ରାୟଗଡ଼ା: ତିତିଲି ପରେ ଏବେ ଦାଉ ସାଧିଛି ପ୍ରକୃତି। କେତେବେଳେ ପାଣି ଅଭାବରୁ ମରୁଡ଼ି ତ ଆଉ କେତେବେଳେ ଲଘୁଚାପ ଜନିତ ବର୍ଷା। ଆଉ ଏବେ ରୋଗ ପୋକ ଦାଉରେ ଫସଲ ନଷ୍ଟ ହେଉଛି। ଧାନ ଗଛ ମୂଳରେ ଭୟଙ୍କର ଭାବେ ଲାଗିଛି ଚକଡ଼ା ପୋକ। ଧାନ କେଣ୍ଡା ପାଲିଟିଛି ଅଗାଡ଼ି। ଫଳରେ ଉଜୁଡ଼ି ଯାଉଛି ସୁନାର ଫସଲ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଅଞ୍ଚଳରେ। ପ୍ରତିକୂଳ ପାଗ ସତ୍ତ୍ୱେ ଚଳିତ ବର୍ଷ […]
ଭୁବନେଶ୍ୱର: ଦେଶବ୍ୟାପୀ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି ଛଟ୍ ପର୍ବ। ଉତ୍ତର ଭାରତରେ ଏହା ମୁଖ୍ୟ ପର୍ବ ହୋଇଥିଲେ ମଧ୍ୟ ଓଡ଼ିଶାରେ ଉତ୍ତର ଭାରତୀୟମାନେ ଏହାକୁ ଖୁବ୍ ନିଷ୍ଠାର ସହ ପାଳନ କରିଛନ୍ତି। ସମ୍ବଲପୁର, ରାଉରକେଲା ସହ ରାଜଧାନୀ ଭୁବନେଶ୍ୱରରେ ଗତକାଲି ଅସ୍ତଗାମୀ ସୂର୍ଯ୍ୟାଙ୍କୁ ଅର୍ଘ୍ୟ ଦିଆଯାଇଥିଲା। ଆଜି ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ପରେ ଛଟ୍ ପର୍ବ ଶେଷ ହୋଇଛି। ପରିବାରରେ ସୁଖଶାନ୍ତି କାମନା କରି ବ୍ରତଧାରୀମାନେ ପୂଜାର୍ଚ୍ଚନା କରିବା ପରେ ବିଭିନ୍ନ […]
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ କେ. ଶ୍ରୀନୁ। ଘର ଗୋଷାଣୀ ବ୍ଲକ୍ ତୋଟାଗୁମୁଡ଼ା ଗାଁରେ ବୋଲି ସୂଚନା ମିଳିଛି। ଶ୍ରୀନୁ ନିଜ ଜମି ସହ ୪ ଏକର ଜମିରେ ଭାଗ ଚାଷ କରିଥିଲେ। ଏଥିପାଇଁ ବିଭିନ୍ନ ଲୋକଙ୍କଠାରୁ ୨ଲକ୍ଷ ଟଙ୍କା ହାତ ଉଧାରୀ କରିଥିଲେ। କିନ୍ତୁ ଫସଲ ହାନି ଯୋଗୁ ସେ କିଛି ଦିନ ହେଲା ଚିନ୍ତାରେ ରହୁଥିଲେ। ଏଥିପାଇଁ ସେ କୀଟନାଶକ ପିଇ ଦେଇଥିବା ପରିବାର […]
ଅନୁଗୁଳ: ପୁଣି ବିଦ୍ୟୁତ ତାର ଲାଗି ଏକ ଦନ୍ତା ହାତୀର ଜୀବନ ଯାଇଛି। ଅନୁଗୁଳ ହଣ୍ଡପା ରେଂଜରେ ହାତୀଟି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତ ଦନ୍ତାହାତୀର ବୟସ ୮ରୁ ୧୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଶିକାର ପାଇଁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ହାତୀଟି ଏହାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ବନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ହାତୀ […]
ବଲାଙ୍ଗିର: କ୍ରମାଗତ ୪ ବର୍ଷ ଧରି ମରୁଡ଼ି ମାଡ଼ରେ ଘାଇଲା ହେବା ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବଲାଙ୍ଗିର ଜିଲ୍ଲାର ଚାଷୀ। ଶସ୍ୟବୀମା ଦାବିରେ ବଲାଙ୍ଗିର ସାଂସଦ ଓ ଜିଲ୍ଲାପାଳଙ୍କୁ ଘେରାଉ କରିଛନ୍ତି। ଏବଂ ବୀମାରାଶି ଫାଙ୍କିବାକୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀ ବୀମା କମ୍ପାନୀ ସହ ମିଶି ସେମାନଙ୍କୁ ଚୁନ ଲଗାଇଥିବା ଚାଷୀ କହିଛନ୍ତି। ତେବେ କେବଳ ଚାଷୀଙ୍କ ଅଭିଯୋଗ ନୁହେଁ, ଏହାର ତଥ୍ୟ ପ୍ରମାଣ ଲାଗିଛି ଓଟିଭି ହାତରେ। […]
ଭୁବନେଶ୍ୱର : ଏଣିକି ରାଜ୍ୟରେ ପାଗ ଶୁଖିଲା ରହିବ । କାଁ ଭାଁ ଅଳ୍ପ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଅାଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଏବଂ ଉତ୍ତର ଓଡ଼ିଶାର ଗୋଟିଏ, ଦୁଇଟି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅାସନ୍ତା ୨୭ ତାରିଖ ପରେ ରାଜ୍ୟରେ ପାଗ ଶୁଖିଲା ରହିବ ।
ଭୁବନେଶ୍ୱର: ସ୍ୱାସ୍ଥ୍ୟକ୍ଷେତ୍ରରେ ପୁଞ୍ଜି ନିବେଶକାରୀଙ୍କୁ ଅାକୃଷ୍ଟ ପାଇଁ ମାରଥନ ଅାଲୋଚନା ଚାଲିଛି। ପୁଞ୍ଜି ନିବେଶକାରୀଙ୍କ ପାଖରେ ନିଜ ସଫଳତାର ଗାଥା ବଖାଣିବା ବେଳେ ଅାୟୁଷ୍ମାନ ଭାରତ ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ତୁଳନା କରି ରାଜନୀତିର ଛୁଙ୍କ ବି ଦେଇଥିଲେ ବିଭାଗୀୟ ମନ୍ତ୍ରୀ। ଅାସନ୍ତା ୨ରୁ ୩ ବର୍ଷ ଭିତରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ହେବ ୨୭୫୦ କୋଟି ଟଙ୍କା। ତେବେ ଏ ସଂପର୍କିତ ପ୍ରସ୍ତାବ ନେଇ ଅାଗରୁ ଯୋଜନା ହୋଇଥିଲା ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ […]
କଟକ: ଦୁର୍ଗାପୂଜା ପାଇଁ କଟକ ସହିଦ ଭବନଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତିଶୃଙ୍ଖଳାର ସହ ପୂଜା, ଟ୍ରାଫିକ ବ୍ୟବସ୍ଥା, ପୂଜା ମଣ୍ଡପରେ ପ୍ଲାଷ୍ଟିକ କଟକଣା ସହ ନିଶାମୁକ୍ତ ଶୋଭାଯାତ୍ରା ଭଳି ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଏଥିସହ ଷଷ୍ଠୀରୁ ଦଶମୀ ଯାଏ ରାତି ୧୦ଟା ପରିବର୍ତ୍ତେ ୧୨ଟା ପର୍ଯ୍ୟନ୍ତ ମେଲୋଡି ଆୟୋଜନ କରାଯିବାକୁ ଶାନ୍ତି କମିଟି ଓ ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତାବ ରଖାଯାଇଥିଲା। ବୈଠକରେ ପୁଲିସ୍ କମିଶନର […]
ଗଜପତି: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଆମ ଗାଁ ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଦେଉଛନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ଏହି ସବୁ ଯୋଜନା ପ୍ରହସନ ପାଲଟିଛି। ଦୁର୍ଗମ ଅଞ୍ଚଳରେ କିଭଳି ପହଞ୍ଚିଛି ସରକାରଙ୍କ ଯୋଜନା? କେତେ ଉପକୃତ ହୋଇଛନ୍ତି ଉପାନ୍ତ ଇଲାକାର ପଛୁଆ ଗାଁ? ଏହାର ସ୍ଥିତି ପରଖିବା ପାଇଁ ଗଜପତି ଜିଲ୍ଲା ମୋହନା ବ୍ଲକ୍ କୋର୍ଚ୍ଚୋବାଡ଼ି ପଞ୍ଚାୟତର କେହେଲ୍କୁଆ ଗାଁରେ ପହଞ୍ଚିଥିଲା […]
ରାୟଗଡ଼ା: ମୁନିଗୁଡ଼ାରେ ଫେଲ୍ ମାରିଛି ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା। ସହରର ତିନିକୋଣିଆ ଛକ ପାଲଟିଛି ଅଳିଆ ଆବର୍ଜନାର ପେଣ୍ଠସ୍ଥଳୀ। ସଚେତନତାର ଅଭାବ ନା ବିଭାଗୀୟ ଉଦାସୀନତା, କିଏ ଏଥିପାଇଁ ଦାୟୀ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚାରିଆଡ଼େ କୁଢ଼ କୁଢ଼ ଅଳିଆ, ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଦୁର୍ଗନ୍ଧରେ ଫାଟି ପଡ଼ୁଛି ସାରା ଅଞ୍ଚଳ। ଏହାଛଡ଼ା ଗୋରୁ,ଗାଈ, ଘୁଷୁରୀଙ୍କ ଚରାଭୂଇଁ ପାଲଟିଛି ଏହି ଅଞ୍ଚଳ। ମୁନିଗୁଡ଼ା ସହରର ତିନିକୋଣିଆ ଛକରେ ଆଖି ଯୁଆଡ଼େ ବୁଲାଇବେ କେବଳ ଅଳିଆ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍ଜିଟି (ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍)। ଏନ୍ଜିଟିଙ୍କ ୪ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଅରମ୍ଭ କରିଛନ୍ତି। ଏହି ଟିମ୍ ସହିତ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ଗତ ୨୮ ତାରିଖରେ ଢେଙ୍କାନାଳ କମଳାଙ୍ଗଠାରେ ଓହଳି ପଡ଼ିଥିବା ବିଦ୍ୟୁତ ତାର ଲାଗି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗତ ୩ ତାରିଖରେ କ୍ରାଇମବ୍ରାଞ୍ଚ […]
ବରଗଡ଼: ଦେବ୍ରିଗଡ଼ ଜଙ୍ଗଲରେ ମହାବଳ ବାଘ ଶିକାର ମାମଲାରେ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ ଆରମ୍ଭ କରିଛି। ଏ ନେଇ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ବରଗଡ଼ ଏସ୍ଡିଜେଏମ୍ କୋର୍ଟରୁ ୨ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ଆଣିବା ପରେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତଙ୍କୁ ଟାଉନ୍ ଥାନାରେ ପଚରାଉଚରା କରୁଛି। କ୍ରାଇମବ୍ରାଞ୍ଚ ଡିଏସ୍ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଅକ୍ଟୋବର୍ ୨୮ତାରିଖରେ ଦେବ୍ରିଗଡ଼ ଅଭୟାରଣ୍ୟରୁ ମହାବଳ ବାଘର ଗଳିତ ମୃତଦେହ […]
ଗଞ୍ଜାମ: ଥାନା ଭିତରେ ଓକିଲଙ୍କୁ ପୁଲିସ୍ର ମାଡ଼ ଅଭିଯୋଗ। ଏପରି ସାଂଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ। ବୁଗୁଡ଼ା ଥାନା ଭିତରେ ଓକିଲଙ୍କୁ ଥାନାଧିକାରୀ ପିଟି ଥିବା ଅଭିଯୋଗ ହୋଇଛି। ଏଥିରେ ଓକିଲ ହରପ୍ରସାଦ ଦାସ ଆହତ ଅବସ୍ଥାରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣା ଅନୁସାରେ, ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଓକିଲ ହରପ୍ରସାଦ ଥାନାକୁ ଯାଇଥିଲେ। ତେବେ ଏହି ସମୟରେ ଥାନାଧିକାରୀ ଏବଂ ଓକିଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। […]
ପୁରୀ : ଶ୍ରୀମନ୍ଦିରରରେ କେମିତି କାର୍ଯ୍ୟକାରୀ ହେବ ସୁପ୍ରିମ୍କୋର୍ଟଙ୍କ ସଂସ୍କାର ମୂଳକ ପ୍ରସ୍ତାବ? ଗଜପତି ମହାରାଜଙ୍କଠୁ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି, ରାଜସ୍ୱମନ୍ତ୍ରୀ, ଅାଡ୍ଭୋକେଟ୍ ଜେନେରାଲ୍, ଛତିଶା ନିଯୋଗ , ଗସ୍ତର ଶେଷ ଦିନରେ ଏମିତି ସବୁ ପକ୍ଷଙ୍କ ସହ ଅାଜି ମାରାଥନ୍ ଅାଲୋଚନା କରିଛନ୍ତି ଅାମିକସ୍କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍ । ପରିଚାଳନା କମିଟି ସଦସ୍ୟଙ୍କ ସହ ଅାଲୋଚନା ପରେ ଅାମିକସ୍କ୍ୟୁରୀ କହିଛନ୍ତି ଶ୍ରୀମନ୍ଦିରର ପରିଚାଳନା ସଂସ୍କାର ଉତ୍ତମ ଦିଶାରେ ହେବ। ତେବେ ଯେଉଁ ତିନୋଟି ପ୍ରସ୍ତାବକୁ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ରେ ବୀଭତ୍ସ କାଣ୍ଡ। ଜଙ୍ଗଲରୁ ଜଣେ ନାବାଳିକାର କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅାଜି ସକାଳେ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା ନାବାଳିକା । ତେବେ ଦୀର୍ଘ ସମୟ ଧରି ନଫେରିବାରୁ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ଅପରାହ୍ନରେ ନିକଟସ୍ଥ ଜଙ୍ଗଲରୁ ନାବାଳିକାର ମୃତଦେହ ମିଳିଛି। କୋଟଗଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। […]
ବ୍ରହ୍ମପୁର : ବ୍ରହ୍ମପୁର ମେଡ଼ିକାଲରୁ ନବଜାତ ଶିଶୁ କନ୍ୟା ଚୋରି ଅଭିଯୋଗ । ଶୁକ୍ରବାର କବିସୂର୍ଯ୍ୟନଗର ବ୍ଲକ ରାମସା ନାରାୟଣପୁର ଗାଁର ଭିକାରୀ ନାହାକଙ୍କ ସ୍ତ୍ରୀ ଜ୍ୟୋତି ମେଡ଼ିକାଲରେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ହେଲେ ଶନିବାର ଅପରାହ୍ଣରେ ପ୍ରସୂତିଙ୍କ ମା ଶିଶୁ କନ୍ୟାକୁ ଟୀକା ଦେବାକୁ ଅାଉଟଡୋରକୁ ନେଇଥିଲେ। ଏ ସମୟରେ ଜଣେ ଅଜଣା ମହିଳା କାଉଣ୍ଟରରୁ ଟିକଟ ଅାଣିବାକୁ କହି ଛୁଅାକୁ ଧରି ଚଂପଟ ମାରିଥିଲେ । ଏନେଇ ପୁଲିସକୁ ଜଣାଇବା […]
ବାଲେଶ୍ୱର: ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ମାମଲାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ ୨ ଜଣ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି। ବାଲେଶ୍ୱର ଜେଲ୍ରେ ମୁଖ୍ୟ ୱାର୍ଡର ସଞ୍ଜୀବ ପଣ୍ଡା ଏବଂ ୱାର୍ଡର ଦିଲ୍ଲୀପ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ପୂରା ଘଟଣାର ତଦନ୍ତ ପାଇଁ ଘଟଣାସ୍ଥଳରେ ଡିଆଇଜି ଗୋପବନ୍ଧୁ ମଲ୍ଲିକ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ଗତକାଲି କଏଦୀଙ୍କ ଆକ୍ରମଣରେ ବିଚାରାଧୀନ ବନ୍ଦୀ ରାମଚନ୍ଦ୍ର ଦାସଙ୍କ ମୃତ୍ୟୁ ହୋଇଥିଲା। ରାମଚନ୍ଦ୍ର ୪ ଦିନ ତଳେ […]
ଭୁବନେଶ୍ୱର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଖୁସି ଖବର । ପୁଣି ନନ୍ଦନକାନନରେ ଜନ୍ମ ନେଲା ଧଳାବାଘ । ଶନିବାର ସକାଳ ୭ଟା ୫ ମିନିଟ୍ ଓ ୮ ଟାରେ ଧଳା ବାଘୁଣୀ ବିଜୟା ଗର୍ଭରୁ ଦୁଇଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ଧଳାବାଘ ହୋଇଥିବାବେଳେ ଅନ୍ୟଟି ସାଧାରଣ ମହାବଳ ବାଘ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଗତ ଜୁନ୍ […]
ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଭଞ୍ଜମାର୍ଗର ଏକ ସେଲୁନରେ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସେଲୁନର ମାଲିକ ବାବୁ ରାଓ। ପାରିବାରିକ କଳହକୁ କେନ୍ଦ୍ରକରି ବାବୁ ଅାତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀର୍ଘ ତିନି ବର୍ଷ ହେବ ମୃତ ବାବୁଙ୍କ ସ୍ତ୍ରୀ ତାଙ୍କ ଠାରୁ ଅଲଗା ରହୁଥିଲେ। ଏ ନେଇ ବାବୁ ମାନସିକ ଦୁଶ୍ଚିନ୍ତାରେ ରହୁଥିବା ତାଙ୍କ ପରିବାର ଲୋକେ କହିଛନ୍ତି। ଖବର ପାଇ ପୁଲିସ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା କ.ନୂଅା ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଓ କର୍ମଚାରୀ ମାତାଲ ହୋଇ ନାଚୁଥିବା ଭିଡିଓ ଭାଇରାଲ । ମାମଲାରେ ପ୍ରତିକ୍ରିୟା ଦେଇଛନ୍ତି ସଂପୃକ୍ତ ଅଫିସର। କିଏ ଓ କାହିଁକି ଭିଡିଓ ଭାଇରାଲ କରିଛି ତାହା ସେ ଜାଣି ନାହାନ୍ତି । କିନ୍ତୁ ନୂଅାଖାଇ ପର୍ବ ଅବସରରେ ଏକ ପାର୍ଟିର ଅାୟୋଜନ କରାଯାଇଥିଲା ଏବଂ ଡ୍ୟୁଟି ସରିବା ପରେ ପାର୍ଟି ହୋଇଥିଲା ବୋଲି ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଭିଷେକ […]
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଥିବା ଅାଦର୍ଶ ବିଦ୍ୟାଳୟରୁ ଇଂରାଜୀ ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଇଂରାଜୀ ମିଡ଼ିଅମ ସ୍କୁଲରେ ବିନା ଇଂରାଜୀ ଶିକ୍ଷକରେ କିଭଳି ଶିକ୍ଷାଦାନ ହେବ ସେନେଇ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ରେ ତାଲା ପକାଇ ଅାନ୍ଦୋଳନ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଅଭିବାବକ ବି ସେମାନଙ୍କ ସହ ଅାନ୍ଦୋଳନରେ ବସିଥିଲେ। ସ୍କୁଲରେ ୨୩୭ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ସେମାନଙ୍କ ଲାଗି ୬ ଜଣ ଶିକ୍ଷକ ରହିଛନ୍ତି। ଏଭଳି ସ୍ଥିତିରେ ବିନା […]
ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ ଫସିରହିଥିଲେ । ତାଙ୍କ ସହ ୨ଟି ବୋଟ୍ ମଧ୍ୟ ଫସିଯାଇଥିଲା । ତେବେ କୂଳକୁ ଫେରିଅାସିଥିବା ଅନ୍ୟ ମତ୍ସଜୀବୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଠାରୁ ସୂଚନା […]
ଝାରସୁଗୁଡ଼ା : ଝାରସୁଗୁଡ଼ାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପରିବର୍ତ୍ତନର ବିଗୁଲ ବଜାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡା ବିମାନବନ୍ଦରକୁ ଲୋକାର୍ପଣ କରିବା ପରେ ଅମ୍ଲିପାଲିରେ ଅାୟୋଜିତ ସାଧାରଣ ସଭାରେ ମୋଦି ନବୀନ ସରକାରକୁ ଜୋରଦାର ଟାର୍ଗେଟ କରିଥିଲେ । ସେ କହିଛନ୍ତି, ପିସି ଯୋଗୁଁ ପେସି ହେଉଛନ୍ତି ଓଡ଼ିଶାବାସୀ । ରାଜ୍ୟ ସରକାରଙ୍କୁ କଠୋର ଶବ୍ଦରେ ସମାଲୋଚନା କରି କହିଲେ ଓଡ଼ିଶାରେ ଏ ପିସି ଏବେ ପରିଚିତ ନାଁ ହୋଇଯାଇଛି । ପିସି ଯୋଗୁଁ […]
ବୌଦ୍ଧ: ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ବୌଦ୍ଧ ସବ୍ଜେଲ୍ରେ ବିଚାରାଧୀନ କଏଦୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ହେଲେ ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଗୋପାଳ ବିଶ୍ୱାସ। ଗତକାଲି ସେ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗୋପାଳ ଗତ ମେ ମାସରୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଜେଲ୍ରେ ଥିଲେ। ତେବେ ଏହି ଘଟଣା ପରେ ପୁଲିସ୍ […]
ଝାରସୁଗୁଡ଼ା : ଲୋକାର୍ପିତ ହୋଇଛି ଝାରସୁଗୁଡ଼ା ବିମାନବନ୍ଦର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଲୋକାର୍ପଣ କରିଛନ୍ତି। ଏହା ସହିତ ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ କରାଯାଇଥିବା ନେଇ ମୋଦି ଘୋଷଣା କରିଛନ୍ତି। ଭୁବନେଶ୍ୱର ପରେ ଝାରସୁଗୁଡ଼ା ରାଜ୍ୟର ଦ୍ୱିତୀୟ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟ କଚ୍ଛ ଜିଲ୍ଲାରେ କେବଳ ୫ଟି ଏୟାର୍ପୋର୍ଟ ଥିବା ବେଳେ ଓଡ଼ିଶାରେ ମାତ୍ର ଗୋଟିଏ ଏୟାର୍ପୋର୍ଟ ଥିଲା। ବିଳମ୍ବରେ ହେଲେ […]