ଖୋର୍ଦ୍ଧା: ପିକ୍ନିକ୍ ବସ୍କୁ ଧକ୍କା ଦେଲା ଟ୍ରକ୍। ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଟୋଲ୍ଗେଟ୍ ନିକଟରେ ଏକ ପିକ୍ନିକ୍ ବସ୍ର ସାମ୍ନାପଟୁ ଟ୍ରକ୍ ଦେବା ଫଳରେ ୩୦ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପିକ୍ନିକ୍ ଲାଗି ଭଦ୍ରକରୁ ଗଞ୍ଜାମର ତାରା ତାରିଣୀକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ଭୁବନେଶ୍ୱର: ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏହି ସମୟରେ ପକ୍ଷୀ ଗଣନା କାର୍ଯ୍ୟ କରାଯିବ। ଏଥିପାଇଁ ୧୬ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍ରେ ୩ରୁ ୪ଜଣ ସଦସ୍ୟ ରହିବେ। ଏହାଛଡ଼ା ଭିତରକନିକାରେ ଥିବା କୁମ୍ଭୀରଙ୍କ ଗଣନା ମଧ୍ୟ କରାଯିବ। ବମ୍ବେ ନାଚୁରାଲ୍ ହ୍ରିଷ୍ଟ୍ରି ସୋସାଇଟିର ଉପନିର୍ଦ୍ଦେଶକ ଡଃ ବାଲ୍ଚନ୍ଦ୍ରନଙ୍କ ନେତୃତ୍ୱରେ ପକ୍ଷୀ ଗଣନା କରାଯିବ ବୋଲି ଜଣାପଡ଼ିଛି।
ଗଞ୍ଜାମ: ପ୍ରଥମେ ବାତ୍ୟା ଓ ବନ୍ୟାରେ ଧାନ ଫସଲ ନଷ୍ଟ ହେବା ପରେ ଏବେ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କ ଲାଗି ଦାଉ ସାଜିଛି ଜଉ ପୋକ। କିଛି ଦିନ ଧରି ଲାଗି ରହିଥିବା କୁହୁଡ଼ିର ପ୍ରଭାବରେ ଏହି କୃଷି ଜିଲ୍ଲାର ମୁଗ ଓ ବିରି ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏମିତିକି ଚଳିତ ବର୍ଷ ବିହନ ରଖିବା ଲାଗି ମୁଗ ଓ ଫସଲ ମିଳିବ କି ନାହିଁ ସେ ନେଇ ଚାଷୀ ସନ୍ଦେହରେ ଅଛନ୍ତି। ଏନେଇ […]
ଝାରସୁଗୁଡ଼ା: ସମ୍ବଲପୁରୀ ଆଲ୍ବମ୍ ଅଭିନେତ୍ରୀ ସିମ୍ରନ୍ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସ୍ୱାମୀ କୁହାଯାଉଥିବା ଧ୍ରୁବରାଜ ସୁନା ଓରଫ ୟୁଗ୍ଙ୍କୁ ଝାରସୁଗୁଡ଼ା ଥାନାରେ ପଚରାଉଚରା ଚାଲିଛି। ପୋକ୍ସୋ ଆଇନ୍ ଅନୁଯାୟୀ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗତକାଲି ବଲାଙ୍ଗିର ବେଲପଡ଼ା ପୁଲିସ୍ ଧ୍ରୁବରାଜଙ୍କୁ ଅଟକ ରଖିଥିଲା। ପୂର୍ବରୁ ସିମ୍ରନ୍ଙ୍କୁ ପ୍ରେମ ବିବାହ କରିଥିବା ସେ ସ୍ୱୀକାର କରିଛନ୍ତି। ମନୋମାଳିନ୍ୟ ଯୋଗୁ କିଛି ଦିନ ହେବ ସିମ୍ରନ୍ ତାଙ୍କ ଠାରୁ ଅଲଗା ରହୁଥିବା ସେ କହିଥିଲେ। ତେବେ ସିମ୍ରନ୍ଙ୍କୁ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ କୁଆମ୍ବା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତ ଶ୍ରମିକଙ୍କ ନାଁ ଅକାଳ ଗୌଡ଼। ଆହତଙ୍କୁ ଚନ୍ଦାହାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।
ନୟାଗଡ଼: ସରପଞ୍ଚଙ୍କୁ ହତ୍ୟା ଧମକ। ନୟାଗଡ଼ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସରପଞ୍ଚଙ୍କ ଘର ଆଗରେ ଏକ ପାର୍ସଲ ସହ ହତ୍ୟା ଧମକ ଥିବା ଏହି ଚିଠି ମିଳିଛି। ଚିଠିରେ ସରପଞ୍ଚ ସୌମ୍ୟରଞ୍ଜନ ବିଧାୟକ ଅରୁଣ ସାହୁଙ୍କୁ କ୍ଷମା ମାଗନ୍ତୁ ବୋଲି ଲେଖା ଯାଇଛି। ଏହା ସହ ଥାନାରେ କରିଥିବା ମାମଲା ଉଠାଇ ନେବାକୁ ଧମକ ମଧ୍ୟ ଦିଆଯାଇଛି। ଚିଠିଟିକୁ ବୋଦାପଡ଼ା ଗ୍ରାମବାସୀ ଲେଖିଥିବା ନେଇ ଉଲ୍ଲେଖ […]
ଭୁବନେଶ୍ୱର: ଚଳିତ ବର୍ଷ ଚିଲିକାରେ ଦେଢ଼ ଲକ୍ଷ ପକ୍ଷୀ ଅଧିକ ହୋଇଛନ୍ତି। ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଥିବା ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣା ପଡିଛି। ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି। ଗତ ଦଶ ବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣା ପଡ଼ିଛି। […]
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରିବେ। ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆୟୋଜିତ ଏହି ମହାସମାବେଶରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଯୋଗଦେବେ। ମହିଳାଙ୍କ ସଶକ୍ତିକରଣ ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଏହାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ନୂତନ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ୍ ମନି ପ୍ରଦାନ କରାଯିବ। ସେହିପରି ଡିଜିଟାଲ୍ କ୍ଷେତ୍ରରେ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର […]
ଭୁବନେଶ୍ୱର: ପ୍ରାର୍ଥୀ ଚୟନକୁ ନେଇ ବିଜେଡିରେ ଅସନ୍ତୋଷ ବଢୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀ ଚୟନ ନେଇ ସେତିକି ବିବାଦ ସାମ୍ନାକୁ ଆସୁଛି। ବ୍ରଜରାଜନଗରର ବିଜେଡି ନେତା ଅନୁପ ସାଏଙ୍କ ବିରୋଧରେ ସ୍ଥାନୀୟ ନେତା ଓ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ଅନୁପ ଏକଲା ଚଲୋ ନୀତିରେ ଚାଲିଛନ୍ତି। ପୁରୁଣା କର୍ମୀଙ୍କୁ ଅଣଦେଖା ସହ ଦଳ ବିରୋଧୀ କାମ କରୁଛନ୍ତି। ତେଣୁ ତାଙ୍କୁ ଟିକଟ୍ ଦେଲେ ଭୋଟ ବର୍ଜନ କରିବାକୁ ଧମକ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି। ୨୦୧୪ରେ […]
ଭୁବନେଶ୍ୱର: ଟ୍ରପ୍ ଲାଇନ୍ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ୨୫ ତାରିଖରେ ଅଧିକ ବର୍ଷା ହେବା ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି। ଗତ ୨ ରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିଲା। ତେବେ ବର୍ଷା ହେବା ଫଳରେ […]
ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଛଉ ପଡ଼ିଆରେ ବିରାଟ ଆୟୋଜନ ହୋଇଛି। ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଅନେକ ପ୍ରକଳ୍ପର ଉଦ୍ଘାଟନ କରିବେ। ୪ ହଜାର ୫୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି। ଜାତୀୟ ରାଜପଥ ୨୧୫ର ରିମୁଳି-କୋଇଡା ମଧ୍ୟରେ ଥିବା ୪୩.୨ କି.ମି. ରାସ୍ତା, କୋଇଡା-ରାଜାମୁଣ୍ଡା ମଧ୍ୟରେ ଥିବା ୫୩.୨୫ କି.ମି. ରାସ୍ତାକୁ ୪ ଲେନ୍ କରାଯିବା ଲାଗି ପ୍ରଧାନମନ୍ତ୍ରୀ […]
ବଲାଙ୍ଗିର: ସମ୍ୱଲପୁରୀ ଆଲ୍ବମ୍ ଅଭିନେତ୍ରୀ ‘ସେଲ୍ଫି ବେବୋ’ ସିମ୍ରନ୍ ସିଂଙ୍କୁ ମୃତ୍ୟୁ ଘଟଣାରେ ତାଙ୍କ ବୟଫ୍ରେଣ୍ଡ୍ ଧ୍ରୁବରାଜ ସୁନା ଅଟକ। ବେଲପଡ଼ା ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ସିମ୍ରନଙ୍କୁ ଧ୍ରୁବରାଜ ବିବାହ କରିବା ସଂପର୍କରେ ସ୍ୱୀକାର କରିଥିବା ପୁଲିସ କହିଛି। ଗତକାଲି ସମ୍ବଲପୁର ନିକଟ ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତଦନ୍ତ ବେଳେ ସମ୍ପୃକ୍ତ ଯୁବତୀଙ୍କ ନାଁ ସିମ୍ରନ୍ ଓ ସେ ଜଣେ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ଥିବା ୬ ବର୍ଷର ନାବାଳିକାର ମୃତଦେହ ଆଜି ଉଦ୍ଧାର କରାଯାଇଛି। ମୃତ ଶିଶୁନକ୍ୟାର ନାଁ ଶୁଭସ୍ମିତା ସ୍ୱାଇଁ ବୋଲି ଜଣାପଡ଼ିଛି। ବୁଧବାର ରାତିରେ ଡଙ୍ଗା ବୁଡ଼ି ଘଟଣା ପରଠାରୁ ୯ଟି ମୃତଦେହ ମିଳିଥିବା ବେଳେ ସେ ନିଖୋଜ ଥିଲେ। ଆଜି ଓଡ୍ରାଫ୍ ଟିମ୍ ଶୁଭସ୍ମିତାଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି। ତାଙ୍କୁ ଉଦ୍ଧାର ପାଇଁ ଗତକାଲିଠୁ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଏଥିରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଓ ଓଡ଼ିଶା ଅଗ୍ନିଶମ ବାହିନୀର […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଡଙ୍ଗା ବୁଡ଼ି ଘଟଣାରେ ହସିନା ଗାଁରେ ଜନପ୍ରତିନିଧିଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ମୃତକଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଅଧିକ କ୍ଷତିପୂରଣ ଦାବି କରି ଲୋକମାନେ ପ୍ରତିବାଦ ଜଣାଇଛନ୍ତି। ମୃତକଙ୍କ ପରିଜନଙ୍କୁ ଅନୂକମ୍ପାମୂଳକ ସହାୟତା ଅର୍ଥ ପ୍ରଦାନ କରିବାକୁ ମନ୍ତ୍ରୀ ପ୍ରଫୁଲ ସାମଲ, ସାଂସଦ କୁଳମଣି ସାମଲ ଏବଂ ବିଧାୟକ ଦେବାଶିଷ ସାମନ୍ତରାୟ ହସିନା ଗାଁକୁ ଯାଇଥିଲେ। ତେବେ ବିରୋଧ ଯୋଗୁଁ […]
ସମ୍ବଲପୁର: ସମ୍ବଲପୁରୀ ଆଲ୍ବମ୍ ଅଭିନେତ୍ରୀ ସିମ୍ରନ୍ ସିଂଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିବାରେ ଲାଗିଛି। କିଭଳି ଓ କେଉଁ ପରିସ୍ଥିତିରେ ସିମ୍ରନ୍ଙ୍କ ମୃତ୍ୟୁ ଘଟିଲା ତାକୁ ନେଇ ସମସ୍ତଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ଏହା ଭିତରେ ସିମରନଙ୍କ ଏକ ଭଏସ୍ ମେସେଜ୍ ଭାଇରାଲ୍ ହେବାରେ ଲାଗିଛି। ମୃତ୍ୟୁ ପୂର୍ବରୁ ସିମ୍ରନ୍ ତାଙ୍କ ବନ୍ଧୁଙ୍କ ପାଖକୁ ପଠାଇଥିବା ଏହି ଭଏସ୍ ମେସେଜ୍ରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା କଥା କହିଛନ୍ତି। ଖାଲି ଏତିକି ନୁହେଁ […]
ଭୁବନେଶ୍ୱର: ଏଣିକି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଘରୋଇ ଗାଡିକୁ ଆଉ ପାର୍କିଂ ଫି ଦେବାକୁ ପଡିବ ନାହିଁ। ଯଦି ଯାତ୍ରୀଙ୍କୁ ବିମାନବନ୍ଦରରେ ଛାଡିବାର ଥିବ କିମ୍ବା ଆଣିବାର ଥିବ ତେବେ ପାର୍କିଂ ଫି ଦେବାକୁ ପଡିବ ନାହିଁ ବୋଲି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା କହିଛନ୍ତି। ଏନେଇ ଡିସେମ୍ବର ୧୦ରୁ ନୂଆ ପାର୍କିଂ ନୀତି ଅଣାଯାଇଛି। ଘରୋଇ ଗାଡି ପାଇଁ କୌଣସି ପିକ୍ ଅପ୍ […]
ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଲୁଥୁରବା ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଏ-ୱାନ୍ ନାମକ ଏହି ବସ୍ଟି ଭୁବନେଶ୍ୱରରୁ ବଣାଇ ଆସୁଥିଲା। ବସ୍ଟି ବଣାଇରେ ଯାତ୍ରୀଙ୍କୁ ଓହ୍ଲାଇ ୧୪୩ ନମ୍ବର ଜାତୀୟ ରାଜପଥରେ ଗୋପନା ଅଭିମୁଖେ ଯାଉଥିବା ବେଳେ ଭୋର ପ୍ରାୟ ସାଢ଼େ ୪ଟା ବେଳେ ଭାରସାମ୍ୟ […]
ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ କସରତ ଚଳାଇଛନ୍ତି ଆମିକସ୍ କ୍ୟୁରି ରଣଜିତ କୁମାର। ଆଜି ସେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ବୈଠକ କରିଛନ୍ତି। ସକାଳୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପରେ ପ୍ରଥମେ ସେ ଗଜପତି ମହାରାଜାଙ୍କୁ ଭେଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ମୁଖ୍ୟତଃ ତିନିଟି କ୍ଷେତ୍ରରେ ସଂସ୍କାର ଆବଶ୍ୟକତା ରହିଛି। ପ୍ରଶାସନିକ, ସେବକ ଓ ଧାର୍ମିକ ସଂସ୍କାର ଆବଶ୍ୟକ ବୋଲି ମତ ଦେଇଛନ୍ତି ଗଜପତି ମହାରାଜ। ଏହାକୁ ନେଇ ସେ ଆଜି ଆମିକସ୍ କ୍ୟୁରିଙ୍କ ସହ […]
ଭଦ୍ରକ: ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ। ଭଦ୍ରକ-ଚାନ୍ଦବାଲି ରାସ୍ତାର ଉଗ୍ରତାରା ନିକଟରେ ଏହି ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଗଛରେ ପିଟିହେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ଆମ୍ବୁଲାନ୍ସର ହେଲ୍ପର୍ ପ୍ରମୋଦ ପରିଡ଼ା ଓ ଚିକିତ୍ସା ପାଇଁ ଯାଉଥିବା କାଣ୍ଡଗରଡ଼ି ଗାଁର ଉପେନ୍ଦ୍ର ସାହୁ(୫୦)। ଗୁରୁତର ଆହତ ହୋଇଥିବା ଉପେନ୍ଦ୍ରଙ୍କ ପୁଅ ବିଜୟ ସାହୁଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। […]
ସମ୍ବଲପୁର: ସମ୍ବଲପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଗୋଇରା ମଠ ନିକଟ ମହାନଦୀ ପୋଲ ତଳୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଯୁବତୀ ଜଣକ ଜିନ୍ସ, ଜ୍ୟାକେଟ୍ ଓ ଏକ ଲେଦର ବ୍ୟାଗ୍ ପକାଇଥିବା ଦେଖିବାକୁ ମିଳିଛି। ତେବେ ଏବେ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରିନି। ଗତକାଲି ବିଳମ୍ବିତ ରାତିରେ କିମ୍ବା ଆଜି ଭୋର ସମୟରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ ହୋଇଛନ୍ତି, ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। CM @Naveen_Odisha announced ex gratia of ₹ 4 lakhs to the next of kin […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାଁ ସଦାନନ୍ଦ ଓରଫ ବାହାନ ଲେଙ୍କା। ଆସିକା ବ୍ଳକ୍ ଅନ୍ତର୍ଗତ ଖାରିଆ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ଭାଇ ସଦାନନ୍ଦ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସଦାନନ୍ଦ ଜଣେ ବ୍ୟକ୍ତିଙ୍କ ସହ ବାଇକ୍ରେ ଆସିକାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ କିଛି […]
ଭୁବନେଶ୍ୱର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲେ ସରକାର। ଗତକାଲି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାତ୍ରି ଆହାର କେନ୍ଦ୍ରକୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁମିତା ନାୟକ ମଧ୍ୟ ଉପସ୍ଥିତି ଥିଲେ। ଗତ ଶନିବାର ଦିନ ଜୟପୁର ପୌର ପରିଷଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମଳା ପୂଜାରୀଙ୍କୁ ଉପେକ୍ଷା ନେଇ ଓଟିଭିରେ ଖବର ପ୍ରସାରଣ […]
ବାଲେଶ୍ୱର: ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧା ବାଟରେ ବିଜେଡି ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ସମ୍ପରିଆ ପଞ୍ଚାୟତରେ ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେବାକୁ ଯାଉଥିବା ବେଳେ ବିଭିନ୍ନ ଦାବି ନେଇ ଲୋକମାନେ ଏହାର ପ୍ରତିବାଦ କରି ଅଧା ବାଟରେ କାର୍ଯ୍ୟକ୍ରମ ସ୍ଥଳୀରୁ କିଛି କି.ମି ଦୂରରେ ବିଧାୟକଙ୍କୁ ଅଟକାଇ ଥିଲେ। ପଞ୍ଚାୟତ ନିର୍ବାଚନର ଦୁଇ […]
ଭୁବନେଶ୍ୱର: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେଲା ବର୍ଷ ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ନୂଆବର୍ଷକୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍, କ୍ଲବ୍ ଓ ପବ୍ରେ ନାଚଗୀତର ଆସର ଜମିଥିଲା। ନାଚି ଗାଇ କେକ୍ କାଟି ରାଜଧାନୀବାସୀ ନୂଆବର୍ଷକୁ ସ୍ୱାଗତ କରିଥିଲେ। କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଳବ୍ରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା। […]