ଭୁବନେଶ୍ୱର : ଗୁଜରାଟର ସୁରତରେ ରହୁଥିବା ୭ ଲକ୍ଷରୁ ଅଧିକ ଓଡ଼ିଆଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ। ପ୍ରବାସୀ ଓଡ଼ିଆଙ୍କ ପାଇଁ ସୁରତରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ଯୋଗ ଦେବାକୁ ଆଜି ମୁଖ୍ୟମନ୍ତ୍ରୀ ପ୍ରଥମ ଥର ସେଠାକୁ ଗସ୍ତ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡିର କିଛି ବରିଷ୍ଠ ନେତା ଓ ମନ୍ତ୍ରୀ ସେଠାରେ ଡେରା ପକାଇଛନ୍ତି। ଚର୍ଚ୍ଚା ହେଉଛି, ଓଡ଼ିଶା ମହୋତ୍ସବ ଆଳରେ ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ଏହି କାର୍ଯ୍ୟକ୍ରମର ଅସଲ […]
ବଲାଙ୍ଗିର: କଣ୍ଟାବାଞ୍ଜିରେ ବିଜେପିର ପଛୁଆ ବର୍ଗ ମହାସମ୍ମିଳନୀ ଅବସରରେ ଓବିସି କାର୍ଡ ଖେଳିଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଳ ଯାଦବ। ଏଥିସହିତ ବିନା ପିସିରେ ରାଜ୍ୟରେ କୌଣସି ଉନ୍ନୟନମୂଳକ କାମ ହେଉନାହିଁ ବୋଲି ଅଭିଯୋଗ କରିବା ସହ ନବୀନଙ୍କୁ ପିସି ବାବୁ ବୋଲି ଆକ୍ଷେପ କରିଛନ୍ତି ରାମକ୍ରିପାଳ। ତେବେ ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।୧୯ ବର୍ଷ ଶାସନ ପରେ ବି ଚାଷୀଙ୍କୁ ପାଣି ମୁନ୍ଦେ ପହଞ୍ଚାଇବାରେ ବିଫଳ ହୋଇଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କୁ […]
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ଘୂର୍ଣ୍ଣିଝଡ଼ ପେତାଇ। ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେଉଛି। ପେତାଇ ପାଇଁ ରେଲ୍ୱେ ପକ୍ଷରୁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ଟ୍ରେନ୍କୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବା ବ୍ୟବସ୍ଥା କରାଯିବା ସହ ରୁଟ୍ରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ହାୱଡ଼ା-ଚେନ୍ନାଇ ମେଲ୍ ନୂଆପଡ଼ାରୁ ଦେଇ ବିଜୟନଗରମ୍ରେ ରହିବ। ସେହିପରି ସାଲିମାର-ତ୍ରିଭେନ୍ଦ୍ରମ ଏକ୍ସପ୍ରେସ୍ ପଲାସାରେ ରହିବ। […]
ଗଞ୍ଜାମ: ପୁଣି ଥରେ ବିପଦରେ ଗଜରାଜ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତାରାସିଂ ରେଞ୍ଜରୁ ମିଳିଛି ଆଉ ଏକ ଦନ୍ତା ହାତୀର ମୃତଦେହ। ତାରାସିଂ ରେଞ୍ଜ୍ ବାରଦଣ୍ଡା ଢେପସାହି, କୋକଳବା ନାଳ ନିକଟରୁ ହାତୀର ମୃତଦେହ ମିଳିଛି। ତେବେ ହାତୀର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ସୂଚନାଥାଉ କି, ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍ରୁ ଏକ ଦନ୍ତା […]
ବ୍ରହ୍ମପୁର: ଖଲ୍ଲିକୋଟ କନ୍ଧିଗାଁର କୁକୁଡ଼ିଆ ପୋଖରୀ ଠାରୁ ଏକ ଡକାୟତ ମାମଲାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୯ କିଲୋ ୩ଶହ ଗ୍ରାମ ରୂପା, ୧୨୬ ଗ୍ରାମ ସୁନା ଓ ୧୯ହଜାର ଟଙ୍କା, ୨ ଟି ବାଇକ, ୬ଟି ମୋବାଇଲ ଜବତ ହୋଇଛି। ଗିରଫ ଡକାୟତମାନେ ହେଲେ, ଖଲ୍ଲିକୋଟ ଖୋଜାପଲ୍ଲୀ ଅଞ୍ଚଳର ଅଜୟ ଗୌଡ଼, ଜିତୁ ପାଣ୍ଡି ଓ ଚିଙ୍ଗୁଡ଼ିଖୋଲ ଗାଁର ଆଲୋକ ପ୍ରଧାନ ଅନ୍ୟ ୪ଜଣ ବାହାର ରାଜ୍ୟକୁ ଫେରାର ହୋଇଥିବା […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେତାଇ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଛି। ବଲାଙ୍ଗିରରେ ୩୧ମି.ମି ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୨୧ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଭବାନୀପାଟଣାରେ ସର୍ବାଧିକ ୩୭ ମି.ମି. ବର୍ଷା ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ବି ଝିପିଝିପି ବର୍ଷା ଲାଗି ରହିଛି। ‘ପେତାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଜି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେତାଇ’ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୬୨୦ କି.ମି., ଚେନ୍ନାଇଠାରୁ ୨୬୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ଠାରୁ ୨୮୦ କି.ମି. ଓ କାକିନାଡା ଠାରୁ ୩୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ […]
ବଲାଙ୍ଗିର/ଝାରସୁଗୁଡ଼ା: ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି କୋଶଳ ମହାବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଏହି ବନ୍ଦ ପାଳନ ହେଉଛି। ବଲାଙ୍ଗିରରେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବନ୍ଦ ପାଳନ ହେଉଥିବା ବେଳେ ଏହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଲାଗି ପଡ଼ିଛନ୍ତି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ବନ୍ଦ ପାଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆଜି ସକାଳୁ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିଛନ୍ତି। […]
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ‘ପେଥାଇ’ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ଶ୍ରୀଲଙ୍କାର ଟ୍ରିଙ୍କୋମାଲିଠାରୁ ୪୬୦ କି.ମି., ଚେନ୍ନାଇଠାରୁ ୪୯୦ କି.ମି., ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍ଠାରୁ ୬୪୦ କି.ମି. ଓ କାକିନାଡା ଠାରୁ ୬୭୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅପରାହ୍ନ ସୁଦ୍ଧା ଆନ୍ଧ୍ର ପ୍ରଦେଶ ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। […]
ବାଲେଶ୍ୱର: ବାଲେଶ୍ୱର ଗସ୍ତରେ ଯାଇ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ବାଲିଆପାଳ ଚୌମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଟାଟା ଷ୍ଟିଲ୍ର ମିଳିତ ସହଯୋଗରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ମୋଟ ୫ ହଜାର କୋଟି ଖର୍ଚ୍ଚ କରାଯିବ। ସେହିଭଳି ବାଲେଶ୍ୱର ପୁଲିସ୍ ଲାଇନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରରେ ପ୍ରସ୍ତାବିତ ରିଙ୍ଗରୋଡ୍।, ଇଡୋକା ଟାଓ୍ୱାର, ଚାନ୍ଦିପୁର ବଳରାମଗଡ଼ି ମାଛଧରା ବନ୍ଦର […]
ତେଲକୋଇ: ଅପହୃତ ନାବାଳିକାଙ୍କୁ ଉଦ୍ଧାର କଲା ପୁଲିସ୍। ଛତିଶଗଡ଼ରୁ ଅପହୃତ ଜଣେ ନାବାଳିକାଙ୍କୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜନସନପୁରରୁ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ଉକ୍ତ ନାବାଳିକାଙ୍କୁ ରଖାଯାଇ ଶାରୀରିକ ନିର୍ଯାତନା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବକଙ୍କୁ ଅଟକ ରଖିଛି। ଉତ୍ତରପ୍ରଦେଶ ବଲିୟା ଜିଲ୍ଲାରେ ଯୁବକଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଯୁବକ ଜଣକ ଛତିଶଗଡ଼ ରାୟପୁରରେ ଟ୍ରକ୍ ଚଳାନ୍ତି। ଟ୍ରକ୍ ଚଳାଉଥିବା ସମୟରେ ରାୟପୁରର […]
ଭୁବନେଶ୍ୱର: ଆସନ୍ତା ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଟେନ୍ସନ୍ରେ ଥିବା ବିଜେଡି ପାଇଁ ଅଡୁଆ ହୋଇଛି ମହିଳା କାର୍ଡ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ସାରିଥିବା ବିଜେଡି, ଟିକଟ୍ ବଣ୍ଟନ କ୍ଷେତ୍ରରେ ଖୋଦ୍ ନିଜେ କେତେ ଦୂର ଏହାକୁ କାର୍ଯ୍ୟକାରୀ କରିପାରିବ ତାକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ। ଦଳରୁ ମିଳିଥିବା ସୂଚନା ଅନୁସାରେ, ଆଇନ ଲାଗୁ ହୋଇନଥିବାରୁ ପ୍ରାୟ ୨୧ରୁ ୨୫ ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଦଳ କରସତ୍ ଆରମ୍ଭ କରିଛି। ବିଧାନସଭା […]
ଭୁବନେଶ୍ୱର: ଅନିଶ୍ଚିତତା ଭିତରେ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା। ଫେରସ୍ତର ପ୍ରକିୟା ଚିଟ୍ଫଣ୍ଡ କମିଶନଙ୍କ ଗତକାଲି ମନ୍ତବ୍ୟ ପରେ ଜମାକାରୀ ଚିହ୍ନଟ ପ୍ରକିୟା ଶେଷ ହେବାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କମିଶନଙ୍କ କହିବାନୁସାରେ କେବଳ ଯୁଦ୍ର ଜମାକାରୀ ଚିହ୍ନଟ ହେବାକୁ ଆହୁରି ଦୁଇରୁ ତିନି ବର୍ଷ ଲାଗିବ। ତେବେ ଯଦି ଏପରି ହୁଏ ତେବେ ସମସ୍ତ କ୍ଷତିଗ୍ରସ୍ତ ୨୦ ଲକ୍ଷ ଜମାକାରୀ ଚିହ୍ନଟ ହୋଇ ଟଙ୍କା କେବେ ଫେରିପାଇବେ ତା’ର ଉତ୍ତର କାହାରି ପାଖରେ […]
ବଣାଇ: ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଗୁଡ଼ିଆଳି ଗାଁରେ ଆଜି ଭୋର ସମୟରେ ୧୪ଟି ହାତୀ ଗାଁ ଭିତରକୁ ପଶି ପାଚେରି ଭାଙ୍ଗିବା ସହ ବାଡ଼ିରେ ଥିବା ପନିପରିବା ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ଖାଲି ଗୁଡ଼ିଆଳି ଗାଁ ନୁହେଁ ଘୁସୁରା, ଅଲେଖପୁର ଅଞ୍ଚଳରେ ମଧ୍ୟ ହାତୀପଲ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଗାଁ ଭିତରେ […]
କେନ୍ଦ୍ରାପଡ଼ା: ରାଜ୍ୟରେ ଥୁମୁନି ଦୁଷ୍କର୍ମ ଘଟଣା। ଯୁବତୀ ହୁଅନ୍ତୁ କିମ୍ବା ଶିଶୁ ଦୁଷ୍କର୍ମ ଶିକାର ହେଉଛନ୍ତି। ଏବେ ପୁଣି ଏକ ନାବାଳିକା ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ରାଜକନିକା ଥାନା ଅଞ୍ଚଳରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଘରପାଖ ବାଡ଼ିକୁ ଯାଇଥିବାବେଳେ ରଞ୍ଜନ ରାଉତ ନାମକ ଜଣେ ଯୁବକ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଏନେଇ ରାଜକନିକା ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତକୁ […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉପରେ ସୃଷ୍ଟ ଲଘୁଚାପ ଅବପାତରୁ ଗଭୀର ଅବପାତ ହେବାସହ ଏହା ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ଏହି ଘୂର୍ଣ୍ଣିଝଡ଼ର ନାଁ ‘ପେଥାଇ’ର ରଖାଯାଇଛି। ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ଗତ ରାତି ସାଢ଼େ ଗୋଟାଏ ସୁଦ୍ଧା ଏହା ଚେନ୍ନାଇରୁ ୫୩୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ଠାରୁ ୬୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଆଜି ସନ୍ଧ୍ୟା ସୁଦ୍ଧା ଏହା […]
କଟକ: ନିଶା ନିବାରଣ ଉଦ୍ଦେଶ୍ୟରେ କଟକ ଜିଲ୍ଲା କୁଷ୍ପଙ୍ଗୀ ପଞ୍ଚାୟତର ଗ୍ରାମବାସୀ ଅଭିନବ ପ୍ରୟାସ। ସ୍ଥାନୀୟ ଭାଗବତ ଘର ପ୍ରାଙ୍ଗଣରେ ଏକତ୍ରିତ ହୋଇ ଶପଥ ନେଲେ ଗ୍ରାମବାସୀ। ଗାଁର ଜଣେ ବ୍ୟକ୍ତି ଚୋରା ମଦବିକ୍ରୀ କରୁଥିବା ନେଇ ଗ୍ରାମବାସୀଙ୍କ ତରଫରୁ ଲିଖିତ ଅଭିଯୋଗ ଥାନାରେ କରାଯାଇଥିଲା। ମାତ୍ର ସ୍ଥାନୀୟ ସରପଞ୍ଚ ନମିତା ବେହେରାଙ୍କ ସ୍ୱାମୀ ଶୁକଦେବ ବେହେରା ଥାନାରୁ ମଦବେପାରୀକୁ ମୁକୁଳାଇଥିଲେ। ଏନେଇ ଗ୍ରାମବାସୀମାନେ ଏକାଠି ହେବା ସହିତ ଶୁକଦେବକୁ ଡାକି ପଚାରିଥିଲେ। ଶୁକଦେବ ଗ୍ରାମବାସୀଙ୍କୁ ଭୁଲ […]
ଭଦ୍ରକ: ଭଦ୍ରକ ବ୍ଲକ୍ ଧର୍ମଶରଣବିନ୍ଧା ଗାଁରେ ଅଗ୍ନିକାଣ୍ଡ ଘଟି ୯ ବଖରା ଘର ଭସ୍ମ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ଭଦ୍ରକରୁ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ୯ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଗାଁର ପୁରୁଷୋତ୍ତମ ସେଠୀଙ୍କର ୪ ବଖରା, ସନ୍ତୋଷ ସେଠୀଙ୍କର ୪ ବଖରା ଓ ବୈକୁଣ୍ଠ […]
ଭୁବନେଶ୍ୱର: ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ଘରୋଇ ଯାତ୍ରୀବାହୀ ବସ୍ ଚକା ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏଥିଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ବସ୍ଟିକୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଛି।
ଜଗତସିଂହପୁର: ସରକାରଙ୍କ ଚାଷୀମାରଣ ନୀତି ସାଙ୍ଗକୁ ଜୁଲୁମ୍ ପ୍ରତିବାଦରେ ଜଗତସିଂହପୁରରେ ରାସ୍ତାକୁ ଓହ୍ଲାଇଛି ନବନିର୍ମାଣ କୃଷକ ସଂଗଠନ। ଅର୍ଥନୈତିକ ଅବରୋଧ କାର୍ଯ୍ୟକ୍ରମରେ ଯୋଗଦେଇ ଚାଷୀ ଓ ଚାଷୀନେତା ସରକାରଙ୍କ ରାଜଧାନୀରେ କୃଷକ ସମାବେଶ ଭଣ୍ଡୁର ଉଦ୍ୟମ ବିରୋଧରେ ବର୍ଷିଛନ୍ତି। ଏଥିସହିତ ତିର୍ତ୍ତୋଲ ଦୁଗ୍ଧ ଶୀତଳିକରଣ କେନ୍ଦ୍ରରେ ତାଲା ପକାଇ ଧାରଣା ଦେଇଛନ୍ତି। ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍, ପେନ୍ସନ୍ ଭଳି ହକ୍ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘର ରଘୁନାଥପୁର ଶାଖା ଚେତାବନୀ ଦେଇଛି।
ବାଲେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଜିଲ୍ଲା ଗସ୍ତ ଅବସରରେ ଡିୟୁଟି କରିବାକୁ ଯାଉଥିବା ଜଣେ ହୋମଗାର୍ଡ ଟ୍ରେନରୁ ଖସି ନିଜ ୨ ଗୋଡ଼ ହରାଇଛନ୍ତି। ନୀଳଗିରି ଷ୍ଟେସନରେ ଏଭଳି ଅଘଟଣ ଘଟିଛି। ହୋମ୍ଗାର୍ଡ ଜଣକ ସୋରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ନୀଳଗିରିରେ ଟ୍ରେନରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଭୁବନେଶ୍ୱର: କଂଗ୍ରେସ ଦଳ ଛାଡିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ବିଧାୟକ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ଦଳ ଛାଡ଼ିବା କଳ୍ପନାଜଳ୍ପନାରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସେ କହିଛନ୍ତି କଂଗ୍ରେସ ଛାଡ଼ିବା ପ୍ରଶ୍ନ ଉଠୁନି। ପ୍ରେସ୍ ବିଜ୍ଞପ୍ତି ଜରିଆରେ ନବ ଦାସ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ‘ମୁଁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିବା କଥା ମିଡିଆରେ ଚର୍ଚ୍ଚା ହେଉଛି। ମୁଁ ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି। କଂଗ୍ରେସ ମୋତେ […]
ରାୟଗଡ଼ା: ରାୟଗଡ଼ା ନିୟନ୍ତ୍ରିତ ବଜାର କମିଟି କପା ମଣ୍ଡି କର୍ତ୍ତୃପକ୍ଷ ଚାଷୀଙ୍କଠାରୁ କପା ନ କିଣିବାରୁ ଅସନ୍ତୋଷ ଦେଖାଦେଇଛି । ଚାଷୀ ଆଣିଥିବା କପାକୁ ନିମ୍ନମାନର କହି ମଣ୍ଡି କର୍ତ୍ତୃପକ୍ଷ ଫେରାଇ ଦେଉଥିବାରୁ ସେମାନେ ହତାଶ ହୋଇ ପଡିଛନ୍ତି। ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି କ୍ରୟକାରୀ ସଂସ୍ଥା । ବିକ୍ରି ହେବା ଆଶାରେ ମଣ୍ଡିକୁ ଟ୍ରକ୍ ଟ୍ରକ୍ କପା ନେଇ ଯାଉଥିବା ଚାଷୀଙ୍କୁ ନିମ୍ନମାନର କପା କହି କର୍ତ୍ତୃପକ୍ଷ ଫେରାଇ ଦେଉଛନ୍ତି । ରାୟଗଡ଼ା ଜିଲ୍ଲା […]
ବଲାଙ୍ଗିର: ଆଖୁ ଖିଆକୁ ନେଇ ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ସମରା ଗାଁରେ ଗୁଳିକାଣ୍ଡ ହୋଇଛି। ଆଖୁ ଚାଷୀ ମଙ୍ଗଳୁ ସେଠଙ୍କୁ ଗୁଳିମାଡ଼ କରି ଫେରାର ହୋଇ ଯାଇଛନ୍ତି ୪ ଜଣ ଯୁବକ। ତାଙ୍କର ଡାହାଣ ଗୋଡ଼ ଜଂଘରେ ଗୁଳି ବାଜିଛି। ପ୍ରଥମେ ତାଙ୍କୁ ତୁଷୁରା ଓ ପରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଗୋଡ଼ରେ ଗୁଳି ରହି ଯାଇଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଆଜି ଆଖୁ କିଆରିରେ […]
ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜ୍ୟ କଂଗ୍ରେସର ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତାଲିକା ପ୍ରକ୍ରିୟା। ଏ ନେଇ ରାଜ୍ୟ କଂଗ୍ରେସ ଭବନରେ ଏଆଇସିସି ସ୍କ୍ରିନିଂ କମିଟିର ବୈଠକ ଚାଲିଛି। ଦଳର ନେତା ଓ କର୍ମୀଙ୍କ ସହ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଆଲୋଚନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୧ ଲୋକସଭା ଓ ତତ୍ସଂଲଗ୍ନ ବିଧାନସଭା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମହିଳା, ଯୁବକ ଓ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଟିକେଟ୍ ବଣ୍ଟନରେ ଅଗ୍ରାଧିକାର […]