Advertisment

Pakistan Train Hijack: ବନ୍ଦୀ ଅଦଳ ବଦଳ ପାଇଁ ରାଜି ହେଲାନି ପାକିସ୍ତାନ, ୨୧୪ ପଣବନ୍ଦୀଙ୍କୁ ହତ୍ୟା କଲା BLA

୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦାବି କରିଛି । ବନ୍ଦୀ ଅଦଳବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା କରିଥିବା କହିଛି BLA। ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ସମୂହ ହତ୍ୟା କରାଯାଇଥିବା ଦାବି କରିଛି ଆତଙ୍କୀ ସଙ୍ଗଠନ।

author-image
Saroj Kumar Jena
ଅଦ୍ୟତନ ହୋଇଛି
pakistan

pakistan

ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣାରେ ବଡ଼ ଅପଡେଟ୍। ୨୧୪ ପଣବନ୍ଦୀଙ୍କୁ ହତ୍ୟା କରିଥିବା ଦ ବାଲୋଚ ଲିବରେସନ ଆର୍ମି(ବିଏଲଏ) ଦାବି କରିଛି । ବନ୍ଦୀ ଅଦଳବଦଳ ପାଇଁ ପାକିସ୍ତାନ ରାଜି ନ ହେବାରୁ ହତ୍ୟା କରିଥିବା କହିଛି BLA। ପାକିସ୍ତାନ ସୁରକ୍ଷାକର୍ମୀଙ୍କୁ ସମୂହ ହତ୍ୟା କରାଯାଇଥିବା ଦାବି କରିଛି ଆତଙ୍କୀ ସଙ୍ଗଠନ। ସେହିପରି ନିଜ ସଂଗଠନର ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ମାନିଛି। ଅନ୍ୟ ପକ୍ଷରେ ୨୬ ପଣବନ୍ଦୀଙ୍କୁ ହତ୍ୟା କରାଯାଇଛି ବୋଲି କହୁଛି ପାକିସ୍ତାନୀ ସେନା। ବନ୍ଦୀ ଅଦଳବଦଳ ନେଇ ଦେଇଥିବା ୪୮ ଘଣ୍ଟିଆ ଡେଡଲାଇନକୁ ପାକିସ୍ତାନ ସରକାର ମାନି ନଥିବାରୁ ୨୧୪ ପଣବନ୍ଦୀଙ୍କୁ ମାରିଥିବା କହିଛି BLA। ତେବେ ପାକିସ୍ତାନ ସେନା ପକ୍ଷରୁ ଏହି ଦାବି ସଠିକ ନୁହେଁ ବୋଲି କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

ମଙ୍ଗଳବାର ପାକିସ୍ତାନରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରି ନେଇଥିଲେ ଆତଙ୍କବାଦୀ। ଜାଫର ଏକ୍ସପ୍ରେସ ନାମକ ଏକ ଯାତ୍ରୀବାହୀ ଟ୍ରେନକୁ ଅପହରଣ କରାଯାଇଥିଲା। ଜାଫର ଏକ୍ସପ୍ରେସ ପାକିସ୍ତାନର ଦକ୍ଷିଣ ପଶ୍ଚିମ ବେଲୁଚିସ୍ତାନ ସ୍ଥିତ କ୍ବେଟ୍ଟା ପ୍ରଦେଶରୁ ଖାଇବର ପଖତୁନୱାଲାର ପେଶାୱର ଅଭିମୁଖେ ଟ୍ରେନଟି ଯାତ୍ରା କରୁଥିଲା। ଏହି ଟ୍ରେନରେ ପାକିସ୍ତାନୀ ସୁରକ୍ଷା ବଳର ସଦସ୍ୟ ମାନେ ଯାତ୍ରା କରୁଥିଲେ। ବେଲୁଚିସ୍ତାନର ଆତଙ୍କବାଦୀ ମାନେ ଏଭଳି କାଣ୍ଡ ଭିଆଇଥିବା ବେଳେ ଯାତ୍ରୀଙ୍କୁ ପଣବନ୍ଦୀ ରଖିଥିଲେ। ଦ ବାଲୋଚ ଲିବରେସନ ଆର୍ମି ନାମକ ଏକ ଆତଙ୍କୀ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ପ୍ରଥମେ ବିଏଲଏ ଆତଙ୍କବାଦୀ ମାନେ ଟ୍ରେନ ଟ୍ରାକ ଉଡାଇ ଦେଇଥିଲେ। ଏହି କାରଣରୁ ଟ୍ରେନ ଅଟକିବା ପରେ ଆତଙ୍କବାଦୀ ମାନେ ଅସ୍ତ୍ରଶସ୍ତ୍ର ସହିତ ପ୍ରବେଶ କରି ଟ୍ରେନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଦୀର୍ଘ ସମୟ ଧରି ଯୋଜନା ପ୍ରସ୍ତୁତ କରି ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରାଯାଇଥିବା କହିଛି ବିଏଲଏ।

ପାକିସ୍ତାନ ସୁରକ୍ଷା ବଳ ଯଦି ବଳପୂର୍ବକ ଉଦ୍ଧାର ପ୍ରୟାସ କରେ ତେବେ ଏହାର ଫଳ ଭୋଗିବାକୁ ପଡିବ ବୋଲି ବିଏଲଏ ଚେତାବନୀ ଦେଇଥିଲା। ପାକିସ୍ତାନ ସୁରକ୍ଷା ବଳ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କଲେ ସମସ୍ତ ପଣବନ୍ଦୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଥିଲା। ଏହା ସହିତ ଏସବୁ ପାଇଁ ପାକିସ୍ତାନ ସରକାର ଦାୟୀ ରହିବେ ବୋଲି ଆତଙ୍କୀ ମାନେ ଧମକ ଦେଇଥିଲେ। ବିଏଲଏ ଆତଙ୍କୀଙ୍କ କାର୍ଯ୍ୟକଳାପକୁ ବେଲୁଚିସ୍ତାନ ପ୍ରଧାନମନ୍ତ୍ରୀ ସର୍ଫରାଜ ବୁଗତି ନିନ୍ଦା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପାକିସ୍ତାନ ଟ୍ରେନ ହାଇଜାକ: ସବୁ ଆତଙ୍କୀ ନିପାତ

ଏହା ସହିତ ବିଏଲଏ ପକ୍ଷରୁ ପାକିସ୍ତାନ ସେନାର ଏକ ବସ କନଭୟକୁ ଉଡାଇ ଦିଆଯାଇଥିବା ଦାବି କରାଯାଉଛି। ସେନାର ୮ଟି ଗାଡି ଯାଉଥିବା ବେଳେ ଏକ ବିସ୍ଫୋରକ ଭର୍ତ୍ତି କାର କନଭୟକୁ ଧକ୍କା ଦେଇଥିଲା। ବିସ୍ଫୋରଣରେ ୯୦ରୁ ଅଧିକ ଯବାନ ପ୍ରାଣ ହରାଇଥିବା ନେଇ ଦାବି କରିଥିଲା ବିଏଲଏ। ତେବେ ମାତ୍ର ୫ ଜଣ ଯବାନ ଶହୀଦ ହୋଇଥିବା କହିଛି ପାକିସ୍ତାନ ଆର୍ମି।

Pakistan Train Hijack
Advertisment
Advertisment