କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ଯେଉଁମାନେ ଅସୁସ୍ଥ ବା ଆହତ ହୋଇଛନ୍ତି, ସେମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। CM @Naveen_Odisha announced ex gratia of ₹ 4 lakhs to the next of kin […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା କଲେଜ ଛକ ନିକଟରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଯୁବକ ଜଣକ ପ୍ରାଣ ହରାଇଛନ୍ତି। ମୃତ ଯୁବକଙ୍କ ନାଁ ସଦାନନ୍ଦ ଓରଫ ବାହାନ ଲେଙ୍କା। ଆସିକା ବ୍ଳକ୍ ଅନ୍ତର୍ଗତ ଖାରିଆ ସରପଞ୍ଚ ଅରବିନ୍ଦ ଲେଙ୍କାଙ୍କ ଭାଇ ସଦାନନ୍ଦ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ରାତିରେ ସଦାନନ୍ଦ ଜଣେ ବ୍ୟକ୍ତିଙ୍କ ସହ ବାଇକ୍ରେ ଆସିକାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ କିଛି […]
ଭୁବନେଶ୍ୱର: ଓଟିଭିରେ ଖବର ପ୍ରସାରଣ ପରେ ଚେତିଲେ ସରକାର। ଗତକାଲି ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରାତ୍ରି ଆହାର କେନ୍ଦ୍ରକୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଓ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ମଧୁମିତା ନାୟକ ମଧ୍ୟ ଉପସ୍ଥିତି ଥିଲେ। ଗତ ଶନିବାର ଦିନ ଜୟପୁର ପୌର ପରିଷଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କମଳା ପୂଜାରୀଙ୍କୁ ଉପେକ୍ଷା ନେଇ ଓଟିଭିରେ ଖବର ପ୍ରସାରଣ […]
ବାଲେଶ୍ୱର: ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ହେଲେ ଅଧା ବାଟରେ ବିଜେଡି ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଛି। ଗତକାଲି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ସମ୍ପରିଆ ପଞ୍ଚାୟତରେ ‘ମୁଁ ହିରୋ, ମୁଁ ଓଡ଼ିଶା’ କାର୍ଯ୍ୟକ୍ରମରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେବାକୁ ଯାଉଥିବା ବେଳେ ବିଭିନ୍ନ ଦାବି ନେଇ ଲୋକମାନେ ଏହାର ପ୍ରତିବାଦ କରି ଅଧା ବାଟରେ କାର୍ଯ୍ୟକ୍ରମ ସ୍ଥଳୀରୁ କିଛି କି.ମି ଦୂରରେ ବିଧାୟକଙ୍କୁ ଅଟକାଇ ଥିଲେ। ପଞ୍ଚାୟତ ନିର୍ବାଚନର ଦୁଇ […]
ଭୁବନେଶ୍ୱର: ନୂଆ ଆଶା, ନୂଆ ଉଦ୍ଦୀପନା ସହ ଆରମ୍ଭ ହେଲା ବର୍ଷ ୨୦୧୯। ଏଥିପାଇଁ ସାରା ବିଶ୍ୱ ଉତ୍ସବ ମୁଖର। ନୂଆବର୍ଷକୁ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ଭବ୍ୟ ଆୟୋଜନ ସହ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହୋଟେଲ୍, କ୍ଲବ୍ ଓ ପବ୍ରେ ନାଚଗୀତର ଆସର ଜମିଥିଲା। ନାଚି ଗାଇ କେକ୍ କାଟି ରାଜଧାନୀବାସୀ ନୂଆବର୍ଷକୁ ସ୍ୱାଗତ କରିଥିଲେ। କଟକରେ ମଧ୍ୟ ବିଭିନ୍ନ ହୋଟେଲ ଓ କ୍ଳବ୍ରେ ନୂଆବର୍ଷର ଧୁମ୍ ଦେଖିବାକୁ ମିଳିଥିଲା। […]
ଭଦ୍ରକ: ବାଟ ବଣା ହେବାକୁ ବସିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଘର କାମ ଆରମ୍ଭ କରିସାରିଥିଲେ ବି ନିୟମ ଅନୁସାରେ ହିତାଧିକାରୀଙ୍କୁ ଟଙ୍କାଟିଏ ମିଳି ନଥିବା ଅଭିଯୋଗ ହୋଇଛି। ଟଙ୍କା ପାଇଁ ହିତାଧିକାରୀ ପୌରକାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ହତାଶ ହୋଇଗଲେଣି। ଧାର ଉଧାର କରି ଘର କରୁଥିବା ହିତାଧିକାରୀଙ୍କୁ ଏବେ ଟଙ୍କା ପରିଶୋଧର ଚିନ୍ତା ଘାରିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ରେ। ବାସୁଦେବପୁର ପୌରପାଳିକାରେ ପ୍ରାୟ ଦୁଇମାସ ତଳେ ୮୧୮ ଜଣ ହିତାଧିକାରୀଙ୍କୁ […]
ଭୁବନେଶ୍ୱର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଆଜି ରାଜ୍ୟର ୯ଟି ସ୍ଥାନର ସର୍ବନିମ୍ନ ତାପମାତ୍ର ୮ ଡିଗ୍ରୀ ତଳେ ରହିଛି। ଆଜି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୨.୮ ଡିଗ୍ରୀ ରହିଥିବା ବେଳେ ଗତକାଲି ୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୪.୮, ଟିଟିଲାଗଡ଼ରେ ୫, ସୋନପୁରରେ ୫.୮, ଅନୁଗୁଳରେ ୫.୬, ଭବାନୀପାଟଣାରେ ୬, କେନ୍ଦୁଝରରେ ୬.୬ ଓ ଝାରସୁଗୁଡ଼ାରେ ୬.୮ […]
ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଦହିଗାଁ ମାର୍କେଟ୍ ୟାର୍ଡରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଧାନ ମଣ୍ଡିରେ ପଶି ଧାନ ବସ୍ତା ନଷ୍ଟ କରି ଦେଇଛନ୍ତି। ପୂର୍ବରୁ ଦହିଗାଁ ଅଞ୍ଚଳରେ ୩୦ରୁ ୩୫ ହାତୀ ଆସି ବୁଲୁଥିଲେ। ହେଲେ ଆଜି ଭୋର ସମୟରେ ହାତୀଗୁଡ଼ିକ ମାର୍କେଟ୍ ୟାର୍ଡକୁ ଆସି ଧାନ ବସ୍ତାରୁ ଧାନ ଖାଇଥିବା ଜଣାପଡ଼ିଛି।ଏହାସହ ୪୦ରୁ ୫୦ ବସ୍ତାକୁ ଚାପି ନଷ୍ଟ କରିଛନ୍ତି। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅନୁଧ୍ୟାନ କରିଛନ୍ତି।
ଭୁବନେଶ୍ୱର: ଆଜି ବର୍ଷ ୨୦୧୮ର ଶେଷ ଦିନ। ବଦଳିଯିବ କ୍ୟାଲେଣ୍ଡର୍ ଆଉ ବିଦାୟ ନେବ ୨୦୧୮। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷ ୨୦୧୯କୁ ମନଖୋଲି ସ୍ୱାଗତ କରିବ ସାରା ବିଶ୍ୱ। ତେଣୁ ଜିରୋ ନାଇଟ୍ ସେଲେବ୍ରେସନ୍ ପାଇଁ ସବୁଠି ଉତ୍ସାହ। ଏଥିଲାଗି ରାଜଧାନୀ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଟେଲ ଓ କ୍ଲବ୍ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। କେଉଁଠି ବଲିଉଡ୍ କଳାକାରଙ୍କୁ ନେଇ ଷ୍ଟାର୍ ନାଇଟ୍ ଆୟୋଜନ ହୋଇଛି […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ତୟାପୁଟ୍ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବୋଲେରୋ ଗଛରେ ପିଟି ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ ହେଲେ ଡେଙ୍ଗାଗୁଡ଼ା ଗାଁର ରବି ମାଝି, ପପୁ ମୁଦୁଲି, ନାଭି ମାଝି ଓ ପଣସଗୁଡ଼ାର ନବୀନ ମାଝି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମୁଣ୍ଡାଗାଁର ବୀରୁ କୁମାରଙ୍କୁ ରାୟଗଡ଼ା […]
ଭୁବନେଶ୍ୱର : ଆଜି ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ। ଏହି ଅବସରରେ ନନ୍ଦନକାନନରେ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଉଛି। ଆଜି ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶାଗୁଣା ସଂରକ୍ଷଣ ଓ ପ୍ରଜନନ କେନ୍ଦ୍ରର ଶୁଭ ଉଦ୍ଘାଟନ ହୋଇଛି। ଗ୍ୱାଲିଅରରରୁ ଆସିଥିବା ୧୨ଟି ଶାଗୁଣାକୁ ନେଇ ଏହି କେନ୍ଦ୍ରର ଶୁଭାରମ୍ଭ ହୋଇଛି। ପ୍ରାଣୀ ଉଦ୍ୟାନରେ ଆଜି ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ନନ୍ଦନ କାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର […]
ଭୁବନେଶ୍ୱର: ଆର୍ଥିକ ସ୍ୱାୟତ୍ତତା ଦାବି ପଛରେ କ’ଣ ରହିଛି ଆଧାର ? କେତେ ରହିଛି ବାସ୍ତବତା ? ତାକୁ ନେଇ ଛିଡ଼ା ହୋଇଛି ବିତର୍କ। ଓଡିଶାକୁ ଆର୍ଥିକ ସ୍ୱାୟତ୍ତତା ଦେଲେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା କିମ୍ବା ଆର୍ଥିକ ପ୍ୟାକେଜ୍ ଦରକାର ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ବିଜେଡି ପ୍ରତିଷ୍ଠା ଦିବସରେ କହିଥିଲେ। ଚର୍ଚ୍ଚା ହେଉଛି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୂରଣ ନହେବା ପରେ କେନ୍ଦ୍ର ବିରୋଧରେ ଆଭିମୁଖ୍ୟ କଠୋର କରିବା ପାଇଁ ଏହା ହେଉଛି […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହେବା ପରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। କଂଗ୍ରେସ ମହାରଥୀଙ୍କ ଘର ଉପରକୁ ଅଣ୍ଡା, ବିଲାତି ଓ ଛାଡୁ ମାଡ଼ କରିଥିବା ବେଳେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି। ଏହାସହ ଦୁଇ ଦଳ ମହାରଥୀ ତୁରନ୍ତ ଇସ୍ତଫା ଦିଅନ୍ତୁ ଅଥବା ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରନ୍ତୁ ବୋଲି ଦାବି କରିଛନ୍ତି। କେବଳ […]
ଭୁବନେଶ୍ୱର: ପାକିସ୍ତାନୀ ୟୁଟ୍ୟୁବ୍ ଚାନେଲ୍ରେ ଦେବାଶିଷ ସାମନ୍ତରାୟଙ୍କ ଏଭଳି ଆଚରଣକୁ ନେଇ ଚର୍ଚ୍ଚା ହେବା ପରେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ। ତାଙ୍କର ଔଦ୍ଧତ୍ୟ ଏବଂ ଅଶାଳୀନ ବ୍ୟବହାରକୁ ଯେତେବେଳେ ପାକିସ୍ତାନରେ ଏଭଳି ଚର୍ଚ୍ଚା ହେଉଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଜେଲ୍ରେ କାହିଁକି ପୂରାଉ ନାହାଁନ୍ତି ବୋଲି କହିଛନ୍ତି ଦାମ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ନବୀନ ତାହା ନ କରିବେ ତେବେ ତାଙ୍କ ସହ ଦେବାଶିଷଙ୍କର […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯିବ କ୍ରାଇମବ୍ରାଞ୍ଚ। ପବ୍ଲିକ ପ୍ରସିକ୍ୟୁସନ୍ ନିର୍ଦ୍ଦେଶକଙ୍କ ଜରିଆରେ କ୍ରାଇମବ୍ରାଞ୍ଚ୍ ହାଇକୋର୍ଟ ଯିବ ବୋଲି କ୍ରାଇମବ୍ରାଞ୍ଚ୍ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ମାମଲାରେ ଢିଲା ତଦନ୍ତ ହୋଇଥିବା ଓ କ୍ରାଇମବ୍ରାଞ୍ଚର ବିଫଳତାକୁ ନେଇ ପ୍ରଶ୍ନ ଉଠିବାରୁ ଏଡିଜି କହିଛନ୍ତି ଘଟଣାର ତଦନ୍ତ ଠିକ୍ ଭାବେ କରାଯାଇଥିଲା। ସରକାରୀ ଓକିଲ ବି ପ୍ରତି ପଏଣ୍ଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ଏପଟେ ମାମଲାକୁ […]
ନରାୟଣପାଟଣା: ଦାନା ପାଇଁ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ନିର୍ଯାତିତ ହେଉଛନ୍ତି ଶ୍ରମିକ। ବାରମ୍ୱାର ଏମିତି ଘଟଣା ସମଗ୍ର ରାଜ୍ୟରେ ଘଟୁଥିଲେ ମଧ୍ୟ କାହାରି ଚେତା ପଶୁନି। ଆଜି ପୁଣି ଏମିତି ଏକ ଘଟଣା କୋରାପୁଟ ଜିଲ୍ଲାରେ ଘଟିଛି। ୧୮ ଜଣ ଯୁବତୀ ରାଜ୍ୟ ବାହାରକୁ ଯାଇ ସେଠାରେ ବନ୍ଧା ପଡ଼ିଛନ୍ତି। ଏହା ଜଣାପଡ଼ିବା ପରେ ବଣପାହାଡ଼ ଘେରା କୋରାପୁଟ ଜିଲ୍ଲା ପିପଲପଦର ପଞ୍ଚାୟତ ଚୁଚୁକଣା ଓ ପିସ୍କାଡାଙ୍ଗ ଗାଁର ନିରୀହ ଆଦିବାସୀମାନଙ୍କ ମଧ୍ୟରେ ଭାଳେଣି […]
ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବିବାଦୀୟ ବୟାନକୁ ନେଇ ଅଡୁଆରେ ପଡ଼ିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ତାଙ୍କ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛନ୍ତି ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ,କଂଗ୍ରେସ ଓ ବିଜେପି। ଆଜିଜି ମହିଳା କଂଗ୍ରେସ୍ କର୍ମୀମାନେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିବା ବେଳେ ବିଜେପି ପ୍ରେସ୍ମିଟ୍ କରି ବର୍ଷିବା ସହ ତାଙ୍କ ଇସ୍ତଫା ଦାବି କରିଛି। ବିଜେପିର ଏକ ପ୍ରତିନିଧି ଦଳ ପୀଡ଼ିତାଙ୍କ ଗାଁକୁ ଯାଇ ପରିବାର […]
ଭୁବନେଶ୍ୱର: ଉନ୍ନୟନ କମିଶନର ଭାବେ ଗତମାସରେ ସରକାରୀ ଚାକିରିରୁ ଅବସର ନେଇଥିବା ଆଇଏଏସ ଆର ବାଲକ୍ରିଷ୍ଣନଙ୍କୁ ରାଜ୍ୟ ସରକାର ନିଜର ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ସ୍ପେଶାଲ ଇନିସିଏଟିଭର ମୁଖ୍ୟ ପରାମର୍ଶଦାତା ଭାବେ ସେ କାର୍ଯ୍ୟ କରିବେ ଓ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ। ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ବାଲକ୍ରିଷ୍ଣନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରିବେ। ସେ ଅବୈତିନିକ […]
ଭୁବନେଶ୍ୱର: ସହିଦଙ୍କ ସମ୍ପର୍କୀୟଙ୍କୁ ଅସମ୍ମାନ ଘଟଣାକୁ ନେଇ ପାକିସ୍ତାନୀ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଆଜି ଏ ପ୍ରସଙ୍ଗରେ ପୁଣି ସଫେଇ ଦେଇଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ଦେବାଶିଷ ଏ ପ୍ରସଙ୍ଗରେ ଆଜି ପୁଣି କ୍ଷମା ମାଗିବା ସହ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କ ଓରାମଙ୍କ ନାଁ ନେଇ କାର୍ଡ ବି ଖେଳିଛନ୍ତି। ଦେବାଶିଷ କହିଛନ୍ତି, ସହିଦଙ୍କ ସମ୍ପର୍କୀୟ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କୁ ଧକ୍କା ମାରି ଭିଡ଼ ଭିତରକୁ ଚାଲି ଆସିବାରୁ ସେ ତାଙ୍କ […]
ବଲାଙ୍ଗିର: ଶନିବାର ବଲାଙ୍ଗିର ଗସ୍ତରେ ଯିବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ଏହି ସମୟରେ ସେ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜ୍ୟପାଳଙ୍କ ଗସ୍ତର ଆଳ ଦେଖାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସର୍ଜରୀ ବିଭାଗ ଓ ଆଇସିୟୁରେ ଥିବା ଗୁରୁତର ରୋଗୀଙ୍କୁ ହସ୍ପିଟାଲ ପ୍ରଶାସନ ବିଦା କରି ଦେଇଛି। ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ନାହିଁ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଚାପ ଓ ଧମକକୁ ନ ଡରି ସାରା ରାଜ୍ୟରେ ଚାଷୀଙ୍କ ପାଇଁ ଗର୍ଜିଛି ନବ ନିର୍ମାଣ କୃଷକ ସଂଗଠନ। ଆଜି ସଂଗଠନ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରାରେ ଅଚଳ ହୋଇପଡ଼ିଥିଲା ସାରା ଓଡ଼ିଶା। କଟକରୁ କୋରାପୁଟ ଏବଂ ରାଉରକେଲାରୁ ରାଜଧାନୀ ଯାଏ, ସବୁଠି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର, କଟକ, ଯାଜପୁର ଓ ବ୍ରହ୍ମପୁର ପ୍ରାୟ ସବୁଠି ଚାଷୀ ରାସ୍ତାକୁ ଓହ୍ଲାଇ ଦୃଢ଼ ପ୍ରତିବାଦ କରିବା ସହିତ ସରକାରଙ୍କ […]
ବ୍ରହ୍ମପୁର: ପ୍ରେମ ନିବେଦନ କରି ବିଫଳ ହେବା ପରେ ଯୁବତୀଙ୍କ ନାବାଳକ ଭାଇକୁ ହତ୍ୟା କରି ଦେଇଛି ପ୍ରେମିକ। ଏକତରଫା ପ୍ରେମରେ ହତାଶ ହୋଇ ଯୁବକ ଜଣଙ୍କ ଜଣେ ଛୋଟ ପିଲାର ଜୀବନ ନେବାକୁ ବି ପଛାଇ ନାହିଁ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ବ୍ରହ୍ମପୁରର ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀପଲ୍ଲୀ ଅଞ୍ଚଳରେ। ଅଭିଯୁକ୍ତ ଲିଙ୍ଗରାଜ ସେଠୀକୁ ଗିରଫ କରିଛି ପୁଲିସ। ମୃତକର ବଡ଼ଭଉଣୀ ପ୍ରେମ ନିବେଦନ ଗ୍ରହଣ ନକରିବାରୁ ସେ ଏହି ହତ୍ୟାକାଣ୍ଡ ଘଟାଇ ଥିବା ପୁଲିସ୍ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ। […]
ଉଦଳା: ଆଉ ମାତ୍ର ୪ ଦିନ ପରେ ଆସିଯିବ ନୂଆବର୍ଷ। ଏବେ ପୂରା ଧୂମ୍ରେ ପିକ୍ନିକ୍ ମନାଇବାରେ ସମସ୍ତେ ମାତିଛନ୍ତି। ଜାନୁଆରୀ ମାସ ସାରା ଏମିତି ପିକ୍ନିକ୍ ଚାଲିବ। ଯଦି ପିକ୍ନିକ୍ ପାଇଁ ପ୍ଲାନିଂ କରୁଛନ୍ତି, ଦେବେ ମୟୂରଭଞ୍ଜ ଜିଲ୍ଲାର ଦେବକୁଣ୍ଡ ଯିବାକୁ ଭୁଲନ୍ତୁ ନାହିଁ। ଶିମିଳିପାଳର ପାଦଦେଶରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ମା’ ଅମ୍ବିକାଙ୍କ ପୀଠ ରହିଛି। ପାହାଡ଼, ଝରଣା ସହିତ ଜଙ୍ଗଲ ଘେରା ଦେବକୁଣ୍ଡ ବଣଭୋଜି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରତିବର୍ଷ ପରି ଚଳିତ ଥର ବି ମା’ […]
ବିନିକା: ସବୁ ଗାଁକୁ ପକ୍କା ରାସ୍ତା ହେଉଛି। ହେଲେ ଏହାର ମାନକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ବ୍ୟାପକ ଅନିୟମିତତା କାରଣରୁ କେଉଁଠି ୨୪ଘଣ୍ଟା ନପୁରୁଣୁ ରାସ୍ତାରୁ ପରସ୍ତ ପରସ୍ତ ପିଚୁ ଉଠୁଛି ତ ଆଉ କେଉଁଠି ରାସ୍ତା କିଛି ଦିନ ମଧ୍ୟରେ ଖାଲଖମାରେ ଭରିଯାଉଛି। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ରଶାସନ ନିଦାବିଷ୍ଣୁ ପାଲଟି ଥିବା ଅଭିଯୋଗ ହେଉଛି। ଏପରି କିଛି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରୁ। ଦୀର୍ଘଦିନର ଦାବି ପରେ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଛନ୍ତି। ୧୫ଟି ଦେଶରୁ ୮୦୦ରୁ ଅଧିକ ଶିଶୁ ପ୍ରତିନିଧି ଏଥିରେ ଯୋଗ ଦେଇଛନ୍ତି। ଏହି ଅବସରରେ ଯୋଗ ଦେଇଥିଲା ଶିଶୁ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଖଣ୍ଡଗିରି ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଶିଶୁମାନଙ୍କ ମଧ୍ୟରେ ପ୍ରତିଭା ଓ ଦକ୍ଷତା […]