• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ନ
ଓଡ଼ିଶା ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଓ ଇଂଜିନିୟର୍ସ ସଂଘର ବିକ୍ଷୋଭ

ଭୁବନେଶ୍ୱର: ‘ଆମ ଭାଗ୍ୟକୁ ଅନ୍ଧାର ଭିତରକୁ ଠେଲିଦେଲେ, ଆମେ ବି ସମଗ୍ର ରାଜ୍ୟକୁ ଅନ୍ଧାର କରି ଦେବୁ।’ ଲୋୟର୍‌ ପିଏମ୍‌ଜିରେ ଆନ୍ଦୋଳନ ସମୟରେ ବିଦ୍ୟୁତ୍‌ ଶ୍ରମିକମାନେ ସରକାରଙ୍କୁ କିଛି ଏହିଭଳି ଚେତାବନୀ ଦେଇଛନ୍ତି। ଶ୍ରମିକମାନେ କେବଳ ଯେ ଧାରଣା ଦେଇଥିଲେ ତାହା ନୁହେଁ, ପୁଲିସ୍ ସହିତ ଧସ୍ତାଧସ୍ତି ହେବାର ବି ଦେଖିବାକୁ ମିଳିଥିଲା। ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ବିଦ୍ୟୁତ ଶ୍ରମିକ, ଇଞ୍ଜିନିୟରମାନଙ୍କ ଏକତା ମଞ୍ଚ ଗତ ୬ ତାରିଖରୁ ଆନ୍ଦୋଳନ ଜାରି ରଖିଛି। ବିଦ୍ୟୁତ ବିଭାଗ […]

  • Tuesday, 20 July 2021
rail track
ରେଳ ଧାରଣାରେ ଫାଟ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସିଙ୍ଗାପୁର ରୋଡ୍ ଷ୍ଟେସନ୍ ନିକଟ ରେଳ ଧାରଣାରେ ଫାଟ ସୃଷ୍ଟି ହେବା ଯୋଗୁ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଫଳରେ ଦୁର୍ଗ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ତେବେ ରେଳ କର୍ମଚାରୀଙ୍କ ଦ୍ୱାରା ମରାମତି ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ଡିସେମ୍ବର ମାସରେ ସେହି ରୁଟ୍‌ରେ ରେଳ ଧାରଣାରେ ଫାଟ ଦେଖା ଦେଇଥିଲା।

  • Tuesday, 20 July 2021
gajnei
ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ

ଭୁବନେଶ୍ୱର: ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖଣ୍ଡଗିରି ଅଞ୍ଚଳରେ ଧରିଲା ପୁଲିସ୍। ୧୦୮ ମେଡିସିନ୍ ଲେଖାଥିବା ଦୁଇଟି କାର୍ଟୁନ୍‌ରେ ୩୦ କେଜିରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ କମିଶନରେଟ ପୁଲିସର କ୍ୱିକ୍ ଆକ୍‌ସନ୍ ଟିମ୍‌ ଏହାକୁ ଜବତ କରିଛି। ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହି ସବୁ ଗଞ୍ଜେଇ ରାୟଗଡ଼ା ଓ କନ୍ଧମାଳରୁ ବସ୍ ଯୋଗେ ଅଣା ଯାଇଥିଲା। ପରେ କାର ଯୋଗେ ଏହି ଗଞ୍ଜେଇ ଠିକଣା […]

  • Tuesday, 20 July 2021
fire
ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ

ଜଗତସିଂହପୁର: ନିଆଁ ଲାଗି କଲେଜ ଛାତ୍ରୀ ଜୀବନ୍ତ ଦଗ୍ଧ। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ୍‌ ଅନ୍ତର୍ଗତ ରାଉତ ନୂଆଗାଁରେ ଏହି ଅଘଟଣ ଘଟିଛି। ମୃତ ଛାତ୍ରୀଙ୍କ ନାଁ ମାମା ଦାସ। ସେ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ କଲେଜରେ ଯୁକ୍ତ ୨ର ଛାତ୍ରୀ ଥିଲେ। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଛାତ୍ରୀଙ୍କ ଘରେ କୌଣସି କାରଣବଶତଃ ନିଆଁ ଲାଗି ଯାଇଥିଲା। ତେବେ ଘରେ ଏକୁଟିଆ ଥିବା ଛାତ୍ରୀ ଜଣକ ଏହି ନିଆଁରେ ପୋଡ଼ି ହୋଇ ଯାଇଥିଲେ ବୋଲି […]

  • Tuesday, 20 July 2021
nikita 11
ସାମ୍‌ନାକୁ ଆସିଲା ନିକିତାଙ୍କ ମୃତ୍ୟୁ ଘଟଣାର ରହସ୍ୟ: ସ୍ୱାମୀ ହିଁ ଭିଲେନ୍‌!

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ।  ନିକିତାଙ୍କ ମୃତ୍ୟୁ ଘଟଣାରେ ଆଜି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ।  ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ସେ ଦାୟୀ ବୋଲି ଡିସିପି ସୂଚନା ଦେଇଛନ୍ତି। ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥାକୁ ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁ  ନିକିତା ଖସିପଡ଼ିଥିବା ଡିସିପି କହିଛନ୍ତି।  ଲିପନର ବାପା ମାଆଙ୍କୁ ମଧ୍ୟ ଏ […]

  • Tuesday, 20 July 2021
nikita
‘ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ’

କଟକ: ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଲିପନ ଦାୟୀ। ପାରିପାର୍ଶ୍ୱିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ଥିବା ଜଣାପଡ଼ିଛି। ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥାକୁ ଲିପନ ସ୍ୱୀକାର କରିଛନ୍ତି। ବଚସା ପରେ ଉଭୟଙ୍କ ମଧ୍ୟରେ ଛାତ ଉପରେ ଠେଲାପେଲା ଯୋଗୁ ନିକିତା ଖସିପଡ଼ିଥିବା କଟକ ଡିସିପି ଅଖିଳେଶ୍ୱର ସିଂ କହିଛନ୍ତି। ଲିପନଙ୍କୁ ବାପା ମାଆଙ୍କୁ ମଧ୍ୟ ଏ ନେଇ ପଚରାଉଚରା କରାଯାଇଛି। ଉଭୟଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ ହୋଇଛି […]

  • Tuesday, 20 July 2021
niranjan
୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦିଲ୍ଲୀକୁ ପିକ୍‌ନିକ୍ କରିବାକୁ ଯାଇଛି ବିଜେଡି: ନିରଞ୍ଜନ

ଭୁବନେଶ୍ୱର: ଚାଷୀଙ୍କ ନାଁରେ ପିକ୍‌ନିକ୍‌ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ଦିଲ୍ଲୀ ଯାଇଛନ୍ତି। ଏହି ପିକିନିକ୍‌ ଖର୍ଚ୍ଚ ୫୨ ଲକ୍ଷ ଟଙ୍କା କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆକ୍ଷେପ କରିଛନ୍ତି। Today Naveen Patnaik and Co. are going on a picnic to Delhi which costs Rs 52 lakh. They are doing this in the name of the farmers. Had this […]

  • Tuesday, 20 July 2021
pm
ପିଏମ୍‌ କିଷାନ ଓ କାଳିଆକୁ ନେଇ ବଢ଼ୁଛି କେନ୍ଦ୍ର, ରାଜ୍ୟ କଳି

ଭୁବନେଶ୍ୱର(ପ୍ରଭାତ ବିଶୋଇ ହରିହର ଚାନ୍ଦ): କେନ୍ଦ୍ରର ପିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରିବାରେ ଜାଣିଶୁଣି ଅବହେଳା କରୁଛନ୍ତି କି ରାଜ୍ୟ ସରକାର? କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ମନ୍ତବ୍ୟ ପରେ ଏଭଳି ଚର୍ଚ୍ଚା ଲାଗି ରହିଛି। ରାଧାମୋହନ କହିଛନ୍ତି, ରାଜ୍ୟରେ ୩୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ରାଜ୍ୟ ସରକାର ମାତ୍ର ୮ଲକ୍ଷ ୬୫ ହଜାର ଚାଷୀଙ୍କ ତାଲିକା କେନ୍ଦ୍ର ପାଖକୁ ପଠାଇଛନ୍ତି। ସେଥିରେ ପୁଣି ୧ଲକ୍ଷ ଚାଷୀଙ୍କ ତଥ୍ୟରେ ହେରଫେର ହୋଇଥିବା ଅଭିଯୋଗ […]

  • Tuesday, 20 July 2021
accident
ଟ୍ରେଲର୍‌ ଗାଡ଼ିକୁ ପଛପଟୁ ଧକ୍କା ଦେଲା କଣ୍ଟେନର

କଟକ: କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରେଲର ଗାଡ଼ିକୁ ପଛପଟୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଛନ୍ତି କଣ୍ଟେନର ଡ୍ରାଇଭର ଓ ହେଲ୍‌ପର। ପୁଲିସ୍‌ ଓ ଦମକାଳବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର୍‌ ସାହାଯ୍ୟରେ ଦୁଇ ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ […]

  • Tuesday, 20 July 2021
jee
ଆଜିଠୁ JEE ମେନ୍‌ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଛି। ସାରା ଦେଶରେ ୯ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମ ଦିନରେ B.Arch and B.Planning courseର ପେପର-ଟୁ ପରୀକ୍ଷା ହେଉଛି। ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ୧୨.୩୦ ପର୍ଯ୍ୟନ୍ତ ଏହା ଚାଲିବ। ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା […]

  • Tuesday, 20 July 2021
accident 1
ଟ୍ରକ୍‌କୁ ପଛରୁ ପିଟିଲା ଟୁରିଷ୍ଟ୍ ବସ୍‌

ଯାଜପୁର: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟୁରିଷ୍ଟ୍ ବସ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ଯାଜପୁର ଜିଲ୍ଲା ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍‌ଟି କୋଲକାତାର ଦମ୍‌ଦମ୍‌ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଆଜି ଭୋରରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା ଓ ଆହତ ମାନଙ୍କୁ ଉଦ୍ଧାର କରି […]

  • Tuesday, 20 July 2021
rahul gandhi
୨୫ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସେହି ଦିନ ରାହୁଲ ଗାନ୍ଧି ଏକ ସାଧାରଣ ସଭା ଓ ଦଳୀୟ ମିଟିଂରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପିସିସି ସଭାପତି କହିଛନ୍ତି। ତେବେ ରାହୁଲ ଗାନ୍ଧି ଉପକୂଳବର୍ତ୍ତୀ କୌଣସି ଏକ ଜିଲ୍ଲାରେ ସାଧାରଣ ସଭାରେ ଯୋଗ ଦେବେ ବୋଲି ଦିଲ୍ଲୀ ଗସ୍ତରେ ଯାଇଥିବା ନିରଞ୍ଜନ କହିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ […]

  • Tuesday, 20 July 2021
desii
ଓଡ଼ିଶାର ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସ୍ଥିତି ଲାଗି ରହିଛି। ଏପରି କ୍ଷେତ୍ରରେ ଦେଶର ବିମାନ ବନ୍ଦରଠାରୁ ଆରମ୍ଭ କରି ମେଟ୍ରୋ ଷ୍ଟେସନ୍‌ଗୁଡ଼ିକରେ ଆଲର୍ଟ ଜାରି କରାଯାଉଛି। ତେବେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କରି ଓଡ଼ିଶାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ସବୁ ଜିଲ୍ଲାର ଏସ୍‌ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର, ଏୟାରପୋର୍ଟ, କ୍ଷେପଣାସ୍ତ୍ର ଘାଟିର ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାଜ୍ୟର ଅନ୍ୟ ସମସ୍ତ […]

  • Tuesday, 20 July 2021
crow
ପୁରୀରେ କାଉ ମଡ଼କ

ପୁରୀ: ପୁରୀରେ କାଉ ମଡ଼କ। ପୁରୀ ଜିଲ୍ଲା ବାଙ୍କିମୁହାଣ ନିକଟ ନୂତନ ପାର୍କ ନିକଟରେ ଆଜି ସକାଳୁ କିଛି କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଦଶରୁ ଅଧିକ କାଉ ମରି ପଡ଼ିଥିବାରୁ ପୁଣି ପୁରୀରେ ବାର୍ଡ ଫ୍ଲୁ ଆଶଙ୍କା ଦେଖା ଦେଇଛି। ତେବେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଥିବା ଯୋଗୁ କାଉଗୁଡ଼ିକ ମରି ଯାଇଛନ୍ତି ନା ଏହା ବାର୍ଡଫ୍ଲୁ ଜନିତ ମୃତ୍ୟୁ, ତାହା ସ୍ପଷ୍ଟ ହୋଇନାହିଁ। ନିକଟରେ ଚିଲିକା ଓ ବାଲୁଖଣ୍ଡ ଅଭୟାରଣ୍ୟ ଥିବାରୁ ବିଦେଶାଗତ […]

  • Tuesday, 20 July 2021
representational image
ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ। ରାଉରକେଲାର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ରାଉରକେଲା ରେଳବାଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଗଣଦୁର୍ଷ୍କମର ଶିକାର ହୋଇଥିବା ଛାତ୍ରୀ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୩୧ ତାରିଖ ଦିନ କଲେଜ ଛୁଟି ହେବା ପରେ ଛାତ୍ରୀ ଜଣକ ନିଜ ଘର ଝାରସୁଗୁଡ଼ା ଯିବା ପାଇଁ ରାଉରକେଲା ରେଳ ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା […]

  • Tuesday, 20 July 2021
nikita
ଅଭିନେତ୍ରୀ ନିକିତାଙ୍କ ବାପା ଆଣିଲେ ହତ୍ୟା ଅଭିଯୋଗ; ସ୍ୱାମୀ ଅଟକ

କଟକ: ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରିଛନ୍ତି ତାଙ୍କ ସ୍ୱାମୀ। ନିକିତାଙ୍କ ବାପା ସନାତନ ବେହେରା ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ, ଶାଶୂ ଘର ଲୋକେ ନିକିତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ସେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେ ଚାଉଳିଆଗଞ୍ଜ ଥାନାରେ ନିକିତାଙ୍କ ସ୍ୱାମୀ ଲିପନ ସାହୁ, ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଆଇପିସିର ଧାରା ୩୦୨, […]

  • Tuesday, 20 July 2021
accident
ଅଜଣା ଗାଡ଼ିକୁ ଧକ୍କା ଦେଲା କାର୍‌; ଚାଲିଗଲା ୫ଜଣଙ୍କ ଜୀବନ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡେରାବିଶ ଥାନା ଅନ୍ତର୍ଗତ ଅଳାବାଙ୍କ ଛକ ୫ ନମ୍ବର (କ) ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ିକୁ କାର୍‌ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଗୁପ୍ତିରାଜନଗର ଅଞ୍ଚଳର ରାଜେଶ ଜେନା, ପଟ୍ଟାମୁଣ୍ଡାଇ ବେଲ୍‌ତଳ ଅଞ୍ଚଳର ଦେବାଶିଷ ସେଠୀ, ଗରାପୁରର ହରେକୃଷ୍ଣ ସାହୁ (ଡ୍ରାଇଭର) ଓ […]

  • Tuesday, 20 July 2021
bbsr
ACPଙ୍କ ପୁଅର ଆତ୍ମହତ୍ୟା!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଏସିପି ସଞ୍ଜୀବ ଶତପଥୀଙ୍କ ନାବାଳାକ ପୁଅର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସଞ୍ଜୀବ ପୁଅଙ୍କ ମୃତଦେହକୁ ତାଙ୍କ ସରକାରୀ ବାସଭବନରୁ ଫ୍ୟାନ୍‌ରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ପୁଅ ଭୁବନେଶ୍ୱରର ଏକ ଘରୋଇ ସ୍କୁଲ୍‌ରେ ପାଠ ପଢ଼ୁଥିଲେ। ସେ ସପ୍ତମ ଶ୍ରେଣୀର ଛାତ୍ର ଥିଲେ ଓ ତାଙ୍କର ବୟସ ୧୨ବର୍ଷ ହେବବୋଲି ଜଣାପଡ଼ିଛି। ଏସିପି ସଞ୍ଜୀବ […]

  • Tuesday, 20 July 2021
accident 1
ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍‌

ଖୋର୍ଦ୍ଧା: ପିକ୍‌ନିକ୍‌ ବସ୍‌କୁ ଧକ୍କା ଦେଲା ଟ୍ରକ୍‌। ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲ୍‌ଗେଟ୍ ନିକଟରେ ଏକ ପିକ୍‌ନିକ୍‌ ବସ୍‌ର ସାମ୍ନାପଟୁ ଟ୍ରକ୍‌ ଦେବା ଫଳରେ ୩୦ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିକ୍‌ନିକ୍‌ ଲାଗି ଭଦ୍ରକରୁ ଗଞ୍ଜାମର ତାରା ତାରିଣୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

  • Tuesday, 20 July 2021
Bhitarkanika
ଆଜିଠୁ ଭିତରକନିକା ବନ୍ଦ

ଭୁବନେଶ୍ୱର: ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ। ଏଥିପାଇଁ ୧୬ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହାଛଡ଼ା ଭିତରକନିକାରେ ଥିବା କୁମ୍ଭୀରଙ୍କ ଗଣନା ମଧ୍ୟ କରାଯିବ। ବମ୍ବେ ନାଚୁରାଲ୍‌ ହ୍ରିଷ୍ଟ୍ରି ସୋସାଇଟିର ଉପନିର୍ଦ୍ଦେଶକ ଡଃ ବାଲ୍‌ଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି।

  • Tuesday, 20 July 2021
fala
ବାତ୍ୟା ଓ ବନ୍ୟା ପରେ ରୋଗପୋକ ଦାଉ: ଉଜୁଡ଼ିବାକୁ ବସିଛି ମୁଗ ଓ ବିରି ଫସଲ

ଗଞ୍ଜାମ: ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ  ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଲାଗି ଦାଉ ସାଜିଛି ଜଉ ପୋକ। କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଚଳିତ ବର୍ଷ ବିହନ ରଖିବା ଲାଗି ମୁଗ ଓ ଫସଲ ମିଳିବ କି ନାହିଁ ସେ ନେଇ ଚାଷୀ ସନ୍ଦେହରେ ଅଛନ୍ତି। ଏନେଇ […]

  • Tuesday, 20 July 2021
album actress
ମୃତ ଆଲ୍‌ବମ୍‌ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟଣାରେ ଧ୍ରୁବରାଜଙ୍କୁ ପଚରାଉଚରା

ଝାରସୁଗୁଡ଼ା: ସମ୍ବଲପୁରୀ ଆଲ୍‌ବମ୍ ଅଭିନେତ୍ରୀ ସିମ୍‌ରନ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍‌ଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା ଚାଲିଛି। ପୋକ୍‌ସୋ ଆଇନ୍‌ ଅନୁଯାୟୀ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ବଲାଙ୍ଗିର ବେଲପଡ଼ା ପୁଲିସ୍‌ ଧ୍ରୁବରାଜଙ୍କୁ ଅଟକ ରଖିଥିଲା। ପୂର୍ବରୁ ସିମ୍‌ରନ୍‌ଙ୍କୁ ପ୍ରେମ ବିବାହ କରିଥିବା ସେ ସ୍ୱୀକାର କରିଛନ୍ତି। ମନୋମାଳିନ୍ୟ ଯୋଗୁ କିଛି ଦିନ ହେବ ସିମ୍‌ରନ୍  ତାଙ୍କ ଠାରୁ ଅଲଗା ରହୁଥିବା ସେ କହିଥିଲେ। ତେବେ ସିମ୍‌ରନ୍‌ଙ୍କୁ […]

  • Tuesday, 20 July 2021
accident 1
ଓଲଟି ପଡ଼ିଲା ଅଟୋ; ଜଣେ ମୃତ, ୧୦ ଗୁରୁତର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ କୁଆମ୍ବା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ନାଁ ଅକାଳ ଗୌଡ଼। ଆହତଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

  • Tuesday, 20 July 2021
sarapanch
ସରପଞ୍ଚଙ୍କୁ ହତ୍ୟା ଧମକ

ନୟାଗଡ଼: ସରପଞ୍ଚଙ୍କୁ ହତ୍ୟା ଧମକ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଘର ଆଗରେ ଏକ ପାର୍ସଲ ସହ ହତ୍ୟା ଧମକ ଥିବା ଏହି ଚିଠି ମିଳିଛି। ଚିଠିରେ ସରପଞ୍ଚ ସୌମ୍ୟରଞ୍ଜନ ବିଧାୟକ ଅରୁଣ ସାହୁଙ୍କୁ କ୍ଷମା ମାଗନ୍ତୁ ବୋଲି ଲେଖା ଯାଇଛି। ଏହା ସହ ଥାନାରେ କରିଥିବା ମାମଲା ଉଠାଇ ନେବାକୁ ଧମକ ମଧ୍ୟ ଦିଆଯାଇଛି। ଚିଠିଟିକୁ ବୋଦାପଡ଼ା ଗ୍ରାମବାସୀ ଲେଖିଥିବା ନେଇ ଉଲ୍ଲେଖ […]

  • Tuesday, 20 July 2021
bird
ଚିଲିକାରେ ପକ୍ଷୀ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ଚିଲିକାରେ ଦେଢ଼ ଲକ୍ଷ ପକ୍ଷୀ ଅଧିକ ହୋଇଛନ୍ତି। ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଥିବା ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣା ପଡିଛି। ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି। ଗତ ଦଶ ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣା ପଡ଼ିଛି। […]

  • Tuesday, 20 July 2021