• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bali-Jatra
ତୁଟିନି ଅଡ଼ୁଆ, ଅନିଶ୍ଚିତତା ଭିତରେ କଟକ ବାଲିଯାତ୍ରା

କଟକ: ତୁଟି ପାରୁନି ଅଡ଼ୁଆ କି ବାହାରୁନି ସମାଧାନର ବାଟ। କଟକ ବାଲିଯାତ୍ରାକୁ ଆଉ ଦିନ କେଇଟା ଥିବାବେଳେ ପ୍ଲଟ୍‌ ଆବଣ୍ଟନକୁ ନେଇ ମୁହାଁମୁହିଁ ଅବସ୍ଥାରେ ପ୍ରଶାସନ ଓ ବାଲିଯାତ୍ରା ବ୍ୟବସାୟୀ ସଂଘ। ସଂଘର କହିବା କଥା ହେଉଛି, ପ୍ରଥମେ ପ୍ଲଟ୍‌ ଆବଣ୍ଟନ ପିଛା ଅଧିକ ମୂଲ୍ୟ ନେବାର ନିୟମ ଥିଲା, ପରେ ଗୋଟିଏ ଫର୍ମକୁ ଗୋଟିଏ ପ୍ଲଟ୍‌ର ନିୟମ, କୌଣସି ଖବର ନ ଦେଇ ଏହିପରି ପ୍ରଶାସନ ପ୍ରତିଦିନ ନୂଆ ନୂଆ ନିୟମ ଲାଗୁ କରୁଛି […]

  • Tuesday, 20 July 2021
telengiri
ପୁଣି ଅନିଶ୍ଚିତତା ମଧ୍ୟରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ

ଜୟପୁର: ଦୀର୍ଘ ୧୪ ବର୍ଷ ପରେ ବି ସଂପୂର୍ଣ୍ଣ ହୋଇ ପାରିନି ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ। ୨୦୦୩-୦୪ ଆର୍ଥିକ ବର୍ଷରେ ୧୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଏହି ପ୍ରକଳ୍ପର ଖର୍ଚ୍ଚ ଏବେ ୧ ହଜାର କୋଟିରେ ପହଞ୍ଚିଲାଣି। ତେବେ ବିସ୍ଥାପିତ ସମସ୍ୟା ଦେଖା ଦେଇଥିବାରୁ ପୁଣି ଅନିଶ୍ଚିତତା ଭିତରରୁ ଠେଲି ହୋଇଯାଇଛି ପ୍ରକଳ୍ପର ଭାଗ୍ୟ। ବିସ୍ଥାପିତ ତାଲିକାରୁ ଶତାଧିକ ଲୋକ ବାଦ ପଡ଼ିଥିବାରୁ ନୂଆ ସମସ୍ୟା ସମସ୍ୟା ସୃଷ୍ଟି ହୋଇଛି। ଏପରିକି ସମସ୍ତ ପ୍ରମାଣ ପତ୍ର […]

  • Tuesday, 20 July 2021
elephant
ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ

ସୁନ୍ଦରଗଡ଼: ରାଜଗାଙ୍ଗପୁର ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଅଭିଯୋଗ ହୋଇଛି। ୧୭ଜଣିଆ ହାତୀପଲ ଦିନରେ ଗାଁ ନିକଟ ପାହାଡ଼ରେ ରହୁଥିବାବେଳେ ରାତିରେ ଗାଁ ମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଗତ କିଛିଦିନ ହେବ ହାତୀପଲ ରାଜଗାଙ୍ଗପୁର ସହର ନିକଟ ସୁନାଖଣ୍ଡି, ଭାଲୁଦୁମା, ଭିକାପଡ଼ା, ଜହରୁମାଲ, ସିଂଘାପଡ଼ି ଭଳି ଅଞ୍ଚଳରେ ଆତଙ୍କ ଚଳାଇଛନ୍ତି। କ୍ରମାଗତ ଫସଲ ନଷ୍ଟ ସହ ଭାଲୁଦୁମାରେ ହାତୀପଲ କିଛି ଲୋକଙ୍କ ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ଏହାସହ ଅଙ୍ଗନବାଡ଼ି ଘର ଭାଙ୍ଗି […]

  • Tuesday, 20 July 2021
jaga
ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଭେଳିକି

ଭୁବନେଶ୍ୱର: ସହରାଞ୍ଚଳର ବସ୍ତି ବାସିନ୍ଦାକୁ ଭୂମି ଅଧିକାର ଦେବାର ଭେଳିକି। ୬ ମାସ ତଳେ ‘ଜାଗା’ ମିଶନର ଶୁଭାରମ୍ଭ କରି ସରକାରଙ୍କ ହାତରୁ ପଟ୍ଟା ପାଇଥିବା ଲୋକ ଏବେ ଅଧିକାର ପାଇଁ ସଂଘର୍ଷ କରୁଥିବା ବେଳେ ଆଜି ସରକାର ପୁଣି ୬୫୦୦ ଲୋକଙ୍କୁ ପଟ୍ଟା ବାଣ୍ଟିଛନ୍ତି। ବିଶ୍ୱର ସର୍ବବୃହତ ଯୋଜନା ବୋଲି ପ୍ରଚାର କରି ଏଥିରେ ୧୮ ଲକ୍ଷ ଲୋକଙ୍କୁ ଭୂମି ଅଧିକାର ଦେବେ ବୋଲି ସରକାର ବିଜ୍ଞାପନରେ କହିଛନ୍ତି। ମେ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଛତ୍ରପୁରରେ […]

  • Tuesday, 20 July 2021
hocky
ହକି ବିଶ୍ୱକପ୍ ଆରମ୍ଭ ନ ହେଉଣୁ ଅବ୍ୟବସ୍ଥା, ଷ୍ଟାଡିୟମ୍‌ରେ ଭଙ୍ଗାରୁଜା

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭରୁ ବିଭ୍ରାଟ ଉପୁଜିଛି। ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ଟିକଟ ନ ପାଇ କଳିଙ୍ଗ ଷ୍ଟାଡିୟମରେ ଭଙ୍ଗାରୁଜା କରିଛନ୍ତି ଖେଳପ୍ରେମୀ। ଉତ୍ୟକ୍ତ ଲୋକେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଷ୍ଟର୍ ଓ ବ୍ୟାନର୍‌ ସବୁ ଚିରି ଦେଇଛନ୍ତି। ସ୍ଥିତି ଏତେ ଉଗ୍ର ହୋଇଥିଲା ଯେ, ସେମାନଙ୍କୁ  ତଡ଼ିବା ଲାଗି ପୁଲିସ୍‌କୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜିଠୁ ଟିକଟ ମିଳିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। […]

  • Tuesday, 20 July 2021
hanging-bridge
ଅସୁରକ୍ଷିତ ପର୍ଯ୍ୟଟନସ୍ଥଳୀ, ଦେଢ଼ ବର୍ଷରେ ଗଲାଣି ୧୭ ଜୀବନ

ରାୟଗଡ଼ା: ମରଣଯନ୍ତା ପାଲଟିଛି ରାୟଗଡ଼ାର ନାଗାବଳୀ ନଦୀ ଉପରେ ଥିବା ପର୍ଯ୍ୟଟନସ୍ଥଳୀ ଝୁଲାପୋଲ। ବର୍ଷ ତମାମ ଏହି ସ୍ଥାନରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପ୍ରତି ନା ପ୍ରଶାସନ ଦୃଢ଼ ପଦକ୍ଷେପ ନେଉଛି, ନା ଲୋକେ ସଚେତନ ହେଉଛନ୍ତି। ଝୁଲାପୋଲ ଏବଂ ମାଆ ମଝିଘରିଆଣିଙ୍କ ଦର୍ଶନ କରିବାକୁ ଅନେକ ପର୍ଯ୍ୟଟକ ଆସୁଥିଲେ ବି ସେମାନଙ୍କ ସୁରକ୍ଷା ପାଇଁ କୌଣସି ଦୃଢ଼ ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ନଦୀ ଭିତରକୁ ନ ଯିବାକୁ ପ୍ରଶାସନ ପକ୍ଷରୁ ସତର୍କ ଫଳକ […]

  • Tuesday, 20 July 2021
road
ରାସ୍ତା ନିର୍ମାଣ ନହେଲେ ଭୋଟ୍ ବର୍ଜନ କରିବାକୁ ଧମକ

କନ୍ଧମାଳ: ରାସ୍ତା ନିର୍ମାଣ ନ ହେଲେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଚାହାଳି ପଞ୍ଚାୟତବାସୀ। ପଞ୍ଚାୟତର ସମିତି ସଭ୍ୟାଙ୍କ ସମେତ ୬୦ ଜଣ ମହିଳା ଏ ବାବଦରେ ଲିଖିତ ଭାବେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଖବର ଅନୁସାରେ, ଚକାପାଦଠାରୁ ନିଧିଆବେରଣା ଗାଁ ପର୍ଯ୍ୟନ୍ତ ପ୍ରାୟ ୧୨ କିଲୋମିଟର୍‌ ରାସ୍ତା ଅତ୍ୟନ୍ତ ଖରାପ ହୋଇପଡ଼ିଛି। ଭଲ ରାସ୍ତ ଟିଏ ନ ଥିବାରୁ ଚାହାଳି ପଞ୍ଚୟାତ ଉପରେ ନିର୍ଭରଶୀଳ ୮ଟି ୱାର୍ଡର ବାସିନ୍ଦା […]

  • Tuesday, 20 July 2021
Capture
ପୁରୀରେ ‘ଜାଗା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜାଗା’ ଯୋଜନାର ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଜାଗା ପାଇଥିବା ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯାଉଛି। ସହରାଞ୍ଚଳରେ ବସ୍ତିର ଜମିହୀନ ବାସିନ୍ଦାଙ୍କୁ ପଟ୍ଟା ଦେବାକୁ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି। ଏହି କ୍ରମରେ ଆଜି ପୁରୀର ବସ୍ତିବାସିନ୍ଦାଙ୍କୁ ପଟ୍ଟା ବଣ୍ଟନ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଆଜି ବିଜେପି ପକ୍ଷରୁ ପୁରୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପିର କର୍ମୀମାନେ ଏକ ଶୋଭାଯାତ୍ରା କରି କଳାପତାକା […]

  • Tuesday, 20 July 2021
representational image
ସ୍ତ୍ରୀକୁ ହାଣିଲା ସ୍ୱାମୀ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପଲ୍ଲୀ ଥାନା ଅନ୍ତର୍ଗତ ଚିକଟନାଳି ଗାଁରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ବିନତି ଓରାମ। ତାଙ୍କ ସ୍ୱାମୀଙ୍କ ନାଁ ଗାନ୍ଦୁର ଓରାମ। ପୁଲିସ୍‌ ଗାନ୍ଦୁରଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କୌଣସି କଥାକୁ ନେଇ ଗାନ୍ଦୁର ଓ ବିନତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଉଭୟଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହୋଇଥିଲା। ଝଗଡ଼ା ଚାଲିଥିବା ବେଳେ […]

  • Tuesday, 20 July 2021
Untitled-1
ଆଗକୁ ନିର୍ବାଚନ, ତାତିବ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ସାଧାରଣ ନିର୍ବାଚନ ଅଳ୍ପ କିଛି ମାସ ଥିବାରୁ ଏଥର ସରଗରମ ହେବ ଦିନକ ପରେ ଆରମ୍ଭ ହେଉଥିବା ବିଧାନସଭାର ଶୀତ ଅଧିବେଶନ।  ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ। ଏଥର ବିରୋଧୀଙ୍କ ହାତରେ ଅଭିଯୋଗର ଲମ୍ବା ତାଲିକା ରହିଛି। ନିର୍ବାଚନ ପାଖେଇ ଆସୁଥିବାବେଳେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ ପ୍ରତ୍ୟାରୋପର ପର୍ବ। ଖାସ୍ କରି ଚାଷ ଓ ଚାଷୀ ପ୍ରସଙ୍ଗକୁ ମୁଖ୍ୟ ବିଷୟ କରିପାରନ୍ତି ବିରୋଧୀ। ସମାବେଶ ଲାଗି ଚାଷୀଙ୍କୁ ରାଜଧାନୀରେ […]

  • Tuesday, 20 July 2021
4
ଦୁଃଖ ଦେଇ ଗଲା ‘ଡାଏ’

ବାଲେଶ୍ୱର: ଦୁଃଖ ଦେଇଗଲା ଘୂର୍ଣ୍ଣିବାତ୍ୟା ‘ଡାଏ’। ଏହାର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଓ ମାଲକାନଗିରି ଅଞ୍ଚଳରେ ଲୋକେ ଏବେ ବି ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ବନ୍ୟା ପାଣି ଘେରରେ ବାଲେଶ୍ୱର ଜିଲ୍ଲା ରେମୁଣା ନିର୍ବାଚନମଣ୍ଡଳୀର ବଡପାଳ, କଲ୍ୟାଣପୁର ଆଦି ପଞ୍ଚାୟତର ଲୋକେ। ସେହିପରି ବଡ଼ସାହି ନିର୍ବାଚନମଣ୍ଡଳୀର ପାଳପାଟଣା, ଶାଳଗାଁ, ନରଣଗାଁ ମଧ୍ୟ ଲୋକେ ମଧ୍ୟ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଘୂର୍ଣ୍ଣିବାତ୍ୟା ‘ଡାଏ’ ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ନଦୀରେ ବନ୍ୟାପାଣି ଆସି ଏହି […]

  • Tuesday, 20 July 2021
2
ଆଜିଠୁ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବେ ଶିକ୍ଷକ

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଚଳାଇଥିବା ଆନ୍ଦୋଳନ ଆଜି ୪୦ଦିନରେ ପହଞ୍ଚିଛି। ଆଜିଠାରୁ ଶିକ୍ଷକମାନେ ସ୍କୁଲ୍‌ରେ କଳାବ୍ୟାଜ୍‌ ପିନ୍ଧି ଶିକ୍ଷାଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ସେହିପରି ଜିଲ୍ଲାଓ୍ୱାରୀ ପାଳି କରି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନକାରୀ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିବେ। ସରକାର ଏଯାଏ ଦାବି ପୂରଣ କରି ନଥିବା ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନ୍ଦୋଳନରତ ଶିକ୍ଷକ ଅଧ୍ୟାପକମାନେ କାର୍ଯ୍ୟରେ ଯୋଗଦେବା ଲାଗି ସ୍ଥିର […]

  • Tuesday, 20 July 2021
maneka
ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧିଙ୍କ ଚିଠି

ଭୁବନେଶ୍ୱର: ହାତୀ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ଓଡ଼ିଶାରେ ହାତୀ ସୁରକ୍ଷା ପାଇଁ ନବୀନ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସେ ଲେଖିଛନ୍ତି, ଢେଙ୍କାନାଳରେ ଏକାଥରକେ ୭ ହାତୀ ମୃତ୍ୟୁ ସହ ୨୦୧୧ରୁ ୧୭ ମସିହା ମଧ୍ୟରେ ଓଡ଼ିଶାରେ ୪୩୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରୁ ୧୨୪ଟି ହାତୀଙ୍କର ବିଦ୍ୟୁତ ଆଘାତରେ ଜୀବନ ଯାଇଛି। ବିଦ୍ୟୁତ ଆଘାତରୁ ହାତୀଙ୍କୁ ବଞ୍ଚାଇବାକୁ ଏ.କେ. ବିଶ୍ୱାଳ କମିଟି ସୁପାରିସକୁ […]

  • Tuesday, 20 July 2021
paradeep
‘ଦାମ ବାବୁଙ୍କ ପାଇଁ ଆମେ ବ୍ୟସ୍ତ ନୁହଁ’

ଭୁବନେଶ୍ୱର: ବିଜେଡିରୁ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ବହିଷ୍କାର ପରେ ଦଳକୁ ଏବେ ଘାରିଛି ପାରାଦୀପ ନିର୍ବାଚନ ମଣ୍ଡଳୀ ଚିନ୍ତା।  ଏଠାରେ ବିଜେଡିର ସ୍ଥିତି ଜାହିର କରିବା ପାଇଁ ପାରାଦୀପ, କୁଜଙ୍ଗ, ତିର୍ତ୍ତୋଲ ଆଦି ବ୍ଲକର କର୍ମୀ ଓ ନେତାଙ୍କୁ ନେଇ ଭୁବନେଶ୍ୱରରେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳକୁ ଅଧିକ ମଜଭୁତ ପାଇଁ ଏହି ସମ୍ମିଳନୀର ଆୟୋଜନ ବୋଲି ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହୁଥିବା ବେଳେ କୌଣସି […]

  • Tuesday, 20 July 2021
ff
ଦେବାଶିଷ ଓ ପ୍ରତାପଙ୍କ ଉପରେ ବର୍ଷିଲେ ଦାମ

ଭୁବନେଶ୍ୱର: ପାରାଦୀପରୁ ପ୍ରାର୍ଥୀ ହେବା ଲାଗି ମନ ବଳାଇଥିବା ଦେବାଶିଷ ସାମନ୍ତରାୟଙ୍କୁ କଡ଼ା ଜବାବ ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି, ପାରାଦୀପ ଅନାବାଦି ନୁହେଁ, ଯିଏ ପାରିବ ଚାଷ କରିବ। ନବୀନଙ୍କ ଓଡ଼ିଆରେ ପାରାଦୀପ ଲୋକଙ୍କ ଛାତି ଫାଟି ପଡ଼ୁଥିବା କଟାକ୍ଷ କରିବା ସହ ବିଜୁ ବାବୁ ତାଙ୍କୁ ପାରାଦୀପର ଚୌକିଦାର କରିଥିବା କହିଛନ୍ତି ଦାମ। ପାରାଦୀପର ଡାକ୍ତର ଦାମୋଦର ରାଉତଙ୍କ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଗତକାଲି ଇଛା […]

  • Tuesday, 20 July 2021
school
ଶିକ୍ଷାବର୍ଷ ଅଧା ସରିଲାଣି, ହେଲେ ପିଲା ପାଇନାହାନ୍ତି ୟୁନିଫର୍ମ

ବାଲେଶ୍ୱର: ଫେଲ୍‌ ମାରିଛି ସରକାରଙ୍କ ଶିକ୍ଷା ବ୍ୟବସ୍ଥା। ବର୍ଷ ସରିବାକୁ ବସିଲାଣି, ହେଲେ ପିଲାଙ୍କୁ ମିଳିପାରିନି ସ୍କୁଲ୍‌ ପୋଷାକ। ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ଏବଂ ନୋଡାଲ୍‌ ସ୍କୁଲଗୁଡ଼ିକରେ ଏଭଳି ଘଟଣା ଘଟିଛି। ଜିଲ୍ଲାର ବଡ଼ ମନ୍ଦାରୁଣୀ ନୋଡାଲ୍‌ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ପିଲା ବିନା ସ୍କୁଲ ୟୁନିଫର୍ମରେ ପାଠ ପଢ଼ିବାକୁ ଆସୁଛନ୍ତି। ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପିଲାଙ୍କୁ ୟୁନିଫର୍ମ ଦିଆଯାଉଥିବାବେଳେ ଚଳିତ ବର୍ଷ ଜମା ଖାତାରେ […]

  • Tuesday, 20 July 2021
rayagada
୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ହନ୍ତସନ୍ତ

ରାୟଗଡ଼ା: ଗଲା ୨୦ ବର୍ଷ ହେଲା ରାସ୍ତାଟିଏ ପାଇଁ ନାନା ହନ୍ତସନ୍ତ ହେଉଛନ୍ତି ଶରଧାପୁର ପଞ୍ଚାୟବାସୀ। ଏଠାରେ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛିା ମାଟି ଗୋଡ଼ି ଯୁକ୍ତ ପାଦ ଚଲା ରାସ୍ତାଟି ଚାରିଆଡ଼େ ଖାଲ ଖମାରେ ଭରିଯାଇଛି। ଏହା ସହିତ ଗାଁକୁ ଯିବାକୁ ହେଲେ ୨ଟି ନାଳ ଅତିକ୍ରମ କରି ଯିବାକୁ ପଡ଼ୁଛି। ଏଠାରେ ଥିବା କୁଜିଙ୍ଗି, ଧୁଆପାଡ଼ି, ଓମଗୁଡ଼ା, ପାଲଝୋଡ଼, ନଙ୍ଗଳବେଡ଼ା ଭଳି ୫ଟି ଗାଁର ଗମନାଗମନ କହିଲେ […]

  • Tuesday, 20 July 2021
chakda
ଚକଡ଼ା ପୋକ ଯୋଗୁ ଫସଲ ନଷ୍ଟ ଅଭିଯୋଗ

ରାୟଗଡ଼ା: ତିତିଲି ପରେ ଏବେ ଦାଉ ସାଧିଛି ପ୍ରକୃତି। କେତେବେଳେ ପାଣି ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଲଘୁଚାପ ଜନିତ ବର୍ଷା। ଆଉ ଏବେ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେଉଛି। ଧାନ ଗଛ ମୂଳରେ ଭୟଙ୍କର ଭାବେ ଲାଗିଛି ଚକଡ଼ା ପୋକ। ଧାନ କେଣ୍ଡା ପାଲିଟିଛି ଅଗାଡ଼ି। ଫଳରେ ଉଜୁଡ଼ି ଯାଉଛି ସୁନାର ଫସଲ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଞ୍ଚଳରେ। ପ୍ରତିକୂଳ ପାଗ ସତ୍ତ୍ୱେ ଚଳିତ ବର୍ଷ […]

  • Tuesday, 20 July 2021
chhat
ରାଜ୍ୟର ବିଭିନ୍ନ ସ୍ଥାନରେ ଛଟ୍ ପର୍ବ ପାଳିତ

ଭୁବନେଶ୍ୱର: ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଛଟ୍ ପର୍ବ। ଉତ୍ତର ଭାରତରେ ଏହା ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ଉତ୍ତର ଭାରତୀୟମାନେ ଏହାକୁ  ଖୁବ୍‌ ନିଷ୍ଠାର ସହ ପାଳନ କରିଛନ୍ତି। ସମ୍ବଲପୁର, ରାଉରକେଲା ସହ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅସ୍ତଗାମୀ ସୂର୍ଯ୍ୟାଙ୍କୁ ଅର୍ଘ୍ୟ ଦିଆଯାଇଥିଲା। ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଛଟ୍ ପର୍ବ ଶେଷ ହୋଇଛି। ପରିବାରରେ ସୁଖଶାନ୍ତି କାମନା କରି ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ପରେ ବିଭିନ୍ନ […]

  • Tuesday, 20 July 2021
farmer
ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ କେ. ଶ୍ରୀନୁ। ଘର ଗୋଷାଣୀ ବ୍ଲକ୍‌ ତୋଟାଗୁମୁଡ଼ା ଗାଁରେ ବୋଲି ସୂଚନା ମିଳିଛି। ଶ୍ରୀନୁ ନିଜ ଜମି ସହ ୪ ଏକର  ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ୨ଲକ୍ଷ ଟଙ୍କା ହାତ ଉଧାରୀ କରିଥିଲେ। କିନ୍ତୁ ଫସଲ ହାନି ଯୋଗୁ ସେ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ କୀଟନାଶକ ପିଇ ଦେଇଥିବା ପରିବାର […]

  • Tuesday, 20 July 2021
elephant
ବିଦ୍ୟୁତ ତାର ନେଲା ଦନ୍ତା ଜୀବନ

ଅନୁଗୁଳ: ପୁଣି ବିଦ୍ୟୁତ ତାର ଲାଗି ଏକ ଦନ୍ତା ହାତୀର ଜୀବନ ଯାଇଛି। ଅନୁଗୁଳ ହଣ୍ଡପା ରେଂଜରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ହାତୀଟି ଏହାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ହାତୀ […]

  • Tuesday, 20 July 2021
ff
କ୍ଷତିପୂରଣ ପାଇବାରୁ ବଞ୍ଚିତ ଶହ ଶହ ଚାଷୀ

ବଲାଙ୍ଗିର: କ୍ରମାଗତ ୪ ବର୍ଷ ଧରି ମରୁଡ଼ି ମାଡ଼ରେ ଘାଇଲା ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ। ଶସ୍ୟବୀମା ଦାବିରେ ବଲାଙ୍ଗିର ସାଂସଦ ଓ ଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ଏବଂ ବୀମାରାଶି ଫାଙ୍କିବାକୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀ ବୀମା କମ୍ପାନୀ ସହ ମିଶି ସେମାନଙ୍କୁ ଚୁନ ଲଗାଇଥିବା ଚାଷୀ କହିଛନ୍ତି। ତେବେ କେବଳ ଚାଷୀଙ୍କ ଅଭିଯୋଗ ନୁହେଁ, ଏହାର ତଥ୍ୟ ପ୍ରମାଣ ଲାଗିଛି ଓଟିଭି ହାତରେ। […]

  • Tuesday, 20 July 2021
wether
ରାଜ୍ୟର କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର : ଏଣିକି ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ଅାସନ୍ତା ୨୭ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ ।

  • Tuesday, 20 July 2021
make
ମେକ୍ ଇନ୍ ଓଡ଼ିଶାର ପ୍ରତିଶ୍ରୁତି ପୂରଣ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଅାକୃଷ୍ଟ ପାଇଁ ମାରଥନ ଅାଲୋଚନା ଚାଲିଛି। ପୁଞ୍ଜି ନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ଅାୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୁଳନା କରି ରାଜନୀତିର ଛୁଙ୍କ ବି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ଅାସନ୍ତା ୨ରୁ ୩ ବର୍ଷ ଭିତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେବ ୨୭୫୦ କୋଟି ଟଙ୍କା।  ତେବେ ଏ ସଂପର୍କିତ ପ୍ରସ୍ତାବ ନେଇ ଅାଗରୁ ଯୋଜନା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ […]

  • Tuesday, 20 July 2021