• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

congresss
କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ୱର: କଂଗ୍ରେସରୁ ବହିଷ୍କୃତ ହେବା ପରେ ବିଷ ଓଗାଳିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଓଡ଼ିଶା  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ  କରି ସେ କହିଛନ୍ତି, କଂଗ୍ରେସ ସଭାପତି ଏଭଳି ଜଣେ ବ୍ୟକ୍ତିଙ୍କୁ ଦଳର ଦାୟିତ୍ୱ ଦେଇଛନ୍ତି ଯାହାଙ୍କୁ ହାଇକୋର୍ଟ  ଅଭ୍ୟାସଗତ ଲାଞ୍ଚ ପ୍ରଦାନକାରୀ ବ୍ୟକ୍ତି  କହିଛନ୍ତି। ଓଡ଼ିଶାରେ ପଟ୍ଟନାୟକ ଶାସନର ମୁକ୍ତି ପାଇଁ ପ୍ରଚାର କରିବି ବୋଲି ଶ୍ରୀକାନ୍ତ କହିଛନ୍ତି। ଏଥିସହ ରାଜ୍ୟରେ ଖଣି ମାଫିଆଙ୍କ ସହ ମଧୁଚନ୍ଦ୍ରିକାର ଖୁଲାସା କରିବି ବୋଲି ମଧ୍ୟ […]

  • Tuesday, 20 July 2021
accident 1
ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି; ୨ ମୃତ, ଜଣେ ଗୁରୁତର ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ କଣ୍ଡରା ଗାଁ ନିକଟରେ ଏକ ଅଜଣା ଗାଡ଼ି ଅଟୋକୁ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ମୃତକମାନେ ହେଲେ ମିଥୁନ ନାଏକ ଓ ଜମ୍ବୁ ମହାକୁଡ଼। ଆହତ କୁଙ୍କୁଲି ମହାକୁଡ଼ ଏବେ ଚିକିତ୍ସୀଧୀନ ଅଛନ୍ତି। ଏମାନେ ସମସ୍ତେ ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗାଁର ବୋଲି ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, […]

  • Tuesday, 20 July 2021
daitapati nijog
୨୮ରେ ଦଇତାପତି ନିଯୋଗ ନିର୍ବାଚନ

ପୁରୀ: ଆସନ୍ତା ୨୮ତାରିଖରେ ଦଇତାପତି ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ୧୫ ଜଣ କର୍ମକର୍ତ୍ତାଙ୍କ ନିର୍ବାଚନ ଲାଗି ଗତକାଲି ସୁଦ୍ଧା ମୋଟ ୩୨ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ। ବର୍ତ୍ତମାନ ଦଇତାପତି ନିଯୋଗର ସ୍ଥାୟୀ ସଭାପତି ଭାବେ ନବକିଶୋର ପତି ମହାପାତ୍ର ଅଛନ୍ତି।  ତେବେ ନିର୍ବାଚିତ କାର୍ଯ୍ୟନିର୍ବାହୀ କର୍ମକର୍ତ୍ତାଙ୍କ ମଧ୍ୟରୁ କାର୍ଯ୍ୟକାରୀ ସଭାପତି, ଉପସଭାପତି, ସମ୍ପାଦକ ସହ ସମ୍ପାଦକ  କୋଷାଧ୍ୟକ୍ଷ ନିର୍ବାଚନ କରାଯିବ।

  • Tuesday, 20 July 2021
hospital
ଭୁବନେଶ୍ୱର ଏମ୍‌ସ୍‌ର ୬ ମହଲାରୁ ଖସି ପଡ଼ି ରୋଗୀ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍‌ସ୍‌ର ୬ ମହଲାରୁ ଖସି ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସତ୍ୟଜିତ୍‌ ମହାନ୍ତି। ଖୋର୍ଦ୍ଧା ଜକରା ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଗତ ୧୭ ତାରିଖ ଦିନ ସତ୍ୟଜିତ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍‌ସ୍‌ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ରାତି ପ୍ରାୟ ୧୨ଟାରୁ […]

  • Tuesday, 20 July 2021
bhubaneswar
ରାଜଧାନୀରେ ଯୁବତୀଙ୍କୁ ହତ୍ୟା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବତୀଙ୍କୁ ଆଉ ଜଣେ ଯୁବତୀ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଯୁବତୀଙ୍କ ନାଁ ଅଳକାନନ୍ଦ ଦାସ। ତାଙ୍କ ଘର କୋଣାର୍କ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସ୍ଥିତ ଗୌରୀ ନଗର ଲେନ୍ ୫ରେ ଏହି ଅଭାବନୀୟ ଘଟଣା ଘଟିଛି। ଲିଙ୍ଗରାଜ ପୁଲିସ୍‌ ଅଭିଯୁକ୍ତ ଅନୀଶା ମିତ୍ରାଙ୍କୁ  ଅଟକ ରଖି ପଚରାଉଚରା କରୁଛି। ଅନୀଶାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବୋଲି […]

  • Tuesday, 20 July 2021
dense fog
ଆଜି ବି ଟ୍ୱିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ଗତକାଲି ଭଳି ଆଜି ବି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ଗତକାଲି ଭୁବନେଶ୍ୱରରେ କୁହୁଡ଼ି ଏତେ ମାତ୍ରାରେ ଆଚ୍ଛାଦିତ କରି ରଖିଥିଲା ଯେ ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ଥିଲା। ଆଜି ବି ଠିକ୍‌ ସେହି ସମାନ ପରିସ୍ଥିତି। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍‌ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ […]

  • Tuesday, 20 July 2021
old age
ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ବଢିଲା ବାର୍ଦ୍ଧକ୍ୟ ଭତ୍ତା। ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି।  ମାସିକ ୩୦୦ ଟଙ୍କା ଭତ୍ତା ପାଉଥିବା ବ୍ୟକ୍ତି ଏବେ ୫୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୫ଶହ ଟଙ୍କା ପାଉଥିବା ବ୍ୟକ୍ତି ୭୦୦ ଟଙ୍କା ଭତ୍ତା ପାଇବେ। ସେହିପରି ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୫୦୦ ଟଙ୍କା ଭତ୍ତା ପାଇବେ । ୮୦ ବର୍ଷର ଅଧିକ ବୟସର ବ୍ୟକ୍ତି ୭୦୦ ଟଙ୍କା ପାଇବେ। ଆମ ଗାଁ […]

  • Tuesday, 20 July 2021
attack
କଟକରେ ‘ପିଠା’ କାର୍ଯ୍ୟକ୍ରମରେ ଫାଟିଲା ମୁଣ୍ଡ

କଟକ: ‘ପିଠା’ କାର୍ଯ୍ୟକ୍ରମରେ ଫାଟିଲା ମୁଣ୍ଡ। ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମ ବେଳେ ସରପଞ୍ଚ ଓ ତାଙ୍କ ପରିବାରକୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କଟକ ସଦର ବ୍ଲକ୍‌ ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ବେଳେ ଗତିରାଉତପାଟଣା ସରପଞ୍ଚ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ତାଙ୍କ ସ୍ୱାମୀ ଓ ପୁଅକୁ କିଛି ବ୍ୟକ୍ତି ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁଅଙ୍କ ମୁଣ୍ଡକୁ ବନ୍ଧୁକର ପଛରେ ଆକ୍ରମଣ କରିଥିବା ସରପଞ୍ଚ କହିଛନ୍ତି। ଆକ୍ରମଣକାରୀ ମନ୍ତ୍ରୀ ଚନ୍ଦ୍ରସାରଥୀ […]

  • Tuesday, 20 July 2021
representational image
ଥମୁନି ଲଜ୍ଜା: ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ

ଧର୍ମଗଡ଼: ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ଛାତ୍ରୀ ଜଣକ ନିଜ ଗାଁ ସ୍କୁଲରେ ସପ୍ତମ ଶ୍ରେଣୀରେ ପଢ଼ନ୍ତି।  ଜଣେ ବିବାହିତ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମ ପରେ ଛାତ୍ରୀ ଜଣକ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଧର୍ମଗଡ଼ ଥାନାରେ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ ଏତଲା ରୁଜୁ ହୋଇଛି। ଅନ୍ୟପଟେ ଅଭିଯୁକ୍ତ ବ୍ୟକ୍ତି ଜଣଙ୍କୁ ପୋକ୍ସୋ ଆଇନ୍‌ରେ ଗିରଫ କରାଯାଇଛି। ସେପଟେ ଅଧିକ […]

  • Tuesday, 20 July 2021
fire
ପାରିବାରିକ କଳିରୁ ଅଭାବନୀୟ କାଣ୍ଡ! ଭୁବନେଶ୍ୱରରେ ନିଆଁରେ ପୋଡ଼ି ସ୍ୱାମୀ,ସ୍ତ୍ରୀ ଓ ଝିଅ ଗୁରୁତର

ଭୁବନେଶ୍ୱର: ନିଆଁରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଓ ଶିଶୁକନ୍ୟା ଗୁରୁତର। ଆଜି ନିଆଁରେ ପୋଡ଼ି ହୋଇ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କପିଳେଶ୍ୱର କେନାଲ୍ ବନ୍ଧ ନିକଟରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ବାବୁଲି ଦାସ (୩୬) ଓ ତାଙ୍କ ପତ୍ନୀ ଜାନକୀ ଦାସ (୩୨) ଓ ସେମାନଙ୍କର ୪ ବର୍ଷର ଶିଶୁକନ୍ୟା। ସମସ୍ତଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବାବୁଲି ଓ ଜାନକୀଙ୍କ ଶରୀରର ପ୍ରାୟ ୫୦ […]

  • Tuesday, 20 July 2021
magha saptami
ଆସନ୍ତା ୧୨ରେ ପବିତ୍ର ମାଘ ସପ୍ତମୀ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ପବିତ୍ର ମାଘ ସପ୍ତମୀ। ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗା ନଦୀ ମୁହାଣରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇବେ। ଏନେଇ ପୁରୀ ଜିଲ୍ଲପାଳଙ୍କ ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ ଆୟୋଜିତ ହୋଇଛି। ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ସହ ମାଘ ମେଳା ମଧ୍ୟ ଆୟୋଜିତ ହେବ। ତେଣୁ ଏହି ଅବସରରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଛି। ମୁଖ୍ୟତଃ […]

  • Tuesday, 20 July 2021
naveen patnaik
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତକୁ ବିରୋଧ କରିବ ବିଜେପି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଗସ୍ତ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ବିରୋଧ କରିବ। ଏନେଇ ଗତକାଲି ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ କ୍ୟାନ୍‌ସର୍‌ ହସ୍ପିଟାଲ୍‌ର ଶିଳ୍ୟାନାସ କାର୍ଯ୍ୟକ୍ରମରେ ଯୋଗଦେବେ। ହେଲେ ଏହି ହସ୍ପିଟାଲ୍‌କୁ ନେଇ ହାଇକୋର୍ଟରେ ମାମଲା ଚାଲିଛି। ଗତ ବର୍ଷ ଅଗଷ୍ଟ ୧୪ ତାରିଖରେ ମାମଲାର ଶୁଣାଣି କରି କୋର୍ଟ ଆସନ୍ତା ୬ ମାସ ଯାଏ ହସ୍ପିଟାଲ୍‌ର […]

  • Tuesday, 20 July 2021
fog
ଘନ କୁହୁଡ଼ି ଆସ୍ତରଣରେ କଟକ ଓ ଭୁବନେଶ୍ୱର

ଭୁବନେଶ୍ୱର/କଟକ: ଘନ କୁହୁଡ଼ି ଆସ୍ତରଣରେ ଟ୍ୱିନ୍‌ସିଟି। ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଏଥିସହ ଉପକୂଳ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ୫୦ ମିଟରରୁ ଅଧିକ ଦୂରକୁ ଦେଖିବା ଅସମ୍ଭବ ହେଉଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଲାଇଟ୍‌ ଲଗାଇ ଗାଡ଼ି ଗୁଡ଼ିକ ଚଳାଚଳ କରୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ରାସ୍ତାଘାଟ କିଛି ଦେଖାଯାଉନଥିବାରୁ କିଛି ସ୍ଥାନରେ ଦୁର୍ଘଟଣା ଘଟିଥିବା ମଧ୍ୟ […]

  • Tuesday, 20 July 2021
bus
ଆରମ୍ଭ ହେଲା ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ରାଜଧାନୀ ଏକ୍ସପ୍ରେସ୍ ବସ୍ ସେବା। ଭୁବନେଶ୍ୱର ପରିବହନ ଭବନ ପରିସରରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ରାଜ୍ୟ ସଡ଼କ ପହିବହନ ନିଗମ ଅଧୀନରେ ଶୀତତାପ ନିୟନ୍ତ୍ରିତ ଡିଲକ୍ସ ବସ୍ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ। ଏହି ବସ୍‌ ଗୁଡ଼ିକ ଭୁବନେଶ୍ୱରରୁ ଫୁଲବାଣୀ, ରାଉରକେଲା, ଭବାନୀପାଟଣା, ଭଞ୍ଜନଗର, ରାଜଗାଙ୍ଗପୁର, ରାଜଖରିଆର, ଗୋରୁମହିଷାଣି, ବୁର୍ଲା ଆଦି ସ୍ଥାନକୁ ଚଳାଚଳ କରିବ। ଏହା ସହିତ ୪ଟି ଭଲ୍‌ଭୋ ବସ୍‌ର […]

  • Tuesday, 20 July 2021
niranjan
ଷଡ଼ଯନ୍ତ୍ର କରୁଛନ୍ତି ସରକାର!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଖୋଲାଖୋଲି ଅଭିଯୋଗ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭାକୁ ଭଣ୍ଡୁର କରିବାକୁ ରାଜ୍ୟ ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ‘ସାଧାରଣ ଜନସାଧାରଣଙ୍କ ମତ ଯାହା ବର୍ତ୍ତମାନ ଜଣାପଡ଼ୁଛି କି କଂଗ୍ରେସ ସପକ୍ଷରେ ଅଛି। ଏବଂ ତାକୁ ଡାଇଭର୍ଟ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଅପକୌଶଳ ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ ୨୫ ତାରିଖ ଦିନ ରାହୁଲ ଗାନ୍ଧି ଓଡ଼ିଶା […]

  • Tuesday, 20 July 2021
konark
କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ପର୍ଯ୍ୟଟକ ଆହତ

ଭୁବନେଶ୍ୱର: କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରୁ ଖସି ଜଣେ ପର୍ଯ୍ୟଟକ ଆହତ ହୋଇଛନ୍ତି। ତାଙ୍କ ନାଁ ରାମ ବାଘେଲ। ଛତିଶଗଡ଼ କବିରଧାମରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଘେଲ ତାଙ୍କ ପରିବାର ସହ କୋଣାର୍କ ବୁଲିବାକୁ ଆସିଥିଲେ। କୋଣାର୍କ ସୂର୍ଯ୍ୟ ମନ୍ଦିରର ଦକ୍ଷିଣ ପାର୍ଶ୍ୱର ବେଢ଼ାରେ ବୁଲୁଥିବା ବେଳେ ଅନ୍ୟମନସ୍କ ଭାବେ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ବାଘେଲଙ୍କୁ ପ୍ରଥମେ କୋଣାର୍କ ମେଡିକାଲ୍‌ରେ ଭର୍ତ୍ତି […]

  • Tuesday, 20 July 2021
fake masala factory
ଜୟପୁରରେ ନକଲି ମସଲା କାରଖାନା ଠାବ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଏକ ନକଲି ମସଲା କାରଖାନା ଠାବ କରାଯାଇଛି। ସହରର ପିଆର ପେଟାର ଚତୁର୍ଥ ଲେନ୍‌ରେ ଏକ ଘରେ ଚଢ଼ାଉ କରି ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡ୍‌ର ଲେବଲ୍ ମରାଯାଇଥିବା ନକଲି ମସଲା ପୁଲିସ୍ ଜବତ କରିଛି । ଏଥିସହ ପୁଲିସ୍ ପ୍ୟାକିଂ ମେସିନ୍ ମଧ୍ୟ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ବ୍ରହ୍ମପୁରରୁ ଜୟପୁରକୁ ଏସବୁ ଭେଜାଲ୍ ମସଲା ଆସୁଥିଲା ବୋଲି ପୁଲିସ୍‌ ଜାଣିବାକୁ […]

  • Tuesday, 20 July 2021
fire
ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର

ନୀଳଗିରି : ନିଆଁରେ ପୋଡ଼ି ହୋଇ ଗର୍ଭବତୀ ମହିଳା ଗୁରୁତର ଆହତ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ସଜନାଗଡ଼ ନୂଆସାହି ଗାଁରେ ନିଆଁରେ ପୋଡ଼ି ହୋଇ ଜଣେ ଗର୍ଭବତୀ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୌଶଲ୍ୟା। ଗତକାଲି ରାତିରେ ସୁରେଶ ମିରିଡିଆଙ୍କ ପତ୍ନୀ କୌଶଲ୍ୟା ଶୀତରୁ ରକ୍ଷା ପାଇବା ପାଇଁ ଚୁଲି ପାଖରେ ବସି ନିଆଁ ପୁଇଁ ହେଉଥିଲେ। ଏହି ସମୟରେ ସେ ଘୋଡ଼ାଇ ହୋଇଥିବା ଚାଦରରେ ଅସାବଧାନତା ବଶତଃ ନିଆଁ ଲାଗି ଯାଇଥିଲା […]

  • Tuesday, 20 July 2021
farmer 1
ମଣ୍ଡିରେ ଧାନ ନେଉ ନଥିବାରୁ ତାତିଲେ ଚାଷୀ

କଟକ: ଧାନ ମଣ୍ଡିରେ ଅଚଳାବସ୍ଥାକୁ ନେଇ ତାତିଲେ ଚାଷୀ। କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ କୋକଳବା ଛକରେ ରାସ୍ତାରେ ଧାନ ଢାଳି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ କଟକ-ନରସିଂହପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ମଣ୍ଡିରେ ସପ୍ତାହକୁ  ଥରେ ଧାନ ସଂଗ୍ରହ ବ୍ୟବସ୍ଥା ରହିଥିବା ବେଳେ ମିଲର୍ସମାନେ ଦୁଇ ଦୁଇ ଥର ଧାନ ନେବାକୁ ଆସି ନଥିଲେ। ଫଳରେ ଧାନ ବିକ୍ରି କରି ନ ପାରିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପ୍ରତିବାଦ […]

  • Tuesday, 20 July 2021
Capture
ବଂଶଧାରା ନଦୀ ଜଳ ବିବାଦର ଟ୍ରିବ୍ୟୁୟନାଲରେ ଶୁଣାଣି

ଭୁବନେଶ୍ୱର:  ଆନ୍ଧ୍ର-ଓଡ଼ିଶା ବଂଶଧାରା ଜଳ ବିବାଦ ନେଇ ଆଜି ଟ୍ରିବ୍ୟୁୟନାଲରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨, ୩ ଓ ୪ରେ ହେବ। ୨ରେ କେନ୍ଦ୍ର, ୩ ଓ ୪ରେ ଆନ୍ଧ୍ର ସରକାର ଜବାବ ରଖିବେ। ବଂଶଧାରା ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଡର ମୁକୁନ୍ଦକମ୍ ଶର୍ମା ମାମଲାର ଶୁଣାଣି କରିଥିଲେ। ଏଥିରେ ଓଡ଼ିଶା ନେରେଡ଼ି ଓ କାଟ୍ରାଗଡ଼ା ପ୍ରକଳ୍ପର ଯୁଗ୍ମ ସର୍ଭେ ପାଇଁ ଦାବି କରିଛି ସିଡବ୍ଲ୍ୟୁସି। କେନ୍ଦ୍ରୀୟ ଜଳ ଆୟୋଗର ବିନା […]

  • Tuesday, 20 July 2021
representational image
ପୁଣି କନ୍ଧମାଳରେ ଲଜ୍ଜା: ୯ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ୯ବର୍ଷର ନାବାଳିକାକୁ ଜଣେ ଦଶମ ଶ୍ରେଣୀର ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାକୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ADMO କହିଛନ୍ତି। ସୂଚନା ଅନୁସାରେ, ନାବାଳିକା ଜଣକ ଖେଳିବାକୁ ଯାଇଥିବା ବେଳେ ନାବାଳକ ଛାତ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଏହି ଘଟଣାରେ ତୁମୁଡ଼ିବନ୍ଧ ଥାନାରେ ଏକ […]

  • Tuesday, 20 July 2021
fire
ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର; ଅଳ୍ପକେ ବର୍ତ୍ତିଲେ ପରିବାରର ସଦସ୍ୟ

କଳହାଣ୍ଡି: ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ଘର। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡହଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଡହଗାଁର ମହେଶ୍ୱର ଭରତିଆଙ୍କ ପରିବାରର ସଦସ୍ୟ ରୋଷେଇ କରିବା ପାଇଁ ଗ୍ୟାସ୍‌ ଅନ୍‌ କରି ଦିଆସିଲି ମାରିଥିଲେ। ଏହି ସମୟରେ ଦିଆସିଲିର ନିଆଁ ଗ୍ୟାସ୍‌ ସିଲିଣ୍ଡରରେ ଲାଗି ଯାଇଥିଲା। ଫଳରେ ନିଆଁ ଲାଗି ଘର ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହେବାସହ ଘରେ ଥିବା ସମସ୍ତ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ତେବେ […]

  • Tuesday, 20 July 2021
dead body
ରେଙ୍ଗାଳି କେନାଲ୍‌ରୁ ମିଳିଲା ମୃତଦେହ

ଢେଙ୍କାନାଳ: କେନାଲ୍‌ରୁ ମୃତଦେହ ଉଦ୍ଧାର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅର୍ନ୍ତଗତ ପଦ୍ମନାଭପୁର ନିକଟରେ ରେଙ୍ଗାଳି ଡ୍ୟାମ୍‌ର ବାମ କେନାଲ୍‌ରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ କେନାଲ୍‌ରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଅନ୍ୟପଟେ, କେନାଲ୍‌ ବନ୍ଧ ଉପରେ ଏକ ବାଇକ୍‌ର ଭଗ୍ନାଂଶ ଦେଖିବାକୁ ମିଳିଛି। ଫଳରେ ବାଇକ୍‌ଟି ମୃତ […]

  • Tuesday, 20 July 2021
nayagarh
ମାନସିକ ବିକୃତ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ

ନୟାଗଡ଼: ମାନସିକ ବିକୃତ ଯୁବକର ଉନ୍ମତ୍ତକାଣ୍ଡ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବଜାରରେ ମାନସିକ ଭାରସାମ୍ୟ ହରାଇଥିବା ଜଣେ ଯୁବକର ପଥରମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ଯୁବକଙ୍କ ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସିଙ୍କ ସମେତ ୩ରୁ ଅଧିକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଓଡ଼ଗାଁ ବଜାରରେ ଏକ ମାନସିକ ବିକୃତ ଯୁବକ ହଠାତ୍‌ ଲୋକଙ୍କ ଉପରକୁ ପଥର ଫିଙ୍ଗିବା ସହ ଠେଙ୍ଗାରେ […]

  • Tuesday, 20 July 2021
pm modi..
ବଲାଙ୍ଗିରରେ ବି ରାଜ୍ୟ ସରକାରଙ୍କୁ ନରମ ସ୍ୱରରେ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର: ବାରିପଦା ପରି ବଲାଙ୍ଗିରରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱର ନରମ। ରାଜ୍ୟ ସରକାର ଓ ବିଜେଡି ପ୍ରତି ତାଙ୍କ ଆଭିମୁଖ୍ୟ ଅପେକ୍ଷାକୃତ ଭାବେ ନରମ ରହିଛି। ବିଜେପି ଦ୍ୱାରା ଆୟୋଜିତ ଜବାବ ମାଗୁଛି ଓଡ଼ିଶା ସମାବେଶରେ ଯୋଗ ଦେଇ ମୋଦି କହିଛନ୍ତି, ଗତ ଥରର କେନ୍ଦ୍ର ସରକାର ଅପେକ୍ଷା ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି।  କିନ୍ତୁ ଓଡ଼ିଶା ସରକାର ସେହି ଅର୍ଥ ଖର୍ଚ୍ଚ କରିପାରି ନାହାନ୍ତି।  କଟାକ୍ଷ […]

  • Tuesday, 20 July 2021