• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

adua
ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଅଡ଼ୁଆ

ଭୁବନେଶ୍ୱର: ଦିନକ ପରେ ମାଟ୍ରିକ୍ ପରୀକ୍ଷା ହେବାକୁ ଥିବା ବେଳେ ଆଜିଠାରୁ ରାଜ୍ୟ ସ୍କୁଲ୍ କଲେଜ ଶିକ୍ଷକ-କର୍ମଚାରୀ ମିଳିତ ମଞ୍ଚ ଲୋୟର ପିଏମ୍‌ଜିଠାରେ ଧାରଣ ଦେଇଛି। ପରୀକ୍ଷାକୁ ଏଥର ବର୍ଜନ କରିନଥିଲେ ବି ଦାବି ପୂରଣ ଲାଗି ସରକାରଙ୍କ ଉପରେ ଚାପ ପକାଇବାକୁ ଉଦ୍ୟମ କରିଛି ମଞ୍ଚ। ସ୍ଥାୟୀ ନିଯୁକ୍ତି ନେଇ ସରକାର ତିନି ମାସ ସମୟ ନେଇଥିଲେ ସୁଦ୍ଧା ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। ଏବେ ବଡ଼ ପ୍ରଶ୍ନ ହେଉଛି, ଏତେ ସଂଖ୍ୟାରେ ସ୍କୁଲ୍ […]

  • Tuesday, 20 July 2021
c
ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା, ଚିକିତ୍ସା ନପାଇ ରୋଗୀ ହନ୍ତସନ୍ତ

ରାୟଗଡ଼ା: ଡାକ୍ତରଖାନା ଅଛି, ହେଲେ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ମାତ୍ର ଦୁଇ ଜଣ ଡାକ୍ତର ଦେଖୁଛନ୍ତି ରୋଗୀ। ସବୁ ରୋଗୀଙ୍କୁ ଦେଖିବା ବି ସମ୍ଭବ ହେଉନଥିବା ଯୋଗୁ ଚିକିତ୍ସା ନପାଇ ରୋଗୀ ଫେରିଯାଉଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟା ଏତିକିରେ ସରିଯାଇନି। ଡାକ୍ତରଖାନାରେ ପିଇବା ପାଇଁ ପାଣିର ସୁବିଧା ବି ନାହିଁ। ନାନା ଅସୁବିଧା ଥିବାରୁ ରୋଗୀ ମେଡିକାଲ୍‌ ଆସି ଚିକିତ୍ସା ନପାଇ ଦହଗଞ୍ଜ ହେଉଛନ୍ତି। ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି, ରାୟଗଡ଼ା କଲ୍ୟାଣସିଂହପୁର ଗୋଷ୍ଠୀ […]

  • Tuesday, 20 July 2021
gajha
ଗଜଉଦ୍ଧାରଣ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ

ପୁରୀ: ପବିତ୍ର ମାଘପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ବେଶର ସ୍ୱତନ୍ତ୍ରତା ହେଲା କାଳିଆ ଠାକୁର ଶଙ୍ଖ, ଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରିଥାନ୍ତି। ଏବଂ ମା ସୁଭଦ୍ରା ଶ୍ରୀକୃଷ୍ଣଙ୍କ ଭଳି ପଦ୍ମପାଖୁଡ଼ା ଧରିଥାନ୍ତି। ଅନ୍ୟପଟେ ଲୋକନାଥ ଦେବଙ୍କ ପୀଠରେ ପବିତ୍ର ପଦ୍ମବେଶ ଅନୁଷ୍ଠିତ ହୋଇଯାଇଛି। ବଡସିଂହାର ବେଶ ସମୟରେ ସୋଲ ନିର୍ମିତ ପଦ୍ମପାଖୁଡ଼ାରେ ଶ୍ରୀଲୋକନାଥଙ୍କୁ ବିଭୂଷିତ କରାଯାଇଥାଏ। ଏହି ବେଶକୁ ରଥସାହି ବ୍ରାହ୍ମଣ ସମାଜ ତରଫରୁ ରୀତିନୀତିରେ କରାଯାଇଥାଏ।  

  • Tuesday, 20 July 2021
business man
ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ବାଲେଶ୍ୱର: ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ୍। ବାଲେଶ୍ୱର ଜିଲ୍ଲା ୫ନମ୍ବର ଜାତୀୟ ରାଜପଥ ଦରଡିଆବାସୁଳିପୁର  ନିକଟରେ ଦୁର୍ବୃତ୍ତମାନେ ଜଣେ ବ୍ୟବସାୟୀଙ୍କୁ ମାଉଜର ଦେଖାଇ ତାଙ୍କ ଠାରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ବ୍ୟବସାୟୀ ତୁଷାରକାନ୍ତ ସାହୁ ଗତକାଲି ରାତିରେ ବାଇକ୍‌ରେ ଘରକୁ ଫେରୁଥିବା ସମୟରେ ଦରଡିଆବାସୁଳିପୁର ନିକଟରେ ଏକ ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ଆସି ତୁଷାର କାନ୍ଧରେ ପକାଇଥିବା ବ୍ୟାଗ୍‌ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ଫଳରେ […]

  • Tuesday, 20 July 2021
gold
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣି ଧରାପଡ଼ିଲା ସୁନା। ପ୍ରାୟ ୧ କେଜି ସୁନା ଚୋରା ଚାଲାଣ ବେଳେ ଏହାକୁ ଜବତ କରିଛନ୍ତି ରାଜସ୍ୱ ବିଭାଗ ଗୁଇନ୍ଦା ଅଧିକାରୀ। ମହାରାଷ୍ଟ୍ରର ଜଣେ ମହିଳା ଏହି ସୁନା ଦିଲ୍ଲୀରୁ ଭୁବନେଶ୍ୱର ଆଣୁଥିଲେ। ତାଙ୍କ ବ୍ୟାଗ ତନଖି ବେଳେ ୮ ଖଣ୍ଡ ସୁନା ବିସ୍କୁଟ ମିଳିଥିଲା। ୯୫୯ ଗ୍ରାମର ଏହି ସୁନାର ମୂଲ୍ୟ ପ୍ରାୟ ୩୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ସେହିଭଳି […]

  • Tuesday, 20 July 2021
bjd
କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ

ପୁରୀ: ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡିରେ ଫାଟ। ଗତକାଲି ପୃଥକ ପୃଥକ ଭାବେ ୨ଟି ଗୋଷ୍ଠୀ ଅଲଗା ସ୍ଥାନରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଥିଲେ। କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ କାକଟପୁର ବ୍ଲକ୍‌ ପଡିଆରେ ପ୍ରତିଷ୍ଠା ଦିବସ ପାଳନ କରିଥିଲେ। ସେପଟେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଅସ୍ତରଙ୍ଗ ଠାରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି।  ବିଜେଡି ବରିଷ୍ଠ ନେତା ସୁରେନ୍ଦ୍ର ନାୟକ ଓ ଅସ୍ତରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସ୍ୱାଧୀନ ନାୟକ ଏହି […]

  • Tuesday, 20 July 2021
koraput
କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଉଦ୍ୟମ

କୋରାପୁଟ: କୋରାପୁଟ ଜିଲ୍ଲାପାଳଙ୍କ ଅଫିସ୍‌ ଭିତରକୁ ଧସେଇ ପଶିବାକୁ ଜଳାପୁଟ ବୁଡ଼ି ଅଞ୍ଚଳର ୩ ହଜାର ଲୋକ ଉଦ୍ୟମ କରିଛନ୍ତି। ଏଥିପାଇଁ ପୁଲିସ୍‌ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ରାଜ୍ୟ ସରକାର ବୁଡ଼ି ଅଞ୍ଚଳର ଲୋକଙ୍କ କୌଣସି ସମସ୍ୟାର ସମାଧାନ କରୁନଥିବା ଅଭିଯୋଗ କରି ଲୋକେ ଧାରଣା ଦେଇଥିଲେ। ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ, ମାଗଣା ବିଦ୍ୟୁତ୍‌ ଯୋଗାଣ, ଉଠା ଜଳସେଚନର  ବ୍ୟବସ୍ଥା ଭଳି ୯ ଦଫା ଦାବିରେ ଜଳାପୁଟ ବୁଡ଼ି ଅଞ୍ଚଳ ବାସିନ୍ଦା  ଆନ୍ଦୋଳନ କରିଥିଲେ। […]

  • Tuesday, 20 July 2021
dharmagarh
ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ଡାକରା

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ ଘଣ୍ଟିଆ ଧର୍ମଗଡ଼ ବନ୍ଦ ଡାକରା ଦିଆଯାଇଛି। ଧର୍ମଗଡ଼ର ୬ଟି ବ୍ଲକରେ ଏହି ବନ୍ଦ ପାଳନ ହେଉଛି। ଏହି ଅବସରରେ ଚକ ଅଖ ସମେତ ସ୍କୁଲ କଲେଜ, ସରକାରୀ ପ୍ରତିଷ୍ଠାନ ଏବଂ ଦୋକାନ ବଜାର ବନ୍ଦ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଆହ୍ୱାନ ଦେଇଛି। ଏନେଇ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ଏହି ଆନ୍ଦୋଳନକୁ ବିଭିନ୍ନ […]

  • Tuesday, 20 July 2021
pm
ଓଡ଼ିଶାରେ ଲାଗୁ ହୋଇନପାରେ ପିଏମ୍ କିଷାନ ଯୋଜନା

ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟକାରୀ ହୋଇନପାରେ କେନ୍ଦ୍ରର ବହୁ ଚର୍ଚ୍ଚିତ ପିଏମ୍ କିଷାନ ଯୋଜନା। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବାକୁ ଥିବା ବେଳେ ରାଜ୍ୟ ସରକାର କିନ୍ତୁ ବିଭିନ୍ନ ଆଳ ଦେଖାଇ ଆହୁରି ସମୟ ମାଗିବାକୁ ସ୍ଥିର କରିଛନ୍ତି। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋରଖପୁରରେ ପିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନା ମାଧ୍ୟମରେ ପ୍ରଥମ କିସ୍ତୀ ବାବଦକୁ ଚାଷୀଙ୍କୁ ଆକାଉଣ୍ଟକୁ ସିଧାସଳଖ ୨ ହଜାର ଦିଆଯିବ। ରାଜ୍ୟ […]

  • Tuesday, 20 July 2021
nnks
୨୧ରେ ଓଡ଼ିଶା ବନ୍ଦ, ଏନ୍‌ଏନ୍‌କେଏସ୍‌ର ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ କରିଛି କଂଗ୍ରେସର। ଗତକାଲି କୃଷକ ସଂଗଠନକୁ ବିଜେପି ସମର୍ଥନ ଜଣାଇଥିବାବେଳେ ଆଜି କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ ଜଣାଇଥିବା ଦଳ ପକ୍ଷରୁ କୁହାଯାଇଛି। ପ୍ରାଇସ, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ଆସନ୍ତା ୨୧ରେ ଆନ୍ଦୋଳନକୁ ଓହ୍ଲାଇବା ସହ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦେଇଛି। ସେପଟେ ନବନିର୍ମାଣ କୃଷକ ସଙ୍ଗଠନର ଅଧିକାଂଶ ଦାବିକୁ ସରକାର ମାନି ନେଇଛନ୍ତି। ତେଣୁ ସେମାନଙ୍କ ବନ୍ଦ ଡାକରାକୁ କଂଗ୍ରେସ ଓ […]

  • Tuesday, 20 July 2021
strike2
ରାସ୍ତା ପାଇଁ ରାସ୍ତାରୋକ

ଭଦ୍ରକ: ଗାଁକୁ ପକ୍କା ରାସ୍ତା ଦାବିରେ ରାସ୍ତାରୋକ କରିଛନ୍ତି ଭଦ୍ରକ ଜିଲ୍ଲା କୁହ୍ଲିବିନ୍ଧା ଗାଁ ଲୋକେ। ଚାନ୍ଦବାଲି ଆରଡି ମୁଖ୍ୟ ରାସ୍ତା କୁହ୍ଲିବିନ୍ଧା ଛକରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି ଶତାଧିକ ଗାଁଲୋକେ। ଗୁଆଳି ବିନ୍ଧା ଓ କୁହ୍ଲିବିନ୍ଧା ଗାଁରେ ପାଖାପାଖି ୩ଶହରୁ ଅଧିକ ପରିବାର ବସବାସ କରନ୍ତି। ହେଲେ ଗାଁକୁ ଖଣ୍ଡେ ପକ୍କା ରାସ୍ତା ନଥିବାରୁ ଲକେ ବର୍ଷସାରା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଥିଲେ […]

  • Tuesday, 20 July 2021
bjp
ଚିଟ୍‌ଫଣ୍ଡ ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ ଶ୍ୱେତପତ୍ର ପ୍ରକାଶ କରିବେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟ ସରକାର ରାଜି ଥିବା ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ। କ୍ଷତିଗ୍ରସ୍ତ ଜମାକାରୀଙ୍କ ସତ୍ୟାଗ୍ରହକୁ ନେଇ ଏକ ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଏଥିରେ କେତେ କମ୍ପାନୀ ସଂପୃକ୍ତ, କେତେ ସଂପତ୍ତି ସିଜ୍ ହୋଇଛି, କେତେ ଟଙ୍କା ଆଦାୟ ହୋଇଛି ଏବଂ କେତେ ଗଚ୍ଛିତ ଅଛି ସେ ତଥ୍ୟ ଶ୍ୱେତପତ୍ରରେ ରହିବ। ସେହିଭଳି କେବଳ […]

  • Tuesday, 20 July 2021
mayurvanja
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ମୟୂରଭଞ୍ଜ: ହାଟରୁ ଫେରିବାରେ ବିଳମ୍ବ ହେବାରୁ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କପ୍ତିପଦା ଥାନା ମୟୂରନଚା ଗାଁରେ। ମୃତକ ଜଣକ ହେଲେ ବୁଦ୍ଧି ନାଏକ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅଭିଯୁକ୍ତ ସ୍ୱାମୀ ଅଶୋକ ନାଏକଙ୍କୁ ପୁଲିସ୍‌ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ବୁଦ୍ଧି ହାଟକୁ ଯାଇଥିବାବେଳେ ଘରକୁ ଫେରିବାରେ ବିଳମ୍ବ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ଅଶୋକ ଏକ କାଠ ଫାଳିଆରେ ସ୍ତ୍ରୀକୁ […]

  • Tuesday, 20 July 2021
3
ବିଜେଡି ବିଧାୟକ ଦେବାଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ଓଡ଼ିଆ ଯବାନଙ୍କ ଶୋକସନ୍ତପ୍ତ ପରିବାର ପାଇଁ ରାଜ୍ୟବ୍ୟାପି ସମବେଦନାର ସୁଅ ଛୁଟୁଛି। ଏଭଳି ସ୍ଥିତିରେ ବିଜେଡ଼ି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଆଚରଣକୁ ନେଇ ଦେଖାଦେଇଛି ଅସନ୍ତୋଷ। ନିଜ ଜିଲ୍ଲା ତଥା କଟକ ରତନପୁର ଗାଁର ସହିଦ ମନୋଜ ବେହେରାଙ୍କ ଦାଦାଙ୍କୁ ସେ ଯେଉଁଭଳି ଭାବେ ଦୁର୍ବ୍ୟବହାର କରିଛନ୍ତି, ତାହାର ଭିଡ଼ିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।   […]

  • Tuesday, 20 July 2021
kalingnagar2
ଉତ୍ତପ୍ତ ଲୁହା ପଡ଼ି ୫ ଶ୍ରମିକ ଗୁରୁତର

ଯାଜପୁର: ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ। ସେମାନଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରମାନେ ହେଲେ, ଉମାନାଥ ଯାଦବ, ମାନସ ମଲ୍ଲିକ, ସୁନୀଲ ମାଝି ଏବଂ ଉମେଶ ରାୟ। ତେବେ ଜଣେ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି।

  • Tuesday, 20 July 2021
minor
ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ୧୫ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଏକ ରାଲିରେ ଯୋଗଦେବା ପାଇଁ ଦୁଇ ଜଣଙ୍କ ସହ ଅନୁଗୁଳରୁ କଟକ ଆସିଥିଲେ। କିନ୍ତୁ ରାଲି ପରେ ସେମାନେ ନାବାଳିକାଙ୍କୁ ମଙ୍ଗଳବାଗ ଅଞ୍ଚଳରେ ରଖିଥିଲେ। ରାତିରେ ପାଖ ଘରେ ରହୁଥିବା ୫ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେବେ ଆଜି କୌଶଳକ୍ରମେ ନାବାଳିକା ଜଣଙ୍କ ଜଣେ ଅଟୋ ଡ୍ରାଇଭର ସହାୟତାରେ କଟକ ଜିଆରପି ଥାନାରେ ଅଭିଯୋଗ କରିଥିଲେ। […]

  • Tuesday, 20 July 2021
hhhhhll
ନବୀନଙ୍କ ୯ଟି ପ୍ରଶ୍ନର ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସରେ ମୁହାଁ ମୁହିଁ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତା’ର କାଉଣ୍ଟର୍ କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ତେବେ ନବୀନ ପଚାରିଥିବା ପ୍ରଶ୍ନର ଜୋର୍‌ଦାର୍ ଢଙ୍ଗରେ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଜବାବ ମାଗୁଛି ଓଡ଼ିଶା ରଥଯାତ୍ରା’ କାର୍ଯ୍ୟକ୍ରମରେ ସେ କହିଛନ୍ତି, ଚିଟ୍‌ଫଣ୍ଡ୍‌, ପିସି, ଭ୍ରଷ୍ଟାଚାର ଦାନବକୁ […]

  • Tuesday, 20 July 2021
g
ଭଙ୍ଗା ଦଦରା ଘରେ ଚାଲିଛି ପିଲାଙ୍କ ପାଠପଢ଼ା

ସୁବର୍ଣ୍ଣପୁର/ବୌଦ୍ଧ: ଛାତ୍ରଛାତ୍ରୀମାନେ ସୁବିଧାରେ ପାଠ ପଢ଼ିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଏବେ ବି ଅନେକ ସ୍ଥାନରେ ଭଙ୍ଗା ଦଦରା ସ୍କୁଲ୍‌ ଘରେ ପିଲା ପାଠ ପଢୁଥିବା ବେଳେ ଆଉ କେଉଁଠି ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ତିଆରି ହେଇଥିବା ଛାତ୍ରୀନିବାସ ଅଧପନ୍ତରିଆ ହୋଇପଡ଼ିରହିଛି। ପୁଣି ସ୍କୁଲରେ ଶିକ୍ଷକଙ୍କ ଅଭାବ ରହିଥିବା ବେଳେ ଦୂରଦୂରାନ୍ତରରୁ ଆସୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲ ନ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଏଭଳି ସ୍ଥିତି […]

  • Tuesday, 20 July 2021
women
ଭିଜିଲାନ୍ସ ଜାଲରେ ମହିଳା ଅଧିକାରୀ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପଡ଼ିଲେ ଜଟଣୀ ମହିଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲଳିତା କପୁର। ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଅବସରପ୍ରାପ୍ତ କର୍ମଚାରୀ ଭିକ୍ଷାକାରୀ ସାହୁଙ୍କ ବକେୟା ଟଙ୍କା କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଲଳିତା ଧରା ପଡ଼ିଛନ୍ତି। ଭିକ୍ଷାକାରୀ ୩ ବର୍ଷ ତଳେ ଅବସର ନେଇଥିଲେ ମଧ୍ୟ ତାଙ୍କର ଗ୍ରାଚୁଇଟି ବାବଦକୁ ୪ ଲକ୍ଷ ଟଙ୍କା ବକେୟା ପଡ଼ିଥିଲା। ଏହି ଟଙ୍କା ପାଇବା ପାଇଁ […]

  • Tuesday, 20 July 2021
kidny
ବ୍ୟାପୁଛି କିଡ୍‌ନୀ ରୋଗ: ନେଲାଣି ୪ ଜୀବନ

କଳାହାଣ୍ଡି: ଧର୍ମଗଡ଼ ବ୍ଲକ୍‌ ଚାଉଳିଆପଡ଼ା ଗାଁରେ କିଡ୍‌ନୀ ରୋଗର ଆତଙ୍କ ଦେଖିବାକୁ ମିଳିଛି। ଗାଁର ୪ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ବେଳେ ଏବେ ବି ଅନେକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଲୋକେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସା ନେଇ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି ଲୋକେ। ଗାଁର ଦୂଷିତ ଜଳ ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ଲୋକେ ଅଭିଯୋଗ କରିଛନ୍ତି। ଲେକେ ଚିକିତ୍ସା ପାଇଁ ବିଷମକଟକ, ନବରଙ୍ଗପୁର […]

  • Tuesday, 20 July 2021
bdo
ପିଠା କାର୍ଯ୍ୟକ୍ରମରେ ବିଡିଓ ହଟହଟା

ନବରଙ୍ଗପୁର: ପିଠା କାର୍ଯ୍ୟକ୍ରମରେ ସରକାରଙ୍କ ଗୁଣଗାନ କରି ହଟହଟା ହୋଇଛନ୍ତି ନନ୍ଦହାଣ୍ଡି ବିଡିଓ। ସରକାରୀ ଯୋଜନାର ସଫଳତା କହିବା ବେଳେ ଏହାର କାର୍ଯ୍ୟକାରିତା ଶୂନ୍ ଅଭିଯୋଗ କରିବା ସହ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। କାଳିଆ ଓ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ସୁବିଧା ମିଳୁନଥିବା ଅଭିଯୋଗ କରିଥିଲେ। ଦୁଇ ବର୍ଷ ହେଲା ପୋଖରୀର ପୁନରୁଦ୍ଧାର ହୋଇ ନ ଥିବାରୁ ବିଡିଓଙ୍କୁ ଲୋକେ ଘେରିଥିଲେ। ମେଣ୍ଟ୍ରି ଗାଁ ଠାରେ ପିଠା କାର୍ଯ୍ୟକ୍ରମ ସାରି ବିଡିଓ ଫେରୁଥିବା ବେଳେ ଗ୍ରାମବାସୀ […]

  • Tuesday, 20 July 2021
bjd
ବିଜେଡି ପ୍ରତିଷ୍ଠା ଦିବସରେ କେନ୍ଦ୍ର ଉପରେ ବର୍ଷିଲେ ନବୀନ

ଭୁବନେଶ୍ୱର: ଆଜି ବିଜେଡିର ୨୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ଜୋରଦାର୍ ବର୍ଷିଛନ୍ତି। ଖୋର୍ଦ୍ଧା ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସରକାରଙ୍କୁ ଯେଭଳି ୯ଟି ପ୍ରଶ୍ନ ପଚାରିଥିଲେ, ତାର କାଉଣ୍ଟର କରି ନବୀନ ବି କେନ୍ଦ୍ରକୁ ୯ଟି ପ୍ରଶ୍ନବାଣ ମାରିଛନ୍ତି। ଯେଉଁଥିରେ ରହିଛି ରାଜ୍ୟରେ ଜାତୀୟ ରାଜପଥର ଦୁରବସ୍ଥା, ମୋବାଇଲ୍ ନେଟ୍ଓ୍ୱର୍କରେ ସମସ୍ୟା, ରେଲ୍‌ୱେ କ୍ଷେତ୍ରରେ ଅବହେଳା, ବ୍ୟାଙ୍କିଙ୍ଗ୍‌ ସେବା ସବୁଠି ନ ପହଞ୍ଚିବା, କୋଇଲା ରୟାଲ୍‌ଟି ବୃଦ୍ଧି ନହେବା, […]

  • Tuesday, 20 July 2021
photo
ରାଜଧାନୀରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ମହାମେଳି

ଭୁବନେଶ୍ୱର: ରାଜଧାନୀରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତମାନେ ଅନିର୍ଦ୍ଦିଷ୍ଟ କାଳ ଯାଏ ସତ୍ୟାଗ୍ରହ କରିଛନ୍ତି। ଟଙ୍କା ଫେରାଇବା ପାଇଁ ଦେଇଥିବା ପ୍ରତିଶ୍ରୁତି ସରକାର ପାଳନ କରି ନଥିବାରୁ ଏହାର ପ୍ରତିବାଦ କରି ଏହି ସତ୍ୟଗ୍ରହ କରାଯାଇଛି। ଜମାକାରୀ ମିଳିତ ମଞ୍ଚର ଡାକରାରେ ଆଜି ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଜମାକାରୀ ପ୍ରଥମେ ମାଷ୍ଟରକ୍ୟାଣ୍ଟିନରୁ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚି ଧାରଣା ଓ ସତ୍ୟାଗ୍ରହ କରିଛନ୍ତି। ଏନେଇ ଆଜି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ  ଦାବିପତ୍ର ଦେବାକୁ ସ୍ଥିର କରିଛି ଜମାକାରୀ […]

  • Tuesday, 20 July 2021
car accident
ରାଜଧାନୀରେ କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର: କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବିରେ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତାରୋକ କରିଥିଲେ। ଫଳରେ କଳିଙ୍ଗ ଷ୍ଟୁଡିଓ-ଖଣ୍ଡଗିରି ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ମୃତ ମହିଳାଙ୍କ ନାଁ ଲାବଣ୍ୟ ସ୍ୱାଇଁ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଭୁବନେଶ୍ୱର ଖଣ୍ଡଗିରି-କଳିଙ୍ଗ […]

  • Tuesday, 20 July 2021