁଳ: ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ କେବେ କାବୁ କରାଯିବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆଜି ପଞ୍ଚମ ଦିନରେ ବି ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିପାରିନି। ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ୪ ଦିନ ହେଲା ଭୋକିଲା ଥିବା ସୁନ୍ଦରୀ ଆଜି ବାଘମୁଣ୍ଡା ନିକଟରେ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଆକର୍ଷିତ କରିବା […]
ଭୁବନେଶ୍ୱର: ‘ତିତ୍ଲି’ ତାଣ୍ଡବକୁ ୨ ସପ୍ତାହ ବିତିଲାଣି, ହେଲେ ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶା ଅନ୍ତ ହେଉନି। ବାତ୍ୟାର ଆଁରେ ଉଜୁଡ଼ିଯାଇଥିବା ଗଜପତିରେ ଏବେ ବି ଘର ସଜଡ଼ା ହୋଇପାରିନି କି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ରାସ୍ତା ଓ ବିଦ୍ୟୁତ୍ ସେବା ସୁଧୁରିପାରିନି। ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ ବୋଲି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି ଗଜପତି ମଙ୍ଗରାଜପୁର ପଞ୍ଚାୟତବାସୀ। ରାସ୍ତା ନ ଥିବାରୁ ରିଲିଫ୍ ଗଣ୍ଡାଏ ପାଇଁ ଆବଡ଼ା ଖାବଡ଼ା ବାଟ ଦେଇ ଯିବାକୁ ପଡ଼ୁଛି […]
କୋରାପୁଟ: ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ ନୀତିବାଣୀ ଶୁଣାଇଥିବା ରାଜ୍ୟ ସରକାରଙ୍କ ଦୋ ମୁହାଁ ନୀତିର ଆଉ ଏକ ଗୁମର ଖୋଲିଛି। କୋଟିଏ କି ଦୁଇ କୋଟି ନୁହେଁ ୪ କୋଟିରୁ ଅଧିକ ଟଙ୍କାର ମହାଘୋଟାଲା ହୋଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ୧୧ଟି ଲ୍ୟାମ୍ପସ୍ର ଏମ୍ଡି ଓ କର୍ମଚାରୀ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ତେବେ ଚିଠି ଲେଖି ସରକାର ଓ ପ୍ରଶାସନ ଜାଣି ସିଆଣା ଭାବେ ନୀରବ ହୋଇଯାଇଛି। ୧୧ଟି ଲ୍ୟାମ୍ପସ୍ରେ ମିଥ୍ୟା ଭାଉଚର […]
ଭୁବନେଶ୍ୱର: ୧୯ ନିର୍ବାନରେ ସଫଳତା ପାଇଲେ ନବୀନ ଚାହିଁବେ ତାଙ୍କ ଲୋକ ଦିଲ୍ଲୀ ଶାସନରେ ସାମିଲ ହୁଅନ୍ତୁ ବୋଲି ସାଂସଦ ତଥାଗତ ଶତପଥୀ କହିଛନ୍ତି। ତେବେ ତଥାଗତଙ୍କର ଏହି ବୟାନ ୧୮ ବର୍ଷର ଶାସନ ପରେ ବିଜେଡିର ଦିଲ୍ଲୀ ଲାଳସାକୁ ପଦାରେ ପକାଇଛି। ସଙ୍କେତ ଦେଉଛି ଯେ ସମଦୂରତାର କଥା କହୁଥିବା ବିଜେଡି କେନ୍ଦ୍ର ଶାସନରେ ଭାଗିଦାରୀକୁ ଆଖି ରଖିଛି। ତେବେ ବିଜେଡି ନେତାଙ୍କୁ ଯେ ଦିଲ୍ଲୀର ଗାଦି ମୋହ ଗ୍ରାସିଲାଣି ଏକଥା ଧୀରେ ଧୀରେ ସ୍ପଷ୍ଟ […]
ଭୁବନେଶ୍ୱର: ପାଠ ବୋଝରେ ଭାରାକ୍ରାନ୍ତ ନ ହୁଅନ୍ତୁ କୋମଳମତି ଶିଶୁ। ଆଦ୍ୟ ଶୈଶବରେ ଖେଳକୁଦ ଓ ମନୋରଞ୍ଜନ ବଦଳରେ କୁନି କୁନି ପିଲାଙ୍କ ଉପରେ ବୋଝ ନ ହେଉ ସ୍କୁଲ୍ ହୋମ୍ଓ୍ୱାର୍କ। କିଛି ଦିନ ତଳେ ମାଡ୍ରାସ ହାଇକୋର୍ଟ ଦେଇଥିବା ଏଭଳି ନିର୍ଦ୍ଦେଶକୁ ଏବେ କାର୍ଯ୍ୟକାରୀ କରିଛନ୍ତି ଦିଲ୍ଲୀ ସରକାର। ତେଣୁ ଓଡ଼ିଶାରେ ବି ସମାନ ନିୟମ ଶୀଘ୍ର କାର୍ଯ୍ୟକାରୀ କରିବା ଜରୁରୀ ବୋଲି ଦାବି କରିଛନ୍ତି ଉଭୟ ଶିକ୍ଷାବିତ୍ ଓ ଅଭିଭାବକ। ପିଲାଙ୍କୁ ପାଠ ବୋଝରେ […]
ଭୁବନେଶ୍ୱର: ସମାଲୋଚନା ପରେ ବଦଳିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନିୟମ। ଯୋଜନାର ସଂସୋଧନ କଲେ ସରକାର। ନିୟମାବଳୀ ଅଧିକରୁ ଅଧିକ ଲୋକଙ୍କୁ ସୁବିଧା ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବରୁ କେବଳ ରାଜ୍ୟ ଭିତରେ ଓଡ଼ିଶାବାସୀଙ୍କୁ ଚିକିତ୍ସା ସୁବିଧା ଦେବାକୁ ବ୍ୟବସ୍ଥା ଥିବାବେଳେ, ଏବେ ରାଜ୍ୟ ବାହାରେ ଦେଶ ଭିତରେ ଚିକିତ୍ସା ସୁବିଧା ଯୋଗାଇଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ରାଜ୍ୟ ସରକାର ଯୋଡ଼ିଛନ୍ତି। ରାଜ୍ୟ […]
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆରସି। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ […]
ଢେଙ୍କାନାଳ: ଢେଙ୍କାନାଳ କମଳାଙ୍ଗରେ ୭ ହାତୀଙ୍କ ମୃତ୍ୟୁ ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଦାୟୀ କରିଛନ୍ତି PCCF ସନ୍ଦୀପ ତ୍ରିପାଠୀ। ଘଟଣାସ୍ଥଳରେ ଓହଳି ପଡ଼ିଥିବା ବିଦ୍ୟୁତ୍ ତାରକୁ ନ ଉଠାଇବା ଯୋଗୁ ଏତେ ବଡ଼ ଦୁର୍ଘଟଣା ହୋଇଥିବା କହିଛନ୍ତି ପିସିସିଏଫ୍। ଏ ନେଇ ଏକ ପ୍ରେସ୍ ରିଲିଜ୍ ଜାରି କରିଛନ୍ତି ପିସିସିଏଫ୍। ଟ୍ରାନ୍ସମିଶନ୍ ଲାଇନ୍କୁ ବି କେବୁଲ୍ କରାଯାଇ ନଥିବା କଥା ଏଥିରେ ଉଲ୍ଳେଖ ହୋଇଛି। ତେବେ ଏନେଇ ଗତବର୍ଷ ଢେଙ୍କାନାଳ ଡିଏଫ୍ଓ ସେସୁକୁ ଜଣାଇଥିଲେ। ହେଲେ […]
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଥିବା ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଅଧିକାଂଶ ଜିଲ୍ଲାରେ କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ନା ଆଇନସେବା ମିଳୁଛି, ନା କୌଣସି ମାମଲାର ବିଚାର ହୋଇପାରୁଛି। ହାଇକୋର୍ଟ ଆଇନଜୀବୀଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ ହେଉ କିମ୍ବା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି, ଜିଦ୍ରେ ଆଇନଜୀବୀ ଅଟଳ ଥିବାରୁ ଦୀର୍ଘ ଦିନ ହେଲାଣି ଅଧିକାଂଶ କୋର୍ଟ ବନ୍ଦ ରହିଛି। ଫଳରେ ଆଇନସେବା ନ ପାଇ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ୨୮ […]
ଝାରସୁଗୁଡ଼ା: ବିଭିନ୍ନ ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ୍ ସୋଡ଼ାମାଲ ପଞ୍ଚାୟତ ଅଫିସ୍ ଆଗରେ ରାସ୍ତା ଅବରୋଧ କରିଛନ୍ତି ୫ଟି ରାଜସ୍ୱ ଗ୍ରାମର ଚାଷୀ। ୨୦୧୬ ମସିହାରେ ମରୁଡ଼ି ଘୋଷଣା ପରେ ବି ଚାଷୀଙ୍କୁ ବୀମା ରାଶି ପ୍ରଦାନ ନ କରାଯିବା ଓ ଚଳିତବର୍ଷ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମରୁଡ଼ି ଘୋଷଣା କରିବା ସହ କୃଷି ଋଣ ଛାଡ଼ କରାଯିବା ଦାବି ନେଇ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। ଝାରସୁଗୁଡ଼ା ଡେପୁଟି କଲେକ୍ଟର୍ ଘଟଣାସ୍ଥଳକୁ […]
ଭୁବନେଶ୍ୱର: ସି ପ୍ଲେନ୍ ନା ହେଲିକପ୍ଟର ? ଚିଲିକା ଉପରେ କିଏ ଉଡ଼ିଥିଲା ବା ଓହ୍ଲାଇଥିଲା, ଏପର୍ଯ୍ୟନ୍ତ ତା’ର ତଦନ୍ତ ହୋଇନି। କିନ୍ତୁ ପ୍ରଶାସନ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା କରି ତରବରିଆ ଭାବେ ଭୁବନେଶ୍ୱର ବିମାନବନ୍ଦରରେ ଥିବା ତାଙ୍କ ହାଙ୍ଗରକୁ ସିଜ୍ କରିଛି। ଅନ୍ୟପଟେ ଚିଲିକା ଉପରେ ହେଲିକପ୍ଟର୍ ଉଡ଼ିବା ଲାଗି କୌଣସି ପ୍ରତିବନ୍ଧକ ନାହିଁ ବୋଲି ସିଡିଏ କର୍ତ୍ତୃପକ୍ଷ ସୁଶାନ୍ତ ନନ୍ଦ କହିଛନ୍ତି। ସେହିପରି ହେଲିକପ୍ଟର୍ ଉଡ଼ାଇବା ଦ୍ୱାରା ଜୈବ ବିବିଧତା […]
ଭୁବନେଶ୍ୱର: କାଲିଠୁ ୩ ଦିନ ଯାଏ ବର୍ଷା ହେବ। ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ତିନି ଯାଏ ବର୍ଷା ସମ୍ବାବନା ରହିଛି। ତେବେ ଏହି ଘୂର୍ଣ୍ଣିବଳୟ ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ଉପକୂଳରେ କାଲିଠୁ ୩୦ ତାରିଖ ଯାଏ ବର୍ଷା ସମ୍ଭାବନା ରହିଛି। ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଅଧିକ ବର୍ଷା ସମ୍ଭାବନା ରହିଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍. […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଗୋପୀ କାଙ୍କୁବାଡ଼ି ଗ୍ରାମରେ ଫଟୋ ଉଠାଇକୁ ନେଇ ତୁମୁଳ କାଣ୍ଡ ହୋଇଛି। ନଦୀରେ ଗାଧୋଉଥିବା ବେଳେ ମହିଳାଙ୍କ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କିଛି ମହିଳା ନଦୀରେ ଗାଧୋଉଥିବା ବେଳେ କିଛି ଯୁବକ ସେମାନଙ୍କ ଫଟୋ ଉଠାଇଥିଲେ। ମହିଳାମାନେ ଯୁବକମାନଙ୍କୁ ଫଟୋ ଡିଲିଟ୍ କରିବାକୁ କହିବା ସତ୍ତ୍ୱେ ଯୁବକମାନେ ଫଟୋ ଡିଲିଟ୍ ନକରିବାରୁ ଗଣ୍ଡଗୋଳର ଆରମ୍ଭ ହୋଇଥିଲା। ଏହାପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ […]
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହ୍ୟାଙ୍ଗର୍ ଓ ୩ ହେଲିକପ୍ଟର୍ ସିଲ୍ ଘଟଣାରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ଦେଇଥିବା ରିପୋର୍ଟକୁ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ପୁରୀ ପୁଲିସ୍ ପାଖକୁ ପଠାଇ ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନ ବନ୍ଦରର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା। ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍ ତା’ର ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରିପୋର୍ଟ ପାଇବା ପରେ ପୁରୀ ପୁଲିସ୍ […]
ପୁରୀ: ୪୮ ଘଣ୍ଟା ପରେ କୋଣାର୍କ କାକଟପୁର ମା’ ମଙ୍ଗଳା ପୀଠରେ ସେବାୟତଙ୍କ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ମଙ୍ଗଳବାର କାକଟପୁର ତହସିଲଦାରଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ପରେ ସେବାୟତଙ୍କ ଦାବି ପୂରଣ ନେଇ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଦୁଇ କନଷ୍ଟେବଲ୍ଙ୍କ ବଦଳି ସହିତ ସେବାୟତଙ୍କ ଅନ୍ୟ ଦାବି ପୂରଣ ନେଇ ତହସିଲଦାର୍ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଯାଇ ଆନ୍ଦୋଅଳନ ପ୍ରତ୍ୟାହାର ହୋଇଥିଲା। ପ୍ରକାଶ ଥାଉକି, ପୁରୀ ବାଲିଘାଟ ଅଞ୍ଚଳର […]
ଭୁବନେଶ୍ୱର: ବିଧାନସଭା ଆରମ୍ଭରୁ ଆଜି ମଧ୍ୟ ଗୃହରେ ହଟ୍ଟଗୋଳ ହୋଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଜେପି ସମବାୟ ଦୁର୍ନୀତି ପ୍ରସଙ୍ଗରେ ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ଓକିଲଙ୍କ ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲା। ସେହିଭଳି ଶାସକ ବିଜେଡି ମଧ୍ୟ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ଉଡ଼ାଣ ପ୍ରସଙ୍ଗ ଉଠାଇଥିଲା। ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ସୋଶାଲ୍ ମିଡିଆରେ ଅପ୍ଲୋଡ୍ କରିଥିବା ଭିଡିଓକୁ ପ୍ରସଙ୍ଗ କରିଥିଲା ଶାସକ ବିଡେଜି। ଏହା ସାମ୍ପ୍ରଦାୟିକତା ଏବଂ ଓଡ଼ିଶାର ସ୍ୱାଭିମାନକୁ […]
ଭୁବନେଶ୍ୱର: ହେଲିକପ୍ଟର୍ ସିଜ୍ ଘଟଣାରେ ଟୁଇଟ୍ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସେ ଲେଖିଛନ୍ତି, ଶନିବାର ସେ କେନ୍ଦ୍ରାପଡ଼ାର ନରଡ଼ା ଗ୍ରାମରେ ଜଣେ ଶୋକସନ୍ତପ୍ତ ମାତାପିତାଙ୍କ ଦୁଃଖରେ ସହଭାଗୀ ହେବା ପାଇଁ ହେଲିକପ୍ଟର୍ ଉଡ଼ାଇଥିଲେ। ଏବଂ ଯେଉଁ ସମୟରେ ଚିଲିକା ହ୍ରଦରେ ଅବତରଣ କରାଯାଇଥିବା FIRରେ ଅଭିଯୋଗ କରାଯାଇଛି, ସେହି ସମୟରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଥିଲେ ବୋଲି ବୈଜୟନ୍ତ ଟ୍ୱିଟ୍ କରିଛନ୍ତି। ଏହାର ଏଟିସି ରେକର୍ଡ ଯାଞ୍ଚ୍ କରାଯାଉ […]
ପୁରୀ: ଚିଲିକା ଉପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଥାନାରେ ଏତଲା ଦେଇଛି ପୁରୀର ସଚେତନ ନାଗରିକ ମଞ୍ଚ। ଏସ୍ପିଙ୍କ ଜରିଆରେ ଅରଖକୁଦା ଥାନାରେ ମଞ୍ଚ ପକ୍ଷରୁ ଏତଲା ଦିଆଯାଇଛି। ବୈଜୟନ୍ତଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ପାଇଁ ଏତଲାରେ ଆବେଦନ କରାଯାଇଛି। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି, ଅନ୍ୟ କିଛି ନେତାଙ୍କ ନାଁରେ ବି ମାମଲା ରୁଜୁ ପାଇଁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆବେଦନ କରାଯାଇଛି। […]
ଭୁବନେଶ୍ୱର: ଚିଲିକା ଉପରେ ସି ପ୍ଲେନ୍ ଉଡ଼ାଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ-(ସିଡିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ। ସେ କହିଛନ୍ତି, ଚିଲିକା ଉପରେ ଉଡ଼ାଣ ନେଇ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିବନ୍ଧକ ନାହିଁ। ଏନେଇ ଡିଜିସିଏ ସ୍ପଷ୍ଟ କହିପାରିବେ। ଖାଲି ସେତିକି ନୁହେଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ାଣ ଘଟଣାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର୍ ଉଡ଼ାଣ ଘଟଣା ବର୍ଷକ ତଳର ବୋଲି କୁହାଯାଉଛି। ସେତେବେଳେ […]