Advertisment

Homicide Scandal: ରାମପୁରରେ ୭ ଥର ବିଷ ଇଞ୍ଜେକ୍ସନରେ ପତ୍ନୀ ହତ୍ୟା, ରବି ଓ ସହଯୋଗୀଙ୍କର ଷଡଯନ୍ତ୍ର

ଗୋଟିଏ ପାର୍ଶ୍ୱରେ ଗାଡ଼ି ରଖିବା ପରେ ପଛରେ ବସିଥିବା ଶାନୁ ତୁରନ୍ତ ମିନୁଙ୍କ ଦୁଇ ହାତକୁ ପଛକୁ ଟାଣି ନେଲା। ରବି ତାଙ୍କୁ ଧରି ପକାଇଲା। ଯତୀନ୍ ମିନୁଙ୍କ ବେକରେ କ୍ରମାଗତ ଭାବେ ୭ଟି ଇଞ୍ଜେକ୍ସନ ଦେଇଥିଲା। ଯାହା ଫଳରେ ତାଙ୍କର କିଛି ମିନିଟ୍ ମଧ୍ୟରେ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାକୁ ଡକାୟତି ରୂପ ଦେବା ପାଇଁ ଶାନୁ ସେହି ସ୍ଥାନରେ ମିନୁଙ୍କ ସମସ୍ତ ଅଳଙ୍କାର କାଢ଼ି ନେଲା।

author-image
Puspanjali Panda
ଅଦ୍ୟତନ ହୋଇଛି
Murder

Murder

ପତ୍ନୀଙ୍କୁ ସାତ ଥର ବିଷ ଇଞ୍ଜେକ୍ସନ ଦେଇ ଜୀବନରୁ ମାରିଦେଲା ପୋଲିସ ସ୍ବାମୀ। ନିଜ ଦୁଇ ବନ୍ଧୁଙ୍କ ସହିତ ମିଶି ଏଭଳି କାଣ୍ଡ ଘଟାଇଲା। ତେବେ ଅନ୍ୟ ଜଣେ ମହିଳାଙ୍କ ସହିତ ସମ୍ପର୍କ କାରଣରୁ ସ୍ବାମୀ ଏ ପ୍ରକାର ଅମାନବୀୟ କାଣ୍ଡ ଘଟାଇଲା। ଏହି ହତ୍ୟାକାଣ୍ଡ ପାଇଁ ୮ ଲକ୍ଷର ସୁପାରି ବି ହୋଇଥିଲା। ଉତ୍ତରପ୍ରଦେଶର ବରେଲିରେ ଏଭଳି ଅମାନବୀୟ ଘଟଣା ଘଟିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସମେତ ତିନି ଜଣଙ୍କୁ ଗିରଫ କରିବା ପରେ ପୂରା ଘଟଣା ଆଲୋଡ଼ନ ଖେଳାଇ ଦେଇଛି।

Advertisment

କିଏ ଥିଲେ ସେ ହତ୍ୟାକାରୀ

ରାମପୁର ଜିଲ୍ଲାର ମିଲକ ଥାନା ସିହାରା ଗାଁର ବାସିନ୍ଦା ରବି। ତା’ ବନ୍ଧୁ ବିଥ୍ରୀ ସୈଦପୁର ଖଜୁରିଆ ଗାଁର ବାସିନ୍ଦା ଶାନୁ ଏବଂ ପ୍ରେମନଗରର ମାଧୋବାଡ଼ିର ବାସିନ୍ଦା ଯତୀନଙ୍କ ସହିତ ମିଶି ପତ୍ନୀ ମିନୁଙ୍କୁ ହତ୍ୟା କରିଥିଲେ। ଏହି ତିନି ଜଣ ମିନୁଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଫେବ୍ରୁଆରୀ ୨୮ ତାରିଖ ଶୁକ୍ରବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଥିଲା।

ନିଶା ଇଞ୍ଜେକ୍ସନ ଦେବାରେ ଓସ୍ତାଦ ଜ୍ଞାନ

ଶାନୁ କାର୍ ମରାମତି ବ୍ୟବସାୟ ସହିତ ଜଡ଼ିତ। ଜତୀନ ଜଣେ ଘରୋଇ ଆମ୍ବୁଲାନ୍ସ କର୍ମଚାରୀ। ସେ ନିଶା ଇଞ୍ଜେକ୍ସନ ବ୍ୟବହାର ସମ୍ପର୍କରେ ଜ୍ଞାନ ରଖିଥିଲା। ଏମାନେ ରବି ସହିତ ହାତ ମିଳାଇଥିଲେ। ପତ୍ନୀ ମିନୁଙ୍କୁ ହତ୍ୟା କରିବା ପାଇଁ ୮ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା। କିନ୍ତୁ ଶାନୁ ଓ ଯତୀନ ନିଜକୁ ପ୍ଲଟ ବିକ୍ରି କରୁଥିବାର ପରିଚୟରେ ମିନୁ ସାମନାରେ ପରିଚିତ ହେଉଥିଲେ।

Advertisment

ଷଡ଼ଯନ୍ତ୍ରର ସୂତ୍ରପାତ ଆରମ୍ଭ ଏଇଠୁ

ରାମପୁରର ବାସିନ୍ଦା ରବି ଅଷ୍ଟ ମ ପିଏସି ବାଟାଲିୟନରେ ସିପାହୀ ଭାବରେ ଚାକିରି କରୁଥିଲା। ଫେବ୍ରୁଆରୀ ୨୩ ଅପରାହ୍ନରେ ସେ ତା ପତ୍ନୀ ମିନୁଙ୍କ ସହିତ ତାଙ୍କ କାରରେ ଘରୁ ବାହାରିଗଲେ ନୂଆ ଜମି ଦେଖିବାକୁ। ରବି ମିନୁଙ୍କୁ ଜମି ଦେଖାଇବା ବାହାନାରେ ତାଙ୍କୁ କାର୍‌ରେ ଫରିଦାପୁର ମନ୍ଦିର ଆଡକୁ ନେଇଗଲା। ସେଠାରେ ଯତୀନ ଏବଂ ଶାନୁ ମଧ୍ୟ ଗାଡ଼ିରେ ଚଢ଼ିଲେ। ରବି ମିନୁଙ୍କୁ କହିଲା ଯେ, ଏମାନେ ସେହି ଦୁଇ ଜଣ ଲୋକ ଯାହାଙ୍କ ଜମି ସେ କିଣିବ। ଗୋଟିଏ ପାର୍ଶ୍ୱରେ ଗାଡ଼ି ରଖିବା ପରେ ପଛରେ ବସିଥିବା ଶାନୁ ତୁରନ୍ତ ମିନୁଙ୍କ ଦୁଇ ହାତକୁ ପଛକୁ ଟାଣି ନେଲା। ରବି ତାଙ୍କୁ ଧରି ପକାଇଲା। ଯତୀନ୍ ମିନୁଙ୍କ ବେକରେ କ୍ରମାଗତ ଭାବେ ୭ଟି ଇଞ୍ଜେକ୍ସନ ଦେଇଥିଲା। ଯାହା ଫଳରେ ତାଙ୍କର କିଛି ମିନିଟ୍ ମଧ୍ୟରେ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାକୁ ଡକାୟତି ରୂପ ଦେବା ପାଇଁ ଶାନୁ ସେହି ସ୍ଥାନରେ ମିନୁଙ୍କ ସମସ୍ତ ଅଳଙ୍କାର କାଢ଼ି ନେଲା। ଉଭୟ ଶାନୁ ଓ ଯତୀନ ନିଜ ବାଇକରେ ଫେରି ଆସିଲେ।

ପାପ ଘୋଡ଼ାଇବାକୁ ଡକାୟତି ରୂପ

ଏହା ପରେ ରବି ନିକଟରେ ଏକ କ୍ଷେତରେ ଅଚେତ ହୋଇ ଶୋଇପଡ଼ିବାର ନାଟକ କଲା। ରବି ତା' ପୁଲିସ ବନ୍ଧୁ ସଞ୍ଜୟ ସାଇନିକୁ ଫୋନ୍ କରି ଡକାୟତ ଦଳ ସେମାନଙ୍କ ସୁନା ଅଳଙ୍କାର ଲୁଟ୍ ସହିତ ଆକ୍ରମଣ କରିଥିବା କହିଥିଲା। ସଞ୍ଜୟ ଏଭଳି ଖବର ପାଇ ସେଠାରେ ପହଞ୍ଚିଲେ। ସେଠାରେ ପହଞ୍ଚିଲା ବେଳକୁ ମିନୁ ଗାଡ଼ିରେ ଶୋଇଥିବା ବେଳେ ରବି ନିକଟରେ ଏକ କ୍ଷେତରେ ପଡ଼ିଛି। ତୁରନ୍ତ ମିନୁଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନେ ମିନୁଙ୍କୁ ମୃତ ଘୋଷଣା କରିଥିଲେ। ଫେବ୍ରୁଆରି ୨୪ ତାରିଖ ସୋମବାର ମିନୁଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରିବା ଅଭିଯୋଗରେ ରବି ବିରୁଦ୍ଧରେ ଏତଲା ଦେଲେ। ଏହା ପରେ ପୋଲିସ ମାମଲାର ଖୋଳତାଡ଼ ସମୟରେ ଏହି ହତ୍ୟାକାଣ୍ଡ ପଛରେ ରବି ହିଁ ମୁଖ୍ୟ କାର୍ପଟଦାର ବୋଲି ଜଣାପଡ଼ିଥିଲା। ରବି ଏବଂ ତା’ ଦୁଇ ବନ୍ଧୁ ଶାନୁ ଓ ଯତୀନକୁ ବାନ୍ଧିଥିଲା ପୋଲିସ୍ । ତିନି ଜଣଙ୍କୁ ଜେରା କରାଯିବା ପରେ ସେମାନେ ମିନୁଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ସ୍ୱୀକାର କରିଥିଲେ। ପରବର୍ତ୍ତୀ ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ହୋଲିରେ ସାଙ୍ଗ ନେଲା ସାଙ୍ଗର ଜୀବନ, ସାମାନ୍ୟ ବଚସାରୁ ଗୁଳି କରି କଲା ହତ୍ୟା

ସବୁ ପଛରେ ରବିର ବାନ୍ଧବୀ

ଏହି ଘଟଣାରେ ପୋଲିସ ରବିର ନମ୍ବରରେ ସିଡିଆର୍(କଲ୍ ଡିଟେଲ୍ ରେକର୍ଡ) ମଗାଇଥିଲା। ଏହି ସିଡିଆର ହିଁ ହତ୍ୟାକାଣ୍ଡ ପଛର ଅସଲ କାରଣକୁ ପଦାକୁ ଆଣିଥି୍ଲା। ରବି ନିର୍ଦ୍ଦିଷ୍ଟ ଭାବେ ଗୋଟିଏ ନମ୍ବରରୁ ଅନେକ ଥର କଥା ହୋଇଥିଲା। ଏହି ନମ୍ବରଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିଥିଲା। ସେହି ମହିଳାଙ୍କ ସହିତ ରବିର ସମ୍ପର୍କ ଥିଲା। ଏଥିପାଇଁ ନିଜ ପତ୍ନୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଷଡ଼ଯନ୍ତ୍ର କରିଥିଲା। ପଚରାଉଚରା ସମୟରେ ରବି ତା’ ପତ୍ନୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଥିଲା ଯେ, ମିନୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମ୍ପର୍କ ରଖିଥିଲା। କିନ୍ତୁ ଏଭଳି ଅଭିଯୋଗ ପଛରେ ସେଭଳି କୌଣସି ପ୍ରମାଣ ପାଇନଥିଲା। ରବି ଯେଉଁ ମହିଳାଙ୍କ ସହିତ ସମ୍ପର୍କ ରଖିଥିଲା ତାଙ୍କ ପାଇଁ ନିଜ ପତ୍ନୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିବାକୁ ଟଙ୍କା ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଥିଲା।

Crime Against Women Uttar Pradesh Crime News
Advertisment
Advertisment